• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

rain-1
‘ଫୋନି’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର: ଏକ୍ସଟ୍ରିମ୍‌ଲି ସିଭିୟର (ଅତ୍ୟନ୍ତ ଭୟଙ୍କର) ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଥିବା ସାମୁଦ୍ରିକ ଝଡ଼ ‘ଫୋନି’ ପୁରୀଠାରୁ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ ୪୩୦ କିଲୋମିଟର ଏବଂ ବିଶାଖାପାଟଣାଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୨୫ କିଲୋମିଟର ଦୂରରେ ଥିବା ଜଣାପଡ଼ିଛି। ଭାରତୀୟ ପାଣିପାଗ ବିଭାଗର ବୁଲେଟିନ୍ ଅନୁସାରେ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ‘ଫୋନି’ ଗତ ୬ ଘଣ୍ଟା ମଧ୍ୟରେ ଉତ୍ତର-ଉତ୍ତରପୂର୍ବ ଦିଗରେ ୧୫ କିଲୋମିଟର ବେଗରେ ଗତି କରୁଛି। ଏହାଦ୍ୱାରା ପ୍ରଭାବିତ ହେବାକୁ ଥିବା ରାଜ୍ୟ […]

  • Saturday, 10 July 2021
ndrf
ମାଡ଼ି ଆସୁଛି ‘ଫୋନି’: ମୁକାବିଲା ପାଇଁ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଟିମ୍‌ ପ୍ରସ୍ତୁତ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଏଥିପାଇଁ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଟିମ୍‌ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଅଛନ୍ତି। ପାଟନାରୁ ଏନ୍‌ଡିଆର୍‌ଏଫ୍‌ର ୪୦ ଜଣିଆ ଟିମ୍ କେନ୍ଦୁଝରରେ ପହଞ୍ଚିବା ପରେ ଆନନ୍ଦପୁର ଅଭିମୁଖେ ଗସ୍ତ କରିଛନ୍ତି। ସେହିପରି ଗଜପତି ଜିଲ୍ଲାରେ ମଧ୍ୟ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ସାମୁଦ୍ରିକ ଝଡ଼କୁ ମୁକାବିଲା କରିବା ପାଇଁ ଗଜପତିରେ ଏନ୍‌ଡିଆର୍‌ଏଫ୍‌ ଗୋଟିଏ ଟିମ୍‌ ଓ ଓଡ୍ରାଫ୍ର ଗୋଟିଏ ଟିମ୍ […]

  • Saturday, 10 July 2021
tree 1
ମାଡ଼ି ଆସୁଛି ‘ଫୋନି’: ଘର ପାଖରେ ବଡ଼ ଗଛ ଥିଲେ ଅଧିକ ସତର୍କ ରୁହନ୍ତୁ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିପାରେ। ଏହାଦ୍ୱାରା ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ଥିବା ସମସ୍ତ ପ୍ରକାର ମାଟି ଘର, ପୁରୁଣା ପକ୍କା ଘର କ୍ଷତିଗ୍ରସ୍ତ ହୋଇପାରେ। ସେହିପରି ଯୋଗାଯୋଗ ଏବଂ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇପାରେ ବୋଲି ଆଶଙ୍କା କରାଯାଉଛି। ବହୁ ସ୍ଥାନରେ ରେଳ ଓ ସଡ଼କ ଯୋଗାଯୋଗରେ ବାଧା ସୃଷ୍ଟି ହୋଇପାରେ। ଚାଷ ଓ ପନିପରିବା ନଷ୍ଟ ମଧ୍ୟ ହୋଇପାରେ। […]

  • Saturday, 10 July 2021
4454545
ମୁଣ୍ଡ ଓ ପିଠିରେ ଗୋଡ଼ ରଖି ଆଶୀର୍ବାଦ ଦେଲେ ପୂଜକ

ଖୋର୍ଦ୍ଧା: ସୋଶାଲ ମିଡିଆରେ ଘୁରି ବୁଲୁଛି ଅଜବ ଦୃଶ୍ୟ।  ମୁଣ୍ଡ ଓ ପିଠିରେ ଗୋଡ଼ ରଖି ଆଶୀର୍ବାଦ ଦେଉଛନ୍ତି ପୂଜକ । ଏହି ଭିଡିଓ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ବୋଲି ଜଣାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲଟଣ ପଡ଼ିଆରେ ଗତ ଦଶହରା ଦିନ ଗାଡ଼ି ପୂଜା ହେଉଥିଲା।  ଡ୍ରାଇଭର ଓ ଗାଡ଼ି ମାଲିକ ଗାଡି ରଖି ପଡ଼ିଆରେ ବସିଥିଲେ। ପୂଜକ ରାମଚନ୍ଦ୍ର ସାମନ୍ତରାୟ ଗାଡ଼ି ପୂଜା କରିଥିଲେ। ପୂଜା ସରିବା ପରେ ପୂଜକ ଗାଡ଼ି ମାଲିକ […]

  • Saturday, 10 July 2021
fani 1
ବାତ୍ୟା ପୂର୍ବରୁ ଓ ପରେ କ’ଣ କରିବେ, ପଢ଼ନ୍ତୁ

ଭୁବନେଶ୍ୱର: ଏକ୍ସଟ୍ରିମ୍‌ଲି ସିଭିୟର (ଅତ୍ୟନ୍ତ ଭୟଙ୍କର) ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଥିବା ସାମୁଦ୍ରିକ ଝଡ଼ ‘ଫୋନି’ ବର୍ତ୍ତମାନ ପୁରୀଠାରୁ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ ୪୩୦ କିଲୋମିଟର ଏବଂ ବିଶାଖାପାଟଣାଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୨୫ କିଲୋମିଟର ଦୂରରେ ରହିଛି। ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଆସନ୍ତାକାଲି ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ପୁରୀ ଆଖପାଖରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଜାଣନ୍ତୁ ବାତ୍ୟା ପୂର୍ବରୁ କ’ଣ କରିବେ? ବାତ୍ୟା ସମୟରେ […]

  • Saturday, 10 July 2021
fani
ଆସୁଛି ‘ଫୋନି’: ଜୋରରେ ପବନ ବହିବ, ସମୁଦ୍ରରେ ଆସିପାରେ ଉଚ୍ଚ ଜୁଆର

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଜୋରରେ ପବନ ବହିବ। ପବନର ବେଗ ଘଣ୍ଟା ପ୍ରତି ୧୮୦ରୁ ୧୯୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ।  ଆଜି ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କି.ମି. ରହିବା ବେଳେ ଏହା ୬୦ କି.ମି.କୁ ମଧ୍ୟ ଛୁଇଁପାରେ। ସେହିପରି ଆଜି ରାତିରୁ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୬୦ରୁ ୭୦ କି.ମି. ଓ ବେଳେ […]

  • Saturday, 10 July 2021
22222
ବିଦା ହେଲେ ଦୁର୍ନୀତିଗ୍ରସ୍ତ ଅଫିସର

ଭୁବନେଶ୍ୱର: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଡା ପଦକ୍ଷେପ ନେଇଛନ୍ତି ସରକାର।  ଦୁର୍ନୀତି ଅଭିଯୋଗ ଆସିଥିବା OFS ଅଧିକାରୀ  ତଥାପୂର୍ବତନ ଡିଏଫଓ ସୁଧାଂଶୁ ଶେଖର ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର  ଦିଆଯାଇଛି  । ୨୦୧୬ରେ ଆଠଗଡ଼ ଡିଏଫ୍ଓ ଥିବା ସୁଧାଂଶୁ ମିଶ୍ର ସେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତାଙ୍କ ବାସଭବନ, ଘର ଓ ସମ୍ପର୍କୀୟଙ୍କ ଘରେ ରେଡ କରିଥିଲା। ଚଢାଉ ବେଳେ ସାଢେ ୫ କୋଟି ଟଙ୍କାର ଅଧିକ ମୂଲ୍ୟର […]

  • Saturday, 10 July 2021
jagannath temple
ଶ୍ରୀମନ୍ଦିର ଉପରୁ ଉଡ଼ିଗଲା ନୀଳଚକ୍ର ବାନା

ପୁରୀ: ପୁରୀ ଶ୍ରୀମନ୍ଦିର ଉପରୁ ୫ ହାତ ଲମ୍ବର ନୀଳଚକ୍ର ବାନା ଉଡ଼ି ଯାଇଛି। ସାମୁଦ୍ରକି ଝଡ଼ ‘ଫୋନି’ରେ ଶ୍ରୀମନ୍ଦିର ନୀଳଚକ୍ର ପ୍ରଭାବିତ ହେବା ଆଶଙ୍କା ଥିବାରୁ ଗତକାଲି ନୀଳଚକ୍ରରେ ୫ ହାତ ଲମ୍ବର କେବଳ ଗୋଟିଏ ଧ୍ୱଜା ବନ୍ଧା ଯାଇଥିଲା। ତେବେ ବାନା ଉଡ଼ିଯିବା ପରେ ଏବେ ପୁଣି ନୀଳଚକ୍ର ବାନା ବାନ୍ଧିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବାନା ଉଡ଼ିଯିବା ଫଳରେ କୌଣସି ନୀତିକାନ୍ତିରେ ପ୍ରଭାବ ପଡ଼ିବନି ବୋଲି ସୂଚନା ମିଳିଛି। କାରଣ ନୀଳଚକ୍ରରେ ଅନ୍ୟ ବାନାକୁ […]

  • Saturday, 10 July 2021
puri
ପୁରୀ ଛାଡ଼ିବାକୁ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବସ୍ ଓ ଟ୍ରେନ୍‌ ବ୍ୟବସ୍ଥା

ପୁରୀ: ଏକ୍ସଟ୍ରିମ୍‌ଲି ସିଭିୟର (ଅତ୍ୟନ୍ତ ଭୟଙ୍କର) ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଥିବା ସାମୁଦ୍ରିକ ଝଡ଼ ‘ଫୋନି’ ବର୍ତ୍ତମାନ ପୁରୀର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୫୧୦ କି.ମି. ଏବଂ ବିଶାଖାପାଟଣାଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୬୦ କିଲୋମିଟର ଦୂରରେ ରହିଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ଛାଡ଼ିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକଙ୍କ ପାଇଁ  ୫ ଗୋଟି OSRTC ବସ୍‌ର ବ୍ୟବସ୍ଥା ହୋଇଛି।  ଏଥିରେ ୬୫୦ ଟଙ୍କାରେ ଟିକେଟ୍ କରି ପର୍ଯ୍ୟଟକ କୋଲକାତା ଯାଇପାରିବେ। […]

  • Saturday, 10 July 2021
rainfall
ଓଡ଼ିଶା ମୁହାଁ ‘ଫୋନି’: ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ, ୟଲୋ ଓ ରେଡ୍ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’କୁ ନେଇ ଭାରତୀୟ ପାଣିପାଣ ବିଭାଗ ସତର୍କ ସୂଚନା ଜାରି କରିଛି। ଏହାଦ୍ୱାରା ପ୍ରଭାବିତ ହେବାକୁ ଥିବା ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ, ୟଲୋ ଏବଂ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ଓ ଆସନ୍ତାକାଲି ମଧ୍ୟରେ ୭ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା- ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ। ସେହିପରି ଆସନ୍ତାକାଲି ଓ ୪ ତାରିଖ ପାଇଁ ୧୭ଟି […]

  • Saturday, 10 July 2021
camera
କେନ୍ଦ୍ରାପଡ଼ାରେ ଅପରାଧୀଙ୍କୁ ଜଗିବ ସିସିଟିଭି କ୍ୟାମେରା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାରେ ଦିନକୁ ଦିନ ଅପରାଧୀଙ୍କ ଦୌରାତ୍ମ୍ୟ ବଢୁଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ପୋଲିସ ଆରମ୍ଭ କରିଛି ନୂତନ ପ୍ରୟାସ।  ଅପରାଧ ନିୟନ୍ତ୍ରଣ ଲାଗି ଏଣିକି ସହରରେ ସିସିଟିଭି ଲଗାଇବା ବ୍ୟବସ୍ଥା କରାଯାଉଛି।  ଅସାମାଜିକ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଉପରେ କଡା ନଜର ରଖିବ ଏହି ସିସିଟିଭି କ୍ୟାମେରା। ସହରର ୧୨ ଟି ଗୁରୁତ୍ୱପୂର୍ଣ ସ୍ଥାନରେ ପ୍ରାୟ ୩୬ଟି କ୍ୟାମେରା ଲାଗିବ । ୨୪ ଘଣ୍ଟିଆ ସିସିଟିଭି ଉପରେ ନଜର ରଖିବା ଲାଗି ପୁରୁଣା ବସଷ୍ଟାଣ୍ଡଠାରେ […]

  • Saturday, 10 July 2021
fani
ପାଖେଇ ଆସୁଛି ସାମୁଦ୍ରିକ ଝଡ଼ ‘ଫୋନି’, ପ୍ରବଳ ବର୍ଷା ସାଙ୍ଗକୁ ୧୮୦ କି.ମି. ବେଗରେ ପବନ ବହିବ

ଭୁବନେଶ୍ୱର: ପାଖେଇ ଆସୁଛି ସାମୁଦ୍ରିକ ଝଡ଼ ‘ଫୋନି’। ଏକ୍ସଟ୍ରିମ୍‌ଲି ସିଭିୟର (ଅତ୍ୟନ୍ତ ଭୟଙ୍କର) ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଥିବା ଏହି ସାମୁଦ୍ରିକ ଝଡ଼ ବର୍ତ୍ତମାନ ପୁରୀଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୫୧୦ କି.ମି. ଏବଂ ବିଶାଖାପାଟଣାଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୨୬୦ କିଲୋମିଟର ଦୂରରେ ରହିଛି। ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଆସନ୍ତାକାଲି ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ପୁରୀ ଆଖପାଖରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା […]

  • Saturday, 10 July 2021
5444444
ତୁରନ୍ତ ଚିକିତ୍ସା ପାଇଁ ବୃଦ୍ଧଙ୍କୁ ଗୋବରଗଦାରେ ପୋତିଦେଲେ

କେନ୍ଦୁଝର : ବଜ୍ରାଘାତରେ ଗୁରୁତର ଜଣେ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସ ଡାକିଥିଲେ। ହେଲେ ଆମ୍ବୁଲାନ୍ସ ନ ଆସିବାରୁ ତାଙ୍କୁ ଏକ ଗୋବର ଗଦାରେ ପୋତି ଦେଇଥିଲେ। ଶେଷରେ ବୃଦ୍ଧଙ୍କ  ଜୀବନ ଚାଲିଗଲା । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଦୁଧନାଳି ଗାଁରେ । ଦୁଧନାଳି ଗାଁର ପାଣ୍ଡୁ ଗତକାଲି ଅପରାହ୍ନରେ ଘର ବାରଣ୍ଡାରେ ବସିଥିବାବେଳେ ବଜ୍ରାଘାତର ଶିକାର ହୋଇଥିଲେ। ତାଙ୍କୁ ମେଡିକାଲ୍‌ ନେବା ପାଇଁ ପରିବାର ଲୋକେ ୧୦୮ […]

  • Saturday, 10 July 2021
543454
ରାସ୍ତା ଉପରେ ଚୁଟି ଟଣାଟଣି, ମୁଥ ମରାମରି ହେଲେ ମହିଳା; ଭିଡିଓ ଭାଇରାଲ

ବାଲେଶ୍ୱର: ଘରଭଡ଼ାକୁ ନେଇ ତୁମୁଳ କାଣ୍ଡ। ରାସ୍ତା ଉପରେ ମହିଳାମାନଙ୍କ ମଧ୍ୟରେ ମାର୍‌ପିଟ୍‌, ବିଧା,ଗୋଇଠା ମରାମରି ଓ  ଚୁଟି ଟଣାଟଣି। ଏମିତି ଏକ ଘଟଣା ଘଟିଛି  ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଅଞ୍ଚଳରେ। କେହି ଏହାକୁ ମୋବାଇଲରେ ରେକର୍ଡିଂ କରି ସୋଶାଲ ମିଡିଆରେ ଛାଡ଼ିବା ପରେ ଏହା  ଭାଇରାଲ ହୋଇଛି। ବାରବାଟୀ ଅଞ୍ଚଳର ପଦାରବିନ୍ଦ ମହାପାତ୍ର ସହଦେବଖୁଣ୍ଟା ଅଞ୍ଚଳରେ ଘର କରି ଭଡ଼ା ଦେଇଥିଲେ। ନିଜ ଗାଁର ଜଣେ ବ୍ୟକ୍ତି ଗୋଟିଏ ଘର ଭଡ଼ା ନେଇ ଏଠାରେ ଷ୍ଟୁଡିଓ […]

  • Saturday, 10 July 2021
cyclone fani
‘ଫୋନି’ ପାଇଁ ପ୍ରସ୍ତୁତି: ୧୨ ଜଣ ଆଇଏଏସ୍‌ ଅଫିସରଙ୍କୁ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ଦାୟିତ୍ୱ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଫୋନି’ର ମୁକାବିଲା ସହ ରିଲିଫ, ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିବା ଲାଗି ୧୨ ଜଣ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। କେବିକେର ମୁଖ୍ୟ ପ୍ରଶାସକ ଥିବା ସୁଦର୍ଶନ ପାଲ୍ ଠାକୁରଙ୍କୁ ଭଦ୍ରକ ଜିଲ୍ଲା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କୁ କଟକ ଜିଲ୍ଲା ଦାୟିତ୍ୱ, ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ, ସମବାୟ ବିଭାଗର ସଚିବ କ୍ରିଷନ କୁମାରଙ୍କୁ ଖୋର୍ଦ୍ଧା ଜିଲ୍ଲା ଦାୟିତ୍ୱ ଦିଆଯାଇଛି। […]

  • Saturday, 10 July 2021
dd
ବିଜେପୁର ବାଜି: ବିଭିନ୍ନ ପୂଜା ମଣ୍ଡପ ବୁଲି ଭୋଟର୍‌ଙ୍କୁ ଭେଟୁଛନ୍ତି ତିନି ଦଳର ପ୍ରାର୍ଥୀ

ବରଗଡ଼ : ଚାରିଆଡ଼େ ଦୁର୍ଗାପୂଜାର ଉଲ୍ଲାସ। ଲୋକେ ପରିବାର ଓ ସାଙ୍ଗସାଥୀ ଛାଡ଼ି ଯିବାକୁ ମନ କରୁନାହାନ୍ତି। ହେଲେ ଘରଦ୍ୱାର ଛାଡ଼ି ବହୁ ଉପକୂଳିଆ ନେତା ବିଜେପୁରରେ ଡେରା ପକାଇଛନ୍ତି। ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଆରୋପ ଓ ପ୍ରତ୍ୟାରୋପ। ସେପଟେ ପୂଜା ମଣ୍ଡପରୁ ମଣ୍ଡପ ବୁଲି ମାଆଙ୍କ ଦର୍ଶନ ସହ ଭୋଟରଙ୍କୁ ଭେଟୁଛନ୍ତି ତିନି ଦଳର ପ୍ରାର୍ଥୀ। ବିଜେପୁର ଉପନିର୍ବାଚନ ପାଇଁ ମଇଦାନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ। ଦୁର୍ଗାପୂଜା ମଣ୍ଡପ ବୁଲି […]

  • Saturday, 10 July 2021
bb
ଚାଷୀଙ୍କ ନାଁରେ ୮ ଲକ୍ଷ ଅଣଚାଷୀ ଶସ୍ୟ ଋଣ ନେଇ ଯାଇନାହାନ୍ତି ତ?

ଭୁବନେଶ୍ୱର: ଆଧାର ସଂଯୋଗ ନ ହେଲେ ମିଳିବନି ଶସ୍ୟ ଋଣ। ଆଧାର ଲିଙ୍କ ନ ହେଲେ ଚାଷୀ ସରକାରଙ୍କୁ ବିକି ପାରିବନି ନିଜ ଉତ୍ପାଦିତ ଧାନ। ପ୍ରଥମ ଥର ପାଇଁ ଏହି ଦୁଇଟି ନିୟମକୁ କଡ଼ା କଡ଼ି କରିଥିଲେ ରାଜ୍ୟ ସରକାର। ତେବେ ଧାନ ବିକିବାକୁ ଚାଷୀ ପଞ୍ଜୀକରଣରେ ଆଧାର ଲିଙ୍କ୍‌ ହେବା ପରେ ଋଣ ନେଇଥିବା ଚାଷୀ ଓ ଆଧାର ସଂଯୋଗ ହୋଇଥିବା ଚାଷୀଙ୍କ ସଂଖ୍ୟାକୁ ଦେଖି ସରକାରଙ୍କ ଅକଲ ଗୁଡୁମ୍ ହୋଇଯାଇଛି। ଅନ୍ୟପକ୍ଷରେ ଚାଷୀଙ୍କ […]

  • Saturday, 10 July 2021
media1-750x430
ଦିଲ୍ଲୀ ଫେରିଗଲେ ଉପରାଷ୍ଟ୍ରପତି, କିନ୍ତୁ ଯିବା ପୂର୍ବରୁ କହିଲେ  ‘ହେଡ୍ ଲାଇନ୍ ଡେଡ୍ ଲାଇନ୍ ନ ହେଉ’

କଟକ: ଦୈନିକ ଖବରକାଗଜ ସମାଜର ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ। ସମାଜ ଶତବାର୍ଷିକୀରେ ଯୋଗ ଦେଇ ଆନନ୍ଦିତ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଗରିବଙ୍କ ଉନ୍ନତି ପାଇଁ ସମାଜ ଉଦାହରଣୀୟ କାର୍ଯ୍ୟ କରୁଛି। ଲୋକଙ୍କ ପାଇଁ କାମ କରିବା ଖବର କାଗଜର ମୁଖ୍ୟ କାମ। […]

  • Saturday, 10 July 2021
media
ମାତୃଭାଷା ଆଖି ହେଲେ ଅନ୍ୟ ଭାଷା ଚଷମା: ଉପରାଷ୍ଟ୍ରପତି

କଟକ : ମାତୃଭାଷା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ମାତୃଭାଷା ଆଖି ହେଲେ ଅନ୍ୟ ଭାଷା ଚଷମା ସଦୃଶ। ଆଖି ଠିକ୍‌ ରହିଲେ, ଚଷମା ତାକୁ ଅଧିକ ସ୍ପଷ୍ଟ କରିବ। ପ୍ରଥମେ ନିଜ ମାତୃଭାଷାକୁ ସମ୍ମାନ ଦିଅ, ତା’ପରେ ଅନ୍ୟ ଭାଷା ଶିଖ। ଦୈନିକ ଖବରକାଗଜ ‘ସମାଜ’ର ଶତବାର୍ଷିକୀ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ‘ସମାଜ’ […]

  • Saturday, 10 July 2021
fdfd
ଗାଈ ଚରାଉଥିବା ବେଳେ ଝାମ୍ପିନେଲା କୁମ୍ଭୀର

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ବିରୂପା ନଦୀ କୂଳରେ ଗାଈ ଚରାଉଥିବା ବେଳେ ଜଣେ ଯୁବକକୁ କୁମ୍ଭୀର ଟାଣିନେଇଥିଲା। ମାତ୍ର ସୌଭାଗ୍ୟ ବସତଃ ତାଙ୍କ ଜୀବନ ବଞ୍ଚି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।। କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଗାଁର ସର୍ବେଶ୍ୱର ଜେନା ଆଜି ବିରୂପା ନଦୀ କୂଳରେ ଗାଈ ଚରାଉଥିଲେ। ଏହି ସମୟରେ ନଦୀ ପଠାରେ ଶୋଇଥିବା ଗୋଟିଏ କୁମ୍ଭୀର ତାଙ୍କ ବାମ ଗୋଡ଼କୁ ଝାମ୍ପି ନେଇଥିଲା। ତେବେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ […]

  • Saturday, 10 July 2021
golkehh
ଗୋଲେଖ ସାର୍: ନିଜେ ଅନ୍ଧାରରେ ରହି ପିଲାଙ୍କ ପାଇଁ ସାଜିଛନ୍ତି ଆଲୋକବର୍ତ୍ତିକା

କେନ୍ଦ୍ରାପଡ଼ା: ଜନ୍ମରୁ ଦିବ୍ୟାଙ୍ଗ, ସେ ଦେଖିପାରନ୍ତି ନାହିଁ। ହେଲେ ଏହି ଅକ୍ଷମତା ତାଙ୍କୁ ଜୀବନ ଯୁଦ୍ଧରେ କେବେ ହରାଇ ପାରିନି। ଜଣେ ସାଧାରଣ ମଣିଷ ପରି ନିଜ କାମ ନିଜେ କରିବା ସହ ସ୍ୱାବଲମ୍ବୀ ହୋଇ ସ୍ୱାଧୀନ ଭାବରେ ଆନନ୍ଦରେ ଦିନ କାଟୁଛନ୍ତି କେନ୍ଦ୍ରପଡ଼ା ଜିଲ୍ଲା ଆଳି ବ୍ଲକ ସାହୁପଡା ଗାଁର ଗୋଲେଖ ବିହାରୀ ମହାନ୍ତି। ନିଜ ଗାଁର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାମ କରୁଥିବା ଗୋଲେଖ ସ୍କୁଲ୍ ଯାଆନ୍ତି, […]

  • Saturday, 10 July 2021
cm
ବାତ୍ୟା ‘ଫୋନି’ ପାଇଁ ଭୟଭୀତ ନ ହୋଇ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଫୋନି’ ପାଇଁ ଭୟଭୀତ ନ ହୋଇ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍‌ କରି ପରାମର୍ଶ ଦିଆଯାଇଛି। ବିପନ୍ନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର ସହ ରିଲିଫ୍ ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟାର ମୁକାବିଲା ସହ ଧନ ଜୀବନର ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି ବୋଲି ଟ୍ୱିଟ୍‌ରେ ଉଲ୍ଲେଖ କରାଯାଇଛି। ଅନ୍ୟପକ୍ଷେ, ‘ଫୋନି’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ […]

  • Saturday, 10 July 2021
landmine blast
ଗନ୍ଧମାର୍ଦ୍ଦନ ପାହାଡ଼ରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଦନ ପାହାଡ଼ରେ ଆଜି ସକାଳେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଛି। ଖୁରିପାଣି ଓ ବେହେରାପାଣି ରାସ୍ତା ମଝିରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଜଙ୍ଗଲ ରାସ୍ତାରେ ସୁରକ୍ଷାକର୍ମୀମାନେ କମ୍ବିଂ କରୁଥିବାବେଳେ ବିସ୍ଫୋରଣ ଘଟିଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଫଳରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟୟୀତ ହୋଇପଡ଼ିଛନ୍ତି।

  • Saturday, 10 July 2021
ndrf and odraf team
‘ଫୋନି’ ମୁକାବିଲା ପାଇଁ ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍‌ ଟିମ୍‌ ପ୍ରସ୍ତୁତ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଫୋନି’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ପ୍ରଥମ ପର୍ଯ୍ୟାୟରେ ଏନ୍‌ଡିଆର୍‌ଏଫ୍‌ର ୯ଟି ଟିମ୍‌କୁ ଉପକୂଳ ଜିଲ୍ଲାକୁ ପଠାଯାଇଛି। ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ଏନ୍‌ଡିଆର୍‌ଏଫ୍‌ର ୩ଟି ଲେଖାଏ ଟିମ୍ ପହଞ୍ଚି ସାରିଛନ୍ତି।  ଜଗତସିଂହପୁରରେ ପହଞ୍ଚିଥିବା ୩ଟି ଟିମ୍ ମଧ୍ୟରୁ ଏରସମା ଓ ପାରାଦୀପକୁ ଗୋଟିଏ ଲେଖାଏ ଟିମ୍ ପଠାଯାଇଥିବା ବେଳେ, ଗୋଟିଏ ଟିମ୍ ଜଗତସିଂହପୁରରେ ରହିଛି। ସେହିପରି ଭଦ୍ରକ ଜିଲ୍ଲାକୁ ୨ଟି ଟିମ୍ ଓ ବାଲେଶ୍ୱରକୁ ଗୋଟିଏ ଟିମ୍ […]

  • Saturday, 10 July 2021