• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

odisha
OHPC ଜିଏମ୍‌ ନିଖୋଜ, ଥାନାରେ ସ୍ତ୍ରୀଙ୍କ ଅଭିଯୋଗ

ଧର୍ମଗଡ଼: ଅଫିସ ଯାଉଛି କହି ଘରୁ ବାହାରିଗଲେ। ହେଲେ ୨ ଦିନ ହେଲା ମିଳୁନି ପତ୍ତା। ନି‌ଖୋଜ ବ୍ୟକ୍ତି ଜଣକ ହେଲେ କଳାହାଣ୍ଡି ଜିଲ୍ଲା ମୁଖିଗୁଡା ସ୍ଥିତ ଓଏଚ୍‌ପିସି କାର୍ଯ୍ୟାଳୟର ଇଲେକ୍ଟ୍ରି ବିଭାଗର ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେର। ନାରାୟଣଙ୍କ ନିଖୋଜ ନେଇ ତାଙ୍କ ପତ୍ନୀ ସୁରେଖା ମେହେର ଗତକାଲି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ ବି ଏଯାଏ ତାଙ୍କର କୌଣସି ପତ୍ତା ମିଳିପାରିନାହିଁ। ନାରାୟଣଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, […]

  • Monday, 12 July 2021
palak
‘ପଲକ’ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ସାଧନା ପବ୍ଲିକ ସ୍କୁଲ ପରିସରରେ ଓଡ଼ିଆ ସାହିତ୍ୟ ପତ୍ରିକା ‘ପଲକ’ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହ ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ତଥା କବି ଧନଞ୍ଜୟ ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବତଟ ରେଳପଥର ଜନସମ୍ପର୍କ ଅଧିକାରୀ ତଥା ସାହିତ୍ୟିକ ନିରାକାର ଦାଶ ମୁଖ୍ୟ ବକ୍ତା, ଶୁଭସୂର୍ଯ୍ୟର ସମ୍ପାଦକ ଡଃ ନିଖିଳେଶ […]

  • Monday, 12 July 2021
mandap
ଭୁବନେଶ୍ୱରରେ ସିଲ୍ ହେବ ୨୯ଟି କଲ୍ୟାଣ ମଣ୍ଡପ

ଭୁବନେଶ୍ୱର: ବେଆଇନ ନିର୍ମାଣ ଯୋଗୁ ଭୁବନେଶ୍ୱରରେ ୨୯ଟି କଲ୍ୟାଣ ମଣ୍ଡପ ସିଲ୍ ହେବ।  ଏନେଇ ବିଏମ୍‌ସି ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଏହି ସବୁ ମଣ୍ଡପ ଗୁଡ଼ିକର ଟ୍ରେଡ୍ ଲାଇସେନ୍ସ, ହୋଲ୍ଡିଂ ଟ୍ୟାକ୍ସ, ବିଲ୍ଡିଂ ପ୍ଲାନ୍‌, ଆବର୍ଜନା ପରିଚାଳନା ବ୍ୟବସ୍ଥା ନ ଥିବା ସୂଚନା ମିଳିଛି। ଏଥିସହ ମଣ୍ଡପ ସିଲ୍ ପାଇଁ ଏକ ଯୁଗ୍ନ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ମଧ୍ୟ ଗଠନ କରାଯାଇଛି।

  • Monday, 12 July 2021
odisha
‘ରାତିରେ ସେ ମୋତେ ତାଙ୍କ ଘର ପାଖକୁ ଡାକିଥିଲେ, ହେଲେ ମୁଁ ନ ଯିବାରୁ...’

କଟକ: ପ୍ରଥମେ ଫୋନ୍‌ରେ କଥାବାର୍ତ୍ତା, ତା’ପରେ ଗଢ଼ି ଉଠିଲା ପ୍ରେମ ସମ୍ପର୍କ। ଆଉ ଶେଷରେ ଏମିତି କିଛି ଘଟିଲା ପ୍ରେମିକା ରାଗି ଯାଇ ପ୍ରେମିକଙ୍କ ଉପରକୁ ଏସିଡ୍‌ ଫିଙ୍ଗିବାକୁ ମଧ୍ୟ ପଛାଇଲା ନାହିଁ। ଘଟଣା ଘଟିଛି କଟକ ଜଗତପୁର ଅଞ୍ଚଳରେ। ଗତକାଲି ବିଳମ୍ବିତ ରାତିରେ ଜଗତପୁର ଶିକାରୀପୁରର ବାରିକସାହିରେ ଜଣେ ଯୁବକଙ୍କ ଉପରକୁ ଜଣେ ଯୁବତୀ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ ହୋଇଛି। ଆହତ ଯୁବକଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ସେପଟେ ଏସିଡ୍ […]

  • Monday, 12 July 2021
odisha
ବାଣୀ ବିହାର କ୍ୟାମ୍ପସରେ ଯୁବକଙ୍କ ଉନ୍ମାଦ କାଣ୍ଡ, ଛାତ ଉପରକୁ ଚଢ଼ି ଆତ୍ମହତ୍ୟା ଧମକ ଦେଲେ

ଭୁବନେଶ୍ୱର: ଭୁବନେଶ୍ୱରର ବାଣୀ ବିହାର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜଣେ ଯୁବକଙ୍କ ଉନ୍ମାଦ କାଣ୍ଡ ଦେଖିବାକୁ ମିଳିଛି। ସମ୍ପୃକ୍ତ ଯୁବକ ଜଣକ ଆଜି ବିଶ୍ୱବିଦ୍ୟାଳୟ ପରିସରରେ ଥିବା ପରିଜା ଲାଇବ୍ରେରୀର ଛାତ ଉପରକୁ ଚଢ଼ି ଆତ୍ମହତ୍ୟା ଧମକ ଦେଇଛନ୍ତି। ତେବେ କାହିଁକି ସେ ଏଭଳି କରିଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏହାସହ ଯୁବକଙ୍କ ପରିଚୟ ମଧ୍ୟ ଅସ୍ପଷ୍ଟ ରହିଛି। ରିପୋର୍ଟ ଲେଖାଯିବା ସୁଦ୍ଧା ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଯୁବକଙ୍କୁ ଛାତ […]

  • Monday, 12 July 2021
killed
ମଶାଣିରୁ ଡାକ୍ତରଖାନା, ଆଉ ତା’ପରେ ଶେଷ ଶଯ୍ୟା...

ଛତ୍ରପୁର(ଆଲୋକ ଗୌଡ): ଜୀବନରୁ ମୃତ୍ୟୁ, ପୁଣି ଜୀବନ, ପୁଣି ମୃତ୍ୟୁ। ମାତ୍ର କିଛି ଘଣ୍ଟା ଭିତରେ ମଣିଷ ଜୀବନରେ ବିଧାତାର ଏଭଳି ଖେଳ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ। ଆଖି ବୁଜି ସାରିଥିବା ଭାବି ଜଣେ ମହିଳାଙ୍କୁ ମଶାଣିକୁ ନେଇଯାଇଥିଲେ। ଆଉ ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ଦାଣ୍ଡ ଅଗଣା। ଜୁଇ ବି ସଜଡ଼ା ସରିଥିଲା। ହେଲେ ମୃତଦେହକୁ ଜୁଇ କି ନେବା ବେଳେ ଅଚାନକ ଭାବେ ମହିଳା ଜଣକ ବଞ୍ଚିଥିବା […]

  • Monday, 12 July 2021
stray dogs
ମାତିଛି ପାଗଳା କୁକୁର

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଡେଲି ମାର୍କେଟ ଅଞ୍ଚଳରେ ପାଗଳା କୁକୁରଙ୍କ ଆତଙ୍କ ଦେଖିବାକୁ ମିଳିଛି। ଗତକାଲି ପାଗଳା କୁକୁର କାମୁଡ଼ାରେ ୩୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଗତକାଲି ରାଉରକେଲା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏବେ ସମସ୍ତେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ସମସ୍ତଙ୍କ ଗୋଡ଼, ହାତକୁ ଏହି ପାଗଳା କୁକୁର କାମୁଡ଼ି କ୍ଷତାକ୍ତ କରିଛି। ଆହତଙ୍କ ମଧ୍ୟରେ ବୟସ୍କ , ଛୋଟ ପିଲା ମଧ୍ୟ ଅଛନ୍ତି। ସୂଚନାଯୋଗ୍ୟ, ଗତକାଲି ଦିନରେ ଦୁଇଟି ପାଗଳା କୁକୁର […]

  • Monday, 12 July 2021
odisha
ସ୍ମିତାରାଣୀ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଅଟଳ ବିଜେପି, ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା

ଭୁବନେଶ୍ୱର: ପିଇଓ ସ୍ମିତାରାଣୀ ମୃତ୍ୟୁର ସିବିଆଇ ତଦନ୍ତ ଲାଗି ବିଜେପି ଅଡ଼ି ବସିଛି। ଆଜି ମଧ୍ୟ ବିଧାନସଭାରେ ଦଳର ବିଧାୟକମାନେ ଠିଆ ହୋଇ ନିରବ ପ୍ରତିବାଦ କରିଥିଲେ। ସେମାନଙ୍କୁ ବସିବାକୁ ବାଚସ୍ପତି ଅନୁରୋଧ କରିଥିଲେ ମଧ୍ୟ ଏହାକୁ ସେମାନେ ପ୍ରତ୍ୟାଖ୍ୟାନ କରିଥିଲେ ଓ ଶେଷରେ କକ୍ଷତ୍ୟାଗ କରି ବିଧାନସଭା ପରିସରରେ ଥିବା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେପି ବିଧାୟକ। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ‘ଆମର ଯେଉଁ ସ୍ୱରକୁ ଆମେ ଉତ୍ତୋଳନ […]

  • Monday, 12 July 2021
fake notes
୨ ଲକ୍ଷ ୩୦ ହଜାର ଟଙ୍କାର ଜାଲ୍‌ ନୋଟ୍‌ ଜବତ

ରାୟଗଡ଼ା(ମନୋଜ ପାତ୍ର): ରାଜ୍ୟରେ ଚାଲିଛି ଜାଲ୍ ନୋଟ୍ କାରବାର। ରାୟଗଡ଼ା ଜିଲ୍ଲା ଟିକିରିରୁ ପୁଲିସ୍‌ ୨ ଲକ୍ଷ ୩୦ ହଜାର ଟଙ୍କାର ଜାଲ୍‌ ନୋଟ୍‌ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣକୁ ଗିରଫ କରିଛି। ତାଙ୍କ ନାଁ ଯୋଗେନ୍ଦ୍ର ନାୟକ। ତାଙ୍କ ଘର ଟିକିରିରେ। ଟିକିରି ଥାନା ଅନ୍ତର୍ଗତ ସୁନାମୁଦି ଗାଁରେ ଏକ ଭଡ଼ା ଘରେ ରହି ଯୋଗେନ୍ଦ୍ର ଏହି  ଜାଲ୍‌ ନୋଟ୍‌ କାରବାର କରୁଥିଲେ। ଏ ସମ୍ପର୍କରେ ପୁଲିସ୍‌ ଜାଣିପାରି ଉକ୍ତ ଘରେ ଚଢ଼ଉ […]

  • Monday, 12 July 2021
bulbul
‘ଆଜି ଅପରାହ୍ଣ ୫ଟାରୁ ରାତି ୧୦ଟା ଭିତରେ ଲ୍ୟାଣ୍ଡ୍‌ଫଲ୍‌ କରିପାରେ ‘ବୁଲ୍‌ବୁଲ୍‌’

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ ବର୍ତ୍ତମାନ ପାରଦୀପ ଠାରୁ ପାଖାପାଖି ୯୫ କି.ମି. ଦୂରରେ ଅବସ୍ଥାପିତ ଅଛି। ଏହା ଘଣ୍ଟାପ୍ରତି ୧୩ କି.ମି. ବେଗରେ ଗତି କରୁଛି। ଆଜି ଅପରାହ୍ଣ ୫ଟାରୁ ରାତି ୧୦ଟା ଭିତରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ସୀମାବର୍ତ୍ତୀ ଅଞ୍ଚଳରେ ଉପକୂଳ ଛୁଇଁବ। ଏନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି, “ ‘ବୁଲ୍‌ବୁଲ୍‌’ ପ୍ରଭାବରେ ଜଗତସିଂହପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହୋଇଛି। ଧାମରାରେ ପବନର ବେଗ ଘଣ୍ଟାପ୍ରତି ୧୧୦ […]

  • Monday, 12 July 2021
odisha
ସମୁଦ୍ରରେ ବୁଡ଼ିଗଲା ମାଛଧରା ବୋଟ୍‌

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଧାମରାରେ ମାଛଧରା ବୋଟ୍‌ ବୁଡ଼ି ଯାଇଛି। ଧାମରା ସ୍ଥିତ କାଳିନାଳୀରେ ସମୁଦ୍ର ଭିତରେ ମାଛଧରା ବୋଟ୍‌ ବୁଡିଯାଇଥିବା ଜଣାପଡ଼ିଛି। ତେବେ ବୋଟରେ ଥିବା ସମସ୍ତ  ୮  ମତ୍ସ୍ୟଜୀବୀ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ, ଯଦିଓ ବାତ୍ୟା ‘ବୁଲ୍‌ବୁଲ୍‌’ ଓଡ଼ିଶା ଛୁଇଁବ ନାହିଁ, ହେଲେ ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପବନ ଓ ବର୍ଷା ଲାଗି ରହିଛି। ଏପରିକି ସମୁଦ୍ର ମଧ୍ୟ ଅଶାନ୍ତ ରହିଛି। ତେବେ ସମୁଦ୍ର ‌ଅଶାନ୍ତ ରହୁଥିବାରୁ ଏହା ମଧ୍ୟକୁ […]

  • Monday, 12 July 2021
heavy rainfall
‘ବୁଲ୍‌ବୁଲ୍‌’ ପ୍ରଭାବରେ ୬ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଓଡ଼ିଶାର ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲା ପାଇଁ ମଧ୍ୟ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ‘ବୁଲ୍‌ବୁଲ୍‌’ ପ୍ରଭାବରେ ଏହି ଦୁଇ ଜିଲ୍ଲାରେ […]

  • Monday, 12 July 2021
odisha
‘ବୁଲ୍‌ବୁଲ୍‌’ ପ୍ରଭାବରେ ଓଡ଼ିଶାରେ ବର୍ଷା, ବଢ଼ୁଛି ପବନର ବେଗ

ଭୁବନେଶ୍ୱର: ଯଦିଓ ବାତ୍ୟା ‘ବୁଲ୍‌ବୁଲ୍‌’ ଓଡ଼ିଶା ଛୁଇଁବ ନାହିଁ, ହେଲେ ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପବନ ଓ ବର୍ଷା ଲାଗି ରହିଛି। ଧୀରେ ଧୀରେ ପବନର ବେଗ ବଢ଼ିବାରେ ଲାଗିଛି। ପୁରୀ, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା ଭଳି କିଛି ଜିଲ୍ଲାରେ ବର୍ଷା ଲାଗି ରହିଛି। ସେହିପରି କଟକ ଓ ଭୁବନେଶ୍ୱରରେ ମଧ୍ୟ ଆଜି ସକାଳୁ ଝିପିଝିପି ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଏଥିସହ ଆକାଶ ମେଘାଚ୍ଛନ୍ନ ମଧ୍ୟ ରହିଛି। ବାତ୍ୟାର ମୁକାବିଲା ଲାଗି […]

  • Monday, 12 July 2021
odisha
ଓଡ଼ିଶା ଉପକୂଳ ନିକଟତର ହେଉଛି ‘ବୁଲ୍‌ବୁଲ୍‌’

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ ଭେରି ସିଭିୟର୍ ସାଇକ୍ନୋନିକ୍ ଷ୍ଟର୍ମର ରୂପ ନେଇ ଓଡ଼ିଶା ଉପକୂଳ ନିକଟତର ହେବାରେ ଲାଗିଛି। ଆଜି ଦିନ ୧୦ ସୁଦ୍ଧା ଏହା ଓଡ଼ିଶା ଅତିକ୍ରମ କରିବା ନେଇ ଆଶଙ୍କା କରାଯାଉଛି। ‘ବୁଲ୍‌ବୁଲ୍‌’ ଓଡିଶା ନ ଛୁଇଁଲେ ମଧ୍ୟ ଏହାର ପ୍ରଭାବରେ ଓଡ଼ିଶାରେ ପବନ ଓ ବର୍ଷା ଲାଗି ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗରରେ ବର୍ଷା ସାଙ୍ଗକୁ ପବନ ବହୁଛି। ସେହିପରି ପାରାଦୀପରେ ମଧ୍ୟ ପ୍ରବଳ ବର୍ଷା ହେଉଛି। ବର୍ତ୍ତମାନ ବାତ୍ୟା ‘ବୁଲ୍‌ବୁଲ୍‌’ ପାରାଦୀପଠାରୁ […]

  • Monday, 12 July 2021
school closed
ଆଜି ଯାଜପୁର ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର: ବାତ୍ୟା ‘ବୁଲ୍‌ବୁଲ୍‌’ ପାଇଁ ଆଜି ଯାଜପୁର ଜିଲ୍ଲାର ସମସ୍ତ ସ୍କୁଲକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଛି। ପୂର୍ବରୁ କେବଳ ଆସନ୍ତାକାଲି ପାଇଁ ଯାଜପୁର ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା ହୋଇଥିଲା। ସୂଚନାଯୋଗ୍ୟ, ଆଜି ଓ ଆସନ୍ତାକାଲି ପାଇଁ ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଆସନ୍ତାକାଲି ବି ଆଉ ୫ ଜିଲ୍ଲାରେ ସ୍କୁଲ ଛୁଟି ରହିବ। ଏହି ଜିଲ୍ଲା ଗୁଡ଼ିକ […]

  • Monday, 12 July 2021
nagada
ନଗଡ଼ା ଦୁର୍ନୀତି: ୬ ଅଧିକାରୀଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍

ଭୁବନେଶ୍ୱର: ନଗଡ଼ାର ବିକାଶ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ? ଆଉ କେଉଁ କେଉଁ କ୍ଷେତ୍ରରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ? ଏନେଇ ଯାଜପୁର ଜିଲ୍ଲାର ୬ ଅଧିକାରୀଙ୍କୁ ଲୋକାୟୁକ୍ତ ନୋଟିସ୍ କରିଛନ୍ତି। ନଗଡାରେ ବିକାଶ ପାଇଁ ଖର୍ଚ୍ଚ ହୋଇଥିବା ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ନେଇ ସାମାଜିକ କର୍ମୀ ପ୍ରଦୀପ ପ୍ରଧାନ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଯାଜପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ସୁକିନ୍ଦା ବିଡିଓ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବିଦ୍ୟୁତ୍‌ […]

  • Monday, 12 July 2021
odisha
ଚଳନ୍ତା ଟ୍ରେନ୍‌ରେ ଚଢ଼ୁଥିଲେ ଘୁଗୁନି ବ୍ୟବସାୟୀ; ଖସିଗଲା ଗୋଡ଼, ତା’ପରେ...

ଝାରସୁଗୁଡ଼ା (ଭାଗିରଥୀ ସାହୁ): କଥାରେ ଅଛି, ରଖେ ହରି ତ ମାରେ କିଏ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଝାରସୁଗୁଡ଼ା ରେଳ ଷ୍ଟେସନରେ। ଗତକାଲି ଝାରସୁଗୁଡ଼ା ରେଳ ଷ୍ଟେସନରେ ସମଲେଶ୍ୱରୀ ଏକ୍ସପ୍ରେସ୍‌ ପ୍ଲାଟଫର୍ମ ଛାଡ଼ୁଥିବା ବେଳେ ଜଣେ ବ୍ୟକ୍ତି ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ କୌଣସି କାରଣ ବଶତଃ  ତାଙ୍କର ଗୋଡ଼ ଖସିଯିବାରୁ ସେ ତଳେ ପଡ଼ିଯାଇଥିଲେ। ଏହାଦେଖି ସଙ୍ଗେସଙ୍ଗେ ସେଠାରେ ଉପସ୍ଥିତ ଯାତ୍ରୀ ଓ ଆର୍‌ପିଏଫ୍ କର୍ମଚାରୀ ତାଙ୍କୁ ସୁରକ୍ଷିତ ଭାବେ […]

  • Monday, 12 July 2021
lightning
ଝଡ଼ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ଝଡ଼ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସକାଳ ୧୦ଟା ୩୦ ଯାଏ ୩ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ ଓ କନ୍ଧମାଳ।

  • Monday, 12 July 2021
school closed
ଆଜି ୧୦ ଜିଲ୍ଲାରେ ସ୍କୁଲ୍‌ ଓ ଅଙ୍ଗନବାଡ଼ି ଛୁଟି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨ ଦିନ ଧରି ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି। କେଉଁଠି ତଳିଆ ଅଞ୍ଚଳରେ ପାଣି ପଶିଲାଣି ତ ଆଉ କେଉଁଠି ରାସ୍ତା ଉପରେ ପାଣିର ଲହଡ଼ି ଭାଙ୍ଗୁଛି। ଯେଉଁଥିପାଇଁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଆଜି ମଧ୍ୟ କିଛି ସ୍ଥାନରେ ସକାଳୁ ସକାଳୁ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ତେବେ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ୧୦ […]

  • Monday, 12 July 2021
accident
ବାଇକ୍‌ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ବସ୍

ପିପିଲି: ବାଇକ୍‌ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ଯାତ୍ରୀବାହୀ ବସ୍। ପୁରୀ ଜିଲ୍ଲା ସାକ୍ଷୀଗୋପାଳପୁର ଥାନା ଅନ୍ତର୍ଗତ ବୀରଗୋବିନ୍ଦପୁର ଛକ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୯ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ‘ଶ୍ରୀ ଦୁର୍ଗା’ ନାମକ ଯାତ୍ରୀବାହୀ ବସ୍‌ ଆଜି ସକାଳେ ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ ବୀରଗୋବିନ୍ଦପୁର ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବୀରଗୋବିନ୍ଦପୁର ଛକ ନିକଟରେ ଥିବା ମା’ ଦକ୍ଷିଣ କାଳୀଙ୍କୁ ଦର୍ଶନ କରି ୨ଜଣ ଯୁବକ […]

  • Monday, 12 July 2021
accident
ଅଟୋକୁ ଧକ୍କା ଦେଲା ବସ୍‌; ଜଣେ ମୃତ, ୭ ଗୁରୁତର

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ଆମ୍ବଗଡ଼ଠାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଅଟୋରେ ବସିଥିବା ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଦିନ ପ୍ରାୟ ୧୧ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଏକ ଅଟୋ ବ୍ରହ୍ମପୁର ଆଡ଼କୁ ଯାଉଥିବା ବେଳେ ଏକ ଘରୋଇ ବସ୍‌ ଓଭରଟେକ୍‌ କରି ଅଟୋର ଡାହାଣ ପାର୍ଶ୍ୱକୁ ଧକ୍କା ଦେଇଥିଲା। ମୃତା ମହିଳା […]

  • Monday, 12 July 2021
accident
ଟ୍ରକ୍‌ ଧକ୍କାରେ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଦେଓଗାଁ-ତୁଷୁରା ରାସ୍ତା ମହିପୁର ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମଣ୍ଟୁ ବେନିଆ ଓ ତାଙ୍କ ଭଉଣୀ ସଞ୍ଜୁ ବେନିଆ। ସେମାନେ ଭାଇ ଭଉଣୀ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ସଞ୍ଜୁ ତାଙ୍କ ଭାଇ ମଣ୍ଟୁଙ୍କ ସହ ବାଇକ୍‌ରେ ସାଲେପାଲି ଗାଁକୁ ଯାଉଥିଲେ। ରାସ୍ତା ଅତିକ୍ରମ କରିବା ବେଳେ ତୁଷୁରା ପଟୁ ଆସୁଥିବା ଏକ ଚାଉଳ ବୋଝେଇ ଟ୍ରକ୍‌ ମହିପୁର […]

  • Monday, 12 July 2021
odisha
ସାବେରୀ ନଦୀରେ ବୁଡ଼ିଲା ଡଙ୍ଗା; ୩ ନିଖୋଜ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ୍‌ର ନିଲିଗୁଡ଼ା ସ୍ଥିତ ସାବେରୀ ନଦୀରେ ଡଙ୍ଗା ବୁଡ଼ି ଯିବାରୁ ୩ ଜଣ ନିଖୋଜ ହୋଇ ଯାଇଛନ୍ତି। ସେମାନଙ୍କ ଘର ପଡ଼ିଆ ବ୍ଲକ୍‌ ‌ଅନ୍ତର୍ଗତ କୁମ୍ଭାରଗୁଡ଼ା ଗାଁରେ। ସେମାନେ ହେଲେ ଗାଁର ରାଜା କାବାସୀଙ୍କ ଦୁଇ ଝିଅ ମଲିକା କବସୀ, ଦିନେ କବାସୀ ଓ ଜଣେ ସ୍ଥାନୀୟ ଯୁବକ। ଗତକାଲି ଅପରାହ୍ଣରେ ସେମାନେ ଏକ ଦେଶୀ ଡଙ୍ଗାରେ ସାବେରୀ ନଦୀରେ ଆସୁଥିଲେ। ତେବେ ମଝି ନଦୀରେ ଡଙ୍ଗାଟି ଭାରସାମ୍ୟ ହରାଇ […]

  • Monday, 12 July 2021
odisha
ଛାତ୍ରଙ୍କ ଉପରେ ମାଡ଼ିଗଲା ହାଇଓ୍ୱା

ପାରାଦୀପ: ପାରାଦୀପ-କଟକ ରାସ୍ତା ଫୁଲବେଲାରୀ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ୟୁସନ୍‌ ଯାଉଥିବାବେଳେ ସ୍କୁଲ ଛାତ୍ରଙ୍କ ଉପରେ ହାଇୱା ଟ୍ରକ୍‌ ମାଡ଼ି ଯିବାରୁ ଘଟଣାସ୍ଥଳରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ କୁଜଙ୍ଗ ଡାକ୍ତରଖାନା ପରେ କଟକକୁ ସ୍ଥାନାନ୍ତର କରାଯାଇଛି। ମୃତ ଛାତ୍ରଙ୍କ ନାଁ କାହ୍ନୁ ବୋଲି ଜଣାପଡ଼ିଛି।ମୃତାହତଙ୍କ ଘର ଫୁଲବେଲାରୀ ଗାଁରେ। ସୂଚନା ଅନୁସାରେ, ଏହି ୩ ଛାତ୍ର ସାଇକେଲ୍‌ରେ ଟ୍ୟୁସନ୍‌ ଯାଉଥିବା […]

  • Monday, 12 July 2021
bolangir
ପୋଲ ଉପରୁ ନଦୀକୁ ଖସି ପଡ଼ିଲା ଟ୍ରକ୍‌

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁଷୁରା ନିକଟ ପୋଲ ଉପରୁ ଏକ ଟ୍ରକ୍‌ ତେଲ ନଦୀକୁ ଖସି ପଡ଼ିଛି। ନଦୀକୁ ଖସି ପଡ଼ିଥିବା ଟ୍ରକ୍‌ର ଡ୍ରାଇଭର ଓ ହେଲ୍‌ପର୍‌ଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଚଲାଇଛି। ଟ୍ରକ୍‌ଟି ଭାରସାମ୍ୟ ହରାଇ ପୋଲର ବାଡ଼ ଭାଙ୍ଗି ନଦୀକୁ ଖସି ପଡ଼ିଥିବା ଜଣାପଡ଼ିଛି। ଏହା ଏକ ମାଲ୍‌ବାହୀ ଟ୍ରକ୍‌ ବୋଲି ସୂଚନା ମିଳିଛି। ତେବେ ନଦୀକୁ ଟ୍ରକ୍‌ଟି ଏମିତି ଖସି […]

  • Monday, 12 July 2021