ମାଲକାନଗିରି : ମାଲକାନଗିରି ଜିଲ୍ଲା ପୁଲିସ ନିକଟରେ ହାର୍ଡକୋର ମହିଳା ମାଓ ନେତ୍ରୀଙ୍କ ଆତ୍ମସମର୍ପଣ। ତାଙ୍କ ନା ଦେବେ ମାଢି ଓରଫ ଶାନ୍ତି। ୨୦୦୮ରୁ ୨୦୧୧ ମସିହା ପର୍ଯ୍ୟନ୍ତ ମାଓ ସଂଗଠନର ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲା ଶାନ୍ତି। ବିଭିନ୍ନ ହିଂସାକାଣ୍ଡରେ ଶାନ୍ତି ମୁଖ୍ୟ ଭୂମିକା ଗ୍ରହଣ କରୁଥିଲା। ମିଥାଲି ଥାନା ଅଂଚଳରେ ଅନେକ ନିରୀହ ଲୋକଙ୍କୁ ହତ୍ୟା, କାଲିମେଳା ବିଛିନ୍ନାଞ୍ଚଳରେ ଅନେକ ହିଂସା କାଣ୍ଡ ଘଟଣାରେ ସାମିଲ ଥିଲା ଶାନ୍ତି। ତେବେ ମାଓବାଦୀ ନିଜ […]
ଭୁବନେଶ୍ୱର : ବଲାଙ୍ଗିର ଗସ୍ତ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାଂସଦ କଳିକେଶ ସିଂହଦେଓଙ୍କ ଚିଠି। ଚିଠିରେ ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି କଳିକେଶ। ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ପ୍ରସଙ୍ଗରେ ଦୃଷ୍ଟି ଦେବାକୁ ସେ ଚିଠିରେ ଲେଖିଛନ୍ତି। ରେଳଲାଇନ ପାଇଁ ସୋନପୁର ଜିଲ୍ଲାରେ ଜମି ଦିଆସରିଥିବାବେଳେ ଟେଣ୍ଡର ତ୍ୱରାନ୍ୱିତ କରିବାକୁ ଦାବି କରିଛନ୍ତି। ବଲାଙ୍ଗିର-ସୋନପୁର ମଧ୍ୟରେ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ସହ କଣ୍ଟାବାଞ୍ଜିରେ ରେଳ ୱାଗନ ଫ୍ୟାକ୍ଟ୍ରି ପ୍ରତିଷ୍ଠା, ବଲାଙ୍ଗିରରୁ ଦିଲ୍ଲୀ ଭାୟା ପ୍ରୟାଗରାଜ ଦେଇ […]
ସାଲେପୁର: ସାଲେପୁରରେ ସିରିଜ୍ ବୋମାମାଡ଼। ଦୋକାନ ଉପରକୁ ଗୋଟେ ପରେ ଗୋଟେ ଲଗାତର ୯ଟି ବୋମା ପକାଇ ଦୁର୍ବୃତ୍ତ ଚମ୍ପଟ୍ ମାରିଛନ୍ତି। ନେମାଳ ଥାନା ଅନ୍ତର୍ଗତ ସେକ୍ସନ୍ ବଜାରରେ ଥିବା ଏକ ଦୋକାନ ଉପରକୁ ଦୁର୍ବୃତ୍ତମାନେ ବୋମା ମାଡ଼ କରିଛନ୍ତି। ଏହି ବୋମା ମାଡ଼ରେ ଔଷଧ ଓ ମିଠା ଦୋକାନ ସମେତ ଅନ୍ୟ କିଛି ଦୋକାନ ମଧ୍ୟ କ୍ଷତି ହୋଇଛି। ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ବୋମା ଫିଙ୍ଗି ଫେରାର ହୋଇଯାଇଛନ୍ତି। ତେବେ ଏହି […]
ଭୁବନେଶ୍ୱର : କନ୍ଧମାଳର ଏକ ସେବାଶ୍ରମରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣାକୁ ନେଇ ବିଧାୟକ ଦାମୋଦର ରାଉତ କ୍ଷୋଭ ପ୍ରକାଶ କରିଛନ୍ତି। ନବୀନ ସରକାରରେ ମହିଳା ସୁରକ୍ଷିତ ନାହାନ୍ତି ବୋଲି ସେ କହିଛନ୍ତି। ପ୍ରଶାସନିକ ଅଧିକାରୀ ଓ ରାଜନେତାମାନଙ୍କର ମହିଳାଙ୍କ ପ୍ରତି ଦରଦ ନାହିଁ। ବିଭିନ୍ନ ମାମଲାରେ ସେମାନଙ୍କର ସଂପୃକ୍ତି ରହିଛି ବୋଲି ଦାମ ରାଉତ କହିଛନ୍ତି। ଘଟଣାରେ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଦରକାର। ନଚେତ ମହିଳା ଓ ଶିଶୁ କଲ୍ୟାଣ […]
ଭୁବନେଶ୍ୱର: ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମକର ସଂକ୍ରାନ୍ତିରେ ଓଡ଼ିଶା ଟେଲିଭିଜନ ନେଟ୍ୱର୍କ, ଭାରତ ମସଲା ସହଯୋଗରେ ଆୟୋଜନ କରୁଛି ରସଗୋଲା ମହୋତ୍ସବ। ଭୁବନେଶ୍ୱର ପଟିଆ ବିଗ୍ବଜାର ନିକଟସ୍ଥ ପାଲଟ୍ରୋନିକ୍ସ ପଡିଆରେ ଅପରାହ୍ନ ୩ଟାରୁ ଏହି ମହୋତ୍ସବ ଆରମ୍ଭ ହେବ। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୫୦ରୁ ଅଧିକ ରସଗୋଲା କାରିଗର ଯୋଗ ଦେବେ। ଏଥର ମହୋତ୍ସବର ସ୍ଲୋଗାନ ରହିଛି ‘ରସଗୋଲା ସେବେଠୁ, ରଥଯାତ୍ରା ଯେବେଠୁ’। ସନ୍ଧ୍ୟାରେ ଓଲିଉଡ୍ର କଣ୍ଠଶିଳ୍ପୀମାନେ ସଂଗୀତ ପରିବେଷଣ କରିବାର ମଧ୍ୟ କାର୍ଯ୍ୟକ୍ରମ […]
ଭୁବନେଶ୍ୱର : ରାହୁଲଙ୍କ ଗସ୍ତ ପୂର୍ବରୁ କଂଗ୍ରେସକୁ ଲାଗିପାରେ ଝଟକା। ବିଜେଡିରେ ସାମିଲ ହେବା ନେଇ ଇଙ୍ଗିତ ଦେଲେ ବରିଷ୍ଠ ବିଧାୟକ ନବ ଦାସ। ଆସନ୍ତା ୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରସୁଗୁଡ଼ା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ଲୋକଙ୍କ ମତ ବାବଦରେ ତାଙ୍କୁ ଜଣାଇବେ ବୋଲି କହିଛନ୍ତି। ତେବେ ବିଜେଡିରୁ ୨୦୧୯ମସିହା ନିର୍ବାଚନ ଲଢିବେ କି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଲୋକେ ନିଷ୍ପତ୍ତି ନେଇ […]
ଭୁବନେଶ୍ୱର: ଖୋଲିଲା ବମିଖାଲ ଫ୍ଲାଏଓଭର ବ୍ରିଜ୍। ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫ୍ଲାଏଓଭର ବ୍ରିଜ୍କୁ ଉଦ୍ଘାଟନ କରିଛନ୍ତି। ପ୍ରାୟ ୧୫୪୭ ମିଟର ଲମ୍ବ ଏହି ଫ୍ଲାଏଓଭର ନିର୍ମାଣରେ ୪୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୨ ମସିହାରୁ ବମିଖାଲ ଫ୍ଲାଏଓଭର ବ୍ରିଜ୍ର ନିର୍ମାଣ କାମ ଆରମ୍ଭ ହୋଇଥିଲା। ତେବେ ଏହା ଶେଷ ହେବା ପାଇଁ ୭ ବର୍ଷ ସମୟ ଲାଗିଛି। ଫ୍ଲାଏଓଭର ନିର୍ମାଣ ବେଳେ ବାରମ୍ବାର ଦୁର୍ଘଟଣା ଘଟିବା ଫଳରେ ୨ ଜଣଙ୍କ ଜୀବନ ବି […]
ବଲାଙ୍ଗିର : ଆଉ ଟିକେ ଆଗେଇବାକୁ ଯାଉଛି ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପ। ଆଉ ୧୯ କିଲୋମିଟର ରୁଟ୍ରେ ଆରମ୍ଭ ହେବ ଟ୍ରେନ୍ ସେବା। ଖୋର୍ଦ୍ଧାରୁ ନୟାଗଡ଼ ୬୬ କିଲୋମିଟର ରୁଟ୍ରେ ପୂର୍ବରୁ ଟ୍ରେନ୍ ଚାଲୁଥିବା ବେଳେ ଏଥର କିନ୍ତୁ ଟ୍ରେନ୍ ଚାଲିବ। ବଲାଙ୍ଗିର ପଟୁ ସେପଟେ ଟ୍ରେନ୍ ଚାଲିବା ଦ୍ୱାରା ଏହି ଅନୁନ୍ନତ ଅଚଳର ବିକାଶ ସହ ବେପାର ବଣିଜର ବାଟ ଖୋଲିବ ବୋଲି ସ୍ଥାନୀୟ ଲୋକେ ଆଶା ରଖିଛନ୍ତି। ଅନ୍ୟପଟେ ଷ୍ଟେସନର ନାମ କରଣକୁ […]
କେନ୍ଦୁଝର : ଛାତିରେ ଲୁହା ରଡ଼ ପଶିଯିବାରୁ ବାଳକ ଗୁରୁତର। କେନ୍ଦୁଝର ଟାଉନ ଥାନା ଡିମ୍ବୋ ଗାଁରେ ଏହି ଅଘଟଣ ଘଟିଛି। ଡିମ୍ବୋ ଗାଁର ଚନ୍ଦନ ମହାକୁଡ଼ ଏକ ଲୁହା ରଡ଼ ଧରି ଖେଳୁଥିବା ବେଳେ ହଠାତ୍ ରଡ଼ ଉପରେ ପଡିଯାଇଥିଲେ। ଫଳରେ ଲୁହା ରଡ଼ଟି ତାଙ୍କ ଛାତିରେ ପଶି ଯାଇଥିଲା। ପରିବାର ଲୋକ ଜାଣିବା ପରେ ଚନ୍ଦନଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରିସ୍ଥିତି ଜଟିଳ ହେବାରୁ କଟକକୁ ସ୍ଥାନାନ୍ତର […]
ଭୁବନେଶ୍ୱର: ପୁଲ୍ଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କୁ ଭୁବନେଶ୍ୱର ବସ୍ ମାଲିକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ବରମୁଣ୍ଡା ବସ୍ଷ୍ଟାଣ୍ଡ ନିକଟରେ ସହିଦଙ୍କ ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରାଯାଇଥିଲା। ଏହି ଶୋଭାଯାତ୍ରାରେ ବସ୍ ମାଲିକ ସଂଘର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ। ଆତଙ୍କବାଦୀ ଆକ୍ରମଣକୁ ସଂଘ ପକ୍ଷରୁ ନିନ୍ଦା କରାଯିବା ସହ ପାକିସ୍ତାନ ବିରୋଧି ନାରା ମଧ୍ୟ ଦିଆଯାଇଥିଲା। ଏହାସହ ଓଡ଼ିଶାର ଦୁଇ ସହିଦଙ୍କ ପରିବାରକୁ ସଂଘ ପକ୍ଷରୁ ସହାୟତା ପ୍ରଦାନ କରାଯିବା ନେଇ ସୂଚନା […]
ନୀଳଗିରି : ନୀଳଗିରି ବ୍ଲକ୍ ସିଆଡ଼ିମାଳ ପଞ୍ଚାୟତ ସିନ୍ଦୁରିଆ ଗାଁରେ ହାତୀ ପଶି ବ୍ୟାପକ ଧାନ ଖାଇବା ସହ ଦୁଇଟି ଘର ଭାଙ୍ଗି ନଷ୍ଟ କରିଦେଇଛନ୍ତି। ଘଟଣାକୁ ଏକ ସପ୍ତାହରୁ ଅଧିକ ସମୟ ବିତିଲେବି କ୍ଷତିଗ୍ରସ୍ତ ଲୋକଙ୍କୁ କୌଣସି ସୁବିଧା ମିଳିନଥିବା ଅଭିଯୋଗ ହୋଇଛି। ଗାଁର ଉଜ୍ୱଳ ସିଂ ଓ ରାଜୁ ସିଂ ଏବେ ଶୀତ କାକରରେ ନିଜ ପରିବାରକୁ ଧରି ପାଲ ତଳେ ଜୀବନ ବିତାଉଛନ୍ତି। ବନ ବିଭାଗର ଖାମଖିଆଲ ମନୋଭାବ ଯୋଗୁଁ ଏହି କ୍ଷତିଗ୍ରସ୍ତ […]
ଦେବଗଡ଼ : ବଣାଇରେ ଓଲଟିଲା ପିକନିକ୍ ବସ୍। ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ଗତକାଲି ରାତିରେ ଦେବଗଡ଼ ଜିଲ୍ଲା ଲଇମରା ସ୍କୁଲର କର୍ମଚାରୀମାନେ ପିକନିକ୍ ଲାଗି ବସ୍ରେ ପୁରୀ ଯାଉଥିଲେ। ବଣାଇ ଟିକାୟତପାଲି ଥାନା କୁଲୁକୁତା ଘାଟି ନିକଟରେ ବସ୍ ଘାଟି ତଳକୁ ଖସି ପଡିଥିଲା। ଏଥିରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କ ସହ ୫ ଜଣ ଆହତ ହୋଇଥିବା ଜଣା ପଡିଛି। ଟିକାୟତପାଲି ଥାନା ପୁଲିସ ଘଟଣର ତଦନ୍ତ ଆରମ୍ଭ କରିଛି।
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ଆକୁଳ ଏସ୍ବିଆଇ୍ ଏଟିଏମ୍ରୁ ଲୁଟ୍ ଉଦ୍ୟମ। ଗତକାଲି ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ଏଟିଏମ୍କୁ ତାଡ଼ି ନେବାକୁ ଚେଷ୍ଟା କରିଥିଲେ। ଦୁବୃର୍ତ୍ତମାନେ ଲୁହା ରଡ଼ ସାହାଯ୍ୟରେ ଏଟିଏମ୍ର ମନିଟର୍କୁ ବାଡ଼େଇ ଭାଙ୍ଗି ଦେଇଛନ୍ତି। ଏହାସହ ATMର ଟଙ୍କା ବାକ୍ସକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ଦୁବୃର୍ତ୍ତ। ହେଲେ ଏଥିରେ ସଫଳ ହୋଇନଥିଲେ। ତେବେ ଦୁବୃର୍ତ୍ତ ଏଟିଏମ୍ରୁ ୨ଟି ବ୍ୟାଟେରିକୁ ନେଇ ପଳାଇଥିବା ଜଣାପଡ଼ିଛି। ପୁଲିସ ଓ ବ୍ୟାଙ୍କ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ […]
ବଲାଙ୍ଗିର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଗଛ କଟାକୁ ନେଇ ବିବାଦ। ମୋଦିଙ୍କ ଗସ୍ତ ପାଇଁ ଅସ୍ଥାୟୀ ହେଲିକପ୍ଟର୍ ବ୍ୟବସ୍ଥା କରାଯାଇଛି। ତେବେ ଏଥିପାଇଁ ପ୍ରାୟ ହଜାରରୁ ୧୨ ଶହ ଚାରା ଗଛ କଟା ଯାଇଛି। ଏନେଇ ଆଜି ସୂଚନା ଦେଇଛନ୍ତି ବଲାଙ୍ଗିର ଡିଏଫ୍ଓ ସମୀର ଶତପଥୀ। ମୋଦିଙ୍କ ସଭା ପାଇଁ ପ୍ରସ୍ତାବିତ ରେଳ ଷ୍ଟେସନ୍ ପାଖ ପଡ଼ିଆ ପରିଦର୍ଶନ କରିଛନ୍ତି DFO। ବନୀକରଣ ପାଇଁ ଲଗାଯାଇଥିବା ଏହି ଚାରା ଗଛକୁ କାହା ନିର୍ଦ୍ଦେଶରେ […]
ଭୁବନେଶ୍ୱର : ରାଜ୍ୟରେ ବଢ଼ି ଚାଲିଥିବା ଦୁଷ୍କର୍ମ ଘଟଣାକୁ ନେଇ ଅଭିନବ ଉପାୟରେ ବିରୋଧ କରିବ ବିଜେପି। ଦଳ ମହିଳା ମୋର୍ଚ୍ଚା ପକ୍ଷରୁ ଆରମ୍ଭ ହେବ ଲାଲ୍ ଚୁଡ଼ି ସଂଗ୍ରହ ଅଭିଯାନ। ଆସନ୍ତାକାଲି ଠାରୁ ବିଭିନ୍ନ ପ୍ରାନ୍ତରୁ ଚୁଡ଼ି ସଂଗ୍ରହ କରାଯାଇ ଏହାକୁ ନବୀନ ନିବାସକୁ ପଠାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା। ଆସନ୍ତା ୧୪, ୧୮ ତାରିଖରେ ବାଳୁକା କଳା ଦ୍ୱାରା ଜନଜାଗରଣ ସୃଷ୍ଟି କରାଯିବ। ୧୫ […]
ଭୁବନେଶ୍ୱର : ଭୁବନେଶ୍ୱରରେ ମଧ୍ୟାହ୍ନ ଭୋଜନରେ ପୁଣିଥରେ ପିଲାଙ୍କୁ ଅଣ୍ଡା ମିଳିଛି। ଭୁବନେଶ୍ୱର ବିଇଓ ଅଧିନରେ ଥିବା ୨୭୩ଟି ଏଲିମେଣ୍ଟାରୀ ସ୍କୁଲରେ ସପ୍ତାହକୁ ୨ ଦିନ ଶନିବାର ଓ ବୁଧବାର ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ସିଝା ଅଣ୍ଡା ମିଳିବ। ଏହାଦ୍ୱାରା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୫୦ହଜାର ଛାତ୍ରଛାତ୍ରୀ ଉପକୃତ ହୋଇପାରିଛନ୍ତି। DEO କାର୍ଯ୍ୟାଳୟରୁ ସିଧାସଳଖ ସ୍କୁଲକୁ ଅଣ୍ଡା ପିଛା ମିଳିବ ୫ ଟଙ୍କା। ଭୁବନେଶ୍ୱର ବ୍ଲକ୍ ଶିକ୍ଷାଧତ୍କାରୀ ସସ୍ମିତା ମାଲୀ ଏହି ସୂଚନା ଦେଇଛନ୍ତି। ୨୦୧୬ରୁ […]
ଭୁବନେଶ୍ୱର : କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଓଡ଼ିଶା କାର୍ଯ୍ୟକ୍ରମ ନେଇ କଳ୍ପନାଜଳ୍ପନାର ଅନ୍ତ। ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଷ୍ଟାଡିୟମରେ ହେବ ରାହୁଲ ଗାନ୍ଧିଙ୍କ ସାଧାରଣ ସଭା। ଆସନ୍ତା ୨୫ତାରିଖରେ ସଭା ହେବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି। ରାହୁଲ ୨୫ ତାରିଖ ଦିନ ପୂର୍ବାହ୍ନ ୧୦ଟାରୁ ପ୍ରାୟ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ। ଏହି ସମୟରେ ସେ ସିଭିଲ୍ ସୋସାଇଟି, ଚାଷୀ ଓ HALର ପ୍ରତିନିଧି ତଥା ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବା […]
ଭୁବନେଶ୍ୱର : ଏମ୍ଏସ୍ପି ଠାରୁ କମ୍ ଦରରେ ଧାନ ବିକ୍ରି ହେଉଥିବା ଅଭିଯୋଗକୁ ଚାଲେଞ୍ଜ କରିଥିବା ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଘେରିଛି ବିଜେପି। କୁଇଣ୍ଟାଲ ପିଛା ୧୭୫୦ଟଙ୍କାରୁ କମ୍ ଦରରେ ମଣ୍ଡିରେ ଚାଷୀ ଧାନ ବିକୁଥିଲେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବେ ବୋଲି ଗତକାଲି କହିଥିଲେ ସୂର୍ଯ୍ୟ ପାତ୍ର। ତେବେ ମନ୍ତ୍ରୀ ଦିନରେ ଲଣ୍ଠନ ଦେଖାଉଛନ୍ତି ବୋଲି କହି ବିଜେପି ତାଙ୍କ ଇସ୍ତଫା ଦାବି କରିଛି। ସେହିପରି ରାଜ୍ୟର ବିଭିନ୍ନ ମଣ୍ଡିରେ ଅବ୍ୟବସ୍ଥା […]
ଭୁବନେଶ୍ୱର : ଗୋଲଡେନ ବାବା ଓରଫ୍ ଜ୍ୟୋତି ରଂଜନ ବେଉରାଙ୍କୁ ରିମାଣ୍ଡରେ ନେଲା କ୍ରାଇମ୍ ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। ଗୋଟିଏ ଦିନ ରିମାଣ୍ଡରେ ନେବାକୁ ଏସଡିଜେଏମ ଅନୁମତି ଦେବା ପରେ ଇଓଡବ୍ଲୁର ଏକ ନିର୍ଦ୍ଦିଷ୍ଟ ଟିମ୍ ଝାଡପଡ଼ା ଜେଲରୁ ଗୋଲଡେନ ବାବାଙ୍କୁ ନିଜ ଅକ୍ତିଆରକୁ ନେଇ ପଚରା ଉଚରା ଆରମ୍ଭ କରିଛି। ଲକ୍ଷ୍ମୀସାଗର ଓ ଚନ୍ଦ୍ରଶେଖରପୁର ଥାନାର ଦୁଇଟି ମାମଲାକୁ ଇଓଡବ୍ଲୁ ନେଇ ତଦନ୍ତ ଆରମ୍ଭ କରିଛି। ଏତେ ସଂପତ୍ତିର ମାଲିକ କିପରି ହେଲେ, କୋଟି […]
କଟକ : ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରା ମୃତ୍ୟୁ ମାମଲାରେ ନିକିତାଙ୍କ ଶାଶୁ ଘରେ ଆଜି ଚାଉଳିଆଗଂଜ ପୁଲିସ ତରଫରୁ ଲଟକା ଝୁଲାଯାଇଛି। ନୋଟିସ ସତ୍ତ୍ୱେ ଲିପନଙ୍କ ବାପା ଓ ମାଆ ହାଜର ନହେବାରୁ ଏହି ଲଟକା ଝୁଲାଯାଇଥିବା ଡିସିପି ସୂଚନା ଦେଇଛନ୍ତି। ଲଟକାରେ ୧୯ ତାରିଖ ଦିନ ୧୧ଟା ସୁଦ୍ଧା ଉଭୟ ଚାଉଳିଆଗଂଜ ଥାନାରେ ହାଜର ପାଇଁ ନିର୍ଦ୍ଦେଶ ରହିଛି। ଘଟଣାରେ ପୁଲିସ ପକ୍ଷରୁ ଉଭୟଙ୍କୁ ନୋଟିସ ଜାରି କରାଯାଇଥିଲା। ତେବେ ଉଭୟ ବର୍ତ୍ତମାନ […]
ଭୁବନେଶ୍ୱର : ବଢିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା। ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୬ ହଜାର ଟଙ୍କାରୁ ୭୫୦୦ଟଙ୍କାକୁ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ମୁତାବକ, ମିନି ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୪ ହଜାର୧୨୫ ଟଙ୍କାରୁ ୫ ହଜାର ୩୭୫ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଅଙ୍ଗନବାଡ଼ି ହେଲପରଙ୍କ ଦରମା ୩ ହଜାରରୁ ୩୭୫୦ଟଙ୍କାକୁ ବୃଦ୍ଧି କରାଯାଇଛି। ଅଙ୍ଗନବାଡ଼ି କର୍ମୀଙ୍କ ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଙ୍ଗନବାଡ଼ି […]
ନୟାଗଡ଼ : ନୟାଗଡ଼ ଜିଲ୍ଲା କୁରାଳ ସମବାୟ ସମିତି ଜମାକାରୀଙ୍କ ଟଙ୍କା ହଡ଼ପ ଘଟଣାକୁ ନେଇ ଦିନକୁ ଦିନ ଉତ୍ତେଜନା ବଢ଼ିବାରେ ଲାଗିଛି। ଟଙ୍କା ଫେରାଇବା ଦାବିରେ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଓଡ଼ଗାଁ ଶାଖାରେ ଜମାକାରୀ ତାଲା ପକାଇବା ସହ ଧାରଣା ଦେଇଛନ୍ତି। ସମବାୟ ସମିତିର ସଂପାଦକ ଓ କର୍ମଚାରୀ ୩୨ ଶହ ଜମାକାରୀଙ୍କ ୯ କୋଟିରୁ ଅଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ସରକାରୀ ସଂସ୍ଥା ହୋଇଥିବାରୁ, ଲୋକେ ଟଙ୍କା ଜମା କରିଥିଲେ। ହେଲେ […]
ପାରାଦୀପ : ଗଭୀର ସମୁଦ୍ର ଭିତରରୁ ମିଳିଥିବା ବୋଟ୍ ଡ୍ରାଇଭରଙ୍କ ମୃତଦେହ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ଭାରତୀୟ ତଟରକ୍ଷୀ ବାହିନୀ। କୋଷ୍ଟଗାର୍ଡ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି, ଗତକାଲି ରାତି ପ୍ରାୟ ୯ଟା ୨୦ ବେଳେ ଗହିରମଥା ଉପକୂଳରେ ପାଟ୍ରୋଲିଂ ବେଳେ ଏକ ସନ୍ଦିଗ୍ଧ ଟ୍ରଲର୍ ଠାବ କରାଯାଇଥିଲା। ତଟରକ୍ଷୀ ବାହିନୀର ପାଟ୍ରୋଲିଂ ଜାହାଜ ଏହାକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା। ତେବେ ଟ୍ରଲର୍ଟି ନ ଅଟକି ଏହା ଦିଗ ବଦଳାଇ ପଳାଇବାକୁ […]
ମୟୁରଭଞ୍ଜ : ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ VLW ଅଟକ। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ବଡ଼ଖିଲାଡି ପଞ୍ଚାୟତ କାର୍ଯ୍ୟାଳୟରେ ଏହି ଘଟଣା ଘଟିଛି। ଆଜି ଖାଉଟି ସାମଗ୍ରୀ ଓ ଭତ୍ତା ବଣ୍ଟନ ବେଳେ VLW ବିଦ୍ୟୁତ୍ ମହାପାତ୍ର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ହିତାଧିକାରୀମାନେ VLWଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଘେରାଉ କରି ରଖିବା ସହ ତାଲା ପକାଇଦେଇଥିଲେ। ଖବର ପାଇ କପ୍ତିପଦା ପୁଲିସ VLWଙ୍କୁ ଉଦ୍ଧାର କରିଛି। ତେବେ ଅଭିଯୋଗକୁ ନେଇ VLWଙ୍କ […]
ରାଇରଙ୍ଗପୁର : ଚାଲିଛି ପାରମ୍ପରିକ ପୂଜାର୍ଚ୍ଚନା। ଭୋଗରାଗ ଧରି ନିଜ ପାଳିକୁ ଶହ ଶହ ଶ୍ରଦ୍ଧାଳୁ ଅପେକ୍ଷା କରିଛନ୍ତି। ସାନ୍ତାଳୀ ଭାଷା ଅଲ୍ଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଗୁରୁଦର୍ଶନ ଦିବସ ଅବସରରେ ସାନ୍ତାଳୀ ସମୂଦାୟର ଲୋକେ ଏକାଠି ହୋଇଛନ୍ତି। ଓଡ଼ିଶା ସହ ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଆସାମରୁ ଆସିଥିବା ସାନ୍ତାଳୀ ସମୂଦାୟର ଲୋକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧିସ୍ଥଳରେ ପୂଜାର୍ଚ୍ଚନା କରିଛନ୍ତି। ଏହି ଅବସରରେ ସେମାନେ ସାନ୍ତାଳୀ ସମୁଦାୟ ପ୍ରତି ପଣ୍ଡିତ ମୁର୍ମୁଙ୍କ ଅବଦାନକୁ […]