ବଲାଙ୍ଗିର(ଘଟେଶ୍ୱର ମିଶ୍ର): ସ୍ୱଚ୍ଛତାର ସାରଥୀ ସାଜିବେ କିନ୍ନର। ତୃତୀୟଲିଙ୍ଗୀଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ ବଦଳିବ। କିନ୍ନର ମାନେ ଆଉ ଲୋକଙ୍କ ସାମ୍ନାରେ ହାତ ପତେଇ ଭିକ ମାଗିବେନି କି ତାଙ୍କୁ ଦୀନହୀନ ହୋଇ ଜୀବନ ବିତାଇବାକୁ ପଡ଼ିବ ନାହିଁ। ସମାଜରେ ସାଧାରଣ ମଣିଷ ପରି ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ । ଏଥିପାଇଁ ସୁଯୋଗ ସୃଷ୍ଟି କରିଛି ବଲାଙ୍ଗିର ପୌରସଂସ୍ଥା । ବ୍ୟାଟେରି ଚାଳିତ ଗାଡ଼ିରେ ସହରର ଗଳିକନ୍ଦିରୁ ଅଳିଆ ଆବର୍ଜନା ସଂଗ୍ରହ କରି ଡମ୍ପିଂୟାର୍ଡରେ ପହଞ୍ଚାଇବେ । […]
ଜଳେଶ୍ୱର(ଅଜିତ କୁମାର ଦାସ): ବର୍ଷକ ମଧ୍ୟରେ ବୟସ ବଢ଼ି ଯାଇଛି ୨୦ ବର୍ଷ। ଖାଲି ଜଣକର ନୁହେଁ କାହାର ବୟସ ୫ ବର୍ଷ ବଢ଼ି ଯାଇଛି ତ ଆଉ କାହାର ୧୦ ବର୍ଷ ଏବଂ ଆଉ କାହାର ୧୫ ବର୍ଷ ବଢ଼ି ଯାଇଛି। ଏପରିକି କାହାର ବୟସ ଏକାଥରକେ ୧୦ ବର୍ଷ ବଢ଼ି ଯାଇଛି। ସାମାଜିକ ସୁରକ୍ଷାରେ ବିଭିନ୍ନ ସୁବିଧା ପାଇବା ଲାଗି ଏହି ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ଅଞ୍ଚଳରୁ […]
ଭଦ୍ରକ: ଧାନ କିଣା ନଯିବାରୁ ବିଷ ପିଇଦେଲେ ଭଦ୍ରକର ଚାଷୀ। ଟୋକନ ଥିବା ସତ୍ତ୍ୱେ SHG ଧାନ ନ କିଣିବାରୁ ଚରମ ପଦକ୍ଷେପ ନେଇଛନ୍ତି ରାମକୃଷ୍ଣ ପଣ୍ଡା। ଭଦ୍ରକ ବ୍ଲକ ବନ୍ଧଗାଁ ପଞ୍ଚାୟତରେ ବାବା ରାମେଶ୍ୱର SHG ଗ୍ରୁପ ବିରୋଧରେ ଧାନକିଣା ଅନିୟମିତତା ହୋଇଥିବା କହି ପଞ୍ଚାୟତ ଅଫିସ୍ ଆଗରେ ସେ ବିଷ ପିଇ ଦେଇଛନ୍ତି। ବାରମ୍ବାର ଗୁହାରି ସତ୍ତ୍ୱେ ଧାନ କିଣା ଯାଇନଥିବା ଅଭିଯୋଗ ହୋଇଛି। ତେବେ ଗୁରୁତର ତାଙ୍କୁ ଅବସ୍ଥାରେ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ […]
ଭୁବନେଶ୍ୱର: ଓଡ଼ିଶାରେ ମେଟ୍ରୋ ଟ୍ରେନ୍ ସେବା ନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ରାଜଧାନୀ ଭୁବନେଶ୍ୱରରୁ ରୌପ୍ୟ ନଗରୀ କଟକକୁ ମେଟ୍ରୋ ଟ୍ରେନ୍ ସେବା ଲାଗି ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ବିଜେଡି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ମିଛ ପ୍ରମାଣିତ ହୋଇଛି। ଦ୍ୱୈତନଗରୀ ମଧ୍ୟରେ ମେଟ୍ରୋ ଚଳାଚଳ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ କୌଣସି ପ୍ରସ୍ତାବ ଦିଆଯାଇ ନାହିଁ ବୋଲି କେନ୍ଦ୍ର ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ […]
ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ମହାମାରୀ କାୟା ବିସ୍ତା କରୁଥିବା ବେଳେ ଭୁବନେଶ୍ୱରର ୨୨ଟି ହସ୍ପିଟାଲରେ ଟିକା ଦିଆଯିବ। ୩ୟ ପର୍ଯ୍ୟାୟ ଟିକାକରଣ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର। ମାର୍ଚ୍ଚ ୧ରୁ ବୟସ୍କ ଏବଂ ବହୁବିଧ ରୋଗାକ୍ରାନ୍ତଙ୍କୁ ଟିକା ଦିଆଯିବ। ୨୦ ପ୍ରକାର ରୋଗରେ ଆକ୍ରାନ୍ତ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ପ୍ରଥମେ ମିଳିବ ଟିକା। ସମ୍, କିମ୍ସ, କଳିଙ୍ଗ, ବ୍ଲ ହ୍ୱିଲ୍, ଆଦିତ୍ୟ, ଅଶ୍ୱିନୀ, ଆମ୍ରି, ଉତ୍କଳ, ନୀଳାଚଳ, କେୟାର, ହାଇଟେକ୍ ଆଦି […]
ବେଳାଭୂମିର ଜାଗ୍ରତ ପ୍ରହରୀ ଜଗଦୀଶ: ସମୁଦ୍ରରୁ ଜୀବନ ଛାଣୁଥିବା ଜଣେ ଭିନ୍ନକ୍ଷମ ମଣିଷର କାହାଣୀ, ପ୍ରଶାସନ ପାଇଁ ଅଲୋଡ଼ା, ହେଲେ ହାରି ନାହାନ୍ତି। ପୋଲିଓ ଆକ୍ରାନ୍ତ ଜଗଦୀଶ୍ ନିଜ ଅକ୍ଷମତା ପାଇଁ ଦୁଃଖ ନକରି ପର୍ଯ୍ୟଟକଙ୍କୁ ନୂଆ ଜୀବନ ଦେଉଛନ୍ତି
ଭୁବନେଶ୍ୱର: ସାରା ଦେଶରେ ପୁଣି ଥରେ କରୋନା କାୟା ମେଲାଉଥିବା ବେଳେ ମହାମାରୀକୁ ନେଇ ରାଜ୍ୟରେ ଜାରି ହୋଇଛି କଡ଼ା କଟକଣା। ଏଣିକି ୫ଟି ରାଜ୍ୟ ମହାରାଷ୍ଟ୍ର, କେରଳ, ପଂଜାବ, ମଧ୍ୟପ୍ରଦେଶ ଓ ଛତିଶଗଡରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ ନଜର ରଖାଯିବ। ଏହି ରାଜ୍ୟରୁ ଫେରୁଥିବା ଲୋକ ମାନଙ୍କ ପାଇଁ ବିମାନବନ୍ଦର ଓ ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ସହ ରାପିଡ ଆଣ୍ଟିଜେନ କିଟ ପରୀକ୍ଷା କରିବା ଉପରେ ବିଶେଷ ଧ୍ୟାନ ଦିଆଯିବ। ଏସବୁ ରାଜ୍ୟରୁ ଯେଉଁ ଯାତ୍ରୀମାନେ […]
ଆସିକା(ମନୋଜ ମୁନୀ): କବି। ଶଦ୍ଦକୁ ଶବ୍ଦରେ ଛନ୍ଦି ଦୁନିଆଁ ବୁକୁରେ ଆଙ୍କି ପାରନ୍ତି ଦୀନ ଦଳିତର କରୁଣ ଛବି। ଇନ୍ଦ୍ରଧନୁର ସପ୍ତ ରଙ୍ଗକୁ ତୋଳି ଲେଖି ପକାନ୍ତି କେତେ ପ୍ରକାର କବିତା। ଏମିତି ଜଣେ ନିଆରା କବି ହେଲେ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଳକ ଅନ୍ତର୍ଗତ ବି.ନୂଆଁପଲ୍ଲୀ ଗାଁର ନନ୍ଦକିଶୋର ପ୍ରଧାନ। ସେ ଜଣେ ସାଧାରଣ ମଣିଷ , ହେଲେ ଅସାଧାରଣ ପ୍ରତିଭାର ଅଧିକାରୀ। ସ୍କୁଲ ବାରଣ୍ଡା ମାଡ଼ି ନାହାନ୍ତି,ତଥାପି ତାଙ୍କ ଲେଖନୀରୁ ଝରିପଡ଼ୁଛି ଧାଡ଼ି ଧାଡ଼ି […]
ଯାଜପୁର(ଗୁଲାମ ଗସ୍): ନିଖୋଜ ହେବାର ଦେଢ଼ ମାସ ପରେ ୪ ବର୍ଷର ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଗତ ଡିସେମ୍ବର ୨୪ରୁ ଯାଜପୁର ଜିଲ୍ଲାର ଏହି ଶିଶୁ ପୁତ୍ର ନିଖୋଜ ଥିଲେ। ତେବେ ଗତକାଲି ତାଳଚେରରୁ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଗତ ଡିସେମ୍ବର ୨୪ରେ ଯାଜପୁର ଜିଲ୍ଲା ବଡଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ନିକଟ ଆଦିବାସୀ ବସ୍ତିରେ ରହୁଥିବା ରାମ ଜଜଙ୍କ ୪ ବର୍ଷର ପୁଅ ଚିଣ୍ଟୁଙ୍କୁ କେହି ଅପହରଣ କରି ନେଇଥିଲେ। ଏନେଇ ପରିବାର […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ହୋଟେଲ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ଗତ ରାତିରେ ରାଉରକେଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ହୋଟେଲ ମାଲିକ ସଜନ ମିତ୍ତଲ। ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ହୋଟେଲ୍ କାମ ସାରି ସଜନ ଘରକୁ ଫେରୁଥିଲେ। ଏହି ସମୟରେ ଯୋଜନା ମୁତାବକ ପୂର୍ବରୁ ଛକି ରହିଥିବା ୨ଜଣ ଦୃର୍ବୃତ୍ତ ବାଇକ୍ରେ ଆସି ରାଉରକେଲା ଡିଲକ୍ସ ହୋଟେଲ୍ ଗଳିରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ସଜନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର […]
ଭୁବନେଶ୍ୱର: ବିଧାନସଭାରେ ଆଜି ଉଠିଛି ଜିଲ୍ଲା ଖଣିଜ ପାଣ୍ଠି ବା DMF ଅର୍ଥ ଖର୍ଚ୍ଚ ସଂପର୍କୀତ ପ୍ରଶ୍ନ। ବିଭିନ୍ନ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେର। ବିଧାୟକଙ୍କ ଉତ୍ତରରେ ସର୍ବାଧିକ ୫ଟି ଜିଲ୍ଲାରେ DMF ଅର୍ଥ ଖର୍ଚ୍ଚ ହୋଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ। ସର୍ବାଧିକ ୫ଟି ଜିଲ୍ଲାରେ DMF ଅର୍ଥ ଖର୍ଚ୍ଚ ହୋଇଛି। କେନ୍ଦୁଝର, ଯାଜପୁର, ସୁନ୍ଦରଗଡ଼, ଅନୁଗୁଳ ଏବଂ ଝାରସୁଗୁଡାରେ ଜିଲ୍ଲାରେ ଖଣିଜ ପାଣ୍ଠିରୁ ଖର୍ଚ୍ଚ ହୋଇଛି। କେନ୍ଦୁଝର […]
ଭୁବନେଶ୍ୱର: ପଦାରେ ପଡିଲା ରାଜ୍ୟ କଂଗ୍ରେସର ଅନ୍ତରୀଣ କନ୍ଦଳ। ରଣକ୍ଷେତ୍ର ପାଲଟିଲା କଂଗ୍ରେସ ଭବନ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ବାଡିଆପିଟା ହୋଇଛନ୍ତି ଦୁଇ ଗୋଷ୍ଠୀ। ଆଜି କଂଗ୍ରେସ ଭବନରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ସାଧାରଣ ପରିଷଦ ବୈଠକ ପୂର୍ବରୁ ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇଛି। ଗୋଟିଏ ଗୋଷ୍ଠୀ ବିଜେଡି ସହ ହାତ ମିଳାଇଥିବା ଅଭିଯୋଗ କରାଯାଇଥିଲା । ଏହାକୁ ନେଇ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା, ଏପରିକି ସାଧାରଣ ପରିଷଦ […]
ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ରହସ୍ୟ ଉପରୁ ଖୁବ୍ ଶୀଘ୍ର ପରଦା ହଟିପାରେ। ଝରାଫୁଲଙ୍କ ଭିସେରା ରିପୋର୍ଟ ଯାଜପୁର ପୋଲିସ୍କୁ ମିଳିଥିବା ବେଳେ ଏହାକୁ ନେଇ ପୋଲିସ୍ ତର୍ଜମା କରୁଛି। ତେଣୁ ଖୁବ୍ ଶୀଘ୍ର ଝରାଫୁଲଙ୍କ ମୃତ୍ୟୁ ରହସ୍ୟର ଖୁଲାସା ହେବାର ସମ୍ଭାବନା ରହିଛି। ଝରାଫୁଲଙ୍କୁ ହତ୍ୟା କରାଯାଇଛି ନା ନାହିିଁ ? ଯଦି ହତ୍ୟା କରାଯାଇଛି ତା‘ହେଲେ କିପରି ହତ୍ୟା କରାଯାଇଛି, ସେସବୁର ପ୍ରମାଣ ମିଳିପାରେ ବୋଲି ଆଶା କରାଯାଉଛି। ରମାଦେବୀ […]
କଟକ: କଟକ ବିଜୁ ପଟ୍ଟନାୟକ ସ୍ଥିତ ସନ୍ ହସ୍ପିଟାଲ୍କୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି। ଏନେଇ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନି ସୂଚନା ଦେଇଛନ୍ତି। ଅଗ୍ନିକାଣ୍ଡ ପରେ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ଶୋ’ କଜ୍ ନୋଟିସ୍ ହୋଇଥିଲା। ତେବେ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ସାମୟିକ ଭାବେ ପ୍ରଶାସନ ପକ୍ଷରୁ ହସ୍ପିଟାଲ୍କୁ ବନ୍ଦ କରି ଦିଆଯାଇଥିବା ଜଣାପଡ଼ିଛି। ଅଗ୍ନି ନିରାପତ୍ତା ଆଇନ୍ ଖିଲାପ କରିବା ସହ ବେଆଇନ୍ ଭାବେ ଚାଲିଥିବାରୁ ଏହାକୁ ବନ୍ଦ କରି ଦିଆଯିବାକୁ ନିଷ୍ପତ୍ତି […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ବିନା ଇନ୍ଧନରେ ଘାସ କାଟିବ ମେସିନ୍। ନା ଥିବ ପେଟ୍ରୋଲ କିଣାର ଟେନସନ୍, ନା ପ୍ରଦୂଷଣର ଝନଝଟ। ସିଟରେ ବସି ପେଡାଲ ମାରିଲେ ଚାଲିବ ମେସିନ। ରାଉରକେଲା ଏସ କେଡିଏଭି ପଲିଟେକ୍ନିକ କଲେଜର ଫାଇନାଲ ଇଅର ମେକାନିକାଲ ବିଭାଗର ୧୦ ଜଣ ଛାତ୍ରଛାତ୍ରୀ ପ୍ରସ୍ତୁତ କରିଛନ୍ତି ବିନା ଇନ୍ଧନରେ ଚାଳିତ ଚାରି ଚକିଆ ଘାସ କଟା ମେସିନ। ମେସିନର ସମ୍ମୁଖ ଭାଗରେ ଲାଗିଥିବା କଟର ଘାସ କାଟି ସଫା କରିଦେଉଛି। ବିଶେଷ କିଛି ଖର୍ଚ୍ଚ […]
କନ୍ଧମାଳ: ରୋଷେଇ ଘରର ରାଜା ଆଳୁ। ଆମର ନିତିଦିନିଆ ଖାଦ୍ୟର ଆଳୁର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏଣୁ ବର୍ଷତମାମ ଆଳୁର ଆବଶ୍ୟକତା ବି ପଡିଥାଏ। ରାଜ୍ୟରେ ଅଧିକ ଆଳୁ ଉତ୍ପାଦନ ହୋଇପାରୁ ନଥିବାରୁ ବାହାର ରାଜ୍ୟରୁ ଆଳୁ ଆମଦାନୀ କରି ଶୀତଳ ଭଣ୍ଡାରରେ ସଂରକ୍ଷିତ କରନ୍ତି ବ୍ୟବସାୟୀ। କିନ୍ତୁ କନ୍ଧମାଳ ଜିଲ୍ଲାର ଚାଷୀମାନେ ଏପରି ଆଳୁ ଉତ୍ପାଦନ କରୁଛନ୍ତି, ଯାହାକି ବର୍ଷ ତମାମ ବିନା ଶୀତଳ ଭଣ୍ଡାରରେ ସତେଜ ରହିପାରିବ। ସାର ପ୍ରୟୋଗ ହେଉନଥିବାରୁ ଏହା ଦେହ […]
ଭଦ୍ରକ(ପାର୍ଥ ସାରଥୀ ନାୟକ): ରାସ୍ତାକଡ଼ରେ ଥିବା ଏକ ଗ୍ୟାରେଜରେ ଜଳିଗଲା ୪ଟି ବସ୍ ଓ ଗୋଟିଏ ସ୍କର୍ପିଓ ଗାଡ଼ି। ସୌଭାଗ୍ୟବଶତଃ, ବସ୍ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥର ଡାହାଣୀଗଡ଼ିଆ ଛକ ନିକଟରେ ଥିବା ହରିଶଙ୍କର ଗ୍ୟାରେଜରେ ଏହି ଅଗ୍ନିକାଣ୍ଡ ଘଟିଛି। ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଗ୍ୟାରେଜ୍ରେ ନିଆଁ ଲାଗିଯିବା ଦେଖି ସ୍ଥାନୀୟ ଲୋକେ ବସ୍ ଭିତରେ ଶୋଇଥିବା କର୍ମଚାରୀଙ୍କୁ ଏସମ୍ପର୍କରେ ଆଲର୍ଟ କରାଇଥିଲେ। ଏହାପରେ […]
ଭୁବନେଶ୍ୱର: କ୍ରାଇମ୍ବ୍ରାଞ୍ଚ କବ୍ଜାରେ ବନ୍ୟପ୍ରାଣୀ ସ୍ମଗଲିଂ ଗ୍ୟାଙ୍ଗ। ବିକ୍ରି ପାଇଁ ଡିଲ୍ ବେଳେ ଗୋଟିଏ କଲରାପତରିଆ ବାଘ ଚମଡ଼ା ଓ ୨ଟି ହାତୀ ଦାନ୍ତ ଜବତ ହୋଇଛି। ମୟୂରଭଞ୍ଜ ଓ କେନ୍ଦୁଝରରୁ କଲରାପତରିଆ ବାଘ ଚମଡ଼ା ସହ ହାତୀ ଦାନ୍ତ ଜବତ କରାଯାଇଛି। କ୍ରାଇମ୍ବ୍ରାଞ୍ଚ STF ଏବଂ ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ମିଳିତ ଚଢ଼ାଉ ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି। ବାଘ ଚମଡ଼ା ଓ ହାତୀ ଦାନ୍ତ ବିକ୍ରି ପାଇଁ ଲକ୍ଷାଧିକ ଟଙ୍କାରେ […]
ଭୁବନେଶ୍ୱର: କାଳିଆ ଯୋଜନାରେ ଲକ୍ଷେ ଟପିଲା ଅଯୋଗ୍ୟଙ୍କ ସଂଖ୍ୟା । ଆଜି ବିଧାସନଭାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, କାଳିଆ ଯୋଜନା ବାବଦରେ ପୂରା ତଥ୍ୟ ଦେବାପାଇଁ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ପ୍ରଶ୍ନ କରିଥିଲେ। କୃଷକଙ୍କ ଜୀବିକା ଓ ଆୟ ବୃଦ୍ଧି ନିମନ୍ତେ କାଳିଆ ଯୋଜନା ହିତାଧିକାରୀ ଚୟନରେ ତୃଟି ଯୋଗୁଁ ପାଖାଖାପି ୨ ଲକ୍ଷ୯୧ ହଜାର ୮୮୦ ପରିବାର ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। କେତେଜଣ ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଯୋଜନା ଟଙ୍କା ମିଳିବାରୁ […]
ଢ଼େଙ୍କାନାଳ: ମହାନତା ଦେଖାଇଲେ ଓଲିଉଡ ଅଭିନେତା ବାବୁସାନ୍ ମହାନ୍ତି। ସିନେ ପରଦାରେ ହଜାର ହଜାର ଲୋକଙ୍କ ମନ ଜିଣିଥିବା ଅଭିନେତା ରିୟଲ୍ ଲାଇଫରେ ବି ଆଜି ସମସ୍ତଙ୍କ ମନ ଜିଣି ନେଇଛନ୍ତି। ନିଜର କୁନି ପ୍ରଶଂସକର ଇଛା ପୂରଣ କରିବା ପାଇଁ ଅଚାନକ ପହଞ୍ଚି ଯାଇଥିଲେ ବଡ଼ ମେଡିକାଲରେ। ଆଉ ମେଡିକାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ପ୍ରଶଂସକଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। କଟକ ବଡ଼ ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଗୁରୁତର ହୋଇ ଚିକିତ୍ସିତ […]
ପୁରୀ: ପୂର୍ବପରି ଭକ୍ତମାନେ ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିପାରିବେ। ଏନେଇ ଖୁବ୍ଶୀଘ୍ର ପୁରୀ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବାକୁ ଯାଉଛି। କରୋନା ଯୋଗୁ ଆନନ୍ଦ ବଜାର ଭକ୍ତଙ୍କ ପାଇଁ ବନ୍ଦ ରହିଛି। ତେବେ ଏହାର ପୁନଃସମୀକ୍ଷା କରି ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଦୀପ ଦୋକାନୀଙ୍କୁ ମଧ୍ୟ ଶ୍ରୀମନ୍ଦିର ଭିତରେ ଥଇଥାନ୍ କରିବା ପାଇଁ ଚିନ୍ତା କରାଯାଉଥିବା ଜିଲ୍ଲାପାଳ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର […]
ଢ଼େଙ୍କାନାଳ(ରାଜଶ୍ରୀ ଶତପଥୀ): ଭାଙ୍ଗିବ ବର୍ଷ ବର୍ଷର ପରମ୍ପରା । ବିନା ଭକ୍ତ ଓ ସାଧୁସନ୍ଥରେ ପାଳନ ହେବ ବିଶ୍ଵପ୍ରସିଦ୍ଧ ମାଘ ମେଳା। ଆସନ୍ତା ଗୁରୁବାର ଠାରୁ ତିନିଦିନ ଧରି ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଯୋରନ୍ଦା ମାଘମେଳା। ଆଉ ଏହାରି ଭିତରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ମହିମା ସନ୍ନ୍ୟାସୀଙ୍କୁ ନେଇ ଶେଷ ବୈଠକରେ ପ୍ରସ୍ତୁତ ହୋଇଛି ଚୁଡାନ୍ତ ରୂପରେଖ। କେବଳ ବିଧିରକ୍ଷା ପାଇଁ ହେବ ମେଳା। ଆସିବେନି ଭକ୍ତ,କି ବାହାରୁ ସାଧୁସନ୍ଥ। […]
ପୁରୀ(ନୀଳକଣ୍ଠ ପ୍ରଧାନ,ଅଶୋକ ବ୍ରହ୍ମା):ଆତ୍ମବିଶ୍ୱାସ ଆଗରେ ହାର ମାନେ ସମସ୍ତ ବାଧାବିଘ୍ନ। ଆର୍ଥିକ ଅନଟନ କିଛି ଫରକ୍ ପକାଏନି। ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଆଉ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ପୁରୀ ଝିଅ ଦିପ୍ତୀ। ବାପାଙ୍କ ସହ ମିଶି ମିକ୍ସର ତିଆରି କରି ଘର ଚଳାଉଥିବା ଅଭାବୀ ଝିଅର ଇଚ୍ଛା ଥିଲା ଭାରତୀୟ ସେନା ବାହିନୀରେ ଯୋଗଦେବ, ଆଉ ଶତ୍ରୁ ସହ ଲଢ଼େଇ କରିବେ। ଆଜି ତାଙ୍କର ଏହି ସ୍ୱପ୍ନ ପୁରଣ ହୋଇଛି। […]
ଭୁବନେଶ୍ୱର: KYC ଅପଡେଟ୍ ନେଇ ସଚେତନତା। ରାଜ୍ୟରେ ସାଇବର ଠକଙ୍କ ଦୌରାତ୍ମ୍ୟ ବଢ଼ୁଥିବା ବେଳେ KYC ଅପଡେଟ୍ ନାଁରେ ହେଉଥିବା ଠକେଇ ରୋକିବାକୁ ଓଡ଼ିଶା ପୋଲିସର ପ୍ରୟାସ କରିଛି। ଟ୍ୱିଟ କରି ଏନେଇ ପରାମର୍ଶ ଜାରି କରିଛି ଓଡ଼ିଶା ପୋଲିସ। KYC ଅପଡେଟ୍ ନେଇ ଆସୁଥିବା SMSକୁ ଅଣଦେଖା କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି KYC ଅପଡେଟ୍ ନେଇ କୌଣସି ଅଜ୍ଞାତ ନମ୍ବରକୁ ଫୋନ କରନ୍ତୁ ନାହିଁ। ସେବା ପ୍ରଦାନକାରୀ ସଂସ୍ଥା କୌଣସି ନମ୍ବରକୁ ଫୋନ ପାଇଁ […]
କଟକ: ସିଲଭର ସିଟିରେ ଭେଜାଲ ସାମଗ୍ରୀ ହାଉଜାଉ। କିହବାକୁ ଗଲେ ଏବେ ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିର ହବ୍ ପାଲଟିଛି କଟକ। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ କଟକରୁ ବାହାରିଛି ନକଲି ସାମଗ୍ରୀ। କଟକ ଜଗତପୁରରେ ଠାବ ହେଲା ନକଲି ସିମେଣ୍ଟ ଫ୍ୟାଟ୍ରି। ତର୍କିତ ଚଢ଼ାଉ କରି ବିପୁଳ ପରିମାଣର ନକଲି ସିମେଣ୍ଟ ବସ୍ତାକୁ ଜବତ କରିଛି ପୋଲିସ। ଭଡ଼ା ଘର ନେଇ ଗୋଦାମ ଚଲାଇଥିଲେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି। ଗତ କିଛି […]