ଖୋର୍ଦ୍ଧା: କାଶ୍ମୀର ନୀତି ପାଇଁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍ ନେହରୁ ଅପରାଧୀ। ଏଭଳି କିଛି ବିବାଦୀୟ ବୟାନ ଦେଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ନେହରୁଙ୍କ ଭୁଲ୍ ପାଇଁ କାଶ୍ମୀରବାସୀ ଦଶା ଭୋଗୁଛନ୍ତି ବୋଲି ଶିବରାଜ କହିଛନ୍ତି। ୟୁପିଏ ଶାସନ ବେଳେ ପ୍ରଧାନମନ୍ତ୍ରୀ ବିଦେଶ ଗଲେ ସମ୍ମାନ ପାଉ ନ ଥିଲେ। ମାତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ ବେଳେ ୧୩୦ କୋଟି ଭାରତୀୟ ସମ୍ମାନ ପାଉଛନ୍ତି ବୋଲି ଶିବରାଜ ଦୋହରାଇଛନ୍ତି। […]
ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର।ଦିନ ୧୦ଟା ୩୦ ଯାଏ ୬ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଭୁବନେଶ୍ୱର: ସ୍ୱାଧୀନତା ଦିବସରେ ରାଜ୍ୟସ୍ତରୀୟ ପରେଡ୍ ପାଇଁ ସ୍ଥାନ ପରିବର୍ତ୍ତନକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ପ୍ରଶ୍ନ କରିଛି। ଭୁବନେଶ୍ୱରର ମହାତ୍ମା ଗାନ୍ଧି ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡ଼ିଆରେ ପରେଡ଼ କରିବା ପ୍ରସ୍ତାବକୁ ନେଇ ଦଳ ଆପତ୍ତି ଉଠାଇଛି। କ’ଣ ପାଇଁ ରାଜ୍ୟ ସରକାର ପରମ୍ପରା ଭାଙ୍ଗିବାକୁ ଯାଉଛନ୍ତି, ସେନେଇ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ପ୍ରଶ୍ନ କରିଛନ୍ତି। ଏହାଛଡ଼ା ସ୍କୁଲ ପିଲାଙ୍କୁ ପରେଡ୍ରୁ ବାଦ୍ ଦିଆଯିବା ପ୍ରସ୍ତାବକୁ ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। […]
ଖୋର୍ଦ୍ଧା: ଟ୍ରେନ୍ରେ ଏକ ବଡ଼ ଧରଣର ଲୁଟ୍ କରିବା ପୂର୍ବରୁ ୪ଜଣ ଲୁଟେରା ଧରା ପଡ଼ିଛନ୍ତି। ଖୋର୍ଦ୍ଧା ଷ୍ଟେସନର ୭ ନମ୍ବର ପ୍ଲାଟଫର୍ମରୁ ଏହି ସମସ୍ତ ଲୁଟେରାଙ୍କୁ ଜିଆରପି ଏବଂ ଆରପିଏଫ୍ର ଟିମ୍ ଧରିଛନ୍ତି। ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର ଜବତ ହୋଇଛି। ଛୁରୀ, ଖୁର, ଖେଳନା ବନ୍ଧୁକ, ଲଙ୍କାଗୁଣ୍ଡ ଏବଂ ୧୫ଟି ମୋବାଇଲ ଫୋନ୍ ଜବତ କରାଯାଇଛି। ଗିରଫ ହୋଇଥିବା ଡକାୟତମାନେ ଟ୍ରେନରେ ଯାତ୍ରୀମାନଙ୍କୁ ଭୟ ଦେଖାଇ ଲୁଟପାଟ୍ କରିବାକୁ ଯୋଜନା କରିଥିଲେ।
ପଟ୍ଟାମୁଣ୍ଡାଇ: ଟ୍ରିପଲ୍ ତଲାକ ବେଆଇନ୍। ଏନେଇ କେନ୍ଦ୍ର ସରକାର ଆଇନ ପ୍ରଣୟନ କରିଛନ୍ତି। ହେଲେ ଏହି ଆଇନ୍ ପ୍ରଣୟନ ହେବାର ମାତ୍ର ଦିନ କେଇଟା ପରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଫୋନ୍ରେ ଟ୍ରିପଲ୍ ତଲାକ ଦେଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ଏଭଳି ଅଭିଯୋଗ ଆସିଛି। ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଫୋନ୍ରେ ତଲାକ ଦେଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ସ୍ୱାମୀ ହାଇଦ୍ରାବାଦ୍ରେ ରୁହନ୍ତି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଆସିକ୍ ନାମକ ଜଣେ ବ୍ୟକ୍ତିଙ୍କୁ ସେ ବିବାହ […]
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବର୍ଷା କମିଥିଲେ ମଧ୍ୟ ଦୁର୍ଦ୍ଦଶା କମିନି। ସାବେରୀ ନଦୀର ଜଳସ୍ତର ହ୍ରାସ ପାଇନାହିଁ। ଗୋଦାବରୀ ନଦୀରେ ଜଳ ନିଷ୍କାସନ ଠିକ୍ ଭାବରେ ହୋଇପାରୁ ନ ଥିବାରୁ ସାବେରୀ ନଦୀର ଜଳ ନିଷ୍କାସନ ହୋଇପାରୁନି। ସାବେରୀ ନଦୀ ଉପରେ ଥିବା ପୋଲ ଉପରେ ୫ ଫୁଟର ପାଣି ଚାଲୁ ଥିବାରୁ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ମୋଟୁ ଅଞ୍ଚଳରେ ବି ଯୋଗାଯୋଗ ଏକ ପ୍ରକାର ବିଛିନ୍ନ ହୋଇଛି। ଏପରିକି ମାଲକାନଗିରି ଜିଲ୍ଲାର ଅନେକ ଗାଁ ଜଳମଗ୍ନ ହୋଇଥିବା […]
ସମ୍ୱଲପୁର(ସଞ୍ଜୟ ଜେନା): ହୀରାକୁଦ ଡ୍ୟାମ୍ର ପ୍ରଥମ ବନ୍ୟାଜଳ ଆସନ୍ତା ୧୪ ତାରିଖରେ ନିଷ୍କାସନ। ଦିନ ୧୧ଟା ପରେ ଯେ କୌଣସି ମୁହୂର୍ତ୍ତରେ ବନ୍ୟାଜଳ ଛଡାଯିବ ବୋଲି ହୀରାକୁଦ ଡ୍ୟାମ୍ର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ନାୟକ ସୂଚନା ଦେଇଛନ୍ତି। ବର୍ଷା ସ୍ଥିତିକୁ ଦେଖି କେତେଟା ଗେଟ୍ ଖୋଲାଯିବ ତାହା ଉକ୍ତ ଦିନ ସ୍ଥିର କରାଯିବ। ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିବାରୁ ଡ୍ୟାମ୍ର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ହୀରାକୁଦର ଡ୍ୟାମର ଜଳପତ୍ତନ ୬୩୦ ଫୁଟ୍ ରହିଥିବା ବେଳେ ୬୧୫ […]
ଭୁବନେଶ୍ୱର: ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆସନ୍ତାକଲି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ୱଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୧୨ ତାରିଖ ପରେ ଲଘୁଚାପ ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ ବୋଲି […]
କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗିରେ ଥିବା ଏକ ଦେଶୀ ମଦ ଭାଟି ଭିତରେ ପଶି କିଛି ଦୁର୍ବୃତ୍ତ ଲଙ୍କାକାଣ୍ଡ କରିଛନ୍ତି। ଗତକାଲି ରାତିରେ ଏହି ଘଟଣା ଘଟିଛି। ରାତି ୨ଟା ସମୟରେ ୧୦ରୁ ୧୫ଜଣ ଦୁର୍ବୃତ୍ତ ମଦ ଭାଟି ପରିସରେ ଥିବା କ୍ୟାମ୍ପସ ଭିତରେ ପଶି ଲଙ୍କାକାଣ୍ଡ ରଚିଥିଲେ। ଦୁର୍ବୃତ୍ତମାନେ ଗୋଟିଏ ଭ୍ୟାନ୍, ଜେନେରେଟର ଓ ବାଇକ୍କୁ ଜାଳିଦେଇଛନ୍ତି। ଏଥିସହ ଘଟଣାସ୍ଥଳରେ ଏକ ଧମକପୂର୍ଣ୍ଣ ବ୍ୟାନର୍ ଲଗାଇଛନ୍ତି। ତୁରନ୍ତ ମଦଭାଟିକୁ ବନ୍ଦ କରିବା ପାଇଁ ଏହି ବ୍ୟାନର୍ରେ ଉଲ୍ଲେଖ ରହିଛି। ଲାଲ୍ […]
ଢେଙ୍କାନାଳ (ରାଜଶ୍ରୀ ଶତପଥୀ ): ଶାଶୂ ଉପରେ ବୋହୂର ଅମାନୁଷିକ ଅତ୍ୟାଚାର। ଗାଁ ଦାଣ୍ଡରେ ଶାଶୂଙ୍କୁ ଘୋଷାଡ଼ି ଘୋଷାଡ଼ି ଟାଣିବା ସହ ଲହୁଲୁହାଣ କଲା ବୋହୂ। ଶାଶୂଙ୍କ ଉପରେ ବୋହୂର ଏଭଳି ନିର୍ଯାତନାର ଦୃଶ୍ୟ ଏବେ ଭାଇରାଲ ହୋଇଛି। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଗେଲେହି କାଟାଣିରେ ଏହି ଅମାନବୀୟ ତଥା ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଭାଇରାଲ୍ ଭିଡିଓରେ ୮୨ ବର୍ଷର ଶାଶୂଙ୍କୁ ବୋହୂ ନିିର୍ଯାତନା ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏପରିକି ବୋହୂ, ଶାଶୂଙ୍କୁ ଅଶ୍ରାବ୍ୟ ଭାଷାରେ […]
ବାଲେଶ୍ୱର: ପୁଲିସ୍ ହେପାଜତରେ ଥାଇ ଜଣେ ବ୍ୟକ୍ତି ଅସୁସ୍ଥ ହେବା ଓ ପରେ ତାଙ୍କର ମୃତ୍ୟୁ ହେବାକୁ କେନ୍ଦ୍ର କରି ବାଲେଶ୍ୱରରେ ଉତ୍ତେଜନା ପ୍ରକାଶ ପାଇଛି। ଗତ ୭ ତାରିଖରେ ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ପୁଲିସ୍ ହୋଟେଲ ମାଲିକ ରତିକାନ୍ତ ଦାସଙ୍କୁ ଅଟକ ରଖିଥିଲେ। ସେ ବେଆଇନ୍ ମଦ କାରବାର କରୁଥିବା ଅଭିଯୋଗରେ ପୁଲିସ୍ ତାଙ୍କୁ ଥାନାକୁ ଆଣିଥିଲା। ତେବେ ପୁଲିସ୍ ହେପାଜତରେ ଥିବା ବେଳେ ରତିକାନ୍ତ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କ ସ୍ୱସ୍ଥ୍ୟାବସ୍ଥା ଗୁରୁତର ହେବାରୁ […]
ପୁରୀ(ମଧୁସୂଦନ ମିଶ୍ର): ଆଜି ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ନିର୍ବାଚନ ଅନୁଷ୍ଠିତ ହେବ। ସକାଳ ୯ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କୋଇଲି ବୈକୁଣ୍ଠ ନିକଟ ନିଯୋଗ କାର୍ଯ୍ୟାଳୟରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନରେ ୧୫ ସଦସ୍ୟ ପଦବୀ ଲାଗି ୩୭ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ନିର୍ବାଚନରେ ୧୦୩୦ଜଣ ଭୋଟର ମତଦାନ କରିବେ। ମତଦାନ ସରିବା ପରେ ଆସନ୍ତା ୧୧ତାରିଖରେ ନିର୍ବାଚିତ ୧୫ ସଦସ୍ୟଙ୍କ ନାମ ଘୋଷଣା କରାଯିବ। ତେବେ ନିର୍ବାଚିତ ହୋଇଥିବା […]
ପୁରୀ: ଲଗାଣ ବର୍ଷା ପରେ ପୁରୀ ସହରର କିଛି ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହରର ସୁଜାତାନଗର ଓ ମାଟିତୋଟା ଅଞ୍ଚଳରେ ଏହି କୃତ୍ରିମ ବନ୍ୟା ଦେଖିବାକୁ ମିଳିଛି। ମୁଖ୍ୟ ରାସ୍ତାରେ ଅଣ୍ଟାଏ ଉଚ୍ଚର ପାଣି ଜମି ରହିବାରୁ ଲୋକେ ଦୁଇଦିନ ହେଲା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଲୋକମାନେ ଘରୁ ବାହାରି ପାରୁନାହାନ୍ତି। ଜାତୀୟ ରାଜପଥ ନିର୍ମାଣ ପରେ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ୨ ବର୍ଷ […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ ବା ସେଲ୍ ଅଧ୍ୟକ୍ଷ ଅନୀଲ କୁମାର ଚୌଧୁରୀଙ୍କୁ ଦିଲ୍ଲୀରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ସେ ନିଜ କାରରେ ଘରକୁ ଫେରୁଥିବା ବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ହୁଡ୍କୋ ଛକ ନିକଟରେ ଚାରି ଜଣ ଦୁର୍ବୃତ୍ତ ଏକ କାର୍ରେ ଆସି ଅନୀଲଙ୍କ ଗାଡିକୁ ଅଟକାଇଥିଲେ। ଏହାପରେ ତାଙ୍କୁ ଲୁହା ରଡ୍ରେ ଆକ୍ରମଣ କରିଥିଲେ। ତେବେ ସୌଭାଗ୍ୟବଶତଃ ପୁଲିସ୍ ପେଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ […]
କଟକ: ବରିଷ୍ଠ ଆଇପିଏସ୍ ଅଧିକାରୀ ବିଜୟ କୁମାର ଶର୍ମା ପୁଲିସ୍ ଡିଜି ଭାବେ ଆଜି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। କଟକ ପୁଲିସ୍ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବରିଷ୍ଠ ଆଇପିଏସ୍ ଅଧିକାରୀ ବିଜୟ କୁମାର ଶର୍ମା ପୂର୍ବତନ ପୁଲିସ୍ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କଠାରୁ ଏହି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ। ପୁଲିସ୍ ଡିଜି ସହ ଫାୟାର ଏବଂ ସିଭିଲ ଡିଫେନ୍ସ ଜିଜି ଦାୟିତ୍ୱରେ ରହିଛନ୍ତି ବିଜୟ କୁମାର ଶର୍ମା। ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ଲୋକାୟୁକ୍ତ […]
ରାୟଗଡ଼ା/କଳାହାଣ୍ଡି: ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ଫଳରେ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର, ଗୁଣୁପୁର, ବିଷମକଟକ, କାଶୀପୁର ଓ ମୁନିଗୁଡ଼ା ବ୍ଲକରେ ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି। ତେବେ କିଛି ଅଞ୍ଚଳରେ ବ୍ରିଜ୍ ଭାଙ୍ଗିଯିବା ସହ ରାସ୍ତା ଧୋଇଯାଇ ଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏବେବି ଲୋକେ ବିଭିନ୍ନ ଆଶ୍ରୟସ୍ଥଳରେ ରହିଛନ୍ତି। ଲଗାଣ ବର୍ଷାରେ ବିଷମକଟକ ଓ ମୁନିଗୁଡ଼ା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶହଶହ ଏକର ଜମିରେ ପାଣି ମାଡ଼ି ଯିବାରୁ ଧାନ ବିଲରେ […]
ରାୟଗଡ଼ା: ଲଗାଣ ବର୍ଷା ଯୋଗୁ ପାହାଡ଼ରୁ ଧସିଲା ମାଟି। ରାୟଗ଼଼ଡା ଜିଲ୍ଲା କାଶୀପୁର ବ୍ଲକ୍ ଅନ୍ତର୍ଗତ କଡ଼ିଗୁଡ଼ା ଗାଁ ନିକଟ ମରାନିଯୋଡ଼ି ପାହାଡ଼ରୁ ମାଟି ଅତଡ଼ା ଧସି ହୋଇଯାଇଥିବା ସୂଚନା ମିଳିଛି। ଲଗାଣ ବର୍ଷା ହେବା ଫଳରେ ମାଟି ଅତଡ଼ା ଧସି ହୋଇଥିବା ଜଣାପଡ଼ିଛି। ଫଳରେ ପାହାଡ଼ ତଳେ ଥିବା ଚାଷଜମି ଗୁଡ଼ିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଡିପ୍ରେସନ୍ରୁ ଡିପ୍ ଡିପ୍ରେସନ୍ରୁ ପରିଣତ ହୋଇଥିଲା। ବର୍ତ୍ତମାନ ଏହି ଡିପ୍ ଡିପ୍ରେସନ୍ କ୍ରମଶଃ ଦୁର୍ବଳ ହୋଇ ଡିପ୍ରେସନ୍ରେ ପରିଣତ ହୋଇଛି। ଯାହା ବର୍ତ୍ତମାନ ଉତ୍ତରପୂର୍ବ ଛତିଶଗଡ଼ ଉପରେ ଅଛି। ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାର ୬ଟି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେହି ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି ଓ ନବରଙ୍ଗପୁର। […]
ଅନୁଗୁଳ(ବିରଜା ପ୍ରସାଦ ଦାସ): ଅନୁଗୁଳ ଜିଲ୍ଲା କିଆକଟା ପଞ୍ଚାୟତର ହେଲେଇ ଗାଁରେ କାନ୍ଥ ଭୁଶୁଡ଼ି ଦୁଇ ମାସ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏଥିରେ ଶିଶୁଟିର ମା’ ଓ ୩ ବର୍ଷର ଭଉଣୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ସୁଶୀଲ ହାତୀଙ୍କ ସ୍ତ୍ରୀ ଓ ତାଙ୍କର ୨ ସନ୍ତାନ ଶୋଇଥିବା ବେଳେ ଲଗାଣ ବର୍ଷାରେ ହଠାତ୍ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ କାନ୍ଥ ତଳେ ୩ ଜଣ ଚାପି ହୋଇଯାଇଥିଲେ। […]
ମୋହନା: ପୁଣି ଅଲୋଡ଼ା ଶିଶୁକନ୍ୟା। ଗଜପତି ଜିଲ୍ଲା ଅଡ଼ବା ଗାଁ ନିକଟ ଜଙ୍ଗଲରୁ ଜଣେ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ନବଜାତକୁ କେହି ଜଙ୍ଗଲରେ ପକାଇ ପଳାଇଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଗାଈ ଚରାଳୀମାନେ ଶିଶୁଟିକୁ ଉଦ୍ଧାର କରି ପ୍ରଥମେ ଅଡ଼ବା ଡାକ୍ତରଖାନାକୁ ଆଣିଥିଲେ। ଏହାପରେ ସ୍ୱାସ୍ଥ୍ୟକର୍ମୀ ଶିଶୁଟିକୁ ମୋହନା ମେଡିକାଲ୍ରେ ଭର୍ତ୍ତି କରିଛନ୍ତି। ଚିକିତ୍ସା ପରେ ଶିଶୁଟିର ଅବସ୍ଥା ଭଲଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଉଦ୍ଧାର ହୋଇଥିବା ଶିଶୁକନ୍ୟା ସମ୍ପର୍କରେ ସିଡବ୍ଲ୍ୟୁସିକ ଖବର ଦିଆଯାଇଥିବା ଡାକ୍ତର ସୂଚନା […]
ବଣାଇ(ରଞ୍ଜିତ ଚୌଧୁରୀ): ବାପାକୁ ପଥରରେ ଛେଚି ହତ୍ୟା କଲେ ଦୁଇ ପୁଅ। ଯେଉଁ ବାପା ନିଜେ ଭୋକିଲା ରହି ପୁଅ ପେଟରେ ମୁଠାଏ ଦାନା ଦେବାକୁ ଦିନ ରାତି ଏକାଠି କରିଥିଲା। ସେହି ପୁଅ ଆଜି ବାପାର ହତ୍ୟାକାରୀ ସାଜିଛି। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ କିରିଆକୁଦର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ବାଇଧର ମୁଣ୍ଡା। ଗତ ସୋମବାର ଦିନ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଘରେ କବାଟ ଲଗାଇବାକୁ କେନ୍ଦ୍ର […]
ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁ ରେଳ ସେବା ବାଧାପ୍ରାପ୍ତ ହୋଇଛି। କିଛି ଟ୍ରେନ୍ର ସମୟରେ ପରିବର୍ତ୍ତନ କରାଯାଇଥିବା ବେଳେ ଆଉ କେତେକ ଟ୍ରେନ୍କୁ ବାତିଲ କରାଯାଇଛି। ସେହିପରି ଆଉ କିଛି ଟ୍ରେନର ଗତିପଥରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ରାୟଗଡ଼ା-ଟିଟିଲାଗଡ଼ ଷ୍ଟେସନ ରୁଟ୍ର ଡାଇକାଲୁ-ଅମ୍ବାଦଳା ରେଳ ଲାଇନ୍ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବାରୁ ରେଳ ସେବାରେ ବାଧା ସୃଷ୍ଟି ହୋଇଛି। ଆଜି ପାଇଁ ରାୟପୁର-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍, ସମ୍ବଲପୁର-ଜୁନାଗଡ଼ ରୋଡ଼ ପାସେଞ୍ଜର, ସମ୍ବଲପୁର-କୋରାପୁଟ ପାସେଞ୍ଜରକୁ ଉଭୟ ପଟୁ ବାତିଲ କରାଯାଇଛି। ଗତ ୫ତାରିଖରୁ […]
ମାଲକାନଗିରି: ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ କମିଥିଲେ ମଧ୍ୟ ସଂପୂର୍ଣ୍ଣ ରୂପେ ବର୍ଷା ଛାଡ଼ି ନାହିଁ। କିଛି ପରିମାଣର ବର୍ଷା କମି ଥିବାରୁ ମାଲକାନଗିରିରେ ପରିସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର କମିଛି। ପୋଟେରୁ, କାଙ୍କରମୁଣ୍ଡା ଓ ଏମ୍ ନାଇଣ୍ଟି ଅଞ୍ଚଳରେ ଜଳସ୍ତର କମିଥିବାରୁ ଲୋକଙ୍କୁ ଟିକେ ଆଶ୍ୱସ୍ତି ମିଳିଛି। ସେହିପରି ପ୍ରବଳ ବର୍ଷା ଯୋଗୁ ଜିଲ୍ଲାର କିଛି ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ହେଲେ ଏବେ କିଛି ସ୍ଥାନକୁ ଯୋଗାଯୋଗ ମଧ୍ୟ ସମ୍ଭବ […]
ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୁଡ଼ାରୀ, ବିଷମକଟକ ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ବନ୍ୟା ଜଳରେ ବ୍ରିଜ୍ ବୁଡ଼ିଯାଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ପ୍ରାୟ ସମସ୍ତ ବ୍ରିଜ୍ ଉପରେ ବନ୍ୟା ପାଣି ପ୍ରବାହିତ ହେଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରାଯିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି। କାଶୀପୁର […]
କଟକ: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ବୋର୍ଡ କାର୍ଯ୍ୟାଳୟରେ ସଭାପତି ଜାହାନ ଆରା ବେଗମ୍ ରେଜଲ୍ଟ ପ୍ରକାଶ କରିଛନ୍ତି। ଏଥର ପାସ୍ ହାର ୪୩.୬୨ ପ୍ରତିଶତ ରହିଛି। ଓପନ୍ ସ୍କୁଲରେ ପାସ୍ ହାର ୬୩.୪୪ ପ୍ରତିଶତ ରହିଛି। ଚଳିତ ବର୍ଷ ମୋଟ୍ ୨୬ହଜାର ୨୦୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୧ହଜାର ୪୪୫ଜଣ ପାସ୍ କରିଛନ୍ତି। ଜୁଲାଇ ୨୧ରୁ ଜୁଲାଇ ୨୩ ପର୍ଯ୍ୟନ୍ତ ୨୦ଟି ପରୀକ୍ଷା କେନ୍ଦ୍ରରେ ଖାତା […]