ମାହାଙ୍ଗାକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। ଦିନକୁ ଦିନ ବଢିବାରେ ଲାଗିଛି ବିବାଦ। କାହିଁକି ଆଇନମନ୍ତ୍ରୀ ଦୋଷୀ ହେବେ ନାହିଁ ବୋଲି ପ୍ରଶ୍ନ କରିଛି ବିଜେପି?
କରୋନା ପାଇଁ ହୋଲି ଖେଳ ଉପରେ ଲାଗିଲା କଟକଣା। ଭୁବନେଶ୍ୱର ମହାନଗର ଅଞ୍ଚଳରେ ଦୋଳ, ହୋଲି ପାଇଁ କଟକଣା ଲଗାଯାଇଥିବା ନେଇ ସୂଚନା ମିଳିଛି। ତେବେ କଟକଣା ସଂପର୍କରେ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ବିସୃତ ସୂଚନା ଦେଇଛନ୍ତି
ଏବର୍ଷ ହେବନି ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା। ଗତ ରାତିରେ ମାଙ୍କ ଶୁଭ ଖୁଣ୍ଟି ଆସିବା ନେଇ ସମସ୍ତ ପ୍ରସ୍ତୁତି ହୋଇଥିଲା କିନ୍ତୁ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ସହ ଯାତ୍ରା ମୁଖ୍ୟ ଦେଶୀ ବେହେରାଙ୍କ ଆଲୋଚନା ପରେ ହଠାତ ଯାତ୍ରା କୁ ସ୍ଥଗିତ ରଖାଯାଇଛି
ଆସନ୍ତା ୨୦ ତାରିଖରେ ବିଧାନସଭା ଘେରାଉ କରିବ ବିଜେପି। ମାହାଙ୍ଗାର କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ନ୍ୟାୟ ପ୍ରଦାନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାବାସୀଙ୍କୁ ଘର ଦାବିରେ ବିଧାନସଭା ଘେରାଉ କରାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ
ସାଧାରଣତଃ ଚାଷ କଥା କହିଲେ ଆମ ମନକୁ ପ୍ରଥମେ ଆସେ, ଉର୍ବର ମାଟି ତଥା ଜଳସେଚନ ବ୍ୟବସ୍ଥା। ତେବେ ଆଧୁନିକ ପଦ୍ଧତିରେ ବିନା ମାଟିରେ ବି ହୋଇପାରିବ ପନିପରିବା ଚାଷ। ଏହାକୁ କରି ଦେଖାଇଛନ୍ତି ବାଲେଶ୍ୱର ଜିଲ୍ଲା ରେମୁଣାର ସଂଜୟ ଦାସ
ବିକ୍ରି ହେବ କାଳିଆ ଜମି? ଏକରେ କି ଦି ଏକର ନୁହେଁ, ପୁରା ୩୫ ହଜାର ଏକର ବିକିବାକୁ କିଛି ଏଭଳି ଯୋଜନା କରିଛନ୍ତି ରାଜ୍ୟ ସରକାର। ଖୋଦ୍ ଆଇନ ମନ୍ତ୍ରୀ ବିଧାନସଭାରେ ଏ ବାବଦରେ ସୂଚନା ଦେବାପରେ କ୍ଷୁବ୍ଧ ହୋଇଛନ୍ତି ଜଗନ୍ନାଥ ପ୍ରେମୀ। ରାଜନୈତିକ ସ୍ତରରେ ବି ଏହାକୁ ବିରୋଧ କରାଗଲାଣି।
ଗୋଟିଏ ପଟେ ମଣ୍ଡି ଅବ୍ୟବସ୍ଥା ପାଇଁ ବିଧାନସଭା ଅଚଳ, ଅନ୍ୟପଟେ ଦୁର୍ବଳ ବଜାର ବ୍ୟବସ୍ଥା ସାଙ୍ଗକୁ ଶୀତଳ ଭଣ୍ଡାର ନାହିଁ। ଫଳରେ ଚାଷୀ ନାକେଦମ୍ ହେଉଛନ୍ତି। ପରିଣାମ ସ୍ୱରୂପ ଅଭାବୀ ବିକ୍ରି କରିବାକୁ ଚାଷୀ ବାଧ୍ୟ ହେଉଛି। ଖାସ୍ କରି ଲକଡାଉନ ବେଳେ ରୋଜଗାର ହରାଇବା ପରେ ବହୁ ଲୋକ ପରିବା ଚାଷକୁ ଆପଣାଇ ନେଲେ।
ବିଧାନସଭାରୁ ନବୀନ ନିବାସ। ଆଜି ରାଜଧାନୀରେ ରାଜ୍ୟ ଦେଖିଲା ରାଜନୀତିର ହାଇଡ୍ରାମା। ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ୬ ଦିନ କାଳ ଅଚଳାବସ୍ଥା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ଗୃହ ବାହାରକୁ ଆସିଥିଲା ବିରୋଧୀ ବିଜେପି
ମହାପ୍ରଭୁ ଜଗନ୍ନାଥଙ୍କ ୩୫ ହଜାର ଏକର ଜମିକୁ ବିକ୍ରି କରିବା ଲାଗି ହୋଇଥିବା ଯୋଜନା ସଂପର୍କିତ ଖବରକୁ ଶ୍ରୀମନ୍ଦିର ପ୍ରଶାସନ ଖଣ୍ଡନ କରିଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟୀକରଣ ଦେଇ କହିଛି ଯେ, ଜମି ବିକ୍ରି ଯୋଜନା ଖବର ତଥ୍ୟହୀନ, ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ।
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଭୁବନେଶ୍ୱରର ବଚନସୁଧା ହତ୍ୟା ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ ମାମଲାର ରାୟ ଶୁଣାଇ ଦୋଷୀ ଦିପ୍ତୀରଞ୍ଜନ ପଟ୍ଟନାୟକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୩ ସେପଟେମ୍ବର ୧୩ରେ ରସୁଲଗଡ଼ ଘରେ ବଚନସୁଧାଙ୍କୁ ହତ୍ୟା କରାଯାଇଥିଲା। ପରେ ପୋଲିସର ତଦନ୍ତରେ ଘରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଦିପ୍ତୀରଞ୍ଜନ ପଟ୍ଟନାୟକ ବଚନସୁଧାଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା। ଏନେଇ ତାକୁ ଗିରଫ କରାଯାଇଥିଲା ମଧ୍ୟ। ତେବେ […]
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୯ ଜଣ ସଂଗରୋଧ କେନ୍ଦ୍ରରୁ ଅର୍ଥାତ୍ କ୍ୱାରେଣ୍ଟାଇନ୍ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୩୫ ଜଣ ସ୍ଥାନୀୟ ସଂକ୍ରମିତ ଅର୍ଥାତ୍ ଲୋକାଲ କେସ ବୋଲି ସୂଚନା ରହିଛି
ବିଧାନସଭା ଅଚଳକୁ ନେଇ ନବୀନ ନିବାସ ସମ୍ମୁଖରେ ଆଜି ଦେଖିବାକୁ ମିଳିଥିଲା ହାଇଡ୍ରାମା। ରାଜ୍ୟ ରାଜନୀତିରେ ପ୍ରଥମ ଥର ପାଇଁ ଘଟିଛି ଏଭଳି କିଛି ଘଟଣା ଯାହାକୁ ନେଇ ଆଜି ଚର୍ଚ୍ଚା ଚାଲିଛି। ନବୀନ ନିବାସ ସମ୍ମୁଖରେ ବିଜେପି ବିଧାୟକଙ୍କ ଧାରଣା ଓ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାକୁ ସରଗରମ ହୋଇଛି ରାଜ୍ୟ ରାଜନୀତି
ପୁରୀଘାଟ ଥାନାରେ ପୁଣି ଏତଲା କଲେ ବର୍ଷା ପ୍ରିୟଦର୍ଶିନୀ। ସେ ରହୁଥିବା ରୁମର ଏସି ଓ ଟିଭିକୁ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଛି ବୋଲି କହିଲେ ବର୍ଷା, ଶାଶୁଘର ଲୋକେ ତାଙ୍କୁ ଜାଣିଶୁଣି ହଇରାଣ କରୁଥିବା ଅଭିଯୋଗ କଲେ ବର୍ଷା
ବନ୍ଧୁକ ମୁନରେ ବଡ ଧରଣର ଲୁଟ୍। ସୁବର୍ଣ୍ଣପୁରରେ ବ୍ୟାଙ୍କ ଠିକା କର୍ମଚାରୀଙ୍କ ଠାରୁ ୨୧ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି। ଏଟିଏମରେ ଟଙ୍କା ଭରିବାକୁ ଯିବା ବେଳେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇଛନ୍ତି ଲୁଟେରା
ରାଜଧାନୀରେ ରୋଜି କିଚେନ୍ ରୋଜିଙ୍କ ହାତ ତିଆରି ପିଠା ଖାଇବାକୁ ଢେର୍ ଅର୍ଡର ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟ ପାଇଁ ଚାହିଦା ଦିନେ ଉପମା ବନେଇ ନପାରି ଶାଶୁଙ୍କଠୁ ଶୁଣିଥିଲେ ଗାଳି ଭୁବନେଶ୍ୱର(କପିଳେନ୍ଦ୍ର ପ୍ରଧାନ): ଆଜିକାଲିର ଯୁବପୀଢି ରୋଲ, ଚାଓମିନ୍, ବର୍ଗର ଭଳି ଫାଷ୍ଟ ଫୁଡ୍ ପଛରେ ଧାଉଁଛନ୍ତି ଆଉ ଭୁଲିଯାଉଛନ୍ତି କାକରା, ଆରିଷା, ପୋଡ଼ପିଠା ଭଳି ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟକୁ। ଲୋକେ କିଭଳି ଏସବୁ ଖାଦ୍ୟ ପ୍ରତି ଆକୃଷ୍ଟ ହେବେ, ସେଥିପାଇଁ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ […]
ଯୌତୁକ ଜୁଇରେ ଚାଲିଗଲା ଆଉ ଜଣେ ନବବଧୂଙ୍କ ଜୀବନ। କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ଖୋଦ୍ ରାଜଧାନୀରେ ଘଟିଛି ଏଭଳି ଏକ ଅମାନୁଷିକ ଘଟଣା। ସ୍ୱାମୀ ଓ ସ୍ତ୍ରୀ ଉଭୟ ଉଚ୍ଚଶିକ୍ଷିତା ହୋଇଥିବା ବେଳେ ଉଭୟ ଚାକିରି ମଧ୍ୟ କରୁଥିଲେ।
ଅନାବିଳ ସ୍ନେହ ଆଗରେ ହାର ମାନିଲା ଆଇନ ! ସପ୍ତାହକ ପରେ ଜଙ୍ଗଲ ଛାଡ଼ି ଜନବସତିକୁ ଫେରିଲା ବାରହା ଢୁଡ୍ ତେଲକୋଇର କୁନ୍ତଳାଙ୍କ ପାଖକୁ ଫେରିଲା ଜଙ୍ଗଲି ବାରହା ଢୁଡ୍ ବନବିଭାଗ କହିଲା ଗାଁ ଲୋକେ ଆପତ୍ତି କଲେ ପୁଣି ଜଙ୍ଗଲରେ ଛାଡ଼ିବୁ ତେଲକୋଇ: ଢୁଡ୍ ଫେରିଲା ମାଆ କୋଳକୁ। ଆମେ କହୁଛୁ ଜଙ୍ଗଲୀ ବାରହା ଢୁଡର କଥା। ଆଇନର ନାଲି ଆଖି ଦେଖାଇ ବନବିଭାଗ କେନ୍ଦୁଝରର କୁନ୍ତଳାଙ୍କ ଠାରୁ ବାରହା ଢୁଡକୁ ଛଡ଼ାଇ ନେଇଥିଲା। ହେଲେ […]
ଉପନିର୍ବାଚନ ତାରିଖ ଘୋଷଣା ହେଉ ହେଉ ପିପିଲିରେ ସରଗରମ ରାଜନୈତିକ ପାଣିପାଗ। ଆକ୍ସନ ମୋଡରେ ୩ ପ୍ରମୁଖ ଦଳ। କର୍ମୀ ଓ ସମର୍ଥକଙ୍କୁ ନେଇ ଆରମ୍ଭ କରିଦେଇଛନ୍ତି ନିର୍ବାଚନୀ କାର୍ଯ୍ୟକ୍ରମ। ପାର୍ଟି ଅଫିସଠୁ ପିପିଲି ଯାଏଁ ବସୁଛି ବୈଠକ ପରେ ବୈଠକ।
୫ ଦିନ ବିତିଗଲା, ତଥାପି ବାହାରି ପାରିଲାନି ସମାଧାନର ବାଟ। କ୍ଷମା ରାଜନୀତିକୁ ନେଇ ଧୋଇଗଲା ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଅଧିବେଶନର ଆଉ ଏକ ଦିନ। ଚାରି ଦିନ ଗୃହ ଭିତରେ ହଙ୍ଗାମା କରିବା ପରେ ଶାସକ ଦଳର ସଦସ୍ୟମାନେ ଆଜି ଶୋଭାଯାତ୍ରାରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦେଇଛନ୍ତି ଦାବିପତ୍ର
ଦାଦନରୁ ଶ୍ରମିକରୁ ସମର୍ଥ ଅଭିନେତା। ଏ କଥା ଶୁଣିଲେ କୌଣସି ବଲିଉଡ୍ ଡ୍ରିମ୍ ସିକୁଏନ୍ସ ଭଳି ଲାଗୁଛି। ତେବେ କଳ୍ପନା ଯେ ବାସ୍ତବତା ପାଲଟିନଯିବ ତାହା ବି କହି ହେବନି, ଯାହା ଘଟିଛି କନ୍ଧମାଳ ବେଲଘର ବାସିନ୍ଦା ରାଜକୁମାରଙ୍କ ସହ
ତେଜିଲା ଧାନ ରାଜନୀତି। ବିଧାନସଭା ପରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଏବେ ଦିଲ୍ଲୀ ଦରବାରରେ ଦେଖିବାକୁ ମିଳିଲା ଲଢ଼େଇ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ସଂସଦୀୟ ଟିମ୍ ଆଜି କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଭେଟି ରାଜ୍ୟ ସରକାରଙ୍କ ଉପରେ ନିଶାନା ସାଧିଛି
ଜଙ୍ଗଲୀ ଯନ୍ତୁକୁ ଘରେ ପାଳିବା ଆଇନତଃ ନିଷିଦ୍ଧ। ତେବେ ଆଇନ କିନ୍ତୁ ଅଟକାଇ ପାରିନି କେନ୍ଦୁଝର ପୁରୁଷୋତ୍ତମପୁରର କୁନ୍ତଳାଙ୍କ ଅନାବିଳ ମାତୃତ୍ୱକୁ। ନିଜେ ମଣିଷ ହୋଇ ବି ହ୍ରିଂସ ବାର୍ହାକୁ ନିଜ ସନ୍ତାନ ଭଳି କରିଆସୁଥିଲେ ଲାଳନପାଳନ
ଦିନେ ଯେଉଁ ନଦୀକୁ ଦେଖି ଛାତି କୁଣ୍ଢେମୋଟ ହୋଇଯାଉଥିଲା, ଆଜି ସେଇ ନଦୀ ଦୁଃଖ ଦେଉଛି। ନଦୀର ଶୁଖିଲା ଶଯ୍ୟାକୁ ଦେଖି ସବୁ ସରାଗ ମରିଯାଉଛି ଚାଷୀ ମନରୁ। ନଈ ପାଣି ଶୁଖିଯିବା ପରେ ଏବେ ଚାଷ କାମ କେମିତି ହେବ, ସେନେଇ ଚିନ୍ତାରେ କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଅନେକ ନଈକୂଳିଆ ବାସିନ୍ଦା।
ଆଶା ଥିଲା ବାଇପାସ୍ ରାସ୍ତା ତିଆରି ହେଲେ, ସହର ଭିତରୁ ଟ୍ରାଫିକ ସମସ୍ୟା କମିବ। ଲୋକେ ଭିଡ଼ରୁ ମୁକ୍ତି ପାଇବେ, ଭାରିଯାନ ହଟିବ, ତାସହ ଦୁର୍ଘଟଣା ବି କମିବ। କିନ୍ତୁ ଦୀର୍ଘ ବର୍ଷ ହେଲା ନା ରାସ୍ତା କାମ ସରିପାରୁଛି ନା ଲୋକଙ୍କୁ ମିଳୁଛି ଯାତାୟାତର ସୁବିଧା?
ନାବାଳକ ବୋଲି ଚାଲାଣ କାଟିଲା ପୋଲିସ୍, ହେଲେ ସେହି ନାବାଳକ ଗାଡ଼ି ଚଲାଇଲା ଆଉ ତାସହ ୮ କିଲୋମିଟର୍ ଦୂର ଥାନାକୁ ଆସିଲେ ପୋଲିସ୍। ଏପରି କିଛି ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।