ମୋହନା : ଆନ୍ଧ୍ର ବ୍ୟବସାୟୀଙ୍କ ପାଖରେ ବନ୍ଧା ପଡ଼ିଛନ୍ତି ୩ ଓଡ଼ିଆ ଯୁବକ। ତିନି ଦିନ ହେଲା ଗୋଟିଏ ଘରେ ଯୁବକମାନଙ୍କୁ ବନ୍ଦ କରି ରଖାଯାଇଛି। ୨ ଲକ୍ଷ ୪୦ ହଜାର ଟଙ୍କା ଦେଲେ ଛଡ଼ାଯିବ ବୋଲି ବ୍ୟବସାୟୀ ଜଣକ କହୁଥିବା ପରିବାର ଲୋକେ କହିଛନ୍ତି। ଗଜପତି ଜିଲ୍ଲା ମୋହନାର ଛେଳିଗଡ଼ ଗାଁର ଜଣେ ଦଲାଲ୍ କିତିଂ ଗାଁର ଯୁନସ ନାୟକ, ଶାମୁଏଲ୍ ଦଳାଇ ଓ ଅମର କରାଡ଼ଙ୍କୁ କାମ ଦେବା ନାଁରେ ଆନ୍ଧ୍ରପ୍ରଦେଶର ତିରୁମାଲାକୁ ନେଇଥିଲେ। […]
ଭୁବନେଶ୍ୱର : ରାଜ୍ୟରେ ତୀବ୍ର ହେବାରେ ଲାଗିଛି ସମନ ପଲିଟିକ୍ସ। ଚିଟ୍ଫଣ୍ଡ ଠକେଇ ଅଭିଯୋଗରେ ଗତକାଲି ପ୍ରଥମେ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ସିବିଆଇ ସମନ ଖବର ପରେ ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ପୁଲିସ୍ ୨ଜଣ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ୍ କରିଥିଲା। ଏହାକୁ ନେଇ ଜୋର ଧରିଛି ରାଜନୈତିକ ବୟାନବାଜି। ନୋଟିସ୍ ପ୍ରସଙ୍ଗରେ ଟ୍ୱିଟ୍ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି […]
ଚୌଦ୍ୱାର(ପ୍ରକାଶ ନାୟକ): କଟକର ଚୌଦ୍ୱାର ଜେଲ୍ରେ କମିଶନରେଟ୍ ପୁଲିସ୍ ଚଢ଼ଉ କରିଛି। କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ଜେଲ୍ରେ ଅଚାନକ ଚଢ଼ଉ କରିଛି। ୬ ଆଇଆଇସି ଏବଂ ୬ ପ୍ଲାଟୁନ୍ ପୁଲିସ୍ ଏହି ଚଢ଼ଉରେ ସାମିଲ୍ ହୋଇଛନ୍ତି। ଗତ କିଛି ଦିନ ତଳେ ଜେଲ୍ରେ ଅତ୍ୟାଚାର ସମ୍ପର୍କରେ ଜଣେ କଏଦୀ ନିଜେ ଏକ ଭିଡିଓ ତିଆରି କରି ଭାଇରାଲ୍ କରିଥିଲେ। ଯେଉଁଥିରେ ଜେଲ୍ କର୍ତ୍ତୃପକ୍ଷ ଅନ୍ତେବାସୀଙ୍କୁ ନିର୍ଯାତନା ଦେଉଥିବା ଏବଂ ଅବାଧ […]
ଭୁବନେଶ୍ୱର : ବିଜ୍ଞାପନ ପୋଡ଼ି ଅଭିଯାନ। ଏହି ଅଭିଯାନ ଆରମ୍ଭ କରିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ ନାମକ ଏକ ସଂଗଠନ। ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ସରକାର ପ୍ରାୟ ପ୍ରତିଦିନ ବିଭିନ୍ନ ଗଣମାଧ୍ୟମରେ ବଡ଼ ବଡ଼ ବିଜ୍ଞାପନ ଛାପୁଛନ୍ତି। ଓଡ଼ିଶା ସୂଚନା ଅଧିକାର ଅଭିଯାନ ଅଭିଯୋଗ କରିଛି, ଏହି ବିଜ୍ଞାପନ ମଧ୍ୟରୁ ଅନେକ ମିଥ୍ୟା ଓ ବିଭ୍ରାନ୍ତିମୂଳକ। ନିର୍ବାଚନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆତ୍ମପ୍ରଚାର କରୁଛନ୍ତି। ଦୁଇ ବର୍ଷ ମଧ୍ୟରେ […]
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବଜାରରେ ଏକ ଗହଣା ଦୋକାନରୁ ବଡ଼ ଧରଣର ଲୁଟ୍। ଆଖି ପିଛୁଳାକେ ପ୍ରାୟ ୨୦ଲକ୍ଷ ଟଙ୍କାର ଗହଣା ଲୁଟି ଫେରାର ମାରିଛନ୍ତି ଦୁର୍ବୃତ୍ତ। ଆଜି ସକାଳେ ମାଲିକ ଦୋକାନ ଖୋଲି ଧୂପ ଦେଉଥିବାବେଳେ ବାଇକ୍ରେ ୨ଜଣ ଦୁର୍ବୃତ୍ତ ଆସି ହଠାତ୍ ଗହଣା ଭର୍ତ୍ତି ବ୍ୟାଗ୍ଟିକୁ ଝାମ୍ପି ନେଇ ପଳାଇଥିଲେ। ଏହି ସମୟରେ ଦୋକାନୀ ପାଟି କରିଥିଲେ; ହେଲେ ଲୁଟେରାଙ୍କୁ ଧରି ହୋଇନଥିଲା। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି […]
ଭୁବନେଶ୍ୱର : OTV ବିରୋଧରେ ଗଠିତ ବିଧାନସଭା ସ୍ୱାଧିକାର କମିଟିରୁ ବିଜେପି ବିଧାୟକଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ଇସ୍ତଫା। ସେ ତାଙ୍କ ଇସ୍ତଫା ପତ୍ର ବାଚସ୍ପତି ପ୍ରଦୀପ ଅମାତଙ୍କ ନିକଟକୁ ପଠାଇଛନ୍ତି। OTV ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କୁ ସମନ ପ୍ରତିବାଦରେ ସେ ଇସ୍ତଫା ଦେଇଥିବା ଲେଖିଛନ୍ତି। ନଭେମ୍ବର ୨୦ ତାରିଖରେ ବିଧାନସଭା ସମ୍ପର୍କିତ ଖବର ଓଟିଭିରେ ପ୍ରସାରଣ ପରେ କଂଗ୍ରେସ ବିଧାୟକ ତାରା ବାହିନୀପତି ସ୍ୱାଧିକାର ଭଙ୍ଗ ନେଇ ନୋଟିସ୍ ଦେଇଥିଲେ। ଏହା ଆଧାରରେ […]
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ପୁରୁବାଇ କନ୍ୟାଶ୍ରମରେ ଜଣେ ନାବାଳିକା ଅନ୍ତେବାସୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଅନ୍ତେବାସୀ ଅସୁସ୍ଥ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଅନ୍ତେବାସୀ ହେଲେ କୁମାରପୁର ଗାଁର ଲାଲ୍ ହାଁସଦାଙ୍କ ଝିଅ ହେମାଜାନି ହାଁସଦା। ଅସୁସ୍ଥ ଅନ୍ତେବାସୀଙ୍କ ନାଁ ସରସ୍ୱତୀ ମଲ୍ଲିକ। ନାବାଳିକା ଅନ୍ତେବାସୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଛି। ତେବେ ମାଜିଷ୍ଟ୍ରେଟ୍ ଭାବେ ସୋର ତହସିଲଦାର ଦେବୀପ୍ରସାଦ ଦାସଙ୍କ ଉପସ୍ଥିତିରେ ପୁଲିସ୍ ତଦନ୍ତ କରୁଛି। ମୃତ୍ୟୁର କାରଣ […]
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ସିମର ଗାଁରେ ଘରେ ପଶି ଯୁବକଙ୍କୁ ହତ୍ୟା। ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ମୃତକଙ୍କ ବେକର ୭୦ଭାଗ କଟି ଯାଇଛି। ହତ୍ୟା ପରେ ମୃତକଙ୍କ ଘର କାନ୍ଥରେ ହତ୍ୟାର କାରଣ ଲେଖିଛି ଅଭିଯୁକ୍ତ। ମିଳିଥିବା ସୂଚନା ଅନୁସାରେ, ମଦ୍ୟପାନ ନେଇ ଏ ହତ୍ୟାକାଣ୍ଡ ହୋଇଥିବାର ଅନୁମାନ କରାଯାଉଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଫେରାର୍ ଅଛି। ଏ ଘଟଣା ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । […]
ଭୁବନେଶ୍ୱର : ପୁଣି ସକ୍ରିୟ ହେଲା ସିବିଆଇ। ଚିଟ୍ଫଣ୍ଡ ଠକେଇ ମାମଲାକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ନୋଟିସ୍ କରିଛି ସିବିଆଇ। ସି-ସୋର ଚିଟ୍ଫଣ୍ଡ ଲିଙ୍କ୍ ନେଇ ଏମାନଙ୍କୁ ନୋଟିସ୍ କରାଯାଇଥିବା ସୂଚନା ମିଳିଛି। ପୂର୍ବରୁ ଏଟି ଚିଟ୍ପଣ୍ଡ ଲିଙ୍କ୍ରେ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀ ଏବଂ ସିସୋର୍ ଲିଙ୍କ୍ରେ ବିଧାୟକ ପ୍ରଭାତ ବିଶ୍ୱାଳ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲ୍ ଯାଇଥିଲେ। ମୟୂରଭଂଜ ସାଂସଦ […]
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଷ୍ଟେସନରେ ‘ହୋ’ ସମାଜ ପକ୍ଷରୁ ରେଳରୋକ୍। ତିନି ଦଫା ଦାବି ନେଇ ସକାଳ ୬ଟାରୁ ହୋ ସମାଜ କର୍ମକର୍ତ୍ତା ବାରିପଦା, ବାଙ୍ଗିରିପୋଷୀ ଓ ରାଇରଙ୍ଗପୁର ରେଳ ଷ୍ଟେସନରେ ପହଞ୍ଚି ରେଳରୋକ୍ କରିଥିଲେ। ଫଳରେ ଷ୍ଟେସନରେ ଟାଟା-ରାଇରଙ୍ଗପୁର ପାସେଞ୍ଜର ଟ୍ରେନ କିଛି ସମୟ ପାଇଁ ଅଟକି ରହିଥିଲା। ତେବେ ରାଇରଙ୍ଗପୁର ଷ୍ଟେସନରୁ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି। ‘ହୋ’ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ ସହ ଓଡ଼ିଶାର ଦ୍ୱିତୀୟ ରାଜଭାଷା ମାନ୍ୟତା, […]
ଭୁବନେଶ୍ୱର : ସାରା ରାଜ୍ୟରେ ଲେଉଟିଲା ଶୀତ। କିଛି ଦିନ ଧରି ତାପମାତ୍ରା କମିବା ପରେ ଦୁଇ ଦିନ ହେଲା ପୁଣି ଖସିଛି ରାତିର ତାପମାତ୍ରା। ଫୁଲବାଣୀରେ ରାତିର ତାପମାତ୍ରା ୩ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ କେନ୍ଦୁଝର, ସୁନ୍ଦରଗଡ଼, ହୀରାକୁଦ ଆଦି ସ୍ଥାନରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ ରାତିର ତାପମାତ୍ରା ହଠାତ୍ ହ୍ରାସ ପାଇଛି। ସକାଳ ୯ଟା ପର୍ଯ୍ୟନ୍ତ ଶୀତ ଅନୁଭୁତ ହେଉଛି। ଏଭଳି ପାଗ ଆଉ କିଛି […]
ବାଲେଶ୍ୱର : ବାଲେଶ୍ୱର ରେମୁଣା ମହୋତ୍ସବ ବେଳେ ଉତ୍ତେଜନା। ସାଇକେଲ ଷ୍ଟାଣ୍ଡ ନିକଟରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୩ ଜଣ ଆହତ ହୋଇଛନ୍ତି। ଆହତ ସମସ୍ତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଘଟଣାରେ ଉଭୟ ଗୋଷ୍ଠୀର ୧୦ରୁ ଅଧିକ ଯୁବକଙ୍କୁ ଅଟକ ରଖିଛି ପୁଲିସ୍। ହେଲେ ଉତ୍ତେଜନା ଲାଗି ରହିବାରୁ ମହୋତ୍ସବ କମିଟି ସମସ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିଥିଲା। ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମହୋତ୍ସବରେ ଲାଗିଥିବା ସମସ୍ତ ଦୋକାନ ସହ ରେମୁଣା ବଜାରକୁ ବନ୍ଦ […]
ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱରରୁ ୧୬ ଫୁଟ୍ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର ହୋଇଛି। ନୀଳଗିରି କୁଲଢ଼ିଆ ଅଭୟାରଣ୍ୟ ସୀମାନ୍ତ କାଳିଝାଟି ଗାଁ ନିକଟରୁ ଏହି ଅହିରାଜ ସାପକୁ ଉଦ୍ଧାର କରାଯାଇଛି। ସାପଟି ଆହତ ହୋଇ ଛଟପଟ ହେଉଥିବା ଗ୍ରାମବସୀ ଦେଖିବା ପରେ ବନ ବିଭାଗକୁ ଜଣାଇଥିଲେ। ଖବର ପାଇ ସ୍ନେକ୍ ହେଲ୍ପଲାଇନ୍ ଟିମ୍ ସାପଟିକୁ ଉଦ୍ଧାର କରି ନୀଳଗିରି ପଶୁ ଡାକ୍ତରଖାନାକୁ ଆଣିଥିଲେ। ଅହିରାଜର ଚିକିତ୍ସା ପରେ ବନ ବିଭାଗ କୁଲଢ଼ିଆ ଅଭୟାରଣ୍ୟରେ ଛାଡ଼ି ଦେଇଛି।
ବାଲେଶ୍ୱର(ରଞ୍ଜିତ ପାକଳ): ବାଲେଶ୍ୱର ସୁନହଟ ହସ୍ପିଟାଲ୍ ପରିସରରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ହସ୍ପିଟାଲ୍ରେ ଉତ୍ତେଜନା ଦେଖାଦେଇଛି। ପୁଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏନେଇ ସେମାନେ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ସୁନହଟରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ଚାନ୍ଦିପୁର ଡିଆରଡିଓ ରାସ୍ତାରେ ଗମନାଗମନ ଠପ୍ ହୋଇ ଯାଇଛି।
ଅନୁଗୁଳ : ଅନୁଗୁଳରେ ୭ ଦିନର ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ତାକୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସହରର ଜଣେ ବ୍ୟକ୍ତି ତାଙ୍କର ଶିଶୁ ପୁତ୍ରକୁ ଜଣେ ବ୍ୟବସାୟୀକୁ ଦେଇଥିବା ସୂଚନା ପାଇ ଜଣେ ସ୍ୱେଚ୍ଛାସେବୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀକୁ ଜଣାଇଥିଲେ। ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ପୁଲିସ୍ ସହାୟତାରେ ଉଭୟ ପକ୍ଷକୁ ଠାବ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତେବେ ଏକାଧିକ ସନ୍ତାନ ଥିବାରୁ ଭରଣପୋଷଣ […]
କେନ୍ଦୁଝର(ପ୍ରଣୟ ପାଣି): ବରଯାତ୍ରୀ ବସ୍ ଜଳି ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ସାନ୍ତରାପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ବସ୍ଟି ବରଯାତ୍ରୀଙ୍କୁ ଧରି କନ୍ୟା ଘରୁ ଫେରିଥିଲା। ତେବେ ଫେରିବା ପରେ ବରଘର ନିକଟରେ ବସ୍ଟି ଛିଡ଼ା ହୋଇଥିଲା। ତେବେ ବସ୍ରୁ ସମସ୍ତ ବରଯାତ୍ରୀ ଓହ୍ଲାଇଥିବା ବେଳେ ଜଣେ ଯୁବକ ଶୋଇ ପଡ଼ିଥିଲେ। ତେବେ କୌଣସି କାରଣରୁ ରାତି ଅଢ଼େଇଟା ପାଖାପାଖି ସମୟରେ ନିଆଁ […]
କୋରାପୁଟ: କୋରାପୁଟ ନନ୍ଦପୁର ଥାନା ହାତିବାରୀ ଜଙ୍ଗଲରେ ଗୁଳିବିନିମୟ ହୋଇଛି। ବିଳମ୍ବିତ ରାତି ଯାଏ ଡିଭିଏଫ୍, ଏସ୍ଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା। ଯବାନଙ୍କ ପାଲଟା ଜବାବ୍ରେ ବହୁ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ତେବେ ଏଥିରେ ମାଓବାଦୀ କିମ୍ବା ଯବାନଙ୍କ ପକ୍ଷରୁ କେହି ମୃତାହତ ହୋଇଥିବାର ସୂଚନା ନାହିଁ।
ଖୋର୍ଦ୍ଧା : ଖୋର୍ଦ୍ଧାରେ ୨ ନବଜାତଙ୍କ ମୃତଦେହ ଉଦ୍ଧାର। ୧୬ନଂ NH ପିତାପଲ୍ଲୀ ପାଖ ଏକ ହୋଟେଲ ପଛପଟୁ ୨ ନବଜାତ ଶିଶୁପୁତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ପୁଲିସ୍ ନବଜାତ ଶିଶୁଙ୍କ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି। ତେବେ କିଭଳି ସ୍ଥିତିରେ ନବଜାତଙ୍କ ମୃତ୍ୟୁ ହେଲା ତାର କାରଣ ଏଯାଏ ଜଣାପଡି ନାହିଁ। ଦେଖନ୍ତୁ ଭିଡ଼ିଓ –
ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧରେ ଓଲଟିଲା ଡିଜେ ଗାଡ଼ି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଚାରିଛକ-କୁଶଙ୍ଗ ରାସ୍ତାରେ ବିଳମ୍ବିତ ରାତିରେ ଡିଜେ ଗାଡ଼ି ଓଲଟି ପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଉପରକଟା ଗ୍ରାମର ସୁନୀଲ ମଲ୍ଲିକ। ଗୁରୁତର ମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଘଣାସ୍ଥଳରେ ପୁରୁଣାକଟକ ପୁଲିସ୍ ପହଞ୍ଚି ତଦନ୍ତ ଚଳାଇଛି।
ବାରିପଦା : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ମୟୂରଭଂଜ ଜିଲ୍ଲା ଗସ୍ତ। ବାରିପଦା ଛଉପଡ଼ିଆରେ ଆୟୋଜିତ ହେବାକୁ ଥିବା ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ନବୀନ। ଏ ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି। ଏଥିସହ ୪୦ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ହେବାକୁ ଥିବା ସଭାରେ ଉଦ୍ବୋଧନ ଦେବେ ନବୀନ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। […]
ରାୟଗଡ଼ା : ରାୟଗଡ଼ା ପିପଲଗୁଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୮ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସମସ୍ତ ଆହତଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପିପଲଗୁଡାର କିଛି ଲୋକ ଏକ ବିବାହ ଉତ୍ସବରେ ଯୋଗ ଦେଇ ରାମନାଗୁଡ଼ାରୁ ଫେରିବା ବେଳେ ଏ ଦୁର୍ଘଟଣା ଘଟିଛି। ଦେଖନ୍ତୁ […]
ପୁରୀ : ସେବାୟତଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିର ସତର୍କବାଣୀ। ଏଣିକି ଶ୍ରୀଜିଉଙ୍କ ନୀତିରେ ବିଳମ୍ବ ହେଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଗତକାଲି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁସାରେ କୈାଣସି ସେବାୟତ ମହାପ୍ରଭୁଙ୍କ ସେବାରେ ୧୫ ମିନିଟ୍ ବିଳମ୍ବ କଲେ ୨୫ ପ୍ରତିଶତ, ୩୦ ମିନିଟ୍ ବିଳମ୍ବ କଲେ ୫୦ ପ୍ରତିଶତ ଓ ୧ ଘଣ୍ଟା ବିଳମ୍ବ ହେଲେ ସେମାନଙ୍କର ସମ୍ପୂର୍ଣ୍ଣ ପାଉଣା କଟାଯିବ। ଏହାସହ ନୀତିରେ କ୍ରମାଗତ ତିନି […]
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଛତ୍ରପୁରରେ କାଉନସିଲ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ଦୁଇ ବିଜେପି ନେତାଙ୍କୁ ନୋଟିସ୍। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଓ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ଆଜି ନୋଟିସ୍ ଜାରି କରିଛି। ଛତ୍ରପୁର ଥାନା ପୁଲିସ ଭୃଗୁଙ୍କୁ ଫେବ୍ରୁଆରୀ ୭ ଓ ଗୋଲକଙ୍କୁ ଫେବ୍ରୁଆରୀ ୯ ତାରିଖରେ ଥାନାରେ ହାଜର ପାଇଁ ନୋଟିସ୍ ଦିଆଯାଇଥିବା ଛତ୍ରପୁର ଏସ୍ଡିପିଓ ସୂଚନା ଦେଇଛନ୍ତି। ଗତ ୨୦୧୭ମସିହାରେ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। […]
ଦେବଗଡ଼(ସିଦ୍ଧାର୍ଥ ଗୁରୁ): ବରଯାତ୍ରୀ ଶୋଭାଯାତ୍ରାରେ ନାଚିବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଦେବଗଡ଼ ପୌରାଞ୍ଚଳର ପତ୍ରାପାଲି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ସମ୍ବଲପୁର ଜିଲ୍ଲା ତାଳପାଲି ଅଞ୍ଚଳରୁ ଆସିଥିବା ବରଯାତ୍ରୀଙ୍କ ସହ ସ୍ଥାନୀୟ ପତ୍ରାପାଲି ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ପକ୍ଷରୁ ୪ଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବାରୁ ପୁଲିସ୍ ବରଯାତ୍ରୀଙ୍କୁ ରାତିରେ ଉଦ୍ଧାର କରି ଥାନାକୁ ଆଣିଥିଲା। ବରଯାତ୍ରୀମାନେ […]
ଭୁବନେଶ୍ୱର : ଗଣତନ୍ତ୍ରରେ ବାକ୍ ସ୍ୱାଧୀନତା ଓ ସହନଶୀଳତା ରହିବା ଆବଶ୍ୟକ। ରାଜନେତାମାନେ ଛୋଟମୋଟ କଥାରେ ପ୍ରତିକ୍ରିୟାଶୀଳ ହେବା ଉଚିତ୍ ନୁହେଁ। ଓଟିଭି ନିର୍ଦ୍ଦେଶିକାଙ୍କୁ ବିଧାନସଭା ସ୍ୱାଧିକାର କମିଟିର ନୋଟିସ୍ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏଭଳି ମନ୍ତବ୍ୟ ଦେଇଛନ୍ତି ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ମାର୍କେଣ୍ଡୟ କାଟ୍ଜୁ। ଏକ ଛୋଟ ଘଟଣାକୁ ଅଯଥାରେ ବଡ଼ କରାଯାଇଛି ବୋଲି ସେ କହିବା ସହ ଏହା ଅହଙ୍କାରିତାର ପରିଚାୟକ ବୋଲି କାଟ୍ଜୁ କହିଛନ୍ତି। ବିଧାନସଭା ସ୍ୱାଧିକାର କମିଟିର […]