ଭଦ୍ରକ ( ତପନ ସ୍ୱାଇଁ) : ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ କୋଠାର ଗ୍ରାମରେ ପାରିବାରିକ କଳହକୁ ନେଇ ଟାଙ୍ଗିଆରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ। କୋଠାର ଗ୍ରାମର ସଂଜୟ ମହାଳିକ ପଞ୍ଜାବର ଏକ ସୂତାମିଲରେ କାମ କରୁଥିବା ବେଳେ ଗତ ଦୁଇ ଦିନ ପୂର୍ବେ ନିଜ ଘରକୁ ଆସିଥିଲେ। ଗତକାଲି ରାତିରେ ଖାଇବାକୁ ନେଇ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା କଳହ। ରାତିରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଉତ୍ତ୍ୟକ୍ତ ସ୍ୱାମୀ […]
ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଦୁର୍ବଳ ହେବା ସହ ଏହା ମଧ୍ୟପ୍ରଦେଶ ଉପରେ ରହିଛି। ଏଥିଯୋଗୁ ଓଡ଼ିଶାରେ ବର୍ଷା ପରିମାଣ କମିବା ସହ ସବୁ ସ୍ଥାନରେ କାଁଭାଁ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଗୌରାଙ୍ଗ ଚରଣ ବେହେରା କହିଛନ୍ତି, ଆସନ୍ତା ୧୨ ତାରିଖ ବେଳକୁ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା […]
ଭୁବନେଶ୍ୱର : ଭୁବନେଶ୍ୱରରେ ପୁଲିସ ଡିଜି ବିଜୟ କୁମାର ଶର୍ମାଙ୍କ ସମୀକ୍ଷା ବୈଠକ। ଆଇନଶୃଙ୍ଖଳା ସ୍ଥିତି ଏବଂ ସ୍ୱାଧୀନତା ଦିବସ ସୁରକ୍ଷା ନେଇ ଆଲୋଚନା କରୁଛନ୍ତି ଡିଜିପି। ଏହି ସମୀକ୍ଷା ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସୁନିଲ ରାୟ, ଏଡିଜି ଆର.ପି କୋଚେ, ଏଡିଜି ରାଧାକୃଷ୍ଣ ଶର୍ମା, ପୁଲିସ କମିଶନର ସତ୍ୟଜିତ ମହାନ୍ତି ଏବଂ ଭୁବନେଶ୍ୱର ଡିସିପିଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଅଛନ୍ତି।
ଭୁବନେଶ୍ୱର : ୬ ବର୍ଷର ବ୍ୟବଧାନ ପରେ ରାଜ୍ୟ ସରକାର ପୁଣି ଏକ କୃଷି ନୀତି ଆଣିବାକୁ ଯାଉଛନ୍ତି। ଏଥିପାଇଁ ପ୍ରକାଶ ପାଇଛି କୃଷିନୀତି-୨୦୧୯ର ଚିଠା। ଯେଉଁଥିରେ ଚାଷୀଙ୍କ ବିକାଶ ପାଇଁ ବିସ୍ତୃତ ଖସଡ଼ା ପ୍ରସ୍ତୁତ କରାଯାଇଛି। ଫୋକସରେ ଅଛି କାଳିଆ ଯୋଜନା ଓ ମହିଳା ଚାଷୀଙ୍କ ବିକାଶ। ଚାଷୀଙ୍କ କ୍ରମାଗତ ଆୟ ବୃଦ୍ଧି, କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ସାମଗ୍ରିକ ବିକାଶକୁ ସରକାର ଗୁରୁତ୍ୱ ଦେଇଛନ୍ତି। କାଳିଆ ଯୋଜନାର ଅବଧି ବୃଦ୍ଧି ପାଇଁ ଚିଠା ପ୍ରସ୍ତାବରେ […]
କଟକ : କଟକ ସିରିଏଲ କିଲିଂ ଅଭିଯୋଗରେ ନାରାୟଣ ସାହୁ ଗିରଫ ଘଟଣାରେ ପୁଣି ଜେଏମଏଫସି କୋର୍ଟରେ ମାମଲା। ଘଟଣାର ସିବିଆଇ ତଦନ୍ତ ସହ ଜଣେ ମାଜିଷ୍ଟ୍ରେଟଙ୍କ ତତ୍ତ୍ୱାବଧାନରେ ମାମଲାର ତଦନ୍ତ କରିବା ପାଇଁ କୋର୍ଟରେ ଆବେଦନ କରିଛନ୍ତି ନାରାୟଣଙ୍କ ପତ୍ନୀ ଗୀତାଞ୍ଜଳୀ ସାହୁ। ତାଙ୍କ ସ୍ୱାମୀ ନିର୍ଦ୍ଦୋଷ। ତାଙ୍କୁ ପୁଲିସ ଫସାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଘଟଣା ଦିନ ସେ ଗାଁରେ ଥିବାବେଳେ ପୁଲିସ କିପରି ତାଙ୍କୁ ହତ୍ୟାକାରୀ ବୋଲି କହୁଛି ସେ […]
ଭୁବନେଶ୍ୱର : ଚଳିତବର୍ଷ ରଥଯାତ୍ରା ସମୟରେ ପୁରୀରେ ଏକ ବସ୍ ଭିତରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସମ୍ପୃକ୍ତ ବସ୍ ପରମିଟ୍ ବାତିଲ କରିଛନ୍ତି ରାଜ୍ୟ ସରକାର । ଏହାକୁ ତୀବ୍ର ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଆସନ୍ତା ୧୨ ତାରିଖରେ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ଡାକରା ଦିଆଯାଇଥିଲା। ଗତକାଲି ଏ ସଂକ୍ରାନ୍ତରେ ସଂଘ ସହ ଆଲୋଚନା କରିଛନ୍ତି ପରିବହନ ମନ୍ତ୍ରୀ […]
ନୂଆପଡ଼ା( ମାୟାଧର ସରାଫ୍) : ଫସଲବୀମା ଓ ଜମିକୁ ପାଣି ଯୋଗାଣ ଦାବିରେ ଚାଷୀଙ୍କ ରାସ୍ତାରୋକ୍ ଆନ୍ଦୋଳନ। ନୂଆପଡ଼ା ଜିଲ୍ଲା ବଙ୍କାପୁର ଗାଁ ପାଖରେ ଖାସବାହାଲ ଓ ବଙ୍କାପୁର ଗାଁ ଲୋକେ ରାସ୍ତା ଉପରେ ବସି ଆନ୍ଦୋଳନ କରୁଛନ୍ତି। ଫଳରେ ଭବାନୀପାଟଣା ଓ ଖଡ଼ିଆଳ ମଧ୍ୟରେ ଯାନବାହାନ ଚଳାଚଳ ଠପ୍ ହୋଇଯାଇଛି। ଗତ ବର୍ଷର ଫସଲ ବୀମା ଓ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରୁ ଜମିକୁ ପାଣି ଯୋଗାଇ ଦେବାକୁ ଚାଷୀମାନେ ଦୀର୍ଘଦିନ ହେଲା ଦାବି […]
ମାଲକାନଗିରି ( ଜିତେନ୍ଦ୍ର ବେଉରା) : ମାଲକାନଗିରିରେ ବର୍ଷା କମିଥିଲେ ମଧ୍ୟ କମିନାହିଁ ଲୋକଙ୍କ ଦୁର୍ଦ୍ଦଶା। ଗୋଦାବରୀ ନଦୀରେ ଜଳ ନିଷ୍କାସନ ହୋଇନପାରିବାରୁ ଏବେ ବି ସାବେରୀ ଓ କନ୍ୟାଶ୍ରମ ପୋଲ ଉପରେ ପାଣି ଚାଲୁଛି। ସେଥିପାଇଁ କାଲିମେଳାରୁ ପଡ଼ିଆ ଓ ମାଲକାନଗିରିରୁ ଛତିଶଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ରହିଛି। ପ୍ରାୟ ୩ ଦିନ ହେଲାଣି ଛତିଶଗଡ଼ ଓ ମାଲକାନିଗିରି ମଧ୍ୟରେ ସଂପର୍କ ଛିନ୍ନ ହୋଇଛି। ସେପଟେ ଚାଷ ଜମିରୁ ପାଣି କମିଥିଲେ ମଧ୍ୟ ବ୍ୟାପକ ଫସଲ […]
ବାଲେଶ୍ୱର ( ରଶ୍ମି ରଂଜନ ଦାସ) : ଚିକିତ୍ସା ଅବହେଳାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ରୋଗୀ ମୃତ୍ୟୁ। ଅଭିଯୋଗ ଅନୁଯାୟୀ, ଦରଘାବଜାରର ରିଆସତ ଅଲିଙ୍କ ଝିଅ ରୁବିନା ଖାତୁନଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା। କିନ୍ତୁ ଦୀର୍ଘ ସମୟ ଧରି କୌଣସି ଡାକ୍ତର ତାଙ୍କୁ ଚିକିତ୍ସା ପାଇଁ ଆସି ନଥିଲେ। ଏଥିଯୋଗୁଁ ରୁବିନାର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଟାଉନ ଥାନା ଅଧିକାରୀ ଓ […]
ବାଲେଶ୍ୱର(ରଂଜିତ୍ ପାକଳ) : ବାଲେଶ୍ୱର ଜିଲ୍ଲା ୬୦ ନମ୍ୱର ଜାତୀୟ ରାଜପଥର ସାହୁପଡ଼ା ନିକଟରେ ୨ ପରିବା ବିକାଳୀଙ୍କ ଉପରେ ଏକ ଟ୍ରକ୍ ଚଢ଼ିଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଅଛନ୍ତି। ମୃତକଙ୍କ ନାଁ ସୁରେନ୍ଦ୍ର ଦାସ। ଗୁରୁତରଙ୍କ ନାଁ ନିରଞ୍ଜନ ଗିରି। ଉଭୟଙ୍କ ଘର ରେମୁଣା ବ୍ଲକ୍ ଗଣ୍ଡରଦା ଗାଁରେ। ଆଜି ଭୋର ପ୍ରାୟ ୪ଟା ବେଳେ ସୁରେନ୍ଦ୍ର ଓ ନିରଞ୍ଜନ ଘରୁ ପରିବା ଧରି ସାଇକେଲରେ ବାଲେଶ୍ୱରର […]
ଭୁବନେଶ୍ୱର : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଠିବା ପରେ ବଢ଼ିଲା ଦେଶର ବିଭିନ୍ନ ବିମାନ ବନ୍ଦରର ସୁରକ୍ଷା। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ବିମାନବନ୍ଦରର ମଧ୍ୟ ସୁରକ୍ଷା ବଢ଼ାଯାଇଛି। ବିଶେଷକରି ପୂର୍ବରୁ ଜାରି ହୋଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡୁ୍ୟର ଏବଂ ସୁରକ୍ଷା ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରାଯାଇଛି। ରନ୍ୱେ ଠାରୁ ଆରମ୍ଭ କରି ସିକ୍ୟୁରିଟି ଯାଞ୍ଚ, ଟର୍ମିନାଲ୍ ପରିସର ତଥା ପାର୍କିଂ ଅଞ୍ଚଳକୁ ବେଶି ଗୁରୁତ୍ୱ ଦିଆଯାଇଛି। ନନ୍-ପାର୍କିଂ ଅଞ୍ଚଳରେ ରଖାଯାଉଥିବା ଗାଡ଼ିଗୁଡ଼ିକ ଉପରେ ସନ୍ଦେହ […]
ପାରାଦୀପ : ଧରାପଡ଼ିଲା ପାରାଦୀପ ଷ୍ଟୋନ୍ମ୍ୟାନ୍। ପାରାଦୀପ ମେରାଇନ୍ ଥାନା ପୁଲିସ ଗତ ଜୁନ୍ ୨୯ ରାତିରେ ଘଟିଥିବା ଡବଲ୍ ମର୍ଡର ଘଟଣା ଉପରୁ ପର୍ଦ୍ଦା ହଟାଇ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାଁ ଶିବ ବେହେରା । ମେରାଇନ ଥାନା ଆଇଆଇସିଙ୍କ ସୂଚନା ଅନୁଯାୟୀ, ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ଚିଡ଼ାଇବା ଏବଂ ମାରିବାରେ ଶିବ ଆନନ୍ଦ ନିଏ। ଘଟଣାଦିନ ରାତିରେ ମଧ୍ୟ ଶିବ ନିଶାସକ୍ତ ଅବସ୍ଥାରେ ନେହରୁବଙ୍ଗଳା ମାର୍କେଟ୍ କଂପ୍ଲେକ୍ସରେ ଆଶ୍ରୟ ନେଇଥିବା ଦୁଇ ମାନସିକ […]
କଟକ : ଆଜି ଦିନିକିଆ କାର୍ଯ୍ୟବନ୍ଦ ଡାକରା ଦେଇଛି ସ୍ୟାଟ ବାର୍ ଆସୋସିଏସନ। ସରକାରଙ୍କ ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ସମସ୍ତ ନିମ୍ନ ଅଦାଲତରେ ଓକିଲମାନେ ଏହି ଦିନିକିଆ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବେ। ସ୍ୟାଟରେ ୭୪ ହଜାରରୁ ଅଧିକ ମାମଲା ଏବେ ବିଚାରାଧୀନ ରହିଥିବା ବେଳେ ସରକାର ସ୍ୟାଟ୍ ଉଚ୍ଛେଦ ପାଇଁ ନେଇଥିବା ନିଷ୍ପତ୍ତିକୁ ବିରୋଧ କରାଯାଇଛି। ଭୁବନେଶ୍ୱର ଓକିଲ ସଂଘ ମଧ୍ୟ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ। କଳା […]
ନୀଳଗିରି (ବିଶ୍ୱମ୍ୱର ଦାସ): କଥା କହିପାରୁ ନଥିବା ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଛି। ଜଣେ ବିବାହିତ ଯୁବକ ଘରେ ପଶି ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରୁ ଆସିଛି। ପୂରା ଘଟଣା ଏମିତି। ମାଆ ଓ ଝିଅଙ୍କୁ ନେଇ ଛୋଟିଆ ସଂସାର। ଚଳିବା ପାଇଁ ମାଆ ସବୁଦିନ କାମ କରିବାକୁ ଯାଆନ୍ତି। ଘରେ ନିଜର କଥା କହିପାରୁନଥିବା ଦିବ୍ୟାଙ୍ଗ ଝିଅକୁ ଛାଡ଼ି ଦେଇଯାଆନ୍ତି। […]
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଏକ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ ଅଫିସର ମୁରଲୀଧର ମଲ୍ଲିକଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିବାବେଳେ ଶୁଭକାନ୍ତ ମିଶ୍ରଙ୍କୁ ବୋର୍ଡ ଅଫ ରେଭନ୍ୟୁର ଭୁବନେଶ୍ୱରସ୍ଥିତ ଅତିରିକ୍ତ ରିଭିଜିନାଲ କୋର୍ଟରେ ଅତିରିକ୍ତ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ବରିଷ୍ଠ ଓଏଏସ୍ ଜୟନ୍ତ ଷଡ଼ଙ୍ଗୀଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ […]
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନିଗୁଡ଼ିକରେ ମାତ୍ରାଧିକ ସିଟ୍ ଖାଲି ପଡ଼ୁଥିବାବେଳେ ସରକାରୀ ଆଇଟିଆଇ, ପଲିଟେକନିକ ଓ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ସ୍ପଟ୍ ଆଡମିଶନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି। ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ସଞ୍ଜୟ ସିଂହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ଖାଲି ପଡ଼ିଥିବା ସିଟଗୁଡ଼ିକ ପୂରଣ ନିମନ୍ତେ […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ବିଦ୍ୟୁତ ଆଘାତରେ ବାପ-ପୁଅଙ୍କ ମୃତ୍ୟୁ ଘଟିଛି। ଏପରି ହୃଦୟବିଦାରକ ଘଟଣା ଆଜି ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅଞ୍ଚଳରେ ଘଟିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଆଜି ଅପରାହ୍ନରେ ଗରଦା ଗାଁର ଫାଗୁ ସାହୁ କ୍ଷେତରେ ପାଣି ମଡ଼ାଇବା ପାଇଁ ବିଦ୍ୟୁତ ଚାଳିତ ପମ୍ପ ଚାଲୁ କରୁଥିଲେ। ଅସାବଧାନତା ଯୋଗୁ ସେ ବିଦ୍ୟୁତ ଆଘାତରେ ଶିକାର ହୋଇଥିଲେ। ପାଖରେ ଠିଆ ହୋଇଥିବା ତାଙ୍କର ୧୯ ବର୍ଷର ପୁଅ […]
ଭୁବନେଶ୍ୱର : ରାଜ୍ୟ ସରକାର ବାଣ୍ଟିବେ ନୂଆ ପ୍ରକାରର ଚାଉଳ । କୁପୋଷଣ ଓ ରକ୍ତହୀନତାର ମୁକାବିଲା ଲାଗି ପିଡିଏସ୍ରେ ଏଣିକି ଆଇରନ ଓ ଭିଟାମିନ୍ ଯୁକ୍ତ ଚାଉଳ ବାଣ୍ଟିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। କୁପୋଷଣର ଇଲାକା ଭାବେ ପରିଚିତ ମାଲକାନଗିରି ଜିଲ୍ଲାରେ ଏହାକୁ ପରୀକ୍ଷାମୂଳକ ଭାବେ ବଣ୍ଟାଯିବ । ପରେ ସବୁ ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧୀକାରୀଙ୍କୁ ଭିଟାମିନ୍ ଯୁକ୍ତ ଚାଉଳ ଯୋଗାଇ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି […]
ଭୁବନେଶ୍ୱର : ସାଧାରଣ ନିର୍ବାଚନରେ ବିପୁଳ ବିଜୟ ପରେ ବି ପୌରନିର୍ବାଚନ ପାଇଁ ମନ ବଳାଉନାହାନ୍ତି ସରକାର। ଏପରିକି ସୁପ୍ରିମକୋର୍ଟରୁ ଝଟ୍କା ଖାଇବା ପରେ ମଧ୍ୟ ସଂରକ୍ଷଣ ଓ ଓ୍ୱାର୍ଡ ପୁନର୍ଗଠନ କାମ ସାରିପାରୁନାହାନ୍ତି। ୫ ବର୍ଷର କାର୍ଯ୍ୟକାଳ ସରିବା ପରେ ସାନି ନିର୍ବାଚନ କରିବାର ନିୟମ ଥିଲେ ମଧ୍ୟ ସରକାରଙ୍କ ଅସହଯୋଗ ଯୋଗୁ ଏକ ପ୍ରକାର ହାତ ଟେକି ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର। ସେପଟେ ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ବିଧାନସଭାରେ ସଂଶୋଧନ ପ୍ରସ୍ତାବ […]
ଭୁବନେଶ୍ୱର : ସମୁଦ୍ରରେ ସୁନା ଖୋଜୁଛନ୍ତି ମତ୍ସ୍ୟଜୀବୀ। ପୁରୀ ବେଳାଭୂମିରେ ଜୁଆର ମାଡ଼ ହୋଇ ପଛକୁ ଫେରିଯିବା ପରେ ନୋଳିଆ ମତ୍ସ୍ୟଜୀବୀମାନେ ଗୋଡ଼ରେ ଓ ହାତରେ ବାଲିକୁ ଖୋଳି ଖୋଳି ସୁନା ଖୋଜୁଥିବା ଦେଖିବାକୁ ମିଳିଛି। ସେମାନେ କିଛି ସୁନା ପାତିଆ ମଧ୍ୟ ପାଇଛନ୍ତି। ବିଶେଷ କରି ‘ଫୋନି’ ବାତ୍ୟା ପରେ ଲୋକେ ବାଲି ଖୋଳି ସୁନା ଖୋଜୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ସ୍ୱର୍ଗଦ୍ୱାର ସମ୍ମୁଖରେ ସାବତ ନିଯୋଗ ପକ୍ଷରୁ ଶ୍ରାଦ୍ଧ ତର୍ପଣ ଆଦି କରାଯାଇଥାଏ। ଅନେକ […]
ଭୁବନେଶ୍ୱର : ରାଜ୍ୟରେ ଏକ ବଡ଼ଧରଣର ଜିଏସ୍ଟି ଠକେଇ ଧରାପ଼ଡିଛି। ୧୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜିଏସ୍ଟି ଠକେଇ ଅଭିଯୋଗରେ ଟିଟିଲାଗଡ଼ ଖଣି ବ୍ୟବସାୟୀ ତୀର୍ଥଙ୍କର ପଟେଲ ଗିରଫ ହୋଇଛନ୍ତି। ରାଜ୍ୟ ଜିଏସଟି କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ ପୁଲିସ ତୀର୍ଥଙ୍କରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସାଇ ଇଣ୍ଟରନ୍ୟାସନାଲ ମାଇନ୍ସ ଓ ମିନେରାଲ୍ସର ମାଲିକ ତୀର୍ଥଙ୍କର ପଟେଲ ୧୨ କୋଟି ୮୪ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଗତ ଦୁଇ ବର୍ଷ […]
ଭୁବନେଶ୍ୱର : ରାଜଧାନୀବାସୀଙ୍କ ପାଇଁ ଖୁସି ଖବର। ଏଣିକି ବସ୍ ସେବା କ୍ଷେତ୍ରରେ ଯାତ୍ରୀଙ୍କୁ ମିଳିବ ଅଧିକ ସୁବିଧା। ଭୁବନେଶ୍ୱରକୁ ମିଳିବ ୫୦ଟି ଇଲେକ୍ଟ୍ରି ବସ୍। କେନ୍ଦ୍ର ଭାରିଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏହି ବସ୍ ଯୋଗାଇ ଦିଆଯିବ। ମୁଖ୍ୟତଃ ୬୪ଟି ସହରକୁ ମୋଟ ୫୫୯୫ଟି ବସ୍ ଯୋଗାଇ ଦେବାକୁ କେନ୍ଦ୍ର ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ୬୪ ସହର ମଧ୍ୟରେ ଭୁବନେଶ୍ୱର ରହିଛି। କେନ୍ଦ୍ର ସରକାରଙ୍କ ଫେମ୍ ଇଣ୍ଡିଆ ଯୋଜନାରେ ଏହି ବସ୍ ମିଳିବ। ମହାରାଷ୍ଟ୍ରକୁ ୭୨୫, […]
ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ପୁଣି ବାଘ ଆତଙ୍କ। ଗାଁ ନିକଟରେ ବୁଲୁଛି କଲରାପତରିଆ ବାଘ। ଗତ ଦୁଇ ତିନି ଦିନ ହେଲାଣି ଜିଲ୍ଲାର ଆମାନାରା ଗାଁ ନିକଟ ମୁସରିଙ୍ଗି ସଂରକ୍ଷିତ ଜଙ୍ଗଲରେ ୨ଟି କଲରାପତରିଆ ବାଘ ବୁଲୁଥିବା ସୂଚନା ମିଳିଛି। ଗାଁ ପାଖରେ ବାଘ ୨ଟିକୁ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି। ଘଟଣାସ୍ଥଳରେ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ବାଘ ଉପରେ ନଜର ରଖିଥିଲେ ବି ବାଘକୁ ଧରିବାରେ ସକ୍ଷମ ହୋଇନାହାଁନ୍ତି। ବାଘ ଦୁଇଟି କୌଣସି […]
କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ସୁନାବେଡା ହାଲ୍ ସୁଖୋଇ ଫ୍ୟାକ୍ଟ୍ରିରେ ଆଜି ଅଘଟଣ ଘଟିଛି। କମ୍ପ୍ରେସର ଫାଟି ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହାଲ୍ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ରହିଛି। ହାଲ୍ର ମେକାନିକ୍ ହେଡ୍ ସୁଦାମ ମହାନ୍ତି ଆଜି ଫ୍ୟାକ୍ଟ୍ରିରେ ଏକା କାମ କରୁଥିଲେ। ଠିକ୍ ଏତିକି ବେଳେ କମ୍ପ୍ରେସର ଫାଟିଯାଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଶରୀରର ୯୦ ଭାଗ ପୋଡ଼ି […]
ଭୁବନେଶ୍ୱର : ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ଉପରେ ନୂଆ ପୁଲିସ ଡିଜି ବିଜୟ କୁମାର ଶର୍ମାଙ୍କ ଫୋକସ୍। ତା ଛଡ଼ା ଏବେ ବଦଳିବ ରାଜ୍ୟ ପୁଲିସର ତଦନ୍ତର ତରିକା। ଆଉ ପୁରୁଣା ପଦ୍ଧତି ନୁହେଁ, ଅନୁସନ୍ଧାନରେ ନୂଆ ନୂଆ ଟେକ୍ନୋଲୋଜିକୁ ଦିଆଯିବ ଗୁରୁତ୍ୱ। ପୁଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିବା ପରେ ବିଜୟ କୁମାର ଶର୍ମା ଏହା କହିଛନ୍ତି। ସାଧାରଣ ଲୋକଙ୍କ ବିଶ୍ୱାସଭାଜନ ହେବାକୁ ମଧ୍ୟ ପୁଲିସ ଚେଷ୍ଟା କରିବ। ସେହିପରି ସାକ୍ଷୀଙ୍କୁ […]