Advertisment

Govt Property Under Thief Eyes: ରାତି ଅଧରେ କାଟୁଥିଲେ ୧୧ କେଭି, ଟେକି ନେଉଥିଲେ ଟ୍ରାନ୍ସଫରମର୍

ଚୋର ତ ଚୋର ଆପଣ ଏମାନଙ୍କୁ ସାହାସୀ ଚୋର କହିପାରିବେ । କାରଣ ଏମାନେ ଏମିତି ସେମିତି ନୁହେଁ ବରଂ ବଡ଼ ବିଦ୍ୟୁତ ସମ୍ପର୍ଣ୍ଣ ୧୧ କେଭି ତାର ଓ ଟ୍ରାନ୍ସଫରମରକୁ କରୁଥିଲେ ଟାର୍ଗେଟ୍।

author-image
Sujit kumar Swain
undefined

Govt Property Under Thiefs Eyes

ଚୋରଙ୍କ ନଜରରେ ସରକାରୀ ମାଲ୍ । ରାତି ଅଧରେ କାଟୁଥିଲେ ୧୧ କେଭି ତାର । ଚୋରି କରୁଥିଲେ ଟ୍ରାନ୍ସଫରମର କଏଲ ଓ ତେଲ । ଚୋର ତ ଚୋର ଆପଣ ଏମାନଙ୍କୁ ସାହାସୀ ଚୋର କହିପାରିବେ । କାରଣ ଏମାନେ ଏମିତି ସେମିତି ନୁହେଁ ବରଂ ବଡ଼ ବିଦ୍ୟୁତ ସମ୍ପର୍ଣ୍ଣ ୧୧ କେଭି ତାର ଓ ଟ୍ରାନ୍ସଫରମରକୁ କରୁଥିଲେ ଟାର୍ଗେଟ୍। ଆଉ ଚୋରାଇ ନେଉଥିଲେ ଦାମିକିଆ କପର ତାର ଓ ଟ୍ରାନସଫର୍ମର ଅଏଲ । ଆଉ ଆତଙ୍କ ସୃଷ୍ଟି କରୁଥିଲେ ବାରିପଦା ସହରରେ।

Advertisment

ଗଦାହୋଇ ପଡ଼ିଥିବା କପର, ଆଲୁମିନିୟମ ଏବଂ ସିଲଭର ତାରର ମୂଲ୍ୟ ଖୋଲା ବଜାରରେ ଅନେକ ଟଙ୍କା। ଫଳରେ ଏହାକୁ ଟାର୍ଗେଟ କରୁଥିଲେ ଲୁଟେରା ମାନେ। ୧୧ କେଭି ଭଳି ଉଚ୍ଚ ବିଦ୍ୟୁତ ସମ୍ପର୍ଣ୍ଣ ତାରକୁ ବି ଚୋରାଇବାକୁ ଏମାନେ ଭୟ କରୁ ନଥିଲେ । ଯାହା ବିଦ୍ୟୁତ ବିଭାଗରର ଚିନ୍ତା ବଢାଇ ଦେଇଥିଲା । ହେଲେ କୁହନ୍ତି ନା ଚୋର ଘର ଅନ୍ଧାର ନଥାଏ । ଆଉ ଶେଷରେ ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି ବାରିପଦା ସଦର ଥାନା ପୋଲିସ । ଏମାନଙ୍କ ଠାରୁ ୧.୭ କିମିର ତାର, ୫୦ କେଜି କପର, ଅନେକ ବିଦ୍ୟୁତ ସାମଗ୍ରୀ ସହ ଦୁଇଟି ଚୋରିରେ ବ୍ୟବହୃତ ଗାଡି ଜବତ ହୋଇଛି।

ଅଧିକ ପଢ଼ନ୍ତୁ : ରାଜଧାନୀରେ ହୁଗୁଳି ଗଲାଣି ପୋଲିସିଂ ବ୍ୟବସ୍ଥା; ବଢୁଛି ଅପରାଧ, ମିଳୁନି ଅପରାଧୀଙ୍କ ପତ୍ତା

Advertisment

ଏହି ଗ୍ୟାଙ୍ଗ ନିସ୍ତବ୍ଧ ରାତିରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ ବିଛିନ୍ନ କରି ଟ୍ରାନଫରମର ଏବଂ ତାରକୁ ଚୋରିକରି ପଶ୍ଚିମବଙ୍ଗ ଏବଂ ଝାରଖଣ୍ଡ ରାଜ୍ୟରେ ବିକ୍ରି କରୁଥିଲେ। କେବଳ ବାରିପଦାରେ ନୁହେଁ ଉଦଳା, ବେତନଟୀ ସମେତ ମୋରଡା, ବଡ଼ସାହି, ଆଦି ଅନେକ ଅଞ୍ଚଳରେ ଏମାନେ ମଚାଇ ଚାଲିଥିଲେ ଆତଙ୍କ । 

ଅନେକ ଦିନରୁ ଏହି ଗ୍ୟାଙ୍ଗକୁ ନଜରରେ ରଖିଥିଲା ଶେଷରେ ଏହାର ୪ ସଦସ୍ୟ ଓ ୨ ଗ୍ରାହକଙ୍କୁ ଧରିଛି ପୋଲିସ । ହେଲେ ଦୁଇ ଜଣ ଖସିଯିବାକୁ ସକ୍ଷମ ହୋଇଛନ୍ତି । 

ଅଧିକ ପଢ଼ନ୍ତୁ : ମୋତେ ବାହାହେଲୁନି, ତୋ ପ୍ରେମିକାକୁ ବିଷ ପିଆଇଦେଲି...

Special Story Thief Stolen
Advertisment
Advertisment