ପୁରୀ : ରଥଯାତ୍ରା ପୂର୍ବରୁ ଲୋକାର୍ପିତ ହୋଇଛି ଶ୍ରୀମନ୍ଦିରର ସ୍ୱତନ୍ତ୍ର ୱେବ୍ ପୋର୍ଟାଲ ‘ଶ୍ରୀଜଗନ୍ନାଥ ଡଟ୍ ଇନ୍’। ଏଥିରେ ଜଗନ୍ନାଥ ସଂସ୍କୃତି, ନୀତି, ଇତିହାସ ବେଶ ଓ ପରମ୍ପରା ସମ୍ପର୍କରେ ସର୍ବସାଧାରଣଙ୍କୁ ସୂଚନା ମିଳିବ। ଏଥିରେ ଓଡ଼ିଆ, ବଙ୍ଗଳା, ହିନ୍ଦୀ ଓ ଇଂରାଜୀ ଭାଷାରେ ସୂଚନା ମିଳିପାରିବ। ଏହି ପୋର୍ଟାଲ ମାଧ୍ୟମରେ ଜନସାଧାରଣ ଭକ୍ତ ନିବାସ ବୁକିଂ କରିବା ସହ ଅନଲାଇନରେ ବିବାହ କାର୍ଡ ନିମନ୍ତ୍ରଣ ମଧ୍ୟ ପଠାଇ ପାରିବେ। ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହାକୁ […]
ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲା କାଙ୍କରି ମଣ୍ଡିରେ ଚାଷୀ ଦହଗଞ୍ଜ। ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାନ ବିକିବାକୁ ମଣ୍ଡିକୁ ଆଣିଥିଲା। ହେଲେ ବର୍ଷା ଦେଉଥିବା ଏ ଗଞ୍ଜଣାଠୁ ବଳିଯାଇଛି ପ୍ରଶାସନିକ ଉଦାସୀନତା। ତୁହାକୁ ତୁହା ବର୍ଷା ଭିତରେ ପଲିଥିନ୍ ତଳେ ଥିବା ଧାନ ସୁରକ୍ଷିତ ନଥିବାରୁ କେହି କେହି ବର୍ଷାରେ ଭିଜି ଟ୍ରାକ୍ଟର ଯୋଗେ ଧାନକୁ ପୁଣି ଘରକୁ ବୋହି ନେଉଛନ୍ତି। ସେପଟେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମଣ୍ଡି ବନ୍ଦ ପରେ ବିକ୍ରି ହୋଇ ନଥିବା […]
ଭୁବନେଶ୍ୱର: ରାଜ୍ୟରେ କ୍ଷମତାସୀନ ବିଜେଡି ସରକାରଙ୍କୁ ଏବେ ‘କାଳିଆ’ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ନିର୍ବାଚନର ମାତ୍ର କିଛି ଦିନ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିବା ଏହି ଯୋଜନା ବାଟରେ ଛିଡ଼ା ହୋଇଛି ଆଇନର ପାଚେରୀ। ନିର୍ବାଚନର ୬ ମାସ ଭିତରେ ଘୋଷଣା ହୋଇଥିବା ଏଭଳି କିଛି ଯୋଜନାକୁ ଅସିଦ୍ଧ ଘୋଷଣା କରିବାକୁ ତେଲେଙ୍ଗାନାର ପି.ପୁଲାରାଓ କରିଥିବା ଆବେଦନକୁ ବିଚାର ଲାଗି ସୁପ୍ରିମ୍କୋର୍ଟ ଗ୍ରହଣ କରିବା ସହ କେନ୍ଦ୍ର ସରକାର, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ସରକାର […]
ପୁରୀ (ମଧୁସୂଦନ ମିଶ୍ର) : ଆଉ ଦିନକ ପରେ ପଡ଼ିବ ମହାପ୍ରଭୁଙ୍କ ରଥଯାତ୍ରା। ଭକ୍ତ-ଶ୍ରଦ୍ଧାଳୁ ଓ ଯାତ୍ରୀ-ପର୍ଯ୍ୟଟକଙ୍କ ଆଗମନରେ କମ୍ପିଲାଣି ଶ୍ରୀକ୍ଷେତ୍ର। ମହାପ୍ରଭୁଙ୍କୁ ରଥରେ ଦର୍ଶନ ଲାଗି ପ୍ରତି ବର୍ଷ ଭଳି ଏଥର ମଧ୍ୟ ଦେଶ ବିଦେଶରୁ ଛୁଟି ଆସୁଛନ୍ତି ଲକ୍ଷ ଲକ୍ଷ ଭକ୍ତ। ହେଲେ ଶ୍ରୀକ୍ଷେତ୍ରରେ ରହିବା ପାଇଁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। କାରଣ ବାତ୍ୟା ‘ଫୋନି’ରେ ଉଜୁଡ଼ି ଯାଇଥିବା ହୋଟେଲ ଭିତ୍ତିଭୂମି ଏଯାଏ ସ୍ୱାଭାବିକ ସ୍ଥିତିକୁ ଫେରିପାରିନି ବହୁ ହୋଟେଲ। ମରାମତି […]
ଭୁବନେଶ୍ୱର : ରାଜଧାନୀର ଆଦିବାସୀ ଛାତ୍ରୀନିବାସର ଅନ୍ତେବାସିନୀ ଗର୍ଭବତୀ ଥିବା ଘଟଣାକୁ ନେଇ ବିଧାନସଭାରେ ଉଦ୍ବେଗ ପ୍ରକାଶ ପାଇଛି। ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କର କଣ ଏହା ମାଆଙ୍କୁ ସମ୍ମାନ ବୋଲି ପ୍ରଶ୍ନ କରିଛନ୍ତି। ଘଟଣାକୁ ଚପାଇବାକୁ ଉଦ୍ୟମ ହେଉଛି ଏବଂ ସଂପୃକ୍ତ ଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛନ୍ତି ଶ୍ରୀ […]
ବ୍ରହ୍ମପୁର (ଜଗନ୍ନାଥ ସାହୁ) : ଝରକା ଭାଙ୍ଗି ଦୁର୍ବୃତ୍ତମାନେ ଘରେ ପଶିବା ପରେ ମାରଣାସ୍ତ୍ର ଦେଖାଇ ସମସ୍ତଙ୍କୁ ଗୋଟିଏ ଘରେ ପୂରାଇ କଳାକନା ବୁଲାଇ ଦେଲେ। ଗତକାଲି ରାତିରେ ଏପରି ଘଟଣା ବ୍ରହ୍ମପୁର ଟାଉନ୍ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ଦୁର୍ବୃତ୍ତଙ୍କ ପାଖରେ ପୁଲିସ ପହଞ୍ଚି ପାରିନି। ପୂରା ଘଟଣା ଏମିତି। ଗତକାଲି ରାତିରେ ବିଜୟ ବିହାର ଅବସରପ୍ରାପ୍ତ […]
ନୟାଗଡ଼ : ନାୟଗଡ଼ ଭାପୁର ବ୍ଲକ ନିହଲ ପ୍ରସାଦ ଗାଁରେ ଅଭାବନୀୟ ଘଟଣା। କୂଅରେ ପଡ଼ି ଗୋଟିଏ ପରିବାରର ୨ ଶିଶୁଙ୍କ ମୃତ୍ୟୁ। ଉଭୟଙ୍କ ବୟସ ୫ ବର୍ଷ। ଉଭୟେ ସଂପର୍କୀୟ ଭାଇ ହୋଇଥିବା ସୂଚନା। ଆଜି ଉଭୟେ ବାହାରେ ଖେଳୁଥିଲେ। ତେବେ ଅସାବଧାନତାରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।
କଳାହାଣ୍ଡି : ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ତହସିଲଦାର। ଏକ ଜମିର ମ୍ୟୁଟେସନ୍ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡିଛନ୍ତି କର୍ଲାମୁଣ୍ଡା ତହସିଲଦାର ଅବନୀକାନ୍ତ ସାହୁ। କର୍ଲାମୁଣ୍ଡା ତହସିଲ ଅନ୍ତର୍ଗତ ଦେଓଗାଁର ଲାଲସାହେବ ସାହୁଙ୍କ ତିନୋଟି ଜମିର ମ୍ୟୁଟେସନ୍ ପାଇଁ ତହସିଲଦାର ୧୫ ହଜାର ଟଙ୍କା ମାଗିଥିଲେ। ଏ ନେଇ ଲାଲସାହେବ କଳାହାଣ୍ଡି ଭିଜିଲାନ୍ସ ଡିଭିଜନର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁସାରେ ଲାଲସାହେବ ଆଜି ୧୦ ହଜାର ଟଙ୍କା ଲାଞ୍ଚ […]
ମୁମ୍ବାଇ: ନାଇଜେରିଆରେ ଜଳଦସ୍ୟୁଙ୍କ କବଳରୁ ମୁକୁଳି ଆଜି ଓଡ଼ିଆ ନାବିକ ସୁଦୀପ କୁମାର ଚୌଧୁରୀଙ୍କ ସମେତ ୫ ଜଣ ଭାରତୀୟ ନାବିକ ସ୍ୱଦେଶ ଫେରିଛନ୍ତି। ମୁକୁଳିଥିବା ଅନ୍ୟ ନାବିକମାନେ ଆନ୍ଧ୍ରପ୍ରଦେଶର ପୁଚା ସାଇ ଅବିନାଶ ଓ ମୂଗୁ ରବି, ମହାରାଷ୍ଟ୍ରର ଯାଦବ ଚିରାଗ ଦୀପକ, ହରିଆଣାର ଅଙ୍କିତ ହୁଡା ବୋଲି ଜଣାପଡ଼ିଛି। ସେମାନେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ନାବିକ ମାନଙ୍କ ପରିବାର ଲୋକେ ଉତ୍ସବ ମନାଇବା ସହ ମିଠା ବାଣ୍ଟିଥିଲେ। ସୁଦୀପ ପଣବନ୍ଦୀ ଥିବା […]
ଭୁବନେଶ୍ୱର : ଓଡିଶା ବିଜେପିର ବରିଷ୍ଠନେତା, ରାଷ୍ଟ୍ରୀୟକାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆଜି ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୈାଜନ୍ୟମୂଳକସାକ୍ଷାତ କରି ତାଙ୍କ ରଚିତ ଆତ୍ମଜୀବନୀ ପୁସ୍ତକ ‘ସଂଗ୍ରାମସରିନାହିଁ’କୁ ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶ୍ରୀ ହରିଚନ୍ଦନ ଓଡିଶାର ବିଭିନ୍ନ ପ୍ରସଙ୍ଗରେ ଅନେକ ସମୟ ଧରି ଆଲୋଚନା କରିଥିଲେ ବୋଲି ଦଳର ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଓ ରାଜ୍ୟ ମୁଖ୍ୟପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।
କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ/ଭୁବନେଶ୍ୱର : ଦିନକୁ ଦିନ ଉତ୍କଟ ହେଉଥିବା ଜଳ ସଂକଟର ସମାଧାନ ପାଇଁ ଆରମ୍ଭ ହେଲା ଜଳଶକ୍ତି ଅଭିଯାନ। ସ୍ୱଚ୍ଛ ଭାରତ ଅଭିଯାନ ଭଳି ଏହାକୁ ମଧ୍ୟ ଏକ ଜନ ଆନ୍ଦୋଳନର ରୂପ ଦେବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ପ୍ରାରମ୍ଭିକ ଭାବେ ସାରା ଦେଶର ୨୫୫ ଜିଲ୍ଲାରେ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରୁ ସାମିଲ ହୋଇଛି କେନ୍ଦ୍ରାପଡ଼ା । ବିଭିନ୍ନ ବିଭାଗ ସହ ଆଲୋଚନା କରି ଜିଲ୍ଲାର ୯ଟି ବ୍ଲକରେ ଏହି […]
ଭୁବନେଶ୍ୱର : ଫୋନିର ପାଖାପାଖି ଦୁଇମାସ ପରେ ବି ଅଣ୍ଟା ସଳଖି ନାହାଁନ୍ତି ବିପନ୍ନ। ବାତ୍ୟାରେ ସର୍ବସ୍ୱ ହରାଇଥିବା ଲୋକଙ୍କ ଜୀବନ କଟୁଛି ପଲିଥିନ ତଳେ। ଏପଟେ ଫୋନି ପୁନରୁଦ୍ଧାର ଓ ଥଇଥାନରେ ସରକାର ବିଫଳ ବୋଲି ଅଭିଯୋଗ କରି ଆଜି ବିଧାନସଭାରେ ସରକାରଙ୍କୁ ଘେରିଥିଲେ ବିରୋଧୀ। ଘରଭଙ୍ଗା ତଦନ୍ତରେ ୬୦ରୁ ୭୦ ପ୍ରତିଶତ ଭୁଲ୍ ଥିବା ଅଭିଯୋଗ ଆଣି ସରକାରଙ୍କ ଗୁମର ଖୋଲିଥିଲେ ଖୋଦ୍ ଶାସକ ଦଳର ବିଧାୟକ ପ୍ରଦୀପ ମହାରଥୀ ଉତ୍ତର ରଖିବା ବେଳେ […]
ଭୁବନେଶ୍ୱର : କୁହାଯାଏ ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ ; ହେଲେ ଭିନ୍ନ ଭିନ୍ନ କାରଣରୁ ରାଜ୍ୟର ସର୍ବତ୍ର ଚାଲିଥିବା ଓକିଲ ଆନ୍ଦୋଳନ ଯୋଗୁଁ ବିଳମ୍ବ କଥା ଛାଡ଼ନ୍ତୁ, ବଲାଙ୍ଗିରର ରମେଶଙ୍କ ଭଳି ଅନେକ ସାଧାରଣ ଲୋକ ଜାମିନ ଆବେଦନ ବି କରିପାରୁନାହାଁନ୍ତି। ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚାଲିଛି। ଆଉ ଏପଟେ ହାଇକୋର୍ଟରେ ବି ଆନ୍ଦୋଳନ ଯୋଗୁଁ ଠପ୍ ହୋଇଯାଇଛି ବିଚାର ପ୍ରକ୍ରିୟା। ହେଲେ ଏଠି କିନ୍ତୁ ପ୍ରସଙ୍ଗ ଅଲଗା। ହାଇକୋର୍ଟ […]
ଭୁବନେଶ୍ୱର : ତୁହାକୁ ତୁହା ବର୍ଷାରେ ଭିଜୁଛି ଚାଷୀର ଝାଳବୁହା ପରିଶ୍ରମ। କାମ ଦେଉନି ପଲିଥିନ ଚଦର। କୋରାପୁଟ ଜୟପୁର ବଡ଼ଜିଉନା ମଣ୍ଡିରେ ବିକ୍ରି ପାଇଁ ଆସିଥିବା ହଜାର ହଜାର କୁଇଣ୍ଟାଲ୍ ଧାନ ଗତ ୪-୫ ଦିନ ହେଲା ବର୍ଷା ମାଡ଼ ସହୁଥିଲେ ବି, ସରକାରୀ ଅଧିକାରୀଙ୍କ ନିଘା ନାହିଁ। ରବି ମଣ୍ଡି ପାଇଁ ଟାର୍ଗେଟ୍ ପୂରଣ ହୋଇସାରିଥିବାରୁ, ଆଉ ଧାନ ଉଠାଉ ନାହିଁ ଜିଲ୍ଲା ଯୋଗାଣ ବିଭାଗ। କୋରାପୁଟ ଜିଲ୍ଲା ପାଇଁ ଏଥର ୧୦ ଲକ୍ଷ […]
ଭୁବନେଶ୍ୱର : ପାଟଣାଗଡ଼ରେ ଜଣେ ଜେଇଙ୍କୁ ଉଠ୍ବସ୍ ମାମଲାରେ ଫସିଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେର ନିରାଶ। ଆଜି ତାଙ୍କର ଜାମିନ ଆବେଦନର ଶୁଣାଣି ହୋଇଥିଲେ ବି କୌଣସି ନିଷ୍ପତ୍ତି ଶୁଣାଇନଥିଲେ ଭୁବନେଶ୍ୱର ସ୍ପେଶାଲ୍ କୋର୍ଟ। ଆସନ୍ତା ୫ ତାରିଖକୁ ଜାମିନ ଆବେଦନର ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି। ସେପଟେ ସତ୍ୟପାଠ ଦାଖଲ ପାଇଁ ଉଭୟ ଜେଇ ଏବଂ ତାଙ୍କ ପତ୍ନୀ ସମୟ ମାଗିଛନ୍ତି। ବିଧାୟକଙ୍କ ଚିକିତ୍ସା ନିଷ୍ପତ୍ତି ଜେଲ କର୍ତ୍ତୃପକ୍ଷଙ୍କ ଉପରେ କୋର୍ଟ ଛାଡ଼ିଛନ୍ତି। […]
କେନ୍ଦୁଝର(ପ୍ରଣୟ ପାଣି ):କେନ୍ଦୁଝରରେ ଚାଞ୍ଚଲ୍ୟ। ସଦରଥାନା ମୈଦାନକେଲ ବାସୁଦେବପୁର ଜଙ୍ଗଲରୁ ଜଣେ ଯୁବତୀଙ୍କ ଅର୍ଦ୍ଧନଗ୍ନ ମୁଣ୍ଡ ବିହୀନ ଗଳିତ ଶବ ଠାବ କରାଯାଇଛି। ସମ୍ପୃକ୍ତ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଯାହାକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ମୃତ ଦେହଟିରେ ମୁଣ୍ଡ ନଥିବା ବେଳେ ଏହା ସମ୍ପୂର୍ଣ୍ଣ ପଚି ଯାଇଛି। ପାରିପାର୍ଶିକ ଅବସ୍ଥାରୁ ସମ୍ପୃକ୍ତ ଯୁବତୀଙ୍କୁ ୪/୫ଦିନ ପୂର୍ବରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଆଜି ଅପରାହ୍ନରେ ସ୍ଥାନୀୟ ଲୋକେ ଏହା […]
ଜଳେଶ୍ୱର(ଅଜିତ୍ ଦାସ୍) : ପୁଣି ବଧୂ ହତ୍ୟା ଅଭିଯୋଗ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରାଜପୁରରେ ଘଟିଛି ଏହି ଘଟଣା। ରୀତାରାଣୀ ସାହୁ ନାମକ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଶଳିଥିବା ସୂଚନା ମୁତାବକ ,ରୀତାରାଣୀ ଓ ସ୍ୱାମୀ ଶୁଭେନ୍ଦୁଙ୍କ ମଧ୍ୟରେ କିଛି କଥାକୁ ନେଇ ଝଗଡ଼ା ହୋଇଥିଲା। ପରେ ବିଳମ୍ବିତ ରାତିରେ ରିତାଙ୍କର ପରିବାର ଲୋକଙ୍କୁ ରୀତା ବିଷ ପିଇ ଆତ୍ମହତ୍ୟା କରିବା କଥା ଖବର ଦେଇଥିଲେ। କିନ୍ତୁ ରିତାଙ୍କ ବାପ ଘର […]
ଭୁବନେଶ୍ୱର : କନିଷ୍ଠ ଯନ୍ତ୍ରୀଙ୍କୁ କାନ ଧରି ଉଠବସ୍ କରାଇବା ମାମଲାରେ ନିଜ ପାଇଁ ନିଜେ ଲଢ଼ିଛନ୍ତି ପାଟଣାଗଡ଼ ବିଧାୟକ ସରୋଜ ମେହେର। ସରୋଜ ମେହେରଙ୍କ ଜାମିନ ଆବେଦନର ଆଜି ଶୁଣାଣି ଥିଲା। ତେବେ ଆନ୍ଦୋଳନ ଚାଲିଥିବା ଯୋଗୁ କୌଣସି ଓକିଲ ନଆସିବାରୁ ଭୁବନେଶ୍ୱର ସ୍ପେଶାଲ ଏଡିଜେ କୋର୍ଟରେ ସେ ନିଜ ପାଇଁ ନିଜେ ଯୁକ୍ତି ଉପସ୍ଥାପନ କରିଥିଲେ। ସେହିପରି ପ୍ରତିପକ୍ଷ କନିଷ୍ଠ ଯନ୍ତ୍ରୀ ଓ ତାଙ୍କ ପତ୍ନୀ ମଧ୍ୟ ନିଜ ପକ୍ଷ ରଖିଥିଲେ। ଉଭୟ ପକ୍ଷର […]
କଟକ : ଶ୍ରେଣୀଗୃହରେ ପଶି ଶିକ୍ଷୟିତ୍ରୀଙ୍କୁ ହାଣିଦେଲେ ଦୁର୍ବୃତ୍ତ। ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ଆମ୍ବପଡ଼ା ଏମ.ଇ. ସ୍କୁଲରେ। ପିଲାଙ୍କୁ ପାଠ ପଢ଼ାଉଥିବା ବେଳେ ଶ୍ରେଣୀ ଗୃହକୁ ପଶି ଶିକ୍ଷୟିତ୍ରୀଙ୍କୁ ଅଚାନକ କଟୁରୀରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଶିକ୍ଷୟିତ୍ରୀଙ୍କ ମୁଣ୍ଡ ଏବଂ ହାତରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ନିଆଳି ଏବଂ ପରେ ସଙ୍କଟଜନକ ଅବସ୍ଥାରେ କଟକ ବଡ଼ମେଡ଼ିକାଲ୍କୁ ସ୍ଥାନାନ୍ତର କରାଯାଇଛି। ସେପଟେ ଜଣେ ଦୁର୍ବୃତ୍ତଙ୍କୁ ପୁଲିସ ଅଟକ ରଖିଥିବାବେଳେ କାହିଁକି ଶିକ୍ଷୟିତ୍ରୀଙ୍କୁ […]
ଢେଙ୍କାନାଳ ( ରାଜଶ୍ରୀ ଶତପଥୀ) : କନ୍ଧମାଳ ଘଟଣା ଭଳି ଢେଙ୍କାନାଳରେ ଜନ୍ମନେଇଛନ୍ତି ଯୋଡ଼ା ଶିଶୁ। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ଯୋଡ଼ା ଶିଶୁ ଜନ୍ମ ନେଇଛନ୍ତି। ପର୍ଜଙ୍ଗ ଅଞ୍ଚଳରୁ ଆସିଥିବା ଜଣେ ମହିଳା ଏହି ଯୋଡ଼ା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଏହି ଦୁଇ ନବଜାତ ଶିଶୁ କନ୍ୟାଙ୍କ ଛାତିରୁ ପେଟ ଯାଏ ଯୋଡ଼ି ହୋଇ ରହିଛି। ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି। ଅଧିକ ଚିକିତ୍ସା ପାଇଁ ଉଭୟଙ୍କୁ କଟକ […]
ଭୁବନେଶ୍ୱର :ବର୍ଷା ଆରମ୍ଭ ହେଉ ହେଉ ରାଜଧାନୀରେ ଦେଖାଦେଲାଣି ଜଳ ନିଷ୍କାସନ ସମସ୍ୟା। ଲଘୁଚାପ ପ୍ରଭାବରେ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଫଳରେ ରାଜଧାନୀର ବହୁ ଅଞ୍ଚଳରେ ବର୍ଷା ଜଳ ନିଷ୍କାସନ ହୋଇନପାରି ଦୀର୍ଘ ସମୟ ଧରି ଜମି ରହିଥିବା ଦେଖିବାକୁ ମିଳିଥିଲା। ଏପରିକି ଜୟଦେବ ବିହାର-ସିଆର୍ପି ଛକ ଫ୍ଲାଏ ଓଭର୍ ଉପରେ ମଧ୍ୟ ପାଣି ଲହଡ଼ି ଭାଙ୍ଗିଥିଲା। ଜାତୀୟ ରାଜପଥ ଉପରେ ପାଣି ଜମି ରହିବା ଯୋଗୁଁ ଗାଡ଼ି ଚଳାଚଳରେ ସମସ୍ୟା […]
ମାଲକାନଗିରି(ବିକ୍ରମ ପାଢ଼ୀ) : ଉପାନ୍ତରେ ଉପହାସ ସାଜିଛି ଗରୀବଙ୍କ ପାଇଁ ସରକାରୀ ଯୋଜନା । ଦିନ ଦରିଦ୍ରଙ୍କ ଭୋକିଲା ପେଟକୁ ନା ଯୁଟୁଛି ଦାନା, ନା ମିଳୁଛି ମୁଠାଏ ଆହାରର ସନ୍ଧାନ। ଶେଷରେ ଅନ୍ନ ଚିନ୍ତାରେ ଜୀବନ ହାରୁଛି ଗରୀବ ମଣିଷଟିଏ। ଦାରିଦ୍ର୍ୟର କରୁଣ କାହାଣୀର ଏମିତି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା ଗୋରିଗୁଡ଼ା ଗାଁରୁ । ସ୍ୱାମୀ ଚାଲିଯିବା ପରଠୁ ଦୁଇ କଅଁଳ ଶିଶୁଙ୍କୁ ନେଇ ଦୁର୍ଦ୍ଦିନରେ ଜୀବନ ଜୀଉଁଥିବା ବିଧବା ମା’ଟିଏ […]
ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନରେ ଥିବା ଛାତ୍ରୀ ନିବାସ। ହେଲେ ଏଥର ଆଦିବାସୀ ଅଧ୍ୟୁଷିତ ଇଲାକା ନୁହେଁ, ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଥିବା ଛାତ୍ରୀନିବାସକୁ ନେଇ ଚର୍ଚ୍ଚା । କାହିଁକି ନା ପ୍ରେଗ୍ନାନ୍ସି କିଟ୍ ଯୋଗେ ରାଜଧାନୀର କେତେକ ଛାତ୍ରୀନିବାସରେ ସ୍ୱାସ୍ଥ୍ୟ ପରୀକ୍ଷାରୁ ୩ ଜଣଙ୍କ ଠାରେ ରିପୋର୍ଟ ପଜିଟିଭ୍ ବାହାରିଛି। ତେବେ ହଷ୍ଟେଲ୍ କର୍ତ୍ତୃପକ୍ଷ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। କନ୍ଧମାଳ, ମୟୂରଭଞ୍ଜ ହେଉ ଅବା ଢେଙ୍କାନାଳ। […]
ଭୁବନେଶ୍ୱର : କଣ୍ଟ ପୁରିଲା, କିନ୍ତୁ ରିପୋର୍ଟ ଆସିଲାନି। ଯାଜପୁରରେ ଦଳୀୟ ପରାଜୟର ସମୀକ୍ଷା କରୁଛନ୍ତି ବରିଷ୍ଠ ବିଧାୟକ ସୁରେଶ ରାଉତରାୟା କାହିଁକି ଜିଲାର ସମସ୍ତ କଂଗ୍ରେସ୍ ପ୍ରାର୍ଥୀ ପରାଜିତ ହେଲେ ? ଆଗାମୀ ଦିନରେ କର୍ମୀମାନଙ୍କ ପାଇଁ କଣ ରହିବ କାର୍ଯ୍ୟକ୍ରମ? ଏ ସମସ୍ତ ବିଷୟରେ ବ୍ଲକ୍ ସଭାପତିଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ସଭାପତି, ସାଧାରଣ ଲୋକଙ୍କ ସହ ଅନୁଧ୍ୟାନ କରୁଛି ଟିମ୍। ସୁରେଶ ରାଉତରାୟଙ୍କ ଆବାହକତ୍ୱରେ ଗଠିତ ଟିମ୍ ଆଜି ସୁଦ୍ଧା ରିପୋର୍ଟ […]
ପୁରୀ : ସ୍ନାନବେଦୀ ଦିନ ବ୍ୟବସ୍ଥାବଳୀ ଉଲ୍ଲଘଂନ ନେଇ ବିଧାୟକଙ୍କୁ ନୋଟିସ ପ୍ରସଙ୍ଗରେ ୟୁ ଟର୍ଣ୍ଣ ନେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏ ସର୍ମ୍ପକରେ ଗଣମାଧ୍ୟମ ପ୍ରତିନିଧଙ୍କ ପ୍ରଶ୍ନକୁ ଏଡାଇଦେଇ ବିଧାୟକଙ୍କୁ ନୋଟିସ ଜାରି କରାଯାଇ ନଥିବା କହିଛନ୍ତି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ଭକ୍ତ ଜୟନ୍ତ କୁମାର ଷଡଙ୍ଗୀଙ୍କୁ ନୋଟିସ୍ କରାଯାଇଛି, ବିଧାୟକ ଶବ୍ଦ ବ୍ୟବହାର କରାଯାଇନାହିଁ। ଗଣମାଧ୍ୟମରେ ସେ ମଧ୍ୟ ତାଙ୍କର ଭୁଲ ସ୍ୱୀକାର କରିଛନ୍ତି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଧୀରେ […]