• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

batya-1
ବଦଳିଲା ନିଷ୍ପତ୍ତି; ପୁଣି ଆରମ୍ଭ ହେଲା ରଥ ନିର୍ମାଣ କାମ

ପୁରୀ: ଅମ୍ପନ ପ୍ରଭାବରେ ପୁରୀରେ ଆକାଶ ମେଘୁଆ ରହିଛି । ସମ୍ଭାବ୍ୟ ବାତ୍ୟା ସତର୍କତା ସୂଚନା ପାଇବା ପରେ ରଥଖଳାରେ ରଥ ନିର୍ମାଣ କାମକୁ ୨ ଦିନ ପାଇଁ ବନ୍ଦ ରଖିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଏବେ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି। ମେଘୁଆ ପାଗ ସତ୍ତ୍ୱେ ଆଜି ରଥଖଳାରେ ରଥ ନିର୍ମାଣ କାମ ଆଗେଇ ଚାଲିଛି । ଝିପି ଝିପି ବର୍ଷା ହେଉଥିଲେ ମଧ୍ୟ କାମରେ ଲାଗିପଡିଛନ୍ତି ବିଶ୍ୱକର୍ମା । ପାଗକୁ ଦେଖି […]

  • Tuesday, 13 July 2021
base
ଦୁର୍ବଳ ହେଉଛି ‘ଅମ୍ପନ’; ମହାବାତ୍ୟାରୁ ହେଲା ଅତିଭୀଷଣ ବାତ୍ୟା

ଭୁବନେଶ୍ୱର: ମହାବାତ୍ୟାରୁ ଖସି ‘ଅମ୍ପନ’ ଏବେ ଅତିଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇଛି। ସମୁଦ୍ରରେ ଏହାର ବେଗ ଏବେ ବଢ଼ିଛି। ଘଣ୍ଟାକୁ ୧୫ କିମି ବେଗରେ ଆଗକୁ ଗତି କରୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଆସନ୍ତା କାଲି ସକାଳଠାରୁ ସଂଧ୍ୟା ଯାଏ ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସତର୍କ ସୂଚନା ଦିଆଯାଇଛି। ବିଶେଷକରି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବେଶି ପ୍ରଭାବ ପଡ଼ିବ।  ଓଡ଼ିଶାରେ ଆଜି ରାତିରୁ […]

  • Tuesday, 13 July 2021
corona death
କ୍ୱାରେଣ୍ଟିନ ସେଣ୍ଟରରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ

ଭଦ୍ରକ: କ୍ୱାରେଣ୍ଟିନ ସେଣ୍ଟରରେ ଜଣ ପ୍ରବାସୀ ଓଡ଼ିଆଙ୍କର ଗତକାଲି ରାତିରେ ମୃତ୍ୟୁ ଘଟିଛି। ମୃତକ ଜଣକ  କୋଲକତା ଫେରନ୍ତା ବୋଲି ଜଣାପଡ଼ିଛି। କୋଲକାତାରୁ ଫେରି ସେ  ଭଦ୍ରକ ଭଣ୍ଡାରିପୋଖରୀର ବୟାବନାପୁର ନୋଡାଲ ସ୍କୁଲରେ ହୋଇଥିବା ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ଥିଲେ। ମୃତକଙ୍କ ନାଁ ଦେବେନ୍ଦ୍ର ରାଉତ ଓ ତାଙ୍କର ବୟସ ୭୨ ବର୍ଷ ବୋଲି ଜଣାପଡ଼ିଛି।  ସେ ଗତ ରବିବାର ରାତିରେ କୋଲକତାରୁ ଫେରି ଭଣ୍ଡାରୀପୋଖରୀ ସରକାରୀ ଆଇଟିଆଇରେ ନାମ ପଞ୍ଜୀକରଣ କରିଥିଲେ । ସେଠାରେ ଅସୁସ୍ଥ […]

  • Tuesday, 13 July 2021
maxresdefault
ସ୍ଥଗିତ ହେଲା ମାଟ୍ରିକ ପରୀକ୍ଷା ଖାତା ଦେଖା

ଭୁବନେଶ୍ୱର: ସ୍ଥଗିତ ହେଲା ମାଟ୍ରିକ ପରୀକ୍ଷା ଖାତା ଦେଖା । ମହାବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି  ଖାତାଦେଖା ସ୍ଥଗିତ କରାଯାଇଛି। ଏ ନେଇ  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ପୁଣି କେବେ ଖାତା ଦେଖା ଆରମ୍ଭ ହେବ ସେ ନେଇ କୌଣସି ସୂଚନା ଦେଇ ନାହାନ୍ତି। ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନା ଥାଉ କି, ୨୧ ତାରିଖରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବାର ଥିଲା […]

  • Tuesday, 13 July 2021
niv
ରାଜ୍ୟରେ ପୁଣି ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଜି ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ କଟକ ଜିଲ୍ଲାର ଓ ତାଙ୍କର ବୟସ ୭୫ବର୍ଷ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକ ଜଣକ ଅସୁସ୍ଥ ଅବସ୍ଥାରେ ଏମ୍ସରେ ଭର୍ତ୍ତି ହୋଇଥିଲେ। ସେ ଫୁସ୍‌ଫୁସ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ୧୭ ତାରିଖ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ନମୂନା ପରୀକ୍ଷା ପରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। […]

  • Tuesday, 13 July 2021
corona
ରାଜ୍ୟରେ ପୁଣି ୧୦୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦୨ କରୋନା ପଜିଟିଭ ଆଜି ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୭୮କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ  ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ମିଳିଥିବା ସୂଚନା ଅନୁସାରେ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟିନ୍‌ ସେଣ୍ଟରର ହୋଇଥିବାବେଳେ ୫ ଜଣ ବାହାରର। ଏମାନଙ୍କ ମଧ୍ୟରେ ଯାଜପୁରର ୩୧ ଜଣ ଆକ୍ରାନ୍ତ ଥିବାବେଳେ  ଜଗତସିଂହପୁର ୨୩, ଭଦ୍ରକର ୨୧, କେନ୍ଦ୍ରାପଡ଼ାର ୮, କଟକର ୪, […]

  • Tuesday, 13 July 2021
accident
ଦୁର୍ଘଟଣା: ପ୍ରବାସୀଙ୍କ ସମେତ ୨ ମୃତ

ବାଲେଶ୍ୱର/ଟାଙ୍ଗି: ବାଲେଶ୍ୱର ଜିଲ୍ଲାର ୨ଟି ସ୍ଥାନରେ ଦୁର୍ଘଟଣା ଘଟି ଜଣେ ପ୍ରବାସୀଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖନ୍ତାପଡ଼ା ଉଳିଆପାଟଣାରେ ଟ୍ରକ ପଛରୁ ଟ୍ରକ ଧକ୍କା ଦେବାରୁ ଜଣେ ପ୍ରବାସୀଙ୍କର ମୃତ୍ୟୁ ହୋଇଛି । ଆଗ ଟ୍ରକର ଡ୍ରାଇଭର ଗୁରୁତର ହୋଇଛନ୍ତି । ପ୍ରବାସୀ ଜଣକ ପଛ ଟ୍ରକର ସାମନାରେ ବସିଥିଲେ । ସେହିପରି ପଣପଣା ନିକଟରେ କୋଲକାତାରେ […]

  • Tuesday, 13 July 2021
batya
ଦୁର୍ବଳ ହେଉଛି ମହାବାତ୍ୟା ଅମ୍ପନ !

ଭୁବନେଶ୍ୱର: ଦୁର୍ବଳ ହେଉଛି ମହାବାତ୍ୟା ଅମ୍ପନ। ଧୀରେ ଧୀରେ ଶକ୍ତି ହରାଉଛି ବୋଲି ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଆଇଏମ୍‌ଡି ଡିଜି  ଦେଇଥିବା ସୂଚନା ଅନୁସାରେ ମହାବାତ୍ୟା ଅମ୍ପନ ୬ ଘଣ୍ଟାରେ ଏକ୍ସଟ୍ରିମ୍‌ଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ଏହାର ପ୍ରଭାବ ପ୍ରଥମେ ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଅନୁଭୂତ ହେବ । ପରେ ପରେ ଭଦ୍ରକ ଓ ବାଲେଶ୍ୱରରେ ବର୍ଷା ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ତେବେ ଓଡ଼ିଶାକୁ ବିଶେଷ ବିପଦ […]

  • Tuesday, 13 July 2021
image
ମା’ଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲା

ରେଢାଖୋଲ: ମଦ ନିଶାରେ ମଣିଷକୁ ରାକ୍ଷସ ପାଲଟିଯାଏ।  ହଜିଯାଏ ମଣିଷ ପଣିଆ। ଭୁଲିଯାଏ ସ଼ମ୍ପର୍କର ମୋହ।  ମଦ ନିଶାରେ କିପରି ପୁଅ ନିଜର ବୁଢୀ ମା’କୁ ପିଟି ପିଟି ହତ୍ୟା କରିଛି ତାହାର ଉଦାହରଣ ଦେଖିବାକୁ ମିଳିଛି  ଅନୁଗୁଳ ଜିଲ୍ଲାରେ। ଅନୁଗୁଳ ଜିଲ୍ଲା କିଶୋରନଗର ଥାନା,ଉଷକାପାଲୀ ପଞ୍ଚାୟତର ସାହାଜଵାହାଳ ଗାଁରେ ଗତ କାଲି ରାତିରେ ସାନ ପୁଅ ଆର୍ତ୍ତତ୍ରାଣ ବେହେରା ମଦ ପିଇ ଘରକୁ ଫେରିଥିଲେ।  କୌଣସି କାରଣରୁ  ନିଜ ମାଁ ଅନ୍ନପୂର୍ଣ୍ଣା ବେହେରା (୭୦ ବର୍ଷ)ଙ୍କ […]

  • Tuesday, 13 July 2021
vehicle
ଲକ୍‌ଡାଉନ୍‌ କଟକଣା କୋହଳ: ଗଡ଼ିବ ୨ ଚକିଆ, ୪ ଚକିଆ ଯାନ

ଭୁବନେଶ୍ୱର: ଲକଡାଉନ ପାଇଁ ରାଜ୍ୟରେ ଗାଡ଼ି ଚଳାଚଳ ନେଇ ଥିବା କଟକଣା ପ୍ରତ୍ୟାହାର କରି ନିଆଯାଇଛି । ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ ଏହି କଟକଣା ପ୍ରତ୍ୟାହାର ହୋଇଛି ବୋଲି ଭୁବନେଶ୍ୱର-କଟକ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିଟ୍ କରି ଜଣାଇଛନ୍ତି । ରାଜ୍ୟରେ ସମସ୍ତ ପ୍ରକାର ସରକାରୀ, ବେସରକାରୀ ଓ ବାଣିଜ୍ୟିକ ପରିବହନରେ ଲାଗୁଥିବା ୨ ଚକିଆ ଯାନ ଓ ୪ ଚକିଆ ଯାନ ଏଣିକି ସ୍ୱଚ୍ଛନ୍ଦରେ ଚଳାଚଳ କରିପାରିବ । ତେବେ ନିରାପଦ ଭାବେ ଡ୍ରାଇଭିଂ […]

  • Tuesday, 13 July 2021
cy
ଦୁଇ ମହଲା କୋଠା ଉଚ୍ଚରେ ମାଡ଼ି ଆସିପାରେ ଜୁଆର

ଭୁବନେଶ୍ୱର: ଭୟଙ୍କର ରୂପ ନେଇ ମାଡ଼ି ଆସୁଛି ମହାବାତ୍ୟା ଅମ୍ପନ । ଦୀଘା ଠାରୁ ୭୨୦ କିଲୋ ମିଟର ଦୂରରେ ଥିବାବେଳେ ପାରାଦୀପଠାରୁ ୫୭୦ କିଲୋମିଟର ଦୂରରେ ରହିଛି। ତେବେ ଓଡ଼ିଶା ଉପକୂଳ ଦେଇ ଦେଇ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାଟିଆ ଦ୍ୱୀପ ମଧ୍ୟରେ ଥିବା ସୁନ୍ଦରବନରେ ପାଖାପାଖି ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ । ଲ୍ୟାଣ୍ଡଫଲ୍ ସମୟରେ ବେଗ ୧୬୫ରୁ ୧୭୫ କିଲୋମିଟର ଏବଂ ସ୍ଥଳବିଶେଷରେ ଘଣ୍ଟାକୁ ୧୯୫ କିମି […]

  • Tuesday, 13 July 2021
coronavirus
ଆଶ୍ୱସ୍ତି: ସୁସ୍ଥ ହେଲେ ୫୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ସକାଳେ ରାଜ୍ୟରେ ନୂଆ ୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୬କୁ ବୃଦ୍ଧି ପାଇଛି ଯାହା ପ୍ରଶାସନର ଚିନ୍ତା ବଢାଇ ଦେଇଛି। ତେବେ ଏପରି ପରିସ୍ଥିତିରେ ,କ ଆଶ୍ୱସ୍ତିର ଖବର ମଧ୍ୟ ମିଳିଛି। ରାଜ୍ୟରେ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଉଛି। ଆଜି  ୫୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ଥାସ୍ଥ୍ୟ ଓ […]

  • Tuesday, 13 July 2021
sankarapura sahi
କରୋନା ସଂକ୍ରମଣ ରୋକିବା ପାଇଁ କଡା ପଦକ୍ଷେପ; ଘୋଷଣା ହେଲା ଆକ୍ସେସ୍ କଣ୍ଟ୍ରୋଲ ଜୋନ୍

ବ୍ରହ୍ମପୁର: କରୋନା ସଂକ୍ରମଣ ଆଶଙ୍କାରେ ବ୍ରହ୍ମପୁର ମହାନଗର ନିଗମର କଡା ପଦକ୍ଷେପ । ବ୍ରହ୍ମପୁରରେ ପ୍ରଥମ ଥର ପାଇଁ ଆକ୍ସେସ୍ କଣ୍ଟ୍ରୋଲ ଜୋନ୍ ଘୋଷଣା କରିଛି ମହାନଗର ନିଗମ । ସହରର ବଡ଼ବଜାର ଥାନା ଶଙ୍କରପୁର ସାହିକୁ ଆକ୍ସେସ୍ କଣ୍ଟ୍ରୋଲ ଜୋନ ଘୋଷଣା କରାଯାଇଛି । ଏଥିସହିତ ଶଙ୍କରପୁର ସାହିର ସମସ୍ତ ପ୍ରବେଶ ପଥକୁ ସିଲ୍ କରିଛି ପ୍ରଶାସନ । ଏହି ଜୋନ୍ ଭିତରକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗଯାଇଛି । ସେହିପରି ସାହି […]

  • Tuesday, 13 July 2021
migranr
ରାୟଗଡାରେ ପହଞ୍ଚିଲା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍; ଫେରିଲେ ପୁଣି ୨୦୦ ପ୍ରବାସୀ

ରାୟଗଡା: ରାୟଗଡାରେ ପହଞ୍ଚିଲା ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ । ପ୍ରବାସୀ ଶ୍ରମିକଙ୍କୁ ନେଇ ତାମିଲନାଡୁ ତିରିପୁରରୁ ଆସିଥିବା ଏହି ଟ୍ରେନ୍‌ରେ ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ପ୍ରାୟ ୨ଶହରୁ ଅଧିକ ଶ୍ରମିକ ଅଛନ୍ତି । ରେଳ ଷ୍ଟେସନରେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଶ୍ରମିକ ମାନଙ୍କ ସୁରକ୍ଷା ସହ ସଂକ୍ରମଣ ରୋକିବା ପାଇଁ ଆଜି ସଂଧ୍ୟା ୭ଟା ପର୍ଯ୍ୟନ୍ତ ଷ୍ଟେସନ ଆଖପାଖ ଅଞ୍ଚଳରେ ୧୪୪ଧାରା ଜାରି କରାଯାଇଛି । ଏହି ସମୟରେ ପିତାମହଲଠାରୁ ଜେକେପୁର […]

  • Tuesday, 13 July 2021
mkcg
କରୋନା ଆକ୍ରାନ୍ତ ମହିଳା ଜନ୍ମ ଦେଲେ ଯମଜ ସନ୍ତାନ

ବ୍ରହ୍ମପୁର: କୋଭିଡ-୧୯ ହସ୍‌ପିଟାଲରେ ମହିଳା ଜନ୍ମଦେଲେ ଯମଜ ସନ୍ତାନ। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍ କଲେଜ ହସ୍‌ପିଟାଲରେ ମହିଳାଜଣକ ଗତକାଲି ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ପ୍ରସବ ପରେ ମାଆ ଓ ଛୁଆ ସୁସ୍ଥ ଅଛନ୍ତି। ଗତ ରବିବାର ସୁରତରୁ ଗୋଟିଏ ପରିବାର ଓଡ଼ିଶା ଆସିଥିଲେ। ସେମାନଙ୍କୁ ବ୍ରହ୍ମପୁରରେ ଏକ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ରଖାଯାଇଥିଲା। ସେମାନଙ୍କ ରକ୍ତ ଓ ସ୍ୱାବ୍‌ ଟେଷ୍ଟ କରାଯାଇଥିଲା। ପରୀକ୍ଷା ପରେ ସେମାନଙ୍କର ପଜିଟିଭ ରିପୋର୍ଟ ଆସିବା ପରେ  […]

  • Tuesday, 13 July 2021
niranjan
‘୨୦ ଲକ୍ଷ କୋଟିର ପ୍ୟାକେଜ ପାଇଁ ଟଙ୍କା କେଉଁଠୁ ଆସିବ ?’

ଭୁବନେଶ୍ୱର: ଦେଶକୁ ସମ୍ବୋଧନ କରିବାବେଳେ  ପ୍ରଧାନମନ୍ତ୍ରୀ ମୋଦି ଗତକାଲି ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ୍ ଘୋଷଣା କରିଛନ୍ତି। କରୋନା ମୁକାବିଲା ସହ ଦେଶର ଆର୍ଥିକ ସ୍ଥିତିକୁ ସଜାଡ଼ିବା ପାଇଁ ଏହି ଆର୍ଥିକ ସହାୟତାର ଘୋଷଣା କରିଛନ୍ତି ସରକାର। ହେଲେ ଏହାକୁ ନେଇ  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି। ପ୍ୟାକେଜ୍ ପାଇଁ ଟଙ୍କା କେଉଁଠୁ ଆସିବ ? ଏନେଇ ପ୍ରଶ୍ନ ଉଠାଇଛନ୍ତି ନିରଞ୍ଜନ। ଘୋଷଣା ହୋଇଥିବା ୨୦ ଲକ୍ଷ କୋଟି ଟଙ୍କା ବଜେଟରୁ ଆସିବ […]

  • Tuesday, 13 July 2021
puri
ରଥ ନିର୍ମାଣ କାମରେ ନିୟୋଜିତ ସେବାୟତଙ୍କ କୋଭିଡ୍ ଟେଷ୍ଟ ଆରମ୍ଭ

ପୁରୀ: ଶ୍ରୀଜିଉଙ୍କ ରଥ ନିର୍ମାଣ କାମରେ ନିୟୋଜିତ ସେବାୟତଙ୍କର କୋଭିଡ୍ ଟେଷ୍ଟ ଆଜିଠାରୁ ଆରମ୍ଭ ହୋଇଛି।  ଶ୍ରୀମନ୍ଦିର ପ୍ରସାସନ ପକ୍ଷରୁ ଆଜି ଏହି ଟେଷ୍ଟ ଆରମ୍ଭ ହୋଇଛି । ରଥ ନିର୍ମାଣ କାମରେ ନିୟୋଜିତ ଅଛନ୍ତି ୧୫୦ରୁ ଅଧିକ ସେବାୟତ। ୩ ଦିନ ମଧ୍ୟରେ ସମସ୍ତ ସେବାୟତଙ୍କ ନମୂନା ପରୀକ୍ଷା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ବଳବନ୍ତ ସିଂ। ଆଜି ସମସ୍ ଙ୍କ ନମୂନା ସଂଗ୍ରହ ପର୍ଯ୍ୟାୟ କ୍ରମେ କରାଯାଉଛି। ଏଥିପାଇଁ ଏକ ସ୍ୱତନ୍ତ୍ର ମେଡିକାଲ୍ ଟିମ୍ […]

  • Tuesday, 13 July 2021
orissa high court
‘ଫି ଦେଇ ନ ଥିବା ଛାତ୍ରଛାତ୍ରୀଙ୍କୁ ଅନଲାଇନ୍‌ରେ ପଢିବାର ସୁଯୋଗ ଦିଅ‘

ଭୁବନେଶ୍ୱର: କୋରନା ଭଳି କଠିନ ସମୟରେ ବିଭିନ୍ନ ବେସରକାରୀ ସ୍କୁଲ ମାନଙ୍କରେ ଅହେତୁକ ଫି ବୃଦ୍ଧିକୁ ନେଇ ଦାୟର ରିଟ ପିଟିସନକୁ ଗ୍ରହଣ କରିଛନ୍ତି ହାଇକୋର୍ଟ।  ଏହି ମାମଲାର ଶୁାଣାଣି କରି କେନ୍ଦ୍ର ସରକାର, CBSE , ICSE, ରାଜ୍ୟ ଗଣ ଶିକ୍ଷା ସଚିବ ଓ ଅନ୍ୟାନ୍ୟ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି । ଅନଲାଇନ ପାଠପଢ଼ା ଜାରି ରଖିବା ପାଇଁ ଫି ଦେଇ ନଥିଲେ ମଧ୍ୟ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଆଇଡି ଓ ପାସଓ୍ୱାର୍ଡ […]

  • Tuesday, 13 July 2021
orissa-high-court
ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ନିର୍ଦ୍ଦେଶ

କଟକ: ଜୁନ୍ ୨୩ରେ ପଡ଼ୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ବିଳମ୍ବରେ ହେଲେ ବି ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ହେବା ନେଇ ଭକ୍ତଙ୍କ ମନରେ ଆଶା ସଞ୍ଚାର ହୋଇଛି। ତେବେ ରଥ କାମ ଯଦି ଠିକ ସମୟରେ ନ ସରିବ ସବୁ ଆଶା ମଉଳିଯିବ। ତେଣୁ  ଜୁନ୍ ୨୨ ସୁଦ୍ଧା ରଥ ନିର୍ମାଣ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଆଜି […]

  • Tuesday, 13 July 2021
angula
‘ସାମାଜିକ ଦୂରତା ନ ମାନିଲେ ଜିଲ୍ଲାକୁ ସଟଡାଉନ କରାଯିବ ’

ଅନଗୁଳ: ସାମାଜିକ ଦୂରତ୍ୱ ନ ମାନିଲେ ଜିଲ୍ଲାକୁ ସଟଡାଉନ ଘୋଷଣା କରାଯିବ । ଏଭଳି ଚେତାବନୀ ଦେଇଛନ୍ତି ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି।  ଜିଲ୍ଲାରେ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ପରେ ମଧ୍ୟ ବିଭିନ୍ନ ସ୍ଥାନରେ ଅଯଥା ଗହଳି ଜମୁଛି । ଲୋକମାନେ ସାମାଜିକ ଦୂରତା ମାନୁନାହାନ୍ତି । ତେଣୁ ଏହି ଅମାନିଆଙ୍କୁ ସାବାଡ କରିବା ପାଇଁ ଜିଲ୍ଲାପାଳ ଏମିତି ଚେତାବନୀ ଦେଇଛନ୍ତି। ଲୋକଙ୍କ ସୁବିଧା ପାଇଁ ସକାଳ ୭ରୁ ଦିନ ୨ଟା ପର୍ଯ୍ୟନ୍ତ ସମସ୍ତ […]

  • Tuesday, 13 July 2021
00000000001
ଟ୍ରେନଯାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଜାରି କରିବେ ସ୍ୱତନ୍ତ୍ର ଗାଇଡଲାଇନ

ଭୁବନେଶ୍ୱର: ଲକ୍‌ଡାଉନ୍‌ କଟକଣା ଭିତରେ ଆଜିଠୁ ସାଧାରଣ ଯାତ୍ରୀଙ୍କ ପାଇଁ  ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି ‌। ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀରୁ ଭୁବନେଶ୍ୱର ସମେତ ଦେଶର ପ୍ରମୁଖ ସହରକୁ ୧୫ ଯୋଡ଼ା ଟ୍ରେନ୍ ଚାଲିବ ବୋଲି କୁହାଯାଇଛି। ଓଡ଼ିଶାରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିବାବେଳେ ପ୍ରବାସୀ ଓଡ଼ିଆ ରାଜ୍ୟ ସରକାରଙ୍କର ଚିନ୍ତା ବଢାଇ ଦେଇଛନ୍ତି। ରାଜ୍ୟରେ ଏବେ ହୁ-ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପରି ପରିସ୍ଥିତିରେ ଟ୍ରେନ ଚଳାଚଳ ଆରମ୍ଭ ହୋଇ […]

  • Tuesday, 13 July 2021
angul
ଅନୁଗୁଳ ଜିଲ୍ଲାରେ ଜାରି ହେଲା ରେଡ୍ ଜୋନ୍ କଟକଣା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଜାରି କରାଯାଇଛି ରେଡ୍ ଜୋନ୍ କଟକଣା।  ସରକାରୀ ଭାବେ ଏହି ଜିଲ୍ଲାକୁ ରେଡ୍ ଜୋନ୍ ଘୋଷଣା କରାଯାଇନଥିଲେ ମଧ୍ୟ ରେଡ୍ ଜୋନ୍‌ର ସମସ୍ତ କଟକଣା ଏହି ଜିଲ୍ଲାରେ ଲାଗୁ କରାଯାଇଛି । ଜିଲ୍ଲାପାଳ ମନୋଜ ମହାନ୍ତି ସୂଚନା ଦେଇ କହିଛନ୍ତି,  ଅନୁଗୁଳରେ ଆଜି ୧୩ ଜଣ କରୋନା ପଜିଟିଭ ବାହାରିବା ପରେ ଏହି କଡ଼ା ପଦକ୍ଷେପ ନିଆଯାଇଛି । ଆଗରୁ ଅନୁଗୁଳରେ କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନଥିବାରୁ ଏହା ଗ୍ରୀନ୍ ଜୋନ୍‌ରେ […]

  • Tuesday, 13 July 2021
odisha
ରାଜ୍ୟରେ ଷ୍ଟେଜ ଥ୍ରୀ ଆଡ଼କୁ ଗତି କରୁଛି କରୋନା !

ଭୁବନେଶ୍ୱର: ଓଡ଼ିଶା କରୋନା ଷ୍ଟେଜ ଥ୍ରୀ ଆଡ଼କୁ ଗତି କରୁଛି କି ? ଗୋଷ୍ଠୀ ସଂକ୍ରମଣର ସମ୍ଭାବନା ରହିଛି କି ? ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଏମିତି ଆଶଙ୍କା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା। ବାହାର ରାଜ୍ୟରୁ ପ୍ରବାସୀ ଆସୁଛନ୍ତି। ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଅଧିକ ସଂଖ୍ୟାରେ ସଂକ୍ରମଣ ଆମ ଗୋଷ୍ଠୀ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବ ବୋଲି କହିଛନ୍ତି ଡାକ୍ତର ଜୟନ୍ତ […]

  • Tuesday, 13 July 2021
quarentine
କ୍ୱାରେଣ୍ଟିନ କେନ୍ଦ୍ରରେ କଣ କରିବେ, କଣ କରିବେନି ? ଜାରି ହେଲା ଗାଇଡ୍‌ଲାଇନ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା କରାଯାଇଥିବା କ୍ୱାରେଣ୍ଟିନ୍ କେନ୍ଦ୍ର ଏବଂ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଗୁଡିକର ପରିଚାଳନା ଲାଗି ରାଜ୍ୟ ସରକାରଙ୍କ ତରଫରୁ ଜାରି ହୋଇଛି ଗାଇଡଲାଇନ୍। ଏହି ସବୁ କେନ୍ଦ୍ର ଗୁଡିକରେ ଯେପରି ସଂକ୍ରମଣ ନଘଟେ ଏଥିଲାଗି ଗାଇଡଲାଇନ୍ ଜାରି ହୋଇଛି । କ୍ୱାରେଣ୍ଟିନ କେନ୍ଦ୍ର ଗୁଡିକରେ କଣ ସବୁ କରିବେ, କଣ କରିବେ ନାହିଁ ଏହାକୁ ନେଇ ଓଡ଼ିଆରେ ଲେଖାଥିବା ଏକ ମାର୍ଗଦର୍ଶିକା ସମସ୍ତ କେନ୍ଦ୍ରରେ ପ୍ରଦର୍ଶିତ ହେବ । ଯଦି କାହା ପାଖରେ ଲକ୍ଷଣ […]

  • Tuesday, 13 July 2021
mkcg
ଡାକ୍ତରଙ୍କ କାନ ଛିଣ୍ଡାଇ ଦେଲେ ରୋଗୀଙ୍କ ସମ୍ପର୍କୀୟ

ବ୍ରହ୍ମପୁର: ଡାକ୍ତରଙ୍କ ଉପରେ ରୋଗୀଙ୍କ ଆକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ବ୍ରହ୍ମପୁର MKCGରେ ଆଜି ଡାକ୍ତର-ରୋଗୀ ମୁହାଁମୁହିଁ ହୋଇଛନ୍ତି। ରୋଗୀଙ୍କ ସମ୍ପର୍କୀୟ ଜଣେ ଡାକ୍ତରଙ୍କ କାନ ଛିଣ୍ଡାଇ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। MKCGର ପ୍ରସୂତୀ ବିଭାଗରେ ଜଣେ ମହିଳା ଲେବର ରୁମ୍‌ରେ ଥିବାବେଳେ ତାଙ୍କର ଜଣେ ସମ୍ପର୍କୀୟ ଭିତରକୁ ଯିବା ପାଇଁ ଅନୁମତି ମାଗିଥିଲେ। ହେଲେ ଲେବର୍ ରୁମ୍‌କୁ ଯିବାପାଇଁ ପ୍ରବେଶ କରିବାର ଅନୁମତି  ସଂପୃକ୍ତ […]

  • Tuesday, 13 July 2021