ଏକ୍ସଟ୍ରା ହେଲମେଟ୍ ନଥିନଲେ ବାଇକ୍ ଚାଳକ କାହାକୁ ଲିଫ୍ଟ ଦିଅନ୍ତୁ ନାହିଁ । ଧରାପଡ଼ିଲେ DL ବାତିଲ୍ ହେବ । ଏହି ଚେତାବନୀ ଶୁଣାଇଛନ୍ତି ନିଜେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ, ଡବଲ୍ ହେଲମେଟ୍ ଚେକିଂ ଆରମ୍ଭ ହୋଇଥିବାରୁ ମନ୍ତ୍ରୀ ଏଭଳି ଆଗୁଆ ସତର୍କ କରାଇ ଦେଇଛନ୍ତି ।
ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ଭଳି ରାଜ୍ୟର ଆଉ ୪ଟି ମନ୍ଦିର ପାଇଁ ସେହିପରି ଅଧ୍ୟାଦେଶ ଆଣିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କର ଭାବୀ ଜ୍ୱାଇଁ ଆକାଶ ପାଠକଙ୍କୁ ମୁହାଁମୁହିଁ ଜେରା କରିପାରେ କ୍ରାଇମବ୍ରାଞ୍ଚ ଏସଆଇଟି । କଟକରେ ଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଉଭୟଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି । ଆଜି ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଏସଆଇଟି ୨ ଦିନିଆ ରିମାଣ୍ଡରେ ନେଇଛି ।
ଆଜିଠୁ ଆରମ୍ଭ ହୋଇଛି ଓଡ଼ିଶା ଅନ୍ତଃଜିଲ୍ଲା ପୁରୁଷ ଟି-୨୦ ଲିଗ୍ । ୨୨ ତାରିଖ ଯାଏ ହେବାକୁ ଥିବା ଏହି ଲିଗରେ ୩୭ଟି ଟିମକୁ ୬ଟି ଗ୍ରୁପରେ ଭାଗ କରାଯାଇଛି
ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପୋଲିସ ଡିଜି ଅଭୟ । ଗତକାଲି ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷାବଳକୁ ମାଓ ଦମନରେ ମିଳିଥିବା ସଫଳତା ପରେ ଆଜି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଛନ୍ତି
ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକା ଝିଅକୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକ ଗିରଫ l ଗିରଫ ଯୁବକ ଜଣକ ହେଲେ ମୁରିବାହାଲ ଥାନା ସୁକୁନିପଦର ଗାଁର ଶୁକମଣି ଚିରାଗୁନ
ଚୁକ୍ତି ମୁତାବକ ନିଯୁକ୍ତି ନମିଳିବାରୁ ୨ଜଣ ବ୍ୟକ୍ତିଙ୍କ ଆତ୍ମାହୁତି ଉଦ୍ୟମ। ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି
ମନ୍ଦିର ଖୋଲିବ କେବେ? ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦେବୋତ୍ତର ବିଭାଗ ଅଧିନରେ ଥିବା ୧୮ ହଜାର ମନ୍ଦିର ଖୋଲିବା ନେଇ ମୋଡାଲିଟି ଫିକ୍ସ କରି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି ଦେବୋତ୍ତର କମିଶନର। କିନ୍ତୁ ମନ୍ଦିରରେ ଏକକାଳୀନ ଭକ୍ତ ପ୍ରବେଶ ଉପରେ ବାରଣ ରହିଛି ।
ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସ ହତ୍ୟା ଘଟଣାରେ RTI କର୍ମୀଙ୍କ ନବୀନ ନିବାସ ଘେରାଉ । ନବୀନ ନିବାସ ଘେରାଉ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି କର୍ମୀ । ମାଷ୍ଟର କ୍ୟାଣ୍ଟିନ ଛକରୁ ଶତାଧିକ RTI କର୍ମୀ ନବୀନ ନିବାସ ଅଭିମୁଖେ ବାହାରିଥିଲେ
ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଗତ ୧୮ ନଭେମ୍ବରରେ ଭିଡିଓ କନଫରେନସିଂରେ ହାଇକୋର୍ଟରେ ହାଜର ହୋଇଥିଲେ ପୋଲିସ ଡିଜିପି
ଭୁବନେଶ୍ୱର : ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।୨ ପୋଲିସ ଅଧିକାରୀ ଏବେ କେଉଁଠି ? ପୋଲିସ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ଧରି ପଚରାଉଚରା କଲାଣି କି ? ବର୍ତ୍ତମାନ ସମୟରେ କେଉଁଠାରେ ପୋଲିସ କର୍ମୀ। ପୋଲିସ ଏମାନଙ୍କୁ ଚିହ୍ନଟ କଲାଣି କି? ଏନେଇ କ୍ରାଇମବ୍ରାଞ୍ଚ କାହିଁକି ସ୍ପଷ୍ଟ କରୁନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ। ଏହି ଘଟଣାରେ ପୋଲିସ କର୍ମଚାରୀଙ୍କ ସଂପୃକ୍ତି ଥିବା ଖୋଦ ଭୁବନେଶ୍ୱର ଡିସିପି କହିଥିଲେ। ଅଭିଯୋଗକାରୀଙ୍କ ବୟାନ […]
SCPCRରେ ବିଜେପି, କଂଗ୍ରେସର ବିକ୍ଷୋଭ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ । ପରୀ ଓ ଶିଶୁ ନିଖୋଜ ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ । ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ।
ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହାଜର ହେଲେ ଓଟିଭି ଏମଡି । ଭିଡିଓ କନଫରେନସିଂ ଜରିଆରେ ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡା ହାଜର ହୋଇଛନ୍ତି ।
ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗିରଫଦାରି ଘଟଣା । ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । କହିଲେ, ଏମିତି ଗିରଫଦାରି ଅନ୍ୟାୟ
ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲିବ ନା, ନାହିଁ ସେ ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ହାତରେ ରହିଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ
ଭୁବନେଶ୍ୱର ନାବାଳିକ ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ରାତିରେ ୪ ଜଣଙ୍କୁ ଗିରଫ କରାଯାଇଛି । ତେହବ ଏହାରି ମଧ୍ୟରେ ଓଟିଭିର କର୍ମଚାରୀ ମଧ୍ୟ ରହିଛନ୍ତି
ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରୁ ନାବାଳିକା ନିଖୋଜ ଘଟଣାର ପର୍ଦ୍ଦାଫାସ । ପରକୀୟା ପ୍ରୀତି ସମ୍ପର୍କରେ ଜାଣି ଯିବାରୁ ନାବାଳିକାକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି
ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ରାତି ଅଧରେ କ୍ରାଇମବ୍ରାଞ୍ଚ ଚଢାଉ କରି ଏହି ୪ ଜଣଙ୍କୁ ଗିରଫ କରିଛିି ।
କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରୁ କର୍ମଚାରୀଙ୍କ ଦ୍ୱାରା ବାଲି ଚୋରିର ପୁନଃ ତଦନ୍ତ କଲା ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ । ବାଲି ଚୋରି ଅଭିଯୋଗ ଆସିବା ପରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ ସଂସ୍ଥା ଓଡିଶା ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ପୁନର୍ବାର ଏହି ଘଟଣାର ଅନୁସନ୍ଧାନ କରିଛନ୍ତି
ଭୁବନେଶ୍ୱର : ଭୁବନେଶ୍ୱରର ବିଭିନ୍ନ ବାର୍ ଓ ରେଷ୍ଟୁରାଣ୍ଟ ଉପରେ ପୋଲିସର ଚଢାଉ ପ୍ରସଙ୍ଗରେ ମୁହଁ ଖୋଲିଛି ବାର ଆଣ୍ଡ ରେଷ୍ଟୁରାଣ୍ଟ ସଂଘ । ଦୀର୍ଘ ୯ ମାସ ଧରି ବାର୍ ଓ ହୋଟେଲ ବନ୍ଦ ରହିବା ଯୋଗୁଁ କର୍ମଚାରୀ ମାନଙ୍କୁ ଦରମା ଓ ଘର ଭଡ଼ା ଦେବାରେ ଅସୁବିଧା ହେଉଛି । ଯେଉଁ ବାର୍ ମାଲିକମାନେ ମଦ ପରସି ବିକ୍ରି କରୁଛନ୍ତି, ସେମାନେ କେବଳ ବଞ୍ଚିବା ପାଇଁ କରୁଛନ୍ତି ବୋଲି ସଂଘ କହିଛି । ସରକାର […]
ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ମିଳିଥିବା ସୂଚନା ଅନୁସାରେ, ଯାଜପୁର ପାଣିକୋଇଲି ଥାନା ଆଖୁଆପଦା ନିକଟ ବୈତରଣୀ ନଦୀ ବ୍ରିଜ ଉପରେ ଚଢ଼ି ଜଣେ ମହିଳା ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ
ପୁରୀ ହାଜତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି। ଗତ ନଭେମ୍ବର ୧୮ରେ ବାଶେଳି ସାହି ଥାନାରେ କେ.ରମେଶଙ୍କ ହାଜତ ମୃତ୍ୟୁ ଘଟଣାକୁ ଚାପି ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ ଆଣିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ।
ଡାଃ ସାହୁ କହିଛନ୍ତି କରୋନା ଏବେ ବି ଅଛି, ଯୁଦ୍ଧ ରେ ସମ୍ପୂର୍ଣ୍ଣ ଭାବରେ ଆମେ ଜିତି ନାହୁଁ । ଆମେରିକା ର ସ୍ଥିତି ଏବେ ବି ସଙ୍ଗୀନ । ପ୍ରତ୍ୟକ ଦିନ ଦୁଇ ଲକ୍ଷ ରୁ ଅଧିକ କେସ୍ ସାମ୍ନାକୁ ଆସୁଛି । ମୃତ୍ୟୁ ସଂଖ୍ୟା ଦୈନିକ ୩,୦୦୦ ରୁ ଅଧିକ ରହୁଛି
ଚର୍ଚ୍ଚାରେ ବଲାଙ୍ଗିର ଜିଲ୍ଲା କାରାଗାର। ଜେଲ୍ ଭିତରେ ଅନେକ ହାର୍ଡକୋର ଅପରାଧି ରହୁଥିବା ବେଳେ ଜେଲ୍ କର୍ତ୍ତୃପକ୍ଷଙ୍କୁ ଘାରିଛି ସୁରକ୍ଷା ଚିନ୍ତା । କର୍ମଚାରୀଙ୍କ ଅଭାବ ଯୋଗୁଁ କମ ସଂଖ୍ୟକ କର୍ମଚାରୀରେ ସୁରକ୍ଷା ଯୋଗାଇବା ବଡ ଚ୍ୟାଲେଜଂ ସୃଷ୍ଟି ହୋଇଛି
କୃଷକ ସମାବେଶ କରି କେନ୍ଦ୍ର କୃଷି ଆଇନ ସମ୍ପର୍କରେ ଚାଷୀଙ୍କୁ ବୁଝାଇବା ବିଜେପି । କଟକ, ବରଗଡ଼, ଢେଙ୍କାନାଳ, ବାଲେଶ୍ୱର, ଜୟପୁର ରେ କୃଷକ ସମାବେଶ କରିବ ଦଳ ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ