• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

vlcsnap-error538
ବିପଦ ସଙ୍କେତ ଉପରେ ବଂଶଧାରା ନଦୀର ଜଳସ୍ତର

ପାରଳାଖେମୁଣ୍ଡି: ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଗଜପତି ଜିଲ୍ଲାର କାଶୀନଗରଠାରେ ବିପଦ ସଙ୍କେତ ଉପରେ ବଂଶଧାରା ନଦୀର ଜଳସ୍ତର ପ୍ରବାହିତ ହେଉଛି। ବିପଦ ସଂକେତ ୫୪. ୬୦ ମିଟର ଥିବାବେଳେ ୫୫. ୪୦ ମିଟରରେ ପ୍ରବାହିତ ହେଉଛି ବନ୍ୟା ଜଳ। ଫଳରେ କାଶୀନଗର ବ୍ଲକ୍‌ର ସାରା, ବାଡିଗାଁ, ପୁରୁଟିଗୁଡା, ନୂଆସାରା ସମେତ ୧୮ଟି ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶର ଗୋଟା ବ୍ୟାରେଜ୍‌ର […]

  • Monday, 12 July 2021
bjd
ପାଟକୁରା ନିର୍ବାଚନ ଫଳାଫଳ: ୧୨ତମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନ ଲାଗି ଆଜି ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ୧୨ ରାଉଣ୍ଡ ଶେଷ ସୁଦ୍ଧା ୧୬, ୧୪୪ ଭୋଟ୍‌ରେ ବିଜେଡି ଆଗୁଆ ରହିଛି।  ଏହି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍‌ଙ୍କୁ ୬୯, ୬୯୬ ଖଣ୍ଡ ଭୋଟ୍ ମିଳିଛି। ସେହିପରି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୫୩, ୫୫୨ ଖଣ୍ଡ ଏବଂ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ୧୬୯୩ ଖଣ୍ଡ ଭୋଟ୍ ମିଳିଛି। ଶେଷ ୧୦ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ତାଙ୍କ […]

  • Monday, 12 July 2021
vvpat
ପାଟକୁରା ନିର୍ବାଚନ ଫଳାଫଳ: ୧୦ମ ରାଉଣ୍ଡ୍‌ ଶେଷ ସୁଦ୍ଧା ବିଜେଡି ଆଗୁଆ

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନ ଲାଗି ଆଜି ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ତେବେ ୧୦ମ ରାଉଣ୍ଡ ଶେଷ ସୁଦ୍ଧା ୧୪, ୯୫୮ ଭୋଟ୍‌ରେ ବିଜେଡି ଆଗୁଆ ରହିଛି। ୧୦ମ ରାଉଣ୍ଡ୍‌ରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍‌ଙ୍କୁ ୫୮, ୯୧୯ ଖଣ୍ଡ ଭୋଟ୍ ମିଳିଛି। ସେହିପରି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୪୩, ୯୬୧ ଖଣ୍ଡ ଏବଂ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ୧୫୩୯ ଖଣ୍ଡ ଭୋଟ୍ ମିଳିଛି। ଶୀଘ୍ର ଗଣତି କରି ଦିନ […]

  • Monday, 12 July 2021
Car
ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା, ଭୂସ୍ଖଳନ ଯୋଗୁଁ ମାଟି ତଳେ ଫସିଲା ଯାନବହାନ

ହିମାଚଳ ପ୍ରଦେଶ, କୁଲୁ ଅନ୍ତର୍ଗତ ବାଜୋରା ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ପରେ ମାଟି ତଳେ ଫସିଛି ଅନେକ ଯାନବହାନ

ctc
କଟକରେ ଫୁଟିଲା ବୋମା

କଟକ: କଟକ ଖାନନଗର ପୂଜା ମଣ୍ଡପ ନିକଟରେ ଥିବା ଏକ ମିଠା ଦୋକାନ ଉପରକୁ ବୋମାମାଡ଼ ହୋଇଛି। ଆଜି ସକାଳେ ଏହି ବୋମାମାଡ଼ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ମିଠା ଦୋକାନ ଉପରକୁ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ତେବେ କେଉଁ କାରଣରୁ ବୋମାମାଡ଼ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ବୋମାମାଡ଼ରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଘଟଣାସ୍ଥଳରେ ବାଦାମବାଡ଼ି ପୁଲିସ୍‌ ପହଞ୍ଚି ଘଟଣାର ଖୋଳତାଡ଼ କରୁଛି।

  • Monday, 12 July 2021
representational image
୨୪ ଘଣ୍ଟା ମଧ୍ୟରେ କଟକରେ ଡବଲ୍‌ ମର୍ଡର

କଟକ: ଗତ ୨୪ ଘଣ୍ଟା ମଧ୍ୟରେ କଟକରେ ୨ଜଣଙ୍କୁ ହତ୍ୟା କରାଯାଇଛି। ଏଥିସହ ଜଣଙ୍କୁ ହତ୍ୟା ଉଦ୍ୟମ ମଧ୍ୟ କରାଯାଇଛି। ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ଓଏମ୍‌ପି ବ୍ରିଜ୍‌ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ବେକ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ସେ ଜଣେ ଦିନ ମଜୁରିଆ ହୋଇଥିବା ସୂଚନା ମିଳିଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ […]

  • Monday, 12 July 2021
patkura
ପାଟକୁରା ନିର୍ବାଚନ ଫଳାଫଳ: ପ୍ରଥମ ରାଉଣ୍ଡ୍‌ରେ ବିଜେଡି ଆଗୁଆ

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ଆସନ ଲାଗି ଆଜି ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ୍‌ରେ ଭୋଟ୍‌ ଗଣତି ଚାଲିଛି। ତେବେ ପ୍ରଥମ ରାଉଣ୍ଡ୍‌ ଭୋଟ୍‌ ଗଣତି ସରିଛି। ଏହି ରାଉଣ୍ଡ୍‌ର ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ୍‌ ଆଗୁଆ ଅଛନ୍ତି। ସେ ୨ ହଜାର ୯୨୭ ଭୋଟ୍‌ରେ ଆଗୁଆ ରହିଛନ୍ତି। ତାଙ୍କୁ ୬୭୩୫ ଖଣ୍ଡ ଭୋଟ୍‌ ମିଳିଛି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ୩୮୦୮ ଖଣ୍ଡ ଭୋଟ୍‌ ମିଳିଛି। ପ୍ରଥମ ରାଉଣ୍ଡ୍‌ ଭୋଟ୍‌ […]

  • Monday, 12 July 2021
patkura
ଆରମ୍ଭ ହେଲା ପାଟକୁରା ବିଧାନସଭା ଆସନ ଲାଗି ଭୋଟ୍‌ ଗଣତି

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ। କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜରେ ହୋଇଥିବା ଗଣତି କେନ୍ଦ୍ରରେ ଆଜି ସକାଳର ୮ଟାରୁ ଭୋଟ୍‌ ଗଣତି ଆରମ୍ଭ  ହୋଇଛି। ଭୋଟ୍‌ ଗଣତି ପାଇଁ ୧୮ଟି ଟେବୁଲ୍‌ର ବ୍ୟବସ୍ଥା କରାଯାଇଛି। ୩୦୯ଟି ବୁଥ୍ ପାଇଁ ୧୭ ରାଉଣ୍ଡ ଗଣତି ହେବ। ପ୍ରତି ଟେବୁଲ୍ ପାଇଁ ମାଇକ୍ରୋ ଅବଜରଭର୍ ଓ ଦୁଇ ଜଣ କାଉଣ୍ଟିଂ ପର୍ସନଲ୍‌ ରହିବେ। ଶୀଘ୍ର ଗଣତି କରି ଦିନ ଗୋଟାଏ ସୁଦ୍ଧା ଫଳାଫଳ ଘୋଷଣା […]

  • Monday, 12 July 2021
rainfall
ଲଘୁଚାପ ହେଲେ ୨୫, ୨୬ରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ସାରା ଦେଶକୁ ମୌସୁମୀ ଛୁଇଁଥିଲେ ବି ଆଶାନୁରୂପ ବର୍ଷା ହୋଇନି। ଦେଶରେ ମୌସୁମୀ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ ହାରାହାରି ୧୯ ପ୍ରତିଶତ କମ୍ ଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଓଡ଼ିଶାରେ ବର୍ଷାର ପରିମାଣ ସ୍ୱାଭାବିକ ଠାରୁ ୩୧ ପ୍ରତିଶତ କମ୍ ରହିଛି। ଆଜି କିମ୍ବା କାଲି ଭିତରେ ଯଦି ଘୂର୍ଣ୍ଣି ବଳୟ ସୃଷ୍ଟି ହୁଏ ଓ ଏହା ଲଘୁଚାପରେ ପରିଣତ ହୁଏ ତେବେ ଜୁଲାଇ ୨୫, […]

  • Monday, 12 July 2021
udala
ଅଧ୍ୟକ୍ଷଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ ଅଧ୍ୟାପିକା

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଥିବା ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ବିରୋଧରେ ଜଣେ ଅଧ୍ୟାପିକା ଅସଦାଚରଣ ଅଭିଯୋଗ ଆଣିଛନ୍ତି। ଅଧ୍ୟକ୍ଷଙ୍କ ନାଁ କମଳାକାନ୍ତ ବେହେରା। ଅଧ୍ୟକ୍ଷ କମଳାକାନ୍ତ ତାଙ୍କୁ ଦୁର୍ବ‍୍ୟବହାର ଓ ଅସଦାଚରଣ କରିଥିବା ନେଇ ଅଧ୍ୟାପିକା ଥାନାରେ ଅଭିଯୋଗ କରିଛନ୍ତି। ପରୀକ୍ଷା ଖାତା ଦେଖାଯିବ କହି ବାଲେଶ୍ୱର ରିଜିଓନାଲ ଅଫିସକୁ ନେବା ବାହାନାରେ କମଳାକାନ୍ତ ତାଙ୍କ ଘରକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ପ୍ରତି ଅସଦାଚରଣ କରିଥିଲେ ବୋଲି ସମ୍ପୃକ୍ତ ଅଧ୍ୟାପିକା ଅଭିଯୋଗ […]

  • Monday, 12 July 2021
nayagarh
ସୋଶାଲ୍‌ ମିଡିଆରେ ପତ୍ନୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ କଲେ ସ୍ୱାମୀ

ନୟାଗଡ଼: ସୋଶାଲ୍‌ ମିଡିଆରେ ପତ୍ନୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ କଲେ ସ୍ୱାମୀ। ନୟାଗଡ଼ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ଏନେଇ ସ୍ୱାମୀଙ୍କ ବିରୋଧରେ ନୂ‌ଆଗାଁ ଥାନାରେ ପତ୍ନୀ ଅଭିଯୋଗ କରିଛନ୍ତି। ପତ୍ନୀଙ୍କ  ଅଭିଯୋଗ ଅନୁସାରେ, ସ୍ୱାମୀ ଅଧିକ ଯୌତୁକ ଦାବି କରି ମହିଳାଙ୍କୁ ବାରମ୍ବାର ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଫଳରେ ଏଥିରେ ଅତିଷ୍ଠ ହୋଇ ମହିଳା ଜଣକ ବାପ ଘରକୁ ଚାଲିଯାଇଥିଲେ। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ସ୍ୱାମୀ ତାଙ୍କ ସହ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର […]

  • Monday, 12 July 2021
representational image
କଟକ ତାଳଦଣ୍ଡା କେନାଲ୍ ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର

କଟକ: କଟକ ରାଣୀହାଟ ପୋଲ ନିକଟ ତାଳଦଣ୍ଡା କେନାଲ ରାସ୍ତା କଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ପୁଲିସ୍ ଏହି ମୃତଦେହକୁ ଉଦ୍ଧାର କରିଛି। ମୃତକଙ୍କ ମୁଣ୍ଡରେ ଗଭୀର କ୍ଷତ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ମଙ୍ଗଳାବାଗ ପୁଲିସ୍‌, ସାଇଣ୍ଟିକ୍‌ଫିକ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତି ଜଣକ ଦିନ ମଜୁରିଆ ଭାବରେ କାମ କରୁଥିବା ଜଣାପଡ଼ିଛି। ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା […]

  • Monday, 12 July 2021
vlcsnap-error804
ଅସୁବିଧାରେ ସ୍ପେଶାଲ ବି.ଇ.ଡି ଛାତ୍ରଛାତ୍ରୀ; ପୂରଣ କରି ପାରୁ ନାହାନ୍ତି OTET ଫର୍ମ

କଟକ: ଓ.ଟି.ଇ.ଟି ପାଇଁ ଅନ୍‌ଲାଇନରେ ଏବେ ଫର୍ମ ଫିଲପ୍‌ ଚାଲିଛି। ତେବେ ସ୍ପେଶାଲ ବି.ଇ.ଡି ଛାତ୍ରଛାତ୍ରୀ ଏହି ଫର୍ମପୂରଣ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାହିଁକି ନା ଫର୍ମପୂରଣ ସମୟରେ ସ୍ପେଶାଲ ବି.ଇ.ଡି ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍‌ରେ କୌଣସି ଅପସନ୍ ନାହିଁ। ଫଳରେ ଛାତ୍ରଛାତ୍ରୀଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଅନ୍ୟପକ୍ଷରେ ଏହି ସମସ୍ୟାର ସମାଧାନ ଲାଗି ଛାତ୍ରଛାତ୍ରୀମାନେ ଗତକାଲି ବୋର୍ଡ଼ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରିଥିଲେ। ଯଦି ସମସ୍ୟାର ସମାଧାନ ନ ହୁଏ ତେବେ ଆଗକୁ ଆନ୍ଦୋଳନ […]

  • Monday, 12 July 2021
rayagada
ରାୟଗଡ଼ା ରେଳ ଷ୍ଟେସନରୁ ୨୭ଜଣ ଦାଦନ ଶ୍ରମିକ ଉଦ୍ଧାର

ରାୟଗଡ଼ା: ରାୟଗଡ଼ା ରେଳ ଷ୍ଟେସନରୁ ୨୭ଜଣ ଦାଦନ ଶ୍ରମିକଙ୍କୁ ଜିଆର୍‌ପି ଓ ରାୟଗଡ଼ା ପୁଲିସ୍‌ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରୁ  ୭ଜଣ ନାବାଳିକା ଥିବାବେଳେ ୧୮ ଜଣ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି। ବିଳାସପୁର-ତିରୁପତି ଏକ୍ସପ୍ରେସ୍‌ରୁ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଶ୍ରମିକଙ୍କୁ ଚାଲାଣ କରୁଥିବା ଅଭିଯୋଗରେ ପୁଲିସ୍‌ ଜଣେ ମହିଳାଙ୍କ ସମେତ ୫ ଦଲାଲଙ୍କୁ ଅଟକ ରଖିଛି। ଉଦ୍ଧାର ହୋଇଥିବା ଶ୍ରମିକମାନେ ରାୟଗଡ଼ା ଜିଲ୍ଲାର ମୁନିଗୁଡା ଓ ଚନ୍ଦ୍ରପୁର ଅଞ୍ଚଳର। ଇଟାଭାଟି ଓ ଚିଙ୍ଗୁଡି […]

  • Monday, 12 July 2021
titilagarh
ତେଜରାଜଙ୍କ ଇନକ୍ୟୁବେଟର୍ ମେସିନ୍ : ଅଣ୍ଡା ରଖିଦେଲେ ଆପେ ଆପେ ଫୁଟୁଛି ଚିଆଁ

ଲୁଥୁରବନ୍ଧ ଗାଁର ତେଜରାଜ ସାହୁ । ଅନେକ ପରିଶ୍ରମ ଓ ବୁଦ୍ଧି ଖଟାଇ ଅଣ୍ଡାରୁ ଚିଆଁ ଫୁଟାଇଛନ୍ତି ତେଜରାଜ ସାହୁ । ପ୍ରାୟ ଏକ ମାସ ପୂର୍ବରୁ ଘରେ ଥିବା ତାଙ୍କର ଏକ କୁକୁଡ଼ା ଅଣ୍ଡା ଦେବା ପରେ ମରି ଯାଇଥିଲା । ତେବେ ଅଣ୍ଡାରୁ ଚିଆଁ ଫୁଟାଇବାକୁ ଚିନ୍ତା କରିଥିଲେ ତେଜରାଜ । ଆଉ ଶେଷରେ ୟୁଟ୍ୟୁବରୁ ରାସ୍ତା ପାଇଥିଲେ । ଆମାଜନରୁ ଏକ କଣ୍ଟ୍ରୋଲର୍ ମଗାଇ ମାଛ ରଖାଯାଉଥିବା ଥର୍ମୋକୁଲ ବକ୍ସରେ ଫିଟିଙ୍ଗ କରିଥିଲେ । ବକ୍ସରେ ୧୦୦ ୱାଟର ୨ଟି ବଲ୍ବ ଲଗାଇବା ସହିତ ଥର୍ମୋଷ୍ଟାର୍ଟ ଲଗାଇ ପ୍ରଥମେ ୧୫ ଟି ଅଣ୍ଡା ରଖି ପରୀକ୍ଷା କରିଥିଲେ । ଦୀର୍ଘ ୨୦/୨୫ ଦିନ ରଖିବା ପରେ ଅଣ୍ଡାରୁ ପ୍ରଥମ ଛୁଆ ଫୁଟିଲା, ପରେ ଗୋଟି ଗୋଟି କରି ୭ ଟି ଛୁଆ ଅଣ୍ଡାରୁ ବାହାରିଛି ।

vision shelter home
ଭିଜନ୍ ଆଶ୍ରୟ ଗୃହ ଅନ୍ତେବାସୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣା: ନିର୍ଦ୍ଦେଶକ ଅଟକ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଶମ୍ଭୁନଗର ପଡ଼ାରେ ଥିବା ପ୍ରୟାସ ବା ଭିଜନ୍ ଆଶ୍ରୟ ଗୃହରେ ନାବାଳିକା ଅନ୍ତେବାସୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ ପୁଲିସ ସଂସ୍ଥାର ନିର୍ଦ୍ଦେଶକଙ୍କୁ ଅଟକ ରଖିଛି। ଛାତ୍ରୀଙ୍କ ମାଆ କରିଥିବା ଅଭିଯୋଗ ଆଧାରରେ ପୁଲିସ ନିର୍ଦ୍ଦେଶକ ସରୋଜ ଦାସଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅନ୍ୟପକ୍ଷେ ଏହା ତାଙ୍କ ବିରୋଧରେ ଷଡଯନ୍ତ୍ର ବୋଲି ସରୋଜ କହିଛନ୍ତି। ଘଟଣା ସମ୍ପର୍କରେ ଜାଣିବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଉପଜିଲ୍ଲାପାଳ ଗତକାଲି […]

  • Monday, 12 July 2021
mla
ହାତରେ କୋଦାଳ ଧରି ଗାଁ ରାସ୍ତା ସମତୁଲ କଲେ ବିଧାୟକ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ହାତରେ ପୁଣି କୋଦାଳ ! ହଁ, ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ବିଧାୟକ ହାତରେ କୋଦାଳ ଧରି ଗାଁର ମାଟି ରାସ୍ତାକୁ ସମତୁଲ କରୁଛନ୍ତି । ବିଧାୟକଙ୍କର ଏହି କାମକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ବର୍ଷା ଦିନରେ ଧାନ ଜମିରେ କାମ କରୁଥିବା ମୈଦଲପୁର ପଞ୍ଚାୟତର ମହିଳା ଶ୍ରମିକଙ୍କ ପାଇଁ  ବିଧାୟକ ରନ୍ଧାରୀ ଗତକାଲି ରେନ୍‌ କୋଟ, ଚା’, ବିସ୍କୁଟ ଧରି ଯାଉଥିଲେ। ତାଙ୍କ […]

  • Monday, 12 July 2021
accident
ପୁଲିସ୍‌ କନଷ୍ଟେବଲ୍‌ଙ୍କ ଉପରେ ଚଢ଼ିଗଲା ପିକ୍‌ଅପ୍ ଭ୍ୟାନ୍

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲାରେ ଜଣେ ପୁଲିସ୍‌ କନଷ୍ଟେବଲ୍‌ଙ୍କ ଉପରେ ଏକ କୋଇଲା ବୋଝେଇ ପିକ୍ଅପ୍ ଭ୍ୟାନ୍‌ ଚଢ଼ିଯିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ରଜତ ପାଣିଗ୍ରାହୀ। ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେ ସାରବଙ୍ଗ ଫାଣ୍ଡିର କନଷ୍ଟେବଲ୍‌। ଆଜି ଭୋର ୫ଟାରୁ ସାଢ଼େ ୫ଟା ମଧ୍ୟରେ ରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଏରଡ଼ା ନିକଟରେ କୋଇଲା ଚୋରା ଚାଲାଣ ହେଉଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌କୁ ଅଟକାଇବାକୁ ରଜତ ଚେଷ୍ଟା କରୁଥିଲେ। ଏହି […]

  • Monday, 12 July 2021
udala
ଡାକ୍ତର ଓ ସୁରକ୍ଷା କର୍ମୀଙ୍କୁ ମାଡ଼ ପ୍ରତିବାଦରେ ଧାରଣା

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା ଡାକ୍ତରଖାନାରେ ଡାକ୍ତର ଓ ସୁରକ୍ଷା କର୍ମୀଙ୍କୁ ମାଡ଼ ଘଟଣାର ପ୍ରତିବାଦରେ ଆଜି ଆଉଟ୍‌ଡୋର୍‌ ଆଗରେ ଡାକ୍ତରଙ୍କ ସମେତ ହସ୍ପିଟାଲ କର୍ମଚାରୀ ଧାରଣା ଦେଇଥିଲେ। ଫଳରେ ଆଉଟ୍‌ଡୋର୍‌ ସମ୍ପୂର୍ଣ୍ଣ ବନ୍ଦ ରହିବା ସହ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା। ଘଟଣାସ୍ଥଳରେ ଉପଜିଲ୍ଲାପାଳ, ସିଡିଏମଓ, ଉପଖଣ୍ଡ ଚିକିତ୍ସା ଅଧିକାରୀ, ସ୍ଥାନୀୟ ବିଧାୟକ ପ୍ରମୁଖ ପହଞ୍ଚି ବୁଝାସୁଝା କରିଥିଲେ। ମେଡିକାଲ ପରିସରରେ ପୁଲିସ୍‌ ଆଉଟପୋଷ୍ଟ ସ୍ଥାପନ ନେଇ ପ୍ରତିଶ୍ରୁତି ମିଳିବା ପରେ […]

  • Monday, 12 July 2021
union minister
ଝାଡ଼ୁ ମାରିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ନୀଳଗିରି: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ୱଚ୍ଛ ଅଭିଯାନ। ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍‌ର ପର୍ଯ୍ୟଟନ ସ୍ଥଳ ପଞ୍ଚଲିଙ୍ଗେଶ୍ୱରରେ ସ୍ୱଚ୍ଛ ଭାରତ ଅଭିଯାନରେ ପ୍ରତାପ ଷଡ଼ଙ୍ଗୀ ସାମିଲ ହୋଇଛନ୍ତି। ଆଜି ସକାଳୁ କେନ୍ଦ୍ରମନ୍ତ୍ରୀ ପଞ୍ଚଲିଙ୍ଗେଶ୍ୱର ବସ୍‌ଷ୍ଟାଣ୍ଡର ବିଭିନ୍ନ ଅଞ୍ଚଳରେ ଝାଡୁ ମାରି ସଫେଇ କରିଥିଲେ। ଏଥିରେ ତାଙ୍କ ସହ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସମେତ ବହୁ କର୍ମୀ ମଧ୍ୟ ସାମିଲ ହୋଇଥିଲେ।

  • Monday, 12 July 2021
minor rape
୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ; ମୁମୂର୍ଷୁ ଅବସ୍ଥାରେ ଅଳିଆଗଦାରୁ ଉଦ୍ଧାର

ଅନୁଗୁଳ: ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଅଳିଆଗଦାରେ ଫୋପାଡ଼ି ଚାଲିଗଲା ଦୁର୍ବୃତ୍ତ! ଅନୁଗୁଳ ଜିଲ୍ଲାରେ ଏହି ଲଜ୍ଜାକର ଘଟଣା ଘଟିଛି। ଅନୁଗୁଳ ବସ୍‌ଷ୍ଟାଣ୍ଡ ନିକଟ ଏକ ଆହାର କେନ୍ଦ୍ର ପାଖରେ ଥିବା ଅଳିଆଗଦାରୁ ମୁମୂର୍ଷୁ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରାଯାଇଛି। ଅଭିଯୋଗ ଅନୁଯାୟୀ, ମହାରାଷ୍ଟ୍ରରୁ ଏକ ଯାଯାବର ପରିବାର ଅନୁଗୁଳ ସହରକୁ କାମ କରିବା ପାଇଁ ଆସିଥିଲେ। ଗତକାଲି ରାତିରେ ସମ୍ପୃକ୍ତ ନାବାଳିକା ଜଣକ ତାଙ୍କ ପରିବାର ଲୋକଙ୍କ ସହ ବସ୍‌ଷ୍ଟାଣ୍ଡ ନିକଟ ଏକ ଦୋକାନ […]

  • Monday, 12 July 2021
udala
ରାତି ଅଧରେ ଡାକ୍ତରଖାନାରେ ଲଙ୍କାକାଣ୍ଡ

ଉଦଳା: ରାତି ଅଧରେ ଡାକ୍ତରଖାନାରେ ଲଙ୍କାକାଣ୍ଡ। ଡାକ୍ତରଖାନାକୁ ଚିକତ୍ସା ଲାଗି ଆସିଥିବା ୩ ଯୁବକଙ୍କୁ ନାଁ ପଚାରିବାରୁ ସେମାନେ ମେଡିକାଲ୍‌ ପରିସରରେ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ଉଦଳା ଡାକ୍ତରଖାନାରେ ଏଭଳି ଘଟଣା ଘଟିଛି। ଗତକାଲି ରାତିରେ ତିନି ଜଣ ଯୁବକ ଦୁର୍ଘଟଣା ପରେ ଡାକ୍ତରଖାନା ଆସିଥିଲେ। ଚିକିତ୍ସା ପରେ ଡାକ୍ତର ସେମାନଙ୍କୁ ନାଁ ପଚାରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେମାନେ ଡାକ୍ତରଙ୍କୁ ମାଡ଼ ମାରିଥିଲେ ବୋଲି ଅଭିଯୋଗ ହୋଇଛି। ଏପରିକି ନିକଟରେ ଥିବା […]

  • Monday, 12 July 2021
rourkela
ଜମି ଅଧିଗ୍ରହଣ ବେଳେ ଉତ୍ତେଜନା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ଆପ୍ରୋଚ୍ ରୋଡ୍ ପାଇଁ ଆଜି ଦଣ୍ଡିଆପାଲିରେ ଜମି ଅଧିଗ୍ରହଣ କାମ ଚାଲିଥିଲା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଧିକ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଜମି ଅଧିଗ୍ରହଣକୁ ବିରୋଧ କରିଥିଲେ। ଫଳରେ ପୁଲିସ୍‌ ୧୧ ଜଣ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି। ଏହାପରେ ଉତ୍ତେଜନା ଦୃଷ୍ଟିରୁ ଘଟଣାସ୍ଥଳରେ ୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ୨୦୧୫ ମସିହାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ରାଉରକେଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

  • Monday, 12 July 2021
rail engine
ନୟାଗଡ଼ରୁ ମହିପୁର ଷ୍ଟେସନ୍ ପର୍ଯ୍ୟନ୍ତ ଗଡ଼ିଲା ରେଳ ଇଞ୍ଜିନ୍‌

ଭୁବନେଶ୍ୱର: ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗିର ରେଳପଥ। ପୂର୍ବରୁ ଖୋର୍ଦ୍ଧାରୁ ନୟାଗଡ଼ ପର୍ଯ୍ୟନ୍ତ ନିୟମିତ ଟ୍ରେନ୍‌ ଚଳାଚଳ କରିଥିବା ବେଳେ ଆଜି ନୟାଗଡ଼ରୁ ମହିପୁର ଷ୍ଟେସନ୍ ପର୍ଯ୍ୟନ୍ତ ରେଳ ଇଞ୍ଜିନ ଗଡ଼ିଛି। ନବନିର୍ମିତ ଏହି ୧୨ କିଲୋମିଟର ରେଳ ଟ୍ରାକ୍ ଉପରେ ପରୀକ୍ଷାମୂଳକ ଭାବେ ଇଞ୍ଜିନ ଗଡ଼ିଛି। ପୂର୍ବତଟ ରେଳପଥର ଯନ୍ତ୍ରୀ ଏବଂ ଅଧିକାରୀଙ୍କ ଉପସ୍ଥିତିରେ ଏହି ଇଞ୍ଜିନ ଚାଲିଥିଲା। ଟ୍ରାଏଲ ରନ୍ ସଫଳ ହେଲେ ବିଧିବଦ୍ଧ ଭାବେ ମହିପୁରକୁ ସ୍ୱାଭାବିକ ଭାବେ ଟ୍ରେନ୍‌ ଚଳାଚଳ କରିବ।

  • Monday, 12 July 2021
electric bus
ଏଣିକି ଓଡ଼ିଶାରେ ଗଡ଼ିବ ଇଲେକ୍ଟ୍ରିକ୍‌ ବସ୍

ଭୁବନେଶ୍ୱର: ପ୍ରଦୂଷଣ ରୋକିବାକୁ ରାଜ୍ୟର ତିନି ପ୍ରମୁଖ ସହରରେ ଇଲେକ୍ଟ୍ରିକ୍‌ ବସ୍ ଗଡ଼ିବ। ଭୁବନେଶ୍ୱର, କଟକ ଓ ପୁରୀରେ ଏହି ବସ୍ ଚଳାଚଳ କରିବ। ଏଥିପାଇଁ ବିଭିନ୍ନ ଷ୍ଟେକ୍‌ ହୋଲ୍‌ଡରଙ୍କ ମଧ୍ୟରେ ଏମଓୟୁ ବଣ୍ଟନ କରାଯାଇଥିବା ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ରାଜ୍ୟରେ ପ୍ରଦୂଷଣ ରୋକିବା ନେଇ ରାଜ୍ୟ ସରକାର କ’ଣ ସବୁ ପଦକ୍ଷେପ ନେଉଛନ୍ତି ବୋଲି ବିଧାନସଭାରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହି ସୂଚନା […]

  • Monday, 12 July 2021