• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

otv-photo
ଓଡ଼ିଶା ଲଲିତକଳା ଏକାଡେମୀ ପୁରସ୍କାର ଘୋଷଣା

ଭୁବନେଶ୍ୱର: ଓଡ଼ିଶା ଲଲିତକଳା ଏକାଡେମୀର ୨୦୨୦-୨୧ ମସିହା ଲାଗି ପୁରସ୍କାର ଘୋଷଣା କରାଯାଇଛି। ବିଭିନ୍ନ କଳାକୃତି କ୍ଷେତ୍ରରେ ଏଥର ୮ ଜଣଙ୍କୁ ଏହି ପୁରସ୍କାର ମିଳିବ। ଚଳିତବର୍ଷ ୩୯ତମ ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶନୀ ନିମନ୍ତେ ଓଡ଼ିଶାର ୫୧୫ ଜଣ ଶିଳ୍ପୀମାନଙ୍କଠାରୁ ୮୨୯ ଗୋଟି କଳାକୃତିର ଫଟୋଗ୍ରାଫ୍ ଗ୍ରହଣ କରାଯାଇଥିଲା। ଏହାପରେ ପ୍ରଥମ ପର୍ଯ୍ୟାୟ ବିଚାରକ ମଣ୍ଡଳୀଙ୍କ ସୁପାରିଶ କ୍ରମେ ୨୩୭ ଜଣ ଶିଳ୍ପୀ ସେମାନଙ୍କର କଳାକୃତିକୁ ଏକାଡେମୀ କାର୍ଯ୍ୟାଳୟରେ ଦାଖଲ କରିଥିଲେ। ତନ୍ମଧ୍ୟରୁ ୮ ଜଣ ଶିଳ୍ପୀଙ୍କୁ […]

  • Wednesday, 14 July 2021
elephanat
ନୂଆ ଠିକଣାରେ ନୂଆ ବନ୍ଧୁକୁ ପାଇଁ ଖୁସିରେ ବୁଲୁଛି ପଦ୍ମା

ଦଳରୁ ଅଲଗା ହୋଇଥିଲା ହେଲେ ନୂଆ ଠିକଣାରେ ମିଳିଲେ ନୂଆ ବନ୍ଧୁ। କୁନି ହାତୀ ପଦ୍ମାକୁ ମିଳିଛି ଏବେ ନୂଆ ପରିବାର। ଢେଙ୍କାନାଳ କପିଳାସ ହାତୀ ଉଦ୍ୟାନରେ ପଦ୍ମା ହାତୀ ଏବେ ଅନ୍ୟ ବଡ଼ ହାତୀଙ୍କ ସହ ମିଶିଛି। ଏକାଠି ରହୁଛି, ଖାଉଛି ଏବଂ ବୁଲୁଛି ମଧ୍ୟ। ସେହିପରି ଉଦ୍ୟାନରେ ଥିବା ଅନ୍ୟ ହାତୀ ବି ପଦ୍ମାକୁ ଦଳରେ ମିଶାଇବା ପରେ ବେଶ ଖୁସ୍ ଥିବା ଦେଖିବାକୁ ମିଳିଛି।

  • Wednesday, 14 July 2021
corona
ସବୁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଟିକା ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ୱର:  ଟିକା ନିର୍ମାଣ କମ୍ପାନିରୁ ସିଧା ଓଡ଼ିଶା ଆସିବ କରୋନା ଟିକା। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ। ଟିକା ପହଞ୍ଚିବା ପରେ ଏହାକୁ ଷ୍ଟେଟ୍ ଭ୍ୟାକ୍ସିନ ଷ୍ଟୋରରେ ରଖାଯିବ। ଏଠାରୁ ବିଭିନ୍ନ ଜିଲ୍ଲାରେ ଥିବା ଭ୍ୟାକ୍ସିନ ଷ୍ଟୋରକୁ ପଠାଯିବ। ରାଜ୍ୟରେ ଯାହା ସରଞ୍ଜାମ ରହିଛି ତାହା ଟିକାକରଣ ପାଇଁ ଯଥେଷ୍ଟ ବୋଲି ସେ ସୂଚନା ଦେଇଛନ୍ତି। ଏହାସହ ରାଜ୍ୟରେ ଡାଟାବେସ୍ ଅନୁସାରେ ଟିକା ମଗାଯାଇଛି। ତେବେ କେତେ ଟିକା ପଠାଇବେ […]

  • Wednesday, 14 July 2021
Representative image
ବାଳସୁଧାର ଗୃହକୁ ଗଲା ନୟାଗଡ଼ ନାବାଳିକା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ

ନୟାଗଡ: (ଆର୍ତ୍ତତ୍ରାଣ ପ୍ରଧାନ)ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ବାଳସୁଧାର ଗୃହକୁ ଆଜି ପଠାଇ ଦିଆଯାଇଛି । ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହାଜର ପରେ ଅଭିଯୁକ୍ତକୁ ଅନୁଗୁଳ ବାଳସୁଧାର ଗୃହକୁ ଅଣାଯାଇଛି। ତେବେ  ଅଭିଯୁକ୍ତର ନାର୍କୋ ଟେଷ୍ଟ ଆବେଦନର ଶୁଣାଣି ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହେବ। ଏହାର ଶୁଣାଣି ଆସନ୍ତା ୮ ତାରିଖରେ ହେବ ବୋଲି ସୂଚନା ରହିଛି। ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ଗତକାଲି ନୟାଗଡ଼ ପକ୍ସୋ କୋର୍ଟ ନାବାଳକ ଦର୍ଶାଇଥିଲେ। […]

bird-flu
ବାର୍ଡ ଫ୍ଲୁ ଆଶଙ୍କା: ଚିଲିକାରୁ ଗଲା ସାମ୍ପଲ

ଖୋର୍ଦ୍ଧା: ପୁଣି ବ୍ୟାପୁଛି କି ବାର୍ଡ ଫ୍ଲୁ? ମିଳିଥିବା ସୂଚନା ଅନୁସାରେ, ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ପଦକ୍ଷେପ ନେଲା ପ୍ରାଣୀଧନ ବିଭାଗ।  ଚିଲିକାରୁ ପାଖାପାଖି  ୪ ଶହ ସାମ୍ପଲ ଟେଷ୍ଟ ପାଇଁ ପଠାଇଲା ପ୍ରାଣୀଧନ ବିଭାଗ। ଏହାସହ ଚିଲିକାରୁ ପକ୍ଷୀ ସାମ୍ପଲ ସହ OUATକୁ  କୁକୁଡ଼ାଙ୍କ ସାମ୍ପଲ ପଠାଗଲା। କେବଳ ଏତିକି ନୁହେଁ ବରଂ ଫୁଲନଖରା ପଶୁରୋଗ ଗବେଷଣା ପ୍ରତିଷ୍ଠାନ ବି ସାମ୍ପଲ ଯାଇଥିବା ନେଇ ସୂଚନା ମିଳିଛି। ପରେ ଚିଲିକା […]

  • Wednesday, 14 July 2021
UPSC-
Civil Services Result 2019: ରିଜର୍ଭ ପ୍ରାର୍ଥୀଙ୍କ ତାଲିକାରେ ସ୍ଥାନ ପାଇଲେ ଓମ‌ ବିର୍ଲାଙ୍କ ସାନ ଝିଅ ଅଞ୍ଜଳି ବିର୍ଲା

ଭୁବନେଶ୍ୱର: ୟୁନୟନ ପବ୍ଲିକ ସର୍ଭିସ କମିଶନ(UPSC) ପକ୍ଷରୁ ସିଭିଲ ସର୍ଭିସ ୨୦୧୯ର ରିଜର୍ଭ ଲିଷ୍ଟ ଅନୁସାରେ ୮୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।  ୨୦୨୧ ଜାନୁଆରୀ ୪ ତାରିଖ UPSC ପକ୍ଷରୁ ଜାରି କରାଯାଇଥିବା ଏହି  ତାଲିକାରେ  ଲୋକସଭା ଅଧ୍ୟକ୍ଷ ଓମ୍‌ ବିର୍ଲାଙ୍କ ସାନ ଝିଅ ଅଞ୍ଜଳି ବିର୍ଲା ଅଛନ୍ତି। ଏହାର ପ୍ରିଲିମନାରୀ ପରୀକ୍ଷା ୨୦୧୯ ଜୁନ ୪ ତାରିଖ ହୋଇଥିଲା ଓ ମେନ ପରୀକ୍ଷା ୨୦୧୯ ସେପ୍ଟେମ୍ବର ୨୦ରେ ହୋଇଥିଲା। ଏହାର ଫଳାଫଳ ଅଗଷ୍ଟ […]

Berhampur
ପ୍ରତୀକ୍ଷାର ହେଲା ଅନ୍ତ, ରେଶମ ସହରବାସୀଙ୍କ ସ୍ୱପ୍ନ ହେଲା ସତ

ବ୍ରହ୍ମପୁରରେ ଉଦଘାଟିତ ହୋଇଛି ବହୁ ପ୍ରତିକ୍ଷିତ ରାମଲିଙ୍ଗେଶ୍ୱର ପାର୍କ। ଶହେ ବର୍ଷ ପୁରୁଣା ପୋଖରୀ ପଙ୍କ କାଦୁଅରେ ଭର୍ତ୍ତି ହୋଇ ରହିଥିଲା ଏହି ଜଳାଶୟ। ତେବେ ଗତ ୪ ବର୍ଷ ଧରି ଏହାର ପୁନଃରୁଦ୍ଧାର ପରେ ଏବେ ମିଳିଛି ନୂତନ ପରିଚୟ।

  • Wednesday, 14 July 2021
Soroj sethi
ମୁଁ ନିର୍ଦ୍ଦୋଷ, ମତେ ଫସାଯାଉଛି-ସରୋଜ ସେଠୀ

ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାକୁ ନେଇ ପୁଣି ଆସିଲା ନୂଆ ଟ୍ୱିଷ୍ଟ। ପୂରା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ। କୋର୍ଟରେ ହାଜର ହୋଇ ବାହାରିବା ପରେ କହିଲେ, ମତେ ଫସାଇ ଦିଆଯାଉଛି। କେବଳ ଏତିକି ନୁହେଁ ବରଂ ଏସଆଇଟି ତାଙ୍କୁ ମାଡ ମାରିଥିବା ନେଇ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି ସରୋଜ। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ କିଛି କରିନାହିଁ। ମତେ ମାଡ ମରାଯାଇଛି ଓ ଫସା ଯାଉଥିବା କଥା ବାରମ୍ବାର କହିଛନ୍ତି ସରୋଜ। 

college students
୧୧ ରୁ ଖୋଲିବ କଲେଜ ଓ ୟୁନିଭର୍ସିଟି

ଆସନ୍ତା ୧୧ରୁ  କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି । ଶେଷ ସେମିଷ୍ଟର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ। କେବଳ ଏତିକି ନୁହେଁ ବରଂ  ଆସନ୍ତା ୧୧ ତାରିଖରୁ କ୍ଲାସ କରିବା ନେଇ ମଧ୍ୟ ନିର୍ଦ୍ଦେଶନାମା ଜାରି ହୋଇଛି। ସେପଟେ ଗତକାଲି ସ୍କୁଲ ଖୋଲିବା ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା, ସେଥିରେ ଯବନିକା ପଡ଼ିଛି।

  • Wednesday, 14 July 2021
Naveen-bjp
ବିଜେପି ନେତାଙ୍କ ହତ୍ୟା ଘଟଣାରେ ଆଇନମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ

ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ମାମଲା। ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେପି। ହସ୍ତକ୍ଷେପ ଲୋଡ଼ିଲେ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା। କୁଳମଣିଙ୍କ ପରିବାର ଆଇନ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ଆଣିଛନ୍ତି। ଆଇନ ମନ୍ତ୍ରୀଙ୍କ ନାଁ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି କହିଲେ ପ୍ରକାଶ।

murder
ଭଦ୍ରକରେ ବିଭତ୍ସ ହତ୍ୟା, ସେପଟେ ଶବ ବ୍ୟବଚ୍ଛେଦ ନହେବାରୁ ଉତ୍ତେଜନା

ତାସ ଖେଳକୁ କେନ୍ଦ୍ର କରି ବିଭତ୍ସ ହତ୍ୟା ଅଭିଯୋଗ। ନାବାଳକର ଶିଳପୁଆ ମାଡ଼ରେ ଯୁବକଙ୍କର ଶୋଚନୀୟ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତିହିଡି ଥାନା ଦୋଳସାହି ଗାଁରେ।

  • Wednesday, 14 July 2021
winter
୨ଦିନ ଲାଗି ୬ ଜିଲ୍ଲାରେ ହେବ ପ୍ରବଳ କୁହୁଡି

ଭୁବନେଶ୍ୱର: ଆଜିଠୁ ୬ ଜିଲ୍ଲାରେ ବଢିବ ଘନକୁହୁଡି। ତେବେ କୁହୁଡିକୁ ଦୃଷ୍ଟିରେ ରଖି ୬ ଜିଲ୍ଲାରେ ସତର୍କତାମୂଳକ ପଦକ୍ଷେପ ନେବାକୁ ଏସଆରସି ସମ୍ପୃକ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖିଛନ୍ତି। କେବଳ ଏତିକି ନୁହେଁ ବରଂ କୁହୁଡ଼ି ସମୟରେ ଜାତୀୟ ଓ ରାଜ୍ୟ ରାଜପଥଗୁଡ଼ିକରେ ଯେପରି ଗାଡ଼ି ଚଳାଚଳ ନିୟନ୍ତ୍ରଣ ରହିବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଜାନୁଆରି ୩ ତାରିଖ ସକାଳେ  କଟକ, ଅନୁଗୁଳ,ଜଗତସିଂହପୁର, ଭଦ୍ରକ ଏବଂ […]

  • Wednesday, 14 July 2021
berhampur misscase
ହତ୍ୟାକାଣ୍ଡର ୭ ମାସ ପରେ ଧରାପଡିଲା ହତ୍ୟାକାରୀ

ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅଞ୍ଚଳର ପ୍ରମୋଦିନୀ ନାଇକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ହତ୍ୟାକାଣ୍ଡର ଦୀର୍ଘ ୭ ମାସ ପରେ ଧରାପଡିଛି ହତ୍ୟାକାରୀ। ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛ॥ ଗିରଫ ଅଭିଯୁକ୍ତ ହେଉଛି ପ୍ରକାଶ ବେହେରା।

  • Wednesday, 14 July 2021
PURI-SRIMANDIRA-NEW
ବିନା ଅନୁମତିରେ ପ୍ରବେଶ କରିବାରୁ ୪ ଏଏନଏମ ସସପେଣ୍ଡ

ବିନା ଅନୁମତିରେ ଶ୍ରୀମନ୍ଦିରରେ ପ୍ରବେଶ ମହଙ୍ଗା ପଡିଲା। ସସପେଣ୍ଡ ହେଲେ ୪ ଏଏନଏମ। ମିଳିଥିବା ସୂଚନା ଅନୁସାରେ, ମନ୍ଦିର ବାହାରେ ଡ୍ୟୁଟି କରିବା ସମୟରେ ଏମାନେ ସମସ୍ତେ ଦାୟିତ୍ୱ ପାଇଥିଲେ। ଯେଉଁମାନେ ମନ୍ଦିରକୁ ଯିବା ଲାଗି ଅନୁମତି ପାଇଥିଲେ ସେମାନଙ୍କର ଥର୍ମାଲ ଚେକିଂ କରୁଥିଲେ କିନ୍ତୁ ପ୍ରବେଶ ଅନୁମତି ନଥିବା ସତ୍ୱେ ସେମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ। ଏ ସମ୍ପର୍କରେ ଖବର ଜଣାପଡିବା ପରେ ସମସ୍ତ ୪ ଜଣଙ୍କୁ ନିଲମ୍ବନ କରିଛନ୍ତି ସିଡିଏମଓ। 

  • Wednesday, 14 July 2021
loot
ଗୁଳି ମାରିଲେ,୩ ଲକ୍ଷ ୨୦ ହଜାର ଲୁଟି ନେଲେ

ଦିନ ଦ୍ୱିପ୍ରହରରେ ଲୁଟ୍। ବାଲେଶ୍ୱର ସଦର ଥାନା ଖାନନଗରରୁ ୩ ଲକ୍ଷ ୨୦ ହଜାର ଟଙ୍କା ଲୁଟ୍ ହୋଇଛି। ବାଇକରେ ଟଙ୍କା ଡିପୋଜିଟ୍ ପାଇଁ ନେଉଥିବା ବେଳେ ଲୁଟେରାମାନେ ଗୁଳିମାରିଥିଲେ। ବାଇକ ଚାଳକଙ୍କ ଗୋଡରେ ଗୁଳି ବାଜିବାରୁ ସେ ଗାଡିରୁ ଖସି ପଡିଥିଲେ। ଏହା ପରେ ଲୁଟେରାମାନେ ୩ଲକ୍ଷ ୨୦ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ । ତେବେ ଦିନ ବେଳେ ପୁଣି ରାସ୍ତା ଉପରେ ହୋଇଥିବା ଲୁଟକୁ ନେଇ ପ୍ରଶ୍ନ ଉଠୁଛି।

  • Wednesday, 14 July 2021
lord lingaraj
ଆଜି ଖୋଲିବ ଲିଙ୍ଗରାଜ ମନ୍ଦିର

୯ ମାସର ପ୍ରତୀକ୍ଷାର ଅନ୍ତ। ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲୁଛି ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର। ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ରହିଛି। ଆଜିଠୁ ଆସନ୍ତା ୩୧ ତାରିଖ ଯାଏ ସେବାୟତଙ୍କ ପରିବାର ହିଁ ଦର୍ଶନ କରିବେ ବୋଲି ସୂଚନା ରହିଛି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରୁ କରାଯାଇଛି ବ୍ୟାରିକେଡ୍। ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଆସି ପରିଚୟ ପତ୍ର ଦେଖାଇ ମନ୍ଦିରକୁ ପ୍ରବେଶ କରିବେ।

  • Wednesday, 14 July 2021
Bijara temple
୨୯ ରୁ ଖୋଲିବ ବିରଜା ମନ୍ଦିର, କିନ୍ତୁ ଏହି ଦିନଠୁ ପୁଣି ରହିବ ବନ୍ଦ

ଆସନ୍ତା ୨୯ରୁ ଖୋଲିବ ଯାଜପୁରର ମା ବିରଜା ମନ୍ଦିର। ସକାଳ ୬ରୁ ସନ୍ଧ୍ୟା ୫ ଯାଏଁ ଦର୍ଶନ କରିପାରିବେ ଭକ୍ତ, ଗହଳି ଏଡ଼ାଇବାକୁ ଜାନୁଆରୀ ୧,୨ ଓ ୩ ତାରିଖ ମନ୍ଦିର ବନ୍ଦ ରହିବ: ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଲେ ଯାଜପୁର ଜିଲ୍ଲାପାଳ। ତେବେ କରୋନା ଲାଗି ପାଖାପାଖି ୯ ମାସ ହେବ ମନ୍ଦିର ବନ୍ଦ ରହିଥିଲା। ବର୍ତ୍ତମାନ ସମୟରେ ଧୀରେ ଧୀରେ ମନ୍ଦିର ଖୋଲୁଛି।

  • Wednesday, 14 July 2021
puri
ଜଗା ଦର୍ଶନ କରୁଛନ୍ତି ସେବାୟତ ପରିବାର

୯ ମାସ ପରେ ଖୋଲିଛି ଶ୍ରୀମନ୍ଦିର। ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଶ୍ରୀକ୍ଷେତ୍ରରେ ଜଗା ଦର୍ଶନର ଆଜି ତୃତୀୟ ଦିନ। ପ୍ରଥମେ ଶ୍ରୀମନ୍ଦିର ସେବାୟତ ଓ ତାଙ୍କ ପରିବାର ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି କରୋନା ସ୍ଥିତିରେ ଦର୍ଶନ ଲାଗି ଜାରି ହୋଇଛି ସ୍ୱତନ୍ତ୍ର ଏସ୍ଓପି । ସେବାୟତ ପରିବାରର ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟବୀମା କାର୍ଡ ସାଙ୍ଗରେ ଆଣି ଦର୍ଶନ କରୁଛନ୍ତି। ଏହା ନଥିଲେ ଅନ୍ୟ ପରିଚୟପତ୍ର ଦେଖାଇବାକୁ ପଡ଼ିବ।

  • Wednesday, 14 July 2021
Pari bjp
ପରୀ ଆନ୍ଦୋଳନ: ଗାଁ ଗାଁ ଘର ଘରକୁ ନେବ ବିଜେପି

ପରୀକୁ ନ୍ୟାୟ ପାଇଁ ବିଜେପିର ୫ ଦିନିଆ ପଦଯାତ୍ରା ଶେଷ ହୋଇଥିଲେ ମଧ୍ୟ ଏହି ଆନ୍ଦୋଳନ ଆଗକୁ ଗାଁ ଗାଁ ଏବଂ ଘର ଘରକୁ ନିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଗତକାଲି ଇଟାମାଟିରୁ ଆରମ୍ଭ କରିଥିବା ଏହି ଯାତ୍ରା ସାରେ ଯଦୁପୁରରେ ପହଂଚିଥିଲା। ଗାଁରେ ପହଞ୍ଚିବା ପରେ ସିଦ୍ଧେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସିଧାସଳଖ ପରୀ ଘରକୁ ଯାଇ ମାଆ ଓ ବାପାଙ୍କୁ ଭେଟିଥିଲେ। ସେମାନଙ୍କୁ ସମବେଦନା ଜଣାଇଥିଲେ ବିଜେପି ନେତ୍ରୁବୃନ୍ଦ।

  • Wednesday, 14 July 2021
winter
ଥରୁଛି ଓଡିଶା: ଜାଣନ୍ତୁ କେତେ ଦିନ ପରେ କମିବ ଶୀତ

ଉପକୂଳରୁ ଉତ୍ତର, ପୂର୍ବରୁ ପଶ୍ଚିମ। ସବୁଠି ଜାଡ଼ ଓ ଥଣ୍ଡାର ପ୍ରକୋପ । ସାରା ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ । ସକାଳ ୯ଟା ନବାଜିଲେ ସୂର୍ଯ୍ୟ ଦେବଙ୍କ ଦର୍ଶନ ମିଳୁନି। ଯଦି ବି ମିଳୁଛି ତେବେ କୋହଲା ପାଗ ଲାଗି ରହୁଛି। ସଂଧ୍ୟା ବେଳେ ଶୀତର ପରିମାଣ ଅଧିକ ଅନୁଭୂତ ହେଉଛି।

  • Wednesday, 14 July 2021
Bhubaneswar ANM
ଶୀତ କାକରରେ ଥରି ଥରି ବଡଦିନ ପାଳିଲେ ଏଏନଏମ କର୍ମୀ

ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି ଏଏନ୍ଏମ୍ କର୍ମୀ।  ଛଟେଇକୁ ବିରୋଧ ଓ ସ୍ଥାୟୀ ନିଯୁକ୍ତି ଦାବିରେ ଜାରି ରହିଛି ଆନ୍ଦୋଳନ। ଗତ ମାସଠାରୁ ଧାରଣାରେ ବସିଥିବା ଏନ୍ଏମ୍ ଓ ସ୍ୱାସ୍ଥ୍ୟ କର୍ମୀ ମାନେ ଧାରଣା ସ୍ଥଳରେ ପାଳନ କରିଛନ୍ତି ବଡ଼ ଦିନ। ସ୍ୱାସ୍ଥ୍ୟକର୍ମୀ ମାନେ ଏକତ୍ରିତ ହୋଇ କେକ୍ କାଟିବା ସହ ନିଜ ନିଜ ମଧ୍ୟରେ ବଡ଼ ଦିନକୁ ପାଳନ କରିଛନ୍ତି।

  • Wednesday, 14 July 2021
Bothra
କେମିତି କରିଥିଲା ହତ୍ୟା? ଡେମୋ ଦେଖାଉଛି ସରୋଜ...

ନୟାଗଡ ପରୀ ହତ୍ୟା ମାମଲାରେ ଘଣ୍ଟାକୁ ଘଣ୍ଟା କିଛି ନା କିଛି ନୂଆ ତଥ୍ୟ ଆସିବାରେ ଲାଗିଛି । ତେବେ ବର୍ତ୍ତମାନ ସମୟରେ ମିଳିଥିବା ସୂଚନା ଅନୁସାରେ, ଘଟଣା ସ୍ଥଳକୁ ଯାଇ ଡେମୋ ଦେଖାଇଛି ସରୋଜ। ହତ୍ୟା ଘଟିଥିବା ସ୍ଥାନ ଅର୍ଥାତ ଯଦୁପୁରକୁ ନେଇ ସରୋଜକୁ ଡେମୋ କରାଇଲା ଏସଆଇଟି।

  • Wednesday, 14 July 2021
bothra555
ପରୀ ହାଡକୁ ନେଇ ମହାଖୁଲାସା କଲେ ଅରୁଣ ବୋଥ୍ରା: ଜାଣନ୍ତୁ କଣ କହିଲେ...

ପରୀ ମାମଲାରେ ପୁଣି ଏକ ମହାଖୁଲାସା କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ବୋଥ୍ରା କହିଛନ୍ତି ଯେ, ପରୀର କୌଣସି ହାଡ ନିଖୋଜ ହୋଇନାହିଁ। ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ହାଡ ନଥିବା କଥା କୁହାଯାଇନାହିଁ। ହାଡ ମିଳିନଥିବା ସମ୍ପର୍କରେ ବିଶେଷଜ୍ଞ ଡାକ୍ତରମାନେ କିଛି କହିନାହାନ୍ତି ବୋଲି ବୋଥ୍ରା କହିଛନ୍ତି।

pathak
ପାଠକ ବାପା ଓ ପୁଅଙ୍କ ଜାମିନ ଆବେଦନ ଖାରଜ

ପାଠକ ବାପା ଓ ପୁଅଙ୍କ ଖାରଜ ହେଲା ଜାମିନ। ଭୁବନେଶ୍ୱର ସ୍କାଏ କିଙ୍ଗ ୬୫ ଲକ୍ଷ ଟଙ୍କା ଠକେଇ ମାମଲାରେ ଜାମିନ  ଆବେଦନ ଖାରଜ କଲେ କୋର୍ଟ। ମିଳିଥିବା ସୂଚନା ଅନୁସାରେ,  ଜାମିନ ଆବେଦନ ଖାରଜ କରିଛନ୍ତି ଏଡିଜେ-୩ କୋର୍ଟ

  • Wednesday, 14 July 2021
Pradeep panigrahi
ଜେଲରେ ଆଇନଜୀବୀଙ୍କୁ ଭେଟିପାରିବେ ପ୍ରଦୀପ ପାଣିଗ୍ରାହୀ

ଜେଲରେ ଓକିଲଙ୍କୁ ଭେଟିପାରିବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବିଧାୟକ ପ୍ରଦୀପ ପାଣିଗ୍ରାହୀ ମାମଲାରେ ରିଟ୍ ଆବେଦନର ବିଚାର କରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।ଜେଲରେ ଓକିଲଙ୍କ ସହ ପ୍ରଦୀପଙ୍କର ଆଲୋଚନା ହୋଇପାରିବ।

  • Wednesday, 14 July 2021