ପିପିଲି: ପିପିଲି ନାବାଳିକା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ନେଇ ପିପିଲି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପ୍ରତିକ୍ରିୟାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଏହି ମନ୍ତବ୍ୟ ଦଳିତ ବିରୋଧୀ ଓ ମହିଳା ବିରୋଧୀ ମାନସିକତାର ଚରମ ନିଦର୍ଶନ। ଭାରତ ବର୍ଷରେ ଏଭଳି ଅଭାବନୀୟ ସ୍ଥିତି କେବେ ହୋଇନଥିବ। ଦଳିତ ଝିଅ ପୀଡ଼ିତା ହେଲା, ଜୀବନ ଗଲା, ଚାର୍ଜସିଟ୍ ହେଲା, ମନ୍ତ୍ରୀ ଇସ୍ତଫା ବି […]
ବ୍ରହ୍ମଗିରି : ବ୍ରହ୍ମଗିରିରେ ଅାଜି ଜଗତଜନନୀ ମା’ ଦୁର୍ଗାଙ୍କ ମହାନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ସୁସଜ୍ଜିତ ତୋରଣ, ରଙ୍ଗିନ ଅାଲୋକମାଳା ସାଙ୍ଗକୁ ମା’ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ଓ ମେଢ ବେଶ ଅାକର୍ଷଣ ହୋଇଛି । ମା’ଙ୍କୁ ୫ ଦିନ ଧରି ଅର୍ଥାତ ଦଶହରା ପର୍ଯ୍ୟନ୍ତ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଉଛି। ମା’ଙ୍କ ଦର୍ଶନ କରି ଅାଶିଷ ଲାଭ କରିବା ପାଇଁ ଶହ ଶହ ମହିଳା ଓ ପୁରୁଷଙ୍କ ସମାଗମ ହେଉଛି । ବିଭିନ୍ନତା ମଧ୍ୟରେ ଏକତା […]
ନୟାଗଡ : ପୁଣି ଲଜ୍ଜା! ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ। ଘଟଣା ଘଟିଛି ନୟାଗଡ ଜିଲ୍ଲା ନୂଅାଗାଁ ଅଞ୍ଚଳରେ। ନାବାଳିକା ଜଣକଙ୍କୁ ପ୍ରଥମେ ଅପହରଣ କରାଯାଇଥିଲା। ପରେ ଦୁଷ୍କର୍ମ କରାଯାଇଥିବା ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ନାବାଳିକା ଜଣକ ଗତକାଲି ସଂଧ୍ୟାରେ ଟ୍ୟୁସନକୁ ଯାଉଥିବା ସମୟରେ ବାଇକ୍ରେ ଯୁବକମାନେ ତାଙ୍କୁ ଜୋର ଜବରଦସ୍ତ ଉଠାଇନେଇଥିଲେ। ପରେ ଗାଁଲୋକେ ନାବାଳିକାଙ୍କୁ ଖୋଜାଖୋଜି କରିଥିଲେ । କିଛି ସମୟ ପରେ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଯୁବକଙ୍କୁ […]
ଗଜପତି : ତିତ୍ଲି ତାଣ୍ଡବ ପରେ ସାମ୍ନାକୁ ଅାସିଲା ବ୍ୟବସ୍ଥାର ନିର୍ଦ୍ଦୟ ରୂପ। ବାତ୍ୟାର ସପ୍ତାହ ପରେ ମିଳିଲା ନିଖୋଜ ନାବାଳିକାର ମୃତଦେହ। ହେଲେ ପୁଲିସ୍ ନଅାସିବାରୁ ବ୍ୟବଚ୍ଛେଦ ପାଇଁ ଝିଅ ଶବକୁ ୮ କିଲୋମିଟର ବୋହିଲା ଅସହାୟ ବାପା। ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅାତଙ୍କପୁରରେ। ଗାଁର ମୁକୁନ୍ଦ ଦୋରାଙ୍କ ୮ ବର୍ଷୀୟା ଝିଅ ବନିତା ବାତ୍ୟା ପର ଠାରୁ ନିଖୋଜ ହୋଇଯାଇଥିଲା। ଗତକାଲି ଗାଁ ନିକଟ ଝରଣା କୂଳରେ ବନିତାର […]
କୋଣାର୍କ : କୋଣାର୍କରେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ରାଜନୀତି ସରଗରମ। ପୁରୀ ମେଡିକାଲରେ ଚିକିତ୍ସାଧୀନ ପୀଡ଼ିତାଙ୍କୁ ଭେଟିଛନ୍ତି ରାଜ୍ୟ ମହିଳା କଂଗ୍ରେସ ଓ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ କଂଗ୍ରେସ ନେତ୍ରୀ ସୁମିତ୍ରା ଜେନା ଏବଂ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା ଡାକ୍ତରଖାନାରେ ପହଞ୍ଚି ପୀଡ଼ିତାଙ୍କୁ ଭେଟି ଘଟଣା ସଂପର୍କରେ ପଚାରି ବୁଝିଛନ୍ତି। ପୀଡ଼ିତାଙ୍କୁ ଭେଟି ବାହାରକୁ ଅାସିବା ପରେ ପ୍ରଭାତି ରାଜ୍ୟ ସରକାର ଏବଂ ଜିଲ୍ଲା ପୁଲିସକୁ ଭର୍ତ୍ସନା କରିଛନ୍ତି। ପୁଲିସର ଇଙ୍ଗିତରେ […]
ଝାଡ଼ଖଣ୍ଡ : ଓଡ଼ିଶା ସୀମାନ୍ତରେ ଲାଲବାହିନୀର ଲଙ୍କାକାଣ୍ଡ। ଝାଡ଼ଖଣ୍ଡ ଲୋହରଦଗା ଜିଲ୍ଲାରେ ୭ଟି ଟ୍ରକ୍କୁ ଜାଳିଦେଇଛନ୍ତି ମାଓବାଦୀ। ଲୋହରଦଗା ଜିଲ୍ଲାର କିସୋକୋ-ଚିରୁଗୁଟା ରୋଡରେ ମାଓବାଦୀମାନେ ଏହି ହିଂସାକାଣ୍ଡ ଭିଅାଇଛନ୍ତି । ସମସ୍ତ ଟ୍ରକରେ ବକ୍ସାଇଟ୍ ବୋଝେଇ ହୋଇଥିଲା ବୋଲି ସୂଚନା ମିଳିଛି । ଗତ ଦୁଇ ଦିନ ଧରି ବିହାର ଓ ଝାଡ଼ଖଣ୍ଡର କିଛି ଜିଲ୍ଲାରେ ପୂର୍ବ ବିହାର-ପୂର୍ବୋତ୍ତର ଝାଡ଼ଖଣ୍ଡ ସ୍ପେଶାଲ ଏରିଅା କମିଟି ମାଓ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଅାଯାଇଥିଲା । ଅାଉ ଏହି […]
ଭୁବନେଶ୍ୱର: ମେଡିକାଲ୍ କଲେଜରେ ନାମ ଲେଖାଇବା ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ହାଇଟେକ୍ ମେଡିକାଲ୍ର ଅଧିକାରୀ ତିରୁପତି ଚୌଧୁରୀ ୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଝାଡ଼ଖଣ୍ଡ ପୁଲିସ୍ ତାଙ୍କୁ ଗିରଫ କରିଛି। ଆଜି ତିରୁପତି ଚୌଧୁରୀଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ନେବାକୁ ପୁଲିସ୍ ଆବେଦନ କରିବ। ୨୦୧୩ ମସିହାରେ ନାମ ଲେଖାଇବା ପାଇଁ ଡିଲ୍ ହୋଇଥିଲା। କିନ୍ତୁ ପରେ ନାମ ଲେଖା ହୋଇ ନପାରିବାରୁ ସମ୍ପୃକ୍ତ ଛାତ୍ର ଝାଡ଼ଖଣ୍ଡରେ କେସ୍ କରିଥିଲେ। […]
ଭୁବନେଶ୍ୱର : ତିତ୍ଲି ମୃତ୍ୟୁ ସଂଖ୍ୟାକୁ ନେଇ ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ବିଧାୟକ ଦାମୋଦର ରାଉତ। କହିଛନ୍ତି, ‘ସୂର୍ଯ୍ୟ ପାତ୍ର ଜଣେ ଉଦ୍ଭଟ ପାଗଳ’ । ସେହି ଅଞ୍ଚଳର ମନ୍ତ୍ରୀ ହୋଇ ସେ ତଥ୍ୟ ରଖିନଥିଲେ କିପରି ? ସେହିଭଳି ଜିଲ୍ଲାପାଳ, ଏସ୍ଆର୍ସି ଯଦି ଖବର ପାଉନାହାନ୍ତି, ତାହେଲେ ସରକାର କେମିତି ଚାଲିଛି ବୋଲି ପ୍ରଶ୍ନ କରିଛନ୍ତି ଦାମ । ସେପଟେ ଗଣମାଧ୍ୟମ ଯେଉଁ ସମୟରେ ପଚାରିଥିଲା, ସେତେବେଳେ ତାଙ୍କ ପାଖରେ […]
ଆସିକା : ରାତି ଅଧରେ ରୋଷ ଦେଖାଇଲା ଋଷିକୂଲ୍ୟା। ଅଚାନକ ବନ୍ୟାରେ ମାଟିରେ ମିଶିଗଲା ମୁଣ୍ଡ ଉପରର ଅାଶ୍ରା । ଯେଉଁଠି ଜୀବନକୁ ରାହା ମିଳୁଥିଲା ତାର ଏଭଳି ଅବସ୍ଥା ଦେଖି ଅାଖିରୁ ଲୁହୁ ଶୁଖୁନି ଅାସ୍କା କାଳୀ ମନ୍ଦିର ସାହିର ପ୍ରଭାସିନୀ ଚୌଧୁରୀଙ୍କର । ବାପା ମାଅାଙ୍କ ଅକାଳ ବିୟୋଗ ପରେ ଦୁଇ ଭାଇ ଭଉଣୀଙ୍କୁ ନେଇ ଏଇଠି ରହୁଥିଲେ ପ୍ରଭାସିନୀ, ହେଲେ ପ୍ରଳୟଙ୍କରୀ ବନ୍ୟା ତାଙ୍କୁ ସର୍ବହରା ସଜାଇଦେଲା । ସାହି ପଡିଶାଙ୍କ ସହାୟତାରେ […]
ପାରାଦୀପ : ଗତକାଲି ଏରସମାରେ ହୋଇଥିବା ସ୍ୱାଭିମାନ ସମାବେଶକୁ ନେଇ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲି ବିଧାୟକ ଦାମୋଦର ରାଉତଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, “ଯଦି ତାଙ୍କର (ଦାମ) ସବୁ କିଛି ମନେଥିଲା ତେବେ ଦଳରେ ଥିବାବେଳେ କାହିଁକି କହୁନଥିଲେ। ଏରସମାରେ ଆୟୋଜିତ ସ୍ୱାଭିମାନ ସମାବେଶର କୌଣସି ମହତ୍ୱ ନାହଁ।” ଗତକାଲି ସ୍ୱାଭିମାନ ସମାବେଶରେ ନବୀନଙ୍କ ଉପରେ ବର୍ଷିଥିଲେ ଦାମ। ବାଲିକୁଦା ଏରସମା ଦୁର୍ନୀତି ପ୍ରତିରୋଧ ସଂଗ୍ରାମ ସମିତି ପକ୍ଷରୁ ଆୟୋଜିତ ସମାବେଶରେ ନିଜ ଅଭିଭାଷଣରେ […]
ଭୁବନେଶ୍ୱର : ଛତିଶଗଡ଼ର ଜଗଦଲପୁରରୁ ଭୁବନେଶ୍ୱର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ୬ ଘଣ୍ଟା ବିଳମ୍ବରେ ଚାଲୁଛି। ସକାଳ ୮ଟାରେ ବ୍ରହ୍ମପୁରରେ ପହଞ୍ଚିବାକୁ ଥିବା ଟ୍ରେନ ବର୍ତ୍ତମାନ ଯାଏ ପହଞ୍ଚି ନାହିଁ। ଗତ ରାତିରେ ଟ୍ରେନଟି କୋରାପୁଟର କେଆର ଲାଇନ ସୁଡ଼ଙ୍ଗରେ ଫସି ରହିଥିଲା। ରାତି ୮ଟାରୁ ଭୋର ୪ଟା ଯାଏ ଟ୍ରେନ ସୁଡ଼ଙ୍ଗ ଭିତରେ ରହିଥିଲା। ଅମ୍ଳଜାନ ଅଭାବରୁ ଟ୍ରେନରେ ଥିବା ଯାତ୍ରୀମାନେ ଅଣନିଶ୍ୱାସି ହୋଇପଡ଼ିଥିଲେ। ଉଦ୍ଧାରକାରୀ ଦଳ ପହଞ୍ଚି ମରାମତି କରିବା ପରେ ସୁଡ଼ଙ୍ଗ ଭିତରୁ […]
ମାଲକାନଗିରି: ରାଜ୍ୟ ସରକାରଙ୍କ ଅବହେଳାରୁ ପୁଣି ଥରେ ଓଡ଼ିଶା ସୀମା ଗାଁ ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ନଜର। କୋରାପୁଟ କୋଟିଆ ପରେ ଏବେ ମାଲକାନଗିରି ଜିଲ୍ଲା ସୀମାରେ ଥିବା କିଛି ପଞ୍ଚାୟତ ଉପରେ ଆନ୍ଧ୍ର ସରକାରଙ୍କ ନଜର ରହିଛି। ଚିତ୍ରକୋଣ୍ଡା ବ୍ଲକ୍ର ଆନ୍ଧ୍ର ପ୍ରଦେଶ ସୀମାରେ ଥିବା କିଛି ଗାଁରେ ଆନ୍ଧ୍ରପ୍ରଦେଶ ସରକାର ମାଗଣା ଚିକିତ୍ସା ଯୋଗାଇ ଦେଉଛନ୍ତି। ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଏକ ଗାଡ଼ି ଦ୍ୱାରା ଆନ୍ଧ୍ରପ୍ରଦେଶ ନିଆଯାଇ ମାଗଣା ଚିକିତ୍ସା ପ୍ରଦାନ କରାଯାଉଛି। ଏମିତି […]
କଳାହାଣ୍ଡି : ଅାସନ୍ତାକାଲି ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ଅନୁଷ୍ଠିତ ହେବ। ଏନେଇ ଚଳଚଞ୍ଚଳ ହୋଇଉଠିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଥିବା ମା’ ମାଣିକେଶ୍ୱରୀଙ୍କ ପୀଠ । ମା’ଙ୍କ ଦର୍ଶନ ପାଇଁ ପାଖାପାଖି ଅଞ୍ଚଳ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ମାନସିକଧାରୀମାନେ ଅାସି ମା’ଙ୍କ ଅାରାଧନା କରୁଛନ୍ତି। ଭିଡକୁ ଅାଖି ଅାଗରେ ରଖି ପୁଲିସ ପ୍ରଶାସନ ମଧ୍ୟ ସଜାଗ ରହିଛି। ଛତର ଯାତ୍ରା ପାଇଁ ବିଭିନ୍ନ ଘୁମୁରା ଦଳ, ଘଣ୍ଟ ଦଳ ନିଜର […]
ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ୍ଏସି ଦୁର୍ଗା ମନ୍ଦିରରୁ ଚୋରି ହୋଇଛି। ଗତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ଗ୍ରୀଲ୍ ଭାଙ୍ଗି ମାଆ ଦୁର୍ଗାଙ୍କର ୨ କିଲୋଗ୍ରାମ୍ ଓଜନର ରୁପା ମୁକୁଟ, ୧୦ ଗ୍ରାମ୍ ଓଜନର ସୁନା ହାର ସହିତ ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ମନ୍ଦିରର ପୂଜକ ସକାଳୁ ଆସି ଦେଖିବା ପରେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ପହଞ୍ଚି ତଦନ୍ତ କରିବା ସହ ପୂର୍ବରୁ ଚୋରି ଅଭିଯୋଗ ଥିବା ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା […]
କୋରାପୁଟ : ଡାକ୍ତରଖାନା ପରିସରରେ ଥିବା ବାଲି ଗଦା ଉପରେ ପ୍ରସବ । କୋରାପୁଟ ମେଡିକାଲ କଲେଜ ପରିସରରେ ଥିବା ମାତୃ ଓ ଶିଶୁ ଚିକିତ୍ସାଳୟ ଅାଗରେ ଥିବା ବାଲିଗଦା ଉପରେ ଶିଶୁ ପୁତ୍ର ଜନ୍ମ ଦେଲେ ମହିଳା । ମିଳିଥିବା ସୂଚନା ଅନୁସାରେ, ପ୍ରସବ ଯନ୍ତ୍ରଣା ହେବାରୁ ବଡ଼ସୁକୁ ଗାଁର ଧନ ଜାନୀ ନିଜ ସ୍ତ୍ରୀଙ୍କୁ ବାଇକ୍ରେ ମେଡିକାଲ କଲେଜକୁ ଅାଣିଥିଲେ। ପାହାନ୍ତିଅା ସମୟରେ ମେଡିକାଲରେ ପହଞ୍ଚିଥିଲେ। ଗୋଟିଏ ପଟେ ଡାକ୍ତରଖାନାରେ କାଗଜପତ୍ର କାମରେ ବିଳମ୍ବ […]
ପୁରୀ : ଶ୍ରୀମନ୍ଦିରରେ ମହାପ୍ରସାଦ ମୂଲ୍ୟ ନିର୍ଦ୍ଧାରଣ ନେଇ ବୈଠକ । ମୁଖ୍ୟ ପ୍ରଶାସକ, ସୁଅାର ଓ ମହାସୁଅାର ନିଯୋଗକୁ ନେଇ ବୈଠକ ହୋଇଛି। କୋଠଭୋଗ ସାମଗ୍ରୀ ଓ ସେ ସମ୍ପର୍କିତ ଖର୍ଚ୍ଚ ନେଇ ଅାଲୋଚନା ଚାଲିଛି। ଖୁବ୍ ଶୀଘ୍ର ମହାପ୍ରସାଦ ଦର ତାଲିକା ପ୍ରକାଶ କରିବାକୁ ନିଷ୍ପତ୍ତି ନିଅାଯିବ। ଅାନନ୍ଦ ବଜାରରେ ଅଭିଯୋଗ ପ୍ରକୋଷ୍ଠ ଓ ହେଲ୍ପ ଡେସ୍କ ବ୍ୟବସ୍ଥା ନେଇ ନିଷ୍ପତ୍ତି ହେବ। ହେଲ୍ପ ଡେସ୍କରେ ସୁଅାର ମହାସୁଅାର ଓ ପ୍ରଶାସନ ପ୍ରତିନିଧି ମଧ୍ୟ […]
ଭୁବନେଶ୍ୱର : ତିତ୍ଲିରେ ଜିରୋ କାଜୁଅାଲ୍ଟି ହୋଇଛି, କାହାର ମୃତ୍ୟୁ ଘଟିନି। ନିଜ ପୂର୍ବ ମନ୍ତବ୍ୟକୁ ବାଆଁରେଇ ଏହା କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ତିତ୍ଲି ପରେ ହୋଇଥିବା ବର୍ଷା ଯୋଗୁଁ ପାହାଡ଼ ଧସି ମୃତ୍ୟୁ ଘଟିଛି। ବର୍ଷା ଯୋଗୁଁ ପାହାଡ଼ ଧସିବାରୁ କିଛି ଲୋକଙ୍କ ମୃତ୍ୟୁ ଘଟିଛି । ଘଟଣା ଦିନ ଗଣମାଧ୍ୟମ ପଚାରିଲା ବେଳେ ତାଙ୍କ ପାଖରେ ତଥ୍ୟ ନଥିଲା ବୋଲି କହିଛନ୍ତି ସୂର୍ଯ୍ୟ। ସୂଚନା ଯେ , କିଛି ଦିନ ତଳେ […]
ଏରସମା : ଏରସମା ସ୍ୱାଭିମାନ ସମାବେଶରେ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଲେ ଦାମୋଦର ରାଉତ। କହିଲେ , ନବୀନଙ୍କୁ ଦୁର୍ନୀତିର ନାୟକ କହିବାରୁ ଓ ଦୁର୍ନୀତିର ପର୍ଦ୍ଦାଫାସ୍ କରିବାରୁ ମୋତେ ମନ୍ତ୍ରୀ ଓ ଦଳରୁ ବିଦା କରାଗଲା। ଏହାସହ ନବୀନଙ୍କ ଭଲ ଓଡ଼ିଆ ନକହି ପାରିବାକୁ ନେଇ ମଧ୍ୟ ନିନ୍ଦା କଲେ ଦାମ। କହିଲେ- ନବୀନ ବାରିପଦାକୁ ବାଡ଼ିପଡ଼ା, ଚଣ୍ଡୀଖୋଲକୁ ଚଡ଼ିଖୋଲ କୁହନ୍ତି। ବିଜୁବାବୁଙ୍କ ପୁଅ ହୋଇ ଠିକ୍ ଓଡ଼ିଆ ନକହି ପାରିବାରୁ ତିରସ୍କାର କରୁଛି ବୋଲି […]
ପୁରୀ: ପୁରୀ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଆହତ ଯୁବକ ହେଲେ ସଞ୍ଜୟ ବେହେରା ଓରଫ ପାରା। ତାଙ୍କ ବାମ ପଟ କାନ୍ଧରେ ଗୁଳି ବାଜିଛି। ତାଙ୍କୁ ପ୍ରଥମେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପାରାଙ୍କ ଉପରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗୁଣ୍ଡିଚା ମନ୍ଦିରର ପଛପଟେ ରହୁଥିବା ସଞ୍ଜୟ ସକାଳେ […]
ସୁନ୍ଦରଗଡ଼: ଚିକିତ୍ସିତ ଅବସ୍ଥାରେ ଦନ୍ତା ହାତୀର ମୃତ୍ୟୁ। ସୁନ୍ଦରଗଡ଼ ବରସୁଆଁ ରେଞ୍ଜ ତାଳଡିହି ଜଙ୍ଗଲରେ ଦନ୍ତା ହାତୀଟି ୨ ଦିନ ଧରି ଅସୁସ୍ଥ ହୋଇ ରହିଥିଲା। ମିଳିଥିବା ସୂଚନା ଅନୁସାରେ, ହାତୀଟି ୨ ଦିନ ଧରି ଅସୁସ୍ଥ ଥିବାବେଳେ ବନବିଭାଗର ଏକ ଟିମ୍ ହାତୀର ଚିକିତ୍ସା କରୁଥିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।
ଭୁବନେଶ୍ୱର: ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ବିଶେଷ କରି କନ୍ଧମାଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପାରଦ ତଳକୁ ତଳକୁ ଖସି ଚାଲିଛି। ହେଲେ ଏବର୍ଷ କନ୍ଧମାଳର ସଦରମହକୁମା ଫୁଲବାଣୀରେ ସବୁଠାରୁ ଅଧିକ ଶୀତ ଅନୁଭୂତ ହେଉଛି। ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ି ତୁଳନାରେ କମ୍ ରହିଛି। କନ୍ଧମାଳ ସହ କୋରାପୁଟ, କେନ୍ଦୁଝର ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଅତ୍ୟଧିକ ଶୀତ ଅନୁଭୂତ ହେଉଛି। ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ […]
ଝାରସୁଗୁଡା : ଦିନିକିଅା ଓଡ଼ିଶା ଗସ୍ତରେ ଅାସି ଅାଜି ଝାରସୁଗୁଡାର ସମଲେଶ୍ୱରୀ କୋଇଲା ଖଣି ପରିଦର୍ଶନ କରିଛନ୍ତି କେନ୍ଦ୍ର କୋଇଲା ଓ ରେଳମନ୍ତ୍ରୀ ପୀୟୂଷ ଗୋୟଲ। ଏଠାରୁ କିଭଳି ଅଧିକ କୋଇଲା ଉତ୍ପାଦନ କରାଯାଇ ରେଳ ଯୋଗେ ପରିବହନ ହେବ ସେ ନେଇ ଏମସିଏଲ ଅଧିକାରୀଙ୍କ ସହ ଅାଲୋଚନା କରିଛନ୍ତି। ଏହାପରେ କେନ୍ଦ୍ରମନ୍ତ୍ରୀ ତାଳଚେର ଯାଇ ଏମସିଏଲର ଭୁବନେଶ୍ୱରୀ କୋଇଲା ଖଣି ଓ ଅନନ୍ତ କୋଇଲା ଖଣି ପରିଦର୍ଶନ କରିଥିଲେ। ତାଙ୍କ ସହ କୋଲ ଇଣ୍ଡିଅାର ଅଧ୍ୟକ୍ଷ […]
କଟକ: କଟକ ନରାଜରେ ପୁଣି ଅଜଣା ଜନ୍ତୁ ଆତଙ୍କ। ଗତକାଲି ରାତିରେ ପୁଣି ଆଉ ଗୋଟିଏ ମେଣ୍ଢାକୁ ଅଜଣା ଜନ୍ତୁ ମାରିଥିବା ଅଭିଯୋଗ ହୋଇଛି। ନରାଜ ଗୋପାଳ ସାହିର କୈଳାସ ସାହୁଙ୍କ ମେଣ୍ଢାଶାଳରୁ ଗୋଟିଏ ମେଣ୍ଢାକୁ ଅଜଣା ଜନ୍ତୁ ମାରି ଦେଇଥିବା ଅଭିଯୋଗ ହୋଇଛି। ରବିବାର ରାତିରେ ନରାଜ ଅଞ୍ଚଳରେ ୧୭ଟି ମେଣ୍ଢାକୁ ଅଜଣା ଜନ୍ତୁ ମାରିଥିଲା। ଗତକାଲି ପୁଣି ଆଉ ଗୋଟିଏ ମେଣ୍ଢାର ମୃତ୍ୟୁ ହେବାରୁ ଗୋପାଳ ସାହିରେ ଆତଙ୍କ ଖେଳିଯାଇଛି। ହାତୀ ପାଇଁ ସିଡିଏ […]
ଗଜପତି : ଗଜପତିରେ ତିତ୍ଲିର ତାଣ୍ଡବ । ବାତ୍ୟା ଓ ବନ୍ୟାର ପ୍ରଭାବରେ ଧ୍ୱଂସ ବିଧ୍ୱସ୍ତ ପୁରା ଜିଲ୍ଲା। ଗଜପତିରେ ଏହି ଦୈବି ଦୁର୍ବିପାକ ବଢାଇଛି ସରକାରଙ୍କ ଚିନ୍ତା। ଅାଜି ମୁଖ୍ୟ ଶାସନ ସଚିବ ପାରଳାଖେମୁଣ୍ଡି ଯାଇ ସ୍ଥିତି ସମୀକ୍ଷା ସହ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିପନ୍ନଙ୍କୁ ଦୁଇ ମାସର ଅାଗୁଅା ରାସନ୍ ସାମଗ୍ରୀ ପ୍ରଦାନ ଓ ରାସନ କାର୍ଡଧାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଏକ ହଜାର ଟଙ୍କା ସହାୟତା ପ୍ରଦାନ […]
କଳାହାଣ୍ଡି : ଯାଅାକୁ ହତ୍ୟା ପାଇଁ ସୁପାରୀ। କଳାହାଣ୍ଡି ଧର୍ମଗଡ଼ର ଚର୍ଚ୍ଚିତ ସୂର୍ଯ୍ୟକାନ୍ତି ମେହେର ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ୍। ସୂର୍ଯ୍ୟକାନ୍ତିଙ୍କ ହତ୍ୟା ପାଇଁ ଯାଅା ସୁପାରୀ ଦେଇଥିବା ଜଣାପଡିଛି। ଅଭିଯୁକ୍ତ ଯାଅା ଚନ୍ଦ୍ରକାନ୍ତି ଓ ସୁପାରୀ କିଲର ଟଙ୍କଧର ପାଣ୍ଡେକୁ ଗିରଫ କରିଛି ପୁଲିସ୍। ଗତ ଫେବ୍ରୁଅାରୀ ୧୮ ତାରିଖରେ ଜୁନାଗଡ଼ ମାଟିଗାଁରେ ଘଟିଥିଲା ଏହି ହତ୍ୟାକାଣ୍ଡ। ସୂର୍ଯ୍ୟକାନ୍ତିଙ୍କ ତଣ୍ଟିକାଟି ପଥରରେ ଛେଚି ମାରିଥିଲା ଟଙ୍କଧର। ପାରିବାରିକ କଳହ ପାଇଁ ସୂର୍ଯ୍ୟକାନ୍ତିଙ୍କ ହତ୍ୟା ଯୋଜନା […]