ଜଗତସିଂହପୁର : ମକର ମେଳାରେ ପାର୍କିଂ ଷ୍ଟାଣ୍ଡକୁ କେନ୍ଦ୍ର କରି ବିବାଦ। ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ। ଜଗତସିଂହପୁର ଜିଲ୍ଲା ରାହାମା ମକର ମେଳାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପ୍ରତିବର୍ଷ ମକର ମେଳାରେ ଗୋଟିଏ ପାର୍କିଂ ଷ୍ଟାଣ୍ଡ ହେଉଥିବାବେଳେ କିଛି ଯୁବକ ଚଳିତବର୍ଷ ନୂଆ କରି ଆଉ ଏକ ପାର୍କିଂ ଷ୍ଟାଣ୍ଡ କରିଛନ୍ତି। ଗତ ବିଳମ୍ବିତ ରାତିରେ ନୂଆ ଷ୍ଟାଣ୍ଡରେ ଥିବା ବାଇକ୍, ଅଟୋ, କାର୍ ଗୁଡିକୁ କେହି ଭଙ୍ଗାରୁଜା କରିଛନ୍ତି। ଏହାର […]
ପାରାଦୀପ : ବିଭିନ୍ନ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛି। ସ୍କୁଲ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀମାନେ ଆନ୍ଦୋଳନରେ ବସିଛନ୍ତି। ପାରାଦୀପଗଡ଼ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଏବେବି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି। ଅଭିଯୋଗ ଅନୁସାରେ ବିଭିନ୍ନ କାରଣ ଯୋଗୁଁ ଗତ କିଛି ମାସ ଧରି ବିଦ୍ୟାଳୟରେ ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଛାତ୍ରୀଛାତ୍ରୀମାନେ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି। ବିଶେଷକରି ପ୍ରଧାନଶିକ୍ଷକଙ୍କୁ ବଦଳି, କିରଣ ଦିଦିଙ୍କୁ […]
ମାଲକାନଗିରି : ମଣ୍ଡିରେ ଧାନ ଉଠୁନଥିବା ସହ ଅବ୍ୟବସ୍ଥା ଏବଂ କୋରକୋଣ୍ଡା ଲାମ୍ପସର ଏମଡିଙ୍କୁ ଗିରଫ ଦାବିରେ ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଚାଷୀ। କିଛି ଦିନ ପୂର୍ବେ କୋରକୋଣ୍ଡା ଲାମ୍ପ୍ସ କାର୍ଯ୍ୟାଳୟରେ ଏମ୍ଡି ଜଣେ ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ତେବେ ପୁଲିସ କାହା ଚାପରେ ଏମ୍ଡିଙ୍କୁ ଗିରଫ କରୁନି ବୋଲି ପ୍ରଶ୍ନ କରି ଚାଷୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। ଆଗାମୀ ଦିନରେ ଜିଲ୍ଲାରେ ଧାନ କିଣା ସଠିକ୍ ଭାବେ ନ […]
ଭୁବନେଶ୍ୱର: ସାମାଜିକ ନ୍ୟାୟ କେବଳ ଏକକରେ ସୀମିତ ନୁହେଁ। ଏହା ରାଜନୈତିକ ଏବଂ ଅର୍ଥନୈତିକ ଭାବେ ପରସ୍ପର ସହ ଜଡ଼ିତ। ଓଟିଭି ଫୋର୍ସାଇଟ୍ରେ ଯୋଗ ଦେଇ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ମତପ୍ରକାଶ କରିଛନ୍ତି। ସାମାଜିକ ନ୍ୟାୟର ବିଭିନ୍ନ ଦିଗ ଉପରେ ଜଷ୍ଟିସ ଦୀପକ ମିଶ୍ର ଆଲୋକପାତ କରିଥିଲେ। ସାମାଜିକ ନ୍ୟାୟ ସହ ରାଜନୈତିକ ଏବଂ ଅର୍ଥନୈତିକ ନ୍ୟାୟ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ମତସାବ୍ୟସ୍ତ କରି ନିଜର ପ୍ରତିନିଧି ନିଜେ ବାଛିବା ଉପରେ […]
ଝାରସୁଗୁଡ଼ା : ଝାରସୁଗୁଡ଼ା କାତିକେଲାରେ ବେଦାନ୍ତ ଆଲୁମିନାର ପାଉଁଶ ପୋଖରୀ ଭୁଶୁଡ଼ିବା ଘଟଣାର ତଦନ୍ତ କରିଛି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର ଟିମ୍। ପିସି ମିଶ୍ରଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ପ୍ରଭାବିତ ଅଞ୍ଚଳରେ ପହଞ୍ଚି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି। ଗତକାଲି ଠାରୁ ତଦନ୍ତକାରୀ ଟିମ୍ ଗାଁରେ ପହଞ୍ଚିଥିବାବେଳେ ଆଜି ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହାପରେ ଭେଡେନ ନଦୀକୁ ଯାଇ ପାଣିର ସ୍ଥିତି ପରଖିଛନ୍ତି। ହେଲେ ଆଲୋଚନା ପାଇଁ ଗାଁ ଲୋକେ ଅପେକ୍ଷା କରିଥିବାବେଳେ, ତଦନ୍ତକାରୀ ଟିମ୍ ଘଟଣାସ୍ଥଳରୁ ଗାଁ […]
ପୁରୀ : ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ବୈଠକରେ ନିର୍ଦ୍ଧାରଣ ହୋଇଛି ମହାପ୍ରସାଦ ଦର। ଆନନ୍ଦ ବଜାର ସଂସ୍କାର ନେଇ ବସିଥିବା ବୈଠକରେ ମହାପ୍ରସାଦ ଓ ଅବଢ଼ା ଦର ନିର୍ଦ୍ଧାରଣ ନେଇ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସହ ନିଯୋଗର ବୈଠକରେ ଆଲୋଚନା ପରେ ଦର ନିର୍ଦ୍ଧାରଣ ହୋଇଛି। ତେବେ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ପରେ ଏହି ଦର ଲାଗୁ କରାଯିବ। ସୁଆର ମହାସୁଆର ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ଆର୍ଥିକ […]
କଟକ : କଟକ ଜଗତପୁର ନିକଟରେ ବସ୍ ଦୁର୍ଘଟଣା ମଙ୍ଗୁଳି ଛକ ଓ ଜଗତପୁର ମଝି ୧୬ ନମ୍ବର ଜାତୀୟ ରାଜପଥ ଉପରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗଣେଶ ନାମକ ଯାତ୍ରୀବାହୀ ବସ୍ ବାଲେଶ୍ୱରରୁ ଭୁବନେଶ୍ୱର ଆସୁଥିବାବେଳେ, ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ଧକ୍କା ଦେଇଥିଲା।
ଯାଜପୁର : ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳର ନେତା ଦାମୋଦର ରାଉତଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ। ଦାମୋଦର ରାଉତ ହେଉଛନ୍ତି ଜଣେ ଜିଲ୍ଲା ପରିଷଦ ସଭ୍ୟଙ୍କ ସ୍ୱାମୀ। ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି ଯେ, ଗତ ୨୪ ତାରିଖରେ ତାଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ ଦାମୋଦର ରାଉତ। ଏ ସଂପର୍କରେ ମଙ୍ଗଳପୁର ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଅଭିଯୁକ୍ତ ଜଣକ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ପରେ ପୀଡ଼ିତା ଯାଜପୁର ଏସ୍ପିଙ୍କ […]
ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖାଦେଇଛି । ଗୋଷ୍ଠୀ କନ୍ଦଳ ଯୋଗୁ ଏବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ପାଇଁ ଅଡୁଆ ବଢ଼ିଛି। ଜିଲ୍ଲା ବିଜେଡି ଉପସଭାପତି ଓ ବିଧାୟକଙ୍କର ବିଭିନ୍ନ ପଞ୍ଚାୟତରେ ଅଲଗା ଅଲଗା କାର୍ଯ୍ୟାଳୟ ଚାଲିଛି। ସମାନ୍ତରାଳ ଭାବେ ଦୁଇ ଗୋଷ୍ଠୀ ଏବେ ଚାନ୍ଦବାଲି ଅଞ୍ଚଳରେ ନିଜର ସଙ୍ଗଠନ ବଢ଼ାଇବାରେ ଲାଗିଛନ୍ତି। ଏହା ଏବେ ବିଜେଡି ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। କଂଗ୍ରେସ ସହ ବିଧାୟକଙ୍କ ଅଘୋଷିତ ମେଣ୍ଟ ଚାଲିଥିବା […]
ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଆରମ୍ଭରୁ ଦେଖାଦେଇଛି ବିଭ୍ରାଟ। ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରୁ ହିଁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ମାତୃଭାଷା, ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ହେବା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ଏଥର ଦୁଇ ଦୁଇଟି ଜିଲ୍ଲାରେ ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି। ମାଟ୍ରିକର ଗଣିତ ପ୍ରଶ୍ନପତ୍ରର ‘ଡି’ ସେଟ୍ ମୋବାଇଲ୍ରୁ ମୋବାଇଲ୍ ଘୁରିବୁଲୁଛି। ଭାଇରାଲ୍ ପ୍ରଶ୍ନପତ୍ର ସହ ଏକ ଆଡମିଟ୍ କାର୍ଡ ଫଟୋ ବି ବୁଲୁଛି। ମାଧ୍ୟମିକ ଶିକ୍ଷା […]
ନୟାଗଡ଼: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଗୋପିନାଥପୁରରେ ଅଟୋ ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ ଟ୍ୟୁସନ୍ ସାରି ଘରକୁ ଫେରୁଥିବା ବେଳେ ଛାତ୍ରଜଣଙ୍କୁ ସମ୍ମୁଖ ପଟୁ ଆସୁଥିବା ଏକ ଅଟୋ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ଅଟୋ ଡ୍ରାଇଭରଙ୍କୁ ଗିରଫ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସାଧାରଣ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଉତ୍ତ୍ୟକ୍ତ ଲୋକେ ଗୋପିନାଥପୁରଠାରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ […]
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ କାନ୍ଥ ପଡ଼ିଯିବାରୁ ଜଣେ ଶିଶୁର ମୃତ୍ୟୁ ହୋଇଛି। କପ୍ତିପଦାର ଡାଙ୍ଗରସାହିରେ କାନ୍ଥ ପଡ଼ି ସୋମନାଥ ସେଲେଙ୍ଗୀଙ୍କ ୪ ବର୍ଷର ପୁଅଙ୍କ ମୃତ୍ୟୁ ହୋଇଛି। ଏଭଳି ଖବର ପ୍ରଚାରିତ ହେବା ପରେ ସମଗ୍ର ଗାଁରେ ଶୋକ ଖେଳି ଯାଇଛି। ଗତକାଲି ରାତିରେ ରାତ୍ରି ଭୋଜନ ପରେ ସମସ୍ତେ ଶୋଇପଡ଼ିବା ପରେ ଏହି ଅଘଟଣ ଘଟିଥିଲା। କାନ୍ଥ ଭୁଷୁଡ଼ି ପଡ଼ିବା ଫଳରେ ଶିଶୁଟିକୁ ଗୁରୁତର ଅବସ୍ଥରରେ ଉଦଳା ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ […]
ଭୁବନେଶ୍ୱର: ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଂଜିଲାଲ ଜେଲରୁ ଫେରାର ଉଦ୍ୟମ ଅଭିଯୋଗରେ ରୁଜୁ ହୋଇଛି ନୂଆ ମାମଲା। ଧାରା ୩୪୨, ୨୯୪, ୩୨୩, ୩୫୩, ୩୭୯, ୫୦୬ ଓ IPC ୩୪ରେ ପାଟଣାଗଡ଼ ଥାନାରେ ମାମଲା ରୁଜୁ ହୋଇଛି। ଗତ ୨୪ ତାରିଖରେ ଅନ୍ୟ ଅନ୍ତେବାସୀଙ୍କ ସହ ଜେଲ୍ରୁ ଫେରାର ହେବାକୁ ପୁଞ୍ଜିଲାଲ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଘଟଣା ଘଟିବା ପରେ, ପାଟଣାଗଡ଼ ଜେଲ୍ ଗସ୍ତରେ ଆସିଥିଲେ ଦାୟିତ୍ୱରେ ଥିବା ଜେଲ୍ ଡିଆଇଜି ଅମିୟ […]
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ ରାଇଗୁରି ଜଙ୍ଗଲରୁ ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ, ହାତୀର ବୟସ ପ୍ରାୟ ୪ବର୍ଷ ହେବ ବୋଲି କୁହାଯାଉଛି। ସୁଚନା ଅନୁସାରେ ହାତୀଟି ଜରଡା ରେଞ୍ଜ ରାଇଗୁରି ଜଙ୍ଗଲରେ ହାତୀ ପଲରୁ ଏକୁଟିଆ ହୋଇ ବୁଲୁଥିଲା। ଗତକିଛି ଦିନ ହେଲା ଅସୁସ୍ଥ ହେବା ଦେଖି ବନବିଭାଗ ତାର ଚିକିତ୍ସା କରୁଥିବାବେଳେ ଗତକାଲି ହାତୀଟି ପ୍ରାଣ ହରାଇଥିବା ଏସିଏଫ୍ କହିଛନ୍ତି।
ଭୁବନେଶ୍ୱର: ଆଜି ଓଟିଭି ଫୋର୍ସାଇଟ୍ କାର୍ଯ୍ୟକ୍ରମ ଆୟୋଜିତ ହେବ । ଓଟିଭିର ଏହି ନବମ ବାର୍ଷିକ ଆଲୋଚନାଚକ୍ର ଓ ସମ୍ମିଳନୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଓ ଜଣାଶୁଣା ବ୍ୟକ୍ତିବିଶେଷ ଏହି ଅବସରରେ ଉପସ୍ଥିତ ରହିବେ। ସେମାନେ ଗତ ବର୍ଷଗୁଡ଼ିକ ଭଳି ଏଥର ମଧ୍ୟ ଗୋଟିଏ ମଞ୍ଚରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ପର୍ଯ୍ୟାଲୋଚନା ଓ ନିଷ୍କର୍ସ ବାହାର କରିବାର ପ୍ରୟାସ କରିବେ ।
ତାଳଚେର/ଢେଙ୍କାନାଳ/ ସୁନ୍ଦରଗଡ଼: ଢେଙ୍କାନାଳ, ତାଳଚେର ଓ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ବଢିବାରେ ଲାଗିଛି। ସହର ମୁହାଁ ହୋଇଛନ୍ତି ହାତୀ। ଫଳରେ ହାତୀ ସହ ମୁହାଁମୁହିଁ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ବୃଦ୍ଧ ଓ ଜଣେ ପିଲା ଅଛନ୍ତି । ତାଳଚେରର ଦେଉଳବେଡ଼ା ଅଞ୍ଚଳରେ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି। ସହର ଭିତରକୁ ହାତୀ ପଶି ଆସିବା ସହ ଲୋକଙ୍କୁ ଆକ୍ରମଣ […]
କୋରାପୁଟ : ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବା କମଳା ପୂଜାରୀ ଅସୁସ୍ଥ। ଗତ ୫ଦିନ ଧରି ଜ୍ୱରରେ ପୀଡ଼ିତ ଥିବା କମଳା ପୂଜାରୀଙ୍କ ରକ୍ତଚାପ ବଢିଯାଇଥିଲା। ଫଳରେ ପରିବାର ଲୋକେ ତାଙ୍କୁ ଜୟପୁରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ୨ଦିନ ଚିକିତ୍ସା ପରେ କମଳା ପୂଜାରୀଙ୍କୁ ବର୍ତ୍ତମାନ କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ତେଲିଗଡ଼ ମୁଣ୍ଡାସାହିରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ। ପାରିବାରିକ କଳହରୁ କଦମ ପୂର୍ତିଙ୍କୁ ସ୍ୱାମୀ- ଲକ୍ଷ୍ମଣ ପୂର୍ତି ପଥରରେ ଛେଚି ହତ୍ୟା କରିଛି। ଘଟଣାରେ ଲକ୍ଷ୍ମଣକୁ ପୁଲିସ ଗିରଫ କରିଛି। ଗତ ରାତିରେ କୌଣସି କାରଣରୁ ଲକ୍ଷ୍ମଣ ଓ କଦମଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ପରେ ଲକ୍ଷ୍ମଣ ପଥର ଆଣି କଦମଙ୍କ ମୁଣ୍ଡକୁ ଛେଚି ଦେବାରୁ ଘଟଣାସ୍ଥଳରେ କଦମଙ୍କର ମୃତ୍ୟୁ ହୋଇଥିଲା।
ସୁନ୍ଦରଗଡ଼ : ଗୁଣି ଗାରେଡ଼ିକୁ ନେଇ ପ୍ରତିଶୋଧ ପରାୟଣ ହୋଇ ୫ଜଣଙ୍କ କରାଯାଇଥିଲା ହତ୍ୟା। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଇନ୍ଦୁପୁର ଗାଁରେ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟଣାରେ ଆଜି ଏଭଳି ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ୍। ଘଟଣାରେ ପୁଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସେମାନେ ହେଲେ ରାଜୁ ମୁଣ୍ଡା, ଜଗମା ମୁଣ୍ଡା, ସାଲୁ ମୁଣ୍ଡା, ମାଟୁ ମୁଣ୍ଡା, ଦେବରା ମୁଣ୍ଡା ଓ ବୁଦ୍ଧରାମ ମୁଣ୍ଡା। ସେମାନଙ୍କ ଠାରୁ […]
କୋରାପୁଟ : କୋରାପୁଟ ବୋରିଗୁମ୍ମା କେବିଡ଼ିରେ ଜନ୍ମିତ ଶିଶୁ କନ୍ୟା ଉଦ୍ଧାର। ଗାଁ ପାଖ କଲଭର୍ଟ ତଳେ ପଡିଥିବାବେଳେ ଶିଶୁକନ୍ୟାକୁ ଗାଁ ଲୋକେ ଉଦ୍ଧାର କରିଛନ୍ତି। ଏହାପରେ ଶିଶୁକୁ ନିକଟସ୍ଥ ରାବଣାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମିଳିଥିବା ସୂଚନା ମୁତାବକ, ଶିଶୁର ଅବସ୍ଥା ଭଲ ଥିବା ଜଣାପଡିଛି ଏବଂ ପରେ ଶିଶୁ ସୁରକ୍ଷା କମିଟି ସହାୟତାରେ ଶିଶୁକନ୍ୟାକୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଏହାସହ କମିଟି ଗାଁରେ ପହଞ୍ଚି ଘଟଣାର ତଦନ୍ତ କରୁଛି।
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ମୁଖ୍ୟ ପରୀକ୍ଷା। ଦେଶର ପ୍ରାୟ ୪ହଜାର ୯୭୪ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ୧୨ଲକ୍ଷ ୮୭ ହଜାର ୩୫୯ ଛାତ୍ରଛାତ୍ରୀ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ରେଜିଷ୍ଟ୍ରେସନ୍ କରିଛନ୍ତି। ଓଡ଼ିଶାରୁ ପ୍ରାୟ ୧୬ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସକାଳ ସାଢ଼େ ୧୦ଟାରୁ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସକାଳ ୧୦ଟା ସୁଦ୍ଧା ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ଆଡମିଟ୍ କାର୍ଡ […]
ପୁରୀ : ଶାନ୍ତି ଶୃଙ୍ଖଳା ସହ ୨୦୧୮ମସିହା ରଥଯାତ୍ରା ସରିବା ନେଇ ଦଇତାପତି ନିଯୋଗକୁ ରାଜ୍ୟ ସରକାରଙ୍କ ପୁରସ୍କାର ରାଶି ପ୍ରଦାନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଚିଠିକୁ ନେଇ ରାଜ୍ୟ ସରକାରଙ୍କ ବିଧିବିଭାଗ ପକ୍ଷରୁ ଦଇତାପତି ନିଯୋଗକୁ ୪୨ଲକ୍ଷ ୭୫ ହଜାର ୯୯୮ ଟଙ୍କା ମଞ୍ଜୁର କରାଯାଇଛି। ଏନେଇ ବିଧିବିଭାଗ ତରଫରୁ ଏକ ଚିଠି ମାଧ୍ୟମରେ ଦର୍ଶାଯାଇଛି। ସେପଟେ ପୁରସ୍କାର ରାଶିକୁ ନେଇ ଦଇତାପତି ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି। […]
ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସରେ ଅଜଣା ଯୁବତୀଙ୍କୁ ହାବିଲଦାର ବନ୍ଧୁକ ଧରାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ। କମିଶନରେଟ ପୁଲିସ ତରଫରୁ ତାଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ନା ଭାଗ୍ୟଧର ନାୟକ। ସେ ଓଡ଼ିଶା ପୁଲିସର ଷଷ୍ଠ ବାଟାଲିୟନର ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। ସାଧାରଣତନ୍ତ୍ର ଦିବସରେ ବିଧାନସଭା ବାହାରେ ସେ ଡ୍ୟୁଟିରେ ଥିଲେ। ତେବେ ଡ୍ୟୁଟି ସାରି ଫେରିବା ସମୟରେ ସଂପୃକ୍ତ ଯୁବତୀଙ୍କୁ ହାବିଲଦାର ଜଣଙ୍କ ବନ୍ଧୁକ ଧରାଇ ଦେଇଥିଲେ। ତେବେ କେଉଁ ପରିସ୍ଥିତିରେ ସେ ନିଜ ଏକେ-୪୭କୁ […]
କଟକ : ଦୂରଦର୍ଶନ ତଥା ଆକାଶବାଣୀର ସମ୍ବାଦ ପାଠକ ସୁବୋଧ ନାୟକଙ୍କ ପରଲୋକ। ଆଜି କଟକ ବଡ଼ ମେଡିକାଲରେ ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଏସ୍ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଆଜି ଭୋର ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ୧୯୮୯ ମସିହାରୁ ସେ ଦୂରଦର୍ଶନରେ କାର୍ଯ୍ୟକରିବା ସହ […]
ସୋନପୁର(ରବୀନ୍ଦ୍ର ହୋତା): ସୋନପୁର-ସମ୍ବଲପୁର ରାସ୍ତାର ମେଟାକାନୀ ଛକରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ସ୍ଥାନୀୟ ପୁଲେଶ୍ୱର ଗାଁର ଜିତେନ୍ଦ୍ର ଖୁରା। ତେବେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଏହାସହ ଦୁର୍ଘଟଣାରେ ସଂପୃକ୍ତ ଥିବା ଗାଡ଼ିକୁ ଚିହ୍ନଟ କରିବା ପାଇଁ ଦାବି ହୋଇଛି।