ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ପୁଣି ବ୍ରାଉନ୍ ସୁଗାର ଜବତ ହୋଇଛି। ଆଜି ଭୁବନେଶ୍ୱରର ୨ଟି ସ୍ଥାନରେ ଚଢ଼ାଉ କରି ଅବକାରୀ ବିଭାଗ ସାଢ଼େ ୬ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ କରିଛି। ସାଲିଆ ସାହିରୁ ୧୮ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ ହୋଇଥିବା ବେଳେ ମଞ୍ଚେଶ୍ୱରରୁ ୫୨ ଗ୍ରାମ୍ ଜବତ ହୋଇଛି। ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଗିରଫ କରିଛି । ଗତ କିଛି ଦିନ ଧରି ଭୁବନେଶ୍ୱରର ବିଭିନ୍ନ […]
ସମ୍ୱଲପୁର: ରିଲାଏନ୍ସ ରିଟେଲ୍ ପକ୍ଷରୁ ସମ୍ବଲପୁରରେ ଖୋଲାଯାଇଛି ବୃହତ ଆକାରର ଗ୍ରୋସରି ସୁପରମାର୍କେଟ । ସମ୍ୱଲପୁର ବୁଢ଼ାରଜା ମେନ୍ ରୋଡ୍ ସ୍ଥିତ ବାଲାଜୀ ଡେଭଲପରର ପ୍ରଥମ ଫ୍ଲୋର୍ରେ ଖୋଲାଯାଇଛି ଏହି ସୁପରମାର୍କେଟ । ଗୋଟିଏ ଛାତ ତଳେ ଗ୍ରୋସରି, ଫଳ ଓ ପନିପରିବା, ଦୁଗ୍ଧ ଠାରୁ ଆରମ୍ଭ କରି କିଚେନ ଓୟାର ଏବଂ ହୋମଓୟାର ଇତ୍ୟାଦି ପର୍ଯ୍ୟନ୍ତ ବ୍ୟାପକ ଉତ୍ପାଦକୁ ପ୍ରଦାନ କରି ଏହି ଫ୍ଲୋର ୱାନ-ଷ୍ଟପ ସପିଙ୍ଗ ଅନୁଭୂତି ପ୍ରଦାନ କରୁଛି। ରିଲାଏନ୍ସ ସ୍ମାର୍ଟ ବର୍ଷ […]
ଭୁବନେଶ୍ୱର: ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ ବ୍ୟକ୍ତି। ବିଜେଡି ଉପ-ସଭାପତି ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଆଜି ଗଣମାଧ୍ୟମ ଆଗରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇଛନ୍ତି। ଦେଶ ତଥା ଓଡ଼ିଶାବାସୀ ନବୀନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି ସୂର୍ଯ୍ୟ ଦାବି କରିଛନ୍ତି। କିନ୍ତୁ କଂଗ୍ରେସ ସମର୍ଥନରେ ପ୍ରଧାନମନ୍ତ୍ରୀ ହେବା ଅନୁଚିତ୍ ବୋଲି ସୂର୍ଯ୍ୟନାରାୟଣ ରୋକଠୋକ୍ କହିଛନ୍ତି। କାରଣ ବହୁ ସମୟରେ କଂଗ୍ରେସ ଅନ୍ୟକୁ ପ୍ରଧାନମନ୍ତ୍ରୀ କରି ପଛରୁ ଗୋଡ଼ ଟାଣିବାର ନଜିର ରହିଥିବା […]
ଝାରସୁଗୁଡା:ଝାରସୁଗୁଡା ବାଲିଜୋରି ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ମାଡ଼ ମାରିଛନ୍ତି ପ୍ରଧାନଶିକ୍ଷକ। ମାଡ଼ ଖାଇବା ପରେ ଛାତ୍ରଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଛି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଅଭିଯୋଗ ଅନୁଯାୟୀ, ବାଲିଜୋରି ନୋଡାଲ ପ୍ରାଥମିକ ବିଦ୍ୟାଳୟର କିଛି ଛାତ୍ରଙ୍କ ମଧ୍ୟରେ ସ୍କୁଲ ଛୁଟି ପରେ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ସେମାନଙ୍କୁ ଆକଟ କରିବାକୁ ଯାଇ ପ୍ରଧାନଶିକ୍ଷକ ଜଣେ ଛାତ୍ରଙ୍କୁ ମାଡ ମାରିଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ଚିକିତ୍ସା […]
ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ପାଲୁଣୀପଡ଼ା ଗାଁରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ନାଁ ମନୋଜ ମହାନନ୍ଦ। ତାଙ୍କ ମୃତଦେହକୁ କେନ୍ଦୁପତ୍ର ଫଡ଼ି ନିକଟ ଏକ ବୁଦାରୁ ଉଦ୍ଧାର କରାଯାଇଛି। ଗତ ମଙ୍ଗଳବାରଠୁ ମନୋଜ ନିଖୋଜ ଥିଲେ। ଆଜି ତାଙ୍କର ଗଳିତ ମୃତଦେହ କିଛି କେନ୍ଦୁପତ୍ର ତୋଳାଳି ଦେଖିବା ପରେ ପୁଲିସ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ […]
କୋରାପୁଟ: ବାପା ଚାଲି ଯାଇଥିଲେ। ମା’ର ପଣତ ତଳେ ଦୁନିଆର ଦୁଃଖକୁ ଭୁଲି ଯାଇଥିଲେ କୁନି କୁନି ଛୁଆ ତିନୋଟି। ହେଲେ ଭଗବାନ ସେତକ ବି ଛଡ଼ାଇ ନେଲେ। ଦୁଇଦିନ ତଳେ ମା’ ତାଙ୍କୁ ଛାଡ଼ି ସବୁଦିନ ପାଇଁ ଚାଲିଗଲେ। ମା’ ଗଲା ପରଠାରୁ ପେଟକୁ ଦାନା ମୁଠାଏ ତାଙ୍କ ପାଇଁ ନ ଥିଲା। ହେଲେ ଗଣମାଧ୍ୟମ ଯୋଗୁ ଏମାନଙ୍କ ଦୁଃଖ ଦୂର ହୋଇ ପାରିଛି। ‘ଓ’ ଟିଭିରେ ଖବର ପ୍ରସାରଣ ପରେ ଜିଲ୍ଲା ପ୍ରଶାସନ ଏମାନଙ୍କୁ […]
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ରାଣୀବସାଣ ଗାଁରେ ବାହାଘର ଭୋଜି ଖାଇ ଝାଡ଼ାବାନ୍ତି ଘଟଣାରେ ଅସୁସ୍ଥଙ୍କ ସଂଖ୍ୟା ୧୫୦କୁ ବୃଦ୍ଧି ହୋଇଛି। ଖବର ଲେଖାଯିବା ସୁଦ୍ଧା ଏବେବି ଡାକ୍ତରୀ ଟିମ୍ ଗାଁରେ ଚିକିତ୍ସା କରୁଛନ୍ତି। ରାଣୀବସାଣ ଗାଁର ଜଣେ ବ୍ୟକ୍ତିଙ୍କ ବାହାଘର ପରେ ଗତକାଲି ରାତିରେ ଚତୁର୍ଥୀ ଭୋଜି ହୋଇଥିଲା। ଗାଁର ଶତାଧିକ ଲୋକେ ଏହି ଭୋଜି ଖାଇଥିଲେ। ତେବେ ଭୋଜି ଖାଇବା ପରେ ବର କନ୍ୟାଙ୍କ ସହ ଅନେକ ଲୋକ ଅସୁସ୍ଥ ଅନୁଭବ କରିଥିଲେ। […]
ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବିଶେଷ କରି ଉପକୂଳ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଓଡ଼ିଶାରେ ତାପମାତ୍ରା ବୃଦ୍ଧିକୁ ନେଇ କ’ଣ କହୁଛନ୍ତି ପାଣିପାଗ […]
କେନ୍ଦ୍ରାପଡ଼ା: ଗୁଣି ଓ ଗୁଣିଆଙ୍କ ନାଁରେ ଲୋକଙ୍କୁ ଆଉ ଭୂଆଁ ବୁଲାଇ ପାରିବେନି। ଲୋକ ଏଣିକି ସଚେତନ ହେଲେଣି। ଯଦି ଗୁଣିଆ କହୁଛ ଆଗେ ଦକ୍ଷତାର ପରୀକ୍ଷା ଦିଅ। ତା’ ପରେ କାମ କରିବ। ଏମିତି ଏକ ଭଲ ଖବର ଅଛି କେନ୍ଦ୍ରାପଡ଼ା ଜିଲ୍ଲଶ ରାଜକନିକା ଅନ୍ତର୍ଗତ ଲୁହାରମୁହିଁ ଗାଁରେ। ଚୋର ଧରିବାକୁ ଗୁଣିଆ ଆସିଲା, ପ୍ରଥମେ ଦକ୍ଷତାର ପରୀକ୍ଷା ଦେଲା। ହେଲେ ପରୀକ୍ଷାରେ ଫେଲ୍ ହେବାରୁ ହେଲା ଲୋକହସା । ମିଳିଥିବା ସୂଚନା ଅନୁଯାୟୀ, ଗାଁର […]
ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ପାଣି ପଡ଼ି ଶିଶୁ ଗୁରୁତର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମ୍ପୃକ୍ତ ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ବହିଷ୍କୃତ କରାଯାଇଛି। ଏଥିସହ ଅଙ୍ଗନବାଡି କେନ୍ଦ୍ରର ସୁପରଭାଇଜରଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ନିଲମ୍ବନ କରିଛି। ଅନ୍ୟପକ୍ଷେ, ଗୁରୁତର ଶିଶୁ ଏବେବି କଟକ ଏସ୍ସିବିରେ ଚିକିତ୍ସିତ ହେଉଛନ୍ତି। ମଙ୍ଗଳବାର ଦିନ ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ଜଟିଆପାଲି ଅଙ୍ଗନବାଡ଼ି କେନ୍ଦ୍ରରେ ଗରମ ପାଣି ପଡ଼ି ୩ ବର୍ଷର […]
ଭଦ୍ରକ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା । ଜଣେ କଲେଜ ଛାତ୍ରୀଙ୍କୁ ବିଧବା ଦର୍ଶାଇ ନେଇଛନ୍ତି ଆବାସ ଗୃହ। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ତିିହିଡି ବ୍ଲକ ନରେନ୍ଦ୍ରପୁର ଗାଁରୁ । ଅଭିଯୋଗ ଅନୁଯାୟୀ, ୨୦୧୯-୨୦ରେ କଲେଜରେ ପଢୁଥିବା ଜଣେ ଛାତ୍ରୀଙ୍କୁ ବିଧବା ଦର୍ଶାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କ ନାଁ ଘର ଯୋଗାଇ ଦିଆଯାଇଛି । ସେଥିପାଇଁ ୧ଲକ୍ଷ ୨୦ ହଜାର ଟଙ୍କାରୁ ପ୍ରଥମ କିସ୍ତି ବାବଦକୁ ୨୦ ହଜାର ଟଙ୍କା ଦିଆଯାଇଛି । […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୬ ମହଲାରୁ ପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଟୁନା ବେହେରା। ତାଙ୍କ ଘର ଗଁଦିଆ ଥାନା ଅନ୍ତର୍ଗତ ମହୁଲଖୋଳ ଗାଁରେ। ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିଛି। ଟୁନା କାଲି ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ। ତେବେ କିପରି ଓ କେଉଁଭଳି ପରିସ୍ଥିତିରେ ସେ ୬ ମହଲାରୁ ତଳକୁ ଖସି ପଡ଼ିଲେ, ତା’ର କାରଣ ସ୍ପଷ୍ଟ ହୋଇନି। ଅନ୍ୟପକ୍ଷେ, ରୋଗୀ ଜଣଙ୍କ ଆତ୍ମହତ୍ୟା କରିଥିବା ମେଡିକାଲ ଏଡିଏମ୍ଓ […]
ତେବେ ଉଭୟଙ୍କୁ ଏୟାରଲିଫ୍ଟ କରିବା ପାଇଁ ଆସିବାକୁ ଥିବା ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ଖରାପ ପାଗ ଯୋଗୁଁ ଆଗକୁ ବଢ଼ି ନପାରି ଛତିଶଗଡ଼ ମହାସମୁନ୍ଦରୁ ଫେରିଯାଇଥିଲା। ହେଲେ ସୌଭାଗ୍ୟକୁ ଏତିକି ବେଳେ ହେଲିକ୍ପଟର ଯୋଗେ କୋରାପୁଟ୍-ମାଲକାନଗିରି ଗସ୍ତରେ ଯାଉଥିବା ଡିଜିପି ଅଭୟଙ୍କ ପାଖେ ଏ ଖବର ପହଞ୍ଚିଯାଇଥିଲା। ଆଉ ସେ ତୁରନ୍ତ ଗସ୍ତ ବାତିଲ କରି ସୁନାବେଡ଼ାରୁ ସିଧା ପାଦେଲପଡ଼ା ପହଞ୍ଚିଥିଲେ। ଉଭୟଙ୍କୁ ନିଜ ହେଲିକପ୍ଟରରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ନେଇ ଆସିଥିଲେ।
କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା କ୍ରେଡିଟ୍ କୋପରଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କ ନାଁରେ ସାଂଘାତିକ ଅଭିଯୋଗ। ସୋସାଇଟିରେ କାମ କରୁଥିବା ଜଣେ ଯୁବତୀଙ୍କ ପ୍ରତି ସେ ଅସଦାଚରଣ କରିଥିଲେ। ଏ ନେଇ ଯୁବତୀଜଣକ ୬ ମାସ ତଳେ ପ୍ରମୋଦଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା। ହେଲେ ଏ ଯାଏ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ସଂପୃକ୍ତା ଯୁବତୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୀଡ଼ିତା ଅଭିଯୋଗ କରିଛନ୍ତି ଯେ, ସେ କେନ୍ଦ୍ରାପଡ଼ା […]
ବାଲେଶ୍ୱର: ଜଣେ ଅଭିଯୁକ୍ତକୁ ଧରିବାକୁ ଯାଇ ଲହୁଲୁହାଣ ହୋଇଛି ପୁଲିସ ଟିମ୍। ଗାଁ ଲୋକେ ପୁଲିସ ଟିମ୍କୁ ଅଟକ ରଖିବା ସହ ଆକ୍ରମଣ କରିଥିବା ବେଳେ ସେପଟେ ଖସି ପଳାଇ ଯିବାରେ ସକ୍ଷମ ହୋଇଛି ଅଭିଯୁକ୍ତ। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅଞ୍ଚଳରେ। ବାଲେଶ୍ୱର ଜିଲ୍ଲା ଔପଦା ଥାନା ଜୁରିଆପାଟଣା ଗାଁର ଅଜୟ ମଲ୍ଲିକ ନାମକ ଜଣେ ଯୁବକଙ୍କ ବିରୋଧରେ ଠକେଇ ଅଭିଯୋଗ ଥିଲା। ସେ ଜମି ଦେବାକୁ କହି ରାଉରକେଲାର ସଦାନନ୍ଦ […]
କେନ୍ଦୁଝର: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦୁଝରରେ ପହଞ୍ଚିଛି ସେଣ୍ଟ୍ରାଲ ଏମ୍ପାଓ୍ୱାର କମିଟି ବା CEC ଟିମ୍ । ପି.ଭି.ଜୟକ୍ରିଷ୍ଣନଙ୍କ ନେତୃତ୍ୱରେ ୪ ଜଣିଆ ସିଇସି ଟିମ୍ କେନ୍ଦୁଝର ସର୍କିଟ ହାଉସରେ ପହଞ୍ଚିଛନ୍ତି । ଏହି ଟିମ୍ ଆଜି OMBADC ଅର୍ଥରେ ର୍ନିମିତ ପ୍ରକଳ୍ପର ତଦାରଖ କରିବେ। CEC ଟିମ୍ ଗ୍ରାମ୍ୟ ଜଳଯୋଗାଣ ବିଭାଗ ଦ୍ୱାରା ୧ ହଜାର କୋଟିରୁ ଅଧିକ ଟଙ୍କାରେ ନିର୍ମିତ ପ୍ରକଳ୍ପର ମଧ୍ୟ ଅନୁଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି । କେନ୍ଦୁଝର ପରେ ମୟୂରଭଞ୍ଜ […]
ପୁରୀ: ପୁରୀ ଜିଲ୍ଲା ସଦର ଥାନା ପାଖ ଟ୍ରାନ୍ସଫର୍ମରରେ କାମ କରିବା ବେଳେ ଜଣେ ବିଦ୍ୟୁତ୍ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପବିତ୍ର ଜେନା। ତାଙ୍କୁ ବାଧ୍ୟ କରାଯାଇ କାମରେ ନିୟୋଜିତ କରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ନିୟମ ଅନୁସାରେ, ୬ଟା ପରେ କୌଣସି କାମ ହୁଏ ନାହିଁ। ତେବେ ରାତି ୧୧ଟା ପର୍ଯ୍ୟନ୍ତ ଜେଇ ଶ୍ରମିକମାନଙ୍କୁ ବାଧ୍ୟ କରି କାମରେ ଲଗାଇଥିଲେ। ଫଳରେ […]
ଜଳେଶ୍ୱର(ଅଜିତ ଦାସ): ବାହାଘର ଭୋଜି ଖାଇ ବର, କନ୍ୟାଙ୍କ ସମେତ ୩୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ରାଣୀବସାଣ ଗାଁରେ ଏହି ଘଟଣା ଘଟିଛି। ସମସ୍ତ ଅସୁସ୍ଥଙ୍କୁ ଜଳେଶ୍ୱର ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଗତ ରାତିରେ ରାଣୀବସାଣ ଗାଁରେ ବିବାହ ଭୋଜି ଖାଇବା ପରେ ବର, କନ୍ୟାଙ୍କ ସମେତ ଗାଁର ୩୦ରୁ ଅଧିକ ଲୋକଙ୍କର ପେଟ ଯନ୍ତ୍ରଣା ହୋଇଥିଲା। ପରେ ସମସ୍ତେ ଅସୁସ୍ଥ ଅନୁଭବ କରିଥିଲେ। ଖାଦ୍ୟ ବିଷାକ୍ତରୁ ଝାଡ଼ାବାନ୍ତି […]
ବ୍ରହ୍ମପୁର(ଅଶୋକ ବ୍ରହ୍ମା): ପୁରୁଣା ବ୍ରହ୍ମପୁର ସ୍ଥିତ ଗୌଡ଼ ସାହିରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ତାଙ୍କ ନାଁ ଟୁଟୁ ହାତୀ। ସେ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ସାଢ଼େ ନଅଟା ସମୟରେ ଶ୍ରୀଦୁର୍ଗା କ୍ଲଥ୍ ଷ୍ଟୋର ସମ୍ମୁଖରେ ଥିବା ମଦ ଦୋକାନ ନିକଟରେ ଏହି ଆକ୍ରମଣ ହୋଇଛି। ତେବେ କିଏ ଓ କାହିଁକି ଏଭଳି ଆକ୍ରମଣ କରିଛି ତାହା ଜଣାପଡ଼ିନାହିଁ।
ରାଉରକେଲା: ବିଦ୍ୟୁତ୍ ମରାମତି ପାଇଁ ଭୁବନେଶ୍ୱର ଆସିଥିବା ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ରାଉରକେଲା ସରକାରୀ ଆଇଟିଆଇ କଲେଜ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି। ମୃତ ଛାତ୍ର ହେଲେ ଭାସ୍କର ସାହୁ। ବିଦ୍ୟୁତ୍ ମରାମତି ପାଇଁ ଭାସ୍କର ଭୁବନେଶ୍ୱର ଆସିଥିଲେ। ତେବେ ବୁଧବାର ଦିନ ରାତିରେ ରାଉରକେଲା ଫେରିବା ବାଟରେ ଟ୍ରେନ୍ରୁ ଖସି ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ରାଉରକେଲା ଆଇଟିଆଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ କଲେଜ ଗେଟ୍ରେ ତାଲା […]
ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବିତ ଉଦ୍ୟୋଗୀମାନଙ୍କୁ ମୁଦ୍ରା ଓ ବିଭିନ୍ନ ଯୋଜନାରେ ଖୁବ୍ଶୀଘ୍ର ଋଣ ମିଳିବ ବୋଲି ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି। ଏହାସହ ପଡ଼ି ରହିଥିବା ୬ଶହ ଆବେଦନକୁ ୭ଦିନ ମଧ୍ୟରେ ଋଣ ଦେବା ଲାଗି ନିଷ୍ପତ୍ତି ହୋଇଛି। ତେବେ ନୂଆ ଋଣ ପାଇଁ ଆବେଦନ କରୁଥିବା ଉଦ୍ୟୋଗୀ ମାନଙ୍କୁ ମଧ୍ୟ ଯଥା ଶୀଘ୍ର ଋଣ ଯୋଗାଇ ଦିଆଯିବ ବୋଲି ଏସ୍ବିଆଇ ଡିଜିଏମ୍ ସତ୍ୟନାରାୟଣ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଗତକାଲି ୨୫ଜଣ […]
ପୁରୀ: ବିଶ୍ୱର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଅବୁ ବକର ଅଲ୍ ବାଗ୍ଦାଦିର ମୃତ୍ୟୁକୁ ନେଇ ପୁରୀ ବେଳାଭୂମିରେ ବାଲୁକାକଳା। ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଗ୍ଦାଦିର ମୃତ୍ୟୁକୁ ନିଜ କଳା ମାଧ୍ୟମରେ ପ୍ରଦର୍ଶିତ କରିଛନ୍ତି। ଏଥିରେ ବାଗ୍ଦାଦିର ବାଲୁକା ଚିତ୍ର ସହ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି ଶିଳ୍ପୀ ସୁଦର୍ଶନ । ବିଶ୍ୱରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ ବୋଲି ସେ ତାଙ୍କ ବାର୍ତ୍ତାରେ କହିଛନ୍ତି।
ମାଲକାନଗିରି: ସାପ କାମୁଡ଼ି ଦେବା ପରେ ପିଟିପିଟି ମାରିଦେଲେ ସାପକୁ । ତଥାପି ମନରୁ ଭୟ ଛାଡ଼ିଲାନି। ମଲା ସାପକୁ ଧରି ମେଡିକାଲକୁ ଆସିଲେ ଜଣେ ଯୁବକ। ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମଭି-୬୩ ଡାକ୍ତରଖାନାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଲା ସାପକୁ ଦେଖିବା ପରେ ଡାକ୍ତରଖାନାରେ ମଧ୍ୟ ଆତଙ୍କ ଖେଳି ଯାଇଥିଲା। ରୋଗୀ ଓ ତାଙ୍କ ପରିବାର ଲୋକେ ମଲା ସାପକୁ ଦେଖି ଭୟଭୀତ ହୋଇ ପଡ଼ିଥିଲେ। ଘଟଣା ଥିଲା ଏମିତି। ଯୁବକ ଜଣକ ପୋଖରୀରେ […]
ଭୁବନେଶ୍ୱର: ମୁମ୍ବାଇରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ରିଲିଫ ସାମଗ୍ରୀ ପଠାଇବା ପାଇଁ ଚାହୁଁଥିଲେ ମଧ୍ୟ ଓଡିଶାକୁ ପଠାଇ ପାରୁନାହାନ୍ତି। ଓଡିଶାର ‘ଫୋନି’ ପ୍ରଭାବିତଙ୍କ ପାଇଁ ମୁମ୍ବାଇରେ ରହୁଥିବା ଓଡ଼ିଆ ଲୋକମାନେ ପ୍ରାୟ ୨୦ଟନ୍ ସାମଗ୍ରୀ ଏକତ୍ରିତ କରିଛନ୍ତି। ଚୁଡା, ବିସ୍କୁଟ୍, ପିଇବା ପାଣି, କମଳ, ମହମବତୀ, ଦିଆସିଲି, ଟର୍ଚ୍ଚ ଲାଇଟ୍, ଓଷଧ ସହ ଅନ୍ୟ ଜରୁରୀ ସାମଗ୍ରୀ ଏକାଠି କରାଯାଇଛି। କିନ୍ତୁ ଏହାକୁ ରଖିବା ପାଇଁ ମୁମ୍ବାଇ ସ୍ଥିତ ଓଡିଶା ଭବନକୁ ନିଆଯାଇଥିଲା। ହେଲେ ସେଠାରେ ରଖିବା […]
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ବାତ୍ୟା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସେବା ପ୍ରଭାବିତ ହୋଇଛି। ବାତ୍ୟା ପରେ ବିଭିନ୍ନ ସ୍ଥାନରେ ପାଣି ଓ ବିଦ୍ୟୁତ୍ ସଂଯୋଗକୁ ନେଇ ଅସନ୍ତୋଷ ଦେଖାଯାଇଥିବା ବେଳେ କିଛି ସ୍ଥାନରେ ଲୋକେ ରାସ୍ତା ଉପରକୁ ମଧ୍ୟ ଓହ୍ଲାଇଛନ୍ତି। ବାତ୍ୟାର ୧୨ ଦିନ ପରେ ବି ଜଗତସିଂହପୁର ଜିଲ୍ଲାର ଅନେକ ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ହୋଇପାରିନାହିଁ। ଏହାର ପ୍ରତିବାଦ କରି ରାଜ ରାସ୍ତାକୁ ଲୋକେ ଓହ୍ଲାଇଛନ୍ତି। ଆଜି କଟକ-ପାରାଦୀପ ରାସ୍ତାର ରଘୁନାଥପୁର ବଜାର […]