ପୁରୀ: ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ ଆରମ୍ଭ ହୋଇଛି। ଗର୍ଭଗୃହର ପ୍ରଥମ ମହଲା, ଦ୍ୱିତୀୟ ମହଲା ସହିତ କାନ୍ଥ, ଛାତ, ଷ୍ଟିଲ୍ କ୍ରସକୁ ଯାଞ୍ଚ କରାଯିବ। ଏଥିପାଇଁ ଜଗମୋହନ ଓ ଗର୍ଭଗୃହରେ ଲୁହା ଭାରା ଲଗାଯାଇଛି। ASI, ଶ୍ରୀମନ୍ଦିର ପ୍ରଶାସନ ଏବଂ ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରମୁଖ ଏହି ଯାଞ୍ଚରେ ସାମିଲ ହୋଇଛନ୍ତି। ବିଶେଷ କରି ଗର୍ଭଗୃହରେ ବାୟୁ ଚଳାଚଳ ଅର୍ଥାତ୍ ଭେଣ୍ଟିଲେସନ୍ ଏବଂ ନାଟ ମଣ୍ଡପ ଉପରେ ବିଶେଷ ଗୁରୁତ୍ୱ […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ପୁଲିସ୍ ନାଁରେ ଏକ ସାଂଘାତିକ ଅଭିଯୋଗ ଆସିଛି। ସଡ଼କ ଦୁର୍ଘଟଣାକୁ କେନ୍ଦ୍ର କରି ସୁନ୍ଦରଗଡ଼ କନିକା ଫାଣ୍ଡି ଭଙ୍ଗାରୁଜା ମାମଲାରେ ପୁଲିସ୍ ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ଦମନଲୀଳା ଚଳାଇଥିବା ଅଭିଯୋଗ ହୋଇଛି। ଗତ ୪ ତାରିଖ ରାତିରେ ପୋଲିସ୍ ସ୍ଥାନୀୟ ଅଞ୍ଚଳରେ ପଚରାଉଚରା କରିବା ବାହାନାରେ ଲୋକଙ୍କୁ ମାଡ଼ ମାରିବା ସହ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ, ଖୋଦ୍ ଏସ୍ପି ଘଟଣାସ୍ଥଳରେ ଜଣେ ଗର୍ଭବତୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। […]
ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): କଥାରେ ଅଛି ଇଚ୍ଛାଶକ୍ତି ଓ ଦୃଢ ମନୋବଳ ଥିଲେ ସବୁକିଛି ସମ୍ଭବପର ହୋଇଥାଏ। ଏହାକୁ ସତ କରି ଦେଖାଇଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଆର୍ଏସ୍ସି-୦୪ ଗାଁର ଭକ୍ତରାମ ଦୋସ୍ତି। ଆସନ୍ତା ୯ ରୁ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଭାରୋତ୍ତଳନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଭକ୍ତରାମ ଭାରତୀୟ ଦଳରେ ମନୋନୀତ ହୋଇଛନ୍ତି। ଅଷ୍ଟ୍ରେଲିଆ ପ୍ରତିଯୋଗିତାରେ ସଫଳତା ହାସଲ କରିବା ପାଇଁ ଗତ ଜାନୁଆରୀ ୨୦ରୁ ସେ ପଞ୍ଜାବ ପଟିଆଲା ସ୍ଥିତ ଜାତୀୟ […]
ବ୍ରହ୍ମପୁର: ବ୍ରହ୍ମପୁର ସହରର ଗେଟ୍ ବଜାର ନିକଟରେ ଖୋଲିଲା ରାଜ୍ୟର ପ୍ରଥମ ଦୁଗ୍ଧ ଏଟିଏମ୍ କାଉଣ୍ଟର। ବ୍ରହ୍ମପୁର ବିଧାୟକ ଓ ଗଞ୍ଜାମ ଜିଲ୍ଲାପାଳ ଏହାକୁ ଉଦ୍ଘାଟନ କରିଛନ୍ତି। ଏଠାରେ ୧୦ରୁ ୪୦ ଟଙ୍କାରେ ଲୋକେ କ୍ଷୀର ପାଇପାରିବେ। ପ୍ରଥମେ ପରୀକ୍ଷାମୂଳକ ଭାବେ ଗୋଟିଏ କାଉଣ୍ଟର ଆରମ୍ଭ କରାଯାଇଥିବା ବେଳେ ଆଗକୁ ସହରରେ ୧୦ଟି କାଉଣ୍ଟର ଖୋଲାଯିବ। ୨୦୧୪ରୁ ଚାଷୀଙ୍କ ନିକଟରୁ କ୍ଷୀର କିଣିବା ଦର ରାଜ୍ୟ ସରକାର ବୃଦ୍ଧି କରିନାହାନ୍ତି। ଫଳରେ ସିଧାସଳଖ ମାର୍କେଟରେ କ୍ଷୀର ବିକ୍ରି […]
ବାରିପଦା(ମାଣିକ ଲାଲ ପାଣି): ବାରିପଦା ରଥଯାତ୍ରାର ରହିଛି ଅନନ୍ୟ ପରମ୍ପରା। ସବୁଠି ଗତକାଲି ରଥ ଟଣାଯାଇଥିବା ବେଳେ ବାରିପଦାରେ ଆଜି ଟଣାଯିବା ରଥ । ନୀତି ଓ ପରମ୍ପରା ଅନୁଯାୟୀ, ଗତକାଲି ଏଠାରେ ରଥ ପ୍ରତିଷ୍ଠା କରାଯାଇଥିଲା। ମା’ ଅମ୍ବିକାଙ୍କ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ରଥ ପ୍ରତିଷ୍ଠା କରାଯାଇଥିଲା। ଏହାପରେ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ବିଜେ କରି ରଥାରୂଢ ହୋଇଥିଲେ। ଧାଡ଼ି ପହଣ୍ଡିରେ ଆସି ପ୍ରଥମେ ଶ୍ରୀ ବଳଭଦ୍ର, ତା’ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ […]
ସୋର: ଦୁଇ ନାବାଳିକା ଭଉଣୀଙ୍କୁ ସମ୍ପର୍କୀୟ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନାରେ ଏନେଇ ପୀଡ଼ିତାଙ୍କ ପରିବାର ଅଭିଯୋଗ କରିଛନ୍ତି। ଏତଲାରେ ହୋଇଥିବା ଅଭିଯୋଗ ଅନୁସାରେ ଅଭିଯୁକ୍ତ ଦୁଇ ନାବାଳିକା ଭଉଣୀଙ୍କୁ ଚକୋଲେଟ୍ ଲୋଭ ଦେଖାଇ ସେମାନଙ୍କ ସହ ଦୁଷ୍କର୍ମ କରିଥିଲା। ପରେ ଦୁଇ ଭଉଣୀ ଅସୁସ୍ଥ ହେବାରୁ ଘଟଣା ସମ୍ପର୍କରେ ଘରେ ଜଣାଇଥିଲେ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୀଡ଼ିତାଙ୍କ ପରିବାର ପକ୍ଷରୁ ଦାବି ହୋଇଛି। […]
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲ୍ ମାର୍କଡ ଲୋ ପ୍ରେସର ଛତିଶଗଡ଼ ଆଡକୁ ମୁହାଁଇଛି। ତେବେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନ ଓ ଉପକୂଳବର୍ତ୍ତୀ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦେଇଛି। ଆସନ୍ତାକାଲି ରଥଯାତ୍ରାରେ କାଲି ପାଗ ଅନୁକୂଳ ରହିବ। ଅପରାହ୍ଣ ସମୟରେ ଗୋଟିଏ […]
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଷ୍ଟାଇଲ୍ରେ ଟିପ୍ସ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଞ୍ଚମ ଥର ପାଇଁ କ୍ଷମତାକୁ ଫେରିବା ପରେ ନବୀନ ପଟ୍ଟନାୟକ ବିଜେଡିର ନବାଗତ ବିଧାୟକଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଏଥିପାଇଁ ନବୀନ ନିବାସରେ ଆଜି ନିଆରା ଅନ୍ଦାଜରେ ବ୍ରେକ୍ଫାଷ୍ଟର ଆୟୋଜନ ହୋଇଥିଲା। ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ସଭ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ବ୍ରେକ୍ଫାଷ୍ଟ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଶେଷ କରି ନିଜ ନିର୍ବାଚନ ମଣ୍ଡଳୀର ବିକାଶ ସହ […]
ଭୁବନେଶ୍ୱର: ଯୁକ୍ତ ୨ ପାଇଁ ଆଜିଠୁ ନାମଲେଖା ଆରମ୍ଭ ହୋଇଛି। ହେଲେ ନାମଲେଖା ଆରମ୍ଭରୁ ହିଁ ଅବ୍ୟବସ୍ଥା ଦେଖା ଦେଇଛି। ଛାତ୍ରଛାତ୍ରୀମାନେ ଇଣ୍ଟିମେସନ୍ ଲେଟର୍ ଡାଉନ୍ଲୋଡ୍ କରିପାରୁ ନଥିବା ଅଭିଯୋଗ ହୋଇଛି। ଫଳରେ ଦୀର୍ଘ ସମୟ ଧରି ଛାତ୍ରଛାତ୍ରୀ ଓ ଅଭିଭାବକ ଏନେଇ ଅପେକ୍ଷା କରି ରହିଥିବା ଖବର ମିଳିଛି। ଅନ୍ୟପକ୍ଷରେ ବିନା ଇଣ୍ଟିମେସନ୍ରେ ବି ଆବେଦନପତ୍ରର ନମ୍ବର ଅନୁସାରେ ବିଜେବି କଲେଜରେ ଆଡମିଶନ ହେଉଥିବା କଲେଜ କର୍ତ୍ତୃପକ୍ଷ କହିଛନ୍ତି। ସେପଟେ ସିବିଏସ୍ଇ, ICSE ଛାତ୍ରଛାତ୍ରୀଙ୍କ ଆଡମିଶନ୍ରେ […]
ଭୁବନେଶ୍ୱର: ଯୁକ୍ତ ୨ ପାଇଁ ଆଜିଠାରୁ ନାମଲେଖା ଆରମ୍ଭ ହେଉଛି। ଯୁକ୍ତ ଦୁଇ ପ୍ରଥମ ବର୍ଷ ଲାଗି ୩ଲକ୍ଷ ୭୫ ହଜାର ୯୫୮ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ ୩୩ହଜାର ୫୭୩ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଗତକାଲି ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ପାଇଥିଲା। ପ୍ରଥମ କଟ୍ ଅଫରେ ମନୋନୀତ ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟା ୬ ତାରିଖ ଯାଏ ଚାଲିବ। ଜୁଲାଇ ୧୨ ରେ ଦ୍ୱିତୀୟ କଟ୍ ଅଫ୍ ମାର୍କ […]
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଷ୍ଟାଇଲ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଦେବେ ଟିପ୍ସ। ପଞ୍ଚମ ଥର ପାଇଁ କ୍ଷମତାକୁ ଫେରିଥିବା ନବୀନ ପଟ୍ଟନାକୟ ବିଜେଡିର ନବାଗତ ବିଧାୟକଙ୍କୁ ଟିପ୍ସ ଦେବେ ବୋଲି ଜଣାପଡ଼ିଛି। ଏଥିପାଇଁ ନବୀନ ନିବାସରେ ଆଜି ନିଆରା ଅନ୍ଦାଜରେ ବ୍ରେକ୍ଫାଷ୍ଟର ଆୟୋଜନ କରାଯାଇଛି। ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ସଭ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ବ୍ରେକ୍ଫାଷ୍ଟ କରିବେ। ଏଥିସହ ବିଧାନସଭା ଓ ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କ ଆଚରଣ, ବ୍ୟବହାରକୁ ନେଇ ନବୀନ […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଉପକୂଳ ସମେତ ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ଆଗାମୀ ୨୪ ଘଣ୍ଟା ଯାଏ ଏପରି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜି ୫ଟି ଜିଲ୍ଲାକୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। ଏହି ଜିଲ୍ଲା ଗୁଡ଼ିକ ହେଉଛି-ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁର। ଏହି ଜିଲ୍ଲା […]
ଜଳେଶ୍ୱର(ଅଜିତ ଦାସ): ଏକ ଗୋରୁ ବୋଝେଇ ଡାଲା ଅଟୋକୁ ବସ୍ ପଛ ପଟୁ ଧକ୍କା ଦେବା ଫଳରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ଜାତୀୟ ରାଜପଥ-୬୦ ନନ୍ଦିକା ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨ଜଣ ଆହତ ହେବାସହ ଦୁଇ ଗୋରୁଙ୍କର ମୃତ୍ୟୁ ମଧ୍ୟ ହୋଇଛି। ମୃତକ ନାବାଳକଙ୍କ ଘର ପଶ୍ଚିବାଡ଼ର ବୋଲି ଜଣାପଡ଼ିଛି। ଆହତଙ୍କୁ ପ୍ରଥମେ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଅଟୋ ଡ୍ରାଇଭର ଫେରାର ହୋଇଯାଇଛନ୍ତି। […]
ଭୁବନେଶ୍ୱର: ପାଟକୁରା ବିଧାନସଭା ଆସନରେ କେବେ ନିର୍ବାଚନ ତାରିଖ ଘୋଷଣା ହେବ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ପାଟକୁରା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାରେ ମାତ୍ରାଧିକ ବିଳମ୍ବ ସତ୍ତ୍ୱେ ଦୁଇ ପ୍ରମୁଖ ରାଜନୀତିକ ଦଳ ବିଜେପି ଓ ବିଜେଡିର ନିରବତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି। ପାଟକୁରା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁ ସ୍ଥଗିତ ଥିବା ନିର୍ବାଚନ ମେ’ ୧୯ତାରିଖରେ କରିବା ପାଇଁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଥିଲେ। […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ ଠାରେ ଥିବା ଏକ ଆବାସିକ ମହାବିଦ୍ୟାଳୟର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରୀଙ୍କ ଘର ପାରାଦୀପ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ସଂଧ୍ୟାରେ ଛାତ୍ରୀ ନିବାସରେ ପ୍ରାର୍ଥନା ଚାଲିଥିବା ବେଳେ ଜଣେ ଛାତ୍ରୀ ତାଙ୍କ ରୁମ୍ରେ ପଡ଼ିଥିବା ହଷ୍ଟେଲ କର୍ମଚାରୀ ଦେଖିବାକୁ ପାଇଥିଲେ। ଏହାପରେ ଉକ୍ତ ଛାତ୍ରୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। […]
ଭୁବନେଶ୍ୱର: ରାଜଧାନୀର ଆଦିବାସୀ ଛାତ୍ରୀନିବାସ ଅନ୍ତେବାସିନୀ ଗର୍ଭବତୀ ଘଟଣାକୁ ନେଇ ଆଜି ବିଧାନସଭାର ଶୂନ୍ୟକାଳରେ ଉଦ୍ବେଗ ପ୍ରକାଶ ପାଇଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କର ଏହା କ’ଣ ମା’ଙ୍କୁ ସମ୍ମାନ ବୋଲି ପ୍ରଶ୍ନ କରିଛନ୍ତି। ‘ଘଟଣାକୁ ଚପାଇବାକୁ ଉଦ୍ୟମ କରାଯାଉଛି। ସଂପୃକ୍ତ ଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି। ପ୍ରଥମେ ୪ଟି ପଜିଟିଭ୍ ଥିଲା ପରେ ସେଥିରୁ ୩ଟି ନେଗେଟିଭ୍ ବାହାରିଲା। ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ […]
କଟକ: ଜଗା-କାଳିଆଙ୍କ ପରେ ଚର୍ଚ୍ଚାକୁ ଆସିଥିବା ନବଜାତ ଯୋଡ଼ା ଶିଶୁକନ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥାର ଅନୁଧ୍ୟାନ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି କଟକ ଶିଶୁଭବନର ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତରଙ୍କୁ ନେଇ ଏହି ଟିମ୍ ଗଠନ ହୋଇଛି। ପେଡିଆଟ୍ରିକ ସର୍ଜରୀ, ପେଡିଆଟ୍ରିକ୍ ମେଡ଼ିସିନ୍ ଆଦି ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତରଙ୍କୁ ନେଇ ୭ ଜଣିଆ ଟିମ୍ ଗଠନ ହୋଇଛି। ଏହି ଯୋଡ଼ା ଶିଶୁକନ୍ୟାଙ୍କ ହୃତ୍ପିଣ୍ଡ ବ୍ୟତୀତ ଆଉ କେଉଁ କେଉଁ ଅଙ୍ଗପ୍ରତ୍ୟଙ୍ଗ ଯୋଡ଼ି ହୋଇ ରହିଛି ସେନେଇ ଟିମ୍ ସଦସ୍ୟ ପରୀକ୍ଷା […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଶିଳ୍ପ ସଂସ୍ଥାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁନାହିଁ। ଏହାକୁ ନେଇ ଆଜି ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି। ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟ ପ୍ରଶ୍ନୋତ୍ତର କାଳରେ ଏହି ପ୍ରସଙ୍ଗ ଉଠାଇଥିଲେ। ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳୁ ବୋଲି ସେମାନେ ଦାବି କରିଥିଲେ। ଏ ପ୍ରସଙ୍ଗରେ ମନ୍ତ୍ରୀ ସୁଶାନ୍ତ ସିଂହ ଗୃହରେ ଉତ୍ତର ରଖି କହିଛନ୍ତି, ‘ରାଜ୍ୟର ୫୫୦ଟି ଶିଳ୍ପ ସଂସ୍ଥାରେ ୨ଲକ୍ଷ ୬୬ହଜାର ୮୫୪ କର୍ମଚାରୀ ଥିବାବେଳେ ସେମାନଙ୍କ […]
ପାରାଦୀପ: ଜଗତସିଂହପୁର ଜିଲ୍ଲା ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ଢିଙ୍କିଆ ଗାଁରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଏଥିରେ ସୁଶାନ୍ତ ସାମଲ ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ତାଙ୍କୁ ଅଠରବାଙ୍କି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ୩ ତାରିଖରେ ସରପଞ୍ଚ ଏବଂ ୱାର୍ଡ ସଭ୍ୟ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବ। ଗତକାଲି ନିର୍ବାଚନ ପ୍ରଚାରର ଶେଷ ଦିନଥିଲା। ତେବେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ସପକ୍ଷରେ ଏକ […]
ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ୱେଲ୍ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଜାରି ରହିଛି। ଆସନ୍ତାକାଲି ଯାଏ ଉପକୂଳ ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ଆକଳନ କରିଛି। ଚାନ୍ଦବାଲିରେ ସର୍ବାଧିକ ୧୨୨.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ ୭୦.୮ ମିଲିମିଟର, ସୋନପୁରରେ ୭୦ ମିଲିମିଟର, ଅନୁଗୁଳରେ ୬୦ ମିଲିମିଟର, ସମ୍ବଲପୁରରେ ୫୮.୧୬ ମିଲିମିଟର ବର୍ଷା ରେକର୍ଡ […]
ଭୁବନେଶ୍ୱର: ସଂସଦରେ ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟା କଥା ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଠାଇଛନ୍ତି। ସେ କହିଛନ୍ତି,“ ଘଣ୍ଟାଏ ବର୍ଷାରେ ଭୁବନେଶ୍ୱରରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହେଉଛି। ଏନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ଏହି ସମସ୍ୟାର ସମାଧାନ କରିବାକୁ ଦୃଷ୍ଟି ଆକର୍ଷଣ କରନ୍ତୁ।” ସେ ଆହୁରି କହିଛନ୍ତି,“ ମୁଖ୍ୟ ଡ୍ରେନ୍ ଗୁଡ଼ିକ ଜବରଦଖଲ ହୋଇଯାଇଥିବାରୁ ଜଳ ନିଷ୍କାସନ ହୋଇପାରୁନି। ଏହାସହ ଗଙ୍ଗୁଆ ନଦୀ ପୋତି ହୋଇଥିବାରୁ ମଧ୍ୟ ଜଳ ନିଷ୍କାସନ ଅସୁବିଧା ସୃଷ୍ଟି […]
କୋଣାର୍କ(ସଞ୍ଜୟ ପତି): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ଉଦୟକଣିରେ ସାମୁଦ୍ରିକ ଜୁଆର ପାଣି ପଶି ନିକଟସ୍ଥ ତିନୋଟି ଗାଁକୁ ଜଳମଗ୍ନ କରିଛି। ଫଳରେ ଛେନୁ, କଟକଣା, ତଣ୍ଡାହାର ପ୍ରଭୃତି ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହି ସବୁ ଗାଁ ଚାରିପଟେ ଏବେ ସାମୁଦ୍ରିକ ଲୁଣି ପାଣି ମାଡ଼ିବା ଯୋଗୁ ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି। ସମୁଦ୍ରକୂଳରେ ଝାଉଁ ଜଙ୍ଗଲର ଅବକ୍ଷୟ ଯୋଗୁ ବାଲି ସ୍ତୁପ ଧ୍ୱଂସ ପାଇଥିଲା। ଏଥିପାଇଁ ସାମୁଦ୍ରିକ ଜୁଆର ପାଣି ଗାଁ ଗହୀରକୁ ପ୍ରବେଶ […]
ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେପଟେ ଲଗାଣ ବର୍ଷାରେ ଅନେକ ସ୍ଥାନରେ ପାଣି ଜମି ରହିବା ସହ ଜନଜୀବନ ପ୍ରଭାବିତ ହୋଇଛି। ଖାଲି କଟକ, ଭୁବନେଶ୍ୱର, ପୁରୀ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି। ଲଗାଣ ବର୍ଷାରେ କଟକର ବିଭିନ୍ନ ସାହି ଓ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ଆଣ୍ଠୁଏ […]
ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ତିନିଟି ବିଶ୍ୱବିଦ୍ୟାଳୟକୁ ନୋଟିସ୍ ଜାରି କରାଯାଇଛି। ଉତ୍କଳ, ରମାଦେବୀ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳ ସଚିବଙ୍କୁ ଏହି ନୋଟିସ୍ ହୋଇଛି। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ପକ୍ଷରୁ ମିଳିଥିବା ସହାୟତା ରାଶିକୁ ସଠିକ୍ ଉପାୟରେ ଖର୍ଚ୍ଚ ହୋଇନଥିବା କିମ୍ବା ଖର୍ଚ୍ଚ ହୋଇଥିଲେ ବି କାମ ମନ୍ଥର ଗତିରେ ଚାଲିଥିବାକୁ ନେଇ ଏହି ନୋଟିସ୍ ଜାରି କରାଯାଇଛି। ଏହି ତିନି ବିଶ୍ୱବିଦ୍ୟାଳୟକୁ RUSA ଗ୍ରାଣ୍ଟ୍ ଦ୍ୱାରା କ୍ୟାମ୍ପସର୍ ଉନ୍ନୟନ ପାଇଁ ଅର୍ଥ […]
ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲ୍ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଏହାର ପ୍ରଭାବରେ ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି। ଲଘୁଚାପ ପ୍ରଭାବରେ ଆସନ୍ତାକାଲି ଯାଏ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ ୮ଟି ଜିଲ୍ଲା ପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଯାଜପୁର, କେନ୍ଦ୍ରାପଡ଼ା, […]