ଭୁବନେଶ୍ୱର: ବାତ୍ୟା ଅମ୍ପନର ପ୍ରଭାବରେ ଆଜି ରାଜ୍ୟର ୧୩ ଜିଲ୍ଲାରେ ଭୀଷଣ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ାରେ ଜୋରଦାର ବର୍ଷିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନୟାଗଡ଼, ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସକାଳ ୫ଟା ୩୦ ଯାଏଁ ପ୍ରବଳ ବର୍ଷା ହେବା ନେଇ SRC ଟ୍ୱିଟ୍ କରି […]
ଭୁବନେଶ୍ୱର: ଅମ୍ପନର କରାଳ ରୂପରେ ଅଶାନ୍ତ ହେଉଛି ପାରାଦୀପ। ବାତ୍ୟା ପ୍ରଭାବରେ ଗତକାଲି ରାତିରୁ ଆରମ୍ଭ ହୋଇଯାଇଛ ବର୍ଷା ପବନ। ପାରାଦୀପରେ ବର୍ତ୍ତମାନ ପବନର ବେଗ ୯୬ କିମି ଥିଲେ ବି ଏହା ୧୩୫ କିମି ଯାଏ ବଢିବା ନେଇ ସମ୍ଭାବନା ରହିଛି। ଅମ୍ପନର ପ୍ରଥମ ବଡ଼ ପ୍ରଭାବ ପାରାଦୀପ ଅଞ୍ଚଳରେ ପଡ଼ିଛି। ପାରାଦୀପ ଠାରୁ ୧୮୦ କିମି ଦୂରରେ ରହିଛି ଅମ୍ପନ। ଗତ ୬ ଘଣ୍ଟା ଧରି ପ୍ରାୟ ୧୧ ବେଗରେ ଗତି କରୁଛି ଅମ୍ପନ। […]
ଭୁବନେଶ୍ୱର: ବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ରାଜ୍ୟର ସମୁଦ୍ର ଏବଂ ନଦୀ କୂଳିଆ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ରାତି ୧୧ଟା ସୁଦ୍ଧା ୧ ଲକ୍ଷ ୬ ହଜାର ୪୭୬ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୧୩ଟି ଜିଲ୍ଲାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସବୁଠୁ ଅଧିକ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୦ ହଜାର ୯୭୦ ଜଣଙ୍କୁ ୮୨ଟି ସୁରକ୍ଷିତ ସେଲ୍ଟରକୁ ସ୍ଥାନାନ୍ତର କରାଯାଇଛି। ଏହାପରେ ଭଦ୍ରକ ଜିଲ୍ଲାରୁ ୨୦ ହଜାର ୧୭୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ବାଲେଶ୍ୱରରୁ ୧୯ ହଜାର […]
ଜଗତସିଂହପୁର: ବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି। ଏହିକ୍ରମରେ ଜଗତସିଂହପୁରରେ ୯୦୭୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏହି ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୧୧୨ଟି ଆଶ୍ରୟସ୍ଥଳୀରେ ରଖାଯାଇଥିବା ନେଇ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ଜିଲ୍ଲାର ୯୦୭୬ ଲୋକ କେଉଁ ସ୍ଥାନରୁ କେଉଁଠି ସ୍ଥାନାନ୍ତର କରାଯାଇଛି, ସେନେଇ ସବିଷେଶ ତଥ୍ୟ ରଖିଛନ୍ତି। ବାଲିକୁଦାରୁ ୫୫୦ ଜଣ ୧୫ ଟି ଆଶ୍ରୟସ୍ଥଳୀରେ ରହିଛନ୍ତି। ଏରସମାରୁ ୨୫୦୧ ଜଣ ୩୪ଟି […]
ଭୁବନେଶ୍ୱର: ଆଜି ଅପରାହ୍ଣରୁ ସନ୍ଧ୍ୟା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ଅମ୍ପନ। ଭେରି ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ଏହା ଉପକୂଳ ଆଡ଼କୁ ମାଡ଼ିଆସୁଛି। ଏବେ ପାରାଦୀପଠାରୁ ୨୫୦ କିଲୋମିଟର ଦୂରରେ ରହିଛି ବାତ୍ୟା ‘ଅମ୍ପନ୍’। ଦୀଘାଠାରୁ ୩୯୦ କିଲୋମିଟର ଦୂରରେ ରହିଛି ଏହି ବାତ୍ୟା। ସମୁଦ୍ରରେ ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ଆଗକୁ ବଢ଼ୁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଅର୍ଥାତ ବୁଧବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ସୁନ୍ଦରବନ ନିକଟରେ ସ୍ଥଳଭାଗ […]
ଭୁବନେଶ୍ୱର: ଏସଆରସିଙ୍କ କାର୍ଯ୍ୟାଳୟରେ ବାତ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ବାତ୍ୟା ଅମ୍ପନ୍ ମୁକାବିଲା ଓ ଏନେଇ ପ୍ରସ୍ତୁତି ସମ୍ପର୍କରେ ଏସଆରସିଙ୍କ ସହ ଆଲୋଚନା କରିଛନ୍ତି। ପ୍ରଭାବିତ ଆଶଙ୍କା ଥିବା ଜିଲ୍ଲାମାନଙ୍କ ଜିଲ୍ଲାପାଳଙ୍କ ସହ ଭିଡିଓ କନଫେରେସିଂରେ ଆଲୋଚନା କରିଛନ୍ତି। ବାତ୍ୟା ମୁକାବିଲା ନେଇ ଆଲୋଚନା କରିଛନ୍ତି। ବାତ୍ୟା ପୂର୍ବରୁ କିପରି ଲୋକେ ସୁରକ୍ଷିତ ରହିପାରିବେ ଓ ସ୍ଥାନାନ୍ତର ହୋଇପାରିବ, ସେନେଇ ଆଲୋଚନା କରିଥିଲେ। ଏହାସହ ସମ୍ଭାବ୍ୟ କ୍ଷୟକ୍ଷତି ପରେ କଣ […]
କେନ୍ଦୁଝର: ବଢ଼ିଲା କେନ୍ଦୁଝର ପାଟଣା ଥାନା ଆଇଆଇସି ସାରାଣୀ ଜେନାଙ୍କ ପାଇଁ ଅଡ଼ୁଆ। ଥାନାରେ ଯୁବକଙ୍କୁ ମାଡ଼ ଘଟଣାରେ ଜବାବ ତଲବ କଲେ ରାଜ୍ୟ ମାନବାଧିକାର କମିଶନ୍। ଏନେଇ ୪ ସପ୍ତାହରେ ରିପୋର୍ଟ ଦେବାକୁ ସନ୍ଧ୍ୟାରାଣୀଙ୍କୁ OHRC ନୋଟିସ୍ କରିଛନ୍ତି। ଏସମ୍ପର୍କରେ କେନ୍ଦୁଝର ଏସପିଙ୍କୁ ବି ଜବାବ ମାଗିଛନ୍ତି ମାନବାଧିକାର କମିଶନ୍। ତୁରନ୍ତ IIC ସନ୍ଧ୍ୟାରାଣୀଙ୍କ ଦରମାରୁ ୧୦ ହଜାର କାଟି ପୀଡ଼ିତଙ୍କୁ ୧୦ ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ହୋଇଛି। ଏନେଇ ରାଜ୍ୟ ଗୃହ ସଚିବ […]
କଟକ: ସାବତ ମାର ସାଂଘାତିକ ନିର୍ଯାତନା। ୭ ବର୍ଷର ଶିଶୁପୁତ୍ରକୁ ଅମାନୁଷିକ ଭାବେ ଚେଙ୍କ ଦେଇଛି ସାବତ ମା। ସାବତ ମାର ସାଂଘାତିକ ନିର୍ଯାତନା। ୭ ବର୍ଷର ଶିଶୁପୁତ୍ରକୁ ଅମାନୁଷିକ ଭାବେ ଚେଙ୍କ ଦେଇଛି ସାବତ ମା। ଅଭିଯୋଗ ଆସିଛି କଟକ ସିଡିଏ ସେର-୭ ଅଞ୍ଚଳରୁ। ଘର କାମ ନକରିବାରୁ ଏବଂ ଦୁଷ୍ଟାମୀ କରୁଥିବାରୁ ଛୁରୀକୁ ତତାଇ ଶିଶୁଟିକୁ ଚେଙ୍କ ଦେଇଥିବା ସଂଗୀନ ଅଭିଯୋଗ ବି ଆସିଛି। ଚେଙ୍କ ପ୍ରଭାବରେ ଶିଶୁଟିର ମୁହଁ, ନାକ ଏବଂ ଓଠ […]
ଭୁବନେଶ୍ୱର: କ୍ୱାରେଣ୍ଟିନ୍ ସେଣ୍ଟରରୁ ପୁଣି ଭାଇରାଲ ହେଲା ଟିକଟକ୍ ଭିଡିଓ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଉଫୁଲା ପଞ୍ଚାୟତରେ ଥିବା କ୍ୱାରେଣ୍ଟିନ୍ ସେଣ୍ଟରରୁ ଏହି ଭିଡିଓ ଭାଇରାଲ ହୋଇଥିବା କୁହାଯାଉଛି। ଏଠାରେ ଆନ୍ଧ୍ରପ୍ରଦେଶରୁ ଫେରିଥିବା ୧୦୬ ଜଣ ରହୁଛନ୍ତି। ତେବେ ଏମାନଙ୍କ ଭିତରୁ ଗୋଟିଏ ରୁମରେ ଥିବା ୫ ଜଣ ଯୁବକ କ୍ୱାରେଣ୍ଟିନ୍ ଓ ସାମାଜିକ ଦୂରତ୍ୱ ନିୟମ ଭୁଲି ନାଚଗୀତ ଭିଡିଓ ସୁଟିଂ କରିଥିବା ଦେଖାଯାଉଛି। ପରେ ଭିଡିଓକୁ ଟିକଟକ ସୋସିଆଲ ମିଡିଆରେ ଅପଲୋଡ୍ କରିବାରୁ […]
ଭୁବନେଶ୍ୱର: ବାତ୍ୟା ଆସୁଛି। ବାତ୍ୟା ସମୟରେ ନିଜକୁ କିଭଳି ରଖିବେ ସୁରକ୍ଷିତ, କଣ କରିବେ, କଣ କରିବେ ନାହିଁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସୂତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ବାତ୍ୟା ସମୟରେ ନିଜକୁ ସୁରକ୍ଷିତ ରଖନ୍ତୁ ଓ ପକ୍କା ଘର ଭିତରେ ରୁହନ୍ତୁ। ଯେଉଁମାନଙ୍କର ଚାଳ, ଟାଇଲ୍ ଓ ଆଜବେଷ୍ଟସ୍ ଘର ଅଛି ସେମାନେ ନିକଟସ୍ଥ ସୁରକ୍ଷିତ ଆଶ୍ରୟସ୍ଥଳକୁ ଚାଲି ଯାଆନ୍ତୁ ଅଯଥା ଚାଳ, ଟାଇଲ୍ ଛପର ଘରେ ରହି ରିସ୍କ ନିଅନ୍ତୁ ନାହିଁ […]
ଭୁବନେଶ୍ୱର: ସମୁଦ୍ରରୁ ଉପକୂଳ ଆଡ଼କୁ ମାଡିଆସୁଛି ମହାବାତ୍ୟା ଅମ୍ପନ। ଏହା ପ୍ରଭାବରେ ଆଜି ରାତିରୁ ହିଁ ୫ଟି ଜିଲ୍ଲା ଗଜପତି, ଗଂଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାର କିଛି ସ୍ଥାନରେ ବର୍ଷା ଆରମ୍ଭ ହେବା ସହ ଘଣ୍ଟାପ୍ରତି ୪୫ରୁ ୫୫ ଏବଂ ବେଳେ ବେଳେ ୬୫ କିଲୋମିଟର ବେଗରେ ପବନ ହେବ। ଉପକୂଳ ଓ ଉତ୍ତର ଓଡିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ପବନ ବହିବ। ତେବେ ୧୯ ଓ ୨୦ରେ […]
ଭୁବନେଶ୍ୱର: ୧୮୯୧ ପରଠୁ ଏପର୍ଯ୍ୟନ୍ତ ଯେତିକି ବାତ୍ୟା ହୋଇଛି, ତାହା ମଧ୍ୟରେ ୧୯୯୯ ମହାବାତ୍ୟା ସବୁଠୁ ବଡ଼। ସେହିପରି ୨୦୦୬ରେ ବାତ୍ୟା ଅଗ୍ନି ସବୁଠୁ ଛୋଟ। ୯୯ର ମହାବାତ୍ୟା ପରେ ଅମ୍ପନ ହେଉଛି ବଙ୍ଗୋପସାଗରରେ ୨ୟ ମହାବାତ୍ୟା ବୋଲି କହିଛନ୍ତି ଆଇଏମଡି ଡିଜି। ଗତ ୩ ଦଶନ୍ଧି ଧରି ବିଭିନ୍ନ ବାତ୍ୟାକୁ ନେଇ ଅଧିକ ତଥ୍ୟ ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ସେ କହିଛନ୍ତି ଯେ ୧୮୯୧ରୁ ଏଯାଏ ଯେତିକି ବାତ୍ୟା ହୋଇଛି ୯୯ ସବୁଠୁ […]
କେନ୍ଦୁଝର: ଥାନା ଭିତରେ ଆଇଆଇସିଙ୍କ ଥାର୍ଡ ଡିଗ୍ରୀ ଯୁବକଙ୍କୁ ନିସ୍ତୁକ ମାଡ଼ ସାଙ୍ଗକୁ ଗୋଇଠା। ଏ ଦୃଶ୍ୟ କେନ୍ଦୁଝର ଜିଲ୍ଲା ପାଟଣା ଥାନାର ଏଭଳି ଅମାନୁଷିକ ଭାବେ ମାଡ଼ ମାରୁଥିବା ଏହି ମହିଳା ହେଉଛନ୍ତି ପାଟଣା ଥାନା ଆଇଆଇସି ସଂଧ୍ୟାରାଣୀ ଜେନା। ଜମିବାଡ଼ି ବିବାଦକୁ ନେଇ ଯୁବକକଙ୍କୁ ଲାଠିରେ ନିସ୍ତୁକ ମାଡ ମାରୁଛନ୍ତି। ଏତିକିରେ ମନ ଶାନ୍ତ ହେଉନି ଗୋଇଠା ପରେ ଗୋଇଠା ମାରିଚାଲିଛନ୍ତି। ଆଇଆଇସିଙ୍କ ଏହି ମାଡ଼ର ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ପୂର୍ବରୁ […]
ଭୁବନେଶ୍ୱର: ସୁନ୍ଦରବନରେ ଲ୍ୟାଣ୍ଡଫଲ କରିପାରେ ଅମ୍ପନ। ମହାବାତ୍ୟା ଅମ୍ପନ୍ ଅପଡେଟକୁ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି। ୨୦ ତାରିଖ ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ଅମ୍ପନ୍। ଦୀଘା-ହାତିଆ ମଝିରେ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ କରିପାରେ ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି। ତେବେ ଅତି ଭୟଙ୍କର ଝଡ଼ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୬୫ରୁ ୧୭୫ କିମି ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଏହା ପ୍ରଭାବରେ […]
ଭୁବନେଶ୍ୱର: ଅମ୍ଫାନ୍ ପ୍ରଭାବରେ କାଲିଠୁ ରାଜ୍ୟରେ ଆରମ୍ଭ ହେବ ବର୍ଷା ପବନ। କାଲି ଦକ୍ଷିଣ ଓଡ଼ିଶାରେ ୪୫-୫୫ କିମି ବେଗରେ ପବନ ହେବ। ୧୯ ଓ ୨୦ରେ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୨୦ ସକାଳୁ ଉତ୍ତର ଓଡ଼ିଶାରେ ୭୫-୮୫ ବେଗରେ ପବନ ଓ ଅପରାହ୍ନରେ ୧୧୦-୧୨୦ କିମି ବେଗରେ ପବନ ବହିବ। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ। ସେ କହିଛନ୍ତି ଯେ ଅମ୍ପନ ଉତ୍ତର ଦିଗରେ ଗତି […]
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି। ବାତ୍ୟାର ଗତିପଥ ସଂପର୍କରେ ତଥ୍ୟ ମିଳିବା ପରେ ସେହି ଅନୁସାରେ ଉଦ୍ଧାର କାର୍ଯ୍ୟ କରାଯିବ ବୋଲି କହିଛନ୍ତି SRC ପ୍ରଦୀପ ଜେନା। ବାତ୍ୟା ନେଇ ସରକାରଙ୍କ ପକ୍ଷରୁ ଗତକାଲି ଜାରି ହୋଇଥିବା ଆଲର୍ଟ ଆଜି ମଧ୍ୟ ବଳବତ୍ତର ରହିଛି। ବାତ୍ୟାର ନୂଆ ଗତିପଥକୁ ଦେଖି ନୂଆ ଆଲର୍ଟ ଜାରି କରାଯିବା ସାଙ୍ଗକୁ ଲୋକଙ୍କୁ ସ୍ଥାନାନ୍ତର କରିବା ଲାଗି ପଦକ୍ଷେପ ନିଆଯିବ […]
ରାଉଲକେଲା: ପଥଶ୍ରମ ଆଗରେ ହାରିଗଲା ମାଆର ମମତା। ସଦ୍ୟଜାତ ଛୁଆକୁ ରାସ୍ତାରେ ଛାଡି ଚାଲିଗଲା ମାଆ। ଲକଡାଉନରେ ଫସିଥିବା ଶ୍ରମିକଙ୍କ ବହୁ କରୁଣ କାହାଣୀ ସାମ୍ନାକୁ ଆସୁଥିବା ବେଳେ ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ସାନନୂଆଗାଁରେ। ଝାଡ଼ଖଣ୍ଡରୁ ଚାଲି ଚାଲି ଛତିଶଗଡ଼ ଯାଉଥିଲେ କିଛି ଶ୍ରମିକ। ଏମାନଙ୍କ ମଧ୍ୟରେ ଥିବା ଜଣେ ଆସନ୍ନ ପ୍ରସବା ବି ଥିଲେ ବାଟରେ। ମହିଳାଙ୍କ ପ୍ରସବ ଯନ୍ତ୍ରଣା ହେବା ସହ ଏକ ଶିଶୁପୁତ୍ରକୁ […]
ଭୁବନେଶ୍ୱର: ଅତି ଭୀଷଣ ରୂପ ନେଲା ବାତ୍ୟା ଅମ୍ପନ। ଆସନ୍ତା ୨୪ ଘଣ୍ଟାରେ ଆହୁରି ଭୟଙ୍କର ରୂପ ନେବ। ଏବେ ପାରାଦୀପର ଦକ୍ଷିଣରେ ୯୬୦ କିମି ଦୂରରେ ରହିଛି ଅମ୍ପନ। ଦିଘା ଠାରୁ ଦକ୍ଷିଣ ଦକ୍ଷିଣପଶ୍ଚିମରେ ୧୧୧୦ କିମି ଦୂରରେ ଏହା ରହିଛି। ଶେଷ ୬ ଘଣ୍ଟାରେ ଘଣ୍ଟାପ୍ରତି ୫ କିମି ବେଗରେ ଗତି କରୁଛି ଅମ୍ପନ। ପରବର୍ତ୍ତୀ ୨୪ ଘଣ୍ଟାରେ ଉତ୍ତର ମୁହାଁ ହୋଇ ଗତି କରିବ। ଦିଘା ଓ ହାତିଆ ଦୀପପୁଞ୍ଜ ମଧ୍ୟରେ ଲ୍ୟାଣ୍ଡଫଲ୍ […]
ଭୁବନେଶ୍ୱର: ପ୍ରବାସୀ ଶ୍ରମିକ ଚାଲି ଚାଲି ଆସୁଥିବା ବେଳେ ବାଟରେ ମରିଗଲେ ସରକାର ଦାୟୀ ରହିବେ। ଓଡ଼ିଶା ସରକାରଙ୍କୁ ଏହି କଡ଼ା ସତର୍କବାଣୀ ଦେଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଗୁଜରାଟ, ମହାରାଷ୍ଟ୍ର, ଚେନ୍ନାଇରୁ ହଜାର ହଜାର ଶ୍ରମିକଙ୍କୁ ଟ୍ରେନରେ ଅଣାଯାଉଛି। ବର୍ତ୍ତମାନ ଆସିଥିବା ୫୩ଟି ଟ୍ରେନ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାକୁ ୩୦ଟି ଟ୍ରେନ ଆସିଛି କିନ୍ତୁ ପଶ୍ଚିମ ଓଡ଼ିଶାର ଶ୍ରମିକଙ୍କୁ ଆଣିବା ଲାଗି ସରକାର କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ପ୍ରଦୀପ୍ତ […]
ଭୁବନେଶ୍ୱର: କରୋନା ବିପତ୍ତି ବେଳେ ରାଜ୍ୟରେ ପୁଣି ଖୋଲିଲା ପିଡିଏସ୍ ମହାଘୋଟାଲାର ଗୁମର। ରାସନ୍ କାର୍ଡ ପିଛା ସରକାରଙ୍କ ହଜାରେ ଟଙ୍କାର କରୋନା ସହାୟତା ବଣ୍ଟା ଆରମ୍ଭ ହେବା ପରେ ଏବେ ରାଜ୍ୟର ବହୁ ଅସାଧୁ ପିଡିଏସ ଡିଲରଙ୍କ କଳା କାରନାମା ପଦାକୁ ଆଣିଛି। ରାସନ କାର୍ଡ ଥାଇ ବି ହିତାଧିକାରୀଙ୍କୁ ମାସ ମାସ ଧରି ପିଡିଏସ ହରିଲୁଟର କଳା କାହାଣୀ ପଦାକୁ ଆସିଛି। ଉପକୂଳରୁ ଉପାନ୍ତ ଯାଏଁ ଲମ୍ବିଥିବା ଏ ଦୁର୍ନୀତି ସହ ଯୋଡ଼ି ହୋଇଛି […]
ଭୁବନେଶ୍ୱର: କରୋନା ସଙ୍କଟ ସମୟରେ ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ। ପେଟ୍ରୋଲ ଦର ୩ ଟଙ୍କା ୧୧ ଓ ଡିଜେଲ ୧ଟଙ୍କା ୦୩ ପଇସାକୁ ବୃଦ୍ଧି କରାଯାଇଛି। ପେଟ୍ରୋଲ, ଡିଜେଲ ଉପରେ ଭାଟ ବଢାଇଲେ ରାଜ୍ୟ ସରକାର। ଆଜି ମଧ୍ୟରାତ୍ରୀରୁ ଏହି ନୂଆ ଦର ଲାଗୁ ହେବ। ଡିଜେଲ ଉପରେ ଭାଟ୍ ୨୬%ରୁ ୨୮%କୁ ବଢ଼ିଥିବା ବେଳେ ପେଟ୍ରୋଲ ଉପରେ ଏହା ୨୬ରୁ ୩୨% ବଢ଼ିଛି। ଦର ବଢ଼ିବା ପରେ ଭୁବନେଶ୍ୱରରେ ପେଟ୍ରୋଲ୍ ଦର ଲିଟର ପିଛା […]
ଭୁବନେଶ୍ୱର: ବାତ୍ୟାର ରୂପ ନେଲା ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ। ଆସନ୍ତା ୧୨ ଘଣ୍ଟାରେ ଏହା ଭୀଷଣ ବାତ୍ୟା ତଥା ସିଭିୟର ସାଇକ୍ଲୋନିକ ଷ୍ଟ୍ରମରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା। ଏହି ବାତ୍ୟା ବଙ୍ଗ ଉପକୂଳକୁ ଯାଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରୁଥିଲେ ମଧ୍ୟ, ପ୍ରକୃତରେ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେନେଇ ଏବେ ବି ସ୍ଥିତି ଅସ୍ପଷ୍ଟ ରହିଛି। ଏବେ ପାରାଦୀପର ଦକ୍ଷିଣରେ ୧୦୪୦ କିମି ଦୂରରେ ରହିଛି। […]
ଭୁବନେଶ୍ୱର: ଆଉ କିଛି ସମୟ ପରେ ସାମୁଦ୍ରିକ ଝଡ଼ର ରୂପ ନେବ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ। ଏହି ସମ୍ଭାବ୍ୟ ବାତ୍ୟା ବଙ୍ଗ ଉପକୂଳକୁ ଯାଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରୁଥିଲେ ମଧ୍ୟ, ପ୍ରକୃତରେ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେନେଇ ଏବେ ବି ସ୍ଥିତି ଅସ୍ପଷ୍ଟ ରହିଛି। ବଙ୍ଗୋପଗରରେ ସୃଷ୍ଟ ଲଘୁଚାପଟି ଅବପାତ ରୂପ ନେଇ ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଦିନ ସାଢ଼େ ୧୧ଟା […]