ନୂଆଦିଲ୍ଲୀ : ସନ୍ଦୀପ କୁମାର ଗୁପ୍ତା ଇଣ୍ଡିଆନ ଅଏଲ କର୍ପୋରେସନର ନିର୍ଦ୍ଦେଶକ (ଅର୍ଥ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସେ, ଇଣ୍ଡିଆନ୍ ଅଏଲର କର୍ପୋରେଟ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (କର୍ପୋରେଟ ଫାଇନାନ୍ସ) ଏବଂ ମୁଖ୍ୟ ବିତ୍ତୀୟ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିଲେ। ଶ୍ରୀ ଗୁପ୍ତା ପୂର୍ବରୁ କର୍ପୋରେଟ ଆକାଉଣ୍ଟସ୍, ଟ୍ରେଜେରୀ, ନିବେଶ ମୂଲ୍ୟାଙ୍କନ ଏବଂ ବିପଦ ପରିଚାଳନା ବିଭାଗର ମୁଖ୍ୟ ଅଧିକାରୀ (ଅତିରିକ୍ତ ଦାୟିତ୍ୱ) ଭାବେ କାର୍ଯ୍ୟ କରୁଥିଲେ। ଜଣେ ବାଣିଜ୍ୟ ସ୍ନାତକ ଏବଂ ଚାଟାର୍ଡ […]
ଭଦ୍ରକ : ଭୀଷଣ ଭୋକ! ଖାଲି ଇଟା, ବାଲି, ସିମେଣ୍ଟ ନୁହେଁ, କେଉଁଠି କେଉଁଠି ପ୍ରଧାନଶିକ୍ଷକ ଓ ପରିଚାଳନା କମିଟି ଗିଳି ଦେଇଛନ୍ତି ପୁରା ସ୍କୁଲ୍ ଘର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ର ୧୬ରୁ ଅଧିକ ସ୍କୁଲ୍ରେ ଏମିତି ପ୍ରାୟ ୬୦ ଲକ୍ଷ ଟଙ୍କା ଚଳୁ ହୋଇଥିବା ଅଭିଯୋଗ ହୋଇଛି। ଭାଟପଡ଼ା ସହଦେବ ଦାସ ପାଟଣା ସ୍କୁଲ୍ର ବ୍ୟାଙ୍କ ଖାତାକୁ ସର୍ବଶିକ୍ଷା ଅଭିଯାନରେ ସ୍କୁଲ୍ ଘର ତିଆରି ପାଇଁ ୨୦୧୩ରେ ଅଗ୍ରୀମ ୩ ଲକ୍ଷ ୭ ହଜାର […]
ଭୁବନେଶ୍ୱର : ରାଜ୍ୟରେ ମାସ ମାସ ଧରି ଖାଲି ପଡ଼ିଛି ବିଭିନ୍ନ କମିଶନର ଅଧ୍ୟକ୍ଷ ପଦ। ଏଥିରେ ଅଛି ଗୁରୁତ୍ୱପୂର୍ଣ୍ଣ ମହିଳା କମିଶନ, ଭିନ୍ନକ୍ଷମ କମିଶନ ଓ ଖାଦ୍ୟ କମିଶନ। ଫଳରେ ଦୂରଦୂରାନ୍ତରୁ ଗୁହାରି କରିବାକୁ ଆସି ନିରାଶ ହେଉଛନ୍ତି ଅସହାୟ ଲୋକେ। ଚର୍ଚ୍ଚା ହେଉଛି ମହିଳା କମିଶନ ଓ ଭିନ୍ନକ୍ଷମ କମିଶନରେ ରାଜନୈତିକ ନିଯୁକ୍ତି ହେବାର ସମ୍ଭାବନା ଥିବାରୁ ସମୟ ଗଡ଼ାଇ ଚାଲିଛନ୍ତି ସରକାର। ସୁନ୍ଦରଗଡ ଜିଲ୍ଲା କୋଇଡ଼ା ଅଞ୍ଚଳର ଅଞ୍ଜଳି କର ଜଣେ ଗରିବ […]
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତର ରୂପ ନେଇଥିବା ଯୋଗୁ ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୪ଦିନ ମଧ୍ୟରେ ଦ୍ୱିତୀୟଥର ପାଇଁ ସବୁ ଜିଲ୍ଲାରେ ଆଲର୍ଟ ଜାରି କରିଛନ୍ତି। ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ନଜର ରଖିବା ପାଇଁ ୨୪ଘଣ୍ଟିଆ ଜରୁରୀକାଳୀନ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ତା’ଛଡ଼ା ତଳିଆ ଅଞ୍ଚଳରେ ରହିଥିବା ଲୋକମାନଙ୍କୁ ସୁରକ୍ଷିତ […]
ଭୁବନେଶ୍ୱର : କିଏ ଯୋଗ୍ୟ, କିଏ ଅଯୋଗ୍ୟ? ନିର୍ବାଚନ ସରିବାର ୩ ମାସ ପରେ କାଳିଆ ହିତାଧିକାରୀଙ୍କୁ ନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଘଣ୍ଟାଚକଟା। ତାଲିକା ଯାଞ୍ଚ ଲାଗି ସରକାରଙ୍କର ବିଜ୍ଞାପନ ରେ ଆଜିଠୁ ୧୪ ଯାଏଁ ଯାଞ୍ଚ ପ୍ରକ୍ରିୟା ଚାଲିବା ନେଇ ଉଲ୍ଲେଖ ରହିଛି। ପଞ୍ଚାୟତ କାର୍ଯ୍ୟାଳୟ, ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟରେ ଲଗାଯାଇଛି ହିତାଧିକାରୀ ତାଲିକା। ଯେଉଁଥିରେ ଅଯୋଗ୍ୟ ହିତାଧିକାରୀଙ୍କୁ ନିଜ ଆଡୁ ନିଜ ନାଁ ବାଦ୍ ଦେବାକୁ ଆବେଦନ କରିବା […]
ଭୁବନେଶ୍ୱର : ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ହେଉଛି ରମାଦେବୀ। ଏହାର ଦ୍ୱିତୀୟ କ୍ୟାମ୍ପସ ପାଇଁ ଜାଗା ଚିହ୍ନଟ ବିବାଦର ସମାଧାନ ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଆସିଛି। ଆଲୋଚନା ଲାଗି ଖୁବ୍ଶୀଘ୍ର ତାରିଖ ଧାର୍ଯ୍ୟ କରିବାକୁ ଏହି ଚିଠିରେ କୁହାଯାଇଛି। ଗତ ୨୬ ଜୁଲାଇରୁ ଚିଠି ଆସିଥିଲେ ସୁଦ୍ଧା ଏଯାଏ କୁଳପତି କୌଣସି ଉତ୍ତର ଦେଇନାହନ୍ତି। ଏଭଳି ପରିସ୍ଥିତିରେ ଦ୍ୱିତୀୟ କ୍ୟାମ୍ପସ ଲାଗି ଜମି ଚିହ୍ନଟ ପ୍ରକ୍ରିୟା କେତେ […]
ଉଦଳା(ମାନସ ପାଣି) : ସାତ ଜନମର ସାଥୀ କରିବା ପାଇଁ ସେ ଯାହାର ହାତ ଧରିଥିଲେ, ତାଙ୍କୁ ସେ ହିଁ ମାରିଦେଲା। ଯୌତୁକ ଜୁଇରେ ଜଳିଗଲେ ମନ୍ଦାକିନୀ। ଆଜି ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରୁ। ଏନେଇ ମହିଳାଙ୍କ ବାପଘର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଖୁଣ୍ଟା ଥାନା ଲଖଣାସାହି ଗାଁର ଧନଞ୍ଜୟ ମହାନ୍ତ ଆଜକୁ ୧୦ ବର୍ଷ ତଳେ ମନ୍ଦାକିନୀଙ୍କୁ ବିବାହ […]
ସାଲେପୁର(ମନୋଜ ଆଚାର୍ଯ୍ୟ) : ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଗତକାଲି ବାଲେଶ୍ୱରରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ଆଜି କଟକ ଜିଲ୍ଲାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ୩ ଜଣ ଗୁରୁତର ଆହତ ହୋଇ ନିଶ୍ଚିନ୍ତକୋଇଲି ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ଆହତଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଲଘୁଚାପ ଯୋଗୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ବିଳମ୍ୱରେ ବର୍ଷା ହୋଇଥିବାରୁ ଚାଷୀମାନେ ବିଲରେ ରୁଆ-ଉପୁଡ଼ା କାମ କରୁଛନ୍ତି। ଆଜି ମଧ୍ୟାହ୍ନରେ […]
କୋରାପୁଟ ( ସୂର୍ଯ୍ୟ ନାରାୟଣ ପଣ୍ଡା) : ଟ୍ରେନ୍ ଚାଲୁଥିବାବେଳେ ଟ୍ରାକ୍ରେ ପଡ଼ିଲା ବଡ଼ ପଥର। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ଯାତ୍ରୀ। ଏଭଳି ଅଘଟଣ ହୋଇଛି କୋରାପୁଟ୍ ଜିଲ୍ଲା ଦାମନଯୋଡ଼ିର ଡୁମୁରିପୁଟ୍ରେ। ମିଳିଥିବା ସୂଚନା ଅନୁସାରେ ,ଡିଏମ୍ୟୁ ଟ୍ରେନ୍ଟି ରାୟଗଡ଼ାରୁ କୋରାପୁଟ୍ ଆସୁଥିବା ବେଳେ ହଠାତ୍ ଏକ ବଡ଼ ପଥର ଟ୍ରାକ୍ ଉପରେ ପଡ଼ିଯାଇଥିଲା। ଫଳରେ ଟ୍ରେନ୍ର ଗୋଟିଏ ବଗିର ପାହାଚ ବଙ୍କା ହୋଇଯାଇଥିଲା। ଘଟଣା ପରେ କିଛି ସମୟ ପାଇଁ ଅଟକି ରହିଥିଲା […]
ଭୁବନେଶ୍ୱର : ପୁରୀ ଓ ଏହାର ଆଖପାଖ ଅଞ୍ଚଳକୁ ଧ୍ୱଂସ କରିଦେଇଥିବା ବାତ୍ୟା ଫୋନିର ଭୟାବହତା ଏବେ ବି ଲୋକଙ୍କୁ ମନରୁ ଲିଭିନାହିଁ। ବିଶେଷ କରି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀର ଗାଁ ଗୁଡ଼ିକରେ ଏବେ ବି ‘ଫୋନି’ର ପାଦଚିହ୍ନ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ବାତ୍ୟା ପରଠାରୁ ଲୋକଙ୍କୁ ସହଯୋଗର ହାତ ବଢ଼ାଇଥିବା ଇନ୍ଫୋସିସ୍ ଏବେ ବି ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରୁଛି। ଇନଫୋସିସ୍ ଫାଉଣ୍ଡେସନ୍ର ସିଏସ୍ଆର ୱିଙ୍ଗ ଆକାଂକ୍ଷା ଟିମ୍ ଏବେ […]
ଅନୁଗୁଳ : ଅନୁଗୁଳ ଭରତପୁର କୋଇଲା ଖଣି ଦୁର୍ଘଟଣାକୁ ନେଇ ଚାଲିଥିବା ଆନ୍ଦୋଳନରୁ ଓହରିଛନ୍ତି ମୃତକଙ୍କ ପରିବାରଲୋକେ। ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା ହେବା ପରେ ଆନ୍ଦୋଳନରୁ ଓହରିଛନ୍ତି ଏମାନେ। ୩୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପାଇଁ ଏମ୍ସିଏଲ୍କୁ କୋଲ୍ ଇଣ୍ଡିଆ ସୁପାରିଶ କରିଥିବା ସ୍ଥାନୀୟ ଏଡିଏମ୍ କହିଛନ୍ତି। ଆଜି ଏନେଇ ମୃତକଙ୍କ ପରିବାର, ଗ୍ରାମବାସୀ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ବୈଠକ ବସିଥିଲା । ଗତ ୨୩ ତାରିଖ […]
ଭୁବନେଶ୍ୱର : କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଦେଶର ୨୭ଟି କୋଇଲା ଖଣି ନିଲାମ ଏବଂ ୧୫ଟି କୋଇଲା ଖଣି କେନ୍ଦ୍ର ଓ ରାଜ୍ୟର ରାଷ୍ଟ୍ରାୟତ୍ତ କୋଇଲା ଖଣିକୁ ଆବଣ୍ଟନ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। କୋଇଲା ଖଣି ନିଲାମର ଲକ୍ଷ୍ୟ ଅନୁଯାୟୀ ସରକାର ୨୧ଟି କୋଇଲା ଖଣିକୁ ଅନିୟନ୍ତ୍ରିତ କ୍ଷେତ୍ର ଓ ୬ଟି କୋଇଲା ଖଣିକୁ ଲୌହ ଏବଂ ଇସ୍ପାତ କ୍ଷେତ୍ରର ଉପଯୋଗ ପାଇଁ ନିଲାମ କରିବା ଆରମ୍ଭ କରିଛନ୍ତି। ୫ଟି କୋଇଲା ଖଣି ବିଦ୍ୟୁତ କ୍ଷେତ୍ର, […]
ଜଳେଶ୍ୱର(ଅଜିତ ଦାସ): ବଜ୍ରପାତରେ ଉତ୍ତର ବାଲେଶ୍ୱରରେ ୩ ଜଣଙ୍କ ଜୀବନ ଯାଇଛି। ବିଲରେ କାମ କରୁଥିବା ବେଳେ ହଠାତ ବଜ୍ରପାତ ହେବାରୁ ଏମାନଙ୍କ ପ୍ରାଣବାୟୁ ଉଡ଼ି ଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହେଉଛି। ଆଜି ମଧ୍ୟାହ୍ନରେ ଉତ୍ତର ବାଲେଶ୍ୱରର ଜଳେଶ୍ୱର, ବସ୍ତା ଓ ଭୋଗରାଇ ଅଞ୍ଚଳର ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପରେ ଘଡଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଏହି ସମୟରେ ଭୋଗରାଇ ତହସିଲ ଅନ୍ତର୍ଗତ କଲ୍ୟାଣପୁର ଗାଁର ସୁଜୟ […]
ଭୁବନେଶ୍ୱର : ସରକାରୀ ବାବୁଙ୍କ ଲାଗି କୋହଳ ହେଲା ଲୋକାୟୁକ୍ତ ଆଇନ୍। ଏଣିକି ବାବୁମାନଙ୍କୁ ଦେବାକୁ ପଡ଼ିବନି ସ୍ତ୍ରୀ ଓ ପିଲାଙ୍କ ସଂପତ୍ତି ତାଲିକା। ଲୋକାୟୁକ୍ତ ଆଇନର ଧାରା ୪୪ରେ ରାଜ୍ୟ ସରକାର ଏଭଳି ସଂଶୋଧନ କରିବା ପରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ଏହାଦ୍ୱାରା ସଂପତ୍ତି ଲୁଚାଇବା ଲାଗି ବାବୁଙ୍କୁ ସହଜ ହେବ ବୋଲି ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସ୍ୱଚ୍ଛତା କଥା କହୁଥିବା ସରକାର କ’ଣ ପାଇଁ ଲୋକପାଳ ଆଇନରେ ଏହି […]
ଭୁବନେଶ୍ୱର : ବାବା ବେଶରେ ଲୁଟେରା। ରିଷ୍ଟ ଖଣ୍ଡନ ନାଁରେ ଅଭିନବ ଉପାୟରେ ଟଙ୍କା ଲୁଟ୍। ନାମୀଦାମୀ କାରରେ ବୁଲି ଲୁଟୁଛନ୍ତି ବାବା । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ନିଳାଦ୍ରି ବିହାର ଅଞ୍ଚଳରେ ଲୁଟେରା ବାବାଙ୍କୁ ଭରସା କରି ଲୁଟ୍ର ଶିକାର ହୋଇଛନ୍ତି ଆଇନଜୀବୀ ସମରେନ୍ଦ୍ର ସାହୁ। ସହର ଭିତରେ ଏପରି ଲୁଟ୍ର ଟେକନିକ୍ ଏବେ ସମସ୍ତଙ୍କୁ ତାଜୁବ କରିଛି। ଲୁଟେରା ବାବାଙ୍କ ଚିତ୍ର ସିସିଟିଭିରେ କଏଦ ବି ହୋଇଛି। ରବିବାର ଦୁଇଜଣ ବାବା ଆଇନଜୀବୀ ସମରେନ୍ଦ୍ରଙ୍କ […]
ବଲାଙ୍ଗିର (ମନୋରଂଜନ ଯୋଶି) : ସର୍ବସାଧାରଣରେ ମଦ୍ୟପକୁ ପୁଲିସର ଥାର୍ଡ ଡିଗ୍ରୀ। ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ କ୍ୟାମ୍ପସ୍ରେ ଜଣେ ମଦ୍ୟପକୁ ଖୁଣ୍ଟରେ ବାନ୍ଧି ଜଣେ ମହିଳା କନଷ୍ଟେବଲ ମାଡ଼ ମାରୁଥିବା ଭିଡିଓ ରେକର୍ଡିଂ ହୋଇଛି। ମହିଳା କନଷ୍ଟେବଲ ଜଣକ ଜୋତାରେ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳି ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଘଟଣା ସମ୍ପର୍କରେ ସମ୍ପୃକ୍ତ ମହିଳା କନଷ୍ଟେବଲ ମୀନା ମଲ୍ଲିକ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବା ବେଳେ […]
କନ୍ଧମାଳ : ପ୍ରଧାନ ଶିକ୍ଷକଙ୍କୁ ଫେରାଇ ଆଣିବା ଦାବିରେ କନ୍ଧମାଳ ଜିଲ୍ଲା ଝିରିପାଣି ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ତୁମୁଡିବନ୍ଧ ବିଇଓ ଅଫିସ୍ ଘେରାଉ। ଝିରିପାଣି ହାଇସ୍କୁଲ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ନାୟକଙ୍କୁ କିଛି ଦିନ ପୂର୍ବରୁ ଅନ୍ୟତ୍ର ବଦଳି କରାଯାଇଛି। ଫଳରେ ସ୍କୁଲରେ ପାଠପଢା ବ୍ୟାଘାତ ହେଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଏ ନେଇ ଅଭିଭାବକମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ କେହି ସେମାନଙ୍କ ଦାବି ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ଫଳରେ ଆଜି ବାଧ୍ୟ […]
ନୟାଗଡ଼: ଧରା ପଡିଲା ଜେଲରୁ ଖସି ପଳାଇ ଥିବା ବିଚାରାଧୀନ ବନ୍ଦୀ ତପନ ରାଉତ। ଗତ ୩ ତାରିଖରେ ଖଣ୍ଡପଡ଼ା ସବ୍ଜେଲରୁ ଚମ୍ପଟ ମାରିଥିବା ବିଚାରାଧୀନ ବନ୍ଦୀ ତପନ ରାଉତକୁ ଆଜି ତା ଗାଁ କରବର ନିକଟରୁ ଜେଲ କର୍ମଚାରୀ ଗିରଫ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ଗିରଫ ତପନ ଜେଲର ଅଭେଦ୍ୟ ସୁରକ୍ଷା ଭାଙ୍ଗି ଦୁଇ ଥର ଟମ୍ପଟ ମାରିଥିଲା। ଗତ ମେ ମାସ ୧୦ ତାରିଖରେ ସେ ଖସି ପଳାଇ ଥିଲା ଏବଂ ତା […]
ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ବାଙ୍ଗୁରିସିଙ୍ଗ ଗାଁରେ ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ୧୧ ବଖରା ଘର। ଆଉ ଏଥିରେ ତିନି ଜଣ ଗୁରୁତର ଆହତ ହୋଇ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ପୂର୍ବାହ୍ନରେ ବାଙ୍ଗୁରସିଙ୍ଗ ଗାଁର ଶଅର ସାହିରେ ହେମ ପ୍ରଧାନ ଓ ବୋହୁ ମୀନା ପ୍ରଧାନ ରୋଷେଇ କରୁଥିଲେ। ଏହି ସମୟରେ […]
ବିନିକା (ଦିଲ୍ଲୀପ ସାହୁ): ଜମି ବିବାଦକୁ ନେଇ ଜଣେ ମହିଳାଙ୍କ ତଣ୍ଟିକାଟି ହତ୍ୟା କରାଯାଇଛି। ଆଜି ରାତିରେ ଏପରି ନୃଶଂସ ହତ୍ୟାକାଣ୍ଡ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଘଟିଛି। ମୃତ ମହିଳାଙ୍କ ସ୍ୱାମୀ ଓ ପୁଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।ପୂର୍ବ ଶତ୍ରୁତାରୁ ଏହି ନୃଶଂସ କାଣ୍ଡ ଘଟିଥିବା କୁହାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଥାନାରେ ଏ ନେଇ ଅଭିଯୋଗ ହୋଇନାହିଁ। ଆଜି ରାତି ପ୍ରାୟ ୯.୨୦ ମିନିଟ୍ରେ ଘୋଡ଼ାଧାର ଗାଁର କଟିଁଆ ଲୁହା, ତାଙ୍କ […]
ଭୁବନେଶ୍ୱର : କ୍ରମାଗତ ଭାବେ ରାଜଧାନୀରେ ବଢ଼ି ଚାଲିଥିବା କ୍ରାଇମ କଣ୍ଟ୍ରୋଲ୍ ପାଇଁ ଆକ୍ସନ ମୋଡକୁ ଆସିଥିବା କମିଶନରେଟ୍ ପୁଲିସକୁ ଆଉ ଏକ ସଫଳତା ମିଳିଛି। ୨୪ ଘଣ୍ଟା ଭିତରେ ରାଜଧାନୀ ଭୁବନେଶ୍ୱରରେ ହୋଇଛି ୫ଟି ଏନ୍କାଉଣ୍ଟର। ଏଥର କମିଶନରେଟ୍ ପୁଲିସର ଶିକାର ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ରବି ରାଓ। ଆଜି ସନ୍ଧ୍ୟା ବେଳେ ଭରତପୁର ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧୀ ରବି ରାଓ ଥିବା କମିଶନରେଟ୍ ପୁଲିସ ଜାଣିପାରି ଚଢ଼ଉ କରିଥିଲା। ପୁଲିସକୁ ଦେଖି ରବି ଫାୟାରିଂ […]
ଅନୁଗୁଳ( ବିରଜା ଦାସ) : ନାତୁଣୀକୁ ନିର୍ଦ୍ଦୟ ଭାବେ ମାଡ଼ ମାରିଥିବା ପିଶାଚୀ ଜେଜେ ମାଆ ଗିରଫ। ଅନୁଗୁଳ ବନ୍ତଳା ଥାନା ଅନ୍ତର୍ଗତ ଗଡଡରାସ ଗାଁରେ ନାତୁଣୀକୁ ନିର୍ଦ୍ଦୟ ଭାବେ ମା଼ଡ଼ ମାରିଥିବା ଅଭିଯୋଗରେ ତାର ଜେଜେମାଆ କୁମୁଦିନୀ ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଗତକାଲି ନାତୁଣୀକୁ ଜେଜେ ମାଆ କୁମୁଦିନୀ ରାଉତ ମାଡ଼ ମାରିଥିବା ଘଟଣା ପ୍ରଘଟ ହୋଇଥିଲା। ନାତୁଣୀକୁ ମାଡ଼ମାରି ଗୋଟିଏ ଘରେ ତାଲା ପକାଇ ରଖିଥିଲା ତାର ଜେଜେ […]
ଭୁବନେଶ୍ୱର : କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ନେଇ ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଆସିଛି। ହେଲେ ସତ ପଦାକୁ ଆସିପାରିନି। ରହସ୍ୟ ଘେରରେ ରହିଯାଇଛି କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ପୀଡ଼ିତାଙ୍କ ଆତ୍ମହତ୍ୟା ମାମଲା। ୧୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ ପରେ ମଧ୍ୟ ଘଟଣା ଉପରୁ ପରଦା ଉଠାଇ ପାରିନାହାନ୍ତି କମିଶନ। ତେବେ ଦୁଷ୍କର୍ମ ଅଭିଯୋଗକୁ ମନଗଢ଼ା ଓ ମିଛ ବୋଲି କମିଶନ କହିଛନ୍ତି। ହେଲେ ପୀଡ଼ିତା କାହିଁକି ମିଛ କହିଲେ ଓ […]
ଭୁବନେଶ୍ୱର : କମିଶନରେଟ୍ ପୁଲିସର ଚାଞ୍ଚଲ୍ୟକର ଖୁଲାସା। ଆପାର୍ଟମେଣ୍ଟରେ ନକଲି ମଦ କାରବାରର ପର୍ଦ୍ଦାଫାସ୍। ନାମୀଦାମୀ ବ୍ରାଣ୍ଡର ବୋତଲ ସହ ବ୍ରାଣ୍ଡେଡ୍ ଠିପି, ଲେବଲ ଓ ମଦ ତିଆରି ସାମଗ୍ରୀରେ ଅସଲି ନାଁରେ ନକଲି ମଦ ତିଆରି କରି ଚାଲୁଥିଲା ବେଧଡ଼କ ବେପାର। ଧଉଳି ନିକଟ ବାପୁଜୀ ହାଇଟ୍ ଆପାର୍ଟମେଣ୍ଟର ୨୦୮ ନମ୍ବରର ଘର ମାଲିକ ଏକ ସିକ୍ୟୁରିଟି ଏଜେନ୍ସି କରିଥିବା ଦେବାଶିଷ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଭଡ଼ାରେ ଦେଇଥିଲେ। କିନ୍ତୁ ସେହି ଘରେ ଲୋକ […]
ପୁରୀ : ପୁରୀ ବଡ଼ଦାଣ୍ଡରେ ଗତଥର ଭଳି ରବିବାର ବଡ଼ଦାଣ୍ଡ ମହୋତ୍ସବ ଅନୁଷ୍ଠିତ ହୋଇଛି । ସକାଳୁ ସକାଳୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ବଦଦାଣ୍ଡରେ ଦେଖିବାକୁ ମିଳିଥିଲା ଆଧ୍ୟାତ୍ମିକତା ପରିବେଶ। କେଉଁଠି ପଞ୍ଚବର୍ଣ୍ଣ ମୁରୁଜରେ ମହିଳା ମାନେ ପକାଇଥିଲେ ପାରମ୍ପରିକ ଝୋଟି ଚିତା ତ ପୁଣି କେଉଁ ମୁରୁଜରେ ଆଙ୍କିଥିଲେ ଗ୍ରାମ୍ୟଜୀବନ ଓ ଫୁଲ ଗଛ ପତ୍ରର ଚିତ୍ର। କେବଳ ଝୋଟି ଚିତା ନୁହେଁ ସଂକୀର୍ତ୍ତନର ତାଳେ ତାଳେ ସୃଷ୍ଟି ହୋଇଥିଲା ଜଗନ୍ନାଥମୟ ପରିବେଶ। ଶ୍ରୀଜଗନ୍ନାଥଙ୍କ ଜଣାଣର […]