ଭଞ୍ଜନଗର (ରାଜେଶ ପଣ୍ଡା): ଘରକୁ ଫେରୁଥିବା ବେଳେ ୩ ଜଣଙ୍କୁ ଚାହା ପିଆଇ ଲୁଟିନେଲେ ଅଟୋ ଚାଳକ। ପରେ ସେମାନଙ୍କୁ ସଜ୍ଞାହୀନ ଅବସ୍ଥାରେ ପାହାଡ ତଳେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଆଜି ଭୋରୁ ସମୟରେ ଏପରି ଘଟଣା ଗଞ୍ଜମ ଜିଲ୍ଲାରେ ଘଟିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଜଗନ୍ନାଥପ୍ରସାଦ ବ୍ଲକ୍ ଗଣ୍ଡାଧର ଗାଁର ଚନ୍ଦନ ନାୟକ, ଚକୁ ଗୌଡ଼ ଓ କୁଶପଲ୍ଲି ଗାଁର ବୁଲୁ ନାୟକ ଗତକାଲି ସୁରତରୁ ଘରକୁ ଫେରୁଥିଲେ। […]
ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ। ଜଣେ କଲେଜ ଛାତ୍ରୀକୁ ଉଠାଇ ନେଇ ଦୁଷ୍କର୍ମ ଉଦ୍ୟମ । ୟୁନିଟ୍-୧ ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ ଛାତ୍ରୀ ଜଣକ ଏହି ଅଞ୍ଚଳରେ ରହୁଥିଲେ । ଅଭିଯୁକ୍ତ ଜଣକ ତାଙ୍କୁ ଆଗରୁ ମଧ୍ୟ ପିଛା କରି ବହୁ ସମୟରେ ଅଶ୍ଲୀଳ ଇଙ୍ଗିତ କରୁଥିଲା । ଗତ ରାତିରେ ସେ ବାହାରକୁ ଆସିଥିବା ଅଭିଯୁକ୍ତ ତାଙ୍କ ପାଟିକୁ ହାତରେ ଚାପି ଧରି ଉଠାଇ ନେବା ସହିତ ଦୁଷ୍କର୍ମ ଉଦ୍ୟମ କରିଥିଲା […]
ନୀଳଗିରି (ବିଶ୍ୱମ୍ୱର ଦାସ): ଗତକାଲି ଥିଲା ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଜନ୍ମଦିନ। ସେଥିପାଇଁ ସେ ରାମନ୍ଦିରକୁ ଯାଇଥିଲେ। ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେବା ପରେ ସେଠାରେ ଆୟୋଜିତ ହେଉଥିବା ସଂକୀର୍ତ୍ତନରେ ସାମିଲ୍ ହୋଇଥିଲେ। ମୃଦଙ୍ଗ, ଝାଞ୍ଜ ଓ ଗିନି ସହ ତାଳ ଦେଇ ସଂକୀର୍ତ୍ତନ ଦଳ ସହିତ ସେ ନାଚିଥିଲେ। ପୂରା ଭକ୍ତି ଭାବରେ ସେ ନିମଗ୍ନ ହୋଇଯାଇ ଥିଲେ। ପରେ ସେ ମିତ୍ରପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ନିଜ ଜନ୍ମଦିନରେ ଆୟୋଜିତ ରକ୍ତଦାନ […]
ଭୁବନେଶ୍ୱର : ବହୁଚର୍ଚ୍ଚିତ ଅଯୋଧ୍ୟା ବିବାଦ ସମାଧାନରେ ବି ରହିଛି ଓଡ଼ିଶା ଲିଙ୍କ୍। ରାଜ୍ୟର ୩ଟି ଭିନ୍ନ ଭିନ୍ନ ମାମଲାର ରାୟକୁ ଉଦାହରଣ ଭାବେ ଦର୍ଶାଇଛନ୍ତି ସୁପ୍ରିମକୋର୍ଟ। କଣ ସେ ମାମଲା ଓ ଏହା ଆଧାରରେ କି ଯୁକ୍ତି ଦର୍ଶାଇଛନ୍ତି କୋର୍ଟ ତାକୁ ନେଇ ଆସନ୍ତୁ ଜାଣିବା। ଦୀର୍ଘ ଦଶନ୍ଧିର ଅଯୋଧ୍ୟା ମାମଲା ସମାଧାନ ଲାଗି ଓଡ଼ିଶା ସଂପର୍କିତ ୩ଟି ମାମଲାକୁ ଉଦାହରଣ ଭାବେ ଉଲ୍ଲେଖ କରିଛନ୍ତି ସୁପ୍ରିମକୋର୍ଟ। ପୁରୀ ଏମାର୍ ମଠର ଇତିହାସ ଓ ଏହା […]
ଭୁବନେଶ୍ୱର : ବୁଲ୍ବୁଲ୍ ପଞ୍ଝାରେ ବରବାଦ ଫସଲ। ବୁଡ଼ିଗଲା ବର୍ଷକର ଦାନାପାଣି। ଭାଙ୍ଗିଗଲା ଚାଷୀର ମେରୁଦଣ୍ଡ। ଭଦ୍ରକରୁ ବାଲେଶ୍ୱର, କେନ୍ଦ୍ରାପଡ଼ାରୁ ଜଗତସିଂପୁର, ବାତ୍ୟା ଫେରିଯିବା ପରେ ଏବେ ଚାରିଆଡ଼େ ଖାଲି ଉଜୁଡ଼ା କ୍ଷେତର ଚିତ୍ର। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ଚାଷୀ ଶ୍ରୀନିବାସ ଦାସ। କାଳେ କିଛି ବଞ୍ଚିଯିବ, ସେଥିପାଇଁ ପାଣି କାଟି ଚାଲିଥିଲେ ବିଲ ମଝିରେ । ହେଲେ ସବୁ ଉଦ୍ୟମ ଶୂନ୍ । ଧାରକରଜ କରି ଫଳାଇଥିବା ଫସଲ ଲୋଟିପଡିଛି ପାଣି ଭିତରେ । […]
କଟକ : ନୂଆ ରୂପରେ ଅନୁଷ୍ଠିତ ହେବ କଟକର ଐତିହାସିକ ବାଲିଯାତ୍ରା। ପ୍ରଥମ ଥର ପାଇଁ ପଥଉତ୍ସବ ସହ ବୋଟିଂର ମଜା ନେବେ ଦର୍ଶକ। ଷ୍ଟଲ ବୁଲା ସାଙ୍ଗକୁ ଶୁଣିବାକୁ ମିଳିବ ବଲିଉଡ୍ କଣ୍ଠଶିଳ୍ପୀଙ୍କ ସ୍ୱର। ଆଉ ମାତ୍ର ଦୁଇ ଦିନର ଅପେକ୍ଷା। ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ସର୍ବବୃହତ ଏହି ବାଣିଜିକ୍ୟ ମହାକୁମ୍ଭ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ନୂଆ ରୂପରେ ବାଲିଯାତ୍ରା […]
ପୁରୀ : ପୁରୀ ତାଳବଣିଆ ଥାନା ଅର୍ନ୍ତଗତ ସିପସରୁବାଲି ମୌଜା ନିକଟ ଏକ ଜଙ୍ଗଲରୁ କଟାମୁଣ୍ଡ ଉଭାନ ଘଟଣାକୁ ଗୁରୁତର ସହ ନେଇଛି ତାଳବଣିଆ ପୁଲିସ। ତାଳବଣିଆ ଥାନା ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଜଙ୍ଗଲ ପରିସରରେ ପଡିଥିବା ଦୁଇଟି ହାଡ, ଏକହଳ ଚପଲ ସହ ମଦବୋତଲ ଆଦି ଜବତ କରି ତଦନ୍ତ ଆରମ୍ଭ କରିଛି ପୁଲିସ। ବିଶେଷ କରି ସାଇଣ୍ଟିଫିକ୍ ଟିମ୍ ଦୁଇଟି ହାଡକୁ ନେଇ ଅଧିକ ତଦନ୍ତ […]
ମୁନିଗୁଡ଼ା (ନନ୍ଦକିଶୋର ପଟ୍ଟନାୟକ) : ଦୁଇମାସରୁ ଉର୍ଦ୍ଧ୍ୱ ଦିନ ହେବ ହଷ୍ଟେଲରେ ନାହିଁ ବିଦ୍ୟୁତ ସଂଯୋଗ। ବାଧ୍ୟ ହୋଇ ପିଲାମାନେ ଲଣ୍ଠନ ଏବଂ ଚାର୍ଜ ଲାଇଟରେ ପାଠ ପଢୁଥିବା ଅଭିଯୋଗ ହୋଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁନିଗୁଡ଼ା ବ୍ଲକ କୁମୁଡାବାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ଆଦିବାସୀ ହଷ୍ଟେଲରେ। ଏନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଥିବାବେଳେ ଉଚ୍ଚପଦସ୍ଥ ଅଧିକାରିଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କେହି ଶୁଣୁ ନଥିବା କହିଛନ୍ତି ପ୍ରଧାନ ଶିକ୍ଷକ। କୁମୁଡାବାଲି ସରକାରୀ ପ୍ରାଥମିକ […]
ତେଲକୋଇ : ପୁଣି ସାମ୍ନାକୁ ଆସିଲା ଅବହେଳାର ଚିତ୍ର। ରାସ୍ତା ନଥିବାରୁ ଜଣେ ପ୍ରସୂତୀଙ୍କୁ ଟୋକେଇରେ ବୋହି ଆଣିଲେ ପରିବାର ଲୋକେ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ତମାଙ୍ଗ ଗାଁରେ। ଗାଁଟି ପାହାଡ଼ ଉପରେ ଥିବାବେଳେ ରାସ୍ତା ନଥିବାରୁ ତମାଙ୍ଗ ଗାଁର ରାଜେଶ ପଧାନ ଓ ଗ୍ରାମବାସୀ ସ୍ତ୍ରୀ କଷି ପଧାନଙ୍କୁ ସାଢେ ୩ କି.ମି ପାହାଡ଼ ତଳକୁ ଟୋକେଇରେ ଆଣିବା ପରେ ସେଠାରୁ ଆମ୍ବୁଲାନ୍ସରେ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତେବେ […]
ରାଉରକେଲା : ରାଉରକେଲାରୁ ଆସିଛି ଏକ ଅଘଟଣର ଖବର। ରଘୁନାଥପାଲି ଥାନା ଅନ୍ତର୍ଗତ କୋଏଲ ନଗର ଅଞ୍ଚଳରେ ଏକ ଖୋଲା ସେପ୍ଟି ଟାଙ୍କିରେ ବୁଡ଼ି ଜଣେ କେଜି ୨ରେ ପାଠ ପଢ଼ୁଥିବା ୫ ବର୍ଷ ଶିଶୁର ମୃତ୍ୟୁ ଘଟିଛି । କୋଏଲ୍ ବ୍ୟାଙ୍କ ଅଂଚଳର ଶିଶୁ ଅନିଷ ସାହୁ ଆଜି ସକାଳୁ ହିଁ ନିଖୋଜ ଥିଲା। ବହୁ ଖୋଜା ଖୋଜି କଲାପରେ ଅପରାହ୍ନରେ ପରିବାର ବର୍ଗ ଅନିଷର ମୃତ ଦେହ ଟାଙ୍କି ଭିତରୁ ଉଦ୍ଧାର କରିଥିଲେ । […]
ଭଦ୍ରକ : NDRF ଟିମ୍ ହେଡ଼୍ ମନୋରଞ୍ଜନ ପ୍ରସାଦଙ୍କ ଅବସ୍ଥା ଗୁରୁତର । ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ମନୋରଞ୍ଜନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସୂଚନା ମୁତାବକ ,ବାତ୍ୟା ବୁଲ୍ବୁଲ୍ରେ ଭଦ୍ରକ ନାୟକଣିଡିହ ପୁଲିସ ଷ୍ଟେସନ୍ରେ ଗଛ ଭାଙ୍ଗି ପଡିଥିଲା। ଏନ୍ଡିଆର୍ଏଫ୍ ଟିମ୍ ଆସି ଗଛ ଗୁଡିକ କାଟି ସଫା କରୁଥିବା ବେଳେ ହଠାତ୍ ମନୋରଞ୍ଜନଙ୍କ ମୁଣ୍ଡ ଉପରେ LT ଖୁଣ୍ଟି ଭାଙ୍ଗି ପଡିଥିଲା। ଆଜି ସଙ୍କଟାପନ୍ନ ଅବସ୍ଥାରେ ଏସ୍ସିବିରେ ଭର୍ତ୍ତି କରାଯାଇଛି। […]
ବଣାଇ(ରଣଜିତ ଚୌଧୁରୀ): ଏନ୍ସିସି ଶିକ୍ଷକ ଅତ୍ୟଧିକ ବ୍ୟାୟାମ କରାଇବାରୁ ଛାତ୍ର ଅସୁସ୍ଥ ହୋଇ ମୃତ୍ୟୁମୁଖରେ ପଡ଼ିଥିବା ଅଭିଯୋଗ। ଏହା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ତଳୁ କଢ଼ା ଯାଇଛି ପୋତାଯାଇଥିବା ଛାତ୍ରଙ୍କ ମୃତଦେହ। ପୁଲିସ ଏହାର ତଦନ୍ତ କରୁଛି। ଏହି ଘଟଣା ହେଉଛି ସୁନ୍ଦରଗଡ଼ ଜିଲ୍ଲା ବଣାଇର ରାଜା ଧରଣୀଧର ସ୍କୁଲର। ଅଭିଯୋଗ ଅନୁସାରେ ଦଶମ ଶ୍ରେଣୀ ଛାତ୍ର ମୁରଲୀ ଭୂମିଜକୁ ଏନ୍ସିସି ଶିକ୍ଷକ ଅଧିକ ବ୍ୟାୟାମ କରାଇବା ପରେ ମୁରଲୀ ଗତ ୨୩ ତାରିଖରେ ଅସୁସ୍ଥ […]
ଭୁବନେଶ୍ୱର : ରାଜ୍ୟ ପଞ୍ଚାୟତିରାଜ, ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଆଜି ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ଦକ୍ଷତା ବିକାଶ ଓ ଔଦ୍ୟୋଗିକ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେଙ୍କ ଠାରୁ ଶ୍ରୀ ଜେନା ଏହି ପୁରସ୍କାର ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶ୍ରୀ ଜେନା ଦାୟିତ୍ୱ ନିର୍ବାହ କରିଛନ୍ତି। ସେ […]
ଭୁବନେଶ୍ୱର : ଭୟଙ୍କର ରୂପ ନେଉଛି ବାତ୍ୟା ‘ବୁଲ୍ବୁଲ୍’। ଏବେ ଦୀଘାରୁ ୮୦ କିମି ଦୂରରେ ଗତି କରୁଛି। ଘଣ୍ଟାକୁ ୮ରୁ ୯କିମି ଗତିରେ ଆଗକୁ ବଢୁଛି। ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ଆଜି ରାତିରେ ରାତି ୭ଟାରୁ ୧୧ଟା ମଧ୍ୟରେ ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ଲ୍ୟାଣ୍ଡଫଲ୍ କରିବ। ଏନେଇ ସୂଚନା ଦେଇଛନ୍ତି ଏସ୍ଆର୍ସି ପ୍ରଦୀପ ଜେନା। ବାତ୍ୟା ‘ବୁଲ୍ବୁଲ୍’ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି। ପ୍ରବଳ ବେଗରେ ପବନ […]
ଆଳି : ବାତ୍ୟା ବୁଲବୁଲ ପ୍ରଭାବରେ ଘରର ଆଜବେଷ୍ଟସ ଭାଙ୍ଗି ଉପରେ ପଡିବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ଅଘଟଣ ଘଟିଛି । ସୂଚନା ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଗଜରାଜପୁର ଗାଁର ୭୦ବର୍ଷୀୟ ବୃଦ୍ଧ ଗଣେଶ୍ୱର ମଳିକଙ୍କ ମୃତ୍ୟୁ ଘଟିଛି। ସକାଳ ୮ଟାରେ ଗଣେଶ୍ୱର ଘରେ ଶୋଇଥିବା ବେଳେ ହଠାତ୍ ପବନରେ ଏକ ଆଜବେଷ୍ଟସ ଉଡ଼ି ଆସି ତାଙ୍କ ଉପରେ ପଡିଥିଲା। ଘଟସ୍ଥଳରେ ହିଁ ତାଙ୍କର ମୃତ୍ୟୁ […]
ଭୁବନେଶ୍ୱର : ଓଟିଭି ପ୍ରତିନିଧିଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାରକୁ ନେଇ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଧାଡିକିଆ ଉତ୍ତର ଦେଇ କହିଛନ୍ତି, ନିଶ୍ଚିତ ଦୃଷ୍ଟି ଦେବି। ଗତକାଲି ସାଂସଦଙ୍କ ବିରୋଧରେ ୨୪ ଘଣ୍ଟା ଭିତରେ କାର୍ଯ୍ୟାନୁଷ୍ଠାନ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୃହସଚିବଙ୍କୁ ସ୍ମାରକପତ୍ର ଦେଇଥିଲେ ଗଣମାଧ୍ୟମ ପ୍ରତିନିଧି। ଏହାପରେ କେନ୍ଦ୍ରାପଡ଼ା ଓଟିଭି ପ୍ରତିନିଧି ମନୋଜ ସ୍ୱାଇଁଙ୍କ ଅଭିଯୋଗ ଆଧାରରେ ସାଂସଦଙ୍କ […]
କଟକ : ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ। ହାଇକୋର୍ଟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଆଜି ଶପଥ ଉତ୍ସବ ଆୟୋଜିତ ହୋଇଥିଲା। ଗୃହ ସଚିବ ପ୍ରଥମେ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ନିଯୁକ୍ତି ପତ୍ର ପାଠ କରିବା ପରେ ମୁଖ୍ୟ ବିଚାରପତି କେ.ଏସ୍ ଜାଭେରୀ ଜଷ୍ଟିସ୍ ରାଉତରାୟଙ୍କୁ ଶପଥ ପାଠ କରାଇଥିଲେ। ଏବେ ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୫ରେ ପହଞ୍ଚିଛି। ଆଜିର ଉତ୍ସବରେ ହାଇକୋର୍ଟର ବିଚାରପତି, ଅବସରପ୍ରାପ୍ତ ବିଚାରପତି, ସ୍ୱତନ୍ତ୍ର […]
ଭୁବନେଶ୍ୱର : ବାତ୍ୟା ‘ବୁଲବୁଲ’କୁ ନେଇ ଛାନିଆ ଉପକୂଳ ଓଡ଼ିଶା। ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ୯ଟି ଜିଲ୍ଲାର ସମୁଦ୍ରକୂଳିଆ ଗାଁ ଓ ସହରରେ ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିଛି ଜିଲ୍ଲା ପ୍ରଶାସନ। ବିପର୍ଯ୍ୟୟ ବେଳେ ଲୋକଙ୍କ ପାଖରେ ତୁରନ୍ତ ପହଞ୍ଚିବା ପାଇଁ ଯଥା ସମୟ ପୂର୍ବରୁ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ସାରିଲେଣି ଓଡ୍ରାଫ୍ ଓ ଏନ୍ଡିଆର୍ଏଫ୍ ଟିମ୍। ଦରକାର ପଡ଼ିଲେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ଯୋଜନା ହେଉଥିବା ବେଳେ ଧନଜୀବନ ଓ ଅମଳ […]
ଭୁବନେଶ୍ୱର : ଦୁଃଖ ପ୍ରକାଶ ଆଳରେ ଅନୁଭବଙ୍କ ଧମକ। OTV ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ଦୁଃଖ ପ୍ରକାଶ ଆଳରେ ଧମକ ଦେଇଛନ୍ତି ସାଂସଦ ଅନୁଭବ ମହାନ୍ତି। ଏକ ଭିଡିଓ ରିଲିଜ୍ ଜରିଆରେ ଧମକ ଦେଇ ଅନୁଭବ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ଦୁଃଖ ପ୍ରକାଶ କରିଛନ୍ତି। ୧ ମିନିଟ ୨୪ ସେକେଣ୍ଡ ଅବଧିର ଏହି ଭିଡିଓରେ ୩ଟି କଟ୍ ଥିବା ବେଳେ ସେ କହିଛନ୍ତି, OTV ସାମ୍ବାଦିକଙ୍କ ପ୍ରତି ଘଟଣା ମୋତେ ବ୍ୟଥିତ କରିଛି। ଏହା ଉଦ୍ଦେଶ୍ୟମୂଳକ ନଥିଲା। […]
ଭୁବନେଶ୍ୱର : ଏକ ବଡଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ଫ୍ଲାଇଟ୍ । ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟର ବାମ ପଟେ ଲାଗିଯାଇଥିଲା ନିଆଁ ଫଳରେ ରାୟପୁରରେ ଜରୁରୀକାଳିନ ଅବତରଣ କରିଥିଲା ବିମାନ। ଏକ ନିଶ୍ଚିତ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ପାଇଲଟ୍ ନିଆଁ ଲାଗିଥିବା ଖବର ଜାଣିବା ପରେ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ସତର୍କତାର ସହ ବିମାନକୁ ଅବତରଣ କରିଛନ୍ତି। ସୂଚନା ଅନୁଯାୟୀ, ଫ୍ଲାଇଟରେ ବିଶ୍ୱଜିତ ବେହେରା ନାମକ ଜଣେ ଯାତ୍ରୀ […]
ବାରିପଦା (ମାଣିକଲାଲ୍ ପାଣି) : ଗହଣା କିଣିବା ବାହାନାରେ ଦୋକାନରେ ପଶିଲେ। ପରେ ଦୋକାନ ମାଲିକଙ୍କ ଉପରକୁ ଗୁଳି କଲେ ଓ ତାଙ୍କ ପୁଅ ଉପରେ ଏସିଡ୍ ମାଡ଼ କରି ଫେରାର ହେଉଥିଲେ। ମାତ୍ର ସେମାନଙ୍କ ଭିତରୁ ୩ ଜଣଙ୍କୁ କାବୁ କରିନେଲେ ସ୍ଥାନୀୟ ଲୋକେ। ଆଜି ଏମିତି ଘଟଣା ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଛକରେ ଘଟିଛି। ଲୁଟେରାମାନେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବୈଶିଙ୍ଗା ଛକରେ […]
ଚାନ୍ଦବାଲି(ବାସୁଦେବ ଦାସ): ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ହଠାତ୍ ଶୁଣିବାକୁ ପାଇଲେ ଭୟଙ୍କର ରୂପ ନେଇ ମାଡ଼ିଆସୁଛି ବାତ୍ୟା “ବୁଲ୍ବୁଲ୍”। ତେଣୁ ଜନ୍ମ ସ୍ଥାନ ପଶ୍ଚିମବଙ୍ଗକୁ ଫେରିବା ସମ୍ଭବପର ହେଉନଥିବାରୁ ଜୀବନ ବିକଳରେ ଗଭୀର ସମୁଦ୍ରରୁ ଫେରି ଆସୁଛନ୍ତି ପଡ଼ୋଶୀ ରାଜ୍ୟ ଓଡ଼ିଶାର ଭଦ୍ରକ ଜିଲ୍ଲା ଧାମରା ମୁହାଣାକୁ। ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ବୋଟ୍ ଫେରି ଆସିଲାଣି। ସନ୍ଧ୍ୟା ସୁଦ୍ଧା ସମୁଦ୍ରରେ ମାଛ ଧରୁଥିବା ୫୦ରୁ ଅଧିକ ବୋଟ୍ରେ ଆସିବେ ବୋଲି ଜଣାପଡ଼ିଛି। ଏଥିପାଇଁ […]
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ବୁଲ୍ବୁଲ୍ ପାଇଁ ଓଡ଼ିଶାରେ ୯ଟି ଜିଲ୍ଲାରେ ଆସନ୍ତା ୯ ତାରିଖରେ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି। ବର୍ଷା ଓ ପବନ ଯୋଗୁଁ ଉପକୂଳ ଜିଲ୍ଲାଗୁଡ଼ିକରେ କ୍ଷୟକ୍ଷତିର ଆଶଙ୍କା ରହିଛି । ତେଣୁ ନୂଆଦିଲ୍ଲୀରୁ ଭୁବନେଶ୍ୱର ଓ ଜିଲ୍ଲାସ୍ତରରେ ବି ଘନଘନ ବୈଠକ ସହ ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଛି । ଆଜି PMO ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି କେ ମିଶ୍ର ଭିଡ଼ିଓ କନଫରନେସିଂ ଯୋଗେ ସ୍ଥିତିର ସମୀକ୍ଷା କରିଛନ୍ତି […]
ଖୋର୍ଦ୍ଧା : ରହସ୍ୟ ଭିତରେ ଖୋର୍ଦ୍ଧା ଦୁଷ୍କର୍ମ ଅଭିଯୋଗ ଘଟଣା। ଗତକାଲି ସନ୍ଧ୍ୟାରେ ଜଣେ ଯୁବତୀଙ୍କୁ ଚଳନ୍ତା କାରରେ ଦୁଷ୍କର୍ମ ପରେ ଦୁର୍ବୃତ୍ତ ରାସ୍ତାରେ ଫିଙ୍ଗି ଦେଇଥିବା ଅଭିଯୋଗ ଘଟଣାର ତନାଘନା କରୁଛି କମିଶନରେଟ୍ ପୁଲିସ । ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି। ସେପଟେ ଯୁବତୀଙ୍କୁ ଦୁଷ୍କର୍ମ ହୋଇନି ବରଂ ଧାର ଟଙ୍କା ନଫେରାଇ ଯୁବତୀ ଜଣକ ଏଭଳି ନାଟକ ରଚନା କରିଥିବା ଅଭିଯୁକ୍ତଙ୍କ ପରିବାର ଲୋକେ କହିଛନ୍ତି। ଖୋର୍ଦ୍ଧାରେ […]
ଭୁବନେଶ୍ୱର : ସରକାରୀ ଦରରେ ପିଆଜ ଯୋଗାଇ ଦେବାକୁ ସରକାର ଘୋଷଣା କରିଥିଲେ। ସେଥିପାଇଁ ଆଜି ଯୋଗାଣ ବିଭାଗ ପକ୍ଷରୁ ମୈତ୍ରୀ ସେଣ୍ଟରରେ ପିଆଜ ବିକ୍ରି ଆରମ୍ଭ ହୋଇଛି। କଟକରେ ୩ଟି ସ୍ଥାନରେ ମୈତ୍ରୀ ସେଣ୍ଟର ଖୋଲି ଖାଉଟୀଙ୍କୁ ପିଆଜ ବିକ୍ରି କରାଯାଇଛି। କଲେଜ ଛକ, ବକ୍ସିବଜାର, ସିଡିଏ ଅଞ୍ଚଳରେ କିଲୋ ପ୍ରତି ୪୯ ଟଙ୍କାରେ ପିଆଜ ଯୋଗାଇ ଦିଆଯାଉଛି। ଜଣକ ପିଛା ୨ କିଲୋ ପିଆଜ ଦିଆଯାଉଥିବା ବେଳେ ଏଥିପାଇଁ ରାସନ କାର୍ଡ ଦେଖାଇବାର ଆବଶ୍ୟକତା […]