Advertisment

Shark Fish: ଜାଲରେ ପଡ଼ିଲା ସାର୍କ ମାଛ; ଦାମ ଏକ ଲକ୍ଷ

ଦୀଘା ନଦୀ ମୁହାଣରେ ଥିବା ମତ୍ସ୍ୟ ସମ୍ପଦ ନିଲାମ କେନ୍ଦ୍ରରେ ମାଛକୁ ବିକ୍ରି କରାଯାଇଥିଲା। ଏକ ଲକ୍ଷ ଟଙ୍କାରେ ମାଛଟିକୁ ବିକ୍ରି କରାଯାଇଥିଲା। ତେବେ ସାର୍କଟିକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Fish

Fish

ମାଛ କଲା ଲକ୍ଷପତି। ପ୍ରାୟ ଲକ୍ଷେ ଟଙ୍କାରେ ବିକ୍ରି ହେଲା ଜାଲରେ ପଡିଥିବା ସାର୍କ ମାଛ। ଓଡ଼ିଶା ସୀମାନ୍ତବର୍ତ୍ତୀ ପଡ଼ୋଶୀ ପଶ୍ଚିମବଙ୍ଗର କାଁଥିର ପେଟୁଆଘାଟ ମତ୍ସ୍ୟ ବନ୍ଦରରେ ଏହି ସାର୍କ ମାଛଟି ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛି। ଯାହାର ଓଜନ ୨୦୦ କିଲୋ। ଏହାକୁ ଏକ ଲକ୍ଷ ଟଙ୍କା ରେ ବିକ୍ରି କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ରୋଜଗାର ଦେଉଛି ମାଛଚାଷ; ସ୍ୱାବଲମ୍ବୀ ହେଉଛନ୍ତି ମହିଳା

ପଶ୍ଚିମବଙ୍ଗର କାଁଥିର ପେଟୁଆଘାଟ ମତ୍ସ୍ୟ ବନ୍ଦରରେ ମତ୍ସ୍ୟଜୀବୀମାନେ ମାଛ ମାରିବାକୁ ଯାଇଥିଲେ। ମତ୍ସ୍ୟଜୀବୀଙ୍କ ଜାଲରେ ସାର୍କ ମାଛଟି ଧରାପଡ଼ିଥିଲା । ମତ୍ସ୍ୟଜୀବୀମାନେ ମାଛଟିକୁ ଦେଖି ଖୁସି ହୋଇଯାଇଥିଲେ।

ପରେ ଦୀଘା ନଦୀ ମୁହାଣରେ ଥିବା ମତ୍ସ୍ୟ ସମ୍ପଦ ନିଲାମ କେନ୍ଦ୍ରରେ ମାଛକୁ ବିକ୍ରି କରାଯାଇଥିଲା। ଏକ ଲକ୍ଷ ଟଙ୍କାରେ ମାଛଟିକୁ ବିକ୍ରି କରାଯାଇଥିଲା। ତେବେ ସାର୍କଟି ମାଛଟିକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।

Advertisment

ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ ! ପ୍ରବଳ ଝଡ଼ ତୋଫାନ ପରେ ଆକାଶରୁ ମାଛ ବର୍ଷା...!

Balasore Fishermen
Advertisment
Advertisment