• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

fire in temple
ଜଳିଗଲା ସମଲେଇ ମନ୍ଦିରର ଦୀପ ଘର

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା‘ ସମଲେଶ୍ୱରୀଙ୍କ ମନ୍ଦିର ପରିସରରେ ଅଗ୍ନିକାଣ୍ଡ ବିଳମ୍ବିତ ରାତିରେ ଜଳିଗଲା ଦୀପ ଘର ବିଦ୍ୟୁତ୍‌ ସର୍ଟ ସର୍କିଟ ଯୋଗୁ ନିଆ ଲାଗି ଥାଇପାରେ ବୋଲି ସନ୍ଦେହ ପୂର୍ବରୁ କେବେ ବି ଦୀପ ଘରେ ଅଗ୍ନିକାଣ୍ଡ ଘଟି ନ ଥିଲା ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା‘ ସମଲେଶ୍ୱରୀଙ୍କ ମନ୍ଦିର ପରିସରରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ମନ୍ଦିର ଭିତରେ ଥିବା ଦୀପ ଘରେ କୌଣସି କାରଣରୁ ନିଆଁ ଲାଗି ଦୀପ ଘର […]

  • Wednesday, 14 July 2021
rain
୮ଟି ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: କିଛି ଦିନର ତାତି ପରେ ଆଜିଠୁ ବଦଳିଛି ପାଣିପାଗର ମିଜାଜ୍। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ଏଭଳି ପାଗ ଆସନ୍ତା ୨୭ ତାରିଖ ଯାଏଁ ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସମୁଦ୍ରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଥିବାରୁ ଏହାର ପ୍ରଭାବରେ ଏଭଳି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି। ବିଶେଷ କରି କଳାହାଣ୍ଡି, ମୟୁରଭଞ୍ଜ, ବାଲେଶ୍ୱର, […]

  • Wednesday, 14 July 2021
lingaraj-temple
ଏକାମ୍ର କ୍ଷେତ୍ରରେ ବନ୍ଦ ହେଲା ଚନ୍ଦନ ଯାତ୍ରା

ଭୁବନେଶ୍ୱର: କରୋନା ଲକଡାଉନ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ୨୬ରେ ହେବାକୁ ଥିବା ଚନ୍ଦନ ଯାତ୍ରା ବନ୍ଦ ପାଇଁ ଭୁବନେଶ୍ୱର ମହାନଗର ନିଗମ, ଲିଙ୍ଗରାଜ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବା ପରେ ଏବେ ବିକଳ୍ପ ଚିନ୍ତା କରାଯାଉଛି। ଏନେଇ ଶ୍ରୀ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ବୈଠକ ହୋଇଯାଇଛି। ଏଥିରେ କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଏମସି ଅତିରିକ୍ତ କମିଶନରଙ୍କ ସହ ୪ ନିଯୋଗ ସଂପାଦକ, ଟ୍ରଷ୍ଟବୋର୍ଡ ସଦସ୍ୟ ମନ୍ଦିର […]

  • Wednesday, 14 July 2021
lightening
ମାଛ ଧରିବାକୁ ଯାଇଥିଲେ, ଆସିଲା ମରଣ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁ ୬ଜଣଙ୍କ ମୃତ୍ୟୁ ଓ ଜଣେ ଗୁରୁତର। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ବଡ଼କଥରା ଗାଁରେ ଆଜି ବଜ୍ରପାତ ଘଟି ୩ ଯୁବକଙ୍କ ମୃତ୍ୟୁ ହୋଇଛି। କରୋନା ପାଇଁ କଟକଣା ସତ୍ତ୍ୱେ ଘରୁ ବାହାରି ଏମାନେ ଏକାଠି ହୋଇ ଗାଁ ପାଖ ଗାଡ଼ିଆରେ ମାଛ ଧରୁଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବଡପଥରା ଗାଁର କୈଶିଷ ମହାନ୍ତ, ଦିବ୍ୟଶଙ୍କର […]

  • Wednesday, 14 July 2021
police3
ନିଲମ୍ବିତ ଆଇଆଇସିଙ୍କ ନାଁରେ ଆଉ ଏକ ମାମଲା, ଥାନାରେ ସେବାୟତ

ପୁରୀ: କରୋନା କଟକଣାକୁ ଉଲ୍ଲଂଘନ କରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରିଥିବା ବଡ଼ଚଣାର ନିଲମ୍ବିତ IIC ଦୀପକ ଜେନାଙ୍କ ନାଁରେ ପୁଣି ମାମଲା।  ଆଇପିସିର ଧାରା ୧୭୧, ୧୬୬/୧୬୬(ଏ)ରେ ମାମଲା ରୁଜୁ କରାଯାଇଛି। ଆଇନ ଉଲ୍ଲଙ୍ଘନ, ଘରୋଇ ଗାଡ଼ିରେ ପୋଲିସବତୀ ଲଗାଇଥିବାରୁ ମାମଲା ରୁଜୁ ହୋଇଛି। ଏନେଇ ଯାଜପୁର SP ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଅଭିଯୋଗ ପରେ ଗତକାଲି ବଡ଼ଚଣା IICଙ୍କୁ ନିଲମ୍ବନ କରିଥିଲେ ପୋଲିସ ଡିଜି। ପୁରୀ ସିଂହଦ୍ୱାର ଥାନାରେ […]

  • Wednesday, 14 July 2021
veg
ବୃଥାରେ ଯିବନି ଚାଷୀଙ୍କ ପରିଶ୍ରମ, ମନ୍ତ୍ରୀ ବତାଇଲେ ବାଟ

ଭୁବନେଶ୍ୱର: ଏଣିକି ଅନଲାଇନରେ ଚାଷୀଙ୍କ ପନିପରିବା ବିକ୍ରି ହେବ। କୃଷି ବିଭାଗ ପକ୍ଷରୁ ଏନେଇ ପଦକ୍ଷେପ ଆରମ୍ଭ ହୋଇଛି। ଏନେଇ ଏକ ମାର୍କେଟିଂ ୱେବସାଇଟ୍ ଆରମ୍ଭ ହୋଇଛି।  odi hort marketing.nic.in ନାଁରେ ଏହି ୱେବସାଇଟ୍‌କୁ ଆରମ୍ଭ କରାଯାଇଛି। ସାରା ରାଜ୍ୟର ଚାଷୀ ନିଜ ପନିପରିବା ସମ୍ପର୍କରେ ତଥ୍ୟ ଏଥିରେ ପ୍ରଦାନ କରିବେ। ଏହାସହ ୧୫ ଶହରୁ ଅଧିକ ବ୍ୟବସାୟୀ ଏଥିରେ ନାଁ ପଞ୍ଜୀକରଣ କରିଛନ୍ତି। କେଉଁ ଅଞ୍ଚଳର କେଉଁ ଚାଷୀ ପାଖରେ କେତେ ପରିମାଣ ପରିବା […]

  • Wednesday, 14 July 2021
office
ଜୁନ୍ ୧୫ପର୍ଯ୍ୟନ୍ତ ସକାଳୁଆ ଅଫିସ୍, ନିର୍ଦ୍ଦେଶ ମାନିବାକୁ ସରକାରଙ୍କ ତାଗିଦ୍‌

ଭୁବନେଶ୍ୱର: ସରକାରୀ ଅଫିସ୍‌ରେ କାର୍ଯ୍ୟ କରିବାକୁ ନେଇରାଜ୍ୟ ସରକାର ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏପ୍ରିଲ ୧୦ରୁ ଜୁନ୍ ୧୫ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ରାଜସ୍ୱ କୋର୍ଟଗୁଡ଼ିକର ଅଫିସ୍ ସମୟ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପାଳନ ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଆଜି ପୁଣିଥରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ପାଇଁ ଲକଡାଉନ୍ ମଧ୍ୟରେ ଚଳିତ ଗ୍ରୀଷ୍ମ ଋତୁରେ ସରକାରୀ ଅଫିସଗୁଡ଼ିକ କାର୍ଯ୍ୟ କରିବାର ସମୟ ନିର୍ଘଣ୍ଟକୁ ନେଇ […]

  • Wednesday, 14 July 2021
kutcha house
ସମ୍ଭାବ୍ୟ ବାତ୍ୟା 'ୟାସ୍'କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତାକାଲି ଏହା ଅବପାତରେ ପରିଣତ ହୋଇପାରେ। ୨୪ ତାରିଖ ସକାଳେ ଏହା ବାତ୍ୟାରେ ପରିଣତ ହୋଇପାରେ। ୨୬ ତାରିଖ ସନ୍ଧ୍ୟାରେ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଓଟିଭିକୁ ସୂଚନା ଦେଇଛନ୍ତି। ତେବେ ବାତ୍ୟା ‘ୟାସ୍’ ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା […]

health camp
ପୁଣି ଆନ୍ଧ୍ରର ଦାଦାଗିରି: ଓଡ଼ିଶାରେ ଅନୁପ୍ରବେଶ କରି ଯୋଗାଉଛି ସ୍ବାସ୍ଥ୍ୟ ସେବା

ଜୟପୁର: ପୁଣି ଆନ୍ଧ୍ରର ଦାଦାଗିରି ଦେଖିବାକୁ ମିଳିଛି। ଓଡ଼ିଶାରେ ଅନୁପ୍ରବେଶ କରି ଆନ୍ଧ୍ର ପକ୍ଷରୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲା କୋଟିଆର ଫାଟୁସିନେରୀରେ ଆନ୍ଧ୍ର ପକ୍ଷରୁ ମୋବାଇଲ ମେଡ଼ିକାଲ କ୍ଲିନିକ ଖୋଲା ଯାଇଛି । ଫାଟୁସିନେରୀ ଗାଁରେ ଘରକୁ ଘର ବୁଲି ଆନ୍ଧ୍ର ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଉଛି। ସ୍ବତନ୍ତ୍ର ଲାଇଫ ସପୋର୍ଟ ଆମ୍ବୁଲାନ୍ସ ୧୦୪ରେ ଡାକ୍ତର ଓ ଅନ୍ୟ ଷ୍ଟାଫ ମିଶି ସ୍ବାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି। ସାଲୁର ମଣ୍ଡଳର ତୋନମ […]

rape
ଦୁଷ୍କର୍ମ କରିଥିବା ଭୟରେ ଏଭଳି କାଣ୍ଡ ଭିଆଇଲା ନାବାଳକ

କେନ୍ଦୁଝର: ଗତକାଲି ଜଣେ ନାବାଳିକା କିଛି ଦୂରରେ ଥିବା ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ କିନ୍ତୁ ଆଉ ଫେରିନଥିଲେ। ବରଂ ଫେରିଥିଲା ଛୋଟ ଝିଅର ମୃତଦେହ। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ବାମେବାରୀ ଥାନା ଅଞ୍ଚଳରେ। ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ହୋଇଛି।। ଗତକାଲି ନାବାଳିକା ଜଣକ ଘରକୁ ନଫେରିବାରୁ ଆଖପାଖ ଅଂଚଳରେ ଖୋଜାଖୋଜି କରିଥିଲେ ପରିବାର ଲୋକେ। ତେବେ ଆଜି ସକାଳେ ଘର ପାଖ ଜଙ୍ଗଲରେ […]

  • Wednesday, 14 July 2021
hc
ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ମହମ୍ମଦ ରଫିକ୍

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନେବେ ଜଷ୍ଟିସ ମହମ୍ମଦ ରଫିକ୍। ଏନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ କରାଯାଇଛି। ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ମହମ୍ମଦ ରଫିକଙ୍କୁ ଓଡିଶା ହାଇକୋର୍ଟଙ୍କୁ ବଦଳି କରାଯାଇଛି। ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କ ଅବସର ପରେ ଜଷ୍ଟିସ ସଞ୍ଜୁ ପଣ୍ଡା ଏବେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଉଛନ୍ତି।

  • Wednesday, 14 July 2021
truck
ରାସ୍ତାକଡ଼ରେ ଟ୍ରକ୍ ଦେଖି ସନ୍ଦେହ ବଢ଼ିଲା, ପୋଲିସ୍ ଦେଖିବା ପରେ...

ଗଞ୍ଜାମ: ଲକ୍‌ଡାଉନ୍‌ ଯୋଗୁଁ ଗାଡ଼ି ଚଳାଚଳ ଉପରେ କଟକଣା କରାଯାଇଛି। ତଥାପି ଏହା ଭିତରେ ଚାଲିଛି ବେଆଇନ୍ କାରବାର। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ବିଦେଶୀ ମଦ ଭର୍ତ୍ତି ଟ୍ରକ ଜବତ ହୋଇଛି। ଭଞ୍ଜନଗର ଥାନା କେବିରି ବ୍ରହ୍ମପୁର ଗ୍ରାମରେ ଏକ ମଦ ଭର୍ତ୍ତି ଟ୍ରକ ଠିଆ ହୋଇଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ଧରଣୀଧର ବେହେରା ମିଳିତ ଚଢାଉ କରିଥିଲେ। ଯାଞ୍ଚ ବେଳେ ଡ୍ରାଇଭରଠାରୁ ସେମିତି କୌଣସି […]

  • Wednesday, 14 July 2021
mada
ପୋଲିସ୍‌କୁ ମାଡ଼ ମାରିବା ମହଙ୍ଗା ପଡିଲା

ଯାଜପୁର: ଯାଜପୁର କୁଆଖିଆ ଗୋପୀନାଥପୁର ଗାଁରେ ବିଡିଓ ଏବଂ ତହସିଲଦାରଙ୍କୁ ମାଡ଼ ମାମଲା। ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ରହିଛି ନିଜାମୁଦ୍ଦିନ୍ ଲିଙ୍କ୍। ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏନେଇ ସୂଚନା ଦେଇଛନ୍ତି। ଏହି ମାମଲାରେ ୫ ଜଣଙ୍କୁ ଗିରଫ କରିଛି କୁଆଖିଆ ଥାନା ପୋଲିସ୍। ଗତକାଲି ଜଣେ ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ନେଇ ଏହି ଦୁଇ ଜଣ ବାଇକରେ ଯାଉଥିବା ବେଳେ ଯାଞ୍ଚ ଦାୟିତ୍ୱରେ ଥିବା ବିଡିଓ ଏବଂ ତହସିଲଦାର ଅଟକାଇଥିଲେ। ମାସ୍କ ପିନ୍ଧିନଥିବାରୁ ଯୁକ୍ତିତର୍କ […]

  • Wednesday, 14 July 2021
weather
କାଳବୈଶାଖୀ ରଚିଲା ତାଣ୍ଡବ: ଛପର ଉଡ଼ାଇନେଲା, ଗଛ ଜାଳିଦେଲା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ସହ ବର୍ଷା ହୋଇଛି। ରାଜଧାନୀରେ ସନ୍ଧ୍ୟା ସମୟରେ ବର୍ଷା ଓ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ପବନ ହୋଇଥିଲା। ଗଂଜାମ ଜିଲ୍ଲା ସାନଖେମୁଣ୍ଡିର ଖଲିଙ୍ଗି ଗାଁରେ କାଳବୈଶାଖୀ ଯୋଗୁଁ ଘଡଘଡି ମାରିବା ସହ ପ୍ରବଳ ଝଡ ତୋଫାନ ହୋଇଥିଲା। ଘଡଘଡିରେ ଏକ  ନଡିଆ ଗଛ ଜଳିଯାଇଥିଲା। ପ୍ରାୟ ୫ରୁ ୭ମିନିଟ ଧରି  ନଡିଆ ଗଛଟି ଜଳିଥିଲା। ଅପରାହ୍ଣରେ ବାଲେଶ୍ୱରରେ ମଧ୍ୟ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା, ପବନ […]

  • Wednesday, 14 July 2021
electric
ଲକ୍‌ଡାଉନ୍‌ରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ମିଳିବ ରିହାତି

ଭୁବନେଶ୍ୱର: ଲକଡାଉନ୍ ସମୟରେ ରାଜ୍ୟର ବିଜୁଳି ଉପଭୋକ୍ତାଙ୍କ ପାଇଁ ରିହାତି ଘୋଷଣା। ଏପ୍ରିଲ ଓ ମେ ମାସର ବିଲ ପେମେଣ୍ଟ ପାଇଁ ସବୁ ଘରୋଇ ଉପଭୋକ୍ତାଙ୍କୁ ମିଳିବ ଅତିରିକ୍ତ ୪ ପ୍ରତିଶତ ରିହାତି। ଏ ନେଇ ସେସୁ, ନେସ୍କୋ, ସାଉଥକୋ ଓ ୱେସ୍କୋକୁ ଶକ୍ତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଉପଭୋକ୍ତାମାନେ ପାଇବାକୁ ଥିବା ଅନ୍ୟ ରିହାତି ସମେତ ଦୁଇ ମାସର ବିଲ ବାବଦରେ ମଧ୍ୟ ୪ ପ୍ରତିଶତ ରିହାତି ମିଳିବ। ଖାଉଟିମାନେ ଯେକୌଣସି ମାଧ୍ୟମରେ ଏହି […]

  • Wednesday, 14 July 2021
book-tentgh
ବଦଳିଲା ଦଶମ ଶ୍ରେଣୀ ବହି

ଭୁବନେଶ୍ୱର: ବଦଳିଲା ଦଶମ ଶ୍ରେଣୀ ବହି। ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଦଶମ ଶ୍ରେଣୀ ବହି ବଦଳିଲା। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ୮ଟି ବହି ବଦଳିଥିବା ନେଇ ବୋର୍ଡ ସମ୍ପାଦକଙ୍କ ସୂଚନା ଦେଲେ। ୨୦୨୦-୨୧ରେ ରାଜ୍ୟ ବୋର୍ଡର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ନୂଆ ବହି ପଢ଼ିବେ। ମୋଟ ୧୪ଟି ବିଷୟରୁ ୮ଟି ବିଷୟ ବଦଳିଛି। ଲକଡାଉନ ପରେ ଏହି ବହି ବିକ୍ରି ହେବ ବୋଲି ସୂଚନା ଦିଆଯାଇଛି।

  • Wednesday, 14 July 2021
heat-wave
ତାତିରେ ସିଝୁଛି ଅଧା ଓଡ଼ିଶା: ଭୁବନେଶ୍ୱର, ଟିଟିଲାଗଡ଼ ସର୍ବାଧିକ ଉତ୍ତପ୍ତ

ଭୁବନେଶ୍ୱର: ସାରା ରାଜ୍ୟକୁ ଅସ୍ତବ୍ୟସ୍ତ କରୁଛି ତାତି। ରାଜଧାନୀ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ। ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୧. ୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଭୁବନେଶ୍ୱର ସହ ଟିଟିଲାଗଡ଼ରେ ମଧ୍ୟ ତାପମାତ୍ରା ୪୧. ୫ ଡିଗ୍ରୀ ରେକର୍ଡ ହୋଇଛି। ଏହି ଦୁଇ ସହର ସହ ରାଜ୍ୟର ୧୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଚାନ୍ଦବାଲିର ସର୍ବାଧିକ ତାପମାତ୍ରା ୪୦. ୭ ଡିଗ୍ରୀ, କଟକର ୪୦. ୧, ଅନୁଗୁଳ ୪୦. ୭ ଡିଗ୍ରୀ ଏବଂ […]

  • Wednesday, 14 July 2021
heat
୪୦ ଡିଗ୍ରୀ ଉପରେ ୧୦ ସହର

ଭୁବନେଶ୍ୱର: ଅସହ୍ୟ ତାତିରେ ସାରା ରାଜ୍ୟ କଲବଲ। ଆଜି ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ତେବେ ଆଜି ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼। ସେଠାରେ ତାପମାତ୍ରା ୪୧ ଡିଗ୍ରୀ ରହିଛି। ଏଥିସହ ଭୁବନେଶ୍ୱରରେ ୪୦ .୨, କଟକରେ ୪୦, ଚାନ୍ଦବାଲିରେ ୪୦.୮, ଭବାନୀପାଟଣାରେ ୪୦. ୫, ବଲାଙ୍ଗିରରେ ୪୦.୫, ବୌଦ୍ଧରେ ୪୦. ୫, ସୋନପୁରରେ ୪୦.୨, ତାଳଚେରରେ ୪୦. ୧ ଓ ମାଲକାନଗିରିରେ ୪୦ ଡିଗ୍ରୀ ରହିଛି। ୬ଟି […]

  • Wednesday, 14 July 2021
terrorist
ଓଡ଼ିଶାରେ ଲୁଚିଛନ୍ତି ବାଙ୍ଗଲାଦେଶୀ ଆତଙ୍କବାଦୀ

କୋଲକାତାରୁ ୩ ବାଂଲାଦେଶୀ ଆତଙ୍କବାଦୀଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୁଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ । କୋଲକାତା STF ଦ୍ୱାରା ୩ ଜଣ ଜମାତ-ଉଲ ମୁଜାହିଦ୍ଦିନ ସଦସ୍ୟ ଧରାପଡ଼ିଛନ୍ତି । ସେମାନଙ୍କର ଓଡ଼ିଶା ଲିଙ୍କ ଥିବା ଜଣାପଡ଼ିଛି ।

3-baby
ଏକାସଙ୍ଗେ ୩ଟି ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା

କଟକ: ଏସ୍‌ସିବି ମେଡିକାଲରେ ୩ଟି ଶିଶୁକନ୍ୟାକୁ ମହିଳା ଜନ୍ମ ଦେଇଛନ୍ତି। ଯାଜପୁର ବିଞ୍ଝାରପୁର ଅଞ୍ଚଳର ଜଣେ ମହିଳା ୧୦ ଦିନ ତଳେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେ ଏକାସଙ୍ଗେ ୩ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ମାଆ ଓ ଶିଶୁଙ୍କ ଅବସ୍ଥା ସୁସ୍ଥ ରହିଛି। ଏକାସଙ୍ଗେ ୩ଟି ଶିଶୁକନ୍ୟାକୁ ପାଇ ଘର ଲୋକେ ବେଶ ଖୁସି ଅଛନ୍ତି। ତେବେ ଲକ୍‌ଡାଉନ୍ ଚାଲିଥିବାରୁ ତାଙ୍କୁ ମେଡିକାଲ୍‌ରେ ହିଁ କିଛି ଦିନ ଅପେକ୍ଷା କରିବାକୁ ପଡ଼ିଥିଲା। ସ୍ୱାମୀ ପାଖରେ ନଥିବାରୁ ମହିଳାଙ୍କ […]

  • Wednesday, 14 July 2021
bookstore
ମୋବାଇଲ ଆପ୍‌ରେ ପାଠପଢ଼ା ସମ୍ଭବ ନୁହେଁ, ବହି ଦୋକାନ ଖୋଲା କର

ଭୁବନେଶ୍ୱର: ପିଲାମାନଙ୍କ ପାଠପଢ଼ାକୁ ନେଇ ଘାରିଲାଣି ଚିନ୍ତା। କରୋନାର ପ୍ରଭାବରେ ସାରା ଦେଶରେ ଏବେ ଲକ୍‌ଡାଉନ୍‌ ଥିବାବେଳେ ପିଲାମାନଙ୍କ ସ୍କୁଲ ଜୁନ୍ ୧୭ ପର୍ଯ୍ୟନ୍ତ ବନ୍ଦ ରହିଛି। ଏହି ସମୟରେ ପିଲାଙ୍କ ପାଠ ପଢ଼ା ନେଇ ବଡ ସମସ୍ୟା ଦେଖାଦେଇଛି। କେତେକ ଘରୋଇ ସ୍କୁଲ ମୋବାଇଲ ଆପ୍ ଦ୍ୱାରା ପିଲାଙ୍କୁ ପାଠ ପଢ଼ାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହା ସମସ୍ତଙ୍କ ପାଇଁ ଏବଂ ସବୁଠି ସମ୍ଭବପର ନୁହେଁ ବୋଲି ଘରୋଇ ସ୍କୁଲ ଆସୋସିଏସନ ସଂଘ ପକ୍ଷରୁ କୁହାଯାଇଛି। ଏପରିକି […]

  • Wednesday, 14 July 2021
pariba2
ପୋଲିସ୍ ଜୁଲମ୍‌ ପ୍ରତିବାଦରେ ପରିବା ଦୋକାନ ବନ୍ଦ

ବାରିପଦା: ବାରିପଦାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ଅଭିଯୋଗ କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବା ବ୍ୟବସାୟୀ। ଘଟଣାର ପ୍ରତିବାଦରେ ଆଜି ସ୍ଥାନୀୟ ପରିବା ବ୍ୟବସାୟୀ ସଂଘ କାରବାର ବନ୍ଦ ରଖିଛି। ଫଳରେ ଲୋକେ ନାହିଁନଥିବା ହଇରାଣ ହୋଇଛନ୍ତି। ଗତକାଲି ସକାଳୁ ବାରିପଦା ସହରର ମୁଖ୍ୟ ପରିବା ବଜାରରେ ସାମାଜିକ ଦୂରତା ରକ୍ଷା କରୁନଥିବା ଦର୍ଶାଇ ପୋଲିସ ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ଘଉଡ଼ାଇ ଦେଇଥିଲା। ତାସହ ଦୋକାନ ସବୁକୁ ପୋଲିସ ବନ୍ଦ କରିଦେଇଥିବା ଅଭିଯୋଗ କରିଛି ବ୍ୟବସାୟୀ […]

  • Wednesday, 14 July 2021
goods
ମାଲବାହୀ ଗାଡ଼ି ଦେବେନି ଟିକସ

ଭୁବନେଶ୍ୱର: ଦେଶ ଓ ରାଜ୍ୟରେ ଲକ୍‌ଡାଉନ୍‌ ଯୋଗୁ ମାଲବାହୀ ଯାନ ଟିକସ ଦେବା ଉପରେ ସାମୟିକ ସ୍ଥଗିତ ରଖିଛି ବାଣିଜ୍ୟ ଓ ପରିବହନ ବିଭାଗ। ମାଲବାହୀ ଯାନକୁ ୩ ମାସ ଟିକସ କୋହଳ କରାଯାଇଛି। ଏପ୍ରିଲ ୩୦ ଯାଏ ଲକ୍‌ଡାଉନ୍ ଅବଧି ବୃଦ୍ଧି ହେବା ପରେ ଏଣିକି ଏପ୍ରିଲରୁ ଜୁନ୍ ଯାଏଁ ମାଲବାହୀ ଗାଡ଼ି କୌଣସି ଟିକସ ଦେବେନି। ଏହି ସମୟରେ କୌଣସି ଅତିରିକ୍ତ ଶୁଳ୍କ ମଧ୍ୟ ଆଦାୟ କରାଯାଇପାରିବନି। ଏ ନେଇ ବାଣିଜ୍ୟ ଓ ପରିବହନ […]

  • Wednesday, 14 July 2021
bulb
ଲକ୍‌ଡାଉନ୍‌ ପରେ ବିଦ୍ୟୁତ୍ ବିଲ୍ ପୈଠ କଲେ ବି ମିଳିବ ରିହାତି

ଭୁବନେଶ୍ୱର: ଲକ୍‌ଡାଉନ୍‌ ଯୋଗୁ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ବିଲ୍ ପୈଠ ନେଇ ଆଶ୍ୱସ୍ତି ମିଳିଛି। ଲକଡାଉନ୍ ଯୋଗୁ ମାର୍ଚ୍ଚ ମାସରେ ବିଦ୍ୟୁତ ଦେୟ ପୈଠ କରିପାରିନଥିବା ଉପଭୋକ୍ତାମାନେ ଲକଡାଉନ୍ ଅବଧି ହଟିବାପରେ ନିଜର ବିଦ୍ୟୁତ୍ ବିଲ୍ ପୈଠ କରି ଆବଶ୍ୟକ ରିହାତି ପାଇପାରିବେ। ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ବିଦ୍ୟୁତ ଉପଭୋକ୍ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଶ୍ୱସ୍ତି ମିଳିଛି। ଉଭୟ କ୍ଷୁଦ୍ର ଶିଳ୍ପ ସଂସ୍ଥା ଓ ଘରୋଇ ଉପଭୋକ୍ତାମାନଙ୍କୁ ଏହି […]

  • Wednesday, 14 July 2021