ଭୁବନେଶ୍ୱର: ଆଜିଠୁ ଗଡିବ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ସେବା ଏକ୍ସପ୍ରେସ ଟ୍ରେନ । ଦିନ ସାଢେ ଗୋଟାଏରେ ଏହି ଟ୍ରେନ ଭୁବନେଶ୍ୱର ରେଳ ଷ୍ଟେସନରୁ ଛାଡି ନୟାଗଡ଼ ଅଭିମୁଖେ ଯିବ। ନୂଆଦିଲ୍ଲୀରେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ । ପ୍ରତିଦିନ ଏହି ଟ୍ରେନ ଭୁବନେଶ୍ୱରରୁ ସନ୍ଧ୍ୟା ୬ଟା ୪୦ମିନିଟରେ ଛାଡ଼ିବ ଏବଂ ନୟାଗଡ଼ ଟାଉନରେ ରାତି ୮ଟା ୪୫ମିନିଟରେ ପହଞ୍ଚିବ I ସେହିପରି ନୟାଗଡ଼ […]
ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡ଼ିଲା ୧୪ ହାତିଆ ବାନା। ବାତ୍ୟା ‘ଫୋନି’କୁ ଦେଖି ଗତ ୧ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାନା ବଦଳାଯାଇ ୫ ହାତିଆ ବାନା ଲଗାଯାଇଥିଲା। ହେଲେ ଆଜି ତାକୁ ଖୋଲା ଯାଇ ଚୁନରା ସେବାୟତ ପୁଣି ୧୪ ହାତିଆ ବାନା ବାନ୍ଧିଛନ୍ତି।
ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ପାଞ୍ଚପଡ଼ା ଗାଁରୁ ମିଳିଛି ଏକ ବିରଳ ସାପ। ଏହାର ଲମ୍ବ ପାଖାପାଖି ୩ଫୁଟ ହୋଇଥିବା ବେଳେ ଏହାର ରଙ୍ଗ ଧଳା। ସାପଟିର ସଠିକ ନାଁ ଜଣାପଡିନଥିବା ବେଳେ ଏହା ଅଷ୍ଟ୍ରେଲିଆନ୍ ହ୍ୱାଇଟ୍ ସ୍ନେକ୍ ବୋଲି କୁହାଯାଉଛି । ରବିବାର ଗାଁର ଯୋଗେଶ ଦାସଙ୍କ ବାଡ଼ିରେ ସାପଟି ଦେଖିବାକୁ ମିଳିଥିଲା ଯୋଗେଶ କୌଶଳ କ୍ରମେ ଏହି ସାପଟିକୁ କାବୁ କରିଥିଲେ। ସାପଟିର ରଙ୍ଗ ଧଳା ହୋଇଥିବାରୁ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିତରେ […]
ବ୍ରହ୍ମଗିରି: ମହିଳାଜଣକ ଗାଧୋଇବାକୁ ନଦୀକୁ ଯାଉଥିଲେ। ବ୍ରିଜ୍ ତଳେ ଦେଖିଲେ ଡବାଟିଏ ପଡ଼ିଥିବା ଦେଖି ଉଠେଇ ଘରକୁ ନେଇ ଆସିଥିଲେ। ଘରେ ଖୋଲିବା ପରେ ହୋଇଥିଲା ପ୍ରଚଣ୍ଡ ବିସ୍ଫୋରଣ। ଏମିତି ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ। ଆଜି ସକାଳେ ଧର୍ମକୀର୍ତ୍ତି ଗାଁ ନିକଟ ବ୍ରିଜ ତଳେ ଗଛମୂଳେ ଏକ ଡବା ପଡିଥିଲା। ଗାଁର ଜଣେ ମହିଳା ଗାଧୋଇ ଯାଉଥିବାବେଳେ ଡବାଟିକୁ ଘରକୁ ନେଇ ଯାଇଥିଲେ। ଘରେ ପହଞ୍ଚିବା ପରେ ଡବା ଭିତରେ କଣ ଅଛି […]
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ଥିଲା। ବଲାଙ୍ଗିରର ତାପମାତ୍ରା ୪୪.୬ ଡିଗ୍ରୀ, ଝାରସୁଗୁଡା ୪୩.୬ ଡିଗ୍ରୀ, ସମ୍ବଲପୁର ୪୩.୫ ଡିଗ୍ରୀ, ଭୁବନେଶ୍ୱରର ତାପମାତ୍ରା ୩୭.୨ ଡିଗ୍ରୀ ଓ କଟକର ତାପମାତ୍ରା ୩୭.୬ ଡିଗ୍ରୀ ଥିଲା।
ବାରିପଦା(ମାଣିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ବଜାର ନିକଟରେ ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଆହତଙ୍କୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଛି। ମୃତାହତଙ୍କ ଘର ବୈଶିଙ୍ଗା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଗତକାଲି ରାତିରେ ବାଲେଶ୍ୱର ପଟୁ ତିନି ଜଣ ଯୁବକ ସ୍କୁଟିରେ ବୈଶିଙ୍ଗା ଯାଉଥିବା ବେଳେ ପାଟ୍ରୋଲିଂ କରୁଥିବା ପୁଲିସ୍ ଦେଖିଥିଲେ। ତେବେ ଆଜି ଭୋର ସମୟରେ ସେମାନେ ରାସ୍ତା କଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇ […]
ବଲାଙ୍ଗିର: ସାବଧାନ ! କଲୋନୀରେ ବୁଲୁଛି କଲରାପତରିଆ ବାଘ ! ବଲାଙ୍ଗିର ଜିଲ୍ଲା ବଡ଼ମାଲ ଗୋଳାବାରୁଦ କାରଖାନା ଅଞ୍ଚଳରେ ଦେଖା ଦେଇଛି ଏମିତି ଆତଙ୍କ। ଗତ କିଛି ଦିନ ହେଲା ଗୋଳାବାରୁଦ କାରଖାନାର କର୍ମଚାରୀମାନେ କଲୋନୀରେ କଲରାପତରିଆ ବାଘ ବୁଲୁଥିବା ଦେଖିଥିଲେ। ଫଳରେ କଲୋନୀବାସୀ ଭୟଭୀତ ଅବସ୍ଥାରେ ଥିଲେ। ଗତକାଲି କଲୋନୀର ଟାଇପ୍ ୨୪ ଫେଜ୍ ନିକଟରେ ପୁଣି କଲରାପତରିଆ ବାଘ ବୁଲୁଥିବା ଲୋକେ ଦେଖିଥିଲେ। କ୍ୟାମେରାରେ ମଧ୍ୟ ବାଘ ବୁଲୁଥିବା ଦୃଶ୍ୟ କଏଦ ହୋଇଛି । […]
କେନ୍ଦୁଝର: ସୁନ୍ଦରଗଡ଼ ଡାକ୍ତରଖାନାର ଅବ୍ୟବସ୍ଥା ଦେଖି ତୁରନ୍ତ ପଦକ୍ଷେପ ସ୍ୱରୂପ ଭାରପ୍ରାପ୍ତ ସିଡିଏମଓ ଡାକ୍ତର ପଙ୍କଜ ପଟେଲ.ଙ୍କୁ ଗତକାଲି କାର୍ଯ୍ୟରୁ ନିଲମ୍ବିତ କଲା ପରେ 5-ଟି ସଚିବ ଭି. କେ. ପାଣ୍ଡିଆନ୍ ପହଞ୍ଚିଥିଲେ କେନ୍ଦୁଝର ଜିଲ୍ଲାରେ। କେନ୍ଦୁଝରରେ ପହଞ୍ଚିବା ପରେ ପ୍ରଥମେ ମୁଖ୍ୟ ଚିକିତ୍ସାଳୟ ଯାଇଥିଲେ। ସେହି ସମୟରେ ସାମାନ୍ୟ ବର୍ଷାରେ ଡ୍ରେନ ପାଣି ଡାକ୍ତରଖାନା ଭିତରେ ପଶି ଯାଇଥିଲା, ରୋଗୀ ଅପରିଷ୍କାର ପରିବେଶରେ ରହିଥିଲେ, ଡାକ୍ତରମାନେ ପାଣିଘେରରେ ଦୀର୍ଘ ସମୟ ଫସି ରହିଥିଲେ। ହେଲେ ଏସବୁ […]
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ର ୬ଦିନ ପରେ ରାଜଧାନୀରେ ବିଜୁଳି ମରାମତି କାମ ଜୋରଦାର ହୋଇଛି। ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ ଆସିଥିବା ଶ୍ରମିକ ବିଦ୍ୟୁତ୍ ଖୁଣ୍ଟ ଓ ତାରକୁ ସଜାଡ଼ିବାରେ ଲାଗିଛନ୍ତି। ପ୍ରଥମେ ୩୩ କେଭି ଓ ପରେ ୧୧ କେଭି ତାରକୁ ସଜଡ଼ା ଯାଇଛି। ଏହାସହ ଗତକାଲି ସୁଦ୍ଧା ରାଜଧାନୀର ବହୁ ସ୍ଥାନରେ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ରସୁଲଗଡ଼, କଳ୍ପନା, ପୁରୀ ରୋଡ୍, ଲକ୍ଷ୍ମୀସାଗର, ଜନପଥ, ମାର୍କେଟ ବିଲ୍ଡିଂ, ସୂଚନା ଭବନ, ୟୁନିଟ୍-୬, ଗଙ୍ଗନଗର, ମଧୁସୂଦନ […]
ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ। ଏଥିପାଇଁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ଜମିଛି । ମାସେ ଧରି ଏହି ବ୍ରତ ପାଳନ କରିବେ। ଆଜି ସକାଳୁ ବ୍ରତଧାରୀ ମହିଳାମାନେ ପଞ୍ଚତୀର୍ଥରେ ସ୍ନାନ କରି ସଂକଳ୍ପ କରିଛନ୍ତି। ଚଉରା ମୂଳରେ ଫଳମୂଳ ଭୋଗ କରି ରାଇଦାମୋଦର ପୂଜା କରିଛନ୍ତି। ପୂଜା ସାରି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ହବିଷ୍ୟାଳିଙ୍କ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ପ୍ରାୟ ୩ ହଜାର ହବିଷ୍ୟାଳିଙ୍କ ରହଣୀ ପାଇଁ […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ପରେ ରାଜଧାନୀ ଭୁବନେଶ୍ୱରରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଚାଲିଛି। ବର୍ତ୍ତମାନ ସୁଦ୍ଧା କିଛି ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି। ତେବେ ଆସନ୍ତା ୧୦ ତାରିଖ ସୁଦ୍ଧା ଭୁବନେଶ୍ୱରର ୮୦ ପ୍ରତିଶତ ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ ଜଣାପଡ଼ିଛି। ଗତକାଲି ରାତିରେ କଟକ ଓ ଭୁବନେଶ୍ୱରରେ କିଛି ଜାଗାରେ ବିଦ୍ୟୁତ୍ ଯୋଗାଣ କରାଯାଇଛି। ଗତକାଲି ଭୁବନେଶ୍ୱରରେ ୭୭୦୦ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ଯୋଗାଣ କରାଯାଇଛି। ଭୁବନେଶ୍ୱରରେ ବିଦ୍ୟୁତ ଉପଭୋକ୍ତାଙ୍କ ସଂଖ୍ୟା ସାଢ଼େ ୪ ଲକ୍ଷ […]
କଟକ: ବାତ୍ୟା ‘ଫୋନି’ ତାଣ୍ଡବରୁ ବାଦ୍ ପଡ଼ିନି କ୍ରୀଡା ଭିତ୍ତିଭୂମି। ‘ଫୋନି’ ପ୍ରଭାବରେ କଟକର ବାରବାଟୀ ଷ୍ଟାଡିୟମ୍ ଛାରଖାର ହୋଇଯାଇଥିବା ବେଳେ ଜବାହରଲାଲ୍ ନେହେରୁ ଇନ୍ଡୋର୍ ଷ୍ଟାଡିୟମ୍ ମଧ୍ୟ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ବାରବାଟୀ ଷ୍ଟାଡିୟମ୍ର ଭିଆଇପି ଗ୍ୟାଲେରି ସହ ସଧାରଣ ଗ୍ୟାଲେରି ଉପରେ ଥିବା ଟିଣ ଏବଂ ପ୍ଳାଷ୍ଟିକ୍ ଛାତ ଉଡ଼ି ଯାଇଛି। ପ୍ରେସ୍ ଗ୍ୟାଲେରି, କନ୍ଫରେନ୍ସ ହାଉସ୍, ଡ୍ରେସିଂ ରୁମ୍ ମଧ୍ୟ ବ୍ୟାପକ କ୍ଷତି ହୋଇଛି। ଏହାସହ ଷ୍ଟାଡିୟମ୍ ପରିସରରେ ଲାଗିଥିବା ଫ୍ଲଡ୍ ଲାଇଟ୍ ମଧ୍ୟ […]
ନୟାଗଡ଼: ରାସ୍ତା ପାଇଁ ଘର ଭାଙ୍ଗିବାକୁ ମନା କରିବାରୁ ସଂଘବଦ୍ଧ ଆକ୍ରମଣ। ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ବିନୋଦପଡା ଗାଁରୁ ଏଭିଳ ଅଭିଯୋଗ ଆସିଛି। ଅଭିଯୋଗ ଅନୁସାରେ, ବିନୋଦପଡା ଗାଁର ରାଜକିଶୋର ମହାପାତ୍ର ଏବଂ ତାଙ୍କ ପରିବାର କିଛି ଦିନ ତଳେ ଘର ନିର୍ମାଣ କରିଥିଲେ। ତେବେ ଏହାକୁ ବିରୋଧ କରି ଗ୍ରାମବାସୀ ତାଙ୍କ ଘର ଭାଙ୍ଗି ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମସଭାରେ ନିଷ୍ପତ୍ତି ନେଇଥିଲେ। ଏହା ଜାଣିବା ପରେ ରାଜକିଶୋରଙ୍କ […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ଯିବାର ୬ ଦିନ ବିତି ଯାଇଥିଲେ ସୁଦ୍ଧା ଏବେବି ପରିସ୍ଥିତିରେ ସୁଧାର ଆସିନାହିଁ। ଅସହ୍ୟ ଗରମ ଓ ଗୁଳୁଗୁଳିରେ ନୟାନ୍ତ ରାଜଧାନୀବାସୀ। ବିନା ଏସିରେ ଶୋଇପାରୁ ନ ଥିବା ଲୋକେ ଏବେ ବିନା ଲାଇଟ୍ରେ ଚଳୁଛନ୍ତି। ସବୁ ଅଲୋଡା ଜିନିଷ ଏବେ ଭାରି ଦରକାରୀ ଲାଗୁଛି। କେବଳ ଦୀପାବଳି, ଦଶହରାରେ ଖୋଜା ପଡୁଥିବା ଏଲ୍ଇଡି ଲାଇଟ ଏବେ ଯେମିତି ଦୟନୀୟ ଜୀବନକୁ ଅଲୋକିତ କରୁଛି। ତାଳପତ୍ର ବିଞ୍ଚଣାଟି ହାତରେ ଥରେ ବୁଲିଗଲେ ପାଟିରୁ […]
ସୁନ୍ଦରଗଡ଼/ରାଉରକେଲା : କର୍ତ୍ତବ୍ୟରେ ଅବହେଳା ସୁନ୍ଦରଗଡ଼ ଜିଲ୍ଲାର ଭାରପ୍ରାପ୍ତ ସିଡିଏମ୍ଓଙ୍କୁ ମହଙ୍ଗା ପଡ଼ିଛି । ସୁନ୍ଦରଗଡ଼ର ଭାରପ୍ରାପ୍ତ ସିଡିଏମ୍ଓ ପଙ୍କଜ ପଟେଲଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି । ‘ମୋ ସରକାର’ ଯୋଜନା କାର୍ଯ୍ୟକାରୀ କରିବାରେ ଅବହେଳା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି । ଏହା ସହିତ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଆଜି ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ 5ଟି ସଚିବ ଭି.କେ ପାଣ୍ଡିଆନ୍ ଓ […]
ଭଞ୍ଜନଗର: ଜୁଇରୁ ଜୀଇଁଲା ଶବ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଏକ ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ହରିପୁର ଗାଁରେ। ଗାଁରୁ ସୀମାଞ୍ଚଳ ମଲ୍ଲିକଙ୍କୁ ମୃତ ବୋଲି ଭାବି ପରିବାର ଲୋକେ ତାଙ୍କୁ ଶ୍ମଶାନକୁ ନେଇଥିଲେ। ଜୁଇରେ ଶୁଆଇ ଦେଇଥିଲେ । ମୁଖାଗ୍ନି ଦେବାକୁ ଯାଉଥିଲେ। ଆଉ ତା ପରେ ଘଟିଲା ଅଭାବନୀୟ ଘଟଣା। ଜୁଇରୁ ଜୀବନ ଫେରି ପାଇଲେ ସୀମାଞ୍ଚଳ। ଘଟଣା ଏହିପରି। ଗତକାଲି ସକାଳେ […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବିତ ଅଞ୍ଚଳରେ ନିରନ୍ତର ମୋବାଇଲ ଫୋନ୍ ସେବା ଯୋଗାଇବାକୁ ଟେଲିକମ୍ କମ୍ପାନୀ ଏକାଠି ହୋଇଛନ୍ତି। ବିଏସ୍ଏନ୍ଏଲ, ଏୟାରଟେଲ୍, ଭୋଡାଫୋନ୍, ଆଇଡିଆ ଏବଂ ଜିଓ ନେଟ୍ଓ୍ୱର୍କ ଏକାଠି ହୋଇ ଗ୍ରାହକଙ୍କୁ ଏହି ସେବା ଯୋଗାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ମୋବାଇଲ ଫୋନ୍ ଗ୍ରାହକ ସେମାନଙ୍କ ଫୋନ୍ର ସେଟିଂକୁ ଯାଇ ଏହି ସେବା ପାଇପାରିବେ। ସେଟିଂକୁ ଯାଇ ମୋବାଇଲ ନେଟ୍ଓ୍ୱର୍କ ସର୍ଚିଂରେ ମାନୁଆଲ ସେଟିଂ ସିଲେକ୍ଟ କରି ଡାଟା ରୋମିଂ ଫର ଇଣ୍ଟରନେଟ୍କୁ ଆକ୍ଟିଭେଟ୍ […]
କଟକ: କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ ଆଜି ପୁଲିସ-ଅପରାଧୀ ମୁହାଁମୁହିଁ ହୋଇଛନ୍ତି। ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅଜୟ ସାହୁ ଓରଫ ଜିତୁ ଆହତ ହୋଇଛି। ଜିତୁର ଡାହାଣ ଗୋଡ଼ରେ ଗୁଳି ବାଜିଛି । ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ଜିତୁ ପାଖରୁ ଗୋଟିଏ ବନ୍ଧୁକ, ଗୁଳି ଜବତ କରିଛି। ଦୁର୍ଦ୍ଦାନ୍ତ ଜିତୁ ବିଭିନ୍ନ ଡକାୟତି ଓ ଲୁଟ୍ ଘଟଣାରେ ସଂପୃକ୍ତ ଥିବା ପୁଲିସ କହିଛି। ଜିତୁ ନିକଟସ୍ଥ […]
ଭୁବନେଶ୍ୱର: ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ଡକ୍ଟର ବୈଦ୍ୟନାଥ ମିଶ୍ରଙ୍କର ମଙ୍ଗଳବାର ରାତି ୧୧ଟାରେ ପରଲୋକ ହୋଇଯାଇଛି। ଭୁବନେଶ୍ୱର ସହିଦନଗର ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ମିଶ୍ର ଜଣେ ପ୍ରଖ୍ୟାତ ଶିକ୍ଷାବିତ୍, ଗବେଷକ ଏବଂ ଅର୍ଥନୀତିଜ୍ଞ ଭାବେ ବେଶ୍ ପରିଚିତ ଥିଲେ । ୧୯୪୯ରେ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ସେ କ୍ୟାରିଅର୍ ଆରମ୍ଭ କରିଥିଲେ । ପରେ ଓୟୁଏଟିର ଏଗ୍ରିକଲଚର୍ ଅର୍ଥନୀତି ପ୍ରଫେସର୍ ଏବଂ ୧୯୮୧ରୁ ୮୫ […]
ନାରାୟଣପାଟଣା: ରୋଜଗାର କରିବେ, ପରିବାର ଲୋକଙ୍କୁ ଭଲରେ ରଖିବେ..ଏଇ ଆଶା ନେଇ ଦାଦନ ଖଟିବାକୁ ଯାଇଥିଲେ । ହେଲେ ସ୍ୱପ୍ନ ସବୁ ସ୍ୱପ୍ନରେ ରହିଗଲା। ଦୁର୍ଘଟଣାରେ ପ୍ରାଣ ହରାଇଲେ ସନ୍ତୋଷ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ପଞ୍ଚାୟତରେ। ବାରୀ ଗ୍ରାମର ଆଦିବାସୀ ଯୁବକ ସନ୍ତୋଷ (୨୫ ବର୍ଷ) ଗାଁର ଅନ୍ୟମାନଙ୍କ ସହ ମିଶି କାମ କରିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ। ସେଠାରେ କାକିନାଡ଼ାର ଏକ କାରଖାନାରେ କାମ କରୁଥିଲେ। […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଭିଏସ୍ଏସ୍ ନଗର ଅଞ୍ଚଳର ଏକ ଘର ଭିତରରୁ ମିଳିଛି ଜଣେ ଯୁବକଙ୍କ ମୃତଦେହ। ଯୁବକ ଜଣକ ନୟାଗଡ଼ ସୁନାଖଳାର ଅବକାଶ ପାଇକରାୟ । ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଅବକାଶ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଅସ୍ଥାୟୀ କର୍ମଚାରୀ ଭାବେ ଚାକିରୀ କରୁଥିଲେ। ଭିଏସଏସ ନଗରରେ ରହୁଥିଲେ। ଆଜି ସକାଳୁ ତାଙ୍କର ମୃତଦେହ ସହିଦନଗର ପୁଲିସ ଉଦ୍ଧାର କରିଛି। ଯୁବକଙ୍କ ପିଟି ପିଟି ହତ୍ୟା କରାଯାଇଥିବା ପରିବାରଲୋକେ ସହିଦ ନଗର ଥାନାରେ […]
ଭୁବନେଶ୍ୱର: ସରକାରୀ ଭାବେ ରାଜ୍ୟରେ ବାତ୍ୟା ‘ଫୋନି’ ଜନିତ ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି। ପୁରୀରେ ସର୍ବାଧିକ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରେ ୫ ଜଣ, କେନ୍ଦ୍ରାପଡ଼ାରେ ୩ଜଣ, ମୟୂରଭଞ୍ଜରେ ୪ଜଣ, ଯାଜପୁରରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ବାତ୍ୟାରେ ମୋଟ୍ ୧୪ଟି ଜିଲ୍ଲାର ୧୫୫ ବ୍ଲକ୍ ଓ ୫୧ଟି ପୌରାଞ୍ଚଳ ପ୍ରଭାବିତ ହୋଇଥିବା ବେଳେ ମୋଟ୍ ୧ କୋଟି ୪୮ ଲକ୍ଷ ଲୋକ ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ରେ ପ୍ରଭାବିତ ହୋଇଛନ୍ତି।
ପୁରୀ: ଆଜି ସକାଳୁ ସକାଳୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଶ୍ରୀମଦ୍ଦ ଭାଗବତ ଓ ବେଦ ଧ୍ୱନିରେ ପ୍ରକମ୍ପିତ ହୋଇଛି। ଶଙ୍ଖଧ୍ୱନୀ, ବେଦଧ୍ୱନୀ ସାଙ୍ଗକୁ ଅରୁଣସ୍ତମ୍ଭ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଛି। ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ କଣ୍ଠରୁ ଉଚ୍ଚାରିତ ଶ୍ରୀଜଗନ୍ନାଥାଷ୍ଟକମ୍ ଶ୍ରୀକ୍ଷେତ୍ର ପରିବେଶକୁ କରିଥିଲା ଆହୁରି ଭକ୍ତିମୟ। ଆଜି କୁମାର ପୂର୍ଣ୍ଣମୀରେ ସକାଳୁ ସକାଳୁ ଶ୍ରୀମନ୍ଦିର ସମ୍ମୁଖରେ ଏପରି ପରିବେଶ ଭକ୍ତଙ୍କୁ ବିହ୍ୱଳିତ କରିଥିଲା। ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ […]
କୋଣାର୍କ: କୋଣାର୍କ ନିକଟ ଚନ୍ଦ୍ରଭାଗାରେ ଗାଧୋଇବାବେଳେ ବୁଡ଼ି ଯାଉଥିବା ଜଣେ ମହିଳାଙ୍କୁ ଦେବଦୂତ ସାଜି ଉଦ୍ଧାର କରିଛନ୍ତି ଫଟୋଗ୍ରାଫର। ମହିଳାଙ୍କୁ କୋଣାର୍କ ମେଡିକାଲରେ ଭର୍ତ୍ତି କରାଯାଇଛି। ମହିଳା ଜଣକ ଆନ୍ଧ୍ରପ୍ରଦେଶର ବୋଲି ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶ କାକିନାଡ଼ାର ଅଞ୍ଚଳର ଏହି ମହିଳାଜଣକ ତାଙ୍କର ସମ୍ପର୍କୀୟଙ୍କ ସହ କୋଣାର୍କ ବୁଲିବାକୁ ଆସିଥିଲେ। ଆଜି ସକାଳୁ ସମସ୍ତେ ଚନ୍ଦ୍ରଭାଗାରେ ଗାଧୋଇବାକୁ ଯାଉଥିବାବେଳେ ମହିଳାଜଣକ ସମୁଦ୍ର ଭିତରକୁ ଭାସି ଯାଇଥିଲେ। ହେଲେ ସେଠାରେ ଥିବା ଫଟୋଗ୍ରାଫର ଦେବଦୂତଙ୍କ ପରି ସେଠାରେ ପହଞ୍ଚି ଯାଇଥିଲେ। […]
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ବାତ୍ୟା ‘ଫୋନି’ ଦ୍ୱାରା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ବାହାରିଥିଲେ। ‘ଫୋନି’ ଘଟାଇଥିବା କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀ ମୋଦି ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି। ତାଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଡିଜିପି ଆର୍.ପି. ଶର୍ମା ମଧ୍ୟ ଉପସ୍ଥିତ ଥିଲେ। ପ୍ରଭାବିତ ଅଞ୍ଚଳ ପରିଦର୍ଶନ […]