• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

kalia
ଚିତ୍ରକୋଣ୍ଡାର ୧୮ଟି ପଞ୍ଚାୟତରେ କାଳିଆ ଯୋଜନା ଆରମ୍ଭ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରାକୋଣ୍ଡା ପଂଚାୟତ ସମିତିର ୧୮ଟି ପଂଚାୟତରେ ଆରମ୍ଭ ହୋଇଛି କାଳିଆ ଯୋଜନା। ଚଳିତମାସ ୨ ତାରିଖରୁ ଏହି ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରତ୍ୟେକ ପଂଚାୟତ କାର୍ଯ୍ୟାଳୟରେ ଆବେଦନ ପତ୍ର ସଂଗ୍ରହ କରି କୃଷକମାନେ ଆବେଦନ କରିଛନ୍ତି। ରାଜ୍ୟସରକାରଙ୍କ କାଳିଆ ଯୋଜନାରେ କୃଷକମାନେ ଅନ୍ତର୍ଭୁକ୍ତ ହେବା ସହ ବିନା ସୁଧରେ ଚାଷ ପାଇଁ ଋଣ ବି ମିଳିବ। ଏଥିସହ ବଡ଼ପଡାରେ ଆଜିପର୍ଯ୍ୟନ୍ତ ୨୨୫ଟି ଚାଷୀ ଚିହ୍ନଟ ହୋଇଥିବା କହିଛନ୍ତି ଭିଏଡବ୍ଲୁ ଲିଙ୍ଗରାଜ ଭୂମିଆ।

  • Friday, 16 July 2021
bjd-congress
ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ବିବାଦ

 ବଲାଙ୍ଗିର  : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ନେଇ ମୁହାଁମୁହିଁ ବିଜେଡି ଓ କଂଗ୍ରେସ। ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍ ଶିବତଲା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀଙ୍କ ସହ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର, ସାଂସଦ କଳିକେଶ ନାରାୟଣ ସିଂଦେଓ, ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂଦେଓ ପ୍ରମୁଖ ଯୋଗ ଦେଇଥିଲେ। ଏହାସହିତ ବିଜେଡି ଓ କଂଗ୍ରେସ ସମର୍ଥକମାନେ ବି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। […]

  • Friday, 16 July 2021
timi
ଭିତରକନିକା ଜାତୀୟ ଉଦ୍ୟାନରେ ଭାସୁଛି ମଲା ତିମି

 କେନ୍ଦ୍ରାପଡ଼ା : ଭିତରକନିକା ଜାତୀୟ ଉଦ୍ୟାନ ଅହିରାଜପୁର ଜଙ୍ଗଲ ନିକଟରେ ଭାସୁଛି ଏକ ବିରାଟକାୟ ମଲା ତିମି। ଏହାର ଲମ୍ବ ପାଖାପାଖି ୩୦ ଫୁଟ୍ ବୋଲି ଅନୁମାନ କରିଛି ବନବିଭାଗ। ତେବେ ଏତେ ବଡ଼ ତିମି କିପରି ମଲା, ସେନେଇ କୌଣସି କାରଣ ସ୍ପଷ୍ଟ ହୋଇପାରିନି। ଖବର ପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି।

  • Friday, 16 July 2021
surya
କ୍ୱିଣ୍ଟାଲ୍ ପିଛା ଧାନ ୧୭୫୦ ଟଙ୍କାରେ ମଣ୍ଡିରେ ବିକୁଛନ୍ତି ଚାଷୀ : ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର :  ରାଜ୍ୟର ଚାଷୀ ମଣ୍ଡିରେ ଧାନ କ୍ୱିଣ୍ଟାଲ୍ ପିଛା ୧୭୫୦ ଟଙ୍କାରେ ବିକ୍ରି କରୁଛନ୍ତି। ଏହାର ଗୋଟିଏ ଟଙ୍କା ବି କମ୍ ମୂଲ୍ୟରେ ଚାଷୀ ବିକ୍ରି କରୁନାହାନ୍ତି। ଯଦି ଏଥିରୁ କମ୍ ମୂଲ୍ୟରେ ଧାନ ବିକ୍ରି ହେଉଥିବ, ସେ ରାଜନୀତିରୁ ବିଦାୟ ନେବେ। ଆଜି ସାମ୍ବାଦିକ ସମ୍ମିଳନୀରେ ଏପରି କିଛି କହିଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ବିଜେପି ଓ ଅନ୍ୟ ବିରୋଧୀ ଦଳମାନେ ଲଗାଉଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଚଳିତ ବର୍ଷ […]

  • Friday, 16 July 2021
modi
ଆସନ୍ତା ୧୫ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଲାଙ୍ଗୀର ଗସ୍ତର କାର୍ଯ୍ୟକ୍ରମ

ଭୁବନେଶ୍ୱର : ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ନେଇ ସମ୍ଭାବ୍ୟ କାର୍ଯ୍ୟସୂଚୀ ଜାରି ହୋଇଛି। ପ୍ରଧାନମନ୍ତ୍ରୀ ସେହି ଦିନ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସକାଳ୯ଟା ୩୦ରେ ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିବେ। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ବଲାଙ୍ଗିର ଯିବେ ମୋଦି। ଦିନ ୧୦ଟା ୪୦ରେ ବଲାଙ୍ଗିର ରେଲ୍‌ୱେ ଷ୍ଟେସନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଏହି ଠାରୁ ପ୍ରଧାନମନ୍ତ୍ରୀ ହେଲିକପ୍ଟର ଯୋଗେ ପଥରଚେପା ଯାଇ […]

  • Friday, 16 July 2021
accident
ନୂଆପଡ଼ା ଦର୍ଲିମୁଣ୍ଡା ଗାଁ ନିକଟରେ ସଡ଼କ ଦୁର୍ଘଟଣା

ନୂଆପଡ଼ା  : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଦର୍ଲିମୁଣ୍ଡା ଗାଁ ନିକଟରେ ସଡ଼କ ଦୁର୍ଘଟଣା। ଏକ ନିର୍ମାଣାଧିନ ପୋଲ ତଳକୁ ବାଇକ୍‌ ଖସି ପଡିବା ଫଳରେ ୩ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ୨ଜଣଙ୍କ ପରିଚୟ ମିଳିଥିବାବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ। ମୃତକ ନିକଟସ୍ଥ ଖଲିଆପାଣି ଗାଁର ଚୈନ୍ ସିଂ ମାଝୀ ଓ ପୁନିତରାମ ମାଝୀ। ଗତକାଲି ରାତିରେ ଏମାନେ ଧନୁଯାତ୍ରା ଦେଖି ଘରକୁ ଫେରୁଥିଲେ। ତେବେ ରାସ୍ତାରେ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲେ। ଆଜି […]

  • Friday, 16 July 2021
naveen
ସ୍ପଷ୍ଟ କଲେ ମୁଖ୍ୟମନ୍ତ୍ରୀ : ବିଜେଡି ମହାମେଣ୍ଟରେ ଯୋଗ ଦେବ ନାହିଁ

ଭୁବନେଶ୍ୱର : ଜାତୀୟସ୍ତରରେ କୌଣସି ପ୍ରକାର ମହାମେଣ୍ଟରେ ବିଜେଡିର ଯୋଗଦାନ ସମ୍ଭାବନାକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସେ ପୁଣି ଥରେ ସ୍ପଷ୍ଟ କରିଛନ୍ତି, ବିଜେଡି ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ୱ ବଜାୟ ରଖିବ। କୌଣସି ମେଣ୍ଟରେ ଯୋଗ ଦେବ ନାହିଁ। ଏହା ସହିତ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି, ଏବେ ମନ୍ତ୍ରିମଣ୍ଡଳରେ କୌଣସି ପ୍ରକାର ଅଦଳ ବଦଳ ହେବାର ନାହିଁ। ଏ ନେଇ ଆଗରୁ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା ଯେ, […]

  • Friday, 16 July 2021
attack on player house
ମହିଳା କ୍ରିକେଟରଙ୍କ ଘର ଉପରେ ଆକ୍ରମଣ

ବଲାଙ୍ଗିର : ବଲାଙ୍ଗିରରେ ମହିଳା କ୍ରିକେଟର ସରିତା ମେହେରଙ୍କ ଘର ଉପରେ ଆକ୍ରମଣ। ଏହି ଆକ୍ରମଣ ଘଟଣାରେ ପୁଲିସ ୧୦ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୮ଜଣ ମହିଳା ଅଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତ ୫ ତାରିଖରେ ସରିତାଙ୍କ ଘର ଉପରେ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ ଦୁର୍ବୃତ୍ତ। ଆକ୍ରମଣରେ ସରିତାଙ୍କ ବାପା, ଭାଇ ଓ ସାଙ୍ଗ ଆହତ ହୋଇଥିଲେ। ସରିତା ଓଡ଼ିଶା ମହିଳା କ୍ରିକେଟ ଦଳର ଜଣେ […]

  • Friday, 16 July 2021
deer
ପୁରୀ ଇଣ୍ଡୋର ଷ୍ଟାଡିୟମ୍‌ ପରିସରରୁ ଏକ ଚିତ୍ରା ହରିଣର ମୃତଦେହ ଉଦ୍ଧାର

ପୁରୀ  : ପୁରୀ ଇଣ୍ଡୋର ଷ୍ଟାଡିୟମ୍‌ ପରିସରରୁ ଏକ ଚିତ୍ରା ହରିଣର ମୃତଦେହ ଉଦ୍ଧାର ହୋଇଛି। ହରିଣଟିକୁ କେହି ଆକ୍ରମଣ କରି ମାରି ଦେଇଥିବା ସନ୍ଦେହ କରାଯାଉଛି। ତା’ର ପେଟ ଓ ଲାଞ୍ଜ ନିକଟରେ ଗଭୀର କ୍ଷତ ସୃଷ୍ଟି ହେବା ସହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡିରହିଛି। ତେବେ କିପରି ଚିତ୍ରା ହରିଣର ମୃତ୍ୟୁ ହେଲା, ତାହା ଅସ୍ପଷ୍ଟ ରହିଛି। ଲୋକେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ହରିଣଟି ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର […]

  • Friday, 16 July 2021
cm
ଅର୍ଥ କମିଶନଙ୍କ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଦାବି ଉପସ୍ଥାପନ

ଭୁବନେଶ୍ୱର : ପଞ୍ଚଦଶ ଅର୍ଥ କମିଶନଙ୍କ ନିକଟରେ  ରାଜ୍ୟ ପାଇଁ ସ୍ୱତନ୍ତ୍ର ପାହ୍ୟା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଟ୍ୟାକ୍ସ ଡିଭୋଲ୍ୟୁସନକୁ ୪୨ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି। ଏହା ସହିତ ଆହୁରି ୧୦ ବର୍ଷ ରାଜ୍ୟ ସହିଥିବା ଜିଏସ୍‌ଟି କ୍ଷତିର ଭରଣା କରିବା ଓ କୋଇଲା ଖଣି ଅ଼ଞ୍ଚଳରୁ ଗ୍ରୀନ୍ ଏନର୍ଜି ସେସ୍ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ୧୫ […]

  • Friday, 16 July 2021
fire
ଶ୍ରମିକ ନେତାଙ୍କ ଘର ଜାଳିଦେଲେ ଦୁର୍ବୃତ୍ତ

ରାଉରକେଲା : ରାଉରକେଲା ଝିରିପାଣି ଅଂଚଳରେ ରହୁଥିବା ମୂଳ ଆଦିବାସୀ ବଞ୍ଚାଅ ମଞ୍ଚର ନେତା ତଥା ଶ୍ରମିକ ନେତା ଚକ୍ରଧର ମହନ୍ତଙ୍କ ଘରେ ଅଗ୍ନିକାଣ୍ଡ। ଗତକାଲି ରାତିରେ ଶୋଇଥିବାବେଳେ, କେହି ଦୁର୍ବୃତ୍ତ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ପରେ ଆଖପାଖ ଲୋକ ନିଆଁକୁ ଆୟତ କରିବା ସହ ସେମାନଙ୍କୁ ଘରୁ ଉଦ୍ଧାର କରିଥିଲେ। ଅଗ୍ନିକାଣ୍ଡରେ ଚକ୍ରଧରଙ୍କ ଘରର କିଛି ଅଂଶ ପୋଡିଯାଇଥିବାବେଳେ ୪ଟି ଗାଡ଼ି ସଂପୂର୍ଣ୍ଣ ପୋଡି ଯାଇଛି। ଏନେଇ ଝିରିପାଣି ଥାନାରେ […]

  • Friday, 16 July 2021
glory fest
ପୁରୀ ବେଳାଭୂମିରେ ଅନୁଷ୍ଠିତ ଗ୍ଲୋରି ଫେଷ୍ଟ

ପୁରୀ  : ପୁରୀ ବେଳାଭୂମିରେ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଛି ଗ୍ଲୋରି ଫେଷ୍ଟ। ଚତୁର୍ଥ ସଂଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଚତୁର୍ଥ ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ରାମ୍ପ ସୋ’। ଆୟୋଜିତ ଉତ୍ସବରେ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିବା କଳାକାରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଭିନ୍ନ ରାଜ୍ୟରୁ ଅନେକ ପ୍ରତିଯୋଗୀ ଏହି ଉତ୍ସବରେ ଅଂଶଗ୍ରହଣ କରିଛନ୍ତି । କଣ୍ଠଶିଳ୍ପୀ ତିଲକ ଚକ୍ରବର୍ତ୍ତୀଙ୍କ ସଂଗୀତରେ ଝୁମିଥିଲେ ଛାତ୍ରଛାତ୍ରୀ। ଆଜି ଉତ୍ସବର ଉଦଯାପନୀ ସଂଧ୍ୟା ହୋଇଥିବାବେଳେ ରଂଗାରଂଗ କାର୍ଯ୍ୟକ୍ରମର ଆୟୋଜନ […]

  • Friday, 16 July 2021
raj
ରାଜଭବନରେ ଫୁଲ ବଗିଚା, ଫାଉଣ୍ଟେନର ମଜା ଉଠାଉଛନ୍ତି ଦର୍ଶକ

ଭୁବନେଶ୍ୱର : ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଭୁବନେଶ୍ୱର ରାଜଭବନ ପାର୍କ ସର୍ବସାଧାରଣଙ୍କ ପାଇଁ ଖୋଲା ରହିଛି। ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିବା ରାଜଭବନ ପାର୍କକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଆସି ମଜା ଉଠାଉଛନ୍ତି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିଥିବା ରାଜ ଭବନକୁ ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ଏବଂ ବିଭିନ୍ନ ବୟସ ଓ ବର୍ଗର ଲୋକେ ଆସି ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ବୁଲି ଦେଖୁଛନ୍ତି। ରାଜ […]

  • Friday, 16 July 2021
sri mandir
ଶ୍ରୀମନ୍ଦିର ସଂସ୍କାରକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାର ସମ୍ଭାବନା

ପୁରୀ : ଶ୍ରୀମନ୍ଦିର ସଂସ୍କାରକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାର ସମ୍ଭାବନା ଅଛି। ଆବେଦନକାରୀ ମୃଣାଳିନୀ ପାଢୀଙ୍କ ପକ୍ଷରୁ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇପାରେ। ଜଷ୍ଟିସ୍ ଏ.କେ. ସିକ୍ରି, ଜଷ୍ଟିସ୍ ଏମ୍.ଏ. ଶାହ ଓ ଜଷ୍ଟିସ୍ ଅବ୍‌ଦୁଲ୍‌ ନଜିରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଅନ୍ୟପଟେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ମାମଲା ପାଇଁ ନିଯୁକ୍ତ ଆମିକସ୍‌କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍ ଅବ୍ୟାହତି ନେବା ପରେ ଆଜି ଏହି […]

  • Friday, 16 July 2021
delivery
ଜନନୀ ଯନ୍ତ୍ରଣା ,ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଜନନୀ ଯନ୍ତ୍ରଣା। ରାସ୍ତା ନଥିବା ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ। ଫଳରେ ଦୀର୍ଘ ୧୨ ଘଣ୍ଟା ଗର୍ଭ ଯନ୍ତ୍ରଣାରେ ଛଟପଟ ହେବା ପରେ ଖଟିଆରେ ବୁହା ହେଲେ ଗର୍ଭବତୀ। ମିଳିଥିବା ସୂଚନା ଅନୁସାରେ, ଡାକ୍ତରଖାନା ନେବା ବାଟରେ ଆମ୍ବୁଲାନ୍ସ ଭିତରେ ଏକ ପୁତ୍ର ସନ୍ତାନ ପ୍ରସବ କରିଛନ୍ତି ସେହି ମହିଳା। କେନ୍ଦୁଝର ଜିଲ୍ଲାର ଦୁର୍ଗମ ଅଞ୍ଚଳ ବାଂଶପାଳ ବ୍ଲକ୍‌ର ଛଡାଡିହି ଗାଁରେ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ମାଆ […]

  • Friday, 16 July 2021
train strike
ବିଭିନ୍ନ ସ୍ଥାନରେ ଗାଡ଼ି ଚଳାଚଳ ବନ୍ଦ; ରେଳ ରୋକ୍‌ ଯୋଗୁଁ ଯାତ୍ରୀ ହଇରାଣ

ଭୁବନେଶ୍ୱର : ଭାରତ ବନ୍ଦର ଆଜି ଦ୍ୱିତୀୟ ଦିନ। ଦେଶର ୧୦ଟି ପ୍ରମୁଖ ଶ୍ରମିକ ସଂଗଠନର ଡାକରାରେ ଚାଲିଛି ବନ୍ଦ ପାଳନ। କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୋଧରେ ସେମାନେ ଏହି ଆନ୍ଦୋଳନ କରୁଛନ୍ତି। ଭୁବନେଶ୍ୱରରେ ବନ୍ଦର ସେତେଟା ପ୍ରଭାବ ପଡ଼ି ନାହିଁ। ସକାଳୁ ଗାଡ଼ି ଚଳାଚଳ ଏକ ପ୍ରକାର ସ୍ୱାଭାବିକ ରହିଛି। ଦୋକାନ ବଜାର ବି ଖୋଲା ଅଛି। ତେବେ ମାଷ୍ଟର କ୍ୟାଣ୍ଟିନରେ ଆନ୍ଦୋଳନକାରୀ ପିକେଟିଂ କରି ଗରିବ ରଥ ଅଟକାଇଛନ୍ତି। ତେବେ କଟକରେ ବସ୍ […]

  • Friday, 16 July 2021
a
ଧନୁଯାତ୍ରା ଲାଗି ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ବରଗଡ଼ : ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା।  ୧୧ ଦିନ ଧରି ଏହି ଅନୁଷ୍ଠିତ ହେବାକୁ ଥିବା ଏହି ଧନୁଯାତ୍ରା ଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି। ସହରର ହାଟପଦା ପଡିଆ ଠାରେ ମହାରାଜ କଂସଙ୍କ ପାଇଁ ରାଜଦରବାର ପ୍ରସ୍ତୁତି ଚାଲିଛି। ୧୨୦ଫୁଟ ଲମ୍ବ ଓ ୭୦ ଫୁଟ ଓସାର ବିଶିଷ୍ଟ ଏହି ରାଜ ଦରବାର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ଲୋକଙ୍କ ମନୋରଂଜନ ପାଇଁ ନିଶାମଣି ସ୍କୁଲ ପଡିଆରେ […]

  • Friday, 16 July 2021
tourist
ଭାରତ ବନ୍ଦରେ ପର୍ଯ୍ୟଟକ ହନ୍ତସନ୍ତ

ବାଲେଶ୍ୱର : ଭାରତ ବନ୍ଦରେ ପର୍ଯ୍ୟଟକ ହନ୍ତସନ୍ତ। ବାଲେଶ୍ୱର ନୀଳଗିରି ଅଞ୍ଚଳକୁ ଆସୁଥିବା ପର୍ଯ୍ୟଟକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସ୍ଥାନୀୟ ଜଗନ୍ନାଥ ମନ୍ଦିର ଓ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବା ବେଳେ ଅନେକ ଅଟକି ରହିଛନ୍ତି। ଅଧିକାଂଶ ପର୍ଯ୍ୟଟକ ହୋଟେଲ ଗୁଡିକରେ ଅଟକି ରହିଛନ୍ତି। ପଞ୍ଚଲିଙ୍ଗେଶ୍ୱର ପିକ୍‌ନିକ୍ ସ୍ଥଳ ହୋଇଥିବାରୁ ବନ୍ଦ ଯୋଗୁଁ ଲୋକମାନେ ବାହାରକୁ ମଧ୍ୟ ବାହାରି ପାରୁନାହାନ୍ତି। ଦୋକାନ ବଜାର ବନ୍ଦ ରହିଥିବା ଯୋଗୁ […]

  • Friday, 16 July 2021
sree mandir
ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି

ପୁରୀ: ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ଅନୁଷ୍ଠିତ ହେବ ବନକଲାଗି ନୀତି।  ପରମ୍ପରା ବିଧି ମୁତାବକ ଆଜି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଦତ୍ତ ମହାପାତ୍ର ସେବକ ଏହି ଗୁପ୍ତସେବା କରିବେ। ଏହି ସେବାନୀତି ସମୟରେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦର୍ଶନ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ଏହି ସମୟରେ ଶ୍ରଦ୍ଧାଳୁ ଅନ୍ୟ ଦେବାଦେବୀଙ୍କୁ ଦର୍ଶନ କରିପାରିବେ।

  • Friday, 16 July 2021
lock in medical
ଡାକ୍ତର ନିଯୁକ୍ତି ଦାବିରେ ମେଡିକାଲରେ ତାଲା

କଟକ : ମେଡିକାଲରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ତାତିଲେ ଲୋକେ। ପ୍ରତିବାଦ କରି ମେଡିକାଲରେ ତାଲା ପକାଇଛନ୍ତି ସ୍ଥାଧାରଣ ଜନତା। ତାଲା ପକାଇବା ସହ ମେଡିକାଲ ବାହାରେ ଆନ୍ଦୋଳନରେ ବସିଛନ୍ତି। କଟକ ଜିଲ୍ଲା ନରସିଂହପୁର ବ୍ଲକ୍‌ ଅନ୍ତର୍ଗତ ଯୋଡୁମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୃଷ୍ଟି ହୋଇଛି ଏହିଭଳି ପରିସ୍ଥିତି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ ଜଣ ଡାକ୍ତରଙ୍କ ଆବଶ୍ୟକ ରହୁଥିବାବେଳେ ଷ୍ଟାଫ୍‌ ନର୍ସ ଏବଂ ଫାର୍ମାସିଷ୍ଟଙ୍କୁ ନେଇ ଚାଲୁଛି। ଏହି ଡାକ୍ତରଖାନା ଡାକ୍ତର ନିଯୁକ୍ତି ନେଇ […]

  • Friday, 16 July 2021
death-2
ମୃତ୍ୟୁ ଏମିତି ବି ଆସେ ; ପମ୍ପ ଦେବାବେଳେ ଫାଟିଲା ଟ୍ରାକ୍ଟର ଟାୟାର

ସୁନ୍ଦରଗଡ଼  : ସୁନ୍ଦରଗଡ଼ ତଳସରା ଥାନା ରାଶିପତରାରେ ଅଘଟଣ। ଟ୍ରାକ୍ଟର ଟାୟାର ଫାଟି ଗାଡ଼ିର ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇ ସୁନ୍ଦରଗଡ଼ ମେଡିକାଲରେ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଟ୍ରାକ୍ଟର ଟାୟାର ଉପରେ ଠିଆ ହୋଇ ପମ୍ପ ଦେଉଥିବାବେଳେ ଟାୟାରଟି ଫାଟି ଯାଇଥିଲା। ଏତିକିବେଳେ ଟାୟାର ଉପରେ ଠିଆ ହୋଇଥିବା ଗାଡ଼ିର ଡ୍ରାଇଭର ଜଣକ ଉପରକୁ ଉଡି ଯାଇ ଏକ ବିଦ୍ୟୁତ୍‌ ତାରରେ ଲାଗି ତାଙ୍କର ମୃତ୍ୟୁ […]

  • Friday, 16 July 2021
strike
ଟ୍ରେଡ୍ ୟୁନିୟନର ଭାରତ ବନ୍ଦ ଡାକରାର ଆଜି ଦ୍ୱିତୀୟ ଦିନ

ଭୁବନେଶ୍ୱର : ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ଜାରି ରହିଥିବା ଆନ୍ଦୋଳନର ଆଜି ଦ୍ୱିତୀୟ ଦିନ। କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୋଧରେ ଦେଶବ୍ୟାପୀ ୧୦ରୁ ଅଧିକ ଟ୍ରେଡ ୟୁନିୟନ ଗତକାଲି ଠାରୁ ଦୁଇ ଦିନିଆ ଧର୍ମଘଟ କରୁଛନ୍ତି। କାଲି ପ୍ରଥମ ଦିନରେ ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ସହ ଦୋକାନବଜାର ବନ୍ଦ ରହିଥିଲା। ଆଜି ସକାଳୁ ସକାଳୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ପଡିଛି। ପ୍ରାୟ ୨୦କୋଟି ଶ୍ରମିକ ଧର୍ମଘଟରେ ପ୍ରତ୍ୟକ୍ଷ ଓ ପରୋକ୍ଷ […]

  • Friday, 16 July 2021
modi
୧୯ ନିର୍ବାଚନ ପାଇଁ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ମୋଦିଙ୍କ ମାଷ୍ଟ୍ରରଷ୍ଟ୍ରୋକ୍। ସାଧାରଣ ବର୍ଗର ଆର୍ଥିକ ପଛୁଆ ଶ୍ରେଣୀ ଲାଗି ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବା ବେଳେ ଏଥିଲାଗି ଆଜି ଲୋକସଭାରେ ସମ୍ବିଧାନ ସଂଶୋଧନ ବିଲ୍ ବି ଆଗତ ହୋଇଛି। ସାଧାରଣ ବର୍ଗର ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଲାଗି ସୋମବାର କ୍ୟାବିନେଟ୍ ନିଷ୍ପତ୍ତି। ୨୪ ଘଣ୍ଟା ମଧ୍ୟରେ ଲୋକସଭାରେ ଆଗତ ହେଲା ୧୨୪ତମ ସମ୍ବିଧାନ ସଂଶୋଧନ ବିଲ୍। ଅଧିକାଂଶ ଦଳ ବିଲ୍‌କୁ ସମର୍ଥନ କରୁଥିବାରୁ ଗୃହରେ ସୁରୁଖୁରୁରେ […]

  • Friday, 16 July 2021
rahul
ଆସନ୍ତା ୨୫ରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି

ଭୁବନେଶ୍ୱର : ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ସେହି ଦିନ ସକାଳ ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଅପରାହ୍ନରେ କଟକ ବାଲିଯାତ୍ରା ପଡ଼ିଆ ସାଧାରଣ ସଭାରେ ଯୋଗଦେବେ ରାହୁଲ। ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ସାଧାରଣ ସଭା ଅନୁଷ୍ଠିତ ହେବ। ଏହାସହ କଟକରେ ଏକ କର୍ମୀ ସମ୍ମିଳନୀରେ ବି ରାହୁଲ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। କଟକରୁ ଭୁବନେଶ୍ୱର ଫେରିବା […]

  • Friday, 16 July 2021
school closed
ଆସନ୍ତାକାଲି ଅଧିକାଂଶ ଜିଲ୍ଲାରେ ସ୍କୁଲ୍‌ ଛୁଟି

ଭୁବନେଶ୍ୱର : ଆସନ୍ତାକାଲି ଅଧିକାଂଶ ଜିଲ୍ଲାରେ ସ୍କୁଲ୍‌ ଛୁଟି ଘୋଷଣା କଲେ ଜିଲ୍ଲାପାଳ। ବାଲେଶ୍ୱର, ପୁରୀ,ଖୋର୍ଦ୍ଧା,ଜଗତସିଂହପୁର, ସମ୍ବଲପୁର, ଯାଜପୁର ,କନ୍ଧମାଳ, ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କଟକ, କେନ୍ଦ୍ରାପଡ଼ା, ବଲାଙ୍ଗିର,ମୟୂରଭଞ୍ଜ, କୋରାପୁଟ , ଅନୁଗୁଳ, ନବରଙ୍ଗପୁର,ଢେଙ୍କାନାଳ , ରାୟଗଡ଼ା,ଗଜପତି, ମାଲକାନଗିରି ଓ ବରଗଡ଼ ଆଦି ଜିଲ୍ଲାରେ କାଲି ସ୍କୁଲ ଛୁଟି ରହିବ। ବିଭିନ୍ନ ଟ୍ରେଡ୍ ୟୁନିୟନ ପକ୍ଷରୁ ଜାରି ରହିଥିବା ବନ୍ଦ ଡାକରାକୁ ନେଇ ଏହି ଛୁଟି ଘୋଷଣା ହୋଇଛି। ଆସନ୍ତାକାଲି ଦ୍ୱିତୀୟ ଦିନ। ତେଣୁ ଆସନ୍ତାକାଲି ରାଜ୍ୟର […]

  • Friday, 16 July 2021