ଭୁବନେଶ୍ୱର: ୪ ଘଣ୍ଟା ୨୩ ମିନିଟ୍ରେ ୧୫୧ କିଲୋମିଟର ସାଇକେଲ୍ ଚାଳନା। Bhubaneswar Cycling and Adventure Club(BCAC) ପକ୍ଷରୁ ଆୟୋଜିତ ଗୋଲ୍ଡେନ୍ ଟ୍ରାଏଙ୍ଗଲ୍ ସାଇକ୍ଲିଂ ଚାମ୍ପିଅନ୍ଶିପ୍(GTCC-2021)ରେ ୧୫୧ କିଲୋମିଟରକୁ ୪ ଘଣ୍ଟା ୨୩ ମିନିଟ୍ ୪୮ ସେକେଣ୍ଡରେ ଯାତ୍ରା କରି ରାଉରକେଲାର ରୋହିତ ହେମ୍ବ୍ରମ୍ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପ୍ରଥମ ସ୍ଥାନ ଅଧିକାର କରିଥିବା ରୋହିତ ହେମ୍ବ୍ରମ୍ଙ୍କୁ ପୁରସ୍କାର ସ୍ୱରୂପ ୨୦ ହଜାର ଟଙ୍କା, ଟ୍ରଫି ଓ ମେଡାଲ୍ ମିଳିଛି। ଜାମ୍ସେଦ୍ପୁରର ଅଭନୀତ୍ ସିଂ […]
ଭୁବନେଶ୍ୱର: ରାଜ୍ୟରେ ବଦଳିବ ପାଣିପାଗ। ଆସନ୍ତାକାଲିଠୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତାକାଲି ସମ୍ବଲପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ୧୭ ତାରିଖରେ ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ବାଲେଶ୍ୱର, ଭଦ୍ରକ ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର […]
ପାରାଦୀପ(ରମାକାନ୍ତ ନାୟକ): ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ଭୋଟ୍ ଦେବା ପାଇଁ ପାରାଦୀପରୁ କିଛି ଲୋକ ଯାଇଥିବା ନେଇ ଅଭିଯୋଗ ଉପରେ ଖୋଳତାଡ଼ ଆରମ୍ଭ ହୋଇଛି। ପାରାଦୀପର ବିଭିନ୍ନ ବସ୍ତିର ତେଲୁଗୁ ସମ୍ପ୍ରଦାୟର ଲୋକଙ୍କ ପାଖରେ ଦୁଇଟି ଭୋଟର କାର୍ଡ ଥିବା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଥିବା ଜଗତସିଂହପୁର ଜିଲ୍ଲାପାଳ କହିଛନ୍ତି। ନିର୍ବାଚନ କମିଶନ୍ଙ୍କୁ ଏସମ୍ପର୍କରେ ଅବଗତ କରାଯିବ ଓ ଦୁଇଟି ଭୋଟର କାର୍ଡ ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଳ୍ଲାପାଳ କହିଛନ୍ତି। ତେବେ ଆନ୍ଧ୍ର ପଞ୍ଚାୟତ […]
ଭୁବନେଶ୍ୱର: ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ଯାଏ ଅର୍ଥାତ୍ ୬ ଘଣ୍ଟା ଯାଏ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି, ଏଲ୍ପିଜି ଗ୍ୟାସ୍ ଦର ବୃଦ୍ଧି, ବେକାରୀ ସମସ୍ୟା, ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା, ବିଗିଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ଏକାଧିକ ପ୍ରସଙ୍ଗ ନେଇ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସର ବନ୍ଦ ଡାକରା ଦୃଷ୍ଟିରୁ ଆସନ୍ତାକାଲି ରାଜ୍ୟରେ ସବୁ ସ୍କୁଲ୍ ବନ୍ଦ ନେଇ ଘୋଷଣା ହୋଇଛି। […]
ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ପ୍ରାଣ ହରାଇଲା ସ୍ତ୍ରୀ। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ସାନଜରିଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗାଁର ଶୈଳେନ୍ଦ୍ର ମଲ୍ଲିକ ଓ ତାଙ୍କ ପତ୍ନୀ ବନ୍ଦିତାଙ୍କ ମଧ୍ୟରେ କୌଣସି କାରଣରୁ ମନୋମାଳିନ୍ୟ ହୋଇଥିଲା। ପରେ ଶୈଳେନ୍ଦ୍ର ନିଜ ଦେହରେ କିରୋସିନ୍ ଢାଳି ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ଶୈଳେନ୍ଦ୍ରଙ୍କୁ ବଞ୍ଚାଇବାକୁ ଯାଇ ବନ୍ଦିତା ପୋଡ଼ି ହୋଇଯାଇଥିଲେ। […]
ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେଲା ସିବିଆଇ। ରିମାଣ୍ଡ ସମୟରେ ୧୯୯୯ର ସେହି କାଳ ରାତିର କଳଙ୍କିତ କାହାଣୀ ସମ୍ପର୍କରେ ବିବନ ମୁହଁରୁ ସତ ଉଗାଳିବା ପାଇଁ ଚେଷ୍ଟା କରାଯିବ। ଏହି କୁତ୍ସିତ କାଣ୍ଡ ପରେ କେମିତି ରାଜ୍ୟ ବାହାରକୁ ଖସିଯାଇଥିଲା? କେମିତି ନାଁ ବଦଳାଇ କେଉଁ କେଉଁ ସ୍ଥାନରେ ଲୁଚି ବୁଲୁଥିଲା? କାହା ପ୍ରରୋଚନାରେ ଭିଆଇଥିଲା ଜଘନ୍ୟ ଅପରାଧ? କେଉଁମାନେ ତାକୁ ଫେରାର୍ କରାଇବାକୁ […]
ଚିତ୍ରକୋଣ୍ଡା : ଟାଙ୍ଗରା ଭୂଇଁ ଏବେ ଶଷ୍ୟଶ୍ୟାମଳା । ବହୁ ଚାଷୀ ନିଜ ଜମିରେ ଫସଲ ଫଳାଇବାକୁ ଅସମର୍ଥ ହେଉଥିବା ବେଳେ ପାହାଡ଼ ପର୍ବତଘେରା ଚିତ୍ରକୋଣ୍ଡାର ଟାଙ୍ଗରା ଭୂଇଁରେ ଫଳିଛି ବାଇଗଣ, କୋବି, ସିମ୍ବ, କଖାରୁ, କଲରା ଭଳି ଅନେକ ପନିପରିବା। ଏହି ଛନଛନିଆ ପନିପରିବାକୁ ବଜାର, ଗାଁଗଣ୍ଡାରେ ବିକ୍ରି କରି ପରିବାର ଚଳାଉଛନ୍ତି ମାଲକାନଗିରି ଜିଲ୍ଲା ନୂଆଗୁଡା ପଞ୍ଚାୟତର ଆରଏସି-୧୧ ଗ୍ରାମର ଲୋକେ। ଦିନେ କାମଧନ୍ଦା ନପାଇ ଏମାନେ ଦାଦନ ଖଟିଯାଉଥିଲେ। ଏବେ ଲୋକେ ଦାଦନ […]
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଶରଣକୁଳରେ ଘର ଭିତରେ ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ ହୋଇଛି। ସୁପାରି ଦେଇ ପତ୍ନୀଙ୍କୁ ସ୍ୱାମୀ ହତ୍ୟା କରିଥିବା ଖୁଲାସା ହୋଇଛି। ଏହି ଘଟଣାରେ ପୋଲିସ୍ ଆଜି ୪ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ୨ଜଣ ସୁପାରି କିଲର୍ ଥିବାବେଳେ ଅନ୍ୟ ୨ଜଣ ସେମାନଙ୍କର ସହଯୋଗୀ ବୋଲି ଜଣାପଡ଼ିଛି। ପୂର୍ବରୁ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀଙ୍କୁ ପୋଲିସ୍ ଗିରଫ କରିଥିଲା। ଏବେ ସେ ଜେଲ୍ରେ ଅଛନ୍ତି। ଗତ ଜାନୁଆରୀ ୨୯ […]
ଭୁବନେଶ୍ୱର: ୯୦ ଟପିଲା ପେଟ୍ରୋଲ ଓ ଡିଜେଲ ଦର। ମାଲକାନଗିରିରେ ପେଟ୍ରୋଲ ୯୪ ଟଙ୍କା ପାର୍ କରିଛି। ବର୍ତ୍ତମାନ ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୯୪ ଟଙ୍କା ୦୮ ପଇସା ଥିବା ବେଳେ ଡିଜେଲ ୯୦ ଟଙ୍କା ୬୬ ପଇସା ରହିଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୯ ଟଙ୍କା ୪୨ ପଇସା ଏବଂ ଡିଜେଲ ୮୬ଟଙ୍କା ୧୩ ପଇସା ରହିଛି। କଟକରେ ପେଟ୍ରୋଲ ଲିଟର ପିଛା ୮୯ ଟଙ୍କା ୭୩ ପଇସା ଏବଂ ଡିଜେଲ ୮୬ […]
ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି-ଉଦଳା ରାସ୍ତାରେ ଥିବା ତିନିକୋଶିଇା ଜଙ୍ଗଲରେ ଅଗ୍ନିକାଣ୍ଡ। ଗତ ରାତିରୁ ଜଙ୍ଗଲର ୭ଟି ସ୍ଥାନ ଜଳୁଥିବା ଦେଖିବାକୁ ମିଳିଛି। ଗଛପତ୍ର ପୋଡି ପାଉଁଶ ହୋଇଯାଇଛି। ଫଳରେ ଭାଲୁ ଓ ଅନ୍ୟ ବନ୍ୟଜନ୍ତୁ ଜଙ୍ଗଲରୁ ବାହାରି ଜନବସତି ଆଡ଼କୁ ପଳାଇ ଆସିଛନ୍ତି। ପାହାନ୍ତିଆରୁ ନୀଳଗିରି ସହରରେ ଗୋଟିଏ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି। ଜଙ୍ଗଲ ଜଳୁଥିଲେ ବି ଲିଭାଇବା ଲାଗି ଏ ଯାଏ ପଦକ୍ଷେପ ନିଆଯାଇନି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। #ତିନିକୋଶିଆା_ଜଙ୍ଗଲର_ନିଆଁ ତିନିକୋଶିଆ […]
ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଆନ୍ତଃରାଜ୍ୟ ଚୋରା କାରବାର ରାକେଟ୍ ଠାବ ହୋଇଛି। ଏହି ଘଟଣାରେ ଚିତ୍ରକୋଣ୍ଡା ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ରତ୍ନ ପଥର, ତମ୍ବା ପଇସା, ହନୁମାନ ପଇସା ଆଦି ଜବତ କରିଛି। ଏହି ରାକେଟ୍ର ଚେର ଆନ୍ଧ୍ରକୁ ଲମ୍ବିଥିବା ସୂଚନା ମିଳିଛି। ଚିତ୍ରକୋଣ୍ଡା ସଦର ମହକୁମା ସ୍ଥିତ ଦୈନିକ ବଜାରର ମୋହନ ତ୍ରିବେଦୀଙ୍କ ଘରେ ପୋଲିସ୍ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ହନୁମାନ ପଇସା, ରତ୍ନ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ମହିଳାଙ୍କୁ ମୁଣ୍ଡକାଟି ହତ୍ୟା ମାମଲାର ଖୋଳତାଡ଼ ଜାରି ରହିଛି। ଏହି ଘଟଣାରେ ମୃତ ମହିଳା ପୁଷ୍ପଲତାଙ୍କ ସ୍କୁଟି ମିଳିଛି। ମୃତ ପୁଷ୍ପଲତାଙ୍କ ସ୍କୁଟି କମିଶନରେଟ୍ ପୋଲିସ କନ୍ଧମାଳ କଳିଙ୍ଗାରୁ ଜବତ କରିଛି। ଏହି ସ୍କୁଟି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ସହଯୋଗୀ ଦ୍ୱାରା କଳିଙ୍ଗାରେ ଲୁଚାଇ ରଖିଥିଲା। ପୋଲିସର ଜେରା ବେଳେ ସ୍କୁଟି ବାବଦରେ ସେ ସୂଚନା ଦେଇଥିଲା। ଭୁବନେଶ୍ୱର ଅନ୍ଧାରୁଆ-ଦାସପୁର ରାସ୍ତାରୁ କିଛି ଦିନ ତଳେ ମିଳିଥିବା ମୁଣ୍ଡବିହୀନ ମହିଳାଙ୍କ ମୃତଦେହ […]
ବେଲପାହାଡ: ପୁଣି ମାତିଲେ ସାଇବର ଠକ। ଝାରସୁଗୁଡା ବେଲପାହାଡ ଗାନ୍ଧିନଗରର ଜଣେ ଯୁବତୀଙ୍କ ଠାରୁ ସାଇବର ଠକମାନେ ୧ଲକ୍ଷ ୬୯ ହଜାର ଟଙ୍କା ଠକି ନେଇଛନ୍ତି । ଗତ ୨୩ ତାରିଖରେ ଯୁବତୀଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା। ଏଥିରେ ସେ କୌନ ବନେଗା କରୋଡପତିରେ ୩୫ଲକ୍ଷ ଟଙ୍କାର ଲଟେରୀ ଜିତିଥିବା କୁହାଯାଇଥିଲା। ତା ପରଦିନ ପୁଣି ଠକମାନେ ଯୁବତୀଙ୍କୁ ଫୋନ କରିଥିଲେ । ଟଙ୍କା ଆକାଉଣ୍ଟରେ ନେବା ପାଇଁ ଟାକ୍ସ ବାବଦକୁ ୧୮ […]
ବାରିପଦା: ବେକାବୁ ହେଉଛି ଶିମିଳିପାଳ ନିଆଁ। ହୁ ହୁ ହୋଇ ଜଳୁଛି ଜଙ୍ଗଲ। ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ହଜାରେରୁ ଅଧିକ ଲୋକ ନିଆଁ ଲିଭାଉଛନ୍ତି । ବନ ବିଭାଗର ୮ ଶହ କର୍ମଚାରୀ ଓ ୨୫୦ ଜଣ ଜଙ୍ଗଲ ଜଗୁଆଳୀ ମିଳିତ ଭାବେ ନିଆଁ ଲିଭାଉଛନ୍ତି। ଏଥିପାଇଁ ୪୦ଟି ଗାଡ଼ି ଓ ୨୪୦ଟି ବ୍ଲୋୟର ମେସିନ ଲଗାଯାଇଛି ବୋଲି ଶିମିଳିପାଳ ଅଭୟାରଣ୍ୟ ଉପନିର୍ଦ୍ଦେଶକ ଯଜ୍ଞଦତ୍ତ ପତି କହିଛନ୍ତି । ସେପଟେ ୱାଇଲ୍ଡ ଲାଇଫ୍ ପିସିସିଏଫ୍ ଘଟଣାସ୍ଥଳକୁ […]
ଭୁବନେଶ୍ୱର: ଭୁବନେଶ୍ୱର ଦାସପୁର-ଅନ୍ଧାରୁଆ ରାସ୍ତାରୁ ସପ୍ତାହକ ତଳେ ମିଳିଥିବା ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଚିହ୍ନଟ ସହ ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ବିବାହକୁ ନେଇ ବିବାଦରୁ ପୁଷ୍ପଲତା ରାଉଳ ନାମକ ୨୮ ବର୍ଷୀୟ ମହିଳାଙ୍କୁ ହତ୍ୟା କରାଯାଇଥିବା ଗତକାଲି ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସ୍ପଷ୍ଟ କରିଥିଲେ। ଦୋଷୀକୁ ଫାଶୀ ଦଣ୍ଡ ମିଳୁ ବୋଲି ମୃତ ପୁଷ୍ପଲତାଙ୍କ ମା’ ମିନତି ବାରିକ କହିଛନ୍ତି। ସେ କହିଛନ୍ତି, ‘ଅଭିଯୁକ୍ତ ସଞ୍ଜୟ ମୋ ଝିଅକୁ ଭଲ ପାଉନଥିଲା, ଖାଇବାକୁ ଦେଉନଥିଲା। […]
ଭୁବନେଶ୍ୱର: ରାଜ୍ୟର ୩୧ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ଯୋଗ୍ୟ ନୁହଁନ୍ତି। ଦି ଇଣ୍ଡିଆ ସ୍କିଲ୍ସ ରିପୋର୍ଟ-୨୦୨୧ ଅନୁସାରେ ଓଡ଼ିଶାର ୩୧ ପ୍ରତିଶତ ଛାତ୍ରଛାତ୍ରୀ ଯେଉଁ ଦକ୍ଷତା ଆହରଣ କରିଛନ୍ତି, ତାହା ଭଲ ଚାକିରୀ ପାଇଁ ପର୍ଯ୍ୟାପ୍ତ ନୁହଁ। ଇଂରାଜି, ନ୍ୟୁମେରିକାଲ ଆବିଲିଟି ଏବଂ କମ୍ପ୍ୟୁଟର ଦକ୍ଷତା କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଛି। ଏହି ସବୁ କ୍ଷେତ୍ରରେ ଆସାମ ଓ ମଧ୍ୟପ୍ରଦେଶ ଠାରୁ ପଛରେ ଅଛନ୍ତି ଓଡ଼ିଶାର ଛାତ୍ରଛାତ୍ରୀ। ଭୁବନେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ ପାଇଁ ଚଳିତବର୍ଷ […]
ଅନୁଗୁଳ(ବିରଜା ଦାସ): ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ କର୍ଣ୍ଣପୁର ପଞ୍ଚାୟତ ସାନଜୋରଡ଼ା ଗାଁରେ ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଦମ୍ପତି ହେଲେ ଦୁଃଖବନ୍ଧୁ ସାହୁ ଓ ତାଙ୍କ ପତ୍ନୀ ପାଞ୍ଚାଳୀ ସାହୁ। ଗତକାଲି ରାତିରେ ଖାଇ ସାରିବା ପରେ ଦୁଃଖବନ୍ଧୁ ଓ ପାଞ୍ଚାଳୀ ନିଜ ରୁମ୍ରେ ଶୋଇଥିଲେ। ରୁମ୍ରେ ଥିବା ଟେବୁଲ ଫ୍ୟାନ୍ ଚାଲୁଥିବାବେଳେ ସର୍ଟ ସର୍କିଟ ଯୋଗୁ ଫ୍ୟାନ୍ ପୋଡ଼ି ଯାଇଥିଲା। ଫଳରେ ଧୂଆଁରେ ଉଭୟଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ […]
ଭୁବନେଶ୍ୱର: ପଶ୍ଚିମବଙ୍ଗ ପରେ ଓଡ଼ିଶାରେ କ୍ଷମତାକୁ ଆସିବ ବିଜେପି। ପଶ୍ଚିମବଙ୍ଗ ନିର୍ବାଚନରେ ଦୁଇ ଶହରୁ ଅଧିକ ସିଟ୍ରେ ବିଜେପି ସରକାର ଗଠନ କରିବ। ଆଉ ଏହା ପରେ ପରେ ଓଡ଼ିଶାରେ ବି ଶାସନକୁ ଆସିବ ବିଜେପି। ଗତକାଲି କୋଲକାତାରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ ବେଳେ ଏପରି କିଛି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପୂର୍ବ ଭାରତର ବିକାଶର ଧାରା ପଶ୍ଚିମବଙ୍ଗରୁ ଆରମ୍ଭ ହେଉଛି। ଏହାପରେ ଓଡ଼ିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ହୋଇ କେରଳରେ ପହଞ୍ଚିବ। ଏହି ସବୁ […]
ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ) : ମଦ ପୋଛି ଦେଉଛି ମଥାର ସିନ୍ଦୁର । ବିଧବା ହୋଇଯାଉଛନ୍ତି ଗାଁର ମହିଳା। “ମଦ୍ୟ ପାନ ସ୍ୱାସ୍ଥ୍ୟ ପକ୍ଷେ ହାନି କାରକ। ଏହି ଉକ୍ତି ସମ୍ପର୍କର ସମସ୍ତେ ଅବଗତ । କିନ୍ତୁ ବୌଦ୍ଧ ଜିଲ୍ଲାର ମାଧପୁର ଗ୍ରାମକୁ ଦେଖିଲେ ଜଣାପଡେ ଏ ଗାଁର ଲୋକେ ସତେକି ସବୁ ଜାଣିକି ଅଜଣା । ମଦ ଯୋଗୁଁ ଗାଁରେ ଅନେକ ଲୋକଙ୍କ ଜୀବନ ଯାଇଥିବା ଗାଁ ଏବେ ପୁରୁଷଶୂନ୍ୟ ହେବାକୁ ବସିଛି। ଏବେ ‘’ବିଧବାଙ୍କ […]
ଲମତାପୁଟ(ଜଗତ୍ ଜୀବନ): ମାଛକୁଣ୍ଡ ଥାନା ଅନ୍ତର୍ଗତ କାଡ଼ାମ ଖେନ୍ଦା ଛକ ନିକଟରେ ଏକ ବୋଲେରୋ କ୍ୟାମ୍ପର ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ପ୍ରଥମେ ଲମତାପୁଟ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ଆହତ ବ୍ୟକ୍ତିମାନେ ବିଶାଖାପାଟଣାର ଝାଡ଼ପା ଗାଁର ବୋଲି ଜଣାପଡ଼ିଛି। ସେମାନେ ଝାରସୁଗୁଡ଼ାର ଏକ ମାଇନିଂରେ କାମ କରନ୍ତି। ଗାଁରେ […]
ପାରାଦୀପ(ରମାକାନ୍ତ ନାୟକ): ପାରାଦୀପର ବିଭିନ୍ନ ବସ୍ତି ଅଞ୍ଚଳର ତେଲୁଗୁ ସମ୍ପ୍ରଦାୟର ଲୋକେ ଏବେ ଆନ୍ଧ୍ର ମୁହାଁ। ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ସେମାନେ ମତଦାନ କରିବାକୁ ଯାଉଥିବା ଅଭିଯୋଗ ହୋଇଛିା ଏପରିକି ଆନ୍ଧ୍ର ଯିବାପାଇଁ ପାରାଦୀପରେ ବସ୍ ଲାଗୁଥିବା ମଧ୍ୟ ଦେଖିବାକୁ ମିଳିଛି। ଷଣ୍ଢକୁଦ, ନୂଆବଜାର ଏବଂ ନେହରୁ ବଙ୍ଗଳା ବସ୍ତି ସମେତ ଅନ୍ୟ କେତେକ ବସ୍ତିରେ ରହୁଥିବା ତେଲୁଗୁ ସମ୍ପ୍ରଦାୟର ମତ୍ସ୍ୟଜୀବୀଙ୍କ ନାଁ ଆନ୍ଧ୍ରପ୍ରଦେଶର ଭୋଟର ତାଲିକାରେ ଥିବା ଅଭିଯୋଗ ହୋଇଛି। ତେଣୁ ଏହି ଭୋଟରମାନଙ୍କୁ ନେବା […]
ଗଂଜାମ: ଗଂଜାମ ଜିଲ୍ଲା ପୁଇଁତଳା ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଓଲଟି ପଡିଥିବା ଗ୍ୟାସ୍ ଟ୍ୟାଙ୍କର ଉଠାଯାଇଛି। ୪ଟି କ୍ରେନ ଲଗାଯାଇ ସୁରକ୍ଷିତ ଭାବେ ଗ୍ୟାସ ଟ୍ୟାଙ୍କରକୁ ଉଠାଯାଇଛି। ତେବେ ସୁରକ୍ଷା ଦୃଷ୍ଟିରୁ ସେଠାରେ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଛି। ଏହି ଟ୍ୟାଙ୍କରକୁ ଉଠାଇବା ଲାଗି ପାରାଦୀପରୁ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳକୁ ନିୟୋଜିତ କରାଯାଇଥିଲା। ଗତକାଲି ଗଂଜାମ ସହରରେ ଗ୍ରାସିମ ଇଣ୍ଡ୍ରଷ୍ଟ୍ରିଜ୍ ଏକ ଟିମ୍ ସ୍ଥିତି ପରଖିଥିଲେ। ତେବେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହେଉନଥିବା ବିଶେଷଜ୍ଞ […]
ଶ୍ରୀକ୍ଷେତ୍ରରେ ପଞ୍ଚତୀର୍ଥ ମଧ୍ୟରୁ ରୋହିଣୀ କୁଣ୍ଡ ଅନ୍ୟତମ ରୋହିଣୀ କୁଣ୍ଡରୁ ପାଣି ଛିଞ୍ଚନରୁ ବଞ୍ଚିତ ଭକ୍ତ ଅପୂଜା ଅବସ୍ଥାରେ ଶ୍ରୀମନ୍ଦିର ଭିତରେ ଥିବା ରୋହିଣୀ ତୀର୍ଥ କୁଣ୍ଡ ଏସ୍ଓପି ପ୍ରସ୍ତୁତ କରାଯାଇ ପରମ୍ପରା ବଞ୍ଚାଇ ରଖିବାକୁ ଦାବି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଲେ ଆଲୋଚନା ପରେ ପଦକ୍ଷେପ ପୁରୀ(ପ୍ରଦୀପ ମହାନ୍ତି ଓ ମଧୁସୂଦନ ମିଶ୍ର): ଶ୍ରୀକ୍ଷେତ୍ରକୁ ଦୂରଦୂରାନ୍ତରୁ ଭକ୍ତ ଧାଇଁ ଆସନ୍ତି ପଞ୍ଚତୀର୍ଥରେ ପାଣି ଛିଞ୍ଚନ ହୋଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ପଞ୍ଚତୀର୍ଥ ହେଲା ମହୋଦଧୀ, ମାର୍କଣ୍ଡେୟ, […]
ଆଳି(ବନମାଳୀ ସାହୁ): ରୋଗିଣା ବାପାର ଗୁଣମତୀ ଝିଅ। ରୋଗଶଯ୍ୟାରେ ପଡ଼ି ଛଟପଟ୍ ହେଉଛନ୍ତି ଘରର ମୁରବୀ, ପରିବାର ଚଳାଉଛି ପାଠୋଇ ଝିଅ। ରୋଜଗାରିଆ ମଣିଷ ଘର ଦୁଆରେ ପଡ଼ି ରହିବା ପରେ ଅସହାୟ ହୋଇ ପଡ଼ିଥିଲା ପୂରା ପରିବାର। ଦୁଇ ଓଳି ଦୁଇ ମୁଠା ଖାଇବାକୁ ମିଳୁନଥିଲା । ଆଉ ଏପରି ସମୟରେ ରେଶମା ପୁଅ ପରି ଘର ପାଇଁ . . . ବାପା ପାଇଁ . . . ଆଶା ବାଡ଼ି ସାଜିଛନ୍ତି। ବାପା […]
ବାଲେଶ୍ୱର(ରଶ୍ମୀ ରଞ୍ଜନ ଦାସ): ଟ୍ୟୁବ୍ୱେଲ୍ ଗାତରେ ପଡ଼ି ବର୍ଷକର ଶିଶୁକନ୍ୟାର ମୃତ୍ୟୁ ଘଟିଛି।ମାଉସୀ ଘରକୁ ବୁଲିବାକୁ ଆସିଥିବାବେଳେ ଟ୍ୟୁବ୍ୱେଲ୍ ଗାତରେ ପଡ଼ି ଶିଶୁ କନ୍ୟାର ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଶାଳଗଢିଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗାଁର ସନିଆ ନାୟକଙ୍କ ପତ୍ନୀ ଝିଅ ସରୋଜିନୀକୁ ଧରି ଗୋଆପାଳରେ ରହୁଥିବା ଭଉଣୀ ଘରକୁ ବୁଲିବାକୁ ଯାଇଥିଲେ। ମାଉସୀ ଘରେ ଟ୍ୟୁବ୍ୱେଲ୍ ଖୋଳା ଯାଉଥିବା ବେଳେ ଗାତରେ ଶିଶୁ କନ୍ୟାଟି ପଡ଼ି ଯାଇଥିଲେ। […]