ଭୁବନେଶ୍ୱର: ଆଜି ଓଟିଭି ଫୋର୍ସାଇଟ୍ କାର୍ଯ୍ୟକ୍ରମ ଆୟୋଜିତ ହେବ । ଓଟିଭିର ଏହି ନବମ ବାର୍ଷିକ ଆଲୋଚନାଚକ୍ର ଓ ସମ୍ମିଳନୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଓ ଜଣାଶୁଣା ବ୍ୟକ୍ତିବିଶେଷ ଏହି ଅବସରରେ ଉପସ୍ଥିତ ରହିବେ। ସେମାନେ ଗତ ବର୍ଷଗୁଡ଼ିକ ଭଳି ଏଥର ମଧ୍ୟ ଗୋଟିଏ ମଞ୍ଚରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ପର୍ଯ୍ୟାଲୋଚନା ଓ ନିଷ୍କର୍ସ ବାହାର କରିବାର ପ୍ରୟାସ କରିବେ ।
ତାଳଚେର/ଢେଙ୍କାନାଳ/ ସୁନ୍ଦରଗଡ଼: ଢେଙ୍କାନାଳ, ତାଳଚେର ଓ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ବଢିବାରେ ଲାଗିଛି। ସହର ମୁହାଁ ହୋଇଛନ୍ତି ହାତୀ। ଫଳରେ ହାତୀ ସହ ମୁହାଁମୁହିଁ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ବୃଦ୍ଧ ଓ ଜଣେ ପିଲା ଅଛନ୍ତି । ତାଳଚେରର ଦେଉଳବେଡ଼ା ଅଞ୍ଚଳରେ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି। ସହର ଭିତରକୁ ହାତୀ ପଶି ଆସିବା ସହ ଲୋକଙ୍କୁ ଆକ୍ରମଣ […]
କୋରାପୁଟ : ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବା କମଳା ପୂଜାରୀ ଅସୁସ୍ଥ। ଗତ ୫ଦିନ ଧରି ଜ୍ୱରରେ ପୀଡ଼ିତ ଥିବା କମଳା ପୂଜାରୀଙ୍କ ରକ୍ତଚାପ ବଢିଯାଇଥିଲା। ଫଳରେ ପରିବାର ଲୋକେ ତାଙ୍କୁ ଜୟପୁରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ୨ଦିନ ଚିକିତ୍ସା ପରେ କମଳା ପୂଜାରୀଙ୍କୁ ବର୍ତ୍ତମାନ କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ତେଲିଗଡ଼ ମୁଣ୍ଡାସାହିରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ। ପାରିବାରିକ କଳହରୁ କଦମ ପୂର୍ତିଙ୍କୁ ସ୍ୱାମୀ- ଲକ୍ଷ୍ମଣ ପୂର୍ତି ପଥରରେ ଛେଚି ହତ୍ୟା କରିଛି। ଘଟଣାରେ ଲକ୍ଷ୍ମଣକୁ ପୁଲିସ ଗିରଫ କରିଛି। ଗତ ରାତିରେ କୌଣସି କାରଣରୁ ଲକ୍ଷ୍ମଣ ଓ କଦମଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ପରେ ଲକ୍ଷ୍ମଣ ପଥର ଆଣି କଦମଙ୍କ ମୁଣ୍ଡକୁ ଛେଚି ଦେବାରୁ ଘଟଣାସ୍ଥଳରେ କଦମଙ୍କର ମୃତ୍ୟୁ ହୋଇଥିଲା।
ସୁନ୍ଦରଗଡ଼ : ଗୁଣି ଗାରେଡ଼ିକୁ ନେଇ ପ୍ରତିଶୋଧ ପରାୟଣ ହୋଇ ୫ଜଣଙ୍କ କରାଯାଇଥିଲା ହତ୍ୟା। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଇନ୍ଦୁପୁର ଗାଁରେ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟଣାରେ ଆଜି ଏଭଳି ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ୍। ଘଟଣାରେ ପୁଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସେମାନେ ହେଲେ ରାଜୁ ମୁଣ୍ଡା, ଜଗମା ମୁଣ୍ଡା, ସାଲୁ ମୁଣ୍ଡା, ମାଟୁ ମୁଣ୍ଡା, ଦେବରା ମୁଣ୍ଡା ଓ ବୁଦ୍ଧରାମ ମୁଣ୍ଡା। ସେମାନଙ୍କ ଠାରୁ […]
କୋରାପୁଟ : କୋରାପୁଟ ବୋରିଗୁମ୍ମା କେବିଡ଼ିରେ ଜନ୍ମିତ ଶିଶୁ କନ୍ୟା ଉଦ୍ଧାର। ଗାଁ ପାଖ କଲଭର୍ଟ ତଳେ ପଡିଥିବାବେଳେ ଶିଶୁକନ୍ୟାକୁ ଗାଁ ଲୋକେ ଉଦ୍ଧାର କରିଛନ୍ତି। ଏହାପରେ ଶିଶୁକୁ ନିକଟସ୍ଥ ରାବଣାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମିଳିଥିବା ସୂଚନା ମୁତାବକ, ଶିଶୁର ଅବସ୍ଥା ଭଲ ଥିବା ଜଣାପଡିଛି ଏବଂ ପରେ ଶିଶୁ ସୁରକ୍ଷା କମିଟି ସହାୟତାରେ ଶିଶୁକନ୍ୟାକୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଏହାସହ କମିଟି ଗାଁରେ ପହଞ୍ଚି ଘଟଣାର ତଦନ୍ତ କରୁଛି।
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ମୁଖ୍ୟ ପରୀକ୍ଷା। ଦେଶର ପ୍ରାୟ ୪ହଜାର ୯୭୪ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ୧୨ଲକ୍ଷ ୮୭ ହଜାର ୩୫୯ ଛାତ୍ରଛାତ୍ରୀ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ରେଜିଷ୍ଟ୍ରେସନ୍ କରିଛନ୍ତି। ଓଡ଼ିଶାରୁ ପ୍ରାୟ ୧୬ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସକାଳ ସାଢ଼େ ୧୦ଟାରୁ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସକାଳ ୧୦ଟା ସୁଦ୍ଧା ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ଆଡମିଟ୍ କାର୍ଡ […]
ପୁରୀ : ଶାନ୍ତି ଶୃଙ୍ଖଳା ସହ ୨୦୧୮ମସିହା ରଥଯାତ୍ରା ସରିବା ନେଇ ଦଇତାପତି ନିଯୋଗକୁ ରାଜ୍ୟ ସରକାରଙ୍କ ପୁରସ୍କାର ରାଶି ପ୍ରଦାନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଚିଠିକୁ ନେଇ ରାଜ୍ୟ ସରକାରଙ୍କ ବିଧିବିଭାଗ ପକ୍ଷରୁ ଦଇତାପତି ନିଯୋଗକୁ ୪୨ଲକ୍ଷ ୭୫ ହଜାର ୯୯୮ ଟଙ୍କା ମଞ୍ଜୁର କରାଯାଇଛି। ଏନେଇ ବିଧିବିଭାଗ ତରଫରୁ ଏକ ଚିଠି ମାଧ୍ୟମରେ ଦର୍ଶାଯାଇଛି। ସେପଟେ ପୁରସ୍କାର ରାଶିକୁ ନେଇ ଦଇତାପତି ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି। […]
ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସରେ ଅଜଣା ଯୁବତୀଙ୍କୁ ହାବିଲଦାର ବନ୍ଧୁକ ଧରାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ। କମିଶନରେଟ ପୁଲିସ ତରଫରୁ ତାଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ନା ଭାଗ୍ୟଧର ନାୟକ। ସେ ଓଡ଼ିଶା ପୁଲିସର ଷଷ୍ଠ ବାଟାଲିୟନର ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। ସାଧାରଣତନ୍ତ୍ର ଦିବସରେ ବିଧାନସଭା ବାହାରେ ସେ ଡ୍ୟୁଟିରେ ଥିଲେ। ତେବେ ଡ୍ୟୁଟି ସାରି ଫେରିବା ସମୟରେ ସଂପୃକ୍ତ ଯୁବତୀଙ୍କୁ ହାବିଲଦାର ଜଣଙ୍କ ବନ୍ଧୁକ ଧରାଇ ଦେଇଥିଲେ। ତେବେ କେଉଁ ପରିସ୍ଥିତିରେ ସେ ନିଜ ଏକେ-୪୭କୁ […]
କଟକ : ଦୂରଦର୍ଶନ ତଥା ଆକାଶବାଣୀର ସମ୍ବାଦ ପାଠକ ସୁବୋଧ ନାୟକଙ୍କ ପରଲୋକ। ଆଜି କଟକ ବଡ଼ ମେଡିକାଲରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଏସ୍ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଆଜି ଭୋର ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ୧୯୮୯ ମସିହାରୁ ସେ ଦୂରଦର୍ଶନରେ କାର୍ଯ୍ୟକରିବା ସହ […]
ସୋନପୁର(ରବୀନ୍ଦ୍ର ହୋତା): ସୋନପୁର-ସମ୍ବଲପୁର ରାସ୍ତାର ମେଟାକାନୀ ଛକରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ସ୍ଥାନୀୟ ପୁଲେଶ୍ୱର ଗାଁର ଜିତେନ୍ଦ୍ର ଖୁରା। ତେବେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଏହାସହ ଦୁର୍ଘଟଣାରେ ସଂପୃକ୍ତ ଥିବା ଗାଡ଼ିକୁ ଚିହ୍ନଟ କରିବା ପାଇଁ ଦାବି ହୋଇଛି।
ପୁରୀ : ବର୍ଷିଆନ କଳାକାର ତଥା ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରାମଚନ୍ଦ୍ର ପ୍ରତିହାରୀଙ୍କ ପରଲୋକ। ୮୭ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି। ଦୀର୍ଘ ଦିନ ଧରି ସେ ମୁଖ କର୍କଟରେ ପୀଡ଼ିତ ଥିଲେ। ଆଜି ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଛି। ଅନେକ ବିଶିଷ୍ଟ ବ୍ୟକ୍ତି ତଥା କଳାକାର ରାମଚନ୍ଦ୍ରଙ୍କ ଶେଷ ଦର୍ଶନ କରିଛନ୍ତି। ‘ନୀଳମାଧବ’ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ପ୍ରଶଂସାର ପାତ୍ର ହୋଇଥିଲେ ରାମଚନ୍ଦ୍ର ପ୍ରତିହାରୀ। ପୁରୀ ଅନ୍ନପୂର୍ଣ୍ଣା ଥିଏଟର ସହିତ ମଧ୍ୟ ସେ […]
ଭୁବନେଶ୍ୱର : ଭୁବନେଶ୍ୱରର ଏକ ସିନେମା ହଲ୍ରେ ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୁଲିସ୍। ଅଭିଯୁକ୍ତମାନେ ୟୁନିଭର୍ସିଟି ଲ’ କଲେଜର ଛାତ୍ର ବୋଲି ଜଣାପଡ଼ିଛି। ଶନିବାର ଦିନ ଗଣମାଧ୍ୟମ ପ୍ରତିନିଧି କପିଳେନ୍ଦ୍ର ପ୍ରଧାନଙ୍କୁ ଆକ୍ରମଣ ଅଭିଯୋଗ ହୋଇଥିଲା। ମହିଳାଙ୍କୁ କେତେକ ଯୁବକ ଅଶ୍ଳୀଳ କମେଣ୍ଟ କରୁଥିବାର ଦେଖି ପ୍ରତିବାଦ କରିବାରୁ ସେହି ଯୁବକମାନେ ମାଡ଼ ମାରିଥିବା ଅଭିଯୋଗ କରିଥିଲେ କପିଳେନ୍ଦ୍ର। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି […]
ଭୁବନେଶ୍ୱର : ଆମ୍ ଆଦ୍ମୀ ପାର୍ଟିରେ ଯୋଗ ଦେବେ ନାହିଁ କି ଆସନ୍ତା ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ସେ କହିଛନ୍ତି, ସାମାଜିକ ନ୍ୟାୟ ଅଭିଯାନରେ ସାମିଲ ଥିବା ଲୋକ, ଯେଉଁମାନେ ନିର୍ବାଚନରେ ପ୍ରାର୍ଥୀ ହେବେ, ସେମାନଙ୍କ ପାଇଁ ପ୍ରଚାର କରିବେ। ଆସନ୍ତା ୩୧ ତାରିଖରେ ଭୁବନେଶ୍ୱର ଲୋୟର ପିଏମ୍ଜିରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟି […]
ଭୁବନେଶ୍ୱର: ୬ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୂମିପୂଜନ କରିଛନ୍ତି। ‘ଭଦ୍ରକ-ବାଲେଶ୍ୱର, ଟାଙ୍ଗୀ-ଭୁବନେଶ୍ୱର, ଚଣ୍ଡିଖୋଲ-ଭୁବନେଶ୍ୱର ରାସ୍ତା ୬ ଲେନ୍ ବିଶିଷ୍ଟ ହେବ । ଭୁବନେଶ୍ୱର ଖଣ୍ଡଗିରିରେ ଆଜି ଏହି ସବୁ ପ୍ରକଳ୍ପର ଭୂମିପୂଜନ କରାଯାଇଛି। ସେହିପରି ବାଲିକୁଦା, ଶିଖରପୁର, ବଡ଼ଚଣାରେ ଭୂତଳ ବ୍ରିଜ୍ ନିର୍ମାଣ ହେବ। ମୋଟ୍ ୧୧୯.୫ କିମି NH ପାଇଁ ୨୦୬୭.୫୦ କୋଟି ବ୍ୟୟ ଅଟକଳ କରାଯାଇଛି। ଏହି ଅବସରରେ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।
ମୟୂରଭଞ୍ଜ: ଧାନ କିଣା ବେଳେ ଟୋକନ୍ ପ୍ରଦାନରେ ଅନିୟମିତତା ଏବଂ ବିଳମ୍ବକୁ ନେଇ ତାତିଛନ୍ତି ଚାଷୀ। ଉତ୍ତ୍ୟକ୍ତ ଚାଷୀ ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଖଲାଡ଼ି ଲ୍ୟାମ୍ପସ୍ରେ ତାଲା ପକାଇଛନ୍ତି। ସେମାନେ ଲ୍ୟାମ୍ପସ୍ରେ ତାଲା ପକାଇବା ସହ ଏମ୍ଡି ଓ ଏଆରସିଏସ୍ଙ୍କୁ ଘେରିଥିଲେ । ଚାଷୀମାନଙ୍କ କହିବା ଅନୁଯାୟୀ, ପୂର୍ବରୁ ହଜାରେ କୁଇଣ୍ଟାଲ ଧାନ ବିକ୍ରି କରିବା ପାଇଁ ଲ୍ୟାମ୍ପସ୍ କର୍ତ୍ତୃପକ୍ଷ କହିଥିଲେ। କିନ୍ତୁ ହଜାରେ କୁଇଣ୍ଟାଲ ଧାନ ବଦଳରେ ୬ ଶହ କୁଇଣ୍ଟାଲ୍ର ଟୋକନ୍ ପ୍ରଦାନ […]
ଖୋର୍ଦ୍ଧା : ନିଜେ ଯାହା କରି ନଥିଲେ ତାହା ପୁଅ କରି ଦେଖାଇ ଦେଲା। ସାଧାରଣତନ୍ତ୍ର ଦିବସରେ ଦେଶ ପାଇଁ ବଳିଦାନ ଦେଇଥିବା ପୁଅ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି ଖୋର୍ଦ୍ଧା ଅଠରାଙ୍ଗର ସହିଦ ଯବାନ ହେମନ୍ତ ପଣ୍ଡାଙ୍କ ବାପା। ମାତ୍ର ୨୫ ବୟସର ଯୁବକ ପୁଅକୁ ହରାଇ ହେମନ୍ତ କୋହ ସମ୍ଭାଳି ପାରୁନଥିଲେ ବି ପୁଅର କାମ ପାଇଁ ସେ ଗର୍ବିତ ବୋଲି କହିଛନ୍ତି। ଏପଟେ ହେମନ୍ତଙ୍କୁ ହରାଇ ତାଙ୍କ ପରିବାର ତଥା ପୁରା ଅଠରାଙ୍ଗ ଗାଁରେ […]
ଭୁବନେଶ୍ୱର: ଆଜି ରାଜ୍ୟର ୪ଟି ଜିଲ୍ଲାରେ ଝଡ଼ବର୍ଷା ସହିତ ବଜ୍ରପାତ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ନ ୪ଟା ୧୫ ପର୍ଯ୍ୟନ୍ତ ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।
ଭୁବନେଶ୍ୱର : ଆସନ୍ତାକାଲି ନୂଆଦିଲ୍ଲୀର ଓଡ଼ିଶା ଭବନରେ ରାଜ୍ୟର ସ୍ୱାର୍ଥ ସଂପର୍କିତ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହି ସବୁ ପ୍ରକଳ୍ପର ଅଗ୍ରଗତି ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ସେ ଆଲୋଚନା କରିବେ। ଆଜି ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଭିନ୍ନ ପ୍ରକଳ୍ପରେ ବାକି ରହିଥିବା କେନ୍ଦ୍ରୀୟ ଅନୁଦାନର ବକେୟା ରାଶି ଓ ଆଗାମୀ ପ୍ରକଳ୍ପ ନେଇ ଆଲୋଚନା ହେବ। ଏହା ପରେ ଆସନ୍ତାକାଲି ହିଁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି […]
ଝାରସୁଗୁଡ଼ା : ଜିଲ୍ଲା ଚିଖିଲାପାଲି ଗାଁରୁ ୬୫ ହଜାର ଟଙ୍କାର ଜାଲ ନୋଟ ଜବତ କଲା ରେଙ୍ଗାଲି ପୁଲିସ। ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି। ସେମାନଙ୍କ ଠାରୁ ପୁଲିସ ୧୧୦ ଖଣ୍ଡ ୫ ଶହ ଟଙ୍କିଆ ଓ ୫ ଖଣ୍ଡ ୨ ହଜାର ଟଙ୍କିଆ ନୋଟ୍ ଜବତ କରିଛି। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଜାଲ୍ ନୋଟ୍ କାରବାର ହେଉଥିବା ପୁଲିସ ସୂଚନା ପାଇ ଚିଖିଲାପାଲି ଗାଁରେ ଚଢାଉ କରିଥିଲେ। ଜାଲ୍ […]
ବାରିପଦା(ମାଣିକଲାଲ୍ ପାଣି): ସ୍କୁଲ୍ ହଷ୍ଟେଲ୍ର ଅବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପାଇଁ ଚାଲି ଚାଲି ଗଲେ ଛାତ୍ର। ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ କେନ୍ଦୁଆ ନୋଡାଲ ହାଇସ୍କୁଲରେ ଥିବା ଆଦିବାସୀ ହଷ୍ଟେଲ୍ର ୧୭ଜଣ ଛାତ୍ର ପାଖାପାଖି ୧୩ କିଲୋମିଟର ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଅଭିଯୋଗ ଅନୁଯାୟୀ, ହଷ୍ଟେଲ୍ରେ ପିଲାଙ୍କୁ ଠିକ୍ ଭାବେ ଖାଇବାକୁ ଦିଆଯାଉ ନାହିଁ। ଏପରିକି ପିଲାମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଅଭିଯୋଗ କଲେ ପ୍ରଧାନଶିକ୍ଷୟିତ୍ରୀ ଛାତ୍ରଙ୍କୁ ମାଡ଼ […]
କନ୍ଧମାଳ : କନ୍ଧମାଳରେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତ ଜଣକ କବିରାଜ ନାୟକ ବୋଲି ସୂଚନା ଦେଇଛନ୍ତି, ବାଲିଗୁଡ଼ା ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ। ଅଭିଯୋଗ ମୁତାବକ, ଗତକାଲି ଜିଲ୍ଲାର ତୁମୁଡିବନ୍ଧ ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ପୀଡ଼ିତାଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା। ଅଭିଯୋଗ ପାଇବା ପରେ ବେଲଘର ପୁଲିସ୍ ଘଟଣାର ତଦନ୍ତ କରୁଥିଲା। ତେବେ ଅଭିଯୁକ୍ତ ଜଣଙ୍କ ଗିରଫ ହେବା ପରେ, ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ […]
ଭୁବନେଶ୍ୱର(ଜଗଦୀଶ ଦାସ): ଅବସରର ମାସକ ପୂର୍ବରୁ ଛୁଟିରେ ପଠାଯିବା ପ୍ରସଙ୍ଗ ନେଇ ଓୟୁଏଟି କୁଳପତି ସୁରେନ୍ଦ୍ରନାଥ ପଶୁପାଳକ ସଙ୍ଗୀନ ଅଭିଯୋଗ କରିଛନ୍ତି। ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଦୋଷ ଦେବା ସହ ଅଭିସନ୍ଧି ରଖି ଏଭଳି କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ କୁଳାଧିପତିଙ୍କୁ ଅବଗତ କରିଥିଲେ ବି କିଛି ସୁଫଳ ମିଳିନଥିଲା ବୋଲି ସେ କହିଛନ୍ତି। ଯାହାବି ଅଭିଯୋଗ ଆସିଥିଲା ପ୍ରାଥମିକ ସ୍ତରରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଭଲ ହୋଇଥା’ନ୍ତା। କୌଣସି ପ୍ରକାର ଆର୍ଥିକ ଅନିୟମିତତା […]
ଭୁବନେଶ୍ୱରରେ ରାଜ୍ୟ ବିଜେପି ଇସ୍ତାହାର କମିଟିର ୨ୟ ବୈଠକ ଅନୁଷ୍ଠିତ ହୋଇଛି। ଲୋକଙ୍କ ମତାମତ ସଂଗ୍ରହ ପାଇଁ ଏକ ଇସ୍ତାହାର ୱେବ୍ସାଇଟ୍ ଉନ୍ମୋଚିତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଇସ୍ତାହାର କମିଟି ମୁଖ୍ୟ ବିଶ୍ୱଭୂଷଣ ହରିଚନ୍ଦନ। ଇସ୍ତାହାରରେ କୃଷି ଓ କୃଷକ, ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏଥିସହ ସମବାୟ ଓ ଜଳସେଚନ କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଛୋଟ ଛୋଟ ଡ୍ୟାମ୍ ଗଢି ଜଳସେଚନ ଓ ବିଦ୍ୟୁତ୍ ଉତ୍ପାଦନ କରାଯିବ ବୋଲି […]
ବ୍ରହ୍ମପୁର : ବିଜେଡି ଫୋକସରେ ଗଂଜାମ। ଆଜି ବ୍ରହ୍ମପୁର ସ୍ଥିତ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ପଡିଆରେ ଅନୁଷ୍ଠିତ ଚାଷୀ ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଗଂଜାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୧୦୧୧ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଏହାସହ କାଳିଆ ଯୋଜନାରେ ସହାୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା […]