/odishatv-khabar/media/post_attachments/uploadimage/library/16_9/16_9_0/Jharafula-1_1626173294.jpg)
Jharafula
ଯାଜପୁର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଝରାଫୁଲଙ୍କ ବୟଫ୍ରେଣ୍ଡ୍ ରାକେଶ ସ୍ୱାଇଁଙ୍କ ରିମାଣ୍ଡ ଅବଧିର ଆଜି ଦ୍ୱିତୀୟ ଦିନ। ଗତକାଲି ପୋଲିସ୍ ରାକେଶଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରିଥିଲା। ଝରାଫୁଲଙ୍କ ମୃତଦେହକୁ କିପରି ନେଇଥିଲେ ଓ କେମିତି ଫିଙ୍ଗିଥିଲେ ତା’ର ଡେମୋ କରି ଦେଖାଇଥିଲେ ରାକେଶ। ଏହାପରେ ତାଙ୍କୁ ପୁଣି କୁଆଖିଆ ଥାନାକୁ ଅଣାଯାଇଥିଲା।
ରିମାଣ୍ଡର ପ୍ରଥମ ଦିନରେ ରାକେଶଙ୍କୁ ପୋଲିସ୍ ଥାନାରେ ପଚରାଉଚରା କରିଥିଲା। ଏହାପରେ ତାଙ୍କୁ ଭୁବନେଶ୍ୱର ଅଣାଯିବ ବୋଲି ଯାଜପୁର ଏସ୍ଡିପିଓ ଚିନ୍ମୟ ନାୟକ କହିଛନ୍ତି।
ଧର୍ମ ବିହାର ଗେଷ୍ଟ୍ ହାଉସ୍ ଓ ଲିଙ୍ଗରାଜ ଥାନା ଅଞ୍ଚଳରେ ଥିବା ରେଷ୍ଟୁରାଣ୍ଟରେ ଖାଇବା ସମୟର ସିସିଟିଭି ଫୁଟେଜକୁ ଆଧାର କରି ଅଧିକ ତଦନ୍ତ କରାଯିବ। ଭିସେରା ରିପୋର୍ଟ ଲାଗି ଝରାଫୁଲଙ୍କ ମୃତଦେହର ଅଂଶବିଶେଷ ପରୀକ୍ଷା ପାଇଁ ଭୁବନେଶ୍ୱର ଲାବ୍ରୋଟୋରିକୁ ପଠାଯାଇଛି।
ଅନ୍ୟପକ୍ଷେ,ରାକେଶଙ୍କ ଆଉ ଜଣେ ସହଯୋଗୀ ଫେରାର ଥିବାରୁ ତାଙ୍କୁ ଧରିବା ଲାଗି ପୋଲିସ୍ ତନାଘନା କରୁଛି। ଅଧିକ ତଥ୍ୟ ସଂଗ୍ରହ ପାଇଁ ଝରାଫୁଲଙ୍କ ବାପା ରମାକାନ୍ତ ନାୟକଙ୍କୁ ମଧ୍ୟ କୁଆଖିଆ ପୋଲିସ୍ ଗତକାଲି ଥାନାକୁ ଡାକି ପଚରାଉଚରା କରିଛି।
ଝରାଫୁଲ ମୃତ୍ୟୁ ଘଟଣାରେ ଅଭିଯୁକ୍ତ ରାକେଶଙ୍କୁ ୩ ଦିନିଆ ରିମାଣ୍ଡରେ ନିଆଯାଇଛି। ରାକେଶଙ୍କୁ ଯାଜପୁର କୁଆଖିଆ ଥାନାକୁ ଅଣାଯାଇ ପଚରାଉଚରା କରିଥିଲା ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)