ପୁରୀ: ଗତକାଲି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଦୀର୍ଘ ୧୨ ଘଣ୍ଟା ପରେ ଶ୍ରୀମନ୍ଦିର ଭିତର କବାଟ ଖୋଲିଲା ପରେ ଦର୍ଶନ ଆରମ୍ଭ ହୋଇଥିଲା। ଗତକାଲି ଦିନ ତମାମ ଉପାସ ରହିବା ପରେ ସନ୍ଧ୍ୟାରେ ମନ୍ଦିର ଦ୍ୱାର ଖୋଲିଥିଲା ଓ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି ଓ ପହିଲି ଭୋଗ ନୀତି ପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ […]
ବଲାଙ୍ଗିର: ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ବଲାଙ୍ଗିର ସହରରେ ଉତ୍ତେଜନା ଦେଖାଦେଇଛି। ଦୁର୍ଘଟଣା ପରେ ଲୋକେ ଉତ୍ତ୍ୟକ୍ତ ହୋଇ ୨ଟି ଟ୍ରକ୍ରେ ନିଆଁ ଲଗାଇ ଦେଇଥିଲେ। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ବଲାଙ୍ଗିର ଶିବ ମନ୍ଦିର ଛକରେ ଗୋଟିଏ ଟ୍ରକ୍ ଗାନ୍ଧି ପଡ଼ାର ଗୋପାଳ ମିଶ୍ରଙ୍କୁ ଧକ୍କା ଦେଇଥିଲା। ଗୋପାଳ ବାଇକ୍ରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଦୁର୍ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖା […]
ଜଗତସିଂହପୁର : ଜଗତସିଂହପୁର ଏରସମାରେ ଦୁଇ ବିଧାୟକ ଦାମୋଦର ରାଉତ ଏବଂ ପ୍ରଶାନ୍ତ ମୁଦୁଲିଙ୍କ ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାବେଳେ ରାବଣ ପୋଡ଼ି ହେଉଥିବା ନେଇ ସ୍ପଷ୍ଟ କରିଛନ୍ତି ଜଗତସିଂହପୁର ଏସ୍ପି। ଶାନ୍ତିଶୃଙ୍ଖଳାର ସହ ରାବଣପୋଡ଼ି କରିବାକୁ ପ୍ରୟାସ କରିବୁ ବୋଲି ଏସ୍ପି କହିଛନ୍ତି। ଅାଜି ପ୍ରଶାନ୍ତ ମୁଦୁଲିଙ୍କ ଦ୍ୱାରା ରାବଣପୋଡ଼ି କାର୍ଯ୍ୟକ୍ରମ ଅଛି। ସେପଟେ ଦାମଙ୍କୁ ରାବଣପୋଡ଼ି ଅନୁମତି ନମିଳିବା ପ୍ରତିବାଦରେ ଏରସମା ଗ୍ରାମ୍ୟ କମିଟି ପକ୍ଷରୁ ଅାଜି ବଜାର ବନ୍ଦ ଡାକରା ଦିଅାଯାଇଛି। […]
ଭୁବନେଶ୍ୱର : ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ମିଳିବ ଇନ୍ପୁଟ୍ ସବ୍ସିଡି। ଏଥିପାଇଁ କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳ ଓ କୃଷି ବିଭାଗକୁ SRC ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ଦେବେ । ରିପୋର୍ଟ ଅାଧାରରେ ଚାଷୀଙ୍କୁ ଇନ୍ପୁଟ୍ ସବ୍ସିଡି ଦିଅାଯିବ ବୋଲି ଯୁଗ୍ମ ରିଲିଫ୍ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି। ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୩, ୫୦୦ ଟଙ୍କା ମିଳିବ । ଅଣ ଜଳସେଚିତ ଜମି ପାଇଁ […]
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ମୁକ୍ତାସାହିରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ପାରିବାରିକ କଳହରୁ ଗତ ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ କହିଛି। ତେବେ ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଛି । ଅଭିଯୁକ୍ତ ଟୁକୁରା ଜୁଅାଙ୍ଗ ଗତ ରାତିରେ ମଦ ପିଇ ଘରକୁ ଅାସିଥିଲା। ମଦ ପିଇଥିବାରୁ ସ୍ତ୍ରୀ ଗୁରୁବାରୀ ଗାଳିଗୁଲଜ କରିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଟୁକୁରା ଏକ ଠେଙ୍ଗାରେ ଗୁରୁବାରୀଙ୍କୁ ପିଟିଥିଲା। ମୁଣ୍ଡରେ ଅାଘାତ ଲାଗି ତଳେ […]
ବଲାଙ୍ଗିର : ବଲାଙ୍ଗିର ନିକଟସ୍ଥ ମଠଖାଇ ମନ୍ଦିରରେ ବଳିକୁ ନେଇ ଅାଦିବାସୀ ଓ ଅଣ ଅାଦିବାସୀ ଗୋଷ୍ଠୀ ମୁହାଁମୁହିଁ। ପରମ୍ପରା ଅନୁସାରେ ବଳି ଦେବା ଲାଗି ଅାଦିବାସୀ ଜିଦ୍ ଧରିଥିବା ବେଳେ ବଳିକୁ ବିରୋଧ କରୁଛନ୍ତି ଅଣ-ଅାଦିବାସୀମାନେ। ଏହାକୁ ନେଇ ସେଠାରେ ଛକାପଞ୍ଝା ଲାଗି ରହିଛି। ଅାଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ମାଜିଷ୍ଟ୍ରେଟ୍ ଓ ପୁଲିସ ମୁତୟନ କରାଯାଇଛି।
ବ୍ରହ୍ମପୁର : ବ୍ରହ୍ମପୁର ରେଳ ଷ୍ଟେସନରେ ଜଣେ ବ୍ୟକ୍ତି ନିଜ ବେକକୁ ବ୍ଲେଡରେ କାଟି ଦେଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅାହତ ବ୍ୟକ୍ତିଙ୍କ ନାଁ ଟୁଙ୍ଗୁରୁ ବେହେରା। ତାଙ୍କ ଘର ଅାସ୍କା ବ୍ଲକ୍ ସିଦ୍ଧନୟୀ ପଞ୍ଚାୟତର ମହାରାଜ ଗାଁରେ । ଟୁଙ୍ଗୁରୁ ସୁରଟରେ ରହି ଦାଦନ ଖଟୁଥିଲେ। ସୁରଟରୁ ଫେରି ଅାଜି ସକାଳେ ବ୍ରହ୍ମପୁରରେ ପହଞ୍ଚିଥିଲେ। ପ୍ଲାଟଫର୍ମରେ ବସିବା ପରେ ନିଜ ବେକକୁ କାଟି ଦେଇଥିଲେ । ହେଲେ କଣ ପାଇଁ ନିଜ […]
ସାଲେପୁର: ପିକ୍ନିକ୍ ବସ୍ ଦୁର୍ଘଟଣାଗ୍ରସ୍ତ। ସାଲେପୁର କମରପଦା ନିକଟରେ ଏକ ପିକ୍ନିକ୍ ବସ୍ ହାଇୱାକୁ ଧକ୍କା ଦେଇ ଓଲଟି ପଡ଼ିଛି। ଏଥିରେ ୨୦ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବସ୍ରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ସେମାନେ ଭୁବନେଶ୍ୱର ନିଳାଦ୍ରୀ ବିହାରରୁ ଜଗତସିଂହପୁରର ଶାରଳା ଓ ଗୋରେଖନାଥ ଦର୍ଶନ କରିବାକୁ ଯାଉଥିଲେ।
ଜଗତସିଂହପୁର : ଜଗତସିଂହପୁର ଏରସମାରେ ରାବଣ ପୋଡ଼ିକୁ ନେଇ ଜୋର ଧରିଛି ରାଜନୀତି। ବିଜେଡିରୁ ବହିଷ୍କୃତ ଦାମୋଦରଙ୍କୁ ରାବଣ ପୋଡ଼ିରେ ସାମିଲ ହେବାକୁ ଦିଅାଯାଉନଥିବା ଅଭିଯୋଗ ହୋଇଛି । ଏପରିକି ଅାଞ୍ଚଳିକ ଯୁବ ପରିଷଦ ପଡ଼ିଆରେ ହୋଇଥିବା ରାବଣ ପୋଡ଼ି ମଞ୍ଚକୁ ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଅାଯାଇଥିବା ଅଭିଯୋଗ ହୋଇଛି। ଦାମଙ୍କ ବଦଳରେ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ରାବଣ ପୋଡ଼ି ଅାୟୋଜନର ଅନୁମତି ଦେଇଛି ଜିଲ୍ଲା ପ୍ରଶାସନ । ବିଧାୟକ ପ୍ରଶାନ୍ତ ମୁଦୁଲି ରାବଣ ପୋଡ଼ି […]
ବାଲେଶ୍ୱର : ରାଜ୍ୟର କିଛି ସ୍ଥାନରେ ଗତକାଲି ଧୂମ୍ଧାମରେ ପାଳନ ହୋଇଛି ରାବଣ ପୋଡି ଉତ୍ସବ। ବାଲେଶ୍ୱର ଅାଇଟିଅାଇ ପଡ଼ିଆରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଛି। ସବୁଠି ବିଜୟା ଦଶମୀରେ ରାବଣ ପୋଡ଼ି ଅନୁଷ୍ଠିତ ହେଉଥିବା ବେଳେ ବାଲେଶ୍ୱରରେ ଦଶହରାରେ ବାଡ଼ି ଖେଳ ହେଉଥିବାରୁ ନବମୀରେ ରାବଣ ପୋଡ଼ି ହୋଇଥାଏ। ନବମୀ ପୂଜା ସହ ଲୋକେ ରାବଣ ପୋଡ଼ି ଦେଖି ଖୁବ ମଜା ଉଠାଇଥିଲେ। ମହୋତ୍ସବ କମିଟି ଓ ଜିଲ୍ଲା ପ୍ରଶାସନ ସହଯୋଗରେ ରାବଣ ପୋଡ଼ି […]
ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ। ୧ ନମ୍ବର ସେକ୍ଟରରେ ଜଣେ ଆର୍ଏସ୍ପି କର୍ମଚାରୀଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ଘର ଭିତରେ ପଶି ତାଙ୍କୁ ୪ଜଣ ଦୁର୍ବୃତ୍ତ ଗୁଳି କରି ଫେରାର ହୋଇଯାଇଥିବା ସୂଚନା ମିଳିଛି। ମୃତ ଆରଏସ୍ପି କର୍ମଚାରୀଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁଳିକାଣ୍ଡର କାରଣ ଜାଣିବା ସହ ଅପରାଧୀଙ୍କୁ ଧରିବାକୁ ପୁଲିସ୍ ଛାନ୍ଭିନ୍ ଜାରି […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କରଦାଙ୍ଗି ଘୋଡ଼ାବେଡ଼ା ସାହିରେ ଜଣେ ମହିଳାଙ୍କୁ କିରାସିନ ଢାଳି ପୋଡ଼ି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଟୁନା ମହାନ୍ତଙ୍କ ସ୍ତ୍ରୀ ସବିତା ମହାନ୍ତ। ଟୁନା ଆଉ ଜଣେ ଝିଅକୁ ଭଲ ପାଉଛି ବୋଲି ସବିତାଙ୍କ ବାପା ଲମ୍ବୋଦର ମହାନ୍ତ ଅଭିଯୋଗ କରିଛନ୍ତି। ଏହି କାରଣରୁ ସବିତାଙ୍କୁ ଶ୍ୱଶୁର ଘର ଲୋକେ ପୋଡ଼ି ମାରି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସବିତା ନିଜ ଦେହରେ କିରାସିନ […]
ପୁରୀ: ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ବଡ଼ଦେଉଳର ଦ୍ୱାର ଖୋଲିନାହିଁ। ତେଣୁ ଶ୍ରୀଜିଉଙ୍କ ମଙ୍ଗଳ ଆଳତି କିମ୍ବା କୌଣସି ନୀତିକାନ୍ତି ମଧ୍ୟ ଆରମ୍ଭ ହୋଇନାହିଁ। ଏଥିଯୋଗୁଁ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲୁଥିବାରୁ ଏବେ ଶୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି। କାଲି ପୁଲିସ୍-ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୁଲିସ୍ ମାଡ଼ରେ ସେବାୟତ ଆହତ ହେବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ବିବାଦ ଦେଖାଦେଇଛି।
ବଲାଙ୍ଗିର: ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ଏକ ସାଂଘାତିକ ଭୁଲ୍ ସାମ୍ନାକୁ ଆସିଛି। ଗୋଟିଏ ନବଜାତ ଶିଶୁ ଅସୁସ୍ଥ ହେବା ପରେ ତାକୁ ବୁର୍ଲା ପଠା ଯାଇଥିଲା। ତେବେ ତା’ ବାପାଙ୍କ ବଦଳରେ ଆଉ ଏକ ଶିଶୁର ବାପାଙ୍କୁ ତାକୁ ହସ୍ତାନ୍ତର କରାଯାଇଥିଲା। ଏହି ଭୁଲ୍କୁ ହସ୍ପିଟାଲ୍ କର୍ତ୍ତୃପକ୍ଷ ସ୍ୱୀକାର କରିଥିବା ବେଳେ ଶିଶୁଟିର ମୃତ୍ୟୁ ହୋଇଯିବାରୁ ଅବହେଳା ଅଭିଯୋଗ କରି ତାଙ୍କ ବାପା ଥାନାରେ ଏକ ଏତଲା ଦେଇଛନ୍ତି। ଗତ ୨୫ ତାରିଖରେ […]
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଖଲିଅାପାଲି ଗାଁ ପାଖରେ କୂଅରେ ଗଳିପଡ଼ିଲେ ୬ଟି ଜଙ୍ଗଲି ବାର୍ହା। ଫସଲ ଖାଇବା ଲାଗି ଅାସି କୂଅରେ ପଡ଼ିଯାଇଥିବା ଅନୁମାନ କରାଯାଉଛି। ମୁରଗାବାରି ଜଙ୍ଗଲରୁ ଏହି ବାର୍ହା ପଲ ଅାସିଥିଲେ। ଗାଁ ଲୋକଙ୍କ ଠାରୁ ଖବର ପାଇ ବନ କର୍ମଚାରୀ ପହଞ୍ଚଛନ୍ତି। ଲୋକଙ୍କ ସହାୟତାରେ ବାର୍ହା ଗୁଡ଼ିକୁ ଉଦ୍ଧାର କରିବାକୁ ଚେଷ୍ଟା ଜାରି ରହିଛି। ଗାଁ ମୁଣ୍ଡରେ ଥିବା ପରିତ୍ୟକ୍ତ କୂଅରେ ବାଡ଼ା ନଥିବାରୁ ଏଭଳି ଘଟଣା ଘଟିଥିବା କୁହାଯାଇଛି।
ଗଜପତି : ଗଜପତି ଜିଲ୍ଲା ଲକ୍ଷ୍ମୀପୁର ପଞ୍ଚାୟତରେ ଝିଅର ଶବ କାନ୍ଧରେ ବୋହିବା ଘଟଣା । ସହାୟତା ରାଶି ପାଇଁ ବାପା ମୁକୁନ୍ଦ ଦୋରା ନିଜେ ପୋତିଥିବା ଶବକୁ ବାହାର କରିଥିବା କହିଛନ୍ତି ଗଜପତି ଏସ୍ପି ଅମୂଲ୍ୟ ଦାସ। ଝିଅର ଶବକୁ ବାପା ପୋତିଦେଇଥିଲା ।ଯେତେବେଳେ ସହାୟତା ରାଶି ପାଇଁ ଅାସିଲା, ପୋଷ୍ଟ ମର୍ଟମ ଜରୁରୀ ବୋଲି କୁହାଯାଇଥିଲା ।ତେଣୁ ସେ ନିଜେ ଶବକୁ ପୋତିଥିବା ସ୍ଥାନରୁ ବାହାର କରି ଶବ ବ୍ୟବଛେଦ ପାଇଁ ଅାଣିଥିବା କହିଛନ୍ତି […]
କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ୨ଟି ଜାଗାରେ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି। ସଦର ଥାନା ଜଡ଼ି ଚାତର ଗାଁ ପାଖରେ ୨୦ ନମ୍ବର ଜାତୀୟ ରାଜପଥ ଉପରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଶଙ୍କିରି ଗାଁର ୨ ଜଣଙ୍କର ମୃତ୍ୟୁ ହୋଇଛି। ଦୁହେଁ ବାଇକ୍ରେ ଘରକୁ ଫେରିବାବେଳେ ଦୁର୍ଘଟଣା ହୋଇଥିଲା। ସେହିପରି ଅଞ୍ଜ ପାଖରେ ଟ୍ରଲର ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।
ବାଲେଶ୍ୱର: ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ। ବାଲିଆପାଳ ପଞ୍ଚୁପାଲି ହାଇସ୍କୁଲର ପ୍ରଧାନଶିକ୍ଷକ ମନୋରଞ୍ଜନ ବାରିକ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ୬ଟି ସ୍ଥାନରେ ଚଢ଼ାଉ କରାଯାଉଛି। ମନୋରଞ୍ଜନଙ୍କ ବାସଭବନ ସହ ଶେରଗଡ଼ ସ୍ଥିତ ଶ୍ୱଶୁର ଘର, ବାଲିଆପାଳର ପଞ୍ଚୁପାଲି, ଅଙ୍ଗାରଗଢ଼ିଆ, ମଣ୍ଡଗାଁରେ ଚଢ଼ାଉ ଚାଲିଛି। ବାଲେଶ୍ୱର ଭିଜିଲାନ୍ସର ୧୬ଜଣିଆ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି।
ବ୍ରହ୍ମପୁର : ବ୍ରହ୍ମପୁର ଓ ଗୋଳନ୍ଥରା ମଧ୍ୟରେ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ହୋଇଛି। ଖୋର୍ଦ୍ଧା ରୋଡ଼ରୁ ବିଶାଖାପାଟଣା ଯାଉଥିବା ମାଲବାହୀ ଟ୍ରେନର ୨ଟି ବଗି ଲାଇନଚ୍ୟୁତ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଘଟଣାସ୍ଥଳରେ ରେଳବାଇ କର୍ମଚାରୀ ପହଞ୍ଚି ବଗିଗୁଡ଼ିକୁ ଟ୍ରାକ୍କୁ ଅାଣିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ଲାଇନଚ୍ୟୁତ ଯୋଗୁଁ ଅପ୍ ଲାଇନ୍ରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ପାଖ ଷ୍ଟେସନରେ ଅଟକି ରହିଥିବା ଅନ୍ୟ ଟ୍ରେନଗୁଡ଼ିକୁ ଡାଉନ ଲାଇନରେ ଚଲାଇବାକୁ ପଦକ୍ଷେପ ନିଅାଯାଇଛି। […]
ଭୁବନେଶ୍ୱର : ଅାଜି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ବିଜୟ ସ୍ୱରୂପ ଅନୁଷ୍ଠିତ ହେବ ରାବଣ ପୋଡ଼ି ଉତ୍ସବ। ଏଥିପାଇଁ କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେଷ ପ୍ରସ୍ତୁତି ଓ ଅାୟୋଜନ କରାଯାଇଛି । ଅାଜି ଭୁବନେଶ୍ୱର ଓ ଏହାର ଉପକଣ୍ଠରେ ୫ଟି ସ୍ଥାନରେ ରାବଣ ପୋଡି ହେଉଛି। ଏଥିପାଇଁ କ୍ଷେତ୍ର ସ୍ତରକୁ ଯାଇ ପୁଲିସ ଗାଇଡ୍ ଲାଇନର ପୁନଃ ଯାଞ୍ଚ କରିବ ବୋଲି ଡିସିପି ସୂଚନା ଦେଇଛନ୍ତି। ରାବଣ ପୋଡି […]
ଭୁବନେଶ୍ୱର : ତିତ୍ଲି ବାତ୍ୟା ଛଡ଼ାଇନେଲା ଅଲିଅଳି ଝିଅକୁ। ପାଣିସୁଅରେ ଭାସିଯିବାର ୬ ଦିନ ପରେ ଝିଅର ଶବକୁ ଗଳିତ ଅବସ୍ଥାରେ ଉଦ୍ଧାର କଲା ବାପ। ହେଲେ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ନେବାକୁ ବ୍ୟବସ୍ଥା ହୋଇପାରିଲାନି। ବାଧ୍ୟ ହୋଇ ଝିଅର ଶବକୁ କାନ୍ଧରେ ୮ କିଲୋମିଟର ଯାଏ ବୋହିବା ପରେ ଅଟୋ ଯୋଗାଡ଼ କଲା ପୁଲିସ୍। ଦୁଇ ବର୍ଷ ତଳର ଦାନ ମାଝୀର ପରିବର୍ତ୍ତିତ ସଂସ୍କରଣ ଭାବେ ଏମିତି ଲଜ୍ଜାଜନକ ଦୃଶ୍ୟ ଦେଖିବାକୁ ମିଳିଛି ବାତ୍ୟା ବିଧ୍ୱସ୍ତ […]
ଭୁବନେଶ୍ୱର: ମଣିପୁର ରାଜ୍ୟପାଳ ନଜ୍ମା ହେପ୍ତୁଲ୍ଲା ଓଡ଼ିଶା ଗସ୍ତରେ ଆସିଛନ୍ତି । ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ଚିଲିକାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ସେ ଚିଲିକା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ସେ ଭୁବନେଶ୍ୱର ବିମାନବନ୍ଦରରେ ନିଜ ଝିଅଙ୍କ ସହିତ ଆସି ପହଞ୍ଚିଛନ୍ତି।
ଭୁବନେଶ୍ୱର : ଶାରଦୀୟ ଦୁର୍ଗାପୂଜାର ଅନନ୍ୟ ପରମ୍ପରା। ଦେବୀ ଦୁର୍ଗା ବେଶରେ ପୂଜା ପାଉଛନ୍ତି କୁମାରୀ। ମାଅାଙ୍କ ମୃଣ୍ମୟୀ ମୂର୍ତ୍ତି ଅାଗରେ ହିଁ ନିଷ୍ଠା, ଭକ୍ତି ଓ ରୀତିନୀତିରେ ଚାଲିଛି ପୂଜାର୍ଚ୍ଚନା। ପବିତ୍ର ମହାନବମୀ ତିଥିରେ ପୁରୀ, ସମ୍ବଲପୁର ଓ ରାଜଧାନୀର କିଛି ପୂଜା ମଣ୍ଡପରେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ। ପୁରୀର ଦୁର୍ଗାବାଡ଼ିରେ ବହୁ ସଂଖ୍ୟାରେ ବଙ୍ଗୀୟ ପରିବାର ଏକାଠି ହୋଇ ମହାଅାଡମ୍ଭରରେ ମା’ଙ୍କ ପୂଜା ଅାରାଧନା କରିଥିଲେ।ସେହିଭଳି ସମ୍ବଲପୁର ଗୋବିନ୍ଦତୋଳା ଓ ରାଜଧାନୀ ଉପକଣ୍ଠ […]
ଭୁବନେଶ୍ୱର: ସରକାରୀ କର୍ମଚାରୀ ହୁଅନ୍ତୁ କି ମଧ୍ୟସ୍ତି କିମ୍ବା ଟାଉଟର ତିତ୍ଲି କ୍ଷତିଗ୍ରସ୍ତଙ୍କ ଲାଗି ସରକାର ଘୋଷଣା କରିଥିବା ସହାୟତା ଦେବା ଲାଗି କେହି ଯଦି ଲାଞ୍ଚ ମାଗନ୍ତି, ତେବେ ସେମାନଙ୍କୁ ଜୋତାରେ ପିଟ। ଗଞ୍ଜାମ ଜିଲ୍ଲା ଅାସ୍କାରେ ଅାଜି ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ପ୍ରଦାନ ବେଳେ ଏହା କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ସେ ଅାହୁରି ମଧ୍ୟ କହିଛନ୍ତି ,ସମସ୍ତ କ୍ଷତିଗ୍ରସ୍ତଙ୍କ ଲାଗି ମୁଣ୍ଡପିଛା କ୍ଷତିପୂରଣ ରାଶି ନିର୍ଦ୍ଧାରଣ ହୋଇଛି। କ୍ଷତି ପୂରଣ ରାଶି […]
ବାରଙ୍ଗ : ପଦାରେ ପଡ଼ିଲା ବିଜେଡିର ଦଳୀୟ କନ୍ଦଳ। ଭୁବନେଶ୍ୱର-ଉତ୍ତର ନିର୍ବାଚନ ମଣ୍ଡଳୀର ବାରଙ୍ଗ ଠାରେ ପାଞ୍ଚ ପଞ୍ଚାୟତ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା କରାଯାଇଛି । ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ବିରୋଧରେ ପିସି କାରବାର ଓ ପାନୀୟ ଜଳ ମେଗା ପ୍ରକଳ୍ପ କରାଇ ନ ଦେବା ଅଭିଯୋଗ ପ୍ରତିବାଦରେ ଏହି ଶୋଭାଯାତ୍ରା କରାଯାଇଛି । ଏଥିରେ ୨ ଶହରୁ ଅଧିକ ମହିଳା ଓ ବିଜେଡି କର୍ମୀ ସାମିଲ ହୋଇ ବାରଙ୍ଗ କଲେଜ ଛକରେ ବିଧାୟକଙ୍କ କୁଶ […]