ଭୁବନେଶ୍ୱର: ରାଜ୍ୟରେ ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ କଟକଣା। ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଘରେ ରହି ପରିବାର ସହ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି। ଏକାଠି ହୋଇ ଦୋଳଯାତ୍ରା ପାଳନକୁ ଅନୁମତି ଦିଆଯିବନି। କୋଭିଡ୍ ନିୟମ ମାନି ଶ୍ରଦ୍ଧାଳୁ ମନ୍ଦିରରେ ପୂଜାର୍ଚ୍ଚନା କରିପାରିବେ। ଯଥା ରୀତିରେ ମନ୍ଦିରରେ ନୀତିକାନ୍ତି ଓ ପୂଜାର୍ଚ୍ଚନା ହେବ। ସ୍ଥାନୀୟ ପ୍ରଶାସନ ଚାହିଁଲେ ମନ୍ଦିର ପ୍ରବେଶ ନେଇ କଟକଣା ଲଗାଇ ପାରିବେ। ରାଜ୍ୟରେ ବଢ଼ୁଥିବା କରୋନା […]
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରିଯିବ ବାଘୁଣୀ ସୁୁନ୍ଦରୀ। ତାକୁ ନେବା ପାଇଁ ସେଠାରୁ ଏକ ଟିମ୍ ଆସନ୍ତାକାଲି ଆସୁଥିବା କାହ୍ନା ବ୍ୟାଘ୍ର ପ୍ରକଳ୍ପର ନିର୍ଦ୍ଦେଶକ ସଂଜୟ ସିଂହ ସୂଚନା ଦେଇଛନ୍ତି। ଏହି ଟିମ୍ରେ ଅଛନ୍ତି ଜଣେ ପ୍ରାଣୀ ଚିକିତ୍ସକ, ସହକାରୀ ନିର୍ଦ୍ଦେଶକ ଓ ୫/୬ ଜଣ କର୍ମଚାରୀ। ଏହି ଟିମ୍ ସାତକୋଶିଆରେ ପହଞ୍ଚି ସୁନ୍ଦରୀର ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବ। ବାଘୁଣୀ ସୁସ୍ଥ ଥିଲେ ତାକୁ ସ୍ୱତନ୍ତ୍ର ଗାଡ଼ିରେ କାହ୍ନାର ଘୋରେଲାକୁ ନିଆଯିବ। ସେଠାରେ ସୁନ୍ଦରୀର ବନ୍ୟ […]
ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ପୁଣି କଟକଣା କଡ଼ା କଲା ଜିଏ। ଗତ ଜୁନ୍ ମାସରେ ଲାଗୁ ହୋଇଥିବା କଟକଣା ପୁନଃ ଲାଗୁ ନିର୍ଦ୍ଦେଶ ହୋଇଛି। ଅଫିସ ପରିସରରେ ସବୁ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଅଫିସ୍ରେ କର୍ମଚାରୀଙ୍କ ମଧ୍ୟରେ ଦୁଇ ମିଟର ଦୂରତା ଜରୁରୀ। କରିଡ଼ରରେ ଅନାବଶ୍ୟକ ଗହଳି ନକରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କର୍ମଚାରୀମାନେ ନିୟମିତ ଭାବେ ୨୦ ସେକେଣ୍ଡ ହାତ ଧୋଇବାକୁ ନିର୍ଦ୍ଦେଶ। ଅଫିସିଆଲ ମିଟିଂ ପାଇଁ ଭିଡିଓ କନଫରେନସିଂକୁ ଗୁରୁତ୍ୱ […]
ଭୁବନେଶ୍ୱର: ବିଜେପି କହିଛି ଧାନ କିଣା ପ୍ରସଙ୍ଗରେ ନବୀନ ବାବୁ ଆମକୁ ଠକିଛନ୍ତି। ଖାଦ୍ୟ ଯୋଗାଣ ମନ୍ତ୍ରୀ ଆଜି ଗୃହରେ ମନ୍ତବ୍ୟ ଦେବା ପରେ ଏକଥା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଏହାଛଡ଼ା ମନ୍ତ୍ରୀ ପ୍ରତାପ ଜେନା ପାପ ଧୋଇବା ପ୍ରସଙ୍ଗକୁ ନେଇ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା। ଜଣେ କ୍ୟାବିନେଟ ମନ୍ତ୍ରୀ ଆମକୁ ଏଭଳି ଅପମାନିତ କରିବା ପରେ ଆମେ ନବୀନ ନିବାସ ଭିତରକୁ […]
ଭୁବନେଶ୍ୱର: ଗଣମାଧ୍ୟମ ପ୍ରତିନିଧିଙ୍କୁ ଟିକାକରଣରେ ସାମିଲ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି କଲେ ସ୍ୱାସ୍ଥ୍ୟ ACS ପ୍ରଦୀପ୍ତ ମହାପାତ୍ର। ସମ୍ମୁଖ ଯୋଦ୍ଧା ଭାବେ କାମ କରୁଥିବା ଆଉ କିଛି ବର୍ଗଙ୍କୁ ସାମିଲ ପାଇଁ ଚିଠି ହୋଇଛି। ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀଙ୍କୁ ସାମିଲ ପାଇଁ ଦାବି ହୋଇଛି। ବିଦ୍ୟୁତ ଓ ଜଳଯୋଗାଣ କର୍ମଚାରୀଙ୍କୁ ସାମିଲ କରିବାକୁ କହିଛନ୍ତି। ବିଶେଷ କରି ଏୟାରପୋର୍ଟ, ରେଲୱେ, ବନ୍ଦରରେ କାର୍ଯ୍ୟରତ କର୍ମଚାରୀଙ୍କୁ ବି ମିଳୁ। ଶ୍ରୀମନ୍ଦିର ଓ […]
ପିପିଲି: କୋଭିଡ଼ କଟକଣାରେ ଭୋଟ ଗ୍ରହଣ କରାଯିବ। ପିପିଲି ଉପନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗୋଟିଏ ବୁଥରେ ସର୍ବାଧିକ ୧୦୦୦ ଲୋକ ଭୋଟ ଦେଇପାରିବେ, ବୁଥ୍ ସଂଖ୍ୟା ବୃଦ୍ଧି କରାଯାଇ ଅତିରିକ୍ତ ୭୫ ବୁଥ୍ କରାଯିବା ବ୍ୟବସ୍ଥା କରାଯିବ। ମାସ୍କ, ସାମାଜିକ ଦୂରତ୍ୱ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ହେବ। ପ୍ରତି ବୁଥରେ ଜଣେ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କୁ ନିୟୋଜନ କରାଯିବ। ୩ ପ୍ରକାର ଭୋଟରଙ୍କୁ ପୋଷ୍ଟାଲ ବାଲାଟ […]
ପୁରୀ: କିଏ ହେବ ପିପିଲିର ପରବର୍ତ୍ତୀ ଦାବିଦାର? ମହାରଥୀ ପରିବାରର ରାଜ୍ ଚାଲିବ ନା ଲୋକ ବଦଳାଇବେ ମନ? ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପଟେ ପରିବାର ଭିତରୁ କିଏ ପାଇବ ଟିକେଟ? ତାକୁ ନେଇ ରାଜନୀତି ଆରମ୍ଭ ହୋଇଗଲାଣି। ମହାରଥୀଙ୍କ ଗୋଟିଏ ଗୋଷ୍ଠୀ ପୁଅ ରୁଦ୍ରଙ୍କ ସପକ୍ଷରେ ମତ ରଖୁଥିବାବେଳେ ଅନ୍ୟଗୋଷ୍ଠୀ ପତ୍ନି ପ୍ରତିଭା ମହାରଥୀଙ୍କ ସମର୍ଥନରେ ବାହାରିଛନ୍ତି। ନିର୍ବାଚନ ତାରିଖ ଘୋଷଣା ପରେ ପିପିଲି […]
ମାଲକାନଗିରି: ପୋଲିସ ବିରୋଧରେ ଗ୍ରାମବାସୀଙ୍କ ପ୍ରଜାମେଳି। ଫେକ୍ ଏନକାଉଣ୍ଟର ଅଭିଯୋଗ ଆଣି ମାଲକାନଗିରି କୋରୁକୋଣ୍ଡା ନାକାମାମୁଢି ପଞ୍ଚାୟତର ଦୁର୍ଗମ ଅଞ୍ଚଳ ମୁଦୁଲିଗୁଡାରେ ପ୍ରଜାମେଳି କରିଛନ୍ତି। ଶତାଧିକ ଲୋକେ ୯ଟି ଗାଁର ଗ୍ରାମବାସୀ ଏକାଠି ହୋଇ ପୋଲିସ ବିରୋଧରେ ଗର୍ଜିଛନ୍ତି। ନିରୀହ ଗ୍ରାମବାସୀଙ୍କ ପ୍ରତି ପୋଲିସ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଛି। ଗତ ୧୩ ତାରିଖରେ ମୋଟର ଲଞ୍ଚ ଯୋଗେ ଜଣେ ମହିଳାଙ୍କୁ ଚିକିତ୍ସା ପାଇଁ ଓରାପଦର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଉଥିବା ବେଳେ ପୋଲିସ ଗୁଳିମାଡ଼ କରିଥିବା ଅଭିଯୋଗ […]
ଭୁବନେଶ୍ୱର: ନୟାପଲ୍ଲୀ ଏନ-୩ର ଏକ ପ୍ଲଟରେ ଘର ଭଡ଼ାଟିଆଙ୍କୁ ଆକ୍ରମଣ ସହ ଆସବାବପତ୍ର ଭଙ୍ଗାରୁଜା ଅଭିଯୋଗ ହୋଇଛି। ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ବ୍ୟବସାୟୀ। ତାଙ୍କ ଭଡ଼ା ଘରେ ପଶି ୧୦ରୁ ଅଧିକ ଲୋକେ ଭଙ୍ଗାରୁଜା କରିବା ସହ ତାଙ୍କୁ ମାଡ଼ ମରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବ୍ୟବସାୟୀଙ୍କ ଅଭିଯୋଗ ଅନୁଯାୟୀ, ସେ କିଛି ବର୍ଷ ହେଲା ଏନ-୩ ଅଞ୍ଚଳରେ ଭଡ଼ାଡାରେ ରହିଆସୁଥିଲେ। ହେଲେ ଗତକାଲି ଅପରାହ୍ଣରେ ତାଙ୍କ ଘର ଖାଲି […]
ବ୍ରହ୍ମପୁର: ବ୍ରହ୍ମପୁରରେ କୁକୁର ବୁଲାଇବାକୁ କେନ୍ଦ୍ର କରି ବଚସା ପରେ ସହଯୋଗୀଙ୍କ ସହ ମିଶି ବ୍ରହ୍ମପୁର ମହାନଗର ନିଗମର ସଫେଇ କର୍ମଚାରୀ ଏୟାରଗନ୍ ଚଳାଇଥିବା ଅଭିଯୋଗ। କୁକୁର ବୁଲାଉଥିବା ଯୁବକ ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଆକ୍ରମଣରେ ସଂପୃକ୍ତି ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ବୈଦ୍ୟନାଥପୁର ଥାନା ଖଡ଼ାସିଂ ଧୋବାସାହିରେ ଏହି ଗୁଳିମାଡ଼ ହୋଇଛି। ଯୁବକ ଜଣକ କୁକୁର ବୁଲାଉଥିବା ବେଳେ ବ୍ରହ୍ମପୁର ମହାନଗର ନିଗମର ସଫେଇ କର୍ମଚାରୀ ପ୍ରତିବାଦ କରିଥିଲେ। ଏହାକୁ ନେଇ ଉଭୟଙ୍କ […]
ଭୁବନେଶ୍ୱର: ରାଜ୍ୟର ୩୦ଟି ଜିଲ୍ଲାରେ NEET-୨୦୨୧ ପ୍ରବେଶିକା ପାଇଁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ଡାଇରେକ୍ଟର ବିନୀତ ଯୋଶୀଙ୍କୁ ଚିଠି। ଏହି ଚିଠି ଲେଖିଲେ ସ୍ୱାସ୍ଥ୍ୟ ACS ପ୍ରଦୀପ୍ତ ମହାପାତ୍ର। ଗତ ୯ ତାରିଖରେ ଭିଡିଓ କନ୍ଫରେନ୍ସିଂରେ ହୋଇଥିବା ଆଲୋଚନା ଅନୁସାରେ ପ୍ରବେଶିକା ପରୀକ୍ଷା କେନ୍ଦ୍ର ୭ରୁ ୩୦କୁ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ଭୌଗୋଳିକ ସ୍ଥିତି ଓ କରୋନା କଟକଣା ଯୋଗୁ ସବୁ ଜିଲ୍ଲାରେ NEET ପାଇଁ ଦାବି କରିଛନ୍ତି। ଲକ୍ଡାଉନ ଓ ସଟ୍ଡାଉନ୍ ଯୋଗୁ […]
ଭୁବନେଶ୍ୱର: ବିଜେପି ବିଧାୟକ ନୁହଁ ବରଂ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ। ଆଜି ଓଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଏହା କହିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ସେ କହିଛନ୍ତି, ଏଠାକାର ସରକାର ମାର୍କେଟରେ ପଡିଥିବା ଧାନକୁ କିଣୁନାହାନ୍ତି। ମୁଖ୍ୟମନ୍ତ୍ରୀ ବର୍ଷେ ହେଲା ବିଧାନସଭାକୁ ଆସୁନାହାନ୍ତି ଅଥଚ ୪୦୦, ୫୦୦ କିମି ଦୂର ସ୍ଥାନକୁ ଯାଉଛନ୍ତି। ଶିମିଳିପାଳରେ ନିଆଁ ଲାଗିଥିଲା ବେଳେ ଶାସକ ଦଳ ବିଧାୟକ ସେଠାରେ ଖେଳକୁଦ ଆୟୋଜନ କରୁଛନ୍ତି। ସେ ଆହୁରି କହିଛନ୍ତି […]
ଭୁବନେଶ୍ୱର: ସ୍ନାତକୋତ୍ତର ପାଇଁ ନ୍ୟାସନାଲ ଇଲିଯିବିଲିଟି ଟେଷ୍ଟ ଓ ପ୍ରବେଶିକା ପରୀକ୍ଷା (NEET) ଚଳିତ ବର୍ଷ କେବଳ ଗୋଟିଏ ଥର ହେବ। ଏବଂ ଏହା ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳନା କରାଯିବ। ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ଦେଇଛନ୍ତି। ଏଠାରେ ଉଲ୍ଲେଖ କରିବା ଜରୁରୀ ଯେ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ପରୀକ୍ଷା ଏଜେନ୍ସି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ଡାକ୍ତରୀ ବିଜ୍ଞାନରେ ସ୍ନାତକୋତ୍ତର […]
ଭୁବନେଶ୍ୱର: ରାଜ୍ୟରେ ଧାନ ସଂଗ୍ରହରେ ଅବ୍ୟବସ୍ଥା ପ୍ରସଙ୍ଗକୁ ନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ରାଜ୍ୟର ବିଜେପି ସାଂସଦ। ଆଜି ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ସାଂସଦ ପୀୟୂଷ ଗୋୟଲଙ୍କ ସହ ଆଲୋଚନା ହୋଇଛି। ରାଜ୍ୟ ସରକାର ଧାନ ସଂଗ୍ରହ ନେଇ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି। ନୂଆଦିଲ୍ଲୀ ଠାରେ @BJP4Odisha ର ସାଂସଦ ସହଯୋଗୀ ମାନଙ୍କ ସହ କେନ୍ଦ୍ରମନ୍ତ୍ରୀ @PiyushGoyal ଜୀଙ୍କୁ ଦେଖା କରିବା ସହ […]
ପୁରୀ: ପୁରୀ ବସ୍ଷ୍ଟାଣ୍ଡରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୩ଟି ବସ୍। ଆଜି ସନ୍ଧ୍ୟାରେ ବସଷ୍ଟାଣ୍ଡରେ ଥିବା ୩ଟି ବସ୍ରେ ନିଆ ଲାଗିଯାଇଥିଲା। ତେବେ ବସ୍ରେ ଯାତ୍ରୀ ନ ଥିବା ଜଣାପଡିଛି। ବସ୍ ତିନିଟି ଛିଡ଼ା ହୋଇଥିବା ବେଳେ ଏଥିରେ ନିଆଁ ଲାଗିଯାଇଥିଲା। ପ୍ରଥମେ ଗୋଟିଏ ବସ୍ରେ ନିଆଁ ଲାଗିବା ପରେ ଦୁଇ ପାର୍ଶ୍ୱରେ ଛିଡ଼ା ହୋଇଥିବା ଅନ୍ୟ ୨ଟି ବସକୁ ଏହା ବ୍ୟାପିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ଆସି ନିଆଁକୁ ଲିଭାଇଥିଲେ। ତେବେ କେଉଁ କାରଣରୁ ନିଆଁ […]
କେନ୍ଦ୍ରାପଡ଼ା: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବଡ଼ ଭାଇକୁ ହତ୍ୟା ଉଦ୍ୟମ। ବଡ଼ ଭାଇ ଶୋଇଥିବା ବେଳେ ସାନ ଭାଇ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଝାଡ଼ମାଳ ଗାଁରେ। ଗୁରୁତର ଅବସ୍ଥାରେ ବଡ଼ଭାଇ ବିଚିତ୍ର ପ୍ରଧାନକୁ ପ୍ରଥମେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଆଜି ଦିନ ଗୋଟାଏ ସମୟରେ ବଡ଼ଭାଇ ବିଚିତ୍ର […]
ମାଲକାନାଗିରି: ନିଜ ଜାଲରେ ନିଜେ ଫସିଲେ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ନିକଟ ବେଚାପାଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ୍ ଖଞ୍ଜୁଥିବା ବେଳେ ବିସ୍ଫୋରଣରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି। ମୃତ ମାଓବାଦୀ ହେଲା ସୁନୀଲ ପଦମ। ସେ ଭୈରମଗଡ଼ ଏରିଆ କମିଟି ମାଓ ସଂଗଠନର IED ଏକ୍ସପର୍ଟ ଥିଲା। ରାସ୍ତା କାମକୁ ବିରୋଧ କରି ଲାଲବାହିନୀ ଏହି ଲ୍ୟାଣ୍ଡମାଇନ୍ ଖଞ୍ଜୁଥିଲା। ସୁରକ୍ଷା କର୍ମୀ କମ୍ବିଂ ଅପରେସନ କରିବା ବେଳେ ଟାର୍ଗେଟ କରିବାକୁ ଯୋଜନା କରିଥିଲା […]
ଭୁବନେଶ୍ୱର: ପାଟକୁରା ପୋଲିସର ବଡ଼ ସଫଳତା। ଜାମିନ୍ ବିହୀନ ଗିରଫ ପରଓ୍ୱାନାର ୩୭ ବର୍ଷ ପରେ ଅଭିଯୁକ୍ତକୁ ଗିରଫ କଲା ପାଟକୁରା ପୋଲିସ। ଏକ ଡକାୟତି ମାମଲାରେ ୩୭ ବର୍ଷ ପରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି। NBW ନେଇ ସ୍ୱତନ୍ତ୍ର ଡ୍ରାଇଭ ବେଳେ ପାଟକୁରା ପୋଲିସ ଗିରଫ କରିଛି। ଗିରଫ କରିଥିବା ପାଟକୁରା ପୋଲିସକୁ ଟ୍ୱିଟ୍ ଯୋଗେ ଡିଜିପି ପ୍ରଶଂସା କରିଛନ୍ତି। Patkura PS of Kendrapara dist has arrested a person against […]
କଟକ: କଟକ ଜିଲ୍ଲା ବାଙ୍କୀ ବ୍ଲକ ତାଳବସ୍ତା ପଞ୍ଚାୟତରେ କଙ୍ଗାରୁ କୋର୍ଟ। ତାଳବସ୍ତ ମୌଜାର ଗୌରାଙ୍ଗ ସାହୁଙ୍କ ସମେତ ତିନି ଭାଇ ପୈତୃକ ଜାଗାରେ ବସବାସ କରି ରହୁଥିଲେ। ପରିବାର ବଢିବାରୁ ସେମାନେ ଘର ତିଆରି ଲାଗି ଉଦ୍ୟମ କରିବାରୁ ସରପଞ୍ଚ ଓ କିଛି ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଗୌରାଙ୍ଗ ଯେଉଁ ସ୍ଥାନରେ ଘର ନିର୍ମାଣ ଲାଗି ଯୋଜନା କରିଛନ୍ତି ତାହା ତାଙ୍କ ପୈତୃକ ସଂପତ୍ତି। ସେହି ସ୍ଥାନରେ ହାଇସ୍କୁଲ ଥିବାରୁ ତାହାକୁ ଖେଳ ପଡିଆ […]
ଭୁବନେଶ୍ୱର: ଜଙ୍ଗଲ ନିଆଁ କମୁନି ବରଂ ବଢୁଛି। ଏଭଳି ଚାଞ୍ଚଲ୍ୟକର ସୂଚନା ଦେଇଛି ଜଙ୍ଗଲ ନିଆଁ ଟାସ୍କଫୋର୍ସ। ଟାସ୍କଫୋର୍ସ ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜ୍ ଅନୁସାରେ ରାଜ୍ୟରେ ଜଙ୍ଗଲ ନିଆଁ ବଢ଼ିଥିବା ସୂଚନା ଦେଇଛନ୍ତି। ଭାରତୀୟ ବନ ସର୍ବେକ୍ଷଣରୁ ପ୍ରାପ୍ତ ତଥ୍ୟ ଅନୁସାରେ ନିଆଁ ବଢ଼ିଛି, କାଲି ୪୯୭ ପଏଣ୍ଟରେ ନିଆଁ ଥିଲା, ଆଜି ବଢ଼ି ୧୦୪୮ରେ ପହଞ୍ଚିଛି। ତେବେ ଶିମିଳିପାଳ ଅଞ୍ଚଳରେ ନିଆଁ କମିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପୂର୍ବରୁ ୨୬ଟି ପଏଣ୍ଟରେ ନିଆଁ […]
ଭୁବନେଶ୍ୱର: ଆସନ୍ତା ୩ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଘୂର୍ଣ୍ଣିଝଡ଼ ଓ ବଜ୍ରପାତ ସତର୍କତା ଜାରି କରାଯାଇଛି।ସନ୍ଧ୍ୟା ୭ଟା ମଧ୍ୟରେ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କୋରାପୁଟ, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। #Warning Day-2 (Valid from 0830 hrs IST of 12.03.2021 up to 0830 hrs IST of 13.03.2021)#Yellow WarningThunderstorm with lightning very […]
ରାଉରକେଲା: ରାଉରକେଲାରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କଠୋର ନିଷ୍ପତ୍ତି ହୋଇପାରେ। କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିଠି ଲେଖିଛନ୍ତି। ଚିଠି ସଂପର୍କରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରଦୂଷଣ ସୃଷ୍ଟିକାରୀ କାରଖାନା ନସୁଧୁରିଲେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯିବ। ସହର ଭିତରକୁ ଭାରିଯାନ ଚଳାଚଳ ବନ୍ଦ କରିବାକୁ ପଡ଼ିପାରେ। ରେଳ ଷ୍ଟେସନ ଲୋଡିଂ ଅନଲୋଡିଂ ପଏଣ୍ଟ ବନ୍ଦ କରିବାକୁ ପଡ଼ିପାରେ। ଆବଶ୍ୟକ ପଡ଼ିଲେ ସ୍ଥିତି ନସୁଧୁରିବା ଯାଏ ସ୍କୁଲ, କଲେଜ […]
ବାଲେଶ୍ୱର: ଘରଯାକ ହସ୍ତଶିଳ୍ପ କଳାକୃତିରେ ଭରପୂର। ପୌରାଣିକ ହେଉ କି ସାମାଜିକ, ପ୍ରାଚୀନ ହେଉ କି ଆଧୁନିକ ଟେରାକୋଟା କାମରେ ସୁସଜ୍ଜିତ ବାଲେଶ୍ୱର ବଟେଶ୍ୱର ଛକରେ ଦୋକାନ। ଏହାର ପ୍ରତିଷ୍ଠାତା ହେଉଛନ୍ତି ଶିଳ୍ପୀ ଅଲେଖ କୁମାର ସାହୁ। ଦିନକୁ ଦିନ କୁମ୍ଭାରମାନେ କୌଳିକ ବୃତ୍ତିରୁ ମୁହଁ ଫେରାଇନେଉଥିବାରୁ ଏହି କଳାକୁ ବଞ୍ଚାଇ ରଖିବାକୁ ତାଙ୍କର ଏହି ପ୍ରୟାସ। ନିଜ ଘରେ ଏସବୁ ତିଆରି ବିକ୍ରି କରୁଛନ୍ତି। ବେଶ ଦୁଇ ପଇସା ରୋଜଗାର ହେଉଛି ଏବଂ କୌଳିକ ବୃତ୍ତିକୁ […]