ଭୁବନେଶ୍ୱର : ରାଜ୍ୟ ବାହାରୁ ଆସୁଛି ଡେଙ୍ଗୁ ଡର। କାମ ଧନ୍ଦା ପାଇଁ ଅନ୍ୟ ରାଜ୍ୟକୁ ଯାଉଥିବା ଲୋକେ ରୋଗ ଧରି ଓଡ଼ିଶା ଫେରିବା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇ ଦେଇଛି। ଚଳିତ ମାସର ପ୍ରଥମ ୧୩ ଦିନରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦୯ ଡେଙ୍ଗୁ ରୋଗୀ। ରାଜ୍ୟରେ ଏବେସୁଦ୍ଧା ଚିହ୍ନଟ ସମୁଦାୟ ୩୦୨ ରୋଗୀଙ୍କ ଭିତରୁ ୧୨୯ ଜଣ ରାଜ୍ୟ ବାହାରୁ ଆସିଛନ୍ତି । ତେଣୁ ଅନ୍ୟ ରାଜ୍ୟରୁ ଟ୍ରେନ୍ରେ ଏକାଠି ଆସୁଥିବା ଶ୍ରମିକଙ୍କ ସ୍ୱାସ୍ଥ୍ୟ […]
ବଲାଙ୍ଗିର : ୨୪ ଘଣ୍ଟା ବନ୍ୟାରେ ଘାଣ୍ଟି ସହରରୁ ଜଳପ୍ରଳୟ ଫେରିଯାଇଛି। ଛାରଖାର, ନାରଖାର ହୋଇଯାଇଛି ସବୁ। କେଉଁଠି ପୋଲ ଭାଙ୍ଗି ସହର ଭିତରେ ବିଚ୍ଛିନ୍ନାଞ୍ଚଳ ପାଲଟିଯାଇଛି କିଛି ଅଞ୍ଚଳ, ତ ଆଉ କେଉଁଠି ବିପର୍ଯ୍ୟସ୍ତ ଭିତ୍ତିଭୂମି। ରାଜରାସ୍ତା, ଜାତୀୟ ରାଜପଥ ସବୁଠି ବଡ଼ ବଡ଼ ଘାଇ। ସାହିବସ୍ତି ତ ପାଲଟିଯାଇଛି ଧ୍ୱଂସର ଗୋଟିଏ ଗୋଟିଏ ସ୍ତୁପ। ନା ବାସ ଅଛି ନା ବସନ। ଭାଙ୍ଗି ଲେପ୍ଟେଇ ପଡ଼ିଛି ଶହ ଶହ କଚ୍ଚା-ଖପର ଛପର ଘର, ବେଘର […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ୫ଟି ଏନକାଉଣ୍ଟର ପରେ ମଧ୍ୟ ସକ୍ରିୟ ଅଛନ୍ତି ଲୁଟେରା। ଦିନ ଦି’ପହରରେ ଜଣେ ମହିଳାଙ୍କ ଠାରୁ ଚେନ ଲୁଟ ବେଳେ ତାଙ୍କ ସହ ଥିବା ପୁଅର ଉପସ୍ଥିତ ବୁଦ୍ଧି ଯୋଗୁ ଧରାପଡ଼ିଛନ୍ତି ଦୁଇ ଲୁଟେରା। ଏହି ଘଟଣା ମଞ୍ଚେଶ୍ୱର ଥାନା ଭାଗବତ ସଂଧାନ ନିକଟରେ ଘଟିଛି। ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକେ ଲୁଟେରାଙ୍କୁ ଧରି ପୁଲିସ ଜିମା ଦେଇଛନ୍ତି। ସୁବ୍ରତ ଓଝା ଓ ତାଙ୍କ ମାଆ ମନୋରମା […]
ପୁରୀ : ଶ୍ରୀମନ୍ଦିର ଅନେକ ସମୟରେ ଆତଙ୍କବାଦୀଙ୍କ ଟାର୍ଗେଟରେ ରହୁଥିବା ଗୁଇନ୍ଦା ବିଭାଗ ସୂଚନା ଦେଉଛି। ଯାହାକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ମେଘନାଦ ପାଚେରୀକୁ ଲାଗି ରହିଥିବା କୋଠାବାଡ଼ିକୁ ଉଚ୍ଛେଦ କରିବା ପାଇଁ ନିଷ୍ପତ୍ତି ନେଇଛି। ଆସନ୍ତା ୧୯ ତାରିଖରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି। ବିଶେଷ କରି ମେଘନାଦ ପାଚେରୀକୁ ଲାଗି ରହିଥିବା ସିଂହଦ୍ୱାର ନିକଟରେ ଥିବା ସୂଚନାକେନ୍ଦ୍ର, ବିଦ୍ୟୁତ ସବ୍ଷ୍ଟେସନ୍, ଟଏଲେଟ, ପମ୍ପ ହାଉସ […]
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବନ୍ୟା ଆସିଥିବାରୁ ତରତର ହୋଇ ସାଇକେଲ୍ରେ ଘରକୁ ଫେରୁଥିଲେ ଗଣେଶ କୁମ୍ଭାର। ହେଲେ ରାସ୍ତାରେ ପ୍ରବାହିତ ହେଉଥିବା ଜଳ ସ୍ରୋତ ତାଙ୍କୁ ଭସାଇ ନେଇଥିଲା। ଚାଷ ଜମିରୁ ଆଜି ତାଙ୍କର ମୃତଦେହ ମିଳିଛି। ବଲାଙ୍ଗିର ରେଲୱେ ଷ୍ଟେସନ କ୍ୟାଣ୍ଟିନ୍ରେ ଟାଉନ ଥାନା ଅନ୍ତର୍ଗତ ବିଷ୍ଣୁମୁଣ୍ଡା ଗାଁର ଗଣେଶ କୁମ୍ଭାର କାମ କରିବାକୁ ଯାଇଥିଲେ। ପ୍ରବଳ ବର୍ଷା ଯୋଗୁ ଜିଲ୍ଲାରେ ବନ୍ୟା ହୋଇଥିବା ଜାଣି ଗତକାଲି ରାତିରେ ସେ ସାଇକେଲ୍ରେ ଘରକୁ ଫେରୁଥିଲେ। ତେବେ […]
ଭୁବନେଶ୍ୱର : ଚିଲିକା ରାଜହଂସ ନିକଟରେ ଅଟକିଥିବା ମାଲେସିଆର ଏକ ଜାହଜ ପ୍ରସଙ୍ଗରେ କଂପାନୀକୁ ଚିଠି ଲେଖିଲା ଭାରତୀୟ ତଟରକ୍ଷୀ ବାହିନୀ। ଜାହାଜ ଟଗ୍ ଜିନ୍ ହ୍ୱା କଂପାନୀ ସହ ମୁଖ୍ୟ ସଚିବଙ୍କୁ ବି ଅବଗତ କଲା ତଟରକ୍ଷୀ ବାହିନୀ। ଜାହାଜରେ ବିପୁଳ ପରିମାଣର ତେଲ ଥିବାରୁ ଲିକ୍ ହେବା ଆଶଙ୍କା ରହିଛି। ଜାହାଜରେ ୩୦ ହଜାର ଲିଟର ଡିଜେଲ ଥିବା କୋଷ୍ଟଗାର୍ଡ ପକ୍ଷରୁ କୁହାଯାଇଛି। ସେହିପରି ଜାହାଜରେ ୧୦୦୦ ଲିଟର ଲ୍ୟୁବ୍ ଅଏଲ, ୨ଶହ ଲିଟର […]
ନୟାଗଡ଼ : ୩ ଚୋରକୁ ଧରି ଧରି ନିର୍ଧୂମ ଛେଚିଲେ ଲୋକେ। ନୟାଗଡ଼ ରଣପୁର ଥାନା ନରେନ୍ଦ୍ରପୁର ଗାଁରେ ଚୋରି କରୁଥିବାବେଳେ ଧରାପଡି ନିର୍ଧୂମ ମାଡ଼ ଖାଇଛନ୍ତି ୩ ଜଣ ବ୍ୟକ୍ତି। ଗାଁର ଅଭିମନ୍ୟୁ ସ୍ୱାଇଁ ନାମକ ଜଣେ ଲୋକଙ୍କ ଘରେ ଚୋରି କରିବାକୁ ଉଦ୍ୟମ କରିଥିଲେ ୩ ଜଣ ବ୍ୟକ୍ତି। କବାଟ ଭାଂଗି ଘରେ ପଶିବାକୁ ଉଦ୍ୟମ କରୁଥିବାବେଳେ ଘରେ ଶୋଇଥିବା ଅଭିମନ୍ୟୁ ଜୋରରେ ପାଟି କରିଥିଲେ। ପାଟି ଶୁଣି ଗାଁ ଲୋକେ ଧାଇଁ ସମସ୍ତ […]
କେନ୍ଦୁଝର ( ପ୍ରଣୟ ପାଣି) :୯ ବର୍ଷର ନାତୁଣୀଙ୍କୁ ସମ୍ପର୍କୀୟ ଅଜାର ଦୁଷ୍କର୍ମ ଅଭିଯୋଗ। କେନ୍ଦୁଝର ଜିଲ୍ଲା ସଦର ଥାନା ଅଂଚଳରେ ଘଟିଛି ଏ ଅଭାବନୀୟ ଘଟଣା। ମିଳିଥିବା ସୂଚନା ମୁତାବକ , ନାବାଳିକା ଜଣକ ନିଜ ଘର ନିକଟରେ ଛେଳି ଚରାଉଥିବାବେଳେ ସମ୍ପର୍କୀୟ ଅଜା ଜଣକ ତାଙ୍କୁ ଦୁଷ୍କର୍ମ କରିଥିଲେ। ସେ ଗୁରୁତର ହୋଇ ପଡିଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନାବାଳିକାଙ୍କ ବାପାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ସମ୍ପର୍କୀୟ ଅଜାକୁ ଗିରଫ […]
ଭୁବନେଶ୍ୱର : ସ୍ୱାଧୀନତା ଦିବସ ଅବସରରେ ପୁଲିସ ପଦକ ଘୋଷଣା ହୋଇଛି। ଓଡ଼ିଶାର ୨୩ ଜଣଙ୍କୁ ପୁଲିସ ସାହସିକତା ମେଡାଲ ମିଳିବ। ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ମିଳିବ। ୧୧ ଜଣଙ୍କୁ ମିଳିବ ମେରିଟୋରିୟସ ସେବା ପଦକ। ଡିଏସ୍ପି ପ୍ରମୋଦ ରଥଙ୍କୁ ମିଳିବ ରାଷ୍ଟ୍ରପତି ପୁଲିସ ପଦକ। ଭିଜିଲାନ୍ସ ASI ଶିବ ନାରାୟଣ ରଥଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ୨୩ ଜଣଙ୍କୁ ମିଳିବ ସାହସିକତା ପୁରସ୍କାର। ଏସ୍ପି କେ. ଶିବା ସୁବ୍ରମଣି, […]
ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କୁ ନୂଆ ନିଯୁକ୍ତି ମିଳିଛି। ସେ ରାଜ୍ୟ ନିର୍ବାଚନ କମିଶନର ହେବେ। ତାଙ୍କର ଏହି ନୂଆ ନିଯୁକ୍ତିକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ ମିଳିଛି। ନୂଆ ନିଯୁକ୍ତି ପରେ ଶ୍ରୀ ପାଢ଼ୀ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି। ତେବେ ତାଙ୍କ ସ୍ଥାନରେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ତେବେ ସୂଚନା ଅନୁସାରେ ଉନ୍ନୟନ କମିଶନର ଥିବା ୧୯୮୬ […]
ଭୁବନେଶ୍ୱର : କଂଗ୍ରେସ ପରିବାରରେ ମୋ ଜନ୍ମ, କଂଗ୍ରେସ ଆଦର୍ଶକୁ ବିଶ୍ୱାସ କରେ, ଏବେ ମୁଁ କଂଗ୍ରେସରେ ହିଁ ଅଛି। କିଛି ଦିନର ନିରବତା ପରେ ଆଜି ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳ। ଟ୍ରିପଲ୍ ତଲାକ ବିଲ୍ ଆଗତ ଦିନ ରାଜ୍ୟସଭାରେ ଅନୁପସ୍ଥିତ ଥିଲେ ରଞ୍ଜୀବ। ଯାହାକୁ ନେଇ ସେ ଦଳ ଛାଡ଼ୁଥିବା ଚର୍ଚ୍ଚା ଜୋର ଧରିଥିଲା। ଯେଉଁଥିରେ ଆଜି ପୂର୍ଣ୍ଣଛେଦ ଟାଣିଛନ୍ତି ରଞ୍ଜୀବ ବିଶ୍ୱାଳ। ଏପରିକି ଅନ୍ୟ ଦଳ ସହ କିଛି ଡିଲ୍ […]
ଭୁବନେଶ୍ୱର : ଜୋତା ଭିତରୁ ବାହାରିଲା ସାପ। ଭୁବନେଶ୍ୱର ପଞ୍ଚସଖା ନଗର ରାକେଶ କୁମାର ଦାଶଙ୍କ ଜୋତାରୁ ଏହି ତମ୍ପ ସାପ ବାହାରିଛି। ଆଜି ସକାଳେ ଅଫିସ ପାଇଁ ରାକେଶ ଜୋତା ପିନ୍ଧିଲା ବେଳକୁ ସାପ ଥିବା ଦେଖିବାକୁ ପାଇଥିଲେ। ଘଟଣା ପରେ ସ୍ନେକ୍ ହେଲ୍ପ ଲାଇନ୍କୁ ଖବର ଦେଇଥିଲେ ପରିବାର ଲୋକେ। ଘଟଣାସ୍ଥଳରେ ତମ୍ପ ସାପ ଛୁଆକୁ ଉଦ୍ଧାର କରାଯାଇଛି।
ଭୁବନେଶ୍ୱର : ରାଜ୍ୟରେ ଉଚ୍ଛେଦ ହେଲା ଗାର୍ଡ ଅଫ୍ ଅନର ବ୍ୟବସ୍ଥା । ଏଣିକି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସରକାରୀ ଅଧିକାରୀଙ୍କୁ ଦିଆଯିବନି ଗାର୍ଡ ଅଫ୍ ଅନର। କେବଳ ୩ଟି ଦିବସରେ ମୁଖ୍ୟ ଅତିଥିଙ୍କୁ ମିଳିବ ଗାର୍ଡ ଅଫ୍ ଅନର୍। ଏହି ସବୁ ଦିନ ଗୁଡ଼ିକ ହେଲା, ସାଧାରଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ ଏବଂ ଉତ୍କଳ ଦିବସ। ବ୍ୟବସ୍ଥା ଉଚ୍ଛେଦ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଲୋକାୟୁକ୍ତ, ସୁପ୍ରିମକୋର୍ଟ […]
ଭୁବନେଶ୍ୱର : ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ନିଷ୍ପତ୍ତି। ଏଣିକି ସ୍କୁଲରେ ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟକୁ ଅଧିକ ସମୟ ପଢ଼ାଯିବ। ପ୍ରତି ୩ଟି ବିଷୟକୁ ୪୫ ମିନିଟ୍ ପରିବର୍ତ୍ତେ ଦେଢଘଣ୍ଟା ଲେଖାଏ ପଢ଼ାଯିବ। ଏଭଳି ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସଂପୃକ୍ତ ୩ ବିଷୟରେ ପିଲା କମ୍ ନମ୍ବର ରଖୁଥିବାରୁ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରାଥମିକ ସ୍ତରରୁ ଇଂରାଜୀ ଶିକ୍ଷା […]
ଆସ୍କା (ମନୋଜ ମୁନି) : ବନ୍ୟା ବିଭୀଷିକାରେ କେରଳରେ ଫସି ରହିଛନ୍ତି ଦୁଇ ଶହରୁ ଅଧିକ ଓଡ଼ିଆ। ଏହି ଶ୍ରମିକମାନଙ୍କ ଘର ଗଞ୍ଜାମ ସାନଖେମୁଣ୍ଡିର ପାଟପୁର, ରାଧାଦେଇପୁର, ଏସ୍.ଗୋପାଳପୁର ଓ ଖଲିଙ୍ଗି ଆଦି ଅଞ୍ଚଳରେ। ସୂଚନା ମୁତାବକ ,ଶ୍ରମିକମାନେ ଗତ କିଛି ମାସ ହେବ କେରଳରେ ବିଭିନ୍ନ କମ୍ପାନୀରେ କାମ କରୁଥିଲେ। ଏହି ଶ୍ରମିକମାନେ କେରଳର ଆନାକୁଲମ,ଆଲୁଆ, ଅଙ୍ଗଗାଲି ଅଂଚଳରେ ରହୁଥିଲେ। ହେଲେ ବନ୍ୟା ଯୋଗୁଁ ଶ୍ରମିକମାନଙ୍କୁ କାମ ତ ମିଳୁନି, ତାସହ ଯାହା ସଞ୍ଚୟ କରିଥିଲେ […]
ଭୁବନେଶ୍ୱର : ରାଜ୍ୟରେ ବର୍ଷା ଓ ବନ୍ୟାଜନିତ ଅଘଟଣରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଛି। କଳାହାଣ୍ଡି କର୍ଲାମୁଣ୍ଡାରେ ସର୍ବାଧିକ ୬୦୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବିଭିନ୍ନ ଜିଲ୍ଲାର ନଦୀ ଜଳସ୍ତର ବିପଦ ସଙ୍କେତ ତଳେ ରହିଥିବାବେଳେ କେବଳ କଳାହାଣ୍ଡି କାଳୀଗଙ୍ଗା ନଦୀର ଜଳସ୍ତର ବଢ଼ିଛି ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ। ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସେ କହିଛନ୍ତି ଯେ, କଳାହାଣ୍ଡି ସାରଗଡ଼ ଗାଁରୁ […]
ଭୁବନେଶ୍ୱର : ଯୁକ୍ତ ୨ରେ ଖାଲି ପଡିଥିବା ସିଟ୍ ପୂରଣ ଲାଗି ଆଜିଠୁ ସାମସ୍ ୱେବସାଇଟରେ ଅନଲାଇନ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଅନ୍ଲାଇନ୍ ଆବେଦନର ଶେଷ ତାରିଖ ରହିଛି ଅଗଷ୍ଟ ୨୪। ଅଗଷ୍ଟ ୨୯ରେ ପ୍ରକାଶ ପାଇବ ମେରିଟ୍ ଲିଷ୍ଟ । ଅଗଷ୍ଟ ୩୦ ଓ ୩୧ରେ ମନୋନୀତ ଛାତ୍ରଛାତ୍ରୀ ଆଡ୍ମିଶନ୍ କରିପାରିବେ। ପ୍ରଥମ ପର୍ଯ୍ୟାୟ ଆଡମିଶନ୍ ପରେ ବର୍ତ୍ତମାନ ରାଜ୍ୟରେ ୨ହଜାର ୯ଟି ଜୁନିୟର କଲେଜ୍ରେ ଏକ ଲକ୍ଷ ୩୪ ହଜାର ସିଟ୍ ଖାଲି ରହିଛି। […]
ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ୍ ହୋଇପଡ଼ିଛି ବୌଦ୍ଧ ଜିଲ୍ଲା। ଜିଲ୍ଲାର କଣ୍ଟାମାଳ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ତେଲନଦୀ ଓ ଖଡ଼ଙ୍ଗ ନଦୀରେ ବନ୍ୟାଜଳ ପ୍ରବାହିତ ଯୋଗୁଁ ଅନେକ ଗାଁ ଏବେ ପାଣି ଘେରରେ ରହିଛି। କଣ୍ଟାମାଳ-ମନମୁଣ୍ଡା ୪୧ ନମ୍ବର ରାଜ୍ୟ ସଡ଼କ ପଥର ଅଡ଼ାଗୌଡ଼ି ପୋଲ ଉପରେ ୫ ଫୁଟ୍ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଫଳରେ କଣ୍ଟାମାଳରୁ ରୁବାଲିଗୁଡ଼ାକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଏଥିସହ ମାଣ୍ଡିଆ ଜୋର ପୋଲ […]
ଭୁବନେଶ୍ୱର : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବୌଦ୍ଧ, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଏହା ସହିତ ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଟ୍ରାକ୍ ଉପରେ ବର୍ଷା ପାଣି ଚାଲୁଥିବା ଯୋଗୁ ଟ୍ରେନ୍ ଚଳାଚଳକୁ ସାମୟିକ ଭାବେ ବନ୍ଦ କରାଯାଇଛି। ସମ୍ବଲପୁର-ଟିଟିଲାଗଡ଼ ସେକ୍ସନର ଦେଉଗାଁ ରୋଡ୍ ଓ ବରଗଡ଼ ମଧ୍ୟରେ ଥିବା ରେଳ ଟ୍ରାକ୍ ଉପରେ ବର୍ଷା ପାଣି ଚାଲୁଥିବାରୁ ଏହି ଲାଇନ୍ରେ […]
ସମ୍ବଲପୁର( ସଂଜୟ ଜେନା) : ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ରିସର୍ଚ୍ଚ ( ଭିମ୍ସାର୍)ର ସ୍ଥାୟୀ ନିର୍ଦ୍ଦେଶକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ କୌଣସି ଡାକ୍ତର ଏହି ପଦବୀ ପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି। କାରଣ ନିର୍ଦ୍ଧାରିତ ସମୟ ଭିତରେ ଜଣେ ବି ଡାକ୍ତର ଏହି ପଦ ପାଇଁ ଆବେଦନ କରିନାହାନ୍ତି। ଫଳରେ ପୁଣି ଥରେ ଆବେଦନ ଅବଧି ଘୁଞ୍ଚାଇ ଦିଆଯାଇଛି। ଏହି ପଦ […]
ସମ୍ବଲପୁର( ସଂଜୟ ଜେନା) : ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ମହାନଦୀର ଜଳସ୍ତର। ଫଳରେ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ବି ବଢିବାରେ ଲାଗିଛି। ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୫.୫୪ ଫୁଟ ରହିଥିବାବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପଶୁଛି ୮୦, ୪୯୧ ଘନଫୁଟ ଜଳ। ସେହିପରି ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୧୮, ୫୧୯ ଘନଫୁଟ ଜଳ ନିଷ୍କାସିତ ହେଉଛି । ଜଳପତ୍ତନକୁ ଦେଖି ଆସନ୍ତାକାଲି ଡ୍ୟାମ୍ରୁ ଏବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏହି ସମୟରେ […]
ବଲାଙ୍ଗିର : ବଲାଙ୍ଗିର ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲାଗି ରହିଛି ପ୍ରବଳ ବର୍ଷା। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସମସ୍ତ ସ୍କୁଲ୍ ଓ କଲେଜ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଲଗାଣ ବର୍ଷା ଯୋଗୁ ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ଅଣ୍ଟାଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଘରେ ଭିତରେ ପାଣି ପଶିଯାଇଛି। ସହରର ପ୍ରାୟ ୯୦ ପ୍ରତିଶତ ଅଞ୍ଚଳ ଜଳମଗ୍ନ ହୋଇଯାଇଥିବା ବେଳେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ […]
ଚୌଦ୍ୱାର : ଚଳନ୍ତା ଟ୍ରେନ୍ରେ ପିଟି ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। କଟକ ଟାଙ୍ଗୀର କପିଳାସ ରୋଡ୍ର ୧୭୩ ନମ୍ବର ଫାଟକ ଆଗରେ ଗତକାଲି ସନ୍ଧ୍ୟାରେ ଘଟିଛି ଏହି ଅଘଟଣ। ମୃତ ବ୍ୟକ୍ତିଙ୍କ ନାଁ ଗଙ୍ଗୁଆ ତିର୍କି। ତାଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି। ଟ୍ରେନ୍ ଆସିବା ପାଇଁ ଗେଟ୍ ପଡ଼ିଥିବା ବେଳେ ଝିପି ଝିପି ବର୍ଷାରେ ରେନ୍ କୋଟ୍ ପିନ୍ଧି ଗଙ୍ଗୁଆ ମୋବାଇଲ୍ରେ ଗପି ଗପି ଗେଟ୍ ପାର ହୋଇ ରେଳ ଧାରଣା ପାଖକୁ ଚାଲି […]
ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ୨ ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଏହାକୁ ନଜରରେ ରଖି ସମସ୍ତ ଜିଲ୍ଲାପାଳ ମାନଙ୍କୁ ବନ୍ୟା ଓ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ। ସ୍ୱତନ୍ତ୍ର ରିଲିଫ୍ କମିଶନର ଏନେଇ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ଏହି ସମୟରେ ଉତ୍ତର ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲା ସହ ମୟୂରଭଞ୍ଜ, ସୋନପୁର, କେନ୍ଦୁଝର, […]
ଭବାନୀପାଟଣା (ରାଜକୁମାର ସିଂହଦେଓ): ଲଗାଣ ବର୍ଷାରେ ଘରର କାନ୍ଥ ଭୁଶୁଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବୋହୂ ଗୁରୁତର ଭାବେ ଆହତ ହୋଇଛନ୍ତି। ଏ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଗୋଶାଲାପଡ଼ାରେ। ମୃତ ବୃଦ୍ଧାଙ୍କ ନା ରାଣୀମତି ସିଂ (୭୦)। ତାଙ୍କ ବୋହୂଙ୍କ ନାଁ ଯଶୋବନ୍ତୀ ସିଂ। ଯଶୋବନ୍ତୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଉଭୟ ରାଣୀମତି ଓ ଯଶୋବନ୍ତୀ ରୋଷେଇ କରୁଥିବା ବେଳେ ରୋଷେଇ […]