ବେଙ୍ଗାଲୁରୁ : ସତରେ କଣ ଅଛି ସପ୍ତଫେଣୀ ନାଗ ? ପୁରାଣ ବର୍ଣ୍ଣିତ ସପ୍ତଫେଣୀ ସାପକୁ ନେଇ ଏବେ ଜୋରଦାର ଚର୍ଚ୍ଚା। କାରଣ କର୍ଣ୍ଣାଟକ ବେଙ୍ଗାଲୁରୁ ନିକଟ ଏକ ଗାଁରେ ମିଳିଥିବା ସାପ କାତିରୁ ଏହାର ୭ଟି ମୁଣ୍ଡ ଥିବା ଜଣାପଡ଼ୁଛି। ଏକ ମନ୍ଦିର ନିକଟରେ ଗାଁ ଲୋକେ ଏହି ଅଜବ ସାପ କାତିକୁ ଦେଖିବା ପରେ ଚାରିଆଡ଼େ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏହାପରେ ସୋଶାଲ୍ ମିଡିଆ ଓ ଜାତୀୟ ଗଣମାଧ୍ୟମରେ ମଧ୍ୟ ଏହି ସାପ କାତିକୁ ନେଇ […]
ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ୍ ୯ ସରକାରୀ କ୍ୱାର୍ଟର୍ସରୁ ଯୁବକଙ୍କ ମୃତଦେହ ଉଦ୍ଧାର। କ୍ୱାର୍ଟର୍ସରେ ଥିବା ପାଣିଟାଙ୍କିରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ବିଜୟ ରଂଜନ ଜେନା, ବୟସ ପ୍ରାୟ ୧୯ ବର୍ଷ। ପରିବାର ଲୋକଙ୍କ ସୂଚନା ଅନୁସାରେ, ଯୁବକଙ୍କ ମାନସିକ ରୋଗ ଥିଲା। ପୂର୍ବରୁ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ରୋଗ ଭଲ ହେବା ପରେ କିଛି ମାସ ତଳେ ସେ ଘରକୁ ଆସିଥିଲେ। ଆଜି ସକାଳେ ସେ କୌଣସି କାରଣରୁ […]
ନବରଙ୍ଗପୁର (ନବଘନ ବିଷୋୟୀ) : ଦୋକାନ ବାରଣ୍ଡାରେ ପ୍ରସବ କଲେ ଜଣେ ମହିଳା। ଆଜି ଏମିତି ହୃଦୟ ବିଦାରକ ଘଟଣା ନବରଙ୍ଗପୁର ଟାଉନ୍ରେ ଦେଖିବାକୁ ମିଳିଛି। ତେବେ ମେଡିକାଲ୍ରେ ପହଞ୍ଚିବା ପୂର୍ବରୁ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ରହିଛି। ନବରଙ୍ଗପୁର ଟାଉନ୍ ଘାଟିସାହିର ମୋନା ରାଓଙ୍କ ପତ୍ନୀ ରେସମା ଆଜି କୌଣସି କାମରେ ମାର୍କେଟ ଆସିଥିଲେ। ଏହି ସମୟରେ ସେ ପ୍ରସବ ଯନ୍ତ୍ରଣା ପାଇଥିଲେ। ସାଥୀରେ କେହି ନଥିବାରୁ ଆଉ […]
ବ୍ରହ୍ମପୁର(ଜଗନ୍ନାଥ ସାହୁ ) : ଜୁଆ ମାୟାଜାଲରେ ଗଞ୍ଜାମ ଜିଲ୍ଲାର ଅଧିକାଂଶ ଇଲାକା । କମ୍ ସମୟରେ ଅଧିକ ଧନ ପାଇବା ଲୋଭରେ ଶ୍ରାଦ୍ଧ ହେଉଛି ଲକ୍ଷ ଲକ୍ଷ ଟଙ୍କା। ବରବାଦ୍ ହେଉଛନ୍ତି ଶହ ଶହ ପରିବାର। ପୂଜା ସମୟରେ ପରମ୍ପରା ନାଁରେ ଜୁଆ ଭଳି ବେଆଇନ୍ କାର୍ଯ୍ୟ ଚାଲିଛି। ସେପଟେ ଗତ ୨ ମାସରେ ୨୦ରୁ ଅଧିକ ମାମଲାରେ ଶତାଧିକ ଜୁଆଡିଙ୍କୁ ବାନ୍ଧିଲାଣି ପୁଲିସ। ହେଲେ ନା ଜୁଆଡିଙ୍କୁ ଫରକ୍ ପଡ଼ୁଛି ନା ବନ୍ଦ ହେଉଛି […]
କଟକ : ଦାମ୍ପତ୍ୟ କଳହରୁ ଚରମ ନିଷ୍ପତ୍ତି ! ସ୍ତ୍ରୀ ଆଖି ସାମ୍ନାରେ ନଦୀକୁ ଡେଇଁ ପଡ଼ିଲେ ସ୍ୱାମୀ। କଟକ-ଭୁବନେଶ୍ୱର ଜାତୀୟ ରାଜପଥର କାଠଯୋଡ଼ି ନଦୀ ପୋଲ ଉପରେ ଆଜି ଦିନ ଦି’ପହରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏହାପରଠୁ ଯୁବକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳିନି। ଆଜି ଦିନ ପ୍ରାୟ ଗୋଟାଏ ହେବ। ନିଆଳି ଅଞ୍ଚଳର ଦେବବ୍ରତ ମହାପାତ୍ର ବାଇକ୍ରେ […]
ବଲାଙ୍ଗିର : ଟ୍ରକ୍ ଚାଳକଙ୍କୁ ହାବିଲଦାର ଲାଞ୍ଚ ମାଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ। ଏହି ଘଟଣାରେ କଣ୍ଟାବାଞ୍ଜି ଟାଉନ୍ ଥାନା ହାବିଲଦାର ସଂକୀର୍ତ୍ତନ ପଟେଲ ନିଲମ୍ବନ କରାଯାଇଛି। ଡିଜିଙ୍କ ନିର୍ଦ୍ଦେଶ କ୍ରମେ ହାବିଲଦାରଙ୍କୁ ନିଲମ୍ବନ କରିଛନ୍ତି ଡିଆଇଜି। ମୋ ସରକାର ଯୋଜନାର ସଠିକ ରୂପାୟନ ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଡିଜି କହିଛନ୍ତି। ହାବିଲଦାର ଲାଞ୍ଚ ମାଗିବା ବେଳର ଭିଡିଓ ଭାଇରାଲ ହୋଇଥିଲା। ଓଟିଭିରେ ଖବର ପ୍ରସାରଣ ପରେ ଡିଜି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସୂଚନା ଅନୁଯାୟୀ, […]
ଆଳି(ବନମାଲି ସାହୁ): ଜଣେ ନୀରିହ ନାବାଳିକାର ହୋଇଛି ଇଜ୍ଜତ୍ ଲୁଟ୍। ଏମିତି ଏକ ଅଭିଯୋଗ କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଞ୍ଚଳରୁ ଆସିଛି। ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଆଳି ଥାନାରେ ଅଭିଯୋଗ ହୋଇଛି। ଗତ ୬ତାରିଖ ଥିଲା ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା। ସବୁଠି ମା’ଙ୍କୁ ନେଇ ଆଧ୍ୟାତ୍ମିକ ପରିବେଶ। ଗୋଟିଏ ପଟେ ନାରୀଶକ୍ତିର ପୂଜା ଆରାଧନା ଚାଲୁଥିବା ବେଳେ ସେହି ରାତିରେ ସେହି ନାରୀ ଜାତିର ଜଣେ […]
ମାଲକାନଗିରି : 5-T ସଚିବ ଏବଂ ଟିମ୍ଙ୍କ ଗସ୍ତ ପୂର୍ବରୁ ମାଲକାନଗିରି ମେଡ଼ିକାଲରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ। ପାଣ୍ଡିଆନଙ୍କ ଗସ୍ତକୁ ଦେଖି ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ୍ ହତାରେ ଶୁଖାଇଥିବା ଲୁଗାପଟା ସବୁକୁ କେହି ଜଣେ ଫିଙ୍ଗିଦେଇଥିଲେ। ଗସ୍ତ ପୂର୍ବରୁ ପ୍ରସ୍ତୁତ ହୋଇନଥିବା ମେଡ଼ିକାଲ୍ର କେହି ଜଣେ କର୍ମଚାରୀ ମେଡ଼ିକାଲ୍ ପରିସରରେ ସ୍ୱଚ୍ଛତା ଦେଖାଇବାକୁ ଯାଇ ତୁରନ୍ତ ଏସବୁକୁ ଫିଙ୍ଗାଫୋପଡ଼ା କରିଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ତେବେ ସିଡ଼ିଏମ୍ଓ କହିଛନ୍ତି, ସେଭଳି କିଛି […]
ଭୁବନେଶ୍ୱର : ବିଜୟା ଦଶମୀ ସହ ସରିଛି ଶାରଦୀୟ ଦୁର୍ଗା ପୂଜା। ଏହାପରେ ସାରା ରାଜ୍ୟରେ ଚାଲିଛି ଭସାଣ ଉତ୍ସବ। ପାରମ୍ପରିକ ବାଦ୍ୟ ଓ ଭବ୍ୟ ଶୋଭାଯାତ୍ରାରେ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ମାଆଙ୍କୁ ମେଲାଣି ଦେଉଛନ୍ତି। ରାଜଧାନୀ ଭୁବନେଶ୍ୱରର ୩ଟି ସ୍ଥାନରେ ଅନୁଷ୍ଠିତ ହେବ ଭସାଣ ଶୋଭାଯାତ୍ରା । ନୟାପଲ୍ଲୀ, ସହିଦ ନଗର ପଡ଼ିଆ ଓ ଉତ୍ତର ଭୁବନେଶ୍ୱର ମେଳଣ ପଡ଼ିଆରୁ ସହରର ୫୪ଟି ମେଢ଼ ବିଭିନ୍ନ ରୁଟ୍ ଦେଇ ବିସର୍ଜନ ସ୍ଥଳକୁ ଯିବେ। ଭୁବନେଶ୍ୱର […]
ଉଦଳା : ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଅଭିଯୋଗ। ୬ଦିନ ପରେ ମିଳିଲା ମୃତଦେହ। ମୃତ ଦମ୍ପତି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସୀତାରାମ ସାହିର ବୋଲି ଜଣାପଡିଛି । କ୍ଷତାକ୍ତ ଓ ପଥରରେ ବନ୍ଧାଯାଇଥିବା ଅବସ୍ଥାରେ ଡ୍ୟାମ୍ରୁ ଉଦ୍ଧାର ହୋଇଛି ମୃତଦେହ। ହତ୍ୟା ଅଭିଯୋଗରେ ପୁଲିସ ମହୁଲପଙ୍ଖାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ତେବେ ଅନ୍ୟ ଜଣେ ଫେରାର ଥିବା ଜଣାପଡ଼ିଛି।
ନୂଆପଡା (ମାୟାଧର ସରାଫ) : ନୂଆପଡା ଜିଲ୍ଲା କୋମନା ଥାନା କାଣ୍ତେତରା ଗାଁରେ ରାବଣ ପୋଡି ପୂର୍ବରୁ ଅଘଟଣ ଘଟିଛି। ରାବଣ ପ୍ରତିକୃତି ପଡ଼ି ଜଣେ ୧୩ ବର୍ଷର ବାଳକ ଗୁରୁତର ଆହତ ହୋଇଛି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କାଣ୍ତେତରା ଗାଁରେ ରାବଣ ପୋଡ଼ି ଉତ୍ସବ ପାଇଁ ରାବଣ ତିଆରି କରାଯାଇ ଥିଲା। ରାବଣ ପୋଡି ଆୟୋଜନ ହେବାକୁ ଥିବା ପଡ଼ିଆକୁ ରାବଣର ପ୍ରତିକୃତିକୁ ଏକ ଟ୍ରାକ୍ଟରରେ ନିଆଯାଉଥିଲା। ତେବେ ହଠାତ୍ ରାବଣର […]
କେନ୍ଦ୍ରାପଡ଼ା : ନଦୀତୁଠରେ କୁମ୍ଭୀର ଆତଙ୍କ । କେତେବେଳେ କୂଳରୁ ଟାଣିନେଉଛି ମଝି ନଈକୁ, ତ ଆଉ କେତେବେଳେ କ୍ଷତବିକ୍ଷତ କରୁଛି ମଣିଷକୁ। କେନ୍ଦ୍ରାପଡ଼ା ଇନ୍ଦୁପୁର ଗାଁର ସର୍ବେଶ୍ୱର ଜେନା ସବୁଦିନ ଭଳି ଗତ ରବିବାର ଗାଈ ଚରାଇ ବିରୂପା ନଦୀ ଭିତର ଦେଇ ଫେରୁଥିଲେ । କିନ୍ତୁ ମଝି ନଈରେ ସର୍ବେଶ୍ୱରଙ୍କ ଗୋଡକୁ ଟାଣିନେଇଥିଲା କୁମ୍ଭୀର । କିଛି ସମୟ ପାଣି ଭିତରେ ଚାଲିଲା କୁମ୍ଭୀର ସହ ଲଢ଼େଇ । ଶେଷରେ ଏକ ଗାଈର ଲାଞ୍ଜକୁ […]
ଭୁବନେଶ୍ୱର/କଟକ : କେଉଁଠି ଦହି ପଖାଳ, ତ’ କେଉଁଠି ସିନ୍ଦୂର ଖେଳ। କେଉଁଠି ଲାଖ ବିନ୍ଧା ତ’ କେଉଁଠି ବାଡ଼ି ଓ ଖଣ୍ଡା ବୁଲା ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ବିଜୟ ଦଶମୀରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ବିବିଧ ପରଂପରାର ଝଲକ । ଅସତ୍ୟ ଉପରେ ସତ୍ୟର ଓ ଅଧର୍ମ ଉପରେ ଧର୍ମର ବିଜୟକୁ ସମସ୍ତେ ଉତ୍ସାହର ସହ ନିଜ ନିଜ ଢଙ୍ଗରେ ପାଳିଥିଲେ ବି, ମନରେ ଲୁଚି ରହିଥିଲା ମା’ଙ୍କୁ ମେଲାଣି ଦେବାର ଦୁଃଖ। […]
ଭୁବନେଶ୍ୱର : ଶାରଦୀୟ ପୂଜାର ଆଜି ଅନ୍ତିମ ଦିନ। ବିଦାୟ ନେବେ ମା’। ବାଜା ବାଣ ପଟୁଆରରେ ଅନୁଷ୍ଠିତ ହେବ ଭସାଣ ଉତ୍ସବ। ଏଥିପାଇଁ ଚାଲିଛି ପ୍ରସ୍ତୁତି। ଐତିହାସିକ ସହର କଟକ ଦେବିଗଡା ଘାଟରେ ନିର୍ମାଣ ହେଉଛି ଅସ୍ଥାୟୀ ପୋଖରୀ। ଏହାସହ ରାସ୍ତା, ଲାଇଟ୍ ବ୍ୟବସ୍ଥା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦେବଗଡ଼ାରେ ସମୁଦାୟ ୩ଟି ଅସ୍ଥାୟୀ ପୋଖରୀ ତିଆରି କରାଯାଇଛି। ବୁଧବାର ସକାଳେ ଭସାଣ ଉତ୍ସବ ଅନୁଷ୍ଠିତ ହେବ। ପୂଜା କମିଟି ସଦସ୍ୟମାନେ ପଟୁଆରରେ ମାଆଙ୍କୁ […]
ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାରେ ପୁଣି ଲଜ୍ଜା। ଜଣେ ୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଏହି ଘଟଣାରେ ଅଭିଯୁକ୍ତ ଆକାଶ କୁମୁରାକୁ ଗିରଫ କରିଛି ବ୍ରଜରାଜନଗର ପୁଲିସ। ଆକାଶ ପିଜୁଳି ଦେବାକୁ କହି ଉକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ପରେ ନାବାଳିକା ନିଜ ଘରକୁ ଆସି ସବୁ କଥା କହିବା ପରେ ପରିବାର ଲୋକେ ବ୍ରଜରାଜନଗର ଥାନାରେ ଅଭିଯୋଗ କରିଥିଲେ। ବ୍ରଜରାଜନଗର ପୁଲିସ ପକ୍ସୋ ଆଇନ ଅନୁସାରେ ମାମଲା ରୁଜୁ କରି ତଦନ୍ତ କରୁଛି।
ପାରାଦୀପ: ମହାନଦୀ ମୁହାଣରେ ଟ୍ରଲର ବୁଡ଼ି ୩ ନିଖୋଜ। ନେହରୁ ବଙ୍ଗଳା ନିକଟ ମୁହାଣରେ ବୁଡ଼ିଗଲା ମାଛଧରା ଟ୍ରଲର। ମାଛଧରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ୨ ଉଦ୍ଧାରସହ ୩ ନିଖୋଜ ଅଛନ୍ତି। ପାଖ ଟ୍ରଲରରେ ଥିବା ମତ୍ସ୍ୟଜୀବୀ ୨ ଜଣଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି। ମୁହାଣରେ ମେରାଇନ ପୁଲିସ ଓ ଅନ୍ୟ ମତ୍ସ୍ୟଜୀବୀଙ୍କ ତଲାସୀ ଜାରି ରହିଛି।
ସୋନପୁର : ଏକାଥରକେ ୪ଟି ସନ୍ତାନ ଜନ୍ମ ଦେଲେ ମହିଳା। ତେବେ ପୂର୍ଣ୍ଣ ବିକଶିତ ହୋଇନଥିବାରୁ ସମସ୍ତ ନବଜାତ ସନ୍ତାନଙ୍କ ମୃତ୍ୟୁ ଘଟିଛି। ସୁବର୍ଣ୍ଣପୁର ଜିଲ୍ଲା ଝିଙ୍କି ଗାଁର ମିନତି ମୁଣ୍ଡା ଆଜି ସକାଳୁ ୨ଟି ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ପୁର୍ନବାର ଯନ୍ତ୍ରଣା ହେବାରୁ ତାଙ୍କୁ ସୋନପୁର ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ସେ ଆଉ ୨ଟି ସନ୍ତାନକୁ ଜନ୍ମ ଦେଇଥିଲେ। ପ୍ରିମେଚ୍ୟୁର୍ ଡେଲିଭରି ଯୋଗୁଁ ଶିଶୁମାନେ ମୃତ୍ୟୁ ବରଣ କରିଥିବା ବେଳେ ମାଆ ସୁସ୍ଥ […]
ଢେଙ୍କାନାଳ : କମୁନି ଦୁଷ୍କର୍ମ ବ୍ୟାଧି । ଦିନକୁ ଦିନ ଏହା କାୟା ମେଲୁଛି। ଏମିତି ଏକ ଖବର ଆସିଛି ଢେଙ୍କାନାଳରୁ। ମୋଟଙ୍ଗା ଥାନା ଅଞ୍ଚଳରେ ଜଣେ ବିବାହିତ ମହିଳାଙ୍କୁ ଗଣ ଦୁଷ୍କର୍ମ ହେବାର ଅଭିଯୋଗ ଆସିଛି। ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ମହିଳାଜଣଙ୍କ ଘରେ ଥିବାବେଳେ ତିନି ଜଣ ଯୁବକ ଦୁଷ୍କର୍ମ କରିଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଛି। ମହିଳାଙ୍କ ସ୍ୱାମୀ ଘରେ ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏଭଳି ଗଣଦୁଷ୍କର୍ମ କରିଛନ୍ତି। […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ମୃତ୍ୟୁ ସତରେ ଏମିତି ବି ଆସିପାରେ । ଜେରକ୍ସ କରି ସାଇକେଲରେ ଘରକୁ ଫେରୁଥିଲେ ଜଣେ ଯୁବକ। ରାସ୍ତାରେ ବର୍ଷା ଓ ବଜ୍ରପାତ ଆରମ୍ଭ ହେଲା। ଫଳରେ ସେହି ରାସ୍ତାରେ ଚାଲିଗଲା ଯୁବକଙ୍କ ଜୀବନ। ଆଜି ଅପରାହ୍ନରେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଘଟିଛି ଏଭଳି ହୃଦୟବିଦାରକ ଘଟଣା । ସୂଚନା ମୁତାବକ ,ମନମେନ ପଞ୍ଚାୟତ ବରେଇଗଡ଼ା ଗାଁର ରାହୁଲ ଗୌଡ଼ ଜେରକ୍ସ କରିବା ପାଇଁ ସାଇକେଲ୍ରେ ଯାଇଥିଲେ। ଜେରକ୍ସ କରି ଘରକୁ ଫେରୁଥିବା […]
ବ୍ରହ୍ମପୁର(ଅଶୋକ ବ୍ରହ୍ମା/ଜଗନ୍ନାଥ ସାହୁ) : ପୁଣି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ଆସିଛି ଛାତିଥରା ଖବର। ଗୁଣିଗାରେଡ଼ି ସନ୍ଦେହରେ ୬ ଜଣ ବୃଦ୍ଧଙ୍କୁ ଘରେ ବାନ୍ଧି ରଖି ଅକଥନୀୟ ନିର୍ଯାତନା ଦେବା ସହ ଦାନ୍ତ ଭାଙ୍ଗି ବିଷ୍ଠା ଖୁଆଇଛନ୍ତି ଗାଁ ଲୋକେ। ଗଞ୍ଜାମ ଚିକିଲି ପଞ୍ଚାୟତର ଗୋପପୁର ଗାଁରୁ ଆସିଛି ଏଭଳି ଅଭିଯୋଗ। ସେମାନଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ୨୯ ଜଣଙ୍କୁ ଗିରଫ କରିଛି। ସବୁଠୁ ବଡ଼ କଥା […]
ଭୁବନେଶ୍ୱର : ଆରମ୍ଭ ହେଲା ‘ମୋ ସରକାର’ କାର୍ଯ୍ୟକ୍ରମ। ୧୫ ମିନିଟ୍ ବ୍ୟବଧାନରେ ଉଭୟ ଥାନା ଓ ହସ୍ପିଟାଲରୁ ଆରମ୍ଭ ହୋଇଛିଏହି କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପହଞ୍ଚି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରତିଦିନ ହସପିଟାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ଫୋନ ନମ୍ବର ‘ମୋ ସରକାର’ ପୋର୍ଟାଲରେ ପଂଜୀକରଣ ହେବ। ଏମାନଙ୍କ ଭିତରୁ କିଛି ରୋଗୀଙ୍କ ମୋବାଇଲ ନମ୍ବରରେ ସିଧା ମୁଖ୍ୟମନ୍ତ୍ରୀ କଥା ହୋଇ ଫିଡ୍ବ୍ୟାକ୍ ନେବେ । ସେମିତି ସହିଦ […]
ଭୁବନେଶ୍ୱର : ରୋଷେଇରେ ବ୍ୟବହାର ହୋଇ ବଳକା ତେଲକୁ ବାହାରେ ଫିଙ୍ଗିବା କିମ୍ବା ସେହି ତେଲକୁ ବାରମ୍ୱାର ରୋଷେଇ ଖାଦ୍ୟରେ ବ୍ୟବହାର କରିବା ହାନିକାରକ ଅଟେ। ତେଣୁ ନିଜେ ସଚେତନ ହେବା ସହ ବ୍ୟବହୃତ ରୋଷେଇ ତେଲକୁ ସଂଗ୍ରହ କରିବା ଲାଗି “ରୁକୋ” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ପକ୍ଷରୁ ଭୁବନେଶ୍ୱର ଠାରେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ ହୋଇଛି। ଓଡ଼ିଶାରେ ଭୁବନେଶ୍ୱର, କଟକ ଏବଂ ପୁରୀରେ ଏହି ରୁକୋ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। […]
ସୁନ୍ଦରଗଡ଼ : ପୁରୁଣା ପ୍ରଫେସନକୁ ଫେରିଲେ ପୂର୍ବତନ ବିଧାୟକ ପ୍ରଫୁଲ ମାଝି। ରାଜନେତାରୁ ସେ ଏବେ ଲୋକଙ୍କ ପାଇଁ ପୁଣି ପାଲଟିଯାଇଛନ୍ତି ଡାକ୍ତର। ତିନି ତିନି ଥରର ବିଧାୟକ ହୋଇଥିବା ପ୍ରଫୁଲ ଏବେ କାନରେ ଷ୍ଟେଥୋ ଲଗାଇ ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ନିଜର ପୁରୁଣା ପ୍ରଫେସନକୁ ଫେରିଥିବାରୁ, ରାଜନୀତିରୁ ସେ ସନ୍ୟାସ ନେଇଥିବା ଚର୍ଚ୍ଚା ହେଉଛି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୁକ୍ତି ଭିତ୍ତିକ ନିଯୁକ୍ତି ପାଇ ତଳସରା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ସେ […]
ନବରଙ୍ଗପୁର : ଏମିତି ସେ ସ୍ୱାମୀ । ଜଣଙ୍କୁ ବିବାହ କରି ପୁଣି ଆଉ ଜଣକୁ ବାହା ହେଲେ । ପ୍ରଥମେ ମିଛ କହି ଅନ୍ୟ ଧର୍ମର ମହିଳାଙ୍କୁ ବିବାହ କଲେ। ପରେ ପ୍ରଥମ ସ୍ତ୍ରୀଙ୍କ ସହ ମିଶି ଦ୍ୱିତୀୟ ପତ୍ନୀଙ୍କୁ ଅକଥନୀୟ ନିର୍ଯାତନା ଦେଲେ। ଏମିତି ଅଭିଯୋଗ ହୋଇଛି। ଏହି ଘଟଣା ଘଟିଛି ନବରଙ୍ଗପୁରରେ। କୌଣସି ସାଧାରଣ ପରିବାରରେ ଘଟିନି ଏ ଅଘଟଣ। ନିଜ ପତ୍ନୀଙ୍କୁ ନିର୍ଯାତନା ଦେଇ ବିବାଦକୁ ଆସିଛନ୍ତି ଜଣେ ଜଙ୍ଗଲ ବିଭାଗ […]
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ୭ଟି ବାର୍ ରଦ୍ଧ । ଆବଶ୍ୟକ ଫାୟାର ଏନ୍ଓସି ସାର୍ଟିଫିକେଟ୍କୁ ରଦ୍ଦ କରିଛନ୍ତି ଡିଜି ପୁଲିସ୍। ତ୍ରୁଟିପୂର୍ଣ୍ଣ ଫାଏର ସେଫ୍ଟି ସାର୍ଟିଫିକେଟ୍ ଥିବା ଅଭିଯୋଗରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ବିକେ ଶର୍ମା। ଏବେ ଏହି ୭ଟି ଡ୍ୟାନ୍ସ ବାର୍ ପୁଣି ଥରେ ଆବେଦନ କରିପାରିବେ। ଫାୟାର ମାନଦଣ୍ଡ ଆଧାରରେ ଆବେଦନ କଲା ପରେ ତାଙ୍କୁ ସାର୍ଟିଫିକେଟ୍ ମିଳିପାରିବ ବୋଲି ଡିଜି ବିକେ ଶର୍ମା ସୂଚନା ଦେଇଛନ୍ତି। ଫେବୃୟାରୀ ୬, ୨୦୧୮ରେ […]