ପୁରୀ : ପର୍ଯ୍ୟଟନ ସହର ପୁରୀରେ ଲଜ୍ଜା ଜନକ ଖବର ଆସିବା ପରେ ସମଗ୍ର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଘଟଣାରେ ପୁଲିସ ତନାଘନା ଆରମ୍ଭ ହୋଇଛି। ଜଣେ ଯୁବତୀଙ୍କୁ କାରରେ ଟେକିନେଇ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାରେ ଜଣେ ପୁଲିସ କର୍ମଚାରୀ ସମ୍ପୃକ୍ତ ଥିବା କଥା ଉଠିବା ପରେ ପୁରୀ ଏସ୍ପି ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି। ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ଅଟକ ରଖାଯାଇଛି। […]
ଅନୁଗୁଳ : ଅନୁଗୁଳର ଏକ ଘରୋଇ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ନାସା ସ୍ପେସ୍ ସେଟେଲମେଣ୍ଟ ପ୍ରତିଯୋଗିତା ପାଇଁ ମନୋନୀତ ଖବର ସମ୍ପୂର୍ଣ୍ଣ ଜାଲ୍। ନାସା ପକ୍ଷରୁ ଏଭଳି କୌଣସି ସୂଚନା ଆସିନଥିଲା,ବରଂ ଏହା ପୁରାପୁରି ନକଲି ବୋଲି ସ୍ପଷ୍ଟ କରିଛି ପୁଲିସ। ସେପଟେ ଘଟଣା ପଛରେ ଜଣେ ନାବାଳକର ଭୂମିକା ଥିବା କହି ଘଟଣାର ତଦନ୍ତ ଜାରି ରହିଥିବା ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ। ଅନୁଗୁଳର ଛାତ୍ର ଶୁଭ୍ରାଂଶୁ ନାୟକ ତାଙ୍କ ପ୍ରୋଜେକ୍ଟ ମ୍ୟାଭିକ୍ ପାଇଁ […]
ପୁରୀ : ପର୍ଯ୍ୟଟନ ସହର ପୁରୀରେ ଲଜ୍ଜା। ଯୁବତୀଙ୍କ ସହ ଗଣଦୁଷ୍କର୍ମର ଚାଞ୍ଚଲ୍ୟକର ଅଭିଯୋଗ। ଝାଡ଼େଶ୍ୱରୀ କ୍ଲବ୍ ନିକଟ କ୍ୱାର୍ଟର୍ସରେ ଏହି ଜଘନ୍ୟକାଣ୍ଡ ଘଟିଥିବାର ସୂଚନା। ଅଭିଯୋଗ ଅନୁଯାୟୀ, ଯୁବତୀ ଜଣକ ନିମାପଡ଼ା ବସ୍ଷ୍ଟାଣ୍ଡରେ କାକଟପୁର ଅଞ୍ଚଳକୁ ଯିବା ପାଇଁ ଅପେକ୍ଷାରେ ଥିଲେ। ଏହି ସମୟରେ ୪ ଜଣ ଯୁବକ ପୁଲିସ୍ ପରିଚୟ ଦେଇ ତାଙ୍କୁ ତାଙ୍କ ଘରେ ଛାଡ଼ିଦେବାକୁ କହି କାର୍ରେ ଝାଡ଼େଶ୍ୱରୀ କ୍ଲବ୍ ନିକଟ କ୍ୱାର୍ଟର୍ସକୁ ନେଇ ଯାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। […]
ଭୁବନେଶ୍ୱର : ଡିସେମ୍ୱର ଆରମ୍ଭରୁ ସାରା ଓଡ଼ିଶାରେ ଟ୍ରାଫିକ ନିୟମ କଡ଼ାକଡ଼ି କରିଛନ୍ତି ସରକାର। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନେ ମୋଟା ଅଙ୍କର ଜୋରିମାନା ଗଣିବେ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସାମ୍ୱାଦିକ ସମ୍ମିଳନୀ କରି କହିଥିଲେ। ତେବେ ରାସ୍ତାରେ ଆଉ ଚାଳକଙ୍କୁ ନଅଟକାଇ ସିଧା ଘରକୁ ଚାଲାଣ ଯିବ ବୋଲି ପୋଲିସ କହିଛି। କାରଣ ରାସ୍ତା ଚାରିପଟେ ଜଗିଥିବା ସିସି ଟିଭି କ୍ୟାମେରା ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ଧରାଇବ ବୋଲି ପୁଲିସ କହିଛି। ମଦ୍ୟପାନ […]
ରାଉରକେଲା(ପୱନ ତିୱାରୀ): ରାଉରକେଲାର ଅମିତ କଚ୍ଛପ ହୋଇଛନ୍ତି ‘ମିଷ୍ଟର ଆଣ୍ଡ୍ ମିସ୍ ମଡେଲ୍ ଇଣ୍ଡିଆ’ର ବିଜୟୀ। ନଭେମ୍ବର ୧୦ ତାରିଖରେ ବେଙ୍ଗାଲୁରୁରେ ହୋଇଥିବା ଏହି ରଙ୍ଗାରଙ୍ଗ ପ୍ରତିଯୋଗିତାରେ ସେ ବିଜୟୀ ହୋଇଛନ୍ତି। ଏଥିରେ ସେ ଏକମାତ୍ର ଓଡ଼ିଆ ଭାବେ ଯୋଗଦେଇଥିଲେ। ‘ମିଷ୍ଟର ଆଣ୍ଡ୍ ମିସ୍ ମଡେଲ୍ ଇଣ୍ଡିଆ’ ପ୍ରତିଯୋଗିତାରେ ସମଗ୍ର ଦେଶରୁ ୧୫ ଜଣ ପୁଅ ଓ ୧୨ ଝିଅଙ୍କ ଭାଗ ନେଇଥିଲେ। ଏଥିରେ ଟାଲେଣ୍ଟ, ଫିଟ୍ନେସ୍, ବ୍ୟକ୍ତିଗତ ସାକ୍ଷାତକାର ଓ ରାମ୍ପୱାକ୍ ଆଦି ହୋଇଥିଲା। ତେବେ […]
କୋରାପୁଟ : ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁର୍ଷ୍କମ ଏବଂ ଆତ୍ମହତ୍ୟା ମାମଲାରେ SIT ଟିମ୍ର ବୈଠକ ହୋଇଯାଇଛି। କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ତିନି ରେଞ୍ଜର ଡିଆଇଜି ସଫିନ୍ ଅହମ୍ମଦ କେ, ସତ୍ୟବ୍ରତ ଭୋଇ ଏବଂ ହିମାଂଶୁ ଲାଲ୍ ଯୋଗଦେଇଥିଲେ। ଏହି ବୈଠକରେ ପୀଡ଼ିତାଙ୍କ ମାଆ ଏବଂ ଭାଇଙ୍କୁ ଡାକି ଆଲୋଚନା କରିଛନ୍ତି ଅଧିକାରୀ । ହାଇକୋର୍ଟ SIT ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଆଜି ମାମଲାର ପ୍ରଥମ ବୈଠକ ବସିଥିଲା । ମାଆ […]
ଭୁବନେଶ୍ୱର: କାନ୍ଧରେ ଗାମୁଛା, ପାଖରେ ଠେଲା ଗାଡ଼ି ଓ ଏହା ଉପରେ ରଖା ହୋଇଛି ଗଦାଗଦା ପିଆଜ। ଆଉ ଲୋକଙ୍କୁ କିଲୋ ପ୍ରତି ୪୦ ଟଙ୍କାରେ ପିଆଜ ବିକ୍ରି କରୁଛନ୍ତି କଂଗ୍ରେସ କର୍ମୀ। ଆଜି ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ଛକରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ପିଆଜ ଦର ବୃଦ୍ଧି ନେଇ ଭୁବନେଶ୍ୱରରେ ଜିଲ୍ଲା କଂଗ୍ରେସ ଏଭଳି ଅଭିନବ ପ୍ରତିବାଦ କରିଛି। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ରାଜଧାନୀରେ ଏହି ପିଆଜ […]
କଟକ : ଅଗ୍ନିଶମ ବିଭାଗ ଡିଜି ଭାବେ ଦାୟିତ୍ୱ ନେଇଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ସୁନୀଲ ରାୟ । ଆଜି କଟକ ଅଗ୍ନିଶମ ବିଭାଗ ମୁଖ୍ୟାଳୟକୁ ଆସି ଦାୟିତ୍ୱ ନେଇଛନ୍ତି । ଦାୟିତ୍ୱ ଗ୍ରହଣ ପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଟ୍ରାନ୍ସପରେନ୍ସି ଓ ଟାଇମ୍ ବାଉଣ୍ଡକୁ ଗୁରୁତ୍ୱ ଦିଆଯିବ । ସେହିଭଳି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଲୋକଙ୍କୁ ସେବା ଯୋଗାଇ ଦିଆଯିବ। ଏହା ସହ ବିଭାଗରେ ସ୍ୱଚ୍ଛତା ଆଣିବାକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଅଗ୍ନିଶମ […]
ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱର ଆଇଆରସି ଭିଲେଜ ଅଞ୍ଚଳରୁ ମଣିଷ ଖପୁରୀ ଓ ହାଡ଼ ଜବତ ହୋଇଛି। ଏକ ଡଷ୍ଟବିନ୍ରେ ଜରିରେ ଭର୍ତ୍ତି ହୋଇ ହାଡ଼, କଙ୍କାଳ ଓ ଖପୁରୀ ପଡ଼ିଥିଲା। ସଫେଇ କର୍ମଚାରୀମାନେ ସକାଳେ ସଫା କରିବାବେଳେ ଏହାକୁ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ହାଡ଼ ଓ ଖପୁରୀ ଜବତ କରିଛି। ଏହି ଖପୁରି ଓ ହାଡ଼ କାହାର, କେଉଁ ପରିସ୍ଥିତିରେ ଓ କିପରି ସେଠାକୁ କଙ୍କାଳ ଆସିଲା, ପୁଲିସ ତାହାର […]
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲାରେ ପୁଣି ଲଜ୍ଜା । ଜଣେ ନବମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ନେଇ ତୁମୁଡିବନ୍ଧ ଥାନାରେ ଅଭିଯୋଗ ହୋଇଛି । ଏ ନେଇ ତୁମୁଡିବନ୍ଧ ପୁଲିସ ଜଣେ ବିବାହିତ ଯୁବକଙ୍କୁ ଅଟକ ରଖିଛି । ଅଭିଯୁକ୍ତ ଜଣକ ନାଁ ଶମ୍ଭୁ ମହାରଣା ବୋଲି ଜଣାପଡିଛି। ସୂଚନା ମୁତାବକ, ଗତକାଲି ପାଖାପାଖି ସନ୍ଧ୍ୟା ୭ଟା ସମୟରେ ନାବାଳିକା ଜଣକ ନିଜ ମାଆଙ୍କ ସହ ଘରେ ଥିଲେ । ଏହି ସମୟରେ ଅଭିଯୁକ୍ତ ଜଣକ […]
ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି କୋଣାର୍କ ମହୋତ୍ସବ । ପ୍ରତିଦିନ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହେବ । ଏଥିରେ ଓଡିଶୀ ସମେତ ଭାରତନାଟ୍ୟମ, କଥକ, କୁଚୁପୁଡି, ମୋହିନିଆଟ୍ଟମ ନୃତ୍ୟ ସହ ଚଳିତ ବର୍ଷ ମୁଖ୍ୟ ଆକର୍ଷଣ ସାଜିବ ଇଣ୍ଡୋନେସିଆର ବାଲିକନ୍ ଦଳଗତ ନୃତ୍ୟ । ସେହିପରି ତନ୍ଦ୍ରଭାଗା କୂଳରେ ଆୟୋଜିତ ହେବ ବାଲୁକା କଳା। ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସମେତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ମୋଟ […]
ଭୁବନେଶ୍ୱର : ୧୯ ଦିନ ଆଗରୁ ସରିଲା ଶୀତ ଅଧିବେଶନ। ଗତକାଲି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି। ନଭେମ୍ବର ୧୩ରେ ଆରମ୍ଭ ହୋଇଥିବା ଶୀତକାଳୀନ ଅଧିବେଶନ ଡିସେମ୍ବର ୧୯ ଯାଏଁ ଚାଲିବାକୁ ଥିବା ବେଳେ, ୧୯ ଦିନ ଆଗରୁ ମୁଲତବି କରିଦେଇଛନ୍ତି ବାଚସ୍ପତି। ଏଥିରେ ୧୭ଟି କାର୍ଯ୍ୟଦିବସ ଥିଲା । ଏହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ । ରାଜ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ସମସ୍ୟା ଥିବା ବେଳେ […]
ମାଲକାନଗିରି(ଜିତେନ୍ଦ୍ର ବେଉରା) : ସ୍କୁଲରେ ରହିଛନ୍ତି ପ୍ରଧାନମନ୍ତ୍ରୀ। ତାଙ୍କ ସହ କାମ କରିବାକୁ ରହିଛି ମନ୍ତ୍ରୀ ମଣ୍ଡଳ। ଶିକ୍ଷା, ସ୍ୱାସ୍ଥ୍ୟ ସହ ଅନ୍ୟ ବିଭାଗର ମନ୍ତ୍ରୀଙ୍କୁ ନେଇ ପ୍ରତିମାସରେ ବସେ ବୈଠକ । ଏକୌଣସି କାହାଣୀ ନୁହେଁ ମାଲକାନଗିରିର ଅପହଞ୍ଚ କସ୍ତୁରବା ଗାନ୍ଧି ସ୍କୁଲରେ କରାଯାଇଛି ଏପରି ନିଆରା ବ୍ୟବସ୍ଥା । ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ କେନ୍ଦ୍ର ସରକାରଙ୍କ ଢାଞ୍ଚାରେ ଗଠନ ହୋଇଛି ମନ୍ତ୍ରୀ ପରିଷଦ । ବିଭିନ୍ନ ବିଭାଗରେ ପିଲାଙ୍କୁ ଦାୟିତ୍ୱ ଦିଆଯାଇଛି । ମନ୍ତ୍ରୀ […]
ଆନନ୍ଦପୁର(ମୁନା ସିଂ): କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ କଡ଼ରାପାଳ ଗାଁରେ ଗ୍ୟାସ ନିଆଁରେ ପୋଡ଼ି ହୋଇ ଶ୍ୱଶୁର-ବୋହୂ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ମହିଳାଙ୍କ ଦିଅର ମଧ୍ୟ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ସଞ୍ଜୀବନୀ ବାରିକ ନାମ୍ନୀ ମହିଳା ଚା’ କରୁଥିବା ବେଳେ ହଠାତ୍ ଗ୍ୟାସ୍ ଚୁଲାରୁ ନିଆଁ ତାଙ୍କ ଦେହରେ ଲାଗିଯାଇଥିଲା। ତେବେ ସଞ୍ଜୀବନୀଙ୍କ ଦେହରେ ନିଆଁ ଲାଗିଥିବା ଦେଖି ତାଙ୍କ ଶ୍ୱଶୁର ନରୋତ୍ତମ ଉଦ୍ଧାର କରିବାକୁ ଯାଇ […]
ବୌଦ୍ଧ(ଭାର୍ଜନ ପ୍ରଧାନ): କୋଶଲ ସମନ୍ୱୟ ସମିତି କଣ୍ଟାମାଳ ଶାଖା ପକ୍ଷରୁ ଆଜି ତିନି ଦଫା ଦାବି ନେଇ ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁ ସମସ୍ତ ଦୋକାନ ବଜାର, ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି। କୋଶଳ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତାରୋକ କରିଛନ୍ତି। ଫଳରେ କଣ୍ଟାମାଳ ବୌଦ୍ଧ ସୋନପୁର ଓ କଣ୍ଟାମାଳ ବାଲିଗୁଡ଼ାକୁ ଯାତାୟତ ବନ୍ଦ ରହିଛି। କଣ୍ଟାମାଳ ବ୍ଲକ୍କୁ ସବଡିଭିଜନ ଘୋଷଣା, ତରଭା ତେଲ ନଦୀ ସେତୁ […]
କଟକ (ପ୍ରଭାତ ବିଷୋୟୀ ) : ପିଆଜକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ପିଇାଜ ଦର ୧୦୦ ଛୁଇଁବା ପରେ ଏବେ ଚିନ୍ତାରେ ଖାଉଠି। ପିଆଜ ନା ଶୁଣିଲେ ଆଖିରୁ ଲୁହ ବାହାରୁଛି । ରୋଷେଇ ଘରୁ ଭୋଜି ଏବଂ ଅଧିକାଂଶ ହୋଟେଲରୁ ପିଆଜ ଉଭାନ ହୋଇଯାଇଛି । ତେବେ ଏପରି ଅବସ୍ଥାରେ ପିଆଜକୁ ନେଇ ଗୀତ ଏବେ ସାଧାରଣଲୋକଙ୍କ ବେଶ ପସନ୍ଦ ହୋଇଛି। ସୋଶାଲ ମିଡ଼ିଆରେ ଏହି ଗୀତ ଭାଇରାଲ ହେବାରେ ଲାଗିଛି। ମାର୍କେଟରେ […]
ସୁନ୍ଦରଗଡ଼ : ସୁନ୍ଦରଗଡ଼ ନୂଆଗାଁ ବ୍ଲକର ଗୋଟିଟାଣ୍ଟର୍ ଗାଁରେ ଅଘଟଣ। ବୃଦ୍ଧଙ୍କୁ ଦଳି ମାରିଦେଇଛି ହାତୀ । ଗତକାଲି ବିଶ୍ରା ବ୍ଲକର ଆସିଆନା କଲୋନୀର ମହମ୍ମଦ ମାସୁଦ୍ ଓଡ଼ଗାଁ ହାଟକୁ ଯାଇଥିଲେ। ରାତିରେ ଅଟୋ ଯୋଗେ ଫେରିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ ମହମ୍ମଦ ମାସୁଦ୍। ଜୀବନ ବଞ୍ଚାଇବାକୁ ସେ ନିକଟରେ ଥିବା ଜମି ମଧ୍ୟକୁ ଦୌଡ଼ି ପଲାଇଥିଲେ। ହେଲେ ହାତୀ ତାଙ୍କୁ କଚାଡ଼ି ମାରି ଦେଇଥିଲା। ତେବେ ସୌଭାଗ୍ୟବଶତଃ ଘଟଣାସ୍ଥଳରେ ଥିବା ଅନ୍ୟ ତିନି ଜଣ […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ରାଉରକେଲାର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ସେକ୍ଟର ସି’ ଅଞ୍ଚଳରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି। ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ବେକରେ ଓଢ଼ଣୀ ବାନ୍ଧି ଫ୍ୟାନ୍ରୁ ଝୁଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସଞ୍ଚିତା ଠାକୁର। ଆଜି ତାଙ୍କର ଜନ୍ମଦିନ ଥିଲା। ଏହି ଛାତ୍ରୀ ଜଣଙ୍କ ବନ୍ଧମୁଣ୍ଡା କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ୁଥିଲେ। ସ୍କୁଲ୍ ଡ୍ରେସ୍ ପିନ୍ଧି ଥିବା ଅବସ୍ଥାରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ସେ ଆତ୍ମହତ୍ୟା […]
ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ) : ଆଜି ହେଉଛି ମାର୍ଗଶିର ମାସର ଦ୍ୱିତୀୟ ଗୁରୁବାର। ମାଣବସା ଗୁରୁବାର କେବଳ ଏକ ପୂଜା ନୁହେଁ,ଏହା ଏକ ସାମାଜିକ ବିପ୍ଳବ। ଲକ୍ଷ୍ମୀ ପୁରାଣ ସହ କେବଳ ଆଧ୍ୟାତ୍ମିକ ଭାବଧାରା ଜଡିତ ହୋଇନାହିଁ , ଏହା ସାମାଜିକ ବାର୍ତ୍ତାକୁ ଜାବୁଡି ଧରିଛି। ସମାଜରେ ଥିବା ଛୁଆଁ ଅଛୁଆଁ ଭେଦଭାବକୁ ଦୂର କରିବା, ପରିବାରର ଭିତରେ ଉତ୍ତମ ବୁଝାମଣା ଓ ସୁସଂପର୍କ ସହ ସ୍ୱଚ୍ଛତା ଭଳି ମହାନ ଭାବଧାରା ଏଥିରେ ଉଲ୍ଲେଖ ହୋଇଛି। ଯାହାକୁ […]
ଭୁବନେଶ୍ୱର : ଟ୍ରାଫିକ୍ କଟକଣା କଡ଼ାକଡ଼ିକୁ ଆଉ ୩ ମାସ କୋହଳ କରାଯାଇଛି। ଡିସେମ୍ୱର ୧ ତାରିଖରୁ ଟ୍ରାଫିକ୍ ନିୟମ ଓ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବାକୁ ନିଷ୍ପତ୍ତି କରାଯାଇଥିଲା। ତେବେ ଏହାକୁ ଆଉ ତିନି ମାସ ଘୁଞ୍ଚାଇ ଦିଆଯାଇଛି। ଆର୍ଟିଓ ଅଫିସରେ ପ୍ରବଳ ଭିଡ଼ କାରଣରୁ ସାଧାରଣ ଲୋକେ ସେମାନଙ୍କ ଗାଡ଼ିର କାଗଜପତ୍ର ଏଯାଏଁ ପ୍ରସ୍ତୁତ କରିପାରିନଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଆରଟିଓ […]
ଭଦ୍ରକ : ସ୍କୁଲରେ ଦୁଇ ଛାତ୍ରୀଙ୍କ ମଧ୍ୟରେ ସାମାନ୍ୟ ଗଣ୍ଡଗୋଳକୁ ନେଇ ପ୍ରତିଶୋଧ ପରାୟଣ ହେଲେ ଅଭିଭାବକ । ତାଙ୍କ ଝିଅ ସହିତ ଝଗଡ଼ା କରିଥିବା ଅନ୍ୟ ଛାତ୍ରୀଙ୍କୁ ସେହି ଅଭିଭାବକ କିଛି ରାସାୟନିକ ପାଉଡର ଫିଙ୍ଗିବାରୁ ଦୁଇ ଜଣ ଛାତ୍ରୀ ଅଚେତ ହୋଇଛନ୍ତି । ସେମାନେ ହେଲେ ନବମ ଶ୍ରେଣୀର ସ୍ମୃତିପ୍ରିୟା ସାହୁ ଓ ଦଶମ ଶ୍ରେଣୀର ସୁସ୍ମିତା ସାହୁ । ସେମାନଙ୍କୁ ପ୍ରଥମେ ବନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ମେଡିକାଲରେ ଭର୍ତ୍ତି […]
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା) : କଲେଜ ଯିବା ପାଇଁ ଘରୁ ବାହାରିଥିଲେ। ହେଲେ ପାଠ ପଢ଼ା ବାହାନାରେ କରୁଥିଲେ ପ୍ରେମ। ବୁଲୁଥିଲେ ପ୍ରେମିକଙ୍କ ସହ। ଆଜି ପ୍ରେମିକଙ୍କ ସହ ଯାଇଥିଲେ ଗେଷ୍ଟ ହାଉସ୍। ଜଣେ ନୁହେଁ, ୬ ପ୍ରେମୀ ଯୁଗଳ ଅସଞ୍ଜତ ଅବସ୍ଥାରେ ଧରାପଡ଼ିଥିଲେ। ଆଜି ଜଗତସିଂହପୁର ଟାଉନ୍ ଥାନା ପୁଲିସ ୬ ଯୁବତୀଙ୍କୁ ଧରି ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛି। ସେମାନଙ୍କ ପ୍ରେମିକଙ୍କୁ ଗିରଫ କରିଛି ପୁଲିସ। ମଧ୍ୟାହ୍ନରେ ସିପି ଛକରେ ଥିବା ଏକ ଗେଷ୍ଟ […]
ଯାଜପୁର : ଯାଜପୁରରେ ଇମ୍ରାନ ଖାନ ତୃତୀୟ ବିବାହ ଘଟଣା । ଅଭିଯୁକ୍ତ ଇମ୍ରାନକୁ ଯାଜପୁର ଭଦ୍ରକ ସୀମାନ୍ତରୁ ଗିରଫ କଲା ଯାଜପୁର ପୁଲିସ । ଇମ୍ରାନ ପ୍ରଥମ ସ୍ତ୍ରୀକୁ ତଲାକ୍ ଦେବା ପରେ ଦ୍ୱିତୀୟ ବିବାହ କରିଥିଲେ ମଙ୍ଗଳପୁର ଅଞ୍ଚଳର ସବିନା ବିବିଙ୍କୁ। ତେବେ ସବିନାଙ୍କ ସହ କିଛି ଦିନ ରହିବା ପରେ ଇମ୍ରାନ ତାଙ୍କୁ ଛାଡ଼ିଦେଇ ଦେଶ ବାହାରକୁ ଚାଲିଯାଇଥିଲେ । ପରେ ସବିନାଙ୍କ ଉପରେ ଶାଶୁ, ଶ୍ୱଶୁର,ଦେଢଶୁର ଏବଂ ଅନ୍ୟମାନେ ଯୌତୁକ ନିର୍ଯାତନା […]
କଟକ : ପଡ଼ୋଶୀଙ୍କୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ । ଆଜି କୋର୍ଟରେ ଅଭିଯୋଗକାରୀ ମନ୍ଜିତ ଦାସଙ୍କ ବୟାନ ରେକର୍ଡ ହୋଇଛି । କଟକ ଏସ୍ଡିଜେଏମ୍ କୋର୍ଟରେ ମନ୍ଜିତଙ୍କ ବୟାନ ରେକର୍ଡ ହୋଇଛି । ସାଂସଦଙ୍କ ଦୁର୍ବ୍ୟବହାର ନେଇ ଥାନାରେ ଏତଲା କରିଥିଲେ ମନ୍ଜିତ। ପୁଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମନ୍ଜିତ। ପୁରୀ ଘାଟ ଥାନାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଏତଲା ଦାଏର କରିଥିଲେ ଛାତ୍ର ବିଜେଡି ନେତା […]
ଭୁବନେଶ୍ୱର : ଭୁବନେଶ୍ୱର କେୟାର ହସ୍ପିଟାଲର ପାକିସ୍ତାନ ଲିଙ୍କ ରହିଥିବା ନେଇ ଅଭିଯୋଗ ହୋଇଛି। ଆଜି ଏହି ପ୍ରସଙ୍ଗ ବିଧାନସଭାରେ ଉଠିଥିଲା। ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇ ଘଟଣାର ତଦନ୍ତ ପାଇଁ ଦାବି କରିଥିଲେ। ବିରୋଧୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ କେୟାର ହସ୍ପିଟାଲ୍ କର୍ତ୍ତୃପକ୍ଷ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। କେୟାର ହସ୍ପିଟାଲର […]