ଦିବଂଗତ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ ପିପିଲି ବାଇ-ଇଲେକ୍ସନରେ ପ୍ରାର୍ଥୀ କରିଛି ବିଜେଡି। ମାଆ-ପୁଅଙ୍କ ମଧ୍ୟରୁ କାହାକୁ ମିଳିବ ଟିକଟ୍, ସେ ସମସ୍ତ ଚର୍ଚ୍ଚାରେ ବିରାମ୍ ଲଗାଇ ରୁଦ୍ରଙ୍କ ଉପରେ ଭରସା କରିଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ
ପିପିଲି: ପିପିଲି ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଟିକେଟ୍ ଦେଲା ଦଳ। ରୁଦ୍ର ପ୍ରତାପ ମହାରଥୀଙ୍କ ନାଁରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ। ଆସନ୍ତାମାସ ଅର୍ଥାତ୍ ଏପ୍ରିଲ ୧୭ ତାରିଖରେ ହେବ ପିପିଲି ଉପନିର୍ବାଚନ। ମେ ମାସ ୨ ତାରିଖରେ ଭୋଟ ଗଣତି ସହ ଫଳ ପ୍ରକାଶ ପାଇବ ବୋଲି ଜଣାଯାଇଛି। ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେଡିର […]
ଏପଟେ ଦେଶରେ ତୀବ୍ର ଗତିରେ ବଢୁଥିବା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କଲାଣି ସ୍ୱାସ୍ଥ୍ୟ ବିଶେଷଜ୍ଞ । ସ୍ୱାସ୍ଥ୍ୟ ମନ୍ତ୍ରଳାୟ ରିପୋର୍ଟ ମୁତାବକ୍ ଦେଶରେ ୨୪ ମାର୍ଚ୍ଚ ନିୟମିତ କେସ୍ ୪.୬ ପ୍ରତିଶତ ଅଛି । ଏହା ପୂର୍ବରୁ ୨୧ ମାର୍ଚ୍ଚ ସୁଦ୍ଧା ପାଖାପାଖି ୩.୭ ପ୍ରତିଶତ ରହିଥିଲା
ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ରଙ୍କ ଘରେ ପହଞ୍ଚିଲା ସିବିଆଇ ଟିମ। ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା ଓ ବିବନ ବିଶ୍ୱାଳ ଗିରଫ ପ୍ରସଙ୍ଗରେ ଅଞ୍ଜନାଙ୍କ ଘରେ ୨ ଜଣିଆ ସିବିଆଇ ଟିମ ପଚରାଉଚରା କରୁଥିବା ନେଇ ସୂଚନା ମିଳିଛି। ଘଟଣା ବିଷୟରେ ଅଞ୍ଜନାଙ୍କ ସହ ସିବିଆଇ ଟିମ ଆଲୋଚନା କରୁଥିବା ନେଇ ସୂଚନା ମିଳିଛି
ରାଜ୍ୟରେ କୋଟିଏ ଲୋକ ନେବେ ଟିକା। ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଟିକା ଦିଆଯିବ ବୋଲି ସୂଚନା ମିଳିଛି। ରାଜ୍ୟର ଜନସଂଖ୍ୟା ହିସାବରେ ୨୫ ପ୍ରତିଶତ ଲୋକ ଟିକା ନେବେ
୨୦୨୦ ମସିହାରେ ରାଜ୍ୟରେ ୧ ଲକ୍ଷ ୩୪ ହଜାର ୨୩୦ ଅପରାଧିକ ମାମଲା ପଞ୍ଜୀକୃତ ହୋଇଥିଲା। ଆଉ ଏଥିମଧ୍ୟରୁ ଭାରତୀୟ ପିଙ୍ଗଳ କୋଡ୍ ବା ଆଇପିସିର ବିଭିନ୍ନ ଦଫାରେ ୧ ଲକ୍ଷ ୧୦ ହଜାର ୭୪୧ଟି ମାମଲା ପଞ୍ଜୀକୃତ ହୋଇଛି। ୨୦୨୦ ମସିହା ପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଆଜି ଜାରି ଶ୍ୱେତପତ୍ରରେ ଏହା ଉଲ୍ଲେଖ କରାଯାଇଛି।
କଟକ ଚାଉଳିଆଗଞ୍ଜ ଥାନା ମହାନଦୀ ବିହାର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳୁ ଅଗ୍ନିକାଣ୍ଡ ଘଟି ବ୍ୟାଙ୍କର ଦୁଇଟି ବଖରା ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କଂପୁଟର ଏବଂ ଆସବାବପତ୍ର ଜଳି ଯାଇଛି।
ଲୋକାୟୁକ୍ତରେ ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତିର ଶୁଣାଣି ରାଜ୍ୟ ସରକାରଙ୍କୁ ଲୋକାୟୁକ୍ତ କ୍ଲିନଚିଟ୍ ଦେଇଥିବା ସୂଚନା ସରକାରଙ୍କୁ କ୍ଲିନଚିଟ୍ ସହ ମାମଲାକୁ ବନ୍ଦ କଲେ ଲୋକାୟୁକ୍ତ ସରକାରଙ୍କୁ କ୍ଲିନଚିଟ ନେଇ ଆବେଦନକାରୀ ସୁଦର୍ଶନ ଦାସଙ୍କ ସୂଚନା ଭିଜିଲାନ୍ସ ରିପୋର୍ଟ ଆଧାରରେ ମାମଲା ବନ୍ଦ କଲେ ଲୋକାୟୁକ୍ତ ରାୟକୁ ଚାଲେଂଜ କରି ହାଇକୋର୍ଟ ଯିବେ କହିଲେ ଆବେଦନକାରୀ ଭୁବନେଶ୍ୱର: ମାସ୍କ ଓ ପିପିଇ କିଟ୍ କିଣା ଦୁର୍ନୀତି ମାମଲାରେ ଲୋକାୟୁକ୍ତରେ ଶେଷ ହୋଇଛି ଶୁଣାଣି। ଶୁଣାଣି […]
ରାଜଧାନୀରେ ପୋଲିସ୍ କପଲଙ୍କ ହାଇଡ୍ରାମା। ପରକୀୟା ପ୍ରୀତି ଅଭିଯୋଗ ଆଣି ସ୍ୱାମୀଙ୍କ କାରର କାଚ ଭାଙ୍ଗିବା ସହିତ ପତ୍ନୀ ଜଣକ ହାତ କାମୁଡ଼ି ଥିବା ଅଭିଯୋଗ ବି ହୋଇଛି। ଏନେଇ ଏୟାର ଫିଲ୍ଡ ଥାନାରେ ପରସ୍ପର ବିରୋଧରେ ଏତଲା ବି ଦେଇଛନ୍ତି।
ଏପ୍ରିଲରୁ କଡ଼ାକଡ଼ି ହେବ ଚେକିଂ ଆଉ ସାବାଡ଼୍ ହେବେ ବେପରୁଆ ଗାଡ଼ି ଚାଳକ। ନିୟମ ଭାଙ୍ଗିଲେ ଆଉ ବର୍ତ୍ତି ପାରିବେନି, ଲାଗିବ ମୋଟା ଫାଇନ୍। ଘରେ ପହଞ୍ଚିବ ଚାଲାଣ। ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବାକୁ ସରକାର ନେଇଛନ୍ତି ଏମିତି ନିଷ୍ପତ୍ତି
ବିବାଦୀୟ ଅଡ଼ିଓ ମାମଲାରେ ବଢ଼ିଲା ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ଅଡୁଆ। ଖୋଦ୍ ବିରୋଧୀ ଦଳ ନେତା ଆଜି ବିଧାନସଭାରେ ଏହାକୁ ପ୍ରସଙ୍ଗ କରି ଘଟଣାର ନିରପେକ୍ଷ ତଦନ୍ତ ସହ MLAଙ୍କ ଆଚରଣରେ ଶାଳୀନତା ନେଇ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି।
ରାଜ୍ୟରେ ପୁଣି ଛାନିଆଁ କଲାଣି କରୋନାର ଲଂଗ୍ ଜମ୍ପ। ଗତ ୨୪ ଘଣ୍ଟାରେ ସିଧା ୧୭୦କୁ ଡେଇଁଛି ସଂକ୍ରମଣର ସଂଖ୍ୟା। ବଡ଼ କଥା ହେଲା ଖୋର୍ଦ୍ଧା ଓ କଟକକୁ ପଛରେ ପକାଇ ଟପରେ ରହିଛି ନୂଆପଡ଼ା। ଯାହାକି ଛତିଶଗଡ଼ ଫେରନ୍ତାଙ୍କ ଯୋଗୁଁ ବ୍ୟାପୁଥିବା ଆଶଙ୍କାକୁ ଦ୍ୱିଗୁଣିତ କରିଛି
ଚିନ୍ତା ବଢାଇଲା ନୂଆପଡ଼ା ଜିଲ୍ଲା। ଗୋଟିଏ ଗାଁରୁ ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ସିନାପାଲୀ ବ୍ଲକର ଗୋଟିଏ ଗାଁରୁ ୨୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗାଁରୁ ନିଆଯାଇଥିବା ମୋଟ ୫୬ ସାମ୍ପଲ ମଧ୍ୟରୁ ୨୯ ପଜିଟିଭ ଚିହ୍ନଟ
ନବରଙ୍ଗପୁରରେ ଲାଗିଲା ନାଇଟ୍ କର୍ଫ୍ୟୁ। ଆସନ୍ତାକାଲିଠାରୁ ନବରଙ୍ଗପୁର ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ ବୋଲି ସୂଚନା ମିଳିଛି। ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଗୁ ହେବ ନାଇଟ୍ କର୍ଫ୍ୟୁ ଲାଗୁ କରିଛି ପ୍ରଶାସନ। ନାଇଟ୍ କର୍ଫ୍ୟୁ ସହ ଆଉ କିଛି କଟକଣା ମଧ୍ୟ ଲଗାଇଲେ ଜିଲ୍ଲାପାଳ
ରାଜଧାନୀ ବୁବନେଶ୍ୱରରେ ପୋଲିସ ଦମ୍ପତି ହାତାହାତି ହୋଇଛନ୍ତି। ଏନେଇ ଏୟାରଫିଲ୍ଡ ଥାନାରେ ପରସ୍ପର ନାଁରେ ଅଭିଯୋଗ କଲେ ସ୍ୱାମୀ ଓ ସ୍ତ୍ରୀ। ଉଭୟେ କନଷ୍ଟେବଳ ଭାବେ ଅଲଗା ଅଲଗା ଥାନାରେ କାର୍ଯ୍ୟରତ ଅଛନ୍ତି। ଉଭୟ ପରସ୍ପରଠାରୁ ପ୍ରାୟ ୧୦ ବର୍ଷ ହେଲା ଅଲଗା ରହୁଛନ୍ତି ବୋଲି ଜଣାପଡିଛି
ରାଜ୍ୟରେ ବଢିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀର ଦର। ଯେଉଁଥି ଲାଗି ହନ୍ତସନ୍ତ ହେଉଛନ୍ତି ଲୋକେ। ମୋଟ୍ ଉପରେ କହିବାକୁ ଗଲେ ଖାଇବା ତେଲର ଦାମ ଯେମିତି ଭାବରେ ବୃଦ୍ଧି ପାଉଛି ତାହାକୁ ନେଇ ଏବେ ଚିନ୍ତାରେ ଗୃହିଣୀ। କେମିତି ଓ କେତେ କମାଇବେ ସେ କଥା କିଛି ମୁଣ୍ଡରେ ପଶୁନାହିଁ
ଜଣେ ପୋଲିସ ଅଫିସରଙ୍କୁ ଚାନ୍ଦବାଲି ବିଧାୟକଙ୍କ ଧମକ ଅଡ଼ିଓ ପ୍ରସଙ୍ଗରେ ମୁହଁ ଖୋଲିଲେ ବିଜେଡିର ବିଧାୟିକା ତଥା ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। କହିଲେ, ଏଇଟା ଗୋଟେ ଛୋଟିଆ କଥା। ଏହାକୁ ଗୃହରେ ଉଠାଇବା ଠିକ୍ କଥା ନୁହେଁ।
ସ୍ୱାସ୍ଥ୍ୟ ବିଭାଗ ACS ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ସିଡିଏମ୍ଓ ମାନଙ୍କୁ ଚିଠି ଲେଖି ଟିକାର ୨ୟ ଡୋଜ୍ ପୁନଃ ନିର୍ଦ୍ଧାରଣ ସଂପର୍କରେ ଜଣାଇଛନ୍ତି
ଡାକ୍ତରଙ୍କ ଭୁଲ ଯୋଗୁଁ ଯମ ଯନ୍ତ୍ରଣା ସହିଲେ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଠା ଗାଁର ସାବିତ୍ରୀ ମାଝୀ। ଚାରି ଚାରିଟା ହସ୍ପିଟାଲ ବୁଲିବାକୁ ପଡ଼ିଲା।
ଉଚ୍ଚଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଲାଗୁ ପାଇଁ ଆଗକୁ ବଢିଲେ ରାଜ୍ୟ ସରକାର। ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମେଡ଼ିକାଲ ଓ ଇଂଜିନିୟରିଂ କ୍ଷେତ୍ରରେ ଆଡ଼ମିସନ ପାଇଁ ୧୫ % ସିଟ୍ ସଂରକ୍ଷଣ ପାଇଁ ବିଧାନସଭାରେ ଆଜି ସର୍ବସମ୍ମତି କ୍ରମେ ପାରିତ ହୋଇଛି ସଂକଳ୍ପ।
କରୋନାକୁ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଆରଟିପିସିଆର ଟେଷ୍ଟ୍ ସଂଖ୍ୟା ବଢାଇବା ଉପରେ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ। ତେବେ ଆରଟିପିସିଆର ଟେଷ୍ଟ୍ ପାଇଁ ଜିଲ୍ଲା ସ୍ତରରେ ଆବଶ୍ୟକତା ହେଉଥିବା କର୍ମଚାରୀଙ୍କ ସଂଖ୍ୟା ବଢିବ
କରୋନା ସଂକ୍ରମଣକୁ ନେଇ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ, ଏସଆରସି, ସ୍ୱାସ୍ଥ୍ୟ ବିଭାଗ ଏସିଏସ ଉପସ୍ଥିତ ଥିବା ସୂଚନା ରହିଛି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରୁଛନ୍ତି
ଆଜିଠୁ ଭୁବନେଶ୍ୱରର ମାର୍କେଟ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ବିଏମସି ଚଢାଉ କରିବ। ବିଏମ୍ସିର ସ୍ୱତନ୍ତ୍ର ଟିମ୍ କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ ତାହାର ଏହି ଏନଫୋର୍ସମେଂଟ୍ ଟିମ ତଦାରଖ କରିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର
ଭିଜିଲାନ୍ସ ଜାଲରେ ପଡିଛନ୍ତି ବନ ଅଧିକାରୀ। ନୟାଗଡ଼ ଛାମୁଣ୍ଡିଆ ବନପାଳ ଗୋଲକ ବିହାରୀ ବେହେରା ଭିଜିଲାନ୍ସ ରାଡାରରେ ପଡ଼ିଛନ୍ତି। ମହାନଦୀ ବନ୍ୟପ୍ରାଣୀ ଡିଭିଜନର ବନରକ୍ଷୀ ପୁଷ୍ପାଞ୍ଜଳୀ ପଣ୍ଡାଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଧରିଛି
ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରଥମ ଓଡ଼ିଶା ଆଗମନକୁ ଆଜି ପୁରିଛି ଶହେ ବର୍ଷ। ଏହି ଅବସରରେ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହୋଇଛି। ଆଲୋଚନାରେ ଅଂଶଗ୍ରହଣ କରି ଗାନ୍ଧିଜୀଙ୍କ ଓଡ଼ିଶା ଆଗମନ ନେଇ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।