Advertisment

Naba Das Murder Mystery: ନୂଆମୋଡ଼ ନେଇପାରେ ନବ ଦାସ ହତ୍ୟା ମାମଲା; ଆଜି ହାଜର ହୋଇପାରନ୍ତି ଦୀପାଳି ଓ ବିଶାଲ

/crime-branch-summons-slain-bjd-leader-s-daughter-dipali-son-bishal

author-image
Tapaswini Nayak
ଅଦ୍ୟତନ ହୋଇଛି
Naba Das Murder

Naba Das Murder

ପୁଣି ଖୋଲିବ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ଡାଏରୀ । ଏହି ମାମଲାରେ ଆଜି କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇପାରନ୍ତି ନବ ଦାସଙ୍କ ଝିଅ ଦୀପାଳି ଓ ପୁଅ ବିଶାଳ ଦାସ। କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ କିଛି ଆପତ୍ତି ଥିଲେ ଜଣାଇପାରିବେ। ଉଭୟଙ୍କୁ ହାଜର ହେବା ପାଇଁ ନୋଟିସ୍‌ କରିଥିଲା କ୍ରାଇମବ୍ରାଞ୍ଚ। 

Advertisment

ଆଶା କରାଯାଉଛି ଉଭୟଙ୍କ ବୟାନ ମାମଲାକୁ ନୂଆ ମୋଡ଼ ଦେଇପାରେ। ଏବେ ବି ନବ ଦାସ ହତ୍ୟା ମାମଲାର ତଦନ୍ତ ଖୋଲା ରହିଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର । ପୂର୍ବରୁ ସିବିଆଇ ତଦନ୍ତ ପ୍ରସଙ୍ଗ ଉଠାଇଥିଲେ ଦୀପାଳି । ଏଥିପାଇଁ ଲିଖିତ ଭାବେ ଜଣାଇବାକୁ ରାଜ୍ୟ ସରକାରଙ୍କ ତରଫରୁ କୁହାଯିବା ପରେ ପରିବାର ସହ ଆଲୋଚନା କରି ଲିଖିତ ଭାବେ ଦେବାକୁ ନିଷ୍ପତ୍ତି ନେବୁ ବୋଲି ଦୀପାଳି କହିଥିଲେ ।

ଅଧିକ ପଢ଼ନ୍ତୁ: ନୂଆମୋଡ଼ ନେଇପାରେ ନବ ଦାସ ହତ୍ୟା ମାମଲା; ଦୀପାଳି ଓ ବିଶାଳଙ୍କୁ ନୋଟିସ

Advertisment

ସୂଚନାଯୋଗ୍ୟ, ୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ନବ ଦାସଙ୍କ ଉପରକୁ ଗୁଳି ମାଡ଼ କରାଯାଇଥିଲା। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣି ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଝାରସୁଗୁଡାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ବିଜେପି ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଥିଲେ । 

ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବ୍ରଜରାଜନଗର ଯାଇଥିଲେ। କାର୍ଯ୍ୟକ୍ରମ ସ୍ଥଳ ନିକଟରେ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ବ୍ରଜରାଜନଗରର ଗାନ୍ଧି ଛକ ପୁଲିସ ଆଉଟପୋଷ୍ଟରେ ଏଏସ୍‌ଆଇ ଗୋପାଳ ଦାସ ତାଙ୍କ ଉପରକୁ ଗୁଳି କରିଥିଲା। ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ଏକମାତ୍ର ଅଭିଯୁକ୍ତ ଗୋପାଳ ଏବେ ଜେଲରେ ଅଛି। ଏବଂ ମାମଲା ଏବେ ନ୍ୟାୟାଳୟରେ ବିଚାରାଧୀନ ଅଛି। 

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି, ଦୀପାଳିଙ୍କ କୋର୍ଟକୁ ବଲ୍ ପିଙ୍ଗିଲେ ଆଇନ ମନ୍ତ୍ରୀ

Naba Das Odisha Crime Branch Naba Kishore Das
Advertisment
Advertisment