ମାଲକାନଗିରି (ଜିତେନ୍ଦ୍ର ବେଉରା) : ଗାଁ ଓଡ଼ିଶାର। ହେଲେ ରାଜୁତି କରୁଛି ଆନ୍ଧ୍ରପ୍ରଦେଶ ସରକାର। ଏପରିକି ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଉଛି। ପଡ଼ୋଶୀ ରାଜ୍ୟ ସୀମାନ୍ତ ଗାଁ କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଥମିନଥିବା ବେଳେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ଥିବା ଆଉ ଏକ ସୀମାନ୍ତ ଗାଁ ଜୁମ୍ଡ଼ାଙ୍ଗକୁ ସମ୍ପୂର୍ଣ୍ଣ କବଜା କରିଛି ଆନ୍ଧ୍ର। କିଛି ବର୍ଷ ତଳେ ଚିତ୍ରକୋଣ୍ଡା ବ୍ଲକ୍ ରାଲେଗାଡ଼ା ପଞ୍ଚାୟତରୁ ଅଲଗା ହୋଇ ଧୂଳିପୁଟ୍ […]
ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। କିଛିମାସ ଧରି ସାଧାରଣ ପ୍ରଶାସନ ବିଭାଗରେ ବିନା କାର୍ଯ୍ୟରେ ଥିବା ୧୯୯୦ ବ୍ୟାଚ ଆଇଏଏସ୍ ନିତେନ ଚନ୍ଦ୍ରାଙ୍କୁ ଓଡ଼ିଶା ସବ୍ ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ସେହିପରି ଗଜପତିରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଥିବା ୨୦୧୪ ବ୍ୟାଚ୍ ଆଇଏଏସ୍ ଚଞ୍ଚଳ ରଣାଙ୍କୁ ମୟୂରଭ୍ଞ୍ଜ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ୨୦୧୬ ବ୍ୟାଚ୍ ଆଇଏଏସ୍ ସ୍ୱାଧା […]
ଭୁବନେଶ୍ୱର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ସଂକ୍ରାନ୍ତରେ ବିଭ୍ରାନ୍ତିକର ତଥ୍ୟ ପ୍ରକାଶନକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରାଜ୍ୟ ସରକାର ନିଜର ଦୋଷ ସ୍ୱୀକାର କରିଛନ୍ତି। ସ୍କୁଲଗୁଡ଼ିକୁ ପଠାଯାଇଥିବା ପ୍ରଚାରପତ୍ର ‘ଆମ ବାପୁଜୀ: ଏକ ଝଲକ’ କୁ ତୁରନ୍ତ ପ୍ରତ୍ୟାହାର କରି ଅଣାଯିବ ଓ ଏହି ଦୁଇପୃଷ୍ଠାର ବିବାଦୀୟ ତଥ୍ୟ ସମ୍ବଳିତ ପ୍ରଚାରପତ୍ର କିଭଳି ପ୍ରକାଶ ପାଇଲା ତା’ର ତଦନ୍ତ କରାଯିବ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା […]
ଭୁବନେଶ୍ୱର : ସ୍ମିତାରାଣୀଙ୍କୁ ନ୍ୟାୟ ଦେବାକୁ ବିଜେପି ବିଧାୟକଙ୍କ ନିରବ ପ୍ରତିବାଦ। ମୁହଁରେ କଳାପଟି ବାନ୍ଧି ବିଧାନସଭାକୁ ପ୍ରବେଶ। ଏହାପରେ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମରେ ଭାଗ ନନେଇ ନିଜ ଆସନରେ ଠିଆ ହୋଇ ପ୍ରଥମେ ଏଭଳି ଢଙ୍ଗରେ ପ୍ରତିବାଦ କରିଥିଲେ ସବୁ ବିଜେପି ବିଧାୟକ। କଳାପଟି କାଢ଼ିବାକୁ ବାରମ୍ବାର ଅନୁରୋଧ କରିଥିଲେ ବାଚସ୍ପତି। ୧୦ ମିନିଟ ଠିଆ ହୋଇ ପ୍ରତିବାଦ କରିବା ପରେ ମୁହଁରୁ କଳାପଟି କାଢିଥିଲେ ସତ ହେଲେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇ ନଥିଲେ। ତେବେ […]
ଭୁବନେଶ୍ୱର : ଲ୍ୟାବ୍ ଛାଡି ରାସ୍ତାରେ ବୈଜ୍ଞାନିକ । ବିଡିଏ-ବୈଜ୍ଞାନିକ ମୁହାଁମୁହିଁ। ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ ଟେକ୍ଲୋଲୋଜି- IMMT କ୍ୟାମ୍ପସରେ ଆଜି ଏଭଳି ଉତ୍ତେଜନା ଦେଖିବାକୁ ମିଳିଥିଲା। ମୁହାଁମୁହିଁ ହୋଇଥିଲେ ଏନ୍ଫୋର୍ସମେଣ୍ଟ ଟିମ୍ ଓ ବୈଜ୍ଞାନିକ । IMMT ପରିସରରେ ଉଚ୍ଛେଦ ଓ ଜମି ଅଧିଗ୍ରହଣ ଲାଗି ଆସିଥିବା ବିଡିଏ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡକୁ ବିରୋଧ କରିଥିଲେ ବୈଜ୍ଞାନିକ। ବିନା ନୋଟିସରେ ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଆସିଥିବା ସେମାନେ ଅଭିଯୋଗ କରିଥିଲେ। ରାଜ୍ୟ […]
କୋରାପୁଟ : ସାହାସିକତା ଦେଖାଇଲେ ନାବାଳିକା। ଜୋର ଜବରଦସ୍ତ ବିବାହ କରାଇବା ପରେ ଶାଶୂ ଘରୁ ଚାଇଲ୍ଡ ଲାଇନ୍କୁ ଫୋନ୍ କରି ଉଦ୍ଧାର ହେଲେ। ଏମିତି ଏକ ଘଟଣା ଏବେ କୋରାପୁଟ ବୋରିଗୁମ୍ମା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ, ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କୁ ପରିବାରଲୋକେ ଜୋରଜବରଦସ୍ତ ବିବାହ କରାଇଥିଲେ । ଏପରିକି ତାଙ୍କୁ ଶାଶୂ ଘରକୁ ବି ପଠାଇ ଦେଇଥିଲେ । ହେଲେ ନାବାଳିକା ଜଣକ ସାହସ ଦେଖାଇ ୧୦୯୮କୁ ଫୋନ୍ […]
କଟକ : ବେଶ ଜମୁଛି କଟକର ଐତିହାସିକ ବାଲିଯାତ୍ରା। ବାଲିଯାତ୍ରା ପଡ଼ିଆରେ ବୃହତ୍ ବାଣିଜ୍ୟ ମେଳା ଚାଲିଥିବା ଖାଦ୍ୟର ପସରା ମଧ୍ୟ ଜମିଛି। ପ୍ରତିଦିନ ବାଲିଯାତ୍ରା ପଡ଼ିଆ ଲୋକାରଣ୍ୟ ହୋଇପଡୁଛି। ବୁଲାବୁଲି ସାଙ୍ଗକୁ କିଣାବିକା ଆଉ ତା ସାଙ୍ଗକୁ ଚଟପଟି ଓ ବିଭିନ୍ନ ଖାଦ୍ୟରୁ ମଜା ଉଠାଉଛନ୍ତି ଦର୍ଶକ। ସେପଟେ ବାଲିଯାତ୍ରାରେ ପଡିଥିବା ବିଭିନ୍ନ ଖାଦ୍ୟ ଷ୍ଟଲ୍ ଉପରେ ନଜର ରଖିଛି ଜିଲ୍ଲା ପ୍ରଶାସନ। ଆଜି ସିଏମ୍ସି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ବାଲିଯାତ୍ରା ଖାଦ୍ୟ ଷ୍ଟଲ୍ ଉପରେ […]
ଭୁବନେଶ୍ୱର : ଭୁବନେଶ୍ୱରରେ ବିଜେପି ଜିଲ୍ଲା ସଭାପତିଙ୍କୁ ଆକ୍ରମଣ। ବିଜେପିର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ଏକାମ୍ର ହାଟ ନିକଟରେ ସଂଘବଦ୍ଧ ଆକ୍ରମଣ ହୋଇଛି। ଆଜି ସେ ନିଜର ଜଣେ ବନ୍ଧୁଙ୍କ ଅଫିସ୍ରେ ବସିଥିବା ବେଳେ ୧୦ରୁ ଅଧିକ ଦୁର୍ବୃତ୍ତ ହଠାତ୍ ଆସି ହରେକୃଷ୍ଣଙ୍କୁ ଆକ୍ରମଣ କରିଥିଲେ। ଏଥିସହ ଅଫିସ୍ରେ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛନ୍ତି ଦୁବୃର୍ତ୍ତମାନେ। ଆକ୍ରମଣରେ ଆହତ ହରେକୃଷ୍ଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ରାଜନୈତିକ କାରଣକୁ ନେଇ ତାଙ୍କ […]
ସୋନପୁର (ରବୀନ୍ଦ୍ର ହୋତା): ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ୍ କୁମୁରସିଂହା ଗାଁରେ ଏହି ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। ଅଜଣା ଜନ୍ତୁ ଗାଁରେ ପଶି ଗୋଟିଏ ରାତିରେ ୨୫ଟି ମେଣ୍ଢା ମାରି ଦେଇଥିବା ଅଭିଯୋଗ ହୋଇଛି। ଅଜଣା ଜନ୍ତୁ ଆକ୍ରମଣରେ ୧୦ଟି ମେଣ୍ଢା ଗୁରୁତର ଆହତ ମଧ୍ୟ ହୋଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଗାଁର କପିଳ ମହାକୁରଙ୍କ ଗୁହାଳରେ ୫୨ଟି ମେଣ୍ଢା ଥିଲେ। ତେବେ ଆଜି ସକାଳେ ଦେଖିବାବେଳକୁ ସେଥରୁ […]
ରାଉରକେଲା ( ସତ୍ୟାନନ୍ଦ ମହାନ୍ତି) : ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ନକଲି ଡାକ୍ତର ରୋଗୀ ଦେଖୁଛନ୍ତି। ମିଛ ଡାକ୍ତରୀ ପ୍ରମାଣପତ୍ର ଦେଇ ସରକାରୀ ଚାକିରୀ କରିବା ସହ ତିନି ବର୍ଷ ହେଲା ରୋଗୀଙ୍କୁ ଚିକିତ୍ସା କରିବା ଘଟଣା ଏବେ ସାମନାକୁ ଆସିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଖୋଳତାଡ଼ ଆରମ୍ଭ ହେବା ପରେ ସଂପୃକ୍ତ ଡାକ୍ତର ଫେରାର ହୋଇଯାଇଛନ୍ତି। ସୂଚନା ମୁତାବକ, ପଦ୍ମନାଭ ମୁଖି ନାମକ ଜଣେ ବ୍ୟକ୍ତି ୨୦୧୬ ମସିହାରେ ନୂଆଗାଁ ଅଞ୍ଚଳରେ ଡାକ୍ତର […]
ଭୁବନେଶ୍ୱର : ପରିବା ହାଟରେ ସାପ । ଭୁବନେଶ୍ୱର ଝାରପଡ଼ା ପରିବା ହାଟରେ ଜଣେ ପରିବା ବିକାଳି ପରିବା ରଖିବା ପାଇଁ ଟ୍ରେ ଗୁଡିକୁ ସଜାଡ଼ିବା ବେଳେ ସାପର ଗର୍ଜନ ଶୁଣି ଚମକି ପଡିଥିଲେ। ଟ୍ରେରେ ଏକ ବଡ଼ ନାଗ ସାପ ଫସି ଥିବାର ଦେଖିଥିଲେ । ଏହା ଦେଖି ଦୋକାନୀ ଜଣକ ସ୍ନେକ୍ ହେଲ୍ପ ଲାଇନକୁ ଫୋନ୍ କରିଥିଲେ। ସ୍ନେକ ହେଲ୍ପ ଲାଇନ ସଦସ୍ୟ ରାଜେଶ ସୂତାର ଘଟଣାସ୍ଥଳରେ ପହଞ୍ଚି ଏକ ଛୁରୀ ସାହାଯ୍ୟରେ ପ୍ଲାଷ୍ଟିକ୍ […]
କେନ୍ଦୁଝର : ଚେକିଂ ବେଳେ ଆରଟିଓ କର୍ମଚାରୀଙ୍କୁ ଚାପିଦେଲା ଟ୍ରକ୍। କେନ୍ଦୁଝର ସହରର ବାଇପାସ୍ ପାଖରେ ଘଟିଛି ଏହି ଘଟଣା। ଆଜି ସକାଳେ ଟାଉନ ଥାନା ପୋଖରିପାଣି ପୁରୁଣାବଜାର ବାଇପାସରେ ୨୦ ନମ୍ବର ଜାତୀୟ ରାଜପଥ ଉପରେ ପରିବହନ ବିଭାଗ ପକ୍ଷରୁ ଚେକିଂ ଚାଲିଥିଲା। ଏହି ସମୟରେ ଆରଟିଓ ଅଫିସର ଡ୍ରାଇଭର ବିଜୟ କୁମାର ମହନ୍ତ ଗୋଟିଏ ଗାଡ଼ିକୁ ଅଟକାଉଥିଲେ। ତାଙ୍କୁ ରାସ୍ତାରେ ଯାଉଥିବା ଗୋଟିଏ ୧୪ ଚକିଆ ଟ୍ରକର ଡ୍ରାଇଭର ପରିବହନ ବିଭାଗ କର୍ମଚାରୀଙ୍କ ଉପରେ […]
ଡେଲାଙ୍ଗ : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ମାଛପଡ଼ା ଗାଁରେ ଭୟାଭୟ ଅଗ୍ନିକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଏଥିରେ ୧୧ଟି ପରିବାରର ୨୧ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ମାଛପଡା ଗ୍ରାମର ହାଲୁ ମହାନ୍ତିଙ୍କର ସେହି ଗ୍ରାମର ଭାଗୀରଥି ସ୍ୱାଇଁଙ୍କ ସହିତ ପୂର୍ବ ଶତ୍ରୁତା ରହିଥିଲା। ଏନେଇ ହାଲୁ ମହାନ୍ତି ଗତ କାଲି ଗ୍ରାମରେ ଗାଳି ଗୁଲଜ […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ୪ଟି ଦୋକନ ସହ ଜନସେବା କେନ୍ଦ୍ରରେ କଳାକନା ବୁଲାଇ ଦେଇଛନ୍ତି। ଲୁଟେରାମାନେ କୁଆଁରମୁଣ୍ଡା ଥାନା ଅଞ୍ଚଳରେ ଚାରୋଟି ଦୋକାନରୁ ଲୁଟ୍ କରିଛନ୍ତି। ସେମାନେ ଝାରବେଡ଼ା ସ୍ଥିତ ଗୋଟିଏ ଦୋକାନରୁ ଓ ଟାଙ୍ଗରାଇଁ ଠାରେ ଥିବା ୩ଟି ଦୋକାନରୁ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଦୋକାନ ଗୁଡ଼ିକରୁ କେତେ ଟଙ୍କା ଲୁଟ୍ ହୋଇଛି, ତାହା ଜଣାପଡ଼ିନାହିଁ। […]
ପାଲଲହଡ଼ା (ରବି ନାରାୟଣ ପ୍ରଧାନ) : ଅନୁଗୁଳ ଜିଲ୍ଲା ପାଲଲହଡ଼ା ନାଗିରା ପଞ୍ଚାୟତର ସିବିଡ଼ା ଶିକ୍ଷା ନିକେତନର ଛାତ୍ରୀ ହଷ୍ଟେଲ ଛାଡ଼ିବା ଘଟଣାର ଆଜି ତଦନ୍ତ କରିବେ ଉପ ଜିଲ୍ଲାପାଳ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାଯାଇଛି କଣ ପାଇଁ ଓ କେଉଁ ପରିସ୍ଥିତିରେ ଛାତ୍ରୀମାନେ ହଷ୍ଟେଲ ଛାଡ଼ିଲେ, ତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଉପଜିଲ୍ଲାପାଳ ରିପୋର୍ଟ ଦେବେ। ଉଲ୍ଲେଖନୀୟ ଯେ, ଦୀର୍ଘଦିନରୁ ଲାଗିରହିଥିବା ଅବ୍ୟବସ୍ଥା ପାଇଁ ହଷ୍ଟେଲ୍ ଛାଡ଼ିଥିଲେ ୨୧୦ ଜଣ ଛାତ୍ରୀ । ଆବଶ୍ୟକ […]
କଟକ : ଆଜିଠୁ କଟକରେ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା। ୮ଦିନ ଧରି ଚାଲିବାକୁ ଥିବା ଏହି ସର୍ବବୃହତ ବାଣିଜ୍ୟିକ ମହାକୁମ୍ଭ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଶହ ଶହ ସଂଖ୍ୟାରେ ବ୍ୟବସାୟୀ ନିଜର ଦୋକାନ ଖୋଲିଲେଣି। ଏଥର ପ୍ରାୟ ୧୫ଶହ ଷ୍ଟଲ ପଡ଼ିଥିବା ଜଣାପଡ଼ିଛି। ଆଜି ସନ୍ଧ୍ୟାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ୍ କରିବାର କାର୍ଯ୍ୟକ୍ରମ ରହିଛି। ବାଲିଯାତ୍ରାକୁ […]
କୋରାପୁଟ : କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱରରେ ଅଘଟଣ । ସାଙ୍ଗଙ୍କ ସହ ମନ୍ଦିର ବୁଲି ଯାଇଥିବାବେଳେ, କୋଲାବ ନଦୀରେ ଗୋଡ଼ ଖସି ନିଖୋଜ ହୋଇଯାଇଛନ୍ତି ଜଣେ ଛାତ୍ର । ନିଖୋଜ ଛାତ୍ର ହେଲେ ବୈପାରୀଗୁଡ଼ାର ବି. ରୀତିକ ଆଚାରୀ । ସେ ବୈପାରୀଗୁଡ଼ା ଡିଗ୍ରୀ କଲେଜର ଯୁକ୍ତ ୩ର ଛାତ୍ର । ରୀତିକ ସାଙ୍ଗଙ୍କ ସହ ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଇଥିଲେ । ଦର୍ଶନ ପରେ ପାଖରେ ଥିବା କୋଲାବ ନଦୀକୁ ବୁଲିବାପାଇଁ ଯାଇଥିଲେ। ତେବେ ଫେରିବା […]
ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ ଡ଼ଙ୍ଗା ଭସାଇବାବେଳେ ଅଘଟଣ । ଗୋଡ଼ ଖସିଯିବାରୁ ନଦୀରେ ବୁଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ,ସକାଳେ ରାୟଗଡ଼ାର ନାଗାବଳୀ ନଦୀରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗାଧୋଇବା ସହ ଡ଼ଙ୍ଗା ଭସାଉଥିଲେ ଜଣେ ଛାତ୍ର । ଏତିକି ବେଳେ ଗୋଡ଼ ଖସିଯିବାରୁ ନଦୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ ହୋଇଛି। ଝୁଲାପୋଲ ପାଖରେ ଏହି ଅଘଟଣ ଘଟିଛି। ମୃତକ ଜଣକ ହେଲେ ୟୁଜିଏମ୍ଆଇଟିର ଛାତ୍ର ସୁମନ ବେହେରା । ଅଗ୍ନିଶମ […]
କଟକ : ନିଆଳି ବ୍ଲକ କାର୍ଯ୍ୟାଳୟ ଭିତରେ ଗଣ୍ଡଗୋଳ। ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିଥିବା ଅଭିଯୋଗ । ନିଆଳି ବ୍ଲକ ଉପାଧ୍ୟକ୍ଷଙ୍କ ଉପସ୍ଥିତିରେ ଏଭଳି ଘଟଣା ହୋଇଥିବା ନେଇ ଥାନାରେ ଏତଲା ହୋଇଛି। ଗତକାଲି ନିଆଳି ବ୍ଲକ କାର୍ଯ୍ୟାଳୟ ପରିସରରେ ବୈଠକ ଚାଲିଥିବା ବେଳେ ୫ରୁ ୬ ଜଣ ଦୁବୃର୍ତ୍ତ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଉପସ୍ଥିତ ଥିବା ନେତା ଓ କର୍ମୀଙ୍କୁ ବି ମାଡ଼ ମାରିଥିଲେ ଦୁବୃର୍ତ୍ତ। ଘଟଣାକୁ ନେଇ ମହିଳା ସାମ୍ବାଦିକ […]
ପୁରୀ : ଆଜି ପୂର୍ଣ୍ଣିମାରେ ପଞ୍ଚକ ଶେଷ ହେବା ସାଙ୍ଗକୁ ସରିଯିବ ଧର୍ମ ମାସ କାର୍ତ୍ତିକ। ଆଜି ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ମହୋଦଧି ଓ ପଞ୍ଚତୀର୍ଥରେ ସ୍ନାନପୂର୍ବକ ଧର୍ମଡଙ୍ଗା ଭସାଇ ମହାପ୍ରଭୁଙ୍କୁ ରାଜରାଜେଶ୍ୱର ବେଶରେ ଦର୍ଶନ କରିବେ ଲକ୍ଷାଧିକ ଶ୍ରଦ୍ଧାଳୁ । ହବିଷ୍ୟାଳୀଙ୍କ ବ୍ରତ ମଧ୍ୟ ଆଜିଠାରୁ ସରୁଛି । ଗତକାଲି ରତ୍ନସିଂହାସନରେ ଲକ୍ଷ୍ମୀ ନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମହାପ୍ରଭୁ । ଏଥିପାଇଁ ଜିଲ୍ଲା ଓ ପୁଲିସ ପ୍ରଶାସନ […]
ଭୁବନେଶ୍ୱର : ଆଜି ପବିତ୍ର କାର୍ତ୍ତିକ ମାସର ଶେଷ ତିଥୀ ବା ପୂର୍ଣ୍ଣିମା । ପରମ୍ପରା ଅନୁସାରେ ଆଜି ଓଡ଼ିଶାରେ ପାଳନ ହେଉଛି ବୋଇତ ବନ୍ଦାଣ ଉତ୍ସବ । ବଢ଼ି ଭୋରରୁ ରାଜ୍ୟର ବିଭିନ୍ନ ପୁଷ୍କରିଣୀ, ମହୋଦଧୀ ଏବଂ ଜଳାଶୟରେ ଡଙ୍ଗା ଭସାଉଛନ୍ତି ଲୋକେ । ଆ…କା…ମା..ବୈ, ପାନ ଗୁଆ ଥୋଇ, ଗୀତରେ ଫାଟି ପଡୁଛି ବିଭିନ୍ନ ଜଳାଶୟ। କଟକ ମହାନଦୀ, କାଠଯୋଡ଼ି ନଦୀରେ ଆଜି ସକାଳୁ ହିଁ ଲୋକଙ୍କ ପ୍ରବଳ ଭିଡ଼ ଜମିଛି । ଭଳି […]
ଭୁବନେଶ୍ୱର : ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା। ମହାପ୍ରଭୁ ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ। ମହାପ୍ରଭୁଙ୍କର ଏହି ବେଶ ଦର୍ଶନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ଏହାକୁ ଲକ୍ଷ୍ୟକରି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମାରେ ଯାତ୍ରୀ ଭିଡକୁ ଦେଖି ପୂର୍ବତଟ ରେଲ୍ୱେ ପକ୍ଷରୁ ୨ଟି ସ୍ୱତନ୍ତ୍ର ଟ୍ରେନ୍ ଚାଣିବ। ଗୋଟିଏ ଟ୍ରେନ୍ ପୁରୀଠାରୁ ପଲାସା ମଧ୍ୟରେ ଚାଲିବ। ଏହି ଟ୍ରେନ୍ କାଲି ଅପରାହ୍ନ ୨ଟାରେ ପୁରୀରୁ ଛାଡ଼ି ପଲାସା […]
କଟକ : ଆସନ୍ତାକାଲି ଠାରୁ କଟକରେ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା । ୮ଦିନ ଧରି ଚାଲିବାକୁ ଥିବା ଏହି ସର୍ବବୃହତ ବାଣିଜ୍ୟିକ ମହାକୁମ୍ଭ ପାଇଁ ପୁରା ପ୍ରସ୍ତୁତ ବାଲିଯାତ୍ରା ପଡିଆ । ରାଜ୍ୟ ଓ ରାଜ୍ୟ ବାହାରର ବ୍ୟବସାୟୀମାନେ ଡେରା ପକାଇଲେଣି ମେଳା ପଡିଆରେ । ସେପଟେ ବାଲିଯାତ୍ରା ରାଜ୍ୟ ମେଳାର ମାନ୍ୟତା ପାଇବା ପରେ ପ୍ରଶାସନ ମଧ୍ୟ ସରସ ସୁନ୍ଦର କରିବା ପାଇଁ ପୁରା ଲାଗି ପଡିଛି। ପ୍ରସ୍ତୁତ ହେଉଛି ମହାନଦୀ ପଠା ମେଳା […]
ଭୁବନେଶ୍ୱର: ବାତ୍ୟା ‘ବୁଲ୍ବୁଲ୍’ କ୍ଷୟକ୍ଷତି ଆକଳନ ପାଇଁ ଆସନ୍ତା ୧୪ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାତ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଏସ୍ଆର୍ସି ପ୍ରଦୀପ ଜେନା। ସମୀକ୍ଷା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ। ଏହା ପରେ ଲୋକସେବା ଭବନରେ ପ୍ରଭାବିତ ଅଞ୍ଚଳ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳଙ୍କ ସହ […]
ଭୁବନେଶ୍ୱର : ସୁରଟରେ ମୃତ୍ୟୁ ପରେ ଓଡ଼ିଆ ପୁଅ ଅଙ୍ଗଦାନ ଘଟଣାରେ ଆଜି ମୁଖ୍ୟମନ୍ତ୍ରୀ ସୁରଜଙ୍କ ପରିବାରଙ୍କୁ ଭେଟିଛନ୍ତି। ଏହାସହ ସୁରଜଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ସହ ଜମି ଓ ଘର ଯୋଗାଇ ଦେବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି. ଗତ ଅକ୍ଟୋବର ୨୯ ତାରିଖରେ ଗଂଜାମ ଜିଲ୍ଲା ଭଞ୍ଜନଗର ଲାଲସିଙ୍ଗି ଗ୍ରାମର ସୁରଜ ବେହେରା ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ। ଏହାପରେ ଚିକିତ୍ସା ଅବସ୍ଥାରେ ସେ ୨ ତାରିଖରେ ପ୍ରାଣ […]