• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Crime
ସାଙ୍ଘାତିକ ଭାବରେ ବଢୁଛି ରାଜ୍ୟର ଅପରାଧ ସଂଖ୍ୟା, ମାତ୍ର ଗୋଟିଏ ଦିନରେ ହେଉଛି ୮ ଦୁଷ୍କର୍ମ

ଦିନକୁ ୮ ଦୁଷ୍କର୍ମ ହେଉଛି। ଆଉ ୪ ହତ୍ୟା ବି ହେଉଛି। ଏଭଳି ଆଖି ତରାଟିଲା ଭଳି ତଥ୍ୟ ଆଜି ଗୃହରେ ରଖିଛନ୍ତି ଖୋଦ୍ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ବର୍ଷ ୨୦୨୦ରେ ଅଧିକାଂଶ ସମୟ ଲକ୍ଡାଉନ୍ ସତ୍ତ୍ୱେ ଏଭଳି ଉଦବେଗଜନ ହାରରେ ବଢ଼ିଛି ଅପରାଧ।

  • Wednesday, 14 July 2021
Assembly
ମାହାଙ୍ଗା ଡ଼ବଲ ମର୍ଡର ମାମଲାରେ କମ୍ପିଲା ଗୃହ

ବିଧାନସଭାରେ ଅଚଳାବସ୍ଥା ଦୂର କରିବାକୁ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ। ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ କଣ କରାଯିବ, ସେ ସଂପର୍କରେ ଏହି ସର୍ବଦଳୀୟ ବୈଠକରେ ଆଲୋଚନା ହେବ

  • Wednesday, 14 July 2021
ganjam-collector
ବାହାର ଲୋକଙ୍କୁ ଗଞ୍ଜାମ ଜିଲ୍ଲା ମନା !

ପୁଣି କରୋନା ସଂକ୍ରମଣ ବଢ଼ିବା ଦେଖି ଏହାକୁ ରୋକିବା ପାଇଁ ତତ୍ପର ହୋଇ ଉଠିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। କରୋନାକୁ ନେଇ ଏକ ବୈଠକ ମଧ୍ୟ ହୋଇଛି। ମାସ୍କ ବ୍ୟବହାରକୁ କଡାକଡି କରାଯାଇଛି। ହଟସ୍ପଟ ଅଂଚଳରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି

  • Wednesday, 14 July 2021
corona
ବଢୁଛି ସଂକ୍ରମଣ: ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନସଚିବ

ରାଜ୍ୟରେ ପୁଣି କରୋନା ସଂକ୍ରମଣ ଭୟ ବଢ଼ିଲା। ସଂକ୍ରମଣ ବୃଦ୍ଧି ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଜିଲ୍ଲାପାଳମାନଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଲୋଚନା କରିଥିବା ନେଇ ସୂଚନା ମିଳିଛି

  • Wednesday, 14 July 2021
nabin-corona
ଆଉ ଥରେ ହେବ କି ଲକଡାଉନ? ସେପଟେ ଆସନ୍ତାକାଲି କରୋନା ସଂକ୍ରମଣକୁ ନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁଣି ରାଜ୍ୟରେ କାୟା ବିସ୍ତାର କରୁଛି କରୋନା। ତେବେ ପରିସ୍ଥିତିକୁ ନଜରରେ ରଖି ଆସନ୍ତାକାଲି କରୋନାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ପୁଣି ଥରେ ସରପଞ୍ଚ, ୱାର୍ଡମେମ୍ବର ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ବଡ଼ ଦାୟିତ୍ୱ ଦିଆଯିବା ନେଇ ସୂଚନା ରହିଛି।

  • Wednesday, 14 July 2021
XIMB-45
ବିଗୁଡୁଛି ସ୍ଥିତି: ଭୁବନେଶ୍ୱର XIMB ରୁ ୪୫ କରୋନା ସଂକ୍ରମିତ ହେଲେ ଚିହ୍ନଟ

XIMBରେ ୪୫ସଂକ୍ରମିତ ଚିହ୍ନଟ। ଭୁବନେଶ୍ୱର XIMBରେ ୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ଏନେଇ ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରି ଟ୍ରାକ୍ ହେଉଥିବା ନେଇ ମିଳିଛି ସୂଚନା।

  • Wednesday, 14 July 2021
Ligaraj-KO
ଲିଙ୍ଗରାଜ ମନ୍ଦିର ସେବାୟତ କରୋନା ପଜିଟିଭ: ସେପଟେ ରାଜ୍ୟ ଓ ଦେଶରେ ବଢିଲା ସଂକ୍ରମିତଙ୍କ ସଂଖ୍ୟା

ଲିଙ୍ଗରାଜ ସେବାୟତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଲିଙ୍ଗରାଜ ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ଏହାସହ ସେବାୟତଙ୍କ ସହ ତାଙ୍କ ପରିବାରର ଅନ୍ୟ ୩ ଜଣ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି।

  • Wednesday, 14 July 2021
bridge
୪ ବର୍ଷ ହେଲାଣି ବ୍ରିଜ୍‌ କାମ ସରୁନି, ହିନସ୍ତା ହେଉଛନ୍ତି ଲୋକେ...

ଯାତାୟାତ ପାଇଁ ବାଉଁଶ ପୋଲ ପାଲଟିଛି ସାହାରା। ୪ ବର୍ଷ ବିତିଥିଲେ ବି ସ୍ଥାୟୀ ବ୍ରିଜ୍ କାମ ସରିପାରୁନାହିଁ। ଫଳରେ ନାନା ଅସୁବିଧା ଭୋଗୁଛନ୍ତି ଅଞ୍ଚଳବାସୀ।

  • Wednesday, 14 July 2021
igh
ରାଉରକେଲା #IGH ସୁପରସ୍ପେସିଆଲିଟି ହସ୍ପିଟାଲ ଉଦଘାଟିତ

ଉଦଘାଟନ ହେଲା ରାଉରକେଲାର ସୁପରସ୍ପେସିଆଲଟି ହସ୍ପିଟାଲ। ବହୁ ପ୍ରତୀକ୍ଷିତ ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲର ଉଦଘାଟନ କଲେ ରାଷ୍ଟ୍ରପତି। ଲୋକାର୍ପଣ ହେବା ପରେ ରାଷ୍ଟ୍ରପତି ହସ୍ପିଟାଲ ପରିସର ବୁଲି ଦେଖିଥିଲେ

odisha-corona
୨୪ ଘଣ୍ଟାରେ ୯୮ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ହେଲେ ଚିହ୍ନଟ?

ରାଜ୍ୟରେ ଲଗାତାର ଭାବରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ଗତ ୨୪ ଘଂଟାରେ ୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

  • Wednesday, 14 July 2021
kovind
NIT ରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି। କହିଲେ, ବିନା ଚାପରେ ନିଷ୍ପତ୍ତି ନେବାର ରହିଛି ଆବଶ୍ୟକତା

ରାଉରକେଲା ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୧୮ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି। ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଏହାସହ NITରେ ୩ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ପ୍ରଦାନ କରାଯାଇଛି

OTV-Portal-budhi-thakurani
କରୋନା କଟକଣା ମଧ୍ୟରେ ଚଳିତ ଥର ହେବ ବ୍ରହ୍ମପୁର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା

ବାଦବିବାଦର ଅବସାନ ଘଟିଛି। ଏ ବର୍ଷ ହେବ ବୁଢ଼ୀ ଠାକୁରାଣୀ ଯାତ୍ରା ହେବ ବୋଲି ସୂଚନା ମିଳିଛି। ପ୍ରଶାସନ ଦେଇଥିବା ୭ ଦିନର ଅବଧି ଭିତରେ ହିଁ ହେବ ଯାତ୍ରା। ଏନେଇ ସୂଚନା ଦେଇଛନ୍ତି ଯାତ୍ରା ମୁଖ୍ୟ ପରିଚାଳକ ଦେଶୀ ବେହେରା। BMC କମିଶନରଙ୍କ ସହ ଆଲୋଚନା ପରେ ଯାତ୍ରା ସମ୍ପର୍କରେ ସୂଚନା ଦେଇଛନ୍ତି ଦେଶୀ ବେହେରା।

  • Wednesday, 14 July 2021
presidenttttt
ରାଉରକେଲାରେ ପହଞ୍ଚି NITର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ରାଉରକେଲାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ଲାଗି ରାଉରକେଲା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି। ନିର୍ଦ୍ଧାରିତ ସମୟରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

  • Wednesday, 14 July 2021
kokei-pkg
ଝିଅଙ୍କ କାନ୍ଧରେ ଉଠିଲା ମାଆର କୋକେଇ

ଝିଅଙ୍କ କାନ୍ଧରେ ମାଆର ଉଠିଲା କୋକେଇ। ଚାରି ଦିବ୍ୟାଙ୍ଗ ଝିଅ ଜନ୍ମଦାତ୍ରୀର କୋକେଇକୁ କାନ୍ଧେଇଛନ୍ତି। ସେଥିରେ ପୁଣି ସମସ୍ତେ ଦିବ୍ୟାଙ୍ଗ ବୋଲି ଜଣାପଡିଛି

  • Wednesday, 14 July 2021
redhakhol-murder-case
ବାଇକରେ ଆସି ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ସମ୍ବଲପୁର ଧନୁପାଲି ଅଞ୍ଚଳରେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ସୂଚନା ମିଳିଛି। ବାଇକରେ ଆସି ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଗଲେ ଦୁର୍ବୃତ୍ତ। ଏଥିରେ ଜଣେ ଯୁବକଙ୍କ ପ୍ରାଣ ଯାଇଥିବା ନେଇ ସୂଚନା ମିଳିଛି। ଏହାସହ ଅନ୍ୟ ଜଣେ ଗୁରୁତର ହୋଇ ପଡିଛନ୍ତି

  • Wednesday, 14 July 2021
strecher
ବିକାଶ ଗଲା କୁଆଡ଼େ? ଷ୍ଟ୍ରେଚରରେ ୭ କିମି ବୁହା ହେଲେ ଗର୍ଭବତୀ

ପୁଣି ଜନନୀ ଯନ୍ତ୍ରଣାର କରୁଣ ଚିତ୍ର ଦେଖିବାକୁ ମିଳିଛି। ଷ୍ଟ୍ରେଚରରେ ୭ କିମି ବୁହା ହୋଇଛନ୍ତି ଗର୍ଭବତୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ସଦର ବ୍ଲକର କେରାଣ୍ଡି ଗ୍ରାମରେ

  • Wednesday, 14 July 2021
kovid
ତିନି ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି: ଜାଣନ୍ତୁ କଣ ରହିଛି ପୂରା କାର୍ଯ୍ୟକ୍ରମ

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତିନି ଦିନିଆ ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାୟୁସେନାର ସ୍ୱତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି।

  • Wednesday, 14 July 2021
pakhala
ପଲ୍ଲୀରୁ ଦିଲ୍ଲୀ ସବୁଠି ମହ ମହ ବାସିଲା ଓଡ଼ିଆ ପାରମ୍ପରିକ ଖାଦ୍ୟର ବାସ୍ନା

ବିଶ୍ୱ ପଖାଳ ଦିବସରେ ପଲ୍ଲୀରୁ ଦିଲ୍ଲୀ ଯାଏଁ ସବୁଠି ଜମିଛି ପଖାଳ ଆସର। ଖାଲି ଏକ ବ୍ୟଞ୍ଜନ ନୁହେଁ, ଓଡ଼ିଆଙ୍କ ଚିନ୍ତା ଚେତନା ସହ ଜଡ଼ିତ ଏ ପାରମ୍ପରିକ ଖାଦ୍ୟ। ଗରିବର ଚାଳଘରଠୁ, ପଞ୍ଚତାରକା ହୋଟେଲର କୋଠରୀ ଯାଏଁ ସବୁଠି ପଖାଳ ଜାହିର କରିଛି ନିଜର ଉପସ୍ଥିତି

  • Wednesday, 14 July 2021
holi
କରୋନା ମାଡ଼ରେ ଏଥର ଦୋଳ ମେଳଣ ହୋଲି ରଙ୍ଗ ପଡ଼ିବ ଫିକା

ଏଥର ବି କରୋନା ମାଡ଼ରେ ଫିକା ହେବ ଦୋଳ ମେଳଣ ଓ ହୋଲି ମଉଜ। ସର୍ବସାଧାରଣ ସ୍ଥାନରେ ହୋଲି ଖେଳ ମନା ହୋଇଥିବା ବେଳେ, ଦୋଳଯାତ୍ରା ଓ ମେଳଣ ପାଇଁ ଗାଇଡଲାଇନ ଜାରି ହୋଇଛି। ସେପଟେ ବ୍ରହ୍ମପୁରର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ବି ସ୍ଥଗିତ ରହିପାରେ ବୋଲି ସୂଚନା ମିଳିଛି

  • Wednesday, 14 July 2021
OTV-Portal-PREsident
ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ତିନି ଦିନିଆ ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବାୟୁସେନାର ସ୍ୱତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି

  • Wednesday, 14 July 2021
elephant
କଲବଲ କରୁଛନ୍ତି ହାତୀପଲ: ମଞ୍ଚାରେ ରହୁଛି ମଣିଷ

ହାତୀ ଭୟରେ ଥରହର ହେଉଛନ୍ତି ଲୋକେ। ଦନ୍ତା ହାତୀ ଘର ଦ୍ୱାର ଉଜାଡି ଦେଇଥିବା ବେଳେ ଲୋକେ ଏବେ ମଞ୍ଚା ଉପରେ ଜୀବନ କାଟୁଛନ୍ତି ଲୋକେ। ୩ ବର୍ଷ ହେଲାଣି, ହାତୀ ଦାଉରୁ ରକ୍ଷା ପାଇବା ପାଇଁ ଜାରି ରହିଛି ଗ୍ରାମବାସୀଙ୍କ ସଂଘର୍ଷ।

  • Wednesday, 14 July 2021
Ganjam
ଓଟକୁ ଜଙ୍ଗଲରେ ଛାଡି ମାଲିକ ଛୁ : ଖାଇବା ବିହୁନେ ମରିଗଲା ନିରୀହ ଜୀବ

ସ୍ୱାର୍ଥ ସରିଗଲା ପରେ ପର କରିଦେଲା ସ୍ୱାର୍ଥପର ମଣିଷ । ନୀରିହ ପଶୁ ପାଇଁ ହଜିଗଲା ମାନବିକତା... । ଏଭଳି ଏକ ହୃଦୟ ବିଦାରକ ଓ ଅମାନବିକତାର ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ମାନାପଲ୍ଲୀ ଛାଞ୍ଚୁଣୀଆ ଜଙ୍ଗଲରେ । ଓଟକୁ ଜଙ୍ଗଲରେ ଛାଡ଼ି ଛୁ ମାରିଛି ମଣିଷ । ଓଟ ଯିଏ ନିସ୍ୱାର୍ଥ ପର ଭାବେ ତାର ମାଲିକକୁ ଜୀବନ ସାରା ରୋଜଗାର ଦେଇ ଆସୁଥିଲା, ଆଜି ସେ ଅଲୋଡ଼ା ହୋଇଗଲା ।

sameer-das
ସ୍କୁଲ ଓ କଲେଜ୍‌ରେ କଡାକଡି ପାଳନ ହେବ କରୋନା ଗାଇଡଲାଇନ୍‌: ସମୀର ଦାସ

ହଷ୍ଟେଲରେ କରୋନା ସଂକ୍ରମଣ ବ୍ୟାପିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ। କହିଲେ,  ଉଭୟ ଘରୋଇ ଓ ସରକାରୀ କଲେଜର ହଷ୍ଟେଲ ପାଇଁ କରୋନା କଟକଣା ଲାଗୁ ହୋଇଛି। ସରକାରୀ ହଷ୍ଟେଲରେ ସଂକ୍ରମଣ ହୋଇନଥିବା ସ୍ପଷ୍ଟ ଭାବରେ କହିଛନ୍ତି ସମୀର।

  • Wednesday, 14 July 2021
bishnu-sethi
କିଏ ସତୁଆ ଓ କିଏ ମିଛୁଆ? ଜାଣନ୍ତୁ କାହିଁକି ଏମିତି କହିଲେ ବିଷ୍ଣୁ ସେଠୀ

ମାହାଙ୍ଗାକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। ଦିନକୁ ଦିନ ବଢିବାରେ ଲାଗିଛି ବିବାଦ। କାହିଁକି ଆଇନମନ୍ତ୍ରୀ ଦୋଷୀ ହେବେ ନାହିଁ ବୋଲି ପ୍ରଶ୍ନ କରିଛି ବିଜେପି?

  • Wednesday, 14 July 2021
OTV-Portal-HOLI
କରୋନା ପାଇଁ ହୋଲି ଖେଳରେ ଲାଗିଲା କଟକଣା

କରୋନା ପାଇଁ ହୋଲି ଖେଳ ଉପରେ ଲାଗିଲା କଟକଣା। ଭୁବନେଶ୍ୱର ମହାନଗର ଅଞ୍ଚଳରେ ଦୋଳ, ହୋଲି ପାଇଁ କଟକଣା ଲଗାଯାଇଥିବା ନେଇ ସୂଚନା ମିଳିଛି।  ତେବେ କଟକଣା ସଂପର୍କରେ ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ବିସୃତ ସୂଚନା ଦେଇଛନ୍ତି

  • Wednesday, 14 July 2021