ଖୋର୍ଦ୍ଧା : ଖୋର୍ଦ୍ଧା LIC ପଡ଼ିଆ ନିକଟରେ ଏନ୍କାଉଣ୍ଟର ଘଟଣାରେ କ୍ରାଇମବ୍ରାଞ୍ଚ ଏସଟିଏଫର ଖୋଳତାଡ଼। ଖଣି ଓ ଡ୍ରଗ ମାଫିଆଙ୍କ ସହ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ଅଧିକାରୀଙ୍କ ଗୁଳି ବିନିମୟ ବେଳେ ଗିରଫ ହୋଇଛି ଅପରାଧୀ ଜନ୍ ଖୁଣ୍ଟିଆ। ଏହି ଘଟଣାରେ ୩ରୁ ୪ ଜଣ ଖସି ପଳାଇଛନ୍ତି। ମୋଷ୍ଟ ଓ୍ୱାଣ୍ଟେଡ ଅପରାଧୀ ସଂଜୟ ପ୍ରଧାନ ଫେରାର ହୋଇଯାଇଛି। ସେ ବ୍ରାଉନ୍ସୁଗାର କାରବାର କରେ ବୋଲି ଗିରଫ ଜନ୍ ଖୁଣ୍ଟିଆ କହିଛି। ଅପରାଧୀମାନେ ଆଖପାଖରେ ଲୁଚି […]
ମାଲକାନଗିରି : ମାଲକାନଗିରିରେ ମାଓବାଦୀଙ୍କ ଲାଲତାଣ୍ଡବ। ଅପହରଣ କରିନେଇଥିବା ୩ ଗ୍ରାମବାସୀଙ୍କ ମଧ୍ୟରୁ ଜଣକୁ ଗଳାକାଟି ହତ୍ୟା କଲେ ମାଓବାଦୀ। ପୁଲିସ ଇନଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ କୁକୁରକୁଣ୍ଡ ଗାଁର ଗୁଜା କୋବାସୀ। ଅନ୍ୟ ଦୁଇ ଅପହୃତ ହେଲେ ସେହି ଗାଁର ମାସା ସୋଡି ଓ ଉଙ୍ଗା କାଲମାରି। ଗତକାଲି ପ୍ରଜାକୋର୍ଟରେ ମାଓବାଦୀମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ସୂଚନା ମିଳିଛି। ଅନ୍ୟ ୨ ଅପହୃତଙ୍କୁ ନିର୍ଧୁମ ମାଡ଼ମାରି ଛାଡ଼ି […]
ଭୁବନେଶ୍ୱର : ଉତ୍ତରପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜିଠୁ ୩ ତାରିଖ ଯାଏଁ ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ୮ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ସମ୍ବଲପୁର, ଦେବଗଡ଼, ସୋନପୁର, ଅନୁଗୁଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ସେହିପରି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, […]
ଭୁବନେଶ୍ୱର : କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି ସିପିଆଇ ଜାତୀୟ ସାଧାରଣ ସଂପାଦକ ଡି. ରାଜା। ଆଞ୍ଚଳିକ ଦଳ ଗୁଡିକୁ ଡରାଇବା ପାଇଁ ଇଡି, ସିବିଆଇ, ଆଇଟିକୁ କେନ୍ଦ୍ର ବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି। ଏହାଛଡ଼ ବିଜେପି-ବିଜେଡି ସଂପର୍କ ନେଇ ମଧ୍ୟ ମତ ରଖିଛନ୍ତି ଡି.ରାଜା। ନର୍ବାଚନ ପୂର୍ବରୁ ଦୁଇ ଦଳ ମଧ୍ୟରେ ସଂପର୍କ ଥିଲା, ରାଜ୍ୟସଭା ନିର୍ବାଚନରେ ଏହା ପଦାକୁ ଆସିଲା ବୋଲି ସେ କହିଛନ୍ତି। ସେହିପରି ଓ୍ୱାନ ନେସନ, ଓ୍ୱାନ ଇଲେକ୍ସନ […]
ଜୟପୁର (ଟି.ଗୌରୀ ଶଙ୍କର): ପ୍ରେମରେ ବିଫଳ ହେବାରୁ ବକ୍ସରଙ୍କ ଉନ୍ମତ୍ତକାଣ୍ଡ। ଜାତୀୟ ଯୁବ ବକ୍ସରଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ଦିନ ଦ୍ୱିପ୍ରହରରେ ଯୁବତୀଙ୍କ ସ୍କୁଟି ଜାଳିଦେଲେ ଯୁବ ବକ୍ସର ଅରଜିତ ମହାପାତ୍ର ଓ ତାଙ୍କ ସହଯୋଗୀ । କୋରାପୁଟର ଜୟପୁରର ମହାରାଳିପେଟାରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ଯୁବତୀ ଜଣକ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ତାଙ୍କ ସ୍କୁଟି ପୋଡ଼ି ଦେଲେ। ସ୍କୁଟି ପୋଡ଼ି ପରେ ଟାଉନ୍ ଥାନାରେ ଏନେଇ ଯୁବତୀ ଜଣକ ଲିଖିତ […]
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ନିଜ ସରକାରୀ କ୍ୱାଟର୍ସକୁ ସଜାଇବା ପାଇଁ ୭୦ଲକ୍ଷ ଟଙ୍କାର ସରକାରୀ ଅର୍ଥ ଅପଚୟ କରିଥିବା ସୁନ୍ଦରଗଡ଼ ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କୁ ବଦଳି କରାଯାଇଛି। ତାଙ୍କ ସହିତ ସୋନପୁର ଓ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ମିଳିଛି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୦୧୦ ବ୍ୟାଚ ଆଇଏଏସ୍ ତଥା ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀମତୀ ପଣ୍ଡାଙ୍କୁ […]
ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲ୍ରେ ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ମାମଲାର ହେବ ତଦନ୍ତ। ଏଥିପାଇଁ ଗଠନ ହୋଇଛି ୪ ଜଣିଆ କମିଟି। ସାତ ଦିନ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ ବିଭାଗୀୟ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଝୁମ୍ପୁରା ବ୍ଲକ ନାରଦପୁର ଗାଁର ବାସୁଦେବ ବାରିକ ନାମକ ଜଣେ ବ୍ୟକ୍ତିଙ୍କ ପୁଅ କଳିଙ୍ଗ ହସ୍ପିଟାଲ୍ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁମୁଖରେ ପଡ଼ିଥିଲେ। କିନ୍ତୁ ଚିକିତ୍ସା ବାବଦ ଟଙ୍କା ପୈଠ କରିଥିଲେ […]
ପୁରୀ : ଆଉ କିଛି ଦିନ ପରେ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ ବିଭାଗୀୟ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ଘନଘନ ଶ୍ରୀକ୍ଷେତ୍ର ଯାଇ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି। ଏସବୁ ସତ୍ତ୍ୱେ ଆଜି ସନ୍ଧ୍ୟା ବେଳେ ଶ୍ରୀକ୍ଷେତ୍ରରେ ଫୁଟିଛି ଗୁଳି। ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସ୍ୱର୍ଗଦ୍ୱାର ନିକଟ ଗଉଡ଼ବାଡ଼ ସାହି ମାଛ ବଜାରରେ ସୁକାନ୍ତ ସାହୁ ନାମକ ଜଣେ ଯୁବକଙ୍କ ଉପରେ […]
ଜଳେଶ୍ୱର(ଅଜିତ୍ ଦାଶ): ଭୋଗରାଇ ବ୍ଲକ କମର୍ଦ୍ଦା ଦାହୁଣଦାରେ ଏକ ଡମ୍ପର ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁକୁ କେନ୍ଦ୍ରକରି ତୁମୁଳକାଣ୍ଡ ଘଟିଛି। ମୃତକ ଜଣକ ହେଲେ ଶଶିକାନ୍ତ ଦାଶ। ଉତ୍ତ୍ୟକ୍ତ ଲୋକେ ୫ଟି ଡମ୍ଫର, ୨ଟି ଜେସିବି, ଗୋଟିଏ ଟ୍ରାକ୍ଟର ଜାଳିଦେଇଛନ୍ତି। କେବଳ ସେତିକି ନୁହେଁ ଗୋଟିଏ କାର୍ ଓ ଜଣଙ୍କ ଘର ପୋଡ଼ି ଦେଇଥିବା ଖବର ଆସିଛି। ନିଆଁ ଲିଭା କାର୍ଯ୍ୟରେ ଜଳେଶ୍ୱର ଓ ଭୋଗରାଇ ଦମକଳବାହିନୀ ମୁତୟନ ଅଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଘଟଣାସ୍ଥଳରେ […]
କେନ୍ଦୁଝର : ବେଆଇନ୍ ଖଣି ଖନନ ନେଇ ୨ ଜଣ ଖଣି ମାଲିକଙ୍କ ସଂପତ୍ତି ଜବତ ପାଇଁ ଓ୍ୱାରେଣ୍ଟ ଜାରି କରିଛନ୍ତି କେନ୍ଦୁଝର ଜିଲ୍ଲାପାଳ। ସେହି ଦୁଇ ଖଣି ମାଲିକ ହେଲେ ଏମ୍.ଆର୍ ଦାଶ ଓ ଅର୍ଜୁନ ଲୋଧା। ମାସେ ଭିତରେ ଉଭୟଙ୍କ ସଂପତ୍ତି ଜବତ କରିବା ପାଇଁ ପୁଲିସ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନ ନିକଟରେ ହାଜର ହେବାକୁ ୭ ଜଣ ଖଣି ମାଲିକଙ୍କୁ ଆଗରୁ ନିର୍ଦ୍ଦେଶ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ବିଡି ପଟ୍ଟନାୟକ […]
ଭୁବନେଶ୍ୱର : ଆକ୍ସନମୁଡ୍ରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ। ଆଉ ୫ ଘଣ୍ଟା ନୁହେଁ, ସରକାରୀ କଲେଜରେ ଅଧ୍ୟାପକଙ୍କ ପାଇଁ ଏଣିକି ଓ୍ୱାର୍କିଂ ଆଓ୍ୱାର ରହିବ ୭ ଘଣ୍ଟା। ଅଧ୍ୟାପକଙ୍କ ଉପସ୍ଥାନ ବି ବାୟୋମେଟ୍ରିକ୍ ବ୍ୟବସ୍ଥା ମାଧ୍ୟମରେ ରେକର୍ଡ ହେବ। ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ସରକାରୀ କଲେଜ ଅଧ୍ୟକ୍ଷ ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇଛି। ଖୁବ୍ଶୀଘ୍ର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଗୁଣାତ୍ମକ ଶିକ୍ଷା ଓ ଡ୍ୟୁଟିର ଖିଲାପ କରୁଥିବା ଅଧ୍ୟାପକଙ୍କୁ ସାବାଡ଼ କରିବା ଲାଗି ଏଭଳି […]
ଭୁବନେଶ୍ୱର : ରାଜ୍ୟ ବଜେଟରେ ହୋଇଥିବା ବ୍ୟୟ ବରାଦର ଅଧା ଟଙ୍କା ଦେବ କେନ୍ଦ୍ର। ନିଜସ୍ୱ ଆୟ ଆଖିଦୃଶିଆ ବଢୁନଥିବାରୁ କେନ୍ଦ୍ର ସରକାରଙ୍କ ଅନୁଦାନ ଓ ଋଣ ଉପରେ ଭରସା କରିବେ ସରକାର। ଚଳିତ ବର୍ଷ ପାଇଁ ଆଗତ ହୋଇଥିବା ବଜେଟର ଆୟବ୍ୟୟକୁ ଦେଖି ଏପରି ନିଷ୍କର୍ସ ବାହାର କରିଛନ୍ତି ଅର୍ଥନୈତିକ ବିଷେଷଜ୍ଞ। ବଡ଼କଥା ହେଉଛି ଚଳିତ ଆର୍ଥିକ ବର୍ଷ ଶେଷ ବେଳକୁ ମୁଣ୍ଡପିଛା ଋଣ ଭାର ୨୫ ହଜାର ଟଙ୍କାରେ ପହଞ୍ଚିବ। ଗୋଟିଏ ପଟେ ସରକାର […]
ଭୁବନେଶ୍ୱର : ନାଇଜେରିଆରେ ପଣବନ୍ଦୀ ଥିବା ଓଡ଼ିଆ ନାବିକ ସୁଦୀପ କୁମାର ଚୌଧୁରୀ ଉଦ୍ଧାର ହୋଇଛନ୍ତି। ସୁଦୀପଙ୍କ ସହ ପଣବନ୍ଦୀ ଥିବା ହରିଆଣା, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶର ତିନି ଜଣ ନାବିକ ମଧ୍ୟ ଉଦ୍ଧାର ହୋଇଛନ୍ତି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ସୂଚନା ଦେଇଛନ୍ତି। ଉଦ୍ଧାର ହୋଇଥିବା ନାବିକ ମାନଙ୍କୁ ନାଇଜେରିଆ ପୁଲିସ ହେପାଜତରେ ରଖାଯାଇଛି। ନାଇଜେରିଆ ସ୍ଥିତ ଭାରତୀୟ ହାଇକମିଶନରଙ୍କ ପକ୍ଷରୁ ସେମାନଙ୍କୁ ଆଣିବା ପାଇଁ ପ୍ରୟାସ ଚାଲିଛି। ଏପ୍ରିଲ ୧୯ରେ ୪ […]
ଭୁବନେଶ୍ୱର : ରାଜ୍ୟରେ ପ୍ଲସ୍ ୩ରେ ଏକକ ପାଠ୍ୟକ୍ରମ ଲାଗୁ ନେଇ ହୋଇଛି ମାନସ ମନ୍ଥନ। ଭୁବନେଶ୍ୱରରେ ପ୍ଲସ୍ ୩ କଲେଜ ଅଧ୍ୟକ୍ଷ ମାନଙ୍କ ସମ୍ମିଳନୀରେ ଏନେଇ ଆଲୋଚନା ହୋଇଛି। ଏହାସହ ଉଚ୍ଚଶିକ୍ଷାର ବିକାଶ କିପରି ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରାଯାଇଛି। ଏହି ସମ୍ମିଳନୀରେ ୫୨ଟି ସରକାରୀ କଲେଜର ଅଧ୍ୟକ୍ଷ ଯୋଗଦେଇଛନ୍ତି। ଅଧ୍ୟକ୍ଷ ମାନଙ୍କ ସହ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ, ବିଭାଗୀୟ ସଚିବ, ଅତିରିକ୍ତ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀ।
ବାରିପଦା : ମୟୂରଭଞ୍ଜ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଉତ୍ତେଜନା। ଡାକ୍ତର ଓ ନର୍ସଙ୍କୁ ରୋଗୀଙ୍କ ସମ୍ପର୍କୀୟଙ୍କ ଦୁର୍ବ୍ୟବହାର ଅଭିଯୋଗରେ କାମ ବନ୍ଦ କରି ଫାଣ୍ଡି ଆଗରେ ଧାରଣାରେ ବସିଥିଲେ କାର୍ଯ୍ୟରତ ଡାକ୍ତର ଓ ନର୍ସ।ମୟୂରଭଞ୍ଜ ସିଡିଏମ୍ଓ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନରତ ନର୍ସ ଓ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ଖୁବ୍ ଶୀଘ୍ର ସେମାନେ କାର୍ଯ୍ୟରେ ଯୋଗ ଦେବାପାଇଁ ସେ ଅନୁରୋଧ କରିଛନ୍ତି। ସୋମବାର ଏ ସଂପର୍କରେ ଆଲୋଚନା ହୋଇ ଏହାର ସମାଧାନ […]
ଭୁବନେଶ୍ୱର : ପାଇପ୍ ଜଳ ଯୋଗାଣ ପାଇଁ ୫ ହଜାର କୋଟିର ବ୍ୟୟ ବରାଦ। ଗ୍ରାମାଞ୍ଚଳରେ ପାଇପ୍ ଜଳ ଯୋଗାଣ ପାଇଁ ୨,୭୪୦ କୋଟି ଓ ସହରାଞ୍ଚଳରେ ପିଇବା ପାଣି ପାଇଁ ୩୮୫ କୋଟି ଟଙ୍କା। ଏହି ବ୍ୟୟ ଅଟକଳ ବସୁଧା ଯୋଜନା ଅଧୀନ।ଜାତୀୟ ଗ୍ରାମାଞ୍ଚଳ ପିଇବା ପାଣି କାର୍ଯ୍ୟକ୍ରମ(ଏନ୍ଆରଡିଡବ୍ଲ୍ୟୁପି) ପାଇଁ ୫୦୦ କୋଟିର ବ୍ୟୟ ବରାଦ ଏସସି / ଏସଟିଙ୍କ ପାଇଁ ୧-ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ପାଇଁ ୨୩ ହଜାର ୭୬୦ […]
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପରେ କ୍ଷମତାସୀନ ବିଜେଡି ପଞ୍ଚମ ପାଳି ସରକାର ଗଠନ କରିବା ପରେ ଆଜି ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟକୁ ଜନମଙ୍ଗଳ ଓ ବିକାଶମୁଖୀ ବଜେଟ ବୋଲି ଦାବି କରିବା ସହ କୃଷି ଓ କୃଷକ କଲ୍ୟାଣ, ଦାରିଦ୍ର୍ୟ ଦୂରୀକରଣ, ଖାଦ୍ୟ ନିରାପତ୍ତା, ସର୍ବାଙ୍ଗୀନ ବିକାଶ ସମେତ ମହିଳା, ଶିଶୁ, ଚାଷୀ, ଶ୍ରମିକ, ବରିଷ୍ଠ ନାଗରିକ,ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସଶକ୍ତିକରଣକୁ ପ୍ରାଥମିକତା ଦିଆଯାଇଥିବା ଅର୍ଥମନ୍ତ୍ରୀ […]
ଭୁବନେଶ୍ୱର : ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟରେ ରାଜ୍ୟ ସରକାର ମହିଳା ଓ ଶିଶୁ ବିକାଶ ପାଇଁ ୩ ହଜାର ୪୫୭ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ମହିଳାଙ୍କ ବିକାଶ ସହ ମିଶନ ଶକ୍ତିକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯାଇଛି। ମହିଳା ସଶକ୍ତିକରଣ ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତି ଅଧୀନରେ ଥିବା ସେମାନଙ୍କ ସଂଘ ପାଇଁ ୩୦୧ […]
ଭୁବନେଶ୍ୱର : ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୧ଲକ୍ଷ ୩୯ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ସର୍ବାଧିକ ପାଣ୍ଠି ଅର୍ଥ ବିଭାଗକୁ ଆବଣ୍ଟିତ ହୋଇଥିବାବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଜଳସମ୍ପଦ ବିଭାଗ ଓ କୃଷି ବିଭାଗ ପାଇଁ ଅପେକ୍ଷାକୃତ ଅଧିକ ଅର୍ଥ ଆବଣ୍ଟନ କରାଯାଇଛି। ବିଭାଗ […]
ରାୟଗଡ଼ା(ମନୋଜ ପାତ୍ର) : ସମଲେଶ୍ୱରୀ ଟ୍ରେନ୍ ଦୁର୍ଘଟଣା ପରେ ଆରମ୍ଭ ହୋଇଛି ତଦନ୍ତ। ଟାୱାର ମେଣ୍ଟେନାସ ଇଞ୍ଜିନ ଧକ୍କା ଓ ଏଥିରେ ତିନି ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ ଖୋଳତାଡ଼ କରାଯାଇଛି। କୋଲକତାରୁ ଆସିଥିବା ସେଫ୍ଟି କମିଶନର ଆର.କେ. ଶର୍ମାଙ୍କ ନେତୃତ୍ୱରେ ଟିମ୍ ରାୟଗଡ଼ା ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ତଦନ୍ତକାରୀ ଟିମ୍ରେ ଭୁବନେଶ୍ୱର ଇଷ୍ଟକୋଷ୍ଟ ରେଲ୍ୱେର ଚିଫ୍ ସେଫ୍ଟି ଅଫିସର, ଇଲେକ୍ଟ୍ରିକାଲ, ଟେକନିକାଲ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସିଙ୍ଗାପୁର […]
ବାଲିଗୁଡ଼ା (ଅଜିତ ନାଏକ): ମୃତଦେହକୁ ଯେପରି କେହି ଅସମ୍ମାନ ନକରିବେ, ସେଥିପାଇଁ ରାଜ୍ୟ ସରକାର ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିଛନ୍ତି। ଏହା ସତ୍ତ୍ୱେ ମଧ୍ୟ ମୃତଦେହକୁ ମିଳୁନି ସମ୍ମାନ। ମହାପ୍ରୟାଣ ଗାଡ଼ି ନମିଳିବାରୁ ପରିବାର ଲୋକେ ମୃତଦେହକୁ ଖଟିଆରେ ବୋହିଲେ। ଆଜି ଏପରି ଘଟଣା କନ୍ଧମାନ ଜିଲ୍ଲାରେ ଘଟିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି ଶ୍ରୀନିକେତା ପଞ୍ଚାୟତର ଡଲାବାଡ଼ି ଗାଁର କିରଣ ପ୍ରଧାନଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ପରିବାର […]
ଭୁବନେଶ୍ୱର : ଓଡ଼ିଶା ବିଧାନସଭାରେ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି। ସେ ପ୍ରଥମେ କୃଷି ବଜେଟ୍ ଉପସ୍ଥାପନ କରିଥିଲେ। ଏଥର ୨୦ ହଜାର ୭୧୪ କୋଟି ଟଙ୍କା କୃଷି ବଜେଟ୍ ଉପସ୍ଥାପନ କରାଯାଇଥିବା ବେଳେ ପୂର୍ଣ୍ଣାଙ୍ଗ ବଜେଟ୍ର ବ୍ୟୟ ଅଟକଳ ରହିଛି ୧ ଲକ୍ଷ ୩୯ ହଜାର କୋଟି ଟଙ୍କା। କେଉଁ କ୍ଷେତ୍ରରେ କେତେ ପ୍ରଶାସନିକ ବ୍ୟୟ ଅଟକଳ ୫୭ ହଜାର ୩୫୦ କୋଟି ଟଙ୍କା […]
ଭୁବନେଶ୍ୱର : ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ବଜେଟ୍ ଉପସ୍ଥାପନ କରୁଛନ୍ତି। ସେ ପ୍ରଥମେ କୃଷି ବଜେଟ୍ ଉପସ୍ଥାପନ କରୁଛନ୍ତି। କୃଷି ବଜେଟ୍ରେ କଣ କଣ ଉପସ୍ଥାପିତ ହେଉଛି ଜାଣନ୍ତୁ – ଫୋନି ବାତ୍ୟା ପାଇଁ ଓଡ଼ିଶା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ଆଗାମୀ ଦିନରେ ବିପର୍ଯ୍ୟୟ ମୁକାବିଲା ପାଇଁ ବିଶେଷ ବ୍ୟବସ୍ଥା ହେବ ମହିଳାଙ୍କୁ ସଶକ୍ତୀକରଣ ଆମ ସରକାରର ମୂଳ ମନ୍ତ୍ର ପରିବେଶ ସନ୍ତୁଳନ ପାଇଁ ବଜେଟ ପୁସ୍ତିକା ଛପା ହ୍ରାସ କରାଯାଇଛି, ଆଗାମୀ ବର୍ଷ […]
ବାଲେଶ୍ୱର (ରଣଜିତ ପ।କଳ): ୨୮ ବର୍ଷର ଜୀବନକାଳ ମଧ୍ୟରେ କହ୍ନେଇଲାଲ ଦାସଙ୍କ ଅନବଦ୍ୟ ସାହିତ୍ୟ ସୃଷ୍ଟି ଆଗାମୀ ଦିନରେ ଓଡ଼ିଶା ସାହିତ୍ୟକୁ ରୁଦ୍ଧିମନ୍ତ କରିବ। ସ୍ୱଳ୍ପ ସମୟ ଜୀବନରେ ସେ ଯେଉଁ କଳାକୃତି ଛାଡ଼ି ଯାଇଛନ୍ତି, ତାହା ସର୍ବକାଳ ପାଇଁ ଆଦୃତ ହୋଇ ରହିବ। ଓଡ଼ିଆ ଭାଷା ସାହିତ୍ୟର କଥାକାର କହ୍ନେଇଲାଲ ଦାସଙ୍କ ୭୨ତମ ଜୟନ୍ତୀ ସମାରୋହରେ ଯୋଗଦେଇ ଅତିଥିମାନେ ଏହା କହିଛନ୍ତି। ଏହି ଅବସରରେ ସାହିତ୍ୟିକ ଅମରେଶ ବିଶ୍ୱାଳଙ୍କୁ ‘କହ୍ନେଇଲାଲ ଦାସ କଥା’ ସମ୍ମାନ ପ୍ରଦାନ […]
ଭୁବନେଶ୍ୱର : ଓଡ଼ିଶାରେ ହୋଇଥିବା ରାଜ୍ୟସଭା ଉପନିର୍ବାଚନରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ବିଧାନସଭାରେ ରିଟର୍ଣ୍ଣି ଅଫିସର ଦାୟିତ୍ୱରେ ଥିବା ଅଧିକାରୀ ସମସ୍ତ ପ୍ରାର୍ଥୀଙ୍କୁ ସେମାନଙ୍କ ସାର୍ଟିଫିକେଟ ପ୍ରଦାନ କରିଛନ୍ତି। ଏଥିରେ ସୌମ୍ୟରଂଜନ ପଟ୍ଟନାୟକଙ୍କ ସ୍ଥାନରେ ଅଶ୍ୱୀନ ବୈଷ୍ଣବ ୫ ବର୍ଷ ଲାଗି ନିର୍ବାଚିତ ହୋଇଛନ୍ତି। ଏହି ସିଟ୍କୁ ବିଜେପିକୁ ବିଜେଡି ଟେକିଦେଇଛି। ପ୍ରତାପ ଦେବଙ୍କ ସ୍ଥାନରେ ସସ୍ମିତ ପାତ୍ରଙ୍କୁ ୩ ବର୍ଷ ଲାଗି ରାଜ୍ୟସଭା ସଦସ୍ୟତା ମିଳିଥିବା ବେଳେ ଅଚ୍ୟୁତ ସାମନ୍ତଙ୍କ […]