• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

UPSC-
Civil Services Result 2019: ରିଜର୍ଭ ପ୍ରାର୍ଥୀଙ୍କ ତାଲିକାରେ ସ୍ଥାନ ପାଇଲେ ଓମ‌ ବିର୍ଲାଙ୍କ ସାନ ଝିଅ ଅଞ୍ଜଳି ବିର୍ଲା

ଭୁବନେଶ୍ୱର: ୟୁନୟନ ପବ୍ଲିକ ସର୍ଭିସ କମିଶନ(UPSC) ପକ୍ଷରୁ ସିଭିଲ ସର୍ଭିସ ୨୦୧୯ର ରିଜର୍ଭ ଲିଷ୍ଟ ଅନୁସାରେ ୮୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।  ୨୦୨୧ ଜାନୁଆରୀ ୪ ତାରିଖ UPSC ପକ୍ଷରୁ ଜାରି କରାଯାଇଥିବା ଏହି  ତାଲିକାରେ  ଲୋକସଭା ଅଧ୍ୟକ୍ଷ ଓମ୍‌ ବିର୍ଲାଙ୍କ ସାନ ଝିଅ ଅଞ୍ଜଳି ବିର୍ଲା ଅଛନ୍ତି। ଏହାର ପ୍ରିଲିମନାରୀ ପରୀକ୍ଷା ୨୦୧୯ ଜୁନ ୪ ତାରିଖ ହୋଇଥିଲା ଓ ମେନ ପରୀକ୍ଷା ୨୦୧୯ ସେପ୍ଟେମ୍ବର ୨୦ରେ ହୋଇଥିଲା। ଏହାର ଫଳାଫଳ ଅଗଷ୍ଟ […]

Berhampur
ପ୍ରତୀକ୍ଷାର ହେଲା ଅନ୍ତ, ରେଶମ ସହରବାସୀଙ୍କ ସ୍ୱପ୍ନ ହେଲା ସତ

ବ୍ରହ୍ମପୁରରେ ଉଦଘାଟିତ ହୋଇଛି ବହୁ ପ୍ରତିକ୍ଷିତ ରାମଲିଙ୍ଗେଶ୍ୱର ପାର୍କ। ଶହେ ବର୍ଷ ପୁରୁଣା ପୋଖରୀ ପଙ୍କ କାଦୁଅରେ ଭର୍ତ୍ତି ହୋଇ ରହିଥିଲା ଏହି ଜଳାଶୟ। ତେବେ ଗତ ୪ ବର୍ଷ ଧରି ଏହାର ପୁନଃରୁଦ୍ଧାର ପରେ ଏବେ ମିଳିଛି ନୂତନ ପରିଚୟ।

  • Wednesday, 14 July 2021
Soroj sethi
ମୁଁ ନିର୍ଦ୍ଦୋଷ, ମତେ ଫସାଯାଉଛି-ସରୋଜ ସେଠୀ

ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାକୁ ନେଇ ପୁଣି ଆସିଲା ନୂଆ ଟ୍ୱିଷ୍ଟ। ପୂରା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ। କୋର୍ଟରେ ହାଜର ହୋଇ ବାହାରିବା ପରେ କହିଲେ, ମତେ ଫସାଇ ଦିଆଯାଉଛି। କେବଳ ଏତିକି ନୁହେଁ ବରଂ ଏସଆଇଟି ତାଙ୍କୁ ମାଡ ମାରିଥିବା ନେଇ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି ସରୋଜ। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ କିଛି କରିନାହିଁ। ମତେ ମାଡ ମରାଯାଇଛି ଓ ଫସା ଯାଉଥିବା କଥା ବାରମ୍ବାର କହିଛନ୍ତି ସରୋଜ। 

college students
୧୧ ରୁ ଖୋଲିବ କଲେଜ ଓ ୟୁନିଭର୍ସିଟି

ଆସନ୍ତା ୧୧ରୁ  କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି । ଶେଷ ସେମିଷ୍ଟର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ। କେବଳ ଏତିକି ନୁହେଁ ବରଂ  ଆସନ୍ତା ୧୧ ତାରିଖରୁ କ୍ଲାସ କରିବା ନେଇ ମଧ୍ୟ ନିର୍ଦ୍ଦେଶନାମା ଜାରି ହୋଇଛି। ସେପଟେ ଗତକାଲି ସ୍କୁଲ ଖୋଲିବା ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା, ସେଥିରେ ଯବନିକା ପଡ଼ିଛି।

  • Wednesday, 14 July 2021
Naveen-bjp
ବିଜେପି ନେତାଙ୍କ ହତ୍ୟା ଘଟଣାରେ ଆଇନମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ

ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ମାମଲା। ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେପି। ହସ୍ତକ୍ଷେପ ଲୋଡ଼ିଲେ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା। କୁଳମଣିଙ୍କ ପରିବାର ଆଇନ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ଆଣିଛନ୍ତି। ଆଇନ ମନ୍ତ୍ରୀଙ୍କ ନାଁ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି କହିଲେ ପ୍ରକାଶ।

murder
ଭଦ୍ରକରେ ବିଭତ୍ସ ହତ୍ୟା, ସେପଟେ ଶବ ବ୍ୟବଚ୍ଛେଦ ନହେବାରୁ ଉତ୍ତେଜନା

ତାସ ଖେଳକୁ କେନ୍ଦ୍ର କରି ବିଭତ୍ସ ହତ୍ୟା ଅଭିଯୋଗ। ନାବାଳକର ଶିଳପୁଆ ମାଡ଼ରେ ଯୁବକଙ୍କର ଶୋଚନୀୟ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତିହିଡି ଥାନା ଦୋଳସାହି ଗାଁରେ।

  • Wednesday, 14 July 2021
winter
୨ଦିନ ଲାଗି ୬ ଜିଲ୍ଲାରେ ହେବ ପ୍ରବଳ କୁହୁଡି

ଭୁବନେଶ୍ୱର: ଆଜିଠୁ ୬ ଜିଲ୍ଲାରେ ବଢିବ ଘନକୁହୁଡି। ତେବେ କୁହୁଡିକୁ ଦୃଷ୍ଟିରେ ରଖି ୬ ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ନେବାକୁ ଏସଆରସି ସମ୍ପୃକ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି। କେବଳ ଏତିକି ନୁହେଁ ବରଂ କୁହୁଡ଼ି ସମୟରେ ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ଯେପରି ଗାଡ଼ି ଚଳାଚଳ ନିୟନ୍ତ୍ରଣ ରହିବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଜାନୁଆରି ୩ ତାରିଖ ସକାଳେ  କଟକ, ଅନୁଗୁଳ,ଜଗତସିଂହପୁର, ଭଦ୍ରକ ଏବଂ […]

  • Wednesday, 14 July 2021
berhampur misscase
ହତ୍ୟାକାଣ୍ଡର ୭ ମାସ ପରେ ଧରାପଡିଲା ହତ୍ୟାକାରୀ

ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅଞ୍ଚଳର ପ୍ରମୋଦିନୀ ନାଇକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ହତ୍ୟାକାଣ୍ଡର ଦୀର୍ଘ ୭ ମାସ ପରେ ଧରାପଡିଛି ହତ୍ୟାକାରୀ। ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛ॥ ଗିରଫ ଅଭିଯୁକ୍ତ ହେଉଛି ପ୍ରକାଶ ବେହେରା।

  • Wednesday, 14 July 2021
PURI-SRIMANDIRA-NEW
ବିନା ଅନୁମତିରେ ପ୍ରବେଶ କରିବାରୁ ୪ ଏଏନଏମ ସସପେଣ୍ଡ

ବିନା ଅନୁମତିରେ ଶ୍ରୀମନ୍ଦିରରେ ପ୍ରବେଶ ମହଙ୍ଗା ପଡିଲା। ସସପେଣ୍ଡ ହେଲେ ୪ ଏଏନଏମ। ମିଳିଥିବା ସୂଚନା ଅନୁସାରେ, ମନ୍ଦିର ବାହାରେ ଡ୍ୟୁଟି କରିବା ସମୟରେ ଏମାନେ ସମସ୍ତେ ଦାୟିତ୍ୱ ପାଇଥିଲେ। ଯେଉଁମାନେ ମନ୍ଦିରକୁ ଯିବା ଲାଗି ଅନୁମତି ପାଇଥିଲେ ସେମାନଙ୍କର ଥର୍ମାଲ ଚେକିଂ କରୁଥିଲେ କିନ୍ତୁ ପ୍ରବେଶ ଅନୁମତି ନଥିବା ସତ୍ୱେ ସେମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ। ଏ ସମ୍ପର୍କରେ ଖବର ଜଣାପଡିବା ପରେ ସମସ୍ତ ୪ ଜଣଙ୍କୁ ନିଲମ୍ବନ କରିଛନ୍ତି ସିଡିଏମଓ। 

  • Wednesday, 14 July 2021
loot
ଗୁଳି ମାରିଲେ,୩ ଲକ୍ଷ ୨୦ ହଜାର ଲୁଟି ନେଲେ

ଦିନ ଦ୍ୱିପ୍ରହରରେ ଲୁଟ୍। ବାଲେଶ୍ୱର ସଦର ଥାନା ଖାନନଗରରୁ ୩ ଲକ୍ଷ ୨୦ ହଜାର ଟଙ୍କା ଲୁଟ୍ ହୋଇଛି। ବାଇକରେ ଟଙ୍କା ଡିପୋଜିଟ୍ ପାଇଁ ନେଉଥିବା ବେଳେ ଲୁଟେରାମାନେ ଗୁଳିମାରିଥିଲେ। ବାଇକ ଚାଳକଙ୍କ ଗୋଡରେ ଗୁଳି ବାଜିବାରୁ ସେ ଗାଡିରୁ ଖସି ପଡିଥିଲେ। ଏହା ପରେ ଲୁଟେରାମାନେ ୩ଲକ୍ଷ ୨୦ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ । ତେବେ ଦିନ ବେଳେ ପୁଣି ରାସ୍ତା ଉପରେ ହୋଇଥିବା ଲୁଟକୁ ନେଇ ପ୍ରଶ୍ନ ଉଠୁଛି।

  • Wednesday, 14 July 2021
lord lingaraj
ଆଜି ଖୋଲିବ ଲିଙ୍ଗରାଜ ମନ୍ଦିର

୯ ମାସର ପ୍ରତୀକ୍ଷାର ଅନ୍ତ। ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲୁଛି ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ରହିଛି। ଆଜିଠୁ ଆସନ୍ତା ୩୧ ତାରିଖ ଯାଏ ସେବାୟତଙ୍କ ପରିବାର ହିଁ ଦର୍ଶନ କରିବେ ବୋଲି ସୂଚନା ରହିଛି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରୁ କରାଯାଇଛି ବ୍ୟାରିକେଡ୍। ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଆସି ପରିଚୟ ପତ୍ର ଦେଖାଇ ମନ୍ଦିରକୁ ପ୍ରବେଶ କରିବେ।

  • Wednesday, 14 July 2021
Bijara temple
୨୯ ରୁ ଖୋଲିବ ବିରଜା ମନ୍ଦିର, କିନ୍ତୁ ଏହି ଦିନଠୁ ପୁଣି ରହିବ ବନ୍ଦ

ଆସନ୍ତା ୨୯ରୁ ଖୋଲିବ ଯାଜପୁରର ମା ବିରଜା ମନ୍ଦିର। ସକାଳ ୬ରୁ ସନ୍ଧ୍ୟା ୫ ଯାଏଁ ଦର୍ଶନ କରିପାରିବେ ଭକ୍ତ, ଗହଳି ଏଡ଼ାଇବାକୁ ଜାନୁଆରୀ ୧,୨ ଓ ୩ ତାରିଖ ମନ୍ଦିର ବନ୍ଦ ରହିବ: ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଲେ ଯାଜପୁର ଜିଲ୍ଲାପାଳ। ତେବେ କରୋନା ଲାଗି ପାଖାପାଖି ୯ ମାସ ହେବ ମନ୍ଦିର ବନ୍ଦ ରହିଥିଲା। ବର୍ତ୍ତମାନ ସମୟରେ ଧୀରେ ଧୀରେ ମନ୍ଦିର ଖୋଲୁଛି।

  • Wednesday, 14 July 2021
puri
ଜଗା ଦର୍ଶନ କରୁଛନ୍ତି ସେବାୟତ ପରିବାର

୯ ମାସ ପରେ ଖୋଲିଛି ଶ୍ରୀମନ୍ଦିର। ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଶ୍ରୀକ୍ଷେତ୍ରରେ ଜଗା ଦର୍ଶନର ଆଜି ତୃତୀୟ ଦିନ। ପ୍ରଥମେ ଶ୍ରୀମନ୍ଦିର ସେବାୟତ ଓ ତାଙ୍କ ପରିବାର ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି କରୋନା ସ୍ଥିତିରେ ଦର୍ଶନ ଲାଗି ଜାରି ହୋଇଛି ସ୍ୱତନ୍ତ୍ର ଏସ୍ଓପି । ସେବାୟତ ପରିବାରର ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟବୀମା କାର୍ଡ ସାଙ୍ଗରେ ଆଣି ଦର୍ଶନ କରୁଛନ୍ତି। ଏହା ନଥିଲେ ଅନ୍ୟ ପରିଚୟପତ୍ର ଦେଖାଇବାକୁ ପଡ଼ିବ।

  • Wednesday, 14 July 2021
Pari bjp
ପରୀ ଆନ୍ଦୋଳନ: ଗାଁ ଗାଁ ଘର ଘରକୁ ନେବ ବିଜେପି

ପରୀକୁ ନ୍ୟାୟ ପାଇଁ ବିଜେପିର ୫ ଦିନିଆ ପଦଯାତ୍ରା ଶେଷ ହୋଇଥିଲେ ମଧ୍ୟ ଏହି ଆନ୍ଦୋଳନ ଆଗକୁ ଗାଁ ଗାଁ ଏବଂ ଘର ଘରକୁ ନିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଗତକାଲି ଇଟାମାଟିରୁ ଆରମ୍ଭ କରିଥିବା ଏହି ଯାତ୍ରା ସାରେ ଯଦୁପୁରରେ ପହଂଚିଥିଲା। ଗାଁରେ ପହଞ୍ଚିବା ପରେ ସିଦ୍ଧେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସିଧାସଳଖ ପରୀ ଘରକୁ ଯାଇ ମାଆ ଓ ବାପାଙ୍କୁ ଭେଟିଥିଲେ। ସେମାନଙ୍କୁ ସମବେଦନା ଜଣାଇଥିଲେ ବିଜେପି ନେତ୍ରୁବୃନ୍ଦ।

  • Wednesday, 14 July 2021
winter
ଥରୁଛି ଓଡିଶା: ଜାଣନ୍ତୁ କେତେ ଦିନ ପରେ କମିବ ଶୀତ

ଉପକୂଳରୁ ଉତ୍ତର, ପୂର୍ବରୁ ପଶ୍ଚିମ। ସବୁଠି ଜାଡ଼ ଓ ଥଣ୍ଡାର ପ୍ରକୋପ । ସାରା ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । ସକାଳ ୯ଟା ନବାଜିଲେ ସୂର୍ଯ୍ୟ ଦେବଙ୍କ ଦର୍ଶନ ମିଳୁନି। ଯଦି ବି ମିଳୁଛି ତେବେ କୋହଲା ପାଗ ଲାଗି ରହୁଛି। ସଂଧ୍ୟା ବେଳେ ଶୀତର ପରିମାଣ ଅଧିକ ଅନୁଭୂତ ହେଉଛି।

  • Wednesday, 14 July 2021
Bhubaneswar ANM
ଶୀତ କାକରରେ ଥରି ଥରି ବଡଦିନ ପାଳିଲେ ଏଏନଏମ କର୍ମୀ

ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି ଏଏନ୍ଏମ୍ କର୍ମୀ।  ଛଟେଇକୁ ବିରୋଧ ଓ ସ୍ଥାୟୀ ନିଯୁକ୍ତି ଦାବିରେ ଜାରି ରହିଛି ଆନ୍ଦୋଳନ। ଗତ ମାସଠାରୁ ଧାରଣାରେ ବସିଥିବା ଏନ୍ଏମ୍ ଓ ସ୍ୱାସ୍ଥ୍ୟ କର୍ମୀ ମାନେ ଧାରଣା ସ୍ଥଳରେ ପାଳନ କରିଛନ୍ତି ବଡ଼ ଦିନ। ସ୍ୱାସ୍ଥ୍ୟକର୍ମୀ ମାନେ ଏକତ୍ରିତ ହୋଇ କେକ୍ କାଟିବା ସହ ନିଜ ନିଜ ମଧ୍ୟରେ ବଡ଼ ଦିନକୁ ପାଳନ କରିଛନ୍ତି।

  • Wednesday, 14 July 2021
Bothra
କେମିତି କରିଥିଲା ହତ୍ୟା? ଡେମୋ ଦେଖାଉଛି ସରୋଜ...

ନୟାଗଡ ପରୀ ହତ୍ୟା ମାମଲାରେ ଘଣ୍ଟାକୁ ଘଣ୍ଟା କିଛି ନା କିଛି ନୂଆ ତଥ୍ୟ ଆସିବାରେ ଲାଗିଛି । ତେବେ ବର୍ତ୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ, ଘଟଣା ସ୍ଥଳକୁ ଯାଇ ଡେମୋ ଦେଖାଇଛି ସରୋଜ। ହତ୍ୟା ଘଟିଥିବା ସ୍ଥାନ ଅର୍ଥାତ ଯଦୁପୁରକୁ ନେଇ ସରୋଜକୁ ଡେମୋ କରାଇଲା ଏସଆଇଟି।

  • Wednesday, 14 July 2021
bothra555
ପରୀ ହାଡକୁ ନେଇ ମହାଖୁଲାସା କଲେ ଅରୁଣ ବୋଥ୍ରା: ଜାଣନ୍ତୁ କଣ କହିଲେ...

ପରୀ ମାମଲାରେ ପୁଣି ଏକ ମହାଖୁଲାସା କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ବୋଥ୍ରା କହିଛନ୍ତି ଯେ, ପରୀର କୌଣସି ହାଡ ନିଖୋଜ ହୋଇନାହିଁ। ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ହାଡ ନଥିବା କଥା କୁହାଯାଇନାହିଁ। ହାଡ ମିଳିନଥିବା ସମ୍ପର୍କରେ ବିଶେଷଜ୍ଞ ଡାକ୍ତରମାନେ କିଛି କହିନାହାନ୍ତି ବୋଲି ବୋଥ୍ରା କହିଛନ୍ତି।

pathak
ପାଠକ ବାପା ଓ ପୁଅଙ୍କ ଜାମିନ ଆବେଦନ ଖାରଜ

ପାଠକ ବାପା ଓ ପୁଅଙ୍କ ଖାରଜ ହେଲା ଜାମିନ। ଭୁବନେଶ୍ୱର ସ୍କାଏ କିଙ୍ଗ ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଜାମିନ  ଆବେଦନ ଖାରଜ କଲେ କୋର୍ଟ। ମିଳିଥିବା ସୂଚନା ଅନୁସାରେ,  ଜାମିନ ଆବେଦନ ଖାରଜ କରିଛନ୍ତି ଏଡିଜେ-୩ କୋର୍ଟ

  • Wednesday, 14 July 2021
Pradeep panigrahi
ଜେଲରେ ଆଇନଜୀବୀଙ୍କୁ ଭେଟିପାରିବେ ପ୍ରଦୀପ ପାଣିଗ୍ରାହୀ

ଜେଲରେ ଓକିଲଙ୍କୁ ଭେଟିପାରିବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବିଧାୟକ ପ୍ରଦୀପ ପାଣିଗ୍ରାହୀ ମାମଲାରେ ରିଟ୍ ଆବେଦନର ବିଚାର କରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।ଜେଲରେ ଓକିଲଙ୍କ ସହ ପ୍ରଦୀପଙ୍କର ଆଲୋଚନା ହୋଇପାରିବ।

  • Wednesday, 14 July 2021
HighCourt
ପରୀ ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ପରୀ ମାମଲାରେ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଘଟଣାର ତଦନ୍ତ କରୁଥିବା ଏସଆଇଟିକୁ ଚାର୍ଜସିଟ୍ ଦାଖଲ କରିବା ଲାଗି ଦେଲେ ନିର୍ଦ୍ଦେଶ।

Pradeep
ଜେଲରୁ ମୁକୁଳି ପାରିବେ ନାହିଁ ପ୍ରଦୀପ ସେଠୀ

ଜେଲରୁ ଏବେ ବାହାରି ପାରିବେନି ଚିଟଫଣ୍ଡ ଦୁର୍ନୀତିର ଦୋଷୀ ସାବ୍ୟସ୍ତ ପ୍ରଦୀପ ସେଠୀ। ୭ବର୍ଷ ଜେଲରେ କଟାଇଥିବାରୁ ତାଙ୍କୁ ମୁକ୍ତ କରିବାକୁ ଆବେଦନ କରି ପ୍ରଦୀପ ସେଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟର ଦୁଇଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ଆବେଦନକୁ ଖାରଜ କରି ଦେଇଛନ୍ତି।

  • Wednesday, 14 July 2021
pari
ଆଜି ସନ୍ଧ୍ୟାରେ ପକ୍ସୋ କୋର୍ଟରେ ହାଜର ହେବ ସରୋଜ ସେଠୀ

ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଅଭିଯୁକ୍ତ ସରୋଜ ସେଠୀଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ଅଧିକ ତଥ୍ୟ ସଂଗ୍ରହ ପାଇଁ ଏସଆଇଟି ସରୋଜଙ୍କୁ ତିନିଦିନ ପାଇଁ ରିମାଣ୍ଡରେ ନେଇଥିଲା। ଆଜି ସନ୍ଧ୍ୟାରେ ସରୋଜକୁ ନୟାଗଡ ପକ୍ସୋ କୋର୍ଟରେ ହାଜର କରାଯିବ।

  • Wednesday, 14 July 2021
bjp
ପରୀ ପାଇଁ ବିଜେପି ପଦଯାତ୍ରାର ଆଜି ଅନ୍ତିମ ଦିନ

ନୟାଗଡ଼ ପରୀ ପାଇଁ ବିଜେପିର ପଦଯାତ୍ରାର ଆଜି ଅନ୍ତିମ ପର୍ଯ୍ୟାୟ। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ବାହାରିଥିବା ପଦଯାତ୍ରା ଇଟାମାଟିରେ ପହଞ୍ଚିଛି। ଆଜି ଇଟାମାଟିରୁ ବିଜେପି ନେତା ଓ କର୍ମୀ ଯଦୁପୁର ଯିବେ। ଯଦୁପୁର ସିଦ୍ଧେଶ୍ୱର ମନ୍ଦିର ନିକଟରେ ପହଞ୍ଚିବା ପରେ ସେଠାରେ ପୂଜାର୍ଚ୍ଚନା କରାଯିବ।

  • Wednesday, 14 July 2021
naxal
ଘରୁ ଡାକିନେଲେ, ହତ୍ୟା କଲେ

ନକ୍ସଲଙ୍କ ବର୍ବର କାଣ୍ଡ। ପୋଲିସ ଇନଫର୍ମମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା କରିଛନ୍ତି ନକ୍ସଲ। ଆନ୍ଧ୍ରପ୍ରଦେଶର ବିଶାଖାପାଟଣମ୍ ଜିଲ୍ଲାର ପେଦାବାଇଲୁ ଚିନ୍ତାଗୁରୁ ଗାଁର ସତୀଶ ବାବୁଙ୍କୁ ଘରୁ ଡାକି ନେଇ ମାଓବାଦୀମାନେ ହତ୍ୟା କରିଛନ୍ତି।

  • Wednesday, 14 July 2021