କଟକ: କଟକ ଖାନ୍ନଗରରେ ପ୍ରସ୍ତାବିତ ବସ୍ ଟର୍ମିନାଲ୍ ବିବାଦ ଦିନକୁ ଦିନ ଘନଉଛି। ଏହି ବସ୍ ଟର୍ମିନାଲ ନେଇ ସାଂସଦ ଭର୍ତ୍ତୃହରି ମହତାବ୍ ଅସନ୍ତୋଷ ପ୍ରକାଶ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ଟର୍ମିନାଲ ନେଇ ଭର୍ତ୍ତୃହରି କିଛି ଜାଣି ନଥିବା ମନ୍ତବ୍ୟ ଉପରେ ଦେବାଶିଷ କହିଛନ୍ତି ‘ଜଣେ ସରକାରୀ ଦଳ ସାଂସଦ ହୋଇ ଅବଗତ ନଥିବା କହିବା ଦୁଃଖଦାୟକ ‘ ସେ କହିଛନ୍ତି, ‘ପୂର୍ବତନ ବିଧାୟକ […]
ବ୍ରହ୍ମପୁର: ମୃତ୍ୟୁ ପରେ ଶୁଦ୍ଧିକ୍ରିୟା ଆମ ଧର୍ମର ଏକ ପରମ୍ପରା। ଆପଣାର ଲୋକଙ୍କୁ ହରାଇବାର ଦୁଃଖ ଯେତେ ଗଭୀର ହେଉ ନା କାହିଁକି, ଶୁଦ୍ଧିକ୍ରିୟା ଆମକୁ କରିବାକୁ ପଡ଼ିବ। ହେଲେ ବଞ୍ଚିଥିବା ମଣିଷର ଶୁଦ୍ଧିକ୍ରିୟା ! ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ। ବଞ୍ଚି ଥାଉ ଥାଉ ଶିଶୁର ଶୁଦ୍ଧିକ୍ରିୟା କରିବାକୁ ବାଧ୍ୟ ହୋଇଛନ୍ତି ପରିବାର ଲୋକେ। କଷ୍ଟ ହେଲେ ମଧ୍ୟ ଗ୍ରାମବାସୀଙ୍କ ଚାପରେ ବାପା-ମା‘ ଏପରି କରିବାକୁ ବାଧ୍ୟ ହୋଇଛନ୍ତି। ଏମିତି ଏକ ଅଭାବନୀୟ ଘଟଣା […]
ଝାରସୁଗୁଡ଼ା: ବୀର ସୁରେନ୍ଦ୍ର ସାଏ ଓଡ଼ିଶା ସ୍ୱାଧୀନତା ସଂଗ୍ରାମ ଇତିହାସର ଆଉ ଏକ ଅଗ୍ନିଶିଖା। ସ୍ୱାଭିମାନୀ ସମ୍ବଲପୁରର ସ୍ପର୍ଦ୍ଧିତ ସ୍ୱର। ୧୮୦୯ ଆଜିର ଦିନରେ ଏଇ ବୀର ପୁତ୍ରଙ୍କର ଜୟନ୍ତୀ । ୧୮୫୭ ସିପାହୀ ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଏ। ହେଲେ ଏହା ପୂର୍ବରୁ ଏଇ ବୀର ପୁତ୍ର ଇଂରେଜମାନଙ୍କ ବିରୋଧରେ ଉଠାଇଥିଲେ ସ୍ୱର। ଲଗାଇଥିଲେ ବିଦ୍ରୋହର ନିଆଁ। ଯେଉଁ ନିଆଁ ଶେଷ ପର୍ଯ୍ୟନ୍ତ ଜଳୁଥିଲା। ଦୁର୍ଦ୍ଦଷ ଇଂରେଜମାନେ ସିପାହୀ ବିଦ୍ରୋହ ନିଆଁକୁ ସିନା […]
ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ରେଞ୍ଜ ସଦର ସେକ୍ସନ ଅନ୍ତର୍ଗତ ବୁଦ୍ଧିଆ ପାଟଣା ଗାଁର ଏକ କୂଅ ଭିତରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ବଜ୍ରକାପ୍ତାଟିର ବୟସ ୫ ବର୍ଷ ବୋଲି ଜଣାପଡ଼ିଛି। ଆଜି ସକାଳେ ଗାଁ ଲୋକେ କୂଅ ଭିତରେ ବଜ୍ରକାପ୍ତା ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଆଠଗଡ଼ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଗାଁ ଲୋକଙ୍କ ସହାୟତାରେ ବନ ବିଭାଗର କର୍ମଚାରୀମାନେ କୂଅ ଭିତରୁ ବଜ୍ରକାପ୍ତାଟିକୁ […]
କଟକ:ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ତାଙ୍କ ଜନ୍ମମାଟି କଟକର ଓଡିଆ ବଜାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନ୍ମସ୍ଥାନ ସଂଗ୍ରହାଳୟକୁ ଯାଇ ସେଠାରେ ନେତାଜୀଙ୍କୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ନେତାଜୀଙ୍କ ନେତୃତ୍ୱ ସ୍ୱାଧୀନତା ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏହି ଅବସରରେ ଆଜି କଟକରେ ନେତାଜୀ ବସ୍ ଟର୍ମିନାଲ୍ର ଶିଳାନ୍ୟାସ ହୋଇଛି। […]
ସ୍ୱର୍ଗତ ଡି. ପ୍ରକାଶ ରାଓଙ୍କ ପରିବାରକୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ନେତାଜୀଙ୍କ ୧୨୫ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀରେ ରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର ଗାନ୍ଧି ମାର୍ଗରେ ANM କର୍ମୀଙ୍କୁ ଉଠାଇ ନେଲା ପୋଲିସ ଭଦ୍ରକ ପୁରୁଣାବଜାର ଥାନା ଛଡ଼ାକମହଲାରୁ ନକଲି ଜର୍ଦ୍ଦା କାରଖାନା ଠାବ ପବିତ୍ର ଶାମ୍ବ ଦଶମୀ ପାଇଁ ଅର୍କକ୍ଷେତ୍ର କୋଣାର୍କରେ ଜୋରଦାର ପ୍ରସ୍ତୁତି -ଭୁବନେଶ୍ୱର:ସ୍ୱର୍ଗତ ଡି. ପ୍ରକାଶ ରାଓଙ୍କ ପରିବାରକୁ ଭେଟିଲେ କେନ୍ଦ୍ର […]
ପୁରୀ: ମହାପ୍ରଭୁଙ୍କୁ ଦର୍ଶନ କରିବେ। ଶ୍ରୀଜିଉଙ୍କୁ ନିଜ ମନର କଥା କହିବେ। ଦୁଃଖ ଜଣାଇବେ। ସେଥିପାଇଁ ଦିଲ୍ଲୀରୁ ଧାଇଁ ଆସିଛନ୍ତି ଦମ୍ପତ୍ତି। ୨୫ତମ ବିବାହ ବାର୍ଷିକୀ ଅବସରରେ ଦିଲ୍ଲୀରୁ ପୁରୀ ଆସିଛନ୍ତି ପବନ ଓ ତାଙ୍କ ପତ୍ନୀ। ମନରେ ଅନେକ ଆଶା। ମହାପ୍ରଭୁଙ୍କ ଅନେକ ଅଲୌକିକ କାହାଣୀ ଶୁଣିଛନ୍ତି। କାଳେ ତାଙ୍କୁ ବି ଠାକୁର ଦୟ କରିବେ ! ବିନା କୋଭିଡ କଟକଣାରେ ଜଗା ଦର୍ଶନ ମିଳୁଛି। ଏହା ଶୁଣିବା ପରେ ପବନ ତାଙ୍କ ପତ୍ନୀଙ୍କୁ ହ୍ୱିଲ୍ […]
କାମାକ୍ଷାନଗର ( ବିଦ୍ୟାଧର ବରାଳ) : କାମାକ୍ଷାନଗର କଲେଜରେ ଅଧ୍ୟାପିକା ଅଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ। କଲେଜ ଗଭର୍ଣ୍ଣଂ ବଡ଼ିର ଅଧ୍ୟକ୍ଷ ଅଛନ୍ତି ଖୋଦ ଖଣିମନ୍ତ୍ରୀ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଖଣିମନ୍ତ୍ରୀଙ୍କ ଅଧ୍ୟାପିକା ବୋହୂ ଛୁଟିରେ ଥାଇ ବି ମାସ ମାସ ଧରି ନେଇଛନ୍ତି ଦରମା। ୨୦୧୬ରୁ ୧୮ ଯାଏଁ ଛୁଟିରେ ଥାଇ ଦରମା ନେଇଥିବାବେଳେ ସେ କୁଆଡ଼େ ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚଡ଼ି କରୁଥିବା ଦର୍ଶାଇଥିଲେ । ଯାହାକି ମିଛ ବୋଲି ଆରଟିଆଇ […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭୋଗରାଇ ବ୍ଲକ ଫୁଲବଣି ଗାଁର ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳି ଯାଇଛି। ବାର୍ଦ୍ଧକ୍ୟରେ ହାତ ଧରା ଧରି ହୋଇ ଚାଲି ଯାଇଛନ୍ତି ଉଭୟେ। ପୋଖରୀ ହୁଡ଼ାରୁ ସେମାନଙ୍କର ମୃତଦେହ ଉଦ୍ଧାର କରିଛି ପୋଲିସ। ଆଜି ସକାଳୁ ସକାଳୁ ଫୁଲବଣି ଗାଁ ପୋଖରୀ ହୁଡ଼ାରେ ପଡ଼ିଥିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ପାରିପାର୍ଶ୍ୱିକ ସ୍ଥିତିକୁ […]
ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମନମୁଣ୍ଡା-କଣ୍ଟାମାଳ ରାସ୍ତା ଗୋପାଳମାଳ ଛକରେ ଏହି ଦୁର୍ଘଟଣା ଘଟିଛି। ଏକ ପିଚୁ ବୋଝେଇ ଡମ୍ପର ଆସି ହଠାତ୍ ଯାତ୍ରୀବାହି ଅଟୋକୁ ଧକ୍କା ଦେଇଥିଲା। ଅଟୋକୁ ଧକ୍କା ଦେଇ ଡମ୍ପରଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ଘଟାଇବା ପରେ ଡମ୍ପର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ତେବେ ଦୁର୍ଘଟଣାସ୍ଥଳରେ ୨ ଜଣ ମହିଳା ଓ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଛି। ଅନ୍ୟ […]
ନୟାଗଡ଼: ଟ୍ରାଫିକ ଓ ହେଲମେଟ୍ ପିନ୍ଧିବା ନେଇ ସଚେତନତା ସୃଷ୍ଟି କରିବାକୁ ଯାଇ ଭିଡିଓ କରିଥିଲେ। ଏହି ଭିଡିଓ ପାଇଁ ଦିନେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅଜସ୍ର ପ୍ରଶଂସା ସାଉଁଟି ଥିଲେ ଓଡ଼ିଆ ଛାତ୍ରଛାତ୍ରୀ। ଏବେ ପୁଣି ଥରେ ଏହି ଭିଡିଓ ଚର୍ଚ୍ଚାକୁ ଆସିଛି। ଏହି ଭିଡିଓଟି ଏବେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦମନ୍ତ୍ରୀଙ୍କ ଟ୍ୱିଟର ପେଜ୍ରେ ସ୍ଥାନ ପାଇଛି। ନୟାଗଡ଼ ଜିଲ୍ଲା ନୋଟାରରେ ଥିବା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଅନଲାଇନ୍ ଆଇଡିଆ କଂପିଟିସନ- ୨୦୨୦ରେ […]
ପୁରୀ: ଆଜି ଶେଷ ହୋଇଛି ପ୍ରତୀକ୍ଷା। ଦୀର୍ଘମାସ ଧରି କାଳିଆର ସେ ଦିବ୍ୟ ଦର୍ଶନରୁ ବଞ୍ଚିତ ଭକ୍ତଙ୍କ ମନର ଅବସାଦ ମେଣ୍ଟିଛି। ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର। ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ହଟିଛି କଟକଣା। ଆଜିଠୁ ନିର୍ବିଘ୍ନରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କୋଭିଡ୍ କଟକଣାରେ କିଛିଟା କୋହଳ କରିବା ସହ ମହାପ୍ରଭୁଙ୍କ ଦର୍ଶନ ଲାଗି ଖୋଲା ବ୍ୟବସ୍ଥା ହୋଇଛି। ତେବେ […]
ସୋର(ଶଶିକାନ୍ତ ବେହେରା): ମୋ ଛୁଆକୁ ଛାଡ଼ି କୁଆଡେ ଯିବିନି.. ଉଠୁ ଧନ..ଆ, ଖେଳିବୁ ମୋ ସାଙ୍ଗରେ…। ସତେ ଯେମିତି ଏହି ଭାବ ନେଇ ଛୁଆକୁ ଚାଟି ପକାଉଛି। ହେଲେ ଛୁଆ ଉଠୁନି। କେମିତି ବା ଉଠିବ ? ସେ ଶୋଇଯାଇଛି ଚିର ନିଦ୍ରାରେ। ଯେତେ ଡାକିଲେ ବି ସେ ଆଉ ଉଠିବନି। ହେଲେ ମାତୃ ହୃଦୟ ତା’ର କେମିତି ବୁଝିବ ଏକଥା ? ମୃତ ଛୁଆକୁ ରାସ୍ତା ମଝିରେ ଜଗି ରହିଛି ମାଆ କୁକୁରଟି । ମା’ […]
ଭୁବନେଶ୍ୱର: ଆସନ୍ତାକାଲିଠୁ ସାରା ଦେଶରେ ଆରମ୍ଭ ହେବ କୋଭିଡ୍ ଟିକାକରଣ। ଏହାର ଗୋଟିଏ ଦିନ ପୂର୍ବରୁ କାହାକୁ ଟିକା ଦିଆଯିବ, କିଏ ଟିକା ନେବା ଉଚିତ୍ ନୁହେଁ ସେ ନେଇ ସୂଚନା ଜାରି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଅଧିକାରୀ ଓ ଅନ୍ୟାନ୍ୟ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ ।୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଗର୍ଭବତୀ ଏବଂ ଆଲର୍ଜି ଥିବା ବ୍ୟକ୍ତି କୋଭିଡ ଟିକା ନନେବାକୁ ପରାମର୍ଶ ଦିଆଯାଇଛି । ଗତକାଲିଠାରୁ […]
ନୂଆଦିଲ୍ଲୀ: ସେମାନଙ୍କ ପାଇଁ ଦିନ ରାତି ସମାନ। ବର୍ଷା, ଖରା କି ଶୀତରେ ସେମାନଙ୍କ ପାଇଁ କିଛି ନୂତନତା ନ ଥାଏ। ଜୀବନ ସେମାନଙ୍କର ଏଇ ଅଛି ଏଇ ନାହିଁ…। ସେମାନେ ସୀମାନ୍ତର ଜାଗ୍ରତ ପ୍ରହରୀ। ଦେଶର ସୁରକ୍ଷା କବଚ। ସେନା ଦିବସରେ ଆଜି ବୀର ଯବାନଙ୍କୁ ସଲାମ..। ଆଜି ୭୩ ତମ ସେନା ଦିବସ । ଭାରତୀୟ ସେନାର ପରାକାଷ୍ଠା ଓ ପରାକ୍ରମର ସମ୍ମାନ ପାଇଁ ସେନା ଦିବସ ପାଳନ କରାଯାଇ ଆସୁଛି । ପ୍ରତିବର୍ଷ […]
ଭୁବନେଶ୍ୱର(ଜଗଦୀଶ ଦାସ୍): ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନାଁକୁ କଦର୍ଥ କରି ଅଶାଳୀନ ଭାଷାରେ ଲେଖାଯାଇଥିବା ଗୁଗଲରେ ଆସୁଛି। ବିରୋଧୀ ଦଳ ନେତା ଏହାକୁ ଦେଖିବା ପରେ ପ୍ରତିକ୍ରିୟା ପ୍ରକାଶ କରଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି। ଏନେଇ cyber ଥାନାରେ ଅଭିଯୋଗ କରିବା ସହ DGଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି। ସେ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ‘ରାଜନୀତିକୁ ନେଇ […]
ପୁରୀ: ରଥଯାତ୍ରା ପାଇଁ ପିଟିସନ୍ ପରେ ପିଟିସନ୍ ଦାୟର ହେବାରେ ଲାଗିଛି। ଗତକାଲି ସୁପ୍ରିମକୋର୍ଟରେ ୩ଟି ପିଟିସନ୍ ଦାୟର ହୋଇଥିବାବେଳେ ଆଜି ଆଉ ୨ଟି modification ପିଟିସନ୍ ଦାୟର ହୋଇଛି। ଅନ୍ୟ ସବୁଠି ରଥଯାତ୍ରା ବନ୍ଦ କରି ପୁରୀରେ ରଥଯାତ୍ରା କରିବାକୁ ପିଟିସନ୍ ଦାୟର କରିଛନ୍ତି ବିଜନ ପାଇକରାୟ ଓ ସଞ୍ଜୀବ କୁମାର ଚିନ୍ନାରା। ଆବଶ୍ୟକ ସ୍ଥଳେ ପୁରୀକୁ ସଟ୍ଡାଉନ୍ କରି ରଥଯାତ୍ରା କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି। ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ଶୁଣାଇଥିବା ରାୟରେ ଆଶିଂକ […]
ଭୁବନେଶ୍ୱର: ବିଭିନ୍ନ କ୍ଷେତ୍ରରେ ରାଜ୍ୟକୁ ଶ୍ରେଷ୍ଠ ପ୍ରମାଣିତ କରିପାରିଛନ୍ତି ସରକାର। ଏପରିକି ଜାତୀୟ ସ୍ତରରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ଓଡ଼ିଶାର ଏହି ଶ୍ରେଷ୍ଠତ୍ୱକୁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି। ଏହି ସଫଳତା ପାଇଁ ରାଜ୍ୟ ସରକାରଙ୍କୁ ମିଳିଛି ଆଉ ଦୁଇଟି ପୁରସ୍କାର। ଜାଗା ମିଶନ ଓ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଯୋଗୁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି କେନ୍ଦ୍ର ସରକାର। ଭିଡିଓ କନ୍ଫରେନ୍ସିଂରେ କେନ୍ଦ୍ର ଗୃହ […]
ଭୁବନେଶ୍ୱର: ଗତକାଲି ସେରମ୍ ଇନ୍ଷ୍ଟିଚ୍ୟୁଟ ପ୍ରସ୍ତୁତ କୋଭିସିଲ୍ଡ ପହଞ୍ଚିବା ପରେ ଆଜି ଭୁବନେଶ୍ୱରରେ ପହଞ୍ଚିଛି କରୋନା ଟିକା କୋଭାକ୍ସିନ। କମ୍ପାନୀ ପକ୍ଷରୁ ପ୍ରାୟ ୨୦ ହଜାର ଡୋଜ୍ କୋଭାକ୍ସିନ ଟିକା ପହଞ୍ଚିଥିବା ସୂଚନା ମିଳିଛି। କୋଭାକ୍ସିନ ଭାରତ ବାୟୋଟେକ୍ ଓ ICMR ଦ୍ୱାରା ପ୍ରସ୍ତୁତ ଟିକା ପହଞ୍ଚିବା ପରେ କରୋନା ମୁକାବିଲା ପାଇଁ ଆଶାର କିରଣ ଦେଖା ଦେଇଛି। ତେବେ କୋଭିସିଲ୍ଡ ୩୦ଟି ଜିଲ୍ଲାକୁ ପଠାଯିବ। କିନ୍ତୁ ଭୁବନେଶ୍ୱର ମହାନଗରରେ କୋଭାକ୍ସିନ ଦିଆଯିବ ବୋଲି କୁହାଯାଇଛି। ପ୍ରାୟ […]
ବୌଦ୍ଧ: ଜାଲରେ ପଡ଼ିଲା ୪୦ କିଲୋ ଓଜନର ମାଛ। ବୌଦ୍ଧ ଜିଲ୍ଲା ଟୁଟୁସିଙ୍ଗା ଗାଁର ଶ୍ରୀପତି ବେହେରା ନାମକ ଜଣେ ବ୍ୟକ୍ତି ଆଜି ସକାଳେ ମହାନଦୀକୁ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ଜାଲରେ ଏକ ୪୦ କିଲୋ ଓଜନର ମାଛ ପଡ଼ିଥିଲା। ପ୍ରାୟ ୪ ଫୁଟ ଲମ୍ବର ଏହି ମାଛର ନାଁ ‘କଣା ବୁଦା’। ଏହି ମାଛର ଆନୁମାନିକ ମୂଲ୍ୟ ୧୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଖବର ଜଣାପଡ଼ିବା ପରେ ମାଛ […]
ସୁନ୍ଦରଗଡ(ରଂଜିତ ଚୌଧୁରୀ): ରାଜରାସ୍ତାରେ ବୁଲୁଛି । ଦିନେ ବା ଦୁଇ ଦିନ ନୁହଁ, ଦୀର୍ଘ ୭ ଦିନ ଧରି ବୁଲୁଛି। ଜଙ୍ଗଲରୁ ଆସି ରାସ୍ତାରେ ଯାଉଥିବା ଗାଡ଼ିକୁ ଅଟକାଉଛି। ଖାଇବାକୁ ମାଗୁଛି। ଆଉ ଖାଇବା ପାଇଗଲେ ପୁଣି ଜଙ୍ଗଲକୁ ଚାଲି ଯାଉଛି। ଏଠି ଆମେ ସେଇ ଗଜରାଜ କଥା କହୁଛୁ ଯିଏ ବେଶ କିଛି ଦିନ ହେବ ଟେନ୍ସା ବରସୁଆଁ ଘାଟି ଅଞ୍ଚଳରେ ଏମିତି ବୁଲୁଥିବା ଦେଖିବାକୁ ମିଳିଛି। ସୁନ୍ଦରଗଡ ଜିଲ୍ଲାର ଟେନ୍ସା ବରସୁଆଁ ଘାଟି ଅଞ୍ଚଳରେ […]
କଳାହାଣ୍ଡି: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ବାବୁ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ମହୁଲପାଟଣା ଫାଣ୍ଡି ASI ମଳୟ ରଣା ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟ୍ରରକୁ ରିଲିଜ୍ କରିବା ପାଇଁ ASI ମଳୟ ରଣା ଗତକାଲି ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବରୁ ଛକି ବସିଥିବା କଳାହାଣ୍ଡି ଭିଜିଲାନ୍ସ ତାଙ୍କୁ […]
ଭୁବନେଶ୍ୱର: ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଫିଟ୍ନେସ୍, ପରମିଟ୍(ସମସ୍ତ ପ୍ରକାରର), ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ କିମ୍ବା ଅନ୍ୟ ସମସ୍ତ ଡକ୍ୟୁମେଣ୍ଟ୍ସ୍ର ଅବଧି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ୨୦୨୦, ଫେବୃଆରୀ ୧ରେ ଶେଷ ହୋଇଥିବା ଏହିସବୁ କାଗଜପତ୍ରର ବୈଧତା ଆସନ୍ତା ସ୍ପେପଟେମ୍ବର ୩୦ ତାରିଖ ଯାଏ ବୈଧ ରହିବ। ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହା ଅନୁସାରେ ମାର୍ଚ୍ଚ ୧୮ ତାରିଖ ଯାଏ ବୈଧ ଥିବା ଲର୍ଣ୍ଣସ୍ […]
ପାରାଦୀପ(ରମାକାନ୍ତ ନାୟକ):କଟକ-ପାରାଦୀପ ରାସ୍ତାର ପନ୍ଦର ନମ୍ବର ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବାବେଳେ ପତ୍ନୀ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ଜଗତ୍ସିଂହପୁର ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କର ଏକମାତ୍ର ପୁଅ ବୋଲି ଜଣା ପଡ଼ିଛି। ପାରାଦୀପର ପ୍ରତିଷ୍ଠିତ ବ୍ୟବସାୟୀ ଶ୍ରୀରାମ ସାହୁଙ୍କର ଏକମାତ୍ର ପୁଅ ଶ୍ରୀକାନ୍ତ ସାହୁ। ଶ୍ରୀରାମଙ୍କର ପାରାଦୀପ ବନ୍ଦରରେ ବଡ ଧରଣର ବ୍ୟବସାୟ ରହିଛି। ତାଙ୍କର ନିଜ ଘର ଜଗତସିଂହପୁରର ଆଶ୍ରମ ପାଟଣାରେ। […]
ରାଇରଙ୍ଗପୁର/ବାଲିଗୁଡ଼ା: ଲଦାଖର ଗଲ୍ଓ୍ୱାନ୍ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ସହିଦ ହୋଇଥିବା ୨ ଓଡ଼ିଆ ଯବାନଙ୍କ ଶେଷକୃତ୍ୟ ଆଜି ସେମାନଙ୍କର ଜନ୍ମମାଟିର ସମ୍ପନ୍ନ ହୋଇଛି। କାନ୍ଦ ବୋବାଳିରେ ପୂରା ପରିବେଶ ଫାଟି ପଡ଼ୁଥିବାବେଳେ ବୀର ଓଡ଼ିଆ ପୁଅଙ୍କୁ ସମସ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସହିଦ ଓଡ଼ିଆ ଯବାନ ନୁଦୁରାମ ସୋରେନ୍ଙ୍କ ଶେଷକୃତ୍ୟ ତାଙ୍କର ଜନ୍ମମାଟି ବଡଚମ୍ପାଉଦା ଗାଁରେ ସମ୍ପନ୍ନ ହୋଇଛି। ଏକ ବିରାଟ ଶୋଭାଯାତ୍ରାରେ ରାଇରଙ୍ଗପୁରରୁ ବଡଚମ୍ପାଉଦା ଗାଁକୁ ସହିଦଙ୍କ ପାର୍ଥିବ ଶରୀର ନିଆଯାଇଥିଲା। ତାଙ୍କୁ […]