• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

mahanadi river
ଘୁଞ୍ଚିଲା ମହାନଦୀ ଶୁଣାଣି

ଭୁବନେଶ୍ୱର: ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଘୁଞ୍ଚିଲା। ଏଥିସହ ଉଭୟ ଓଡ଼ିଶା ଓ ଛତିଶଗଡ଼ ୪ ସପ୍ତାହ ସମୟ ନେଇଛନ୍ତି। ବାତ୍ୟା ପାଇଁ ତୃତୀୟ ମିଳିତ ବୈଠକ ହୋଇପାରିନଥିବାରୁ ଉଭୟ ରାଜ୍ୟ ଟ୍ରିବ୍ୟୁନାଲଙ୍କ ନିକଟରେ ସମୟ ମାଗିଥିଲେ। ତେବେ ୨ ରାଜ୍ୟର ଆବେଦନକୁ ମହାନଦୀ ଟ୍ରିବ୍ୟୁନାଲ ଗ୍ରହଣ କରିଛନ୍ତି। ଜୁଲାଇ ୧୩ ପୂର୍ବରୁ ସ୍ଥଳ ପରିଦର୍ଶନ ପାଇଁ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଯାଇଛି। ଜୁଲାଇ ୧୩ରେ ପରବର୍ତ୍ତୀ ଶୁଣାଣି କରିବେ ଟ୍ରିବ୍ୟୁନାଲ।

  • Saturday, 10 July 2021
representational image
ନଦୀରେ ବୁଡ଼ି ୧୨ ବର୍ଷ ବାଳକର ମୃତ୍ୟୁ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ନଦୀରେ ବୁଡ଼ି ଜଣେ ୧୨ ବର୍ଷର ଜଣେ ବାଳକର ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ କଳାବୁଦାରେ ଏହି ଅଭାବନୀୟ ଘଟଣା ଘଟିଛି। ଏଠାରେ ଚିତ୍ରୋତ୍ପଳା ନଦୀରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ କୃଷ୍ଣଚନ୍ଦ୍ର ସାହୁ। ତାଙ୍କ ଘର ହରିପୁର ଗାଁରେ। କୃଷ୍ଣଚନ୍ଦ୍ର ଆଜି ତାଙ୍କ ପରିବାର ସହ କାଳାବୁଦା ସ୍ଥିତ ଶନ୍ନିଶ୍ଚର ପୀଠକୁ ଜଳାଭିଷେକ କରିବାକୁ ଆସିଥିଲେ। ଜଳାଭିଷେକ ପରେ ଚିତ୍ରୋତ୍ପଳା ନଦୀରେ କୃଷ୍ଣଚନ୍ଦ୍ର ଗାଧୋଇବାକୁ ଯାଇଥିଲେ। ଏହି […]

  • Saturday, 10 July 2021
train
ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ନିଆଁ

ଭୁବନେଶ୍ୱର: ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ନିଆଁ ଲାଗି ଯାଇଛି। ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ବେଳେ ଭଦ୍ରକ-ବାଲେଶ୍ୱର ମଧ୍ୟବର୍ତ୍ତୀ ଖନ୍ତାପଡ଼ା ଷ୍ଟେସନ ପାଖ ଅତାପୁର ନିକଟରେ ଟ୍ରେନରେ ନିଆଁ ଲାଗିଛି। ଟ୍ରେନର ଶେଷକୁ ଥିବା ଜେନେରେଟର ବଗିରୁ ଏହି ନିଆଁ ଲାଗିଥିବା କୁହାଯାଉଛି। ନିଆଁ ଲାଗିବା ପରେ ଟ୍ରେନରୁ ଜେନେରେଟର ବଗିକୁ ଅଲଗା କରାଯାଇଛି। ନିଆଁ ଲିଭାଇବାକୁ ୩ଟି ଦମକଳ ଗାଡ଼ି ଉଦ୍ୟମ ଜାରି ରଖିଛନ୍ତି। ଅଗ୍ନିକାଣ୍ଡରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇ ନ ଥିବା ସୂଚନା […]

  • Saturday, 10 July 2021
435633736
ମୋର ପ୍ରତିଦ୍ୱନ୍ଦ୍ୱୀ କେହି ନାହିଁ-ରୀତା

ଭୁବନେଶ୍ୱର:‘ମୋର ପ୍ରତିଦ୍ୱନ୍ଦ୍ୱୀ କେହି ନାହାନ୍ତି। ବିଜେଡି ଏଠି ସର୍ବାଧିକ ଭୋଟରେ ଜିତିବ।’ ବିଜେପୁର ଉପନିର୍ବାଚନ ଭୋଟ ଗଣତି ପୂର୍ବରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ଆତ୍ମବିଶ୍ୱାସର ସହ ଏହା କହିଛନ୍ତି। ବିଜେପୁର ବ୍ୟାଟଲ୍‌ ଆଜି ଶେଷ ପର୍ଯ୍ୟାୟରେ। ଆଜି ସକାଳୁ ଆରମ୍ଭ ହୋଇ ଯାଇଛି ଭୋଟ ଗଣତି। ଭୋଟ ଗଣତି ଫଳାଫଳରୁ ଯାହା ଜଣାପଡ଼ୁଛି, ଫଳାଫଳ ବିଜେଡି ମୁହାଁ । ବିଜେଡି ପ୍ରାର୍ଥୀ ରୀତା  ସାହୁ ଆଗରେ ଅଛନ୍ତି। ଏହାକୁ ଦେଖି ରୀତା ଖୁବ୍‌ ଉତ୍ସାହିତ ଅଛନ୍ତି। […]

  • Saturday, 10 July 2021
maoist landmine blast
ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ଗୁରୁତର

ମାଲକାନଗିରି (ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ବୋଗାପଦର ପାହାଡ଼ରେ ଆଜି ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ଏଥିରେ ୨ ଜଣ ଏସ୍ଓଜି ଯବାନ ଗୁରୁତର ଆହତ ହୋଇଛନ୍ତି। ବୋଗାପଦର ପାହାଡ଼ରେ ମାଓ ଶିବିର ଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇବା ପରେ ଗତକାଲିଠାରୁ ଏସ୍ଓଜି ଯବାନମାନେ ଅପରେସନ୍‌ରେ ଯାଇଥିଲେ। ତେବେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ମାଓବାଦୀମାନେ ପାହାଡ଼ରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଥିବା ଜଣାପଡ଼ିଛି।  

  • Saturday, 10 July 2021
112113123
ବିଜେପୁର ଭୋଟ; ୬ଷ୍ଠ ରାଉଣ୍ଡ ସୁଦ୍ଧା ରୀତା ସାହୁ ଆଗରେ

ବରଗଡ଼: ବିଜେପୁର ବିଧାନସଭା ଆସନ ପାଇଁ ହୋଇଥିବା ଉପ ନିର୍ବଚନର ଫଳାଫଳ ଆଜି ଜଣାପଡ଼ିବ।  ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ବର୍ତ୍ତମାନ ସୁଦ୍ଧା ୬ଷ୍ଠ ରାଉଣ୍ଡ ଭୋଟ ଗଣତି ସରିଲାଣି।  ପ୍ରଥମ ୫ଟି ରାଉଣ୍ଡ  ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗରେ ଥିବାବେଳେ ୬ଷ୍ଠ ରାଉଣ୍ଡରେ ମଧ୍ୟ ସେ ଆଗରେ ଅଛନ୍ତି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି  ୪୭୮୮ ଖଣ୍ଡ ଭୋଟ୍‌ରେ ଆଗୁଆ ରହିଥିଲା। ରୀତା ସାହୁଙ୍କୁ […]

  • Saturday, 10 July 2021
maoist deadbody
ପରିବାରବର୍ଗଙ୍କୁ ହସ୍ତାନ୍ତର ହେଲା ୩ ମାଓବାଦୀଙ୍କ ଶବ

କୋରାପୁଟ: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ବୁଧବାର ହୋଇଥିଲା ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିକାଣ୍ଡ। ଏଥିରେ ୫ ମାଓବାଦୀ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ମୃତଶରୀରକୁ ବ୍ୟବଚ୍ଛେଦ ପରେ ଶନିବାର ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି କୋରାପୁଟ ପୋଲିସ। ଏହି ତିନିଜଣଙ୍କ ମଧ୍ୟରୁ ପାଲେଶୁ ୱେଙ୍କଟ କାମେଶ୍ୱରୀର ଘର ଆନ୍ଧ୍ର ପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲ୍ଲାର ଭିମାବରମ, ବିଡିକା ଲକ୍ଷ୍ମୀଙ୍କ ଘର ବିଜୟନଗରମ୍ ଜିଲ୍ଲାରେ ହୋଇଥିବା ବେଳେ କ୍ରିଷ୍ଣା ଓ୍ୱାଡେକା ନାରାୟଣପାଟଣା ବ୍ଲକ କାର୍ତ୍ତୁଲପେଟାର ବାସିନ୍ଦା […]

  • Saturday, 10 July 2021
1211
ବିଜେପୁର ଭୋଟ: ଆଗରେ ବିଜେଡି

ବରଗଡ଼: ବିଜେପୁର ବିଧାନସଭା ଆସନ ପାଇଁ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ପ୍ରଥମ ରାଉଣ୍ଡ ଓ  ଦ୍ୱିତୀୟ ରାଉଣ୍ଡ ପରେ ତୃତୀୟ ରାଉଣ୍ଡ ଗଣତି ଶେଷ ହୋଇଛି । ପ୍ରଥମ ଦୁଇ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ରୀତା ସାହୁ ଆଗରେ ଥିବାବେଳେ ତୃତୀୟ ରାଉଣ୍ଡ ଶେଷ ସୁଦ୍ଧ ମଧ୍ୟ ସେ ଆଗରେ ଅଛନ୍ତି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି  ୪୭୮୮ ଖଣ୍ଡ ଭୋଟ୍‌ରେ ଆଗୁଆ ରହିଥିଲା। ରୀତା ସାହୁଙ୍କୁ ୭୦୦୫ ଖଣ୍ଡ […]

  • Saturday, 10 July 2021
12222
ବର୍ଷା ଯୋଗୁ ବାତିଲ ହେଲା ଏହିସବୁ ଟ୍ରେନ

ଭୁବନେଶ୍ୱର: ଗତକାଲିଠାରୁ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ବର୍ଷା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷାକୁ ଦେଖି ଇଷ୍ଟ କୋଷ୍ଟ ରେଲୱେର ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଛି । ଆଜି ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ଟ୍ରେନ ଉଭୟ ପଟୁ ବାତିଲ ହୋଇଛି । ଆସନ୍ତାକାଲି ବ୍ରହ୍ମପୁରରୁ ଛାଡ଼ିବାକୁ ଥିବା ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର ମଧ୍ୟ ବାତିଲ କରାଯାଇଛି । ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ଉଭୟ ପଟୁ ବାତିଲ ହୋଇଛି । ଆସନ୍ତାକାଲି ଭୁବନେଶ୍ୱର ଛାଡ଼ିବାକୁ […]

  • Saturday, 10 July 2021
12112
ଏହି ୬ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର: ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। କେଉଁଠି ମୂଷଳଧାରା ତ କେଉଁଠି ତୁହାକୁ ତୁହା ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁ ରାସ୍ତା ଘାଟରେ ପାଣିର ସୁଅ ଛୁଟୁଛି। ତଳିଆ ଅଞ୍ଚଳ ଜଳମଗ୍ନ ହୋଇଗଲାଣି। ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ପ୍ରଥମେ ଗଞ୍ଜାମ, ଗଜପତି ଓ ଭଦ୍ରକ ଜିଲ୍ଲାର ସବୁ ସ୍କୁଲ, […]

  • Saturday, 10 July 2021
pick up van catches fire
ପିକ୍ଅପ୍ ଭ୍ୟାନ୍‌ରେ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଅନୁଗୁଳ(ବିରଜା ଦାସ): ଅନୁଗୁଳ-ଗୋପାଳପ୍ରସାଦ ରାସ୍ତାର ନତଡା ନିକଟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ହଠାତ୍‌ ନିଆଁ ଲାଗିଯାଇଛି। ଗାଡ଼ି ଚାଳକ ଓ ସହଯୋଗୀ ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଓଡି ୧୯- ୧୮୫୫ ନମ୍ବର ବିଶିଷ୍ଟଏକ ପିକ୍ଅପ୍ ଭ୍ୟାନ୍‌ ବ୍ୟବସାୟୀ ସାମଗ୍ରୀ ନେଇ ଅନୁଗୁଳରୁ ଗୋପାଳପ୍ରସାଦ ଅଭିମୁଖେ ଯାଉଥିବା ବେଳେ ନତଡା ନିକଟରେ ହଠାତ୍‌ ଗାଡ଼ିର ଇଞ୍ଜିନ୍‌ରେ ନିଆଁ ଲାଗି ଯାଇଥିଲା। ଉପସ୍ଥିତ ବୁଦ୍ଧି ଖଟାଇ ଗାଡ଼ିକୁ ରାସ୍ତା କଡ଼ରେ ଗାଡ଼ି ଚାଳକ ପାର୍କ କରିବା ସହ ଅଗ୍ନିଶମ ବାହିନୀକୁ […]

  • Saturday, 10 July 2021
bbsr slum area
ରାସନ କାର୍ଡ ନଥିଲେ ବି ରିଲିଫ ମିଳିବ

ଭୁବନେଶ୍ୱର: ରାସନ କାର୍ଡ ନଥିଲେ ବି ବାତ୍ୟା ବିପନ୍ନଙ୍କୁ ରିଲିଫ ମିଳିବ। ଭୁବନେଶ୍ୱର ମହାନଗର ନିଗମ( ବିଏମ୍‌ସି) ଅଞ୍ଚଳର ପ୍ରଭାବିତ ବସ୍ତି ବାସିନ୍ଦାଙ୍କୁ ସହାୟତା ଦେବାକୁ ସ୍ୱତନ୍ତ୍ର ରିଲିଫ କମିଶନର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ବିଏମ୍‌ସିର ସମସ୍ତ ବସ୍ତି ବାସିନ୍ଦାଙ୍କୁ ୫୦କେଜି ଚାଉଳ ସହ ଦୁଇ ହଜାର ଟଙ୍କା ଦି‌ଆଯିବ। ଏଥିସହ ପଲିଥିନ କିମ୍ବା ପଲିଥିନ ବାବଦକୁ  ପାଞ୍ଚଶହ ଟଙ୍କା ଦିଆଯିବ। ବର୍ତ୍ତମାନ କେବଳ ରାସନ କାର୍ଡ ଥିବା ବ୍ୟକ୍ତିଙ୍କୁ ରିଲିଫ ଦିଆଯାଉଛି। ସାମୁଦ୍ରିକ ଝଡ […]

  • Saturday, 10 July 2021
ri attack
କ୍ଷୟକ୍ଷତି ଆକଳନ ପାଇଁ ଆସିଥିବା ଆର୍‌ଆଇଙ୍କୁ ମାଡ଼ ଅଭିଯୋଗ

ଯାଜପୁର(ଗୁଲାମ୍‌ ଗସ୍‌): ଫୋନି କ୍ଷୟକ୍ଷତିର ଆକଳନ କରିବାକୁ ଆସିଥିବା ରାଜସ୍ୱ ନିରୀକ୍ଷକ(ଆର୍‌ଆଇ) ଓ ତାଙ୍କ ସହଯୋଗୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲାର ବିଂଝାରପୁର ତହସିଲର ପ୍ରୀତିପୁର ଗାଁକୁ ଫୋନି କ୍ଷୟକ୍ଷତିର ଆକଳନ କରିବାକୁ ଯାଇଥିବା ବେଳେ ରାଜସ୍ୱ ନିରୀକ୍ଷକଙ୍କୁ କିଛି ମହିଳା ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି। ଏଥିସହ ରାଜସ୍ୱ ନିରୀକ୍ଷକଙ୍କ ସହ ଯାଇଥିବା ଜଣେ କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିବା ସହ ଗଛରେ ବାନ୍ଧି ଦେଇଥିଲେ। ଏହି ଘଟଣା ସମ୍ପର୍କରେ ଆର୍‌ଆଇ ସଂଘ […]

  • Saturday, 10 July 2021
road blockade
ବିଦ୍ୟୁତ୍‌ ପାଇଁ ବିଭିନ୍ନ ସ୍ଥାନରେ ରାସ୍ତାରୋକ

ଜଗତସିଂହପୁର: ବିଦ୍ୟୁତ୍‌ ସଂଯୋଗ ଦାବିରେ ରାସ୍ତାରୋକ। ବାତ୍ୟା ‘ଫୋନି’ ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ଅନେକ ଅଞ୍ଚଳରେ ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ ହୋଇଛି। ଏ ପର୍ଯ୍ୟନ୍ତ  ବିଜୁଳି ସଂଯୋଗ ହୋଇ ନ ଥିବାରୁ ପ୍ରତିବାଦ କରି ଲୋକମାନେ ରାସ୍ତାକୁ ଓହ୍ଲାଇଥିଲେ। ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ଦାବିରେ ଆଜି କଟକ-ପାରୀଦୀପ ରାସ୍ତାର ବିଭିନ୍ନ ସ୍ଥାନରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଜୟପୁରରେ ଜୟପୁର ଗାଁ ଲୋକେ, ନୂଆପଡା ନିକଟରେ ଛପଡ଼ା ଓ ବିଦ୍ୟାଧରପୁର ପଞ୍ଚାୟତ ଲୋକେ ରାସ୍ତାରୋକ କରିଥିଲେ।  ଏଥିଯୋଗୁ […]

  • Saturday, 10 July 2021
heavy rainfall
୨୪ ଘଣ୍ଟା ପରେ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତାକାଲି ଯାଏ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୧ଟି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ୨୪ ଘଣ୍ଟା ପରେ ଆଭ୍ୟନ୍ତରୀଣ ଓ ଭପକୂଳ ଓଡିଶାରେ କାଳବୈଶାଖୀର ସମ୍ଭାବନା ରହିଛି।  ଏହାର ପ୍ରଭାବରେ ସାମାନ୍ୟ ବର୍ଷା ହେବା ସହ ତାପମାତ୍ରା ହ୍ରାସ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୪-୫ ଦିନ ପର୍ଯ୍ୟନ୍ତ ଏହି କାଳବୈଶାଖୀର ପ୍ରଭାବ ରହିବ ବୋଲି ପାଣିପାଗ […]

  • Saturday, 10 July 2021
congress
ପୁରୀରେ ସ୍ୱାସ୍ଥ୍ୟ ସେବା ପରଖିଲେ ଗୁଲାମ ନବୀ ଆଜାଦ

ପୁରୀ(ମଧୁସୂଦନ ମିଶ୍ର): ବାତ୍ୟା ‘ଫୋନି’ରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ସହରରେ କିଭଳି ସ୍ୱାସ୍ଥ୍ୟସେବା ଚାଲିଛି ସେନେଇ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ସ୍ଥିତି ପରଖିଛନ୍ତି। ସେ ଜିଲ୍ଲା ସଦର ଚିକିତ୍ସାଳୟରେ ଆହତଙ୍କୁ ଭେଟି କିଭଳି ଚିକିତ୍ସା ଚାଲିଛି ପଚାରି ବୁଝିଥିଲେ। ଏହାପରେ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ଦିଗରେ ସରକାରଙ୍କ ଆନ୍ତରିକତାକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ। କେନ୍ଦ୍ରରେ ଉପା ସରକାର ଥିବା ବେଳେ ପୁରୀରେ ମେଡିକାଲ୍  କଲେଜ ଓ ହସ୍ପିଟାଲ ନିର୍ମାଣ […]

  • Saturday, 10 July 2021
bbsr
ବିଦ୍ୟୁତ୍‌ ସଂଯୋଗରେ ବିଳମ୍ବ ଯୋଗୁ ତେଜୁଛି ଅସନ୍ତୋଷ

ଭୁବନେଶ୍ୱର: ବିଦ୍ୟୁତ୍‌ ସଂଯୋଗରେ ବିଳମ୍ବ ଯୋଗୁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାକୁ ନେଇ ଲୋକମାନେ ରାସ୍ତାକୁ ଓହ୍ଲାଉଛନ୍ତି। ଗତକାଲି ସନ୍ଧ୍ୟାରେ ମୁଣ୍ଡାସାହି ବାସିନ୍ଦା ସିଆରପି-ବରମୁଣ୍ଡା ରାସ୍ତା ଅବରୋଧ କରିଥିଲେ। ଏଥିପାଇଁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ନୟାପଲ୍ଲୀରେ ଥିବା ବିଦ୍ୟୁତ୍‌ ବିଭାଗ ଅଫିସରେ ମଧ୍ୟ ଲୋକମାନେ ହୋହଲ୍ଲା କରିଥିଲେ। ଏଥିସହ ପ୍ରଶାନ୍ତି ବିହାର ଅଞ୍ଚଳକୁ ବିଦ୍ୟୁତ୍‌ ସଂଯୋଗ ହୋଇ ନଥିବାରୁ କିଟ୍‌ ମୁଖ୍ୟ ରାସ୍ତାକୁ ଉତ୍ତ୍ୟକ୍ତ ଲୋକେ ୨ଘଣ୍ଟା ପର୍ଯ୍ୟନ୍ତ ଅବରୋଧ […]

  • Saturday, 10 July 2021
rss
‘ଫୋନି’ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ଆରଏସ୍‌ଏସ୍

ଭୁବନେଶ୍ୱର: ବାତ୍ୟା ‘ଫୋନି’ କ୍ଷତିଗ୍ରସ୍ତଙ୍କ ପାଇଁ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସ୍‌ଏସ୍) ସହାୟତାର ହାତ ବଢ଼ାଇଛି। ସଂଘ ପକ୍ଷରୁ ୧ ଲକ୍ଷ ୬୪ ହଜାର ୭୬ଜଣ ବିପନ୍ନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ, ପାଣି, ତାରପୋଲିନ ଓ ଔଷଧ ଯୋଗାଇ ଦିଆଯାଇଛି। ଏହାସହ କ୍ଷତିଗ୍ରସ୍ତ ହୋଇଥିବା ପ୍ରାୟ ୧୦ ହଜାର ପରିବାରକୁ ଆରଏସ୍‌ଏସ୍ ଖାଦ୍ୟ ଓ ଆର୍ଥିକ ସହାୟତା ଯୋଗାଇବ ବୋଲି ଜଣାପଡ଼ିଛି। ଏଥିସହ କ୍ଷତିଗ୍ରସ୍ତ ପାନ ଚାଷୀଙ୍କୁ ମଧ୍ୟ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା […]

  • Saturday, 10 July 2021
car accident
ଦୁର୍ଘଟଣାରେ ଶାଶୂ,ଶ୍ୱଶୁର ଓ ବୋହୂ ମୃତ, ୩ ଗୁରୁତର

ଢେଙ୍କାନାଳ: ବାର୍‌ହାକୁ ଧକ୍କା ଦେଇ କାର୍‌ଟିଏ ଓଲଟି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଜଣେ ବୃଦ୍ଧ ବ୍ୟକ୍ତି, ତାଙ୍କ ସ୍ତ୍ରୀ ଓ ବୋହୂଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଏବଂ ଦୁଇ ନାତିନାତୁଣୀ (୫ ବର୍ଷର ନାତି, ୯ ବର୍ଷର ନାତୁଣୀ) ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। […]

  • Saturday, 10 July 2021
accident
ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା; ୫ ଆହତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଟିସିଆଇ ଛକ ନିକଟରେ ବସ୍ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୫ଜଣ ବସ୍‌ ଯାତ୍ରୀଙ୍କ ସମେତ ଟ୍ରକ୍‌ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଗୁପ୍ତା ନାମକ ବସ୍‌ଟି ରାଉରକେଲାରୁ ଗୟା ଅଭିମୁଖେ ଯାଉଥିବା ବେଳେ ଟିସିଆଇ ଛକ […]

  • Saturday, 10 July 2021
khatia
ଆମ୍ବୁଲାନ୍ସ ଆସିଲାନି, ୫ କିମି ଖଟିଆରେ ବୁହା ହେଲେ ରୋଗୀ

ଫୁଲବାଣୀ:ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା କେତେ ବିପର୍ଯ୍ୟସ୍ତ ହୋଇପଡ଼ିଛି ତାହାର ପୁଣି ଏକ ନମୁନା ।  ରାସ୍ତା ଖରାପ ଯୋଗୁ ଗାଁକୁ ଗାଡ଼ି ଆସିପାରିଲାନି। ତେଣୁ ଖଟିଆରେ ବୁହା ହେଲେ ରୋଗୀ। ଏଥର ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଫିରିଙ୍ଗିଆ ବ୍ଲକ ମୁଣ୍ଡିମାସକା ଗାଁରେ। ମୁଣ୍ଡିମାସକା ଗାଁର କାମିନ ମଲ୍ଲିକ ନାମକ ଜଣେ ଗୁରୁତର ଅସୁସ୍ଥ ମହିଳାଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା। ହେଲେ ଆମ୍ବୁଲାନ୍ସ ନଆସିବାରୁ ମହିଳାଙ୍କୁ ଗାଁରୁ ପ୍ରାୟ ୫ […]

  • Saturday, 10 July 2021
dharmendra pradhan
ଖୁବ୍‌ଶୀଘ୍ର ପେଟ୍ରୋଲ ପମ୍ପରେ ଅନଲାଇନ୍ କାରବାର ସ୍ୱାଭାବିକ ହେବ

ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ଅଞ୍ଚଳରେ ତୈଳ ବିକ୍ରି ପ୍ରକ୍ରିୟା ଧରେ ଧୀରେ ସ୍ୱାଭାବିକ ହେଉଛି। ବିଶେଷ କରି ପୁରୀ, ଖୋର୍ଦ୍ଧା ଓ କଟକରେ ପେଟ୍ରୋଲ, ଡିଜେଲ ଓ LPG ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା କରିଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷତିଗ୍ରସ୍ତ ୨୩୪ଟି ପେଟ୍ରୋଲ ପମ୍ପରୁ ଆଜି ସୁଦ୍ଧା ୨୩୨ଟି କାର୍ଯ୍ୟକ୍ଷମ ହୋଇଛି। ବାକି ୨ଟି କାଲି କାର୍ଯ୍ୟକ୍ଷମ ହୋଇଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ୮ଟି ମୋବାଇଲ୍ ଟ୍ୟାଙ୍କର ଯୋଗେ ଡିଜେଲ, ପେଟ୍ରୋଲ […]

  • Saturday, 10 July 2021
new vc
ପଓ୍ୱନ କୁମାର ଅଗ୍ରଓ୍ୱାଲ୍ ଓୟୁଏଟିର ନୂଆ କୁଳପତି

ଭୁବନେଶ୍ୱର: ପଓ୍ୱନ କୁମାର ଅଗ୍ରଓ୍ୱାଲ୍ ହେଲେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ନୂଆ କୁଳପତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଆଜି ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ଏବେ ପଓ୍ୱନ କୁମାର ଅଗ୍ରଓ୍ୱାଲ୍ ଭାରତୀୟ କୃଷି ଗବେଷଣା ପରିଷଦ (ICAR)ର ଏଡିଜି ଭାବେ କାର୍ଯ୍ୟ କରୁଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ୧୯ ତାରିଖରେ କୃଷି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କୁଳପତି ପଦ ଛାଡ଼ିବା ସହ ସରକାରୀ ଚାକିରିରୁ […]

  • Saturday, 10 July 2021
sarathi
କୋର୍ଟରେ ହାଜର ହେଲେ ସାରଥି

କଟକ: ସାରଥି ଓରଫ୍ ସନ୍ତୋଷ ରାଉଳଙ୍କୁ ଆଜି କଟକ ଏସ୍‌ସି/ଏସ୍‌ଟି କୋର୍ଟରେ ହାଜର କରାଯାଇଥିଲା। କ୍ରାଇମବ୍ରାଞ୍ଚର ମୂଳ ମାମଲାର ଚାର୍ଜଫ୍ରେମ୍ ପାଇଁ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତେବେ ଆଜି କୋର୍ଟରେ ଅନ୍ୟ ୨ଦୁଇ ଜଣ ସାକ୍ଷୀ ଅନୁପସ୍ଥିତ ରହିବାରୁ ଚାର୍ଜଫ୍ରେମ୍ ହୋଇପାରିନାହିଁ। ଆସନ୍ତା ୧୭ରେ ସାରଥିଙ୍କୁ ହାଜର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  • Saturday, 10 July 2021
0000000000001
ମୁଖ୍ୟମନ୍ତ୍ରୀଙ୍କଠାରୁ ଅଧିକ ଭୋଟ ପାଇବେ ରୀତା !

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ଭୋଟ ପାଇବାରେ ମୁଖ୍ୟମନ୍ତ୍ରୀଙ୍କୁ ଟପିଯିବେ ରୀତା ସାହୁ । ଏଭଳି ଆକଳନ କରିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂହ।  ସୁଶାନ୍ତ କହିଛନ୍ତି, ଗତ ନିର୍ବାଚନରେ ନବୀନ ଯେତିକି ଭୋଟ ପାଇଥିଲେ, ରୀତା ତାକୁ ଟପିଯିବେ । ସେ ଏକଥା ସିଧାସଳଖ ନ କହିଲେ ମଧ୍ୟ ପରୋକ୍ଷରେ ଏହିପରି ଆକଳନ କରିଛନ୍ତି । ସେ କହିଛନ୍ତି, ଉପନିର୍ବାଚନବେଳେ ବିଜେପୁର ମାହୋଲ ପୂରା ବିଜେଡ଼ି ସପକ୍ଷରେ ଥିଲା। ତେଣୁ ଏଥର  ବିଜେଡି ୧.୨୫ଲକ୍ଷରୁ ୧.୪୦ ଲକ୍ଷ ଭୋଟ […]

  • Saturday, 10 July 2021