ଭୁବନେଶ୍ୱର : ବଢିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା। ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୬ ହଜାର ଟଙ୍କାରୁ ୭୫୦୦ଟଙ୍କାକୁ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ମୁତାବକ, ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୪ ହଜାର୧୨୫ ଟଙ୍କାରୁ ୫ ହଜାର ୩୭୫ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଅଙ୍ଗନବାଡ଼ି ହେଲପରଙ୍କ ଦରମା ୩ ହଜାରରୁ ୩୭୫୦ଟଙ୍କାକୁ ବୃଦ୍ଧି କରାଯାଇଛି। ଅଙ୍ଗନବାଡ଼ି କର୍ମୀଙ୍କ ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଙ୍ଗନବାଡ଼ି […]
ନୟାଗଡ଼ : ନୟାଗଡ଼ ଜିଲ୍ଲା କୁରାଳ ସମବାୟ ସମିତି ଜମାକାରୀଙ୍କ ଟଙ୍କା ହଡ଼ପ ଘଟଣାକୁ ନେଇ ଦିନକୁ ଦିନ ଉତ୍ତେଜନା ବଢ଼ିବାରେ ଲାଗିଛି। ଟଙ୍କା ଫେରାଇବା ଦାବିରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଓଡ଼ଗାଁ ଶାଖାରେ ଜମାକାରୀ ତାଲା ପକାଇବା ସହ ଧାରଣା ଦେଇଛନ୍ତି। ସମବାୟ ସମିତିର ସଂପାଦକ ଓ କର୍ମଚାରୀ ୩୨ ଶହ ଜମାକାରୀଙ୍କ ୯ କୋଟିରୁ ଅଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ସରକାରୀ ସଂସ୍ଥା ହୋଇଥିବାରୁ, ଲୋକେ ଟଙ୍କା ଜମା କରିଥିଲେ। ହେଲେ […]
ପାରାଦୀପ : ଗଭୀର ସମୁଦ୍ର ଭିତରରୁ ମିଳିଥିବା ବୋଟ୍ ଡ୍ରାଇଭରଙ୍କ ମୃତଦେହ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ଭାରତୀୟ ତଟରକ୍ଷୀ ବାହିନୀ। କୋଷ୍ଟଗାର୍ଡ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି, ଗତକାଲି ରାତି ପ୍ରାୟ ୯ଟା ୨୦ ବେଳେ ଗହିରମଥା ଉପକୂଳରେ ପାଟ୍ରୋଲିଂ ବେଳେ ଏକ ସନ୍ଦିଗ୍ଧ ଟ୍ରଲର୍ ଠାବ କରାଯାଇଥିଲା। ତଟରକ୍ଷୀ ବାହିନୀର ପାଟ୍ରୋଲିଂ ଜାହାଜ ଏହାକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା। ତେବେ ଟ୍ରଲର୍ଟି ନ ଅଟକି ଏହା ଦିଗ ବଦଳାଇ ପଳାଇବାକୁ […]
ମୟୁରଭଞ୍ଜ : ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ VLW ଅଟକ। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ବଡ଼ଖିଲାଡି ପଞ୍ଚାୟତ କାର୍ଯ୍ୟାଳୟରେ ଏହି ଘଟଣା ଘଟିଛି। ଆଜି ଖାଉଟି ସାମଗ୍ରୀ ଓ ଭତ୍ତା ବଣ୍ଟନ ବେଳେ VLW ବିଦ୍ୟୁତ୍ ମହାପାତ୍ର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ହିତାଧିକାରୀମାନେ VLWଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଘେରାଉ କରି ରଖିବା ସହ ତାଲା ପକାଇଦେଇଥିଲେ। ଖବର ପାଇ କପ୍ତିପଦା ପୁଲିସ VLWଙ୍କୁ ଉଦ୍ଧାର କରିଛି। ତେବେ ଅଭିଯୋଗକୁ ନେଇ VLWଙ୍କ […]
ରାଇରଙ୍ଗପୁର : ଚାଲିଛି ପାରମ୍ପରିକ ପୂଜାର୍ଚ୍ଚନା। ଭୋଗରାଗ ଧରି ନିଜ ପାଳିକୁ ଶହ ଶହ ଶ୍ରଦ୍ଧାଳୁ ଅପେକ୍ଷା କରିଛନ୍ତି। ସାନ୍ତାଳୀ ଭାଷା ଅଲ୍ଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଗୁରୁଦର୍ଶନ ଦିବସ ଅବସରରେ ସାନ୍ତାଳୀ ସମୂଦାୟର ଲୋକେ ଏକାଠି ହୋଇଛନ୍ତି। ଓଡ଼ିଶା ସହ ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଆସାମରୁ ଆସିଥିବା ସାନ୍ତାଳୀ ସମୂଦାୟର ଲୋକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧିସ୍ଥଳରେ ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ସେମାନେ ସାନ୍ତାଳୀ ସମୁଦାୟ ପ୍ରତି ପଣ୍ଡିତ ମୁର୍ମୁଙ୍କ ଅବଦାନକୁ […]
ବ୍ରହ୍ମଗିରି : ଚିଲିକା ସାତପଡ଼ାରେ ଉଦ୍ଘାଟିତ ହୋଇଯାଇଛି ୭ମ ଚିଲିକା ମହୋତ୍ସବ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ମହୋତ୍ସବ ଆୟୋଜିତ ହୋଇଛି। ଉଦଘାଟନୀ ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ ଦର୍ଶକ।
ବରଗଡ଼ : ଉଦ୍ଘାଟିତ ହୋଇଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଜି ଠାରୁ ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି। ଏଥିପାଇଁ ଚଳଚଞ୍ଚଳ ହୋଇଛି ବରଗଡ଼ ସହର। ବରଗଡ଼ ମଥୁରାନଗରୀ ଏବଂ ଅମ୍ବାପାଲ୍ଲୀ ସାଜିଛି ଗୋପପୁର। ମଥୁରା ନଗରୀରେ ଚାଲିବ ମହାରାଜ କଂସଙ୍କ ରାଜୁତି ଏବଂ ଗୋପପୁର ଅମ୍ବାପାଲ୍ଲୀରେ ମଞ୍ଚସ୍ଥ ହେବ କୃଷ୍ଣଲୀଳା ମହୋତ୍ସବ। କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କ ଉପସ୍ଥିତିରେ ସ୍ଥାନୀୟ ଜନପ୍ରତିନିଧି ଧନୁଯାତ୍ରାକୁ ଉଦଘାଟନ କରିଥିଲେ। ଏହାପରେ ଦେବକୀ ବସୁଦେବଙ୍କ ବିବାହ, କଂସଙ୍କୁ […]
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଆଳି ଅଞ୍ଚଲର ଦୁଶାସନ ପାତ୍ରଙ୍କ ମର ଶରୀର ଦୁବାଇରୁ ଓଡ଼ିଶା ଆସିଛି। ମୃତ୍ୟୁର ୧୧ ଦିନ ପରେ ଆଜି ଓଡିଶାରେ ପହଞ୍ଚିଛି ମୃତଦେହ। ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କ ମରଶରୀର ପହଞ୍ଚିବା ପରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଦୁବାଇରେ ପାଇପ୍ କାରିଗର ଭାବେ କାମ କରୁଥିଲେ ଦୁଶାସନ। ସେ ୭ ମାସ ତଳେ ଦୁବାଇ କାମ କରିବାକୁ ଯାଇଥିଲେ ଗତ ୩୧ ତାରିଖରେ ହୃଦ୍ଘାତରେ […]
ପୁରୀ : ଚିଲିକା କାଳିଜାଈ ପୀଠର ଉନ୍ନତିକରଣ ପ୍ରକଳ୍ପ ଉଦ୍ଘାଟନକୁ ନେଇ ବିବାଦ। ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ପୂର୍ବରୁ ଏହାକୁ ତରବରିଆ ଉଦ୍ଘାଟନ କରାଯାଇଥିବା ଅଭିଯୋଗ କରିଛନ୍ତି ପାରିକୁଦ ଗଡ଼ ରାଜା ସନ୍ତୋଷ ଦେଓ। ଏହାସହ ଉଦ୍ଘାଟନ ପ୍ରକଳ୍ପକୁ ତାଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ଏହାକୁ ନେଇ ରାଜା ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ସେପଟେ ବାକିଥିବା କାମକୁ ଖୁବଶୀଘ୍ର ଶେଷ କରାଯିବ ବୋଲି ଅତିରିକ୍ତ […]
କଳାହାଣ୍ଡି: ସିଆରପିଏଫ୍ କ୍ୟାମ୍ପ ନୁହେଁ ଆମକୁ ମୌଳିକ ସୁବିଧା ଦିଆଯାଉ। ନିୟମଗିରିର ଡଙ୍ଗରିଆ କନ୍ଧଙ୍କ ମେଳିରେ ଶୁଣିବାକୁ ମିଳିଛି ଏଭଳି ନାରାବାଜି। ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ , ମୃତ୍ୟୁ ନୁହେଁ ମୁକ୍ତି ଚାହୁଁ। ମୁହଁରେ ଏହି ଭଳି ସ୍ଲୋଗାନ୍ ଆଉ ହାତରେ ଅସ୍ତ୍ରଶସ୍ତ୍ର ଧରି ଡଙ୍ଗରିଆ, କନ୍ଧ ଜେରାଦାର ବିରୋଧ କରୁଛନ୍ତି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ତ୍ରିଲୋଚନପୁର ଗାଁରେ ଏଭଳି ଚିତ୍ର ଦେଖିବାକୁ ମିଳୁଛି। ସିଆରପିଏଫ୍ କ୍ୟାମ୍ଫକୁ ବିରୋଧ ଆଉ ଶିକ୍ଷା, ସ୍ୱାସ୍ଥ୍ୟ ସେବା, […]
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୨ ତାରିଖରେ ରାହୁଲ ଗାନ୍ଧି ପୁଣି ଥରେ ଓଡ଼ିଶା ଗସ୍ତରେ ଆସିବେ। ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏହା ଦିନିକିଆ ଗସ୍ତ ହେବ। ଏହି ଗସ୍ତ କାଳରେ ରାହୁଲ କୋରାପୁଟର ଜୟପୁର ଓ ବରଗଡ଼ରେ ସାଧାରଣ ସଭା କରିବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ସମୟର ସ୍ୱଳ୍ପତା ଓ କାର୍ଯ୍ୟବ୍ୟସ୍ତତାକୁ ଆଖି ଆଗରେ ରଖି ଦୁଇଟି ନୁହେଁ, ବରଂ ଗୋଟିଏ ସ୍ଥାନରେ ସଭା ହେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। […]
ଭୁବନେଶ୍ୱର : ଆଜି ରାଜଧାନୀରେ ଗର୍ଜିବ ଚିଟ୍ଫଣ୍ଡ୍ କ୍ଷତିଗ୍ରସ୍ତ ମିଳିତ ମଞ୍ଚ। ସରକାର ଟଙ୍କା ଫେରାଇବା ପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ନଥିବାରୁ ଏହାର ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ଯାଏ ସତ୍ୟାଗ୍ରହ କରାଯିବ ବୋଲି କ୍ଷତିଗ୍ରସ୍ତ ମିଳିତ ମଞ୍ଚର ଆବାହାକ ଜୟନ୍ତ ଦାସ କହିଛନ୍ତି। କ୍ଷତିଗ୍ରସ୍ତ ଜମାକାରୀଙ୍କୁ କର୍ପସ୍ ଫଣ୍ଡ୍ରୁ ଟଙ୍କା ଫେରାଯିବ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ଏହାକୁ ପାଳନ କରାଯାଇନଥିବା ଜମାକାରୀ ଅଭିଯୋଗ ଆଣିଛନ୍ତି। ଯଦିଓ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା […]
ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚିତ୍ରାକୋଣ୍ଡା ପଂଚାୟତ ସମିତିର ୧୮ଟି ପଂଚାୟତରେ ଆରମ୍ଭ ହୋଇଛି କାଳିଆ ଯୋଜନା। ଚଳିତମାସ ୨ ତାରିଖରୁ ଏହି ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରତ୍ୟେକ ପଂଚାୟତ କାର୍ଯ୍ୟାଳୟରେ ଆବେଦନ ପତ୍ର ସଂଗ୍ରହ କରି କୃଷକମାନେ ଆବେଦନ କରିଛନ୍ତି। ରାଜ୍ୟସରକାରଙ୍କ କାଳିଆ ଯୋଜନାରେ କୃଷକମାନେ ଅନ୍ତର୍ଭୁକ୍ତ ହେବା ସହ ବିନା ସୁଧରେ ଚାଷ ପାଇଁ ଋଣ ବି ମିଳିବ। ଏଥିସହ ବଡ଼ପଡାରେ ଆଜିପର୍ଯ୍ୟନ୍ତ ୨୨୫ଟି ଚାଷୀ ଚିହ୍ନଟ ହୋଇଥିବା କହିଛନ୍ତି ଭିଏଡବ୍ଲୁ ଲିଙ୍ଗରାଜ ଭୂମିଆ।
ବଲାଙ୍ଗିର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ନେଇ ମୁହାଁମୁହିଁ ବିଜେଡି ଓ କଂଗ୍ରେସ। ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍ ଶିବତଲା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା। ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀଙ୍କ ସହ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର, ସାଂସଦ କଳିକେଶ ନାରାୟଣ ସିଂଦେଓ, ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂଦେଓ ପ୍ରମୁଖ ଯୋଗ ଦେଇଥିଲେ। ଏହାସହିତ ବିଜେଡି ଓ କଂଗ୍ରେସ ସମର୍ଥକମାନେ ବି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। […]
କେନ୍ଦ୍ରାପଡ଼ା : ଭିତରକନିକା ଜାତୀୟ ଉଦ୍ୟାନ ଅହିରାଜପୁର ଜଙ୍ଗଲ ନିକଟରେ ଭାସୁଛି ଏକ ବିରାଟକାୟ ମଲା ତିମି। ଏହାର ଲମ୍ବ ପାଖାପାଖି ୩୦ ଫୁଟ୍ ବୋଲି ଅନୁମାନ କରିଛି ବନବିଭାଗ। ତେବେ ଏତେ ବଡ଼ ତିମି କିପରି ମଲା, ସେନେଇ କୌଣସି କାରଣ ସ୍ପଷ୍ଟ ହୋଇପାରିନି। ଖବର ପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି।
ଭୁବନେଶ୍ୱର : ରାଜ୍ୟର ଚାଷୀ ମଣ୍ଡିରେ ଧାନ କ୍ୱିଣ୍ଟାଲ୍ ପିଛା ୧୭୫୦ ଟଙ୍କାରେ ବିକ୍ରି କରୁଛନ୍ତି। ଏହାର ଗୋଟିଏ ଟଙ୍କା ବି କମ୍ ମୂଲ୍ୟରେ ଚାଷୀ ବିକ୍ରି କରୁନାହାନ୍ତି। ଯଦି ଏଥିରୁ କମ୍ ମୂଲ୍ୟରେ ଧାନ ବିକ୍ରି ହେଉଥିବ, ସେ ରାଜନୀତିରୁ ବିଦାୟ ନେବେ। ଆଜି ସାମ୍ବାଦିକ ସମ୍ମିଳନୀରେ ଏପରି କିଛି କହିଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ବିଜେପି ଓ ଅନ୍ୟ ବିରୋଧୀ ଦଳମାନେ ଲଗାଉଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ଚଳିତ ବର୍ଷ […]
ଭୁବନେଶ୍ୱର : ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ନେଇ ସମ୍ଭାବ୍ୟ କାର୍ଯ୍ୟସୂଚୀ ଜାରି ହୋଇଛି। ପ୍ରଧାନମନ୍ତ୍ରୀ ସେହି ଦିନ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସକାଳ୯ଟା ୩୦ରେ ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିବେ। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ବଲାଙ୍ଗିର ଯିବେ ମୋଦି। ଦିନ ୧୦ଟା ୪୦ରେ ବଲାଙ୍ଗିର ରେଲ୍ୱେ ଷ୍ଟେସନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହି ଠାରୁ ପ୍ରଧାନମନ୍ତ୍ରୀ ହେଲିକପ୍ଟର ଯୋଗେ ପଥରଚେପା ଯାଇ […]
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଦର୍ଲିମୁଣ୍ଡା ଗାଁ ନିକଟରେ ସଡ଼କ ଦୁର୍ଘଟଣା। ଏକ ନିର୍ମାଣାଧିନ ପୋଲ ତଳକୁ ବାଇକ୍ ଖସି ପଡିବା ଫଳରେ ୩ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ୨ଜଣଙ୍କ ପରିଚୟ ମିଳିଥିବାବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ। ମୃତକ ନିକଟସ୍ଥ ଖଲିଆପାଣି ଗାଁର ଚୈନ୍ ସିଂ ମାଝୀ ଓ ପୁନିତରାମ ମାଝୀ। ଗତକାଲି ରାତିରେ ଏମାନେ ଧନୁଯାତ୍ରା ଦେଖି ଘରକୁ ଫେରୁଥିଲେ। ତେବେ ରାସ୍ତାରେ ଭାରସାମ୍ୟ ହରାଇ ତଳକୁ ଖସିପଡିଥିଲେ। ଆଜି […]
ଭୁବନେଶ୍ୱର : ଜାତୀୟସ୍ତରରେ କୌଣସି ପ୍ରକାର ମହାମେଣ୍ଟରେ ବିଜେଡିର ଯୋଗଦାନ ସମ୍ଭାବନାକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସେ ପୁଣି ଥରେ ସ୍ପଷ୍ଟ କରିଛନ୍ତି, ବିଜେଡି ଉଭୟ ବିଜେପି ଓ କଂଗ୍ରେସ ଠାରୁ ସମଦୂରତ୍ୱ ବଜାୟ ରଖିବ। କୌଣସି ମେଣ୍ଟରେ ଯୋଗ ଦେବ ନାହିଁ। ଏହା ସହିତ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି, ଏବେ ମନ୍ତ୍ରିମଣ୍ଡଳରେ କୌଣସି ପ୍ରକାର ଅଦଳ ବଦଳ ହେବାର ନାହିଁ। ଏ ନେଇ ଆଗରୁ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା ଯେ, […]
ବଲାଙ୍ଗିର : ବଲାଙ୍ଗିରରେ ମହିଳା କ୍ରିକେଟର ସରିତା ମେହେରଙ୍କ ଘର ଉପରେ ଆକ୍ରମଣ। ଏହି ଆକ୍ରମଣ ଘଟଣାରେ ପୁଲିସ ୧୦ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୮ଜଣ ମହିଳା ଅଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗତ ୫ ତାରିଖରେ ସରିତାଙ୍କ ଘର ଉପରେ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ ଦୁର୍ବୃତ୍ତ। ଆକ୍ରମଣରେ ସରିତାଙ୍କ ବାପା, ଭାଇ ଓ ସାଙ୍ଗ ଆହତ ହୋଇଥିଲେ। ସରିତା ଓଡ଼ିଶା ମହିଳା କ୍ରିକେଟ ଦଳର ଜଣେ […]
ପୁରୀ : ପୁରୀ ଇଣ୍ଡୋର ଷ୍ଟାଡିୟମ୍ ପରିସରରୁ ଏକ ଚିତ୍ରା ହରିଣର ମୃତଦେହ ଉଦ୍ଧାର ହୋଇଛି। ହରିଣଟିକୁ କେହି ଆକ୍ରମଣ କରି ମାରି ଦେଇଥିବା ସନ୍ଦେହ କରାଯାଉଛି। ତା’ର ପେଟ ଓ ଲାଞ୍ଜ ନିକଟରେ ଗଭୀର କ୍ଷତ ସୃଷ୍ଟି ହେବା ସହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡିରହିଛି। ତେବେ କିପରି ଚିତ୍ରା ହରିଣର ମୃତ୍ୟୁ ହେଲା, ତାହା ଅସ୍ପଷ୍ଟ ରହିଛି। ଲୋକେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ହରିଣଟି ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର […]
ଭୁବନେଶ୍ୱର : ପଞ୍ଚଦଶ ଅର୍ଥ କମିଶନଙ୍କ ନିକଟରେ ରାଜ୍ୟ ପାଇଁ ସ୍ୱତନ୍ତ୍ର ପାହ୍ୟା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଟ୍ୟାକ୍ସ ଡିଭୋଲ୍ୟୁସନକୁ ୪୨ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି। ଏହା ସହିତ ଆହୁରି ୧୦ ବର୍ଷ ରାଜ୍ୟ ସହିଥିବା ଜିଏସ୍ଟି କ୍ଷତିର ଭରଣା କରିବା ଓ କୋଇଲା ଖଣି ଅ଼ଞ୍ଚଳରୁ ଗ୍ରୀନ୍ ଏନର୍ଜି ସେସ୍ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ୧୫ […]
ରାଉରକେଲା : ରାଉରକେଲା ଝିରିପାଣି ଅଂଚଳରେ ରହୁଥିବା ମୂଳ ଆଦିବାସୀ ବଞ୍ଚାଅ ମଞ୍ଚର ନେତା ତଥା ଶ୍ରମିକ ନେତା ଚକ୍ରଧର ମହନ୍ତଙ୍କ ଘରେ ଅଗ୍ନିକାଣ୍ଡ। ଗତକାଲି ରାତିରେ ଶୋଇଥିବାବେଳେ, କେହି ଦୁର୍ବୃତ୍ତ ତାଙ୍କ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ପରେ ଆଖପାଖ ଲୋକ ନିଆଁକୁ ଆୟତ କରିବା ସହ ସେମାନଙ୍କୁ ଘରୁ ଉଦ୍ଧାର କରିଥିଲେ। ଅଗ୍ନିକାଣ୍ଡରେ ଚକ୍ରଧରଙ୍କ ଘରର କିଛି ଅଂଶ ପୋଡିଯାଇଥିବାବେଳେ ୪ଟି ଗାଡ଼ି ସଂପୂର୍ଣ୍ଣ ପୋଡି ଯାଇଛି। ଏନେଇ ଝିରିପାଣି ଥାନାରେ […]
ପୁରୀ : ପୁରୀ ବେଳାଭୂମିରେ ଧୂମ୍ଧାମରେ ଅନୁଷ୍ଠିତ ହୋଇଛି ଗ୍ଲୋରି ଫେଷ୍ଟ। ଚତୁର୍ଥ ସଂଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଚତୁର୍ଥ ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ରାମ୍ପ ସୋ’। ଆୟୋଜିତ ଉତ୍ସବରେ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିବା କଳାକାରଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଭିନ୍ନ ରାଜ୍ୟରୁ ଅନେକ ପ୍ରତିଯୋଗୀ ଏହି ଉତ୍ସବରେ ଅଂଶଗ୍ରହଣ କରିଛନ୍ତି । କଣ୍ଠଶିଳ୍ପୀ ତିଲକ ଚକ୍ରବର୍ତ୍ତୀଙ୍କ ସଂଗୀତରେ ଝୁମିଥିଲେ ଛାତ୍ରଛାତ୍ରୀ। ଆଜି ଉତ୍ସବର ଉଦଯାପନୀ ସଂଧ୍ୟା ହୋଇଥିବାବେଳେ ରଂଗାରଂଗ କାର୍ଯ୍ୟକ୍ରମର ଆୟୋଜନ […]
ଭୁବନେଶ୍ୱର : ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଭୁବନେଶ୍ୱର ରାଜଭବନ ପାର୍କ ସର୍ବସାଧାରଣଙ୍କ ପାଇଁ ଖୋଲା ରହିଛି। ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିବା ରାଜଭବନ ପାର୍କକୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଆସି ମଜା ଉଠାଉଛନ୍ତି। ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିଥିବା ରାଜ ଭବନକୁ ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନାଗରିକ ଏବଂ ବିଭିନ୍ନ ବୟସ ଓ ବର୍ଗର ଲୋକେ ଆସି ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ବୁଲି ଦେଖୁଛନ୍ତି। ରାଜ […]