ମାଲକାନଗିରି( ଜିତେନ୍ଦ୍ର ବେଉରା) : ପ୍ରଥମ ଆଦିବାସୀ ମହିଳା ପାଇଲଟ୍ ବନିଲେ ମାଲକାନଗିରିର ଅନୁପ୍ରିୟା। ମାଲକାନଗିରି ଭଳି ଏକ ପଛୁଆ ଜିଲ୍ଲାରେ ଜନ୍ମିତ ଅନୁପ୍ରିୟା ଏକ ଘରୋଇ ଏୟାର ଲାଇନ୍ସରେ କୋ-ପାଇଲଟ୍ ଭାବେ ନିଯୁକ୍ତି ପାଇଛନ୍ତି। ସୂଚନା ଯେ,ଓଡ଼ିଶା ପୁଲିସ୍ରେ ହାବିଲଦାର ଭାବେ କାର୍ଯ୍ୟରତ ମାରିନିୟସ ଲାକ୍ରା ଏବଂ ଜାମାନ୍ ୟାସମିନ୍ ଲାକ୍ରାଙ୍କ ଝିଅ ଅନୁପ୍ରିୟା। ସେ ମାଲକାନଗିରିରୁ ପାଠପଢିବା ପରେ ଭୁବନେଶ୍ୱରରେ ଇଂଜିନିୟରିଂ ପଢୁଥିଲେ। ମାତ୍ର ପାଇଲଟ ହେବା ନିଶାରେ ଇଂଜିନିୟରିଂ ଛାଡି ପାଇଲଟ ଟ୍ରେନିଂ […]
ବାଲିଗୁଡ଼ା(ଅଜିତ୍ ନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଶେଷକରି ଶ୍ରୀରାମପୁର ଓ ଯୁବାଗୁଡ଼ା ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ମାକଡ଼ାପାଟା ପୋଲ ଉପରେ ଗତକାଲି ୪ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିଲା। ଫଳରେ ଦୁଇ ପଞ୍ଚାୟତର ବହୁ ଲୋକ ରାସ୍ତାର ଉଭୟ ପଟରେ ଅଟକି ରହିଥିଲେ। ଏନେଇ ଖବର ପାଇବା ପରେ ଗତକାଲି ଶ୍ରୀରାମପୁର ସିଆରପିଏଫ୍ କ୍ୟାମ୍ପରୁ ଯବାନମାନେ ଆସି ୫ ଘଣ୍ଟା […]
ସମ୍ବଲପୁର(ସଂଜୟ ଜେନା) : ଟ୍ରକ୍ ଡ୍ରାଇଭରଙ୍କ ଠାରୁ ଫାଇନ୍ ଆଦାୟ ହେଲା ୭୦ ହଜାର ଟଙ୍କା ଫାଇନ୍। ସମ୍ବଲପୁର ପରିବହନ ବିଭାଗ ଟ୍ରାଫିକ୍ ଇନ୍ସିପେକ୍ଟର ଜଣେ ଟ୍ରକ ଡ୍ରାଇଭରଙ୍କଠୁ ଏତେ ପରିମାଣର ଫାଇନ୍ ଆଦାୟ କରିବା ପରେ ଏବେ ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା। ଗାଡ଼ିର ରେଜିଷ୍ଟ୍ରେସନ୍ ନମ୍ବର ହେଉଛି ନାଗାଲାଣ୍ଡର। ଡ୍ରାଇଭର ହେଉଛନ୍ତି ଅଶୋକ ଯାଦବ। ଟ୍ରାଫିକ୍ ନିୟମ ଅବମାନନା ନେଇ ତାଙ୍କ ଉପରେ ୪ଟି ଭୁଲ ପାଇଁ ଫାଇନ୍ ପଡିଛି। ଟ୍ରକଟି ଓଭରଲୋଡ […]
କେନ୍ଦୁଝର (ପ୍ରଣୟ ପାଣି) : କେନ୍ଦୁଝରରେ ଡବଲ ମର୍ଡର । ରାତିରେ ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। କେନ୍ଦୁଝର ଘଟଗାଁ ଥାନା ଗୋଧିରାମପଡ଼ାରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ହେଲେ ରାମାଇ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଚମ୍ପା ମୁଣ୍ଡା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
କଟକ : ଜଗା କାଳିଆଙ୍କ ଚିକିତ୍ସା ପାଇଁ ମୋଟ ୨୧ ଲକ୍ଷ ୮୩ ହଜାର ୬୧୬ ଟଙ୍କା ଖର୍ଚ୍ଚ ହୋଇଛି। ଗତକାଲି କଟକ ଏସ୍ସିବିରେ ଜଗା କାଳିଆ ପହଞ୍ଚିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଜଗା କାଳିଆ ରହୁଥିବା ସ୍ୱତନ୍ତ୍ର ଓ୍ୱାର୍ଡ ବୁଲି ଦେଖିଥିଲେ। ଏହାପରେ କଟକ ଏସସିବିରେ ପ୍ରେସମିଟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ରାଜ୍ୟ ସରକାର ମୋଟ ୧ କୋଟି ଦେଇଥିଲେ। ସେଥିରୁ ୨୧.୮୩ ଲକ୍ଷ ଖର୍ଚ୍ଚ ହୋଇଛି। ଜଗା ସଂପୂର୍ଣ୍ଣ […]
ବାଲେଶ୍ୱର(ରଂଜିତ୍ ପାକଳ) : ୨୪ ଘଣ୍ଟା ବିତିଲା ହେଲେ ସ୍କୁଲ ଯାଇ ଫେରି ନାହାନ୍ତି ୩ ଜଣ ଛାତ୍ର। ବାଲେଶ୍ୱର ରେମୁଣା ଥାନା ଅନ୍ତର୍ଗତ କାଠ ସଂଗଡା ଗାଁର ଶିବ ନାରାୟଣ ଦାସ, ଚିନ୍ମୟ ଦାସ ଓ ଶୁଭଙ୍କର ଦାସ ଗତକାଲି ଶନିବାର ପାଇଁ ସକାଳେ ଘରୁ ବାହାରି ସ୍କୁଲ ଯାଇଥିଲେ। ହେଲେ ଅପରାହ୍ନ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ବ୍ୟସ୍ତ ହୋଇ ଘର ଲୋକ ଖୋଜାଖୋଜି କରି ସ୍କୁଲ ଯାଇଥିଲେ। କିନ୍ତୁ ସେଠାରେ ବି ପିଲାଙ୍କୁ ପାଇନଥିଲେ। […]
ଭୁବନେଶ୍ୱର : ୱେବସାଇଟ୍ରେ ଅପ୍ଲୋଡ ହେବ ପୁଲିସ ଗାଡ଼ି ଡକ୍ୟୁମେଣ୍ଟ। ଗତକାଲି ରାଜଧାନୀରେ ପୁଲିସ-ଜନତା ଖଣ୍ଡଯୁଦ୍ଧ ପରେ ଚେତିଛି ପୁଲିସ। ଆଜି ସବୁ ପୁଲିସ ଗାଡ଼ିର ଡକ୍ୟୁମେଣ୍ଟ ୱେବସାଇଟ୍ରେ ଅପଲୋଡ୍ କରାଯିବ। ଫଳରେ ଯେକୌଣସି ଲୋକ ଏହି ୱେବସାଇଟ୍କୁ ଯାଇ ଦେଖିପାରିବେ। ଯାହାଦ୍ୱାରା ସାଧାରଣ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂର ହୋଇପାରିବ ବୋଲି କହିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଗତକାଲି ରାଜମହଲ ଛକରେ ସରକାରୀ ଗାଡିକୁ ପୁଲିସ ଛାଡିଦେଉଥିବା ଅଭିଯୋଗ କରି ଲୋକେ ତାତିଥିଲେ। […]
ରାଉରକେଲା( ସତ୍ୟାନନ୍ଦ ମହାନ୍ତି) : ରାଉରକେଲାରେ ଜଣେ ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ରାଉରକେଲା ଛେଣ୍ଡ୍ କଲୋନୀର ଏକ ଧୂପକାଠି ପ୍ରସ୍ତୁତ କମ୍ପାନୀ ମାଲିକଙ୍କ ନାଁରେ ଅଭିଯୋଗ ଆସିଛି। କମ୍ପାନୀର ଜଣେ ମହିଳା କର୍ମଚାରୀଙ୍କୁ ମାଲିକ ଦୁଷ୍କର୍ମ କରିଥିବା ନେଇ ରଘୁନାଥପାଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ମହିଳା। ଏହାପରେ ପୁଲିସ ଏକ ମାମଲା ରୁଜୁ କରିଛି। ସୋଶାଲ ମିଡିଆରେ ଫେକ୍ ଆଇଡିରେ ମହିଳାଙ୍କ ଅଶ୍ଳୀଳ ଫଟୋ ଅପ୍ଲୋଡ କରି ବ୍ଲାକମେଲିଂ କରିବା ସହିତ ମାଲିକ ଦୁଷ୍କର୍ମ […]
ଭୁବନେଶ୍ୱର : ସଡ଼କ ସୁରକ୍ଷା ଓ ଦୁର୍ଘଟଣା ରୋକିବାକୁ ରାଜ୍ୟରେ ଯାନବାହନର ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ନିଶାଖୋର ଡ୍ରାଇଭରଙ୍କୁ ଧରିବାକୁ ରାଜ୍ୟର ସମସ୍ତ ୧୪ଟି ଟୋଲ୍ ଗେଟ୍ରେ ଚେକିଂ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବିଭିନ୍ନ ଟୋଲଗେଟରୁ ୩୮ଜଣ ଡ୍ରାଇଭର ଗିରଫ ହୋଇଥିବା ସୂଚନା ମିଳିଛି। ମଦ ପିଇ ଗାଡ଼ି ଚଳାଉଥିବା ଅଭିଯୋଗରେ ପୁଲିସ ସେମାନଙ୍କୁ ଗିରଫ କରିଛି। ସୁନ୍ଦରଗଡ଼ରୁ ୧୧ଜଣ ଡ୍ରାଇଭର ଗିରଫ ହୋଇଥିବାବେଳେ ସମ୍ବଲପୁରରେ ୩, କେନ୍ଦୁଝରରେ ୫, ଯାଜପୁରରେ ୩, ବରଗଡ଼ରେ ୩, […]
ପୁରୀ : ପୁରୀରେ ଆଜି ପୁଣି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ବିବାଦ ଯୋଗୁଁ ବନ୍ଦ ରହିଥିବା ଉଚ୍ଛେଦ କାର୍ଯ୍ୟ ଆଜି ସକାଳୁ ପୁଣି ଆରମ୍ଭ କରିଛି ପ୍ରଶାସନ। ସକାଳୁ ମାଜିଷ୍ଟ୍ରେଟ୍ ଓ ୩୦ ପ୍ଲାଟୁନ ଫୋର୍ସ ଉପସ୍ଥିତିରେ ବଡ଼ ଆଖଡ଼ା ମଠର ଉଚ୍ଛେଦ କରାଯାଉଛି। ପ୍ରଥମେ ଲଙ୍ଗୁଳି ମଠ ପଟରୁ ଉଚ୍ଛେଦ କରୁଛି ପ୍ରଶାସନ। ମଠ ପରିସରରେ ଥିବା ୩୭ଟି ଦୋକାନ ଘର ଭଙ୍ଗାଯାଉଛି। ତେବେ ମଠରେ ଥିବା ବିଜେସ୍ଥଳି, ଗାଦିସ୍ଥଳି, ରୋଷଘର ଓ ହନୁମାନ […]
ଢେଙ୍କାନାଳ: ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ତିନି ନିଖୋଜ। ଢେଙ୍କାନାଳ ମୋଟଙ୍ଗା ଥାନା ଖଡଗପ୍ରସାଦ ଘାଟରୁ ପରଜଙ୍ଗ ଥାନା କୁନନ୍ଦେଇପୁର ଘାଟକୁ ଯାଉଥିବା ବେଳେ ଏକ ହୁଲି ଡଙ୍ଗା ବୁଡ଼ି ଯିବାରୁ ଏଭଳି ଦୁର୍ଘଟଣା ଘଟିଛି। କିଛି ବାଟ ଯିବା ପରେ ଅତ୍ୟଧିକ ଓଜନ ହେତୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିବା କୁହାଯାଉଛି। ଡଙ୍ଗାରେ ଯାତ୍ରୀଙ୍କ ମଧ୍ୟରୁ ୫ ଜଣ ପହଁରି ପହଁରି କୁନନ୍ଦେଇପୁର ଘାଟରେ ପହଞ୍ଚିଥିଲେ । ତେବେ ଆଉ ୪ଜଣଙ୍କ ପତ୍ତା ମିଳି […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ଅସହ୍ୟ ହେଲା ବାପାଙ୍କ ମାଡ଼ ଓ ଗାଳି । ଶେଷରେ ତିନି ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଆଜି ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଘଟିଛି। ତିନିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ବୀରମିତ୍ରପୁର ଥାନା ପାତାଳକାଣ୍ଡ ଗାଁରେ ବାସ କରନ୍ତି ପେଡ୍ରି ସୁରିନ୍। ତାଙ୍କର ପରିବାର କହିଲେ ବାପା, ମାଆ, ପତ୍ନୀ ଓ ୩ ଝିଅ। […]
ଭୁବନେଶ୍ୱର : ନୂଆ ଟ୍ରାଫିକ ଆଇନକୁ ତରବରିଆ ଭାବେ ଲାଗୁ କରି ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ନୂଆ କେନ୍ଦ୍ରୀୟ ଆଇନକୁ ଲାଗୁ କରିବା ପୂର୍ବରୁ ରାଜ୍ୟ ସରକାର ନିଜସ୍ୱ ବ୍ୟବସ୍ଥାକୁ ସଜାଡ଼ିବା ଆବଶ୍ୟକ ଥିଲା ବୋଲି ରାଜ୍ୟ ବିଜେପି କହିଛି। ଏହାସହିତ ମାତ୍ରାଧିକ ଜୋରିମାନା ଆଦାୟକୁ ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି। ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେକହିଛନ୍ତି […]
ଭୁବନେଶ୍ୱର : ନୂଆ ଟ୍ରାଫିକ୍ ଆଇନ୍ରେ ମୋଟା ଅଙ୍କର ଫାଇନ୍ ବ୍ୟବସ୍ଥାକୁ ନେଇ ତାତିଲେ ଜନତା। ଖୋଦ୍ ରାଜଧାନୀରେ ସରକାରୀ ଗାଡ଼ିଗୁଡ଼ିକ ଆଇନ ଖିଲାପ କରୁଥିବା ଅଭିଯୋଗ କରି ରାଜରାସ୍ତାରେ ପୁଲିସକୁ ଘେରିଥିଲେ ଲୋକେ । ଫଳରେ ୨ ଘଣ୍ଟାରୁ ଅଧିକ ସମୟ ଧରି ରାଜମହଲ ଛକରେ ମୁହାଁମୁହିଁ ହୋଇଥିଲେ ପୁଲିସ୍-ପବ୍ଲିକ୍ । ଟ୍ୱିନ୍ସିଟି ପୁଲିସ୍ କମିଶନର୍ କହିଛନ୍ତି ଆସନ୍ତା ମାସେ ଦିମାସ ଯାଏଁ ଡ୍ରାଇଭିଂ ଲାଇସେନ୍ସ କି ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ହେବନି। କିନ୍ତୁ ଟ୍ରାଫିକ୍ […]
ଭଦ୍ରକ (ପାର୍ଥସାରଥୀ ନାୟକ): ଆଜି ଚର୍ଚ୍ଚାରେ ରହିଛି ଭଦ୍ରକ। ଆଜି ଜଣେ ଅଟୋ ଚାଳକର କିଛି କାଗଜପତ୍ର ନଥିବାରୁ ପୁଲିସ ୨୭,୫୦୦ ଟଙ୍କା ଫାଇନ୍ କରିଥିଲା। ସନ୍ଧ୍ୟା ବେଳେ ସ୍କୁଲ ଦିଦିଙ୍କ ସ୍କୁଟିର କିଛି କାଗଜପତ୍ର ନଥିବାରୁ ପୁଲିସ ଫାଇନ୍ କରିଛି ୧୩ ହଜାର ଟଙ୍କା। ଭଦ୍ରକ ଟାଉନ୍ ସର୍କାରନଗର ଅଞ୍ଚଳର ନାହିଦ ଅକତର ଏକ ପ୍ରାଇଭେଟ୍ ସ୍କୁଲରେ ଶିକ୍ଷୟିତ୍ରୀ ଅଛନ୍ତି। ଆଜି ସେ ସ୍କୁଲରୁ ସ୍କୁଟିରେ ଘରକୁ ଫେରୁଥିଲେ। ତେବେ ୟୁନାନୀ ହସ୍ପିଟାଲ୍ ନିକଟରେ ପୁଲିସ […]
ମାଲକାନଗିରି (ଜିତେନ୍ଦ୍ର ବେଉରା) : ନିଷ୍ଠୁର ଦାରିଦ୍ର୍ୟ ସହି ନପାରି ପୁଣି ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ ଜନଜାତି ମହିଳା। ସ୍ୱାମୀ ମୃତ୍ୟୁର ୪ ବର୍ଷ ପରେ ପିଲାଙ୍କ ଉତ୍ତର ଦାୟିତ୍ୱ ଓ ବୋଝକୁ ବୋହି ନପାରି ଶେଷରେ ଦୁଇ ପିଲାଙ୍କ ସହ ନିଜେ ବିଷ ପିଇ ଜୀବନ ହାରିଲେ। ଅଢେଇ ମାସ ତଳେ ମାଲକାନଗିରି ଜିଲ୍ଲାରେ ଗରିବୀ ମାଡ଼ରେ ଘାଇଲା ମାତୃତ୍ୱ ଚରମ ନିଷ୍ପତ୍ତି ନେବା ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ […]
ପୁରୀ : ପୁରୀରେ ସରକାରଙ୍କ ଉଚ୍ଛେଦ ଅଭିଯାନକୁ ଆମିକସକ୍ୟୁରୀଙ୍କ କ୍ଲିନ୍ଚିଟ୍। ଶ୍ରୀମନ୍ଦିରର ସୁରକ୍ଷା ଓ ପୁରୀକୁ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାକୁ ଯାହା ବି ପଦକ୍ଷେପ ନିଆଯାଇଛି ତାକୁ ସଠିକ୍ ଦର୍ଶାଇବା ସହ ଏଥିରେ ସହଯୋଗ କରିବାକୁ ଆହ୍ୱାନ ମଧ୍ୟ ଦେଇଛନ୍ତି ଆମିକସ୍କ୍ୟୁରୀ ରଞ୍ଜିତ କୁମାର। ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ସହର ଭାବେ ଗଢ଼ି ତୋଳିବା ଦିଗରେ (୧) ଏଠି ଯାହା ଚାଲିଛି ଠିକ୍ ଚାଲିଛି। (୨) ଯାହା ହେଉଛି ସମସ୍ତଙ୍କ ପାଇଁ ଭଲ ହେଉଛି। […]
ଭୁବନେଶ୍ୱର : ଲଘୁଚାପ ଯୋଗୁ ୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଅନ୍ୟପକ୍ଷରେ ବର୍ଷା ପରେ ବନ୍ୟାର ମୁକାବିଲା ପାଇଁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଏସଆରସି। ଲଘୁଚାପ ପ୍ରଭାବରେ ଆସନ୍ତାକାଲି କାଲି ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୋନପୁର, ବରଗଡ଼, ସମ୍ବଲପୁର, […]
ଭୁବନେଶ୍ୱର : ଚଳିତ ବର୍ଷ ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହୋଇଛି ସଂଶୋଧିତ ମୋଟର ଯାନ ଆଇନ । ଏହା ଅନୁଯାୟୀ ପରିବହନ ବିଭାଗ ପକ୍ଷରୁ ପୂର୍ବାପେକ୍ଷା ୧୦ ଗୁଣ ଦରରେ ଜୋରିମାନା ଆଦାୟ ହେଉଛି । ଏହି ନୂଆ ଆଇନ୍ ପାଳନ କରିବାକୁ କଡ଼ାକଡ଼ି କରାଯାଇଛି। ଫଳରେ ଫାଇନ୍କୁ ନେଇ ଲୋକଙ୍କ ମଧ୍ୟରେ କୁକୁଆ ଭୟ ସୃଷ୍ଟି ହୋଇଛି। ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଆଦାୟ ହେଉଥିବା ଜରିମାନାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। […]
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଏଣିକି ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଘରୋଇ ମେଡିକାଲରେ ମିଳିବ ମାଗଣା ଚିକିତ୍ସା। ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ। ପରେ ସ୍ଥାନାନ୍ତର କରାଯାଇପାରିବ। ପ୍ରଥମ ଦଫାରେ ଭୁବନେଶ୍ୱର ଓ କଟକର ୩ ଘରୋଇ ହସ୍ପିଟାଲ ସାମିଲ କରାଯାଇଛି। ଆପୋଲୋ, ଆମ୍ରି ଏବଂ ଅଶ୍ୱିନୀ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା। ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ପାଇଁ ଅର୍ଥ ଦେବେ ସରକାର। ମାଗଣା ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ […]
ଭଦ୍ରକ (ପାର୍ଥସାରଥୀ ନାୟକ) : କିଛିଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ହାଡିବନ୍ଧୁ କଅଁର ନାମକ ଜଣେ ଅଟୋ ଚାଳକକୁ ୪୭ ହଜାର ୫୦୦ ଟଙ୍କା ଜୋରିମାନା କରାଯାଇଥିଲା। ସେ ୮ଟି ନିୟମ ଭାଙ୍ଗିଥିବାରୁ କମିଶନରେଟ୍ ପୁଲିସ ଏପରି ଦଣ୍ଡ ଦେଇଥିଲା। ଏବେ ସମାନ ଅଭିଯୋଗ ଭଦ୍ରକରୁ ଆସିଛି। ଜଣେ ଅଟୋ ଚାଳକକୁ ୨୭,୫୦୦ ଟଙ୍କା ଓ ଟାଟା ମ୍ୟାଜିକ ମାଲିକ ଉପରେ ୩୮,୫୦୦ ଟଙ୍କା ଜୋରିମାନା କରାଯାଇଛି। ଅଟୋ ଚାଳକ ପାଖରେ ସମ୍ୱଳ ନଥିବାରୁ ନିଜର ୯ […]
ପୁରୀ : ଶ୍ରୀମନ୍ଦିର ଚୌହଦୀରୁ ୭୫ ମିଟର ଉଚ୍ଛେଦ ଅଭିଯାନ ପ୍ରସଙ୍ଗରେ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ କ୍ଲିନଚିଟ୍ ଦେଇଛନ୍ତି ଆମିକସ୍କ୍ୟୁରି। ଏ ସମ୍ପର୍କରେ ଗଜପତିଙ୍କ ସହ ଆଲୋଚନା ଓ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଉଚ୍ଛେଦକୁ ସଠିକ୍ ନିଷ୍ପତ୍ତି ବୋଲି କହିଛନ୍ତି ଆମିକସ୍କ୍ୟୁରି ରଞ୍ଜିତ କୁମାର। ସମସ୍ତଙ୍କ ସହମତିରେ ଉଚ୍ଛେଦ ହେଉଛି ଏବଂ ଏହାଦ୍ୱାରା ସ୍ଥାନୀୟ ବାସିନ୍ଦା, ସେବାୟତ ସମସ୍ତଙ୍କର ମଙ୍ଗଳ ହେବ। ଶ୍ରୀକ୍ଷେତ୍ରକୁ ଆହୁରି ଅଧିକ ସଂଖ୍ୟକ ଭକ୍ତଙ୍କର ଆଗମନ ହେବ […]
କଟକ : କଟକରେ ପହଞ୍ଚିଲେ ଜଗା କାଳିଆ। ରାଜଧାନୀ ଏକ୍ସପ୍ରେସ୍ରେ ଦିଲ୍ଲୀରୁ ଆସି ସେମାନେ କଟକ ରେଳ ଷ୍ଟେସନରେ ପହଞ୍ଚିଛନ୍ତି। କଟକରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଉଭୟଙ୍କୁ ଏସ୍ସିବିକୁ ନିଆଯିବ। ଏସସିବିରେ ଜଗା, କାଳିଆଙ୍କ ପାଇଁ ଆଇସିୟୁ ସୁବିଧା ଥିବା ଦୁଇ ଶଯ୍ୟା ବିଶିଷ୍ଟ କୋଠରୀ ବ୍ୟବସ୍ଥା ହୋଇଛି। ଚିକିତ୍ସା ପାଇଁ ୧୬ ଜଣିଆ ଟିମ୍ ଗଠନ କରାଯାଇଛି। ଆବଶ୍ୟକ ହେଲେ ଅଧିକ ଡାକ୍ତରଙ୍କୁ ଟିମ୍ରେ ସାମିଲ କରାଯିବ ବୋଲି ମେଡିକାଲ ଅଧିକ୍ଷକ କହିଛନ୍ତି। […]
ଭୁବନେଶ୍ୱର : ସରକାରୀ ଗାଡ଼ିଗୁ଼ଡିକ ଠାରୁ ଜରିମାନା ନ ନେଇ ଛାଡି ଦିଆଯାଉଥିବା ଅଭିଯୋଗରେ ଭୁବନେଶ୍ୱର ରାଜମହଲ ଛକରେ ଉତ୍ତେଜନା ଦେଖା ଦେଇଛି। ସେଠାରେ ସ୍ଥିତି ଧିରେ ଧିରେ ସୁଧାର ଆସୁଛି। ଏହି ଉତ୍ତେଜନା ପରେ କମିଶନର ସ୍ପଷ୍ଟ କରିଛନ୍ତି। କହିଛନ୍ତି ,ଏବେ ଆମେ କେବଳ ୫ଟି ଗଫଲତି ଦେଖି ଜରିମାନା କରୁଛୁ। ୧- ବାଇକ୍ରେ ୩ ଜଣଙ୍କୁ ନେଲେ, ୨- ହେଲମେଟ୍ ପିନ୍ଧିନଥିଲେ ୩- ମଦ ପିଇ ଗାଡ଼ି ଚଳାଉଥିଲେ, ୪- ମୋବାଇଲରେ ଗପୁଥିଲେ, ୫- […]
ଭୁବନେଶ୍ୱର : ଏଣିକି ଜରିମାନା ସହ ଜେଲ୍ ବି ଭୋଗିବେ ନିଶାଡ଼ି ଗାଡ଼ି ଚାଳକ। ଦୁର୍ଘଟଣା ହ୍ରାସ ପାଇଁ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ହେବ ଦଣ୍ଡବିଧାନ। ରାଜପଥ ସହ ଅନ୍ୟ ରାସ୍ତାରେ ଥିବା ସମସ୍ତ ଟୋଲ୍ ଗେଟ୍ରେ ବ୍ରେଦ୍ ଆନାଲିସିସ୍ ଡିଭାଇସ୍ ସାହାଯ୍ୟରେ ପରୀକ୍ଷା କରି ନିଶାସକ୍ତ ଗାଡ଼ି ଚାଳକଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗିରଫ ହେବାର ଦୁଇଘଣ୍ଟା ଭିତରେ ଡାକ୍ତରଙ୍କ […]