କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ହୋଇପାରେ ଜାତୀୟ ନାଗରିକ ପଞ୍ଜିକା। ଏନେଇ ପଦକ୍ଷେପ ନେବାକୁ ରେଜିଷ୍ଟ୍ରାର ଜେନେରାଲ୍ ଅଫ୍ ଇଣ୍ଡିଆକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଚିଠି ଲେଖିଛି। ହାଇକୋର୍ଟ ପକ୍ଷରୁ ନିଯୁକ୍ତ ଆମିକସକ୍ୟୁରିଙ୍କ ରିପୋର୍ଟ ଉପରେ ଏହି ଚିଠି ଲେଖାଯାଇଛି। ଗତବର୍ଷ ନଭେମ୍ବରରେ କେନ୍ଦ୍ରାପଡ଼ା ଜିଲ୍ଲାରେ NRC ଲାଗୁ ପାଇଁ ଆମିକସକ୍ୟୁରି ମୋହିତ ଅଗ୍ରୱାଲ ହାଇକୋର୍ଟଙ୍କୁ ରିପୋର୍ଟ ଦେଇଥିଲେ। ଆମିକସକ୍ୟୁରିଙ୍କ ରିପୋର୍ଟ ଉପରେ ପଦକ୍ଷେପ ନେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କହିଥିଲେ ହାଇକୋର୍ଟ। ଜଙ୍ଗଲ ଓ […]
ଝାରସୁଗୁଡ଼ା (ଭାଗିରଥୀ ସାହୁ) : ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି ଶାସକ ବିଜେଡି ନେତା। କର୍ତ୍ତବ୍ୟରତ ପୁଲିସକୁ ଦୁର୍ବ୍ୟବହାର କରୁଛନ୍ତି। ତାହା ପୁଣି ବିଧାୟକଙ୍କ ଉପସ୍ଥିତିରେ ବୋଲି ଅଭିଯୋଗ ହେଉଛି। ଯାହା ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏମିତି ଏକ ଘଟଣା ଝାରସୁଗୁଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି। ଘଟଣାଟି ଏମିତି। ଗତକାଳି ରାତି ପ୍ରାୟ ୧୦ଟା ହେବ। ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ନିଜ ଗାଡ଼ିରେ ଯାଉଥିଲେ। ମାତ୍ର ସେ ସିଟ୍ ବେଲ୍ଟ୍ ବାନ୍ଧି ନଥିଲେ। ବେଲ୍ପାହାଡ଼ ଫାଟକ […]
ସମ୍ୱଲପୁର(ସଞ୍ଜୟ ଜେନା): ବିଞ୍ଝାରପୁର ବିଧାୟିକା ତଥା ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକ ଗିରଫ। ମୁମ୍ୱାଇ କ୍ରାଇମ୍ବ୍ରାଞ୍ଚ ତାଙ୍କୁ ଆଜି ଗିରଫ କରିଛି। ଏପରିକି କ୍ଷୀରୋଦଙ୍କ ପୁଅ ଦେବବ୍ରତ ମଲ୍ଲିକଙ୍କୁ ମଧ୍ୟ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(EOW)। ଆର୍ଥିକ ଅନିୟମିତତା ମାମଲାରେ ବାପ-ପୁଅକୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିବା ଜଣାପଡ଼ିଛି। ଅଭିଯୋଗରୁ ପ୍ରକାଶ, କ୍ଷୀରୋଦ ଏକ ଅର୍ଥ ଲଗାଣକାରୀ ସଂସ୍ଥା ଖୋଲିଥିଲେ। ଯାହାର ନେଟ୍ୱାର୍କ ସମଗ୍ର ଓଡ଼ିଶା ସହିତ ପଡୋଶୀ ରାଜ୍ୟରେ […]
ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାପା, ମାଆ ଓ ଝିଅ ବାଇକ୍ରେ ଘରକୁ ଫେରୁଥିଲେ। ଠିକ୍ ଏତିକି ବେଳେ ଧକ୍କା ଦେଲା ଅଜଣା ଗାଡ଼ି। ରାସ୍ତା ଉପରେ ଚାଲିଗଲା ମାଆ ଓ ଝିଅଙ୍କ ଜୀବନ। ଆଜି ସନ୍ଧ୍ୟାବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ବାଲେଶ୍ୱରରେ। ରୂପ୍ସା ଆଗରିଆ ଗାଁର ରାଧାକୃଷ୍ଣ ପରିଡ଼ା, ତାଙ୍କ ସ୍ତ୍ରୀ ଅନୁପମା ଓ ଝିଅ ମୋନାଲିସା ଏକ ବାଇକ୍ରେ ବାଲେଶ୍ୱରରୁ ଘରକୁ ଫେରୁଥିଲେ। ତେବେ ୬୦ ଜାତୀୟ ରାଜପଥର ଜୋକନଣ୍ଡି ଗାଁ ନିକଟରେ ଏକ […]
ଭୁବନେଶ୍ୱର : ରାଜ୍ୟର ସବୁ ସହରାଞ୍ଚଳରେ ନିଷେଧ ହୋଇଛି ପ୍ଲାଷ୍ଟିକର ପ୍ରଚଳନ। ମହାତ୍ମା ଗାନ୍ଧିଙ୍କ ଜୟନ୍ତୀରୁ ସହରାଞ୍ଚଳ ପ୍ଲାଷ୍ଟିକ ମୁକ୍ତ କରିବାକୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ କୌଣସି ବ୍ୟକ୍ତି ନିଜେ କିମ୍ବା ଅନ୍ୟ କାହା ଦ୍ୱାରା ପ୍ଲାଷ୍ଟିକ ପ୍ରଚଳନ କରିବା ବେଆଇନ୍। କୌଣିସି ବ୍ୟକ୍ତି ପ୍ଲାଷ୍ଟିକ ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ, ସଂରକ୍ଷଣ, ପରିବହନ କିମ୍ବା ବଣ୍ଟନ କରିପାରିବେ ନାହିଁ। ବାୟୋ ଡିଗ୍ରେଡେବଲ୍ (ମାଟିରେ ମିଶି ପାରୁଥିବା କ୍ୟାରିବ୍ୟାଗ୍) […]
ଭୁବନେଶ୍ୱର : ସଜେଇ ହେଉଛି ରାଜଧାନୀର ସହିଦ ନଗର ଥାନା। ଆଉ ଥାନାକୁ ଯାଇ ତଦାରଖ କରୁଛନ୍ତି ଖୋଦ୍ ପୁଲିସ୍ କମିଶନର। ସେପଟେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥିତି ପରଖୁଛନ୍ତି ଜିଲ୍ଲାପାଳ ଓ ଏସ୍ପି। ଏ ପ୍ରସ୍ତୁତି କାଲିଠାରୁ ଆରମ୍ଭ ହେଉଥିବା ‘ମୋ ସରକାର’ କାର୍ଯ୍ୟକ୍ରମ ପାଇଁ। ପୁଲିସ୍ ଥାନା ଓ ହସପିଟାଲ୍ରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ପୂର୍ବରୁ ପୁଲିସ ଡିଜି ଓ ପୁଲିସ୍ କମିଶନର ଅଭିଯୋଗକାରୀଙ୍କ ଠାରୁ ଫିଡ୍ବ୍ୟାକ୍ ନେଇ ଏକ ପ୍ରକାର […]
ଭୁବନେଶ୍ୱର : ଡ୍ୟାନ୍ସ ବାର ମାଲିକଙ୍କୁ ଝଟ୍କା। ଦାଖଲ କରିଥିବା ଫାୟାର ଏନ୍ଓସି ସାର୍ଟିଫିକେଟ୍କୁ ରଦ୍ଦ କରିଛନ୍ତି ପୁଲିସ ଡିଜି ବିଜୟ କୁମାର ଶର୍ମା। ତ୍ରୁଟିପୂର୍ଣ୍ଣ ଭାବେ ଅଗ୍ନି ନିରାପତ୍ତା NOC ଦିଆଯାଇଥିବାରୁ ରଦ୍ଦ କରିଛନ୍ତି ଡିଜିପି। ତେବେ କାହିଁକି ତ୍ରୁଟିପୂର୍ଣ୍ଣ ଏନ୍ଓସି ଦିଆଯାଇଥିଲା, ତାକୁ ନେଇ ତନାଘନା ଆରମ୍ଭ ହୋଇଛି। ଫେବୃୟାରୀ ୬, ୨୦୧୮ରେ ଏହି ତ୍ରୁଟିପୂର୍ଣ ସାର୍ଟିଫିକେଟ୍ ଜାରି ହୋଇଥିଲା। ତତ୍କାଳୀନ ଆସିଷ୍ଟାଣ୍ଟ ଫାୟାର ଅଫିସର ଏହି ସାର୍ଟିଫିକେଟ ଜାରି କରିଥିଲେ। ଏହା ପଛରେ […]
ଭୁବନେଶ୍ୱର : ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆର୍ସି)ଙ୍କ ନିର୍ଦ୍ଦେଶକୁ ବାରମ୍ବାର ବେଖାତିର କରିବା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ମହଙ୍ଗା ପଡ଼ିଛି। କମିଶନଙ୍କ ପକ୍ଷରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସ୍ର ଜବାବ ଦାଖଲ କରିବାରେ ଅହେତୁକ ବିଳମ୍ବକୁ ନେଇ ଏନ୍ଏଚ୍ଆର୍ସି କ୍ଷୁବ୍ଧ ହୋଇଛନ୍ତି। ନଭେମ୍ବର ୨୨ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହୋଇ ଏ ସମ୍ପର୍କିତ କାଗଜପତ୍ର ଦାଖଲ କରିବାକୁ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠିଙ୍କୁ କମିଶନ ସର୍ତ୍ତମୂଳକ ସମନ୍ ଜାରି କରିଛନ୍ତି। ମାମଲାର ସୂଚନା […]
ଭୁବନେଶ୍ୱର: ଓଟିଭି ପ୍ରଭାବ। କ୍ୟୁନେଟ୍ ସ୍କିମ୍ ନାଁରେ ୫ ହଜାର କୋଟି ଟଙ୍କା ଠକେଇ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। ପୂର୍ବରୁ ଏ ସଂପର୍କରେ OTVରେ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରସାରଣ ହୋଇଥିଲା। ତଥ୍ୟ ଅନୁସାରେ ମଲ୍ଟି ଲେୟାର ନେଟଓ୍ୱର୍କିଂ ମାର୍କେଟିଂ ବିଜନେସ୍ ନାମକ ହଂକଂର ଏକ ସଂସ୍ଥା, ରାଜ୍ୟରେ ମାତ୍ର ମାସ କେଇଟା ଭିତରେ ଗୁପ୍ତରେ ବିଛାଇ ଚାଲିଛି ମାୟାଜାଲ। ଶିକ୍ଷିତ ଯୁବକ ଯୁବତୀ ଏବଂ ଥିଲାବାଲା ଲୋକଙ୍କୁ ଟାର୍ଗେଟ୍ […]
ଯାଜପୁର : ପୂଜା ଆସିଲେ ବିଭିନ୍ନ କଂପାନୀ ଓ ଅଫିସ୍ରେ କର୍ମଚାରୀଙ୍କ ମନରେ ଖୁସିର ଝଲକ ଦେଖିବାକୁ ମିଳିଥାଏ। କାହିଁକା ନା ଦଶହରାରେ କଂପାନୀ ତାର କର୍ମଚାରୀଙ୍କୁ ପୂଜା ବୋନସ୍ ଦେଇଥାଏ। ହେଲେ ଏମିତି ଏକ ଖବର ଆସିଛି। ଯାହାକି ପୁରା ଓଲଟା। ବୋନସ ଦେବା ବଦଳରେ ଛଟେଇ ହୋଇଛନ୍ତି କଂପାନୀ କର୍ମଚାରୀ। ତାହା ପୁଣି ଜଣେ ନୁହେଁକି ଦୁଇଜଣ ନୁହେଁ, ଏକାଥରକେ ଶତାଧିକ ଯୋଗାଣ ଶ୍ରମିକ। ସୂଚନା ମୁତାବକ, ଯାଜପୁର ରୋଡରେ ଥିବା ଫେରୋକ୍ରମ କାରଖାନାରେ […]
ଭୁବନେଶ୍ୱର : ଆସନ୍ତା ୩ ତାରିଖରେ ଓଡ଼ିଶା ଆସୁଛନ୍ତି ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍ଆଇଏ) ଡିଜି ଯୋଗେଶ ଚନ୍ଦ୍ର ମୋଦି। ଆତଙ୍କବାଦୀ ମାମଲାର ତଦନ୍ତ ସଂପର୍କରେ ପୁଲିସକୁ ଦିଆଯିବ ପ୍ରଶିକ୍ଷଣ। ଏନଆଇଏ ଡିଜିଙ୍କ ସହ ମଧ୍ୟ ବରିଷ୍ଠ ଅଧିକାରୀ ଆସୁଛନ୍ତି। ଭୁବନେଶ୍ୱରସ୍ଥିତ ପୁଲିସ ଭବନରେ ଆତଙ୍କବାଦୀ ମାମଲାର ତଦନ୍ତ ବେଳେ କେଉଁ ଦିଗ ପ୍ରତି ବିଶେଷ ଗୁରୁତ୍ୱ ଦିଆଯିବ, ସେନେଇ ପ୍ରଶିକ୍ଷଣ ଦିଆଯିବ। ମାମଲାର ତଦନ୍ତ ବେଳେ ଦଫା ଓ ଆଇନର ବ୍ୟବସ୍ଥା କଣ ରହିଛି, ଏସବୁ […]
ଭୁବନେଶ୍ୱର : ରାଜ୍ୟରେ ଆବଶ୍ୟକତା ଠାରୁ ଅଧିକ ପିଆଜ ଉତ୍ପାଦନ ହେଉଛି। ଏହା ସତ୍ତ୍ୱେ ପିଆଜ ନିଅଣ୍ଟିଆ ଦେଖାଦେଉଛି। ରାଜ୍ୟରେ ବେଲଗାମ୍ ହୋଇଛି ପିଆଜ ଦର। ସମସ୍ୟା ସମାଧାନ କରିବା ବଦଳରେ ରେଟ୍ ଉଚ୍ଚା ଦେଖି ହାତ ଟେକିଦେଇଛନ୍ତି ସରକାର। ସଙ୍କଟ ଦୂର କରିବା ପାଇଁ ଖାଦ୍ୟ ଯୋଗାଣ ସଚିବ ଦିଲ୍ଲୀ ଯାଇଥିଲେ ମଧ୍ୟ ସମାଧାନର ବାଟ ବାହାରିନି। ଏପଟେ ପିଆଜ ଅଭାବ ପାଇଁ ସିଧା ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ। ସରକାରୀ ହିସାବରେ ବର୍ଷକୁ ଓଡ଼ିଶା […]
ନୟାଗଡ଼ / ବଲାଙ୍ଗିର : ଝାନ୍ସୀର ମଣିଷ ହାଟରେ ପୁଣି ଓଡ଼ିଆ ଝିଅକୁ ସଉଦା । ବାପା ସାଜିଲା ବେପାରୀ । ଦୁଇ ଭଉଣୀଙ୍କୁ ନିଲାମ୍ କରିଦେଲା ଜନ୍ମଦାତା ବାପା। ଘର ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳରେ। ଏହି ଦୁଇ ଭଉଣୀ ହୁଏତ ବର୍ତ୍ତିଯାଇଛନ୍ତି ଦଲାଲ କବଳରୁ, ମୁକୁଳି ଯାଇଛନ୍ତି ବିକ୍ରି ହେବା ଆଗରୁ। କିନ୍ତୁ, ତାଙ୍କ ବୟାନ ଶୁଣିଲେ ଶୀତେଇ ଉଠୁଛି ସାରା ଶରୀର। ସେପ୍ଟେମ୍ବର ୨୨ । ଚୁକ୍ତି ମୁତାବକ ଆଉ ମାତ୍ର […]
କଟକ : ନିଜ ଦଳର ଛାତ୍ର ନେତା ଏବଂ ପୁଲିସ ବିରୋଧରେ ଅଭିଯୋଗ ଆଣି ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତି । ଅସହାୟତା ପ୍ରକାଶ କରିବା ସହ ଅନୁଭବ କହିଛନ୍ତି ଯେ, ଅଭିଯୋଗ ସତ୍ତ୍ୱେ ତାଙ୍କର ଜଣେ ପଡୋଶୀ ବିରୋଧରେ କଟକ ପୁରୀଘାଟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି। ତେବେ ଏହାକୁ ନେଇ ଏବେ ତାଙ୍କ ପଡୋଶୀ ତଥା ଛାତ୍ର ବିଜେଡି ରାଜ୍ୟ ଉପସଭାପତି ମଂଜିତ ଦାସ ମୁହଁ ଖୋଲିବା ସହ ଅନୁଭବଙ୍କ ବିରୋଧରେ ପାଲଟା […]
ଭୁବନେଶ୍ୱର : ବ୍ୟାଙ୍କର କାର୍ଯ୍ୟ ଅବଧିରେ ପରିବର୍ତ୍ତନ। ଆସନ୍ତାକାଲି ଠାରୁ ସବୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକର କାର୍ଯ୍ୟ ଅବଧିରେ ପରିବର୍ତ୍ତନ ହେବ। ବ୍ୟାଙ୍କରେ କାର୍ଯ୍ୟ ସମୟ ଏବେ ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ହେବ। ଗ୍ରାହକମାନଙ୍କ ସୁବିଧା ପାଇଁ ନୀତିଗତ ଭାବେ ଲାଗୁ ହେବ ନିଷ୍ପତ୍ତି। ସବୁ ସରକାରୀ ବ୍ୟାଙ୍କର ସମାନ କାର୍ଯ୍ୟ ଅବଧି ନେଇ ଷ୍ଟେଟ ଲେବଲ ବ୍ୟାଙ୍କିଂ କମିଟି – SLBC ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଜି ଭୁବନେଶ୍ୱରରେ ୟୁକୋ ବ୍ୟାଙ୍କ ଅଧ୍ୟକ୍ଷ […]
ଜୟପୁର ( ଟି.ଗୌରୀ ଶଙ୍କର) : କୁହାଯାଏ ମାଆ ପରି କିଏ ହେବ । ମାଆର ପଣତ ଛୁଆ ପାଇଁ ଅଭୟ ପ୍ରଦାୟକ। ନିଜ ପିଲାର ମଙ୍ଗଳ କାମନା କରି କେତେ ଓଷା ବ୍ରତ ମାଆଟିଏ କରିଥାଏ ତାର ହିସାବ ନାହିଁ। ନିଜ ପିଲାର କଣ ହୋଇଗଲେ ମାଆ ହୃଦୟରୁ ରକ୍ତ ଝରିପଡେ। ମାଆର ମୂଲ ଅମୂଲ । ଏମିତି ଏକ ମାଆ ସଂଘର୍ଷର ଖବର ସାମନାକୁ ଆସିଛି। ନିଜ ପିଲାର ଚିକିତ୍ସା ପାଇଁ ମାଆଟି ଚାଲିଛି […]
ନୟାଗଡ଼ : ଯେଉଁ ବାପା ନିଜ ଔରସରୁ ସନ୍ତାନକୁ ଜନ୍ମ ଦେଇ ତାକୁ ଦୁନିଆ ଦେଖେଇ ଥାଏ, ଆଉ ତାଙ୍କର ଆଶିର୍ବାଦରେ ସନ୍ତାନ ନିଜର ଭବିଷ୍ୟତକୁ ହାତ ଠାରି ଡାକେ। ସେହି ବାପା କଣ କେବେ ନିର୍ଦ୍ଦୟ ହୋଇପାରେ? ପିଶାଚ ପାଲଟି ଯାଏ। କିନ୍ତୁ ଏମିତି ଏକ ଘଟଣା ଘଟିଛି। ଯାହାକୁ ଜାଣିଲେ ଆପଣଙ୍କ ଆଖିରୁ ଲୁହ ବହିଯିବ। ଆଉ ଏମିତି ବ୍ୟକ୍ତି ବାପା ନାଁ ରେ କଳଙ୍କ ବୋଲି କହିବେ। ନୟାଗଡ଼ ଜିଲ୍ଲା ରଣପୁର ଥାନା […]
ଭୁବନେଶ୍ୱର : ଆର୍ଟିଓ ଅଫିସ୍ ଆଗରୁ ଭାଙ୍ଗିଲା ଦଲାଲଙ୍କ ଚାଳିଆ । ଆର୍ଟିଓ କାର୍ଯ୍ୟାଳୟରୁ ଚାଳିଆ, ଝୁମ୍ପୁଡ଼ି ହଟିବା ନେଇ ନିର୍ଦ୍ଦେଶ ପରେ ରାଜଧାନୀ ଭୁବନେଶ୍ୱରରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଆର୍ଟିଓ କାର୍ଯ୍ୟାଳୟ ଅଫିସରୁ ୪୦ରୁ ଅଧିକ ଝୁମ୍ପୁଡ଼ିକୁ ଉଚ୍ଛେଦ କରାଯାଇଛି। ବିଡିଏ ଓ ବିଏମ୍ସି ପକ୍ଷରୁ ମିଳିତ ଭାବେ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଣିକି ଆର୍ଟିଓ କାର୍ଯ୍ୟାଳୟ ପରିସରରେ ଚାଳିଆ ରହିବ ନାହିଁ। ରାଜ୍ୟର ସବୁ ଆର୍ଟିଓ କେମିତି ଦଲାଲଙ୍କ କବ୍ଜାରେ ଅଛନ୍ତି, […]
ଅନୁଗୁଳ : ଭୁଜାଲିରେ ହାଣି ଓ୍ୱାର୍ଡ ମେମ୍ବରଙ୍କୁ ହତ୍ୟା। ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଅନ୍ତୁଳିଆ ପଞ୍ଚାୟତର ଜଗବନ୍ଧୁ ବେହେରା ନାମକ ଜଣେ ଓ୍ୱାର୍ଡ ମେମ୍ବରଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଅନ୍ତୁଳିଆ ବଜାରରେ ଦୁର୍ବୃତ୍ତମାନେ ଭୁଜାଲିରେ ଆକ୍ରମଣ କରି ହତ୍ୟା କରିଥିଲେ। ତେବେ ହତ୍ୟାର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନଥିବାବେଳେ ପୂର୍ବ ଶତ୍ରୁତା ଓ ଜମିବାଡ଼ି ବିବାଦରୁ ତାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ହତ୍ୟା ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ମାନେ ଫେରାର ହୋଇଛନ୍ତି। ପୁଲିସ […]
ଭୁବନେଶ୍ୱର : ଲର୍ଣ୍ଣିଂ ଲାଇସେନ୍ସ ପାଇଁ ରାଜଧାନୀରେ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସହିଦ ନଗର ବିଏମ୍ସି ୱାର୍ଡ ଅଫିସ ଓ OSRTC ପରିସରରେ ଲୋକଙ୍କ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ଯୋଗାଇ ଦିଆଯିବ। ଆସନ୍ତାକାଲି ଠାରୁ ଅକ୍ଟୋବର ୪ ତାରିଖ ଯାଏଁ ଦିନ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଏହି ସୁବିଧା ମିଳିବ। ତେବେ ଏଠାରେ କୌଣସି ସ୍ଲଟ ବୁକ୍ କରାଯିବ ନାହିଁ। ଲର୍ଣ୍ଣିଂ ଲାଇସେନ୍ସ ଆବେଦନ ପାଇଁ ଆସୁଥିବା ବ୍ୟକ୍ତି ଆବେଦନ ଫର୍ମର କପି […]
ରାଉରକେଲା :ରାଉରକେଲା ଇସ୍ପାତ କାରଖାନାର ସଂପ୍ରସାରଣ ହେବ। ଏଥିପାଇଁ ଯୋଜନା କରାଯାଉଛି। ଏହାଛଡ଼ା ପ୍ଲାଣ୍ଟର ଆଧୁନିକୀକରଣ ପାଇଁ ଯେଉଁ ସବୁ କାମ ଅଟକି ରହିଛି ସେଗୁଡ଼ିକୁ ତ୍ୱରାନ୍ୱିତ କରାଯିବ। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ମର୍ଚ୍ଚାଣ୍ଟ ଲିଜ୍ ବନ୍ଦ ହେବ ବୋଲି କହିଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାଦ୍ୱାରା ସେଲ୍ ଖୋଲା ବଜାରରେ ଲୋ ଗ୍ରେଡ ଆଇରନ୍ ଓର୍ ବିକ୍ରି କରି ପାରିବ । ଫଳରେ ସେଲର ଆର୍ଥିକ ଅଭିବୃଦ୍ଧି ସହ ସେଲ ଉପରେ […]
ଭୁବନେଶ୍ୱର : ‘ସ୍ୱଚ୍ଛ ଭାରତ’ର ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଆଜି ଜିଓ ପକ୍ଷରୁ ଦେଶର ୯୦୦ଟି ରେଳ ଷ୍ଟେସନରେ ସଫେଇ ଅଭିଯାନ ହାତକୁ ନିଆଯାଇଛି । ଏକ ସ୍ୱଚ୍ଛ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ଦେଶ ବ୍ୟାପୀ ଆରମ୍ଭ କରାଯାଇଥିବା ‘ଜିଓ ସ୍ୱଚ୍ଛ ରେଳ ଅଭିଯାନ’ରେ ଜିଓ କର୍ମଚାରୀ, ସହଯୋଗୀ,ଅଂଶୀଦାର ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ୨୫୦୦୦ରୁ ଊର୍ଦ୍ଧ୍ୱ ଲୋକ ସାମିଲ ହୋଇଥିଲେ । ଭାରତରେ ପ୍ରଥମ କରି ଏହି ଧରଣର ସର୍ବବୃହତ୍ ସ୍ୱଚ୍ଛତା […]
ଧର୍ମଗଡ଼ ( ଇଙ୍ଗିତ ପଣ୍ଡା) : ସବୁଜିମାର ପରିସୀମା ଭିତରେ ଚକାଚକ୍ ସ୍କୁଲ କ୍ୟାମ୍ପସ। ସ୍ୱଚ୍ଛ ପରିବେଶ, ସ୍ୱାସ୍ଥ୍ୟକର ପରିସର। ଚମକୁଛି କ୍ଲାସରୁମ୍, ହାଇଜେନିକ କିଚେନ୍ ସାଙ୍ଗକୁ ସଫାସୁତରା ଶୌଚାଳୟ। କେବଳ ଏତିକି ନୁହେଁ, ଆକର୍ଷଣୀୟ ଲାଇବ୍ରେରୀ ସାଙ୍ଗକୁ ଡିଜିଟାଲ୍ କ୍ଲାସରୁମ୍ ବି ଅଛି ପିଲାଙ୍କ ପାଇଁ । ଦେଖିଲେ ଲାଗୁଛି, କୌଣସି ଏକ ସହରର ଅତ୍ୟାଧୁନିକ ଘରୋଇ ସ୍କୁଲ । ଏ ହେଉଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିକଟ ବଗାଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ […]
ଭୁବନେଶ୍ୱର : ଏଣିକି ପ୍ରତି ରବିବାର ଅପରାହ୍ନ ୫ଟାରୁ ୬ଟା ପର୍ଯ୍ୟନ୍ତ ବରିଷ୍ଠ ନାଗରିକଙ୍କ ସମସ୍ୟା ଶୁଣିବ କମିଶନରେଟ ପୁଲିସ। ଏହି ସମୟ ମଧ୍ୟରେ ପ୍ରତି ଥାନାରେ ଥାନାଧିକାରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ତା ସହିତ ନିଜ ନିଜ ପ୍ରେମିସେସରେ ସିସିଟିଭି ଲଗାଇବାକୁ ଅନୁରୋଧ କରିଛନ୍ତି ପୁଲିସ କମିଶନର। ଭୁବନେଶ୍ୱରରେ କମିଶନରେଟ୍ ପୁଲିସ ଏବଂ ବରିଷ୍ଠ ନାଗରିକଙ୍କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଏହି ନିଷ୍ପତ୍ତି ନିଆଯାଇଛି। ପୁଲିସ ପକ୍ଷରୁ ଜାରି ‘ସହାୟତା ମୋବାଇଲ ଆପ’କୁ ଇନଷ୍ଟାଲ କରି […]
ମାଲକାନଗିରି : ଶିକ୍ଷା ବ୍ୟବସ୍ଥାର ତଦାରଖ କରିବାକୁ କେତେବେଳେ ଘୋଡ଼ା ପିଠିରେ ଯାତ୍ରା ତ ପୁଣି କେତେବେଳେ ବିପଦପୂର୍ଣ୍ଣ ନୌଯାତ୍ରା। ଏଭଳି ନିଷ୍ଠାପର କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି ମାଲକାନଗିରି ତାପରନେତ୍ଲାର ସିଆରସିସି ସାଧନ ସରକାର। ଜିଲ୍ଲାର ଦୁର୍ଗମ ସ୍ୱାଭିମାନ ଅଞ୍ଚଳକୁ ସେ ଏଭଳି ଢଙ୍ଗରେ ଯାତ୍ରା କରୁଛନ୍ତି। ସ୍ୱାଭିମାନ ଅଞ୍ଚଳକୁ ଶିକ୍ଷକମାନେ ନିୟମିତ ଆସୁଛନ୍ତି କି ନାହିଁ, ଛାତ୍ରଛାତ୍ରୀଙ୍କୁ କିଭଳି ପଢାଉଛନ୍ତି ତାର ସେ ତଦାରଖ କରୁଛନ୍ତି। ଏମିତିକି ବେଳେ ବେଳେ ସ୍କୁଲ ଥିବା ଗାଁରେ […]