ନୀଳଗିରି (ବିଶ୍ୱମ୍ବର ଦାସ): ସେରଗଡ଼-ଉଦଳା ରାସ୍ତାର କଡ଼ମ୍ବସାହି ନିକଟ ପାନବରଜ ଛକରେ ଏକ ପିକ୍ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ସାତ ଜଣ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଗୁରୁବାରୀ ସିଂହ ଓ ମିନତୀ ସିଂହ। ସମସ୍ତ ଆହତଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ଶ୍ରମିକ ଓ ସେମାନେ ଏକ ନିର୍ମାଣ କାର୍ଯ୍ୟ ପାଇଁ ଯାଉଥିଲେ। ଆଜି ସକାଳେ ପିକ୍ଅପ୍ ଭ୍ୟାନ୍ଟି ଏକ ମିକ୍ସଚର […]
ପୁରୀ ( ମଧୁସୂଦନ ମିଶ୍ର ) : ରଥଯାତ୍ରା ଦେଖିବାକୁ କେନ୍ଦୁଝରରୁ ପୁରୀ ଆସିଥିବା ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ତଦନ୍ତ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରିଛି ପୁଲିସ। ଘଟଣାର ଅଭିଯୁକ୍ତ ବସ୍ ହେଲପରକୁ ଗିରଫ ପରେ ପୁଲିସ ଆଜି ତାକୁ କୋର୍ଟ ଚାଲାଣ କରିଛି। ଆସନ୍ତା ୪ରୁ ୫ ଦିନ ଭିତରେ ମାମଲାରେ ଅଭିଯୋଗଫର୍ଦ୍ଦ ଦାଖଲ ହେବ ବୋଲି ପୁରୀ ଏସ୍ପି ଉମାଶଙ୍କର ଦାଶ କହିଛନ୍ତି। ତାସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପୀଡ଼ିତାଙ୍କୁ ୨୦ ହଜାର ଟଙ୍କା […]
ଜଳେଶ୍ୱର (ଅଜିତ୍ ଦାସ୍) : ଗେଷ୍ଟହାଉସ୍ରେ ୨ଜଣ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ବାଲେଶ୍ୱର ତାଳସାରି ମେରାଇନ୍ ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା। ୩ ଜଣ ଦୁର୍ବୃତ୍ତ କୋଲକତାରୁ ୨ ଜଣ ଯୁବତୀଙ୍କୁ ଆଣି ବାଲେଶ୍ୱରର ଏକ ଗେଷ୍ଟ ହାଉସ୍ରେ ରଖି ସେମାନଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗେଷ୍ଟ ହାଉସ୍ ବାହାରେ ଯୁବତୀ କାନ୍ଦୁଥିବା ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଯୁବତୀଙ୍କୁ ପୁଲିସ ଜିମା ଦେବା ପରେ […]
ଭୁବନେଶ୍ୱର : ଚିକିତ୍ସା ଅବହେଳାରୁ ଜଣେ ଆଟେଣ୍ଡାଣ୍ଟଙ୍କ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା। ନିର୍ଦ୍ଦେଶକଙ୍କ ତଦନ୍ତ ପ୍ରତିଶ୍ରୁତି ପରେ ସ୍ଥିତି ଶାନ୍ତ ପଡିଛି। ସାତ ଦିନ ମଧ୍ୟରେ ତଦନ୍ତ କରି ଦାୟୀ ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହସ୍ପିଟାଲ ନିର୍ଦ୍ଦେଶକ ଅଶୋକ ପଟ୍ଟନାୟକ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନରତ ଆଟେଣ୍ଡାଣ୍ଟ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ କ୍ୟାପିଟାଲ ହସ୍ପିଟାଲ SNCUର ଆଟେଣ୍ଡାଣ୍ଟ ଅନୁପମା ନାୟକ ଅସୁସ୍ଥ ହୋଇପଡିବାରୁ ତାଙ୍କୁ […]
ବ୍ରହ୍ମପୁର(ଜଗନ୍ନାଥ ସାହୁ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଆଙ୍କରୋଡ଼ା ସରପଞ୍ଚ ଉଷାନ୍ତ ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ଉଷାନ୍ତଙ୍କ ଭୁବନେଶ୍ୱର ସ୍ଥିତ ନୀଳାଦ୍ରି ବିହାରସ୍ଥିତ ଘର, ପୈତୃକ ଗାଁ ଦିଗପହଣ୍ଡି ନିକଟସ୍ଥ ନବରଙ୍ଗପୁର ଗାଁ ଘର, ଦିଗପହଣ୍ଡିସ୍ଥିତ ଗ୍ୟାରେଜ, ରାଜପୁର ଗ୍ରାମ ସ୍ଥିତ ଘର ଓ ପଞ୍ଚାୟତ ଅଫିସ୍ ସହ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଇଛି। ଉଷାନ୍ତ ୨୦୦୮ରୁ ୨୦୧୨ ପର୍ଯ୍ୟନ୍ତ ସମିତି ସଭ୍ୟ ଥିଲେ। […]
ଭୁବନେଶ୍ୱର : ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସାରା ଓଡ଼ିଶାରେ ବର୍ଷା ଲାଗି ରହିବ। ଅନ୍ୟ ସ୍ଥାନ ଗୁଡିକ ତୁଳନାରେ ସମ୍ପୂର୍ଣ୍ଣ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବିହାର ଓ ପୂର୍ବ ଉତ୍ତରପ୍ରଦେଶ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଏବେ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଏହା ପ୍ରଭାବରେ ଆସନ୍ତା ୧୪ ତାରିଖ […]
ଭୁବନେଶ୍ୱର : ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା। ହସ୍ପିଟାଲ ସୁପରିଟେଣ୍ଡେଣ୍ଟଙ୍କ ଚାମ୍ବର ଆଗରେ ମୃତଦେହ ରଖି ଆଟେଣ୍ଡାଣ୍ଟଙ୍କ ଧାରଣା। ଅଭିଯୋଗ ଅନୁସାରେ, କାଲି ଅପରାହ୍ନରେ କ୍ୟାପିଟାଲ ହସ୍ପିଟାଲ SNCUର ଆଟେଣ୍ଡାଣ୍ଟ ଅନୁପମା ନାୟକଙ୍କ ଦେହ ଅସୁସ୍ଥ ହେବାରୁ କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଧୀରେ ଧୀରେ ବିଗିଡ଼ିଥିଲେ ମଧ୍ୟ ଆଇସିୟୁ ମିଳିନଥିଲା। ଫଳରେ ଅନୁପମାଙ୍କର ଠିକ୍ ଭାବେ ଚିକିତ୍ସା କରାଯାଇନଥିବାରୁ ମୃତ୍ୟୁ ହୋଇଥିବା ଅନ୍ୟ ଆଟେଣ୍ଡାଣ୍ଟ ମାନେ ଅଭିଯୋଗ କରିଛନ୍ତି। […]
ବାରିପଦା : ମାନବିକତା ଦେଖାଇଲେ ଟ୍ରେନ୍ ଡ୍ରାଇଭର। ଟ୍ରେନ୍ ଅଟକାଇଲେ ଏବଂ ଆହତଙ୍କୁ ଉଠାଇ ଆଣି ଡାକ୍ତରଖାନା ପଠାଇଲେ। ଆଜି ବାରିପଦା ସହରରେ ଥିବା ଭଞ୍ଜପୁର ଷ୍ଟେସନରୁ ଭୋର ୩ଟା ୧୫ ମିନିଟ୍ ରେ ବାରିପଦା-ବାଲେଶ୍ୱର ଡି.ଏମ୍.ୟୁ ଟ୍ରେନ୍ଟି ବାରିପଦା ଷ୍ଟେସନ ଆସୁଥିବା ବେଳେ ଚିତ୍ତ ରଞ୍ଜନ ହାତୀ ନାମକ ଜଣେ ବ୍ୟକ୍ତି ଟ୍ରେନ୍ ହାବୁଡରେ ପଡିଯାଇଥିଲେ। ତେବେ ଟ୍ରେନ୍ ଡ୍ରାଇଭର ଜାଣିପାରି ଟ୍ରେନ୍ଟିକୁ ଅଟକାଇ ଆହତ ଚିତ୍ତଙ୍କୁ ଉଦ୍ଧାର କରିଥିଲେ। ଟ୍ରେନ୍ରେ ତାଙ୍କୁ ବାରିପଦା ଷ୍ଟେସନକୁ […]
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ। ମଣ୍ଡିରେ ଧାନ କିଣାଯାଉନଥିବାରୁ ଚାଷୀମାନେ ଆଜି ସକାଳୁ ଝାରକୁଣ୍ଡାମାଳି ଛକରେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଶହ ଶହ ଚାଷୀ ରାସ୍ତା ଉପରେ ଧାନ ବସ୍ତା ରଖି ବିକ୍ଷୋଭ କରିଛନ୍ତି। ଫଳରେ ଭବାନୀପାଟଣା ଓ ଜୟପୁର ମଧ୍ୟରେ ଯାତାୟତ ସଂପୂର୍ଣ୍ଣ ବନ୍ଦ ରହିଛି। ଉଭୟ ପଟରେ ବହୁ ଗାଡ଼ି ଅଟକି ରହିଛି। ମଣ୍ଡିରେ ରବି ଧାନ ବିକ୍ରି ନହୋଇ ପଡିଥିବାବେଳେ ପ୍ରଶାସନ […]
କୋଣାର୍କ( ସଂଜୟ ପତି) : ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ର ଲିଆଖିଆ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ ଯୁବକ ଜଣକ ହେଲେ ପୁରୀ ତଳ ମାଳିସାହିର ଉମାଶଙ୍କର ରାୟ। ଉମାଶଙ୍କର ଓ ଯୁବତୀ ଜଣକ କୋଣାର୍କ ବୁଲି ଦେଖିବା ପରେ ବାଇକ୍ରେ ପୁରୀକୁ ଫେରୁଥିଲେ। ଲିଆଖିଆ ପାଖରେ ପୁରୀ ଆଡୁ ଯାଉଥିବା ଗୋଟିଏ ସ୍କର୍ପିଓ […]
ଭୁବନେଶ୍ୱର : ପୁରୀ ନାବାଳିକା ଦୁଷ୍କର୍ମକୁ ନେଇ ଜୋର ଧରିଲା ରାଜନୀତି। ୧୦ ହଜାର ପୁଲିସ, ପୁରା ପ୍ରଶାସନ ପୁରୀରେ ଥିବା ସତ୍ତ୍ୱେ ଏତେ ବଡ଼ ଘଟଣା କିପରି ଘଟିଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଏଥିପାଇଁ ରାଜ୍ୟ ସରକାର ଦାୟୀ ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ପୁରୀ ଘଟଣାରେ ତଦନ୍ତ କରାଯାଇ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ଦୁଷ୍କର୍ମ ସଂଖ୍ୟା ରାଜ୍ୟରେ […]
ରାୟଗଡ଼ା( ମନୋଜ ପାତ୍ର) : ରାୟଗଡ଼ାରେ ହିଟ୍ ଆଣ୍ଡ ରନ୍। ଓଭରବ୍ରିଜ୍ ତଳେ ଶୋଇଥିବା ବୁଲା ବିକାଳିଙ୍କ ଉପରେ ଚଢ଼ିଗଲା ଅଜଣା ଗାଡ଼ି। ଏଥିରେ ୨ ଜଣ ଖେଳଣା ବିକାଳି ବାଳକ ଗୁରୁତର ହୋଇଥିବା ସୂଚନା ମିଳିଛି। ଏହି ଖେଳଣା ବିକାଳି ବାଳକ ଓଭରବ୍ରିଜ୍ ତଳେ ଶୋଇଥିବାବେଳେ ଭୋର୍ ସମୟରେ ଏକ ଅଜଣା ଗାଡ଼ି ଦ୍ରୁତଗତିରେ ଆସି ପିଲାଙ୍କ ଗୋଡ଼ ଉପରେ ମାଡ଼ିଯାଇଥିଲା। ସଂପୃକ୍ତ ୨ ଜଣ ବାଳକଙ୍କୁ ଗୁରୁତର ଅବସ୍ଥାରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ […]
ସମ୍ୱଲପୁର : ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ବଢିଲା ଜଳସ୍ତର। ହୀରାକୁଦ ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଛି। ତେବେ ଲଗାଣ ବର୍ଷା ପାଇଁ ଏବେ ଜଳସ୍ତର ୬୦୦.୫୪ ଫୁଟ୍ ଉପରେ ରହିଥିବା ଜଳଭଣ୍ଡାର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ନାୟକଙ୍କ ସୂଚନା ଦେଇଛନ୍ତି। ଉପରମୁଣ୍ଡରେ ବର୍ଷା ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଚଳିତ ମାସ ଶେଷ ସପ୍ତାହରେ ଜଳ ନିଷ୍କାସନ ନିଷ୍ପତ୍ତି ନିଆଯାଇପାରେ ବୋଲି ସେ ସୂଚନା ଦେଇଛନ୍ତି।
ବାଲେଶ୍ୱର: ବାଇକ୍ରେ ଶବ୍ଦ ପ୍ରଦୂଷଣ କରୁଥିବା ସାଇଲେନ୍ସର ପାଇପ୍ ଲଗାଇଛନ୍ତି କି ? ନମ୍ବର ପ୍ଲେଟ୍ ଆରଟିଓ ନିୟମ ଅନୁସାରେ ନାହିଁ କି ? ଯଦି ହଁ, ତେବେ ହୁସିଆର୍। କାରଣ ଏବେ ବାଲେଶ୍ୱର ଟ୍ରାଫିକ୍ ପୁଲିସ୍ ଏନେଇ କଡ଼ାକଡ଼ି ନିୟମ କରିଛି। ଗତକାଲି ବାଲେଶ୍ୱର ଟ୍ରାଫିକ୍ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୭୦ଟି ମୋଟର ସାଇକେଲରୁ ଅଧିକ ଶବ୍ଦ ପ୍ରଦୂଷଣ କରୁଥିବା ସାଇଲେନ୍ସର ପାଇପକୁ ଜବତ କରାଯାଇଛି। ଏହାସହ ୫ଶହରୁ ଅଧିକ ଅତିରଞ୍ଜିତ କରି […]
ଭୁବନେଶ୍ୱର : ଆମେରିକାର ନ୍ୟୁଜର୍ସି ରାଜ୍ୟର ଆଟଲାଣ୍ଟିକ୍ ସିଟିରେ ପ୍ରବାସୀ ଓଡ଼ିଆ ସଙ୍ଗଠନ (ଓସା) ୫୦ ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଣ୍ଡିତ ହରିପ୍ରସାଦ ଚୌରାସିଆ ଏବଂ ଡ.ଭଗବାନ ପ୍ରକାଶ ଯୋଗ ଦେଇଥିଲେ। ୩ ଦିନ ଧରି ଚାଲିଥିବା ଏହି ସାଂସ୍କୃତିକ ସମାରୋହରେ ଆମେରିକା ଏବଂ କାନାଡ଼ାରେ ରହୁଥିବା ୧ ହଜାର ପ୍ରବାସୀ ଓଡ଼ିଆ ସାମିଲ ହୋଇଥିଲେ। ଏହି ଅବସରରେ ଓଡ଼ିଶାର ଐତିହ୍ୟ, ପରମ୍ପରା ଓ ସଂସ୍କୃତିକୁ ନେଇ ନୃତ୍ୟ, ସଂଗୀତ, ନାଟକ ସହ […]
ଭୁବନେଶ୍ୱର : ସାକ୍ଷୀଙ୍କୁ ମିଳିବ ସୁରକ୍ଷା। ବିଭିନ୍ନ ଅପରାଧିକ ମାମଲାରେ ସାକ୍ଷ୍ୟ ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ଏଣିକି ଦିଆଯିବ ସୁରକ୍ଷା। ଏଥିପାଇଁ ଉଦ୍ଦିଷ୍ଟ ସାକ୍ଷୀ ସୁରକ୍ଷା ଯୋଜନା-୨୦୧୯କୁ କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସାକ୍ଷୀ ସୁରକ୍ଷା ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ସୁପ୍ରିମକୋର୍ଟ ଗତବର୍ଷ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅନୁସାରେ, ଗତ ଜୁଲାଇ ୬ ତାରିଖରେ ଓଡ଼ିଶା ସରକାର ଗେଜେଟ୍ ନୋଟିଫିକେସନ୍ […]
ଦେବଗଡ଼(ସିଦ୍ଧାର୍ଥ ଗୁରୁ) : ଦେବଗଡ଼ ଥାନା ଅନ୍ତର୍ଗତ ହଦମୁଣ୍ଡା ଘାଟି ନିକଟସ୍ଥ ୫୩ନମ୍ୱର ଜାତୀୟ ରାଜପଥରେ ଏକ ବସ୍ ବାଇକକୁ ଧକ୍କା ଦେବାରୁ ଜଣେ କଲେଜ ଛାତ୍ରୀଙ୍କ ସହ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ସନ୍ତୋଷ ପ୍ରଧାନ(୨୦) ଓ ସୀମାରେଖା ବିଶ୍ୱାଳ। ସେମାନଙ୍କ ଘର ବାଘିଆବନ୍ଧ ଗାଁରେ। ସୀମାରେଖା ଦେବଗଡ଼ କଲେଜରେ ଯୁକ୍ତ ୨ ଶ୍ରେଣୀର ଛାତ୍ରୀ ଥିଲେ। ଆଜି ସକାଳ ପ୍ରାୟ ୭ଟା ବେଳେ ସନ୍ତୋଷ ଓ ସୀମାରେଖା ଏକ ବାଇକ୍ରେ ଦେବଗଡ଼ […]
ନବରଙ୍ଗପୁର(ନବଘନ ବିଷୋୟୀ) : ଗୁଣିଗାରେଡ଼ି ସନ୍ଦେହରେ ତତଲା ଗୋବର ପାଣିରେ ଗୋଟିଏ ପରିବାରର ତିନି ଜଣଙ୍କ ହାତ ବୁଡାଇଲେ ଗ୍ରାମବାସୀ। ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ବାଘସିଉନି ପଂଚାୟତ ନୂଆଗଡ଼ ଗାଁରୁ। ଅଭିଯୋଗ ଅନୁସାରେ, କିଛି ଦିନ ତଳେ ଗାଁର କିଛି ଲୋକଙ୍କ ଗାଈ, ଛେଳି ଓ ମେଣ୍ଢାଙ୍କ ମୃତ୍ୟୁ ଘଟିଥିଲା। ତେବେ ଗୁଣି ଗାରେଡ଼ି ସନ୍ଦେହରେ ଏଭଳି ହେଉଥିବା ଗ୍ରାମବାସୀ ଅଭିଯୋଗ କରି ଗାଁର ବନମାଳୀ ଜାନି ନାମଙ୍କ ଜଣେ ବ୍ୟକ୍ତିଙ୍କ ପରିବାରକୁ ଟାର୍ଗେଟ […]
କେନ୍ଦ୍ରାପଡ଼ା : ନାବାଳକ ଚୋରଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ନିଳିକଣା ଗ୍ରାମରେ ରାତି ଅଧରେ ଚୋରି କରୁଥିବା ବେଳେ ଚୋରକୁ ଧରି ଗଛରେ ବାନ୍ଧି ଦେଲେ ଗ୍ରାମବାସୀ। ଏହି ଚୋର ମାନେ ଝରକା ବାଟେ ମୋବାଇଲ, ସୁନା ଚେନ ଆଦି ଝାମ୍ପି ନେଇ ଯାଉଥିଲେ। ଏ ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବା ବେଳେ ଗାଁ ଲୋକ ମାନେ ଜଗି ଜଣକୁ ଧରି ଥିଲେ । ତାଙ୍କୁ ପଚରା ଉଚରା କଲା […]
ସୋର ( ଶଶିକାନ୍ତ ବେହେରା) : ସ୍ତ୍ରୀର ମୃତ୍ୟୁକୁ ନେଇ ସ୍ୱାମୀକୁ ଖୁଣ୍ଟିରେ ବାନ୍ଧିଲେ ଗ୍ରାମବାସୀ। ସ୍ୱାମୀ ଖସିଯାଉଥିବା ବେଳେ ସନ୍ଦେହରେ ସ୍ୱାମୀକୁ ଇଲେକ୍ଟ୍ରି ଖୁଣ୍ଟିରେ ବାନ୍ଧିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସୋର ଥାନା ଅଧିନ ମହାଳିକ ସାହି ଗ୍ରାମରେ। ସ୍ୱାମୀ କରୁଣାକର ମହାଳିକ ମଦ ପିଇ ସ୍ତ୍ରୀ ମିନତୀ ମହାଳିକକୁ ମାରି ଫ୍ୟାନରେ ଟାଙ୍ଗିଦେଇଥିବା ତାଙ୍କ ବଡ଼ ଝିଅ ଅଭିଯୋଗ କରିଛନ୍ତି। କରୁଣାକର ଘରୁ ଖସିଯାଉଥିବା ବେଳେ ଗ୍ରାମବସୀ ମାନେ ମିଶି […]
ପୁରୀ : ପୁରୀରେ ଲଜ୍ଜା ଏକ ଲକ୍ଜରି ବସ୍ ଭିତରେ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗ। ବସ୍ର ହେଲପର ବିରୋଧରେ ଏହି ଅଭିଯୋଗ ଆସିଛି। ବିଳମ୍ବିତ ରାତିରେ ଶରଧାବାଲିରେ ପୀଡିତା ନାବାଳିକା କାନ୍ଦୁଥିବା ବେଳେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। କୁମ୍ଭାରପଡ଼ା ପୁଲିସ ପୀଡିତାକୁ ଉଦ୍ଧାର କରିବା ସହ ପୀଡିତାର ଅଭିଯୋଗ କ୍ରମେ ପୁରୀ ବସ୍ଷ୍ଟାଣ୍ଡରେ ଥିବା ବସ୍ରୁ ସମ୍ପୃକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ପୀଡ଼ିତା ଜଣକ କେନ୍ଦୁଝର ଜିଲ୍ଲାର ବୋଲି […]
ଭୁବନେଶ୍ୱର : ରାଜ୍ୟର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ବୈଠକ କରି ପ୍ରତିକ୍ଷେତ୍ରରେ 5T କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କଠାରୁ ଆରମ୍ଭ କରି ପୁଲିସ ମହାନିର୍ଦ୍ଦେଶକ, ପ୍ରମୁଖ ସଚିବ, ପ୍ରତି ବିଭାଗର ସଚିବ, ଜିଲ୍ଲାପାଳ ଓ ଏସପି ମାନେ ଯୋଗଦେଇଥିଲେ। ରାଜ୍ୟ ତିନିଟି କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସେଗୁଡ଼ିକ ହେଲା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା, ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର […]
ଭୁବନେଶ୍ୱର: ରାଜ୍ୟରେ ପଦ୍ମ ପୁରସ୍କାର ବିଜେତାଙ୍କ ଆର୍ଥିକ ସ୍ଥିତି ଠିକ୍ ନଥିଲେ କିମ୍ବା ସେମାନେ ଆର୍ଥିକ ଅନଗ୍ରସର ହୋଇଥିଲେ ରାଜ୍ୟ ସରକାରଙ୍କୁ ମାସିକ ୧୦ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦେବେ। ଏନେଇ ଆଜି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଏହି ଅର୍ଥ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଗରିବ ବ୍ୟକ୍ତିମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ବୋଲି ସୂଚନା ମିଳିଛି। ରାଜ୍ୟରେ ପଦ୍ମ ପୁରସ୍କାର ବିଜେତା ଦୈତାରୀ ନାଏକ ଓ କମଳା ପୂଜାରୀଙ୍କ ଭଳି […]
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ଉପଜିଲ୍ଲାପାଳ ସ୍ତରରେ ମୋଟ ୪୧ଜଣ ଅଫିସରଙ୍କ ବଦଳି ହୋଇଛି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ ଶୁଭେନ୍ଦୁ କାନୁନଗୋଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିବାବେଳେ ସୁଶାନ୍ତ କୁମାର ବାରିକଙ୍କୁ ଅନୁସୂଚିତ ଜାତି […]
ପଟ୍ଟାମୁଣ୍ଡାଇ :କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କୁ ତାଲା ଠୁଙ୍କି ଛୁ ମାରିଥିଲେ ଦିଦି । ପଟ୍ଟାମୁଣ୍ଡାଇ ବ୍ଲକ ଶାସନ ଗାଁରୁ ଏହି ଅଭିଯୋଗ ଆସିଛି। ଦୀର୍ଘ ସମୟ ପରେ ବି ଘରକୁ ଛୁଆ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତେବେ ଅଙ୍ଗନବାଡ଼ି କେନ୍ଦ୍ର ଭିତରୁ ପିଲାଟିର କାନ୍ଦ ଶୁଣି ତାଲା ଭାଙ୍ଗିବା ସହ ଶିଶୁକୁ ଉଦ୍ଧାର କରିଥିଲେ । ବନ୍ଦ ଘର ଭିତରେ ଶିଶୁପୁତ୍ରଟି ଅସୁସ୍ଥ ହୋଇ ପଡ଼ିଥିବାନେଇ ସୂଚନା […]