ନୂଆପଡ଼ା (ମାୟାଧର ସରାଫ): ଦୀର୍ଘ ୩ ବର୍ଷର ପ୍ରେମ ସମ୍ପର୍କକୁ ଭୁଲିଗଲା ପ୍ରେମିକ! ହେଲେ ପ୍ରେମିକା ଭୁଲି ପାରିଲାନି। ସେ ଚାହୁଁଥିଲେ ପ୍ରେମିକଙ୍କୁ ବାହା ହୋଇ ଘର ସଂସାର କରିବେ। ସେଥିପାଇଁ ପ୍ରେମିକଙ୍କୁ ବାରମ୍ୱାର ବୁଝାଉ ଥିଲେ। ମାତ୍ର ଏଥିରେ ରାଜି ନହେବାରୁ ପ୍ରତିଶୋଧ ପରାୟଣ ହୋଇ ପଡ଼ିଲା ପ୍ରେମିକା। ଆଉ ତା’ପରେ ନିଜର ଦୁଇ ସାଥୀଙ୍କ ସହ ମିଶି ପ୍ରେମିକଙ୍କ ଉପରେ ଏସିଡ୍ ଫିଙ୍ଗିଲା। ଏପରି ଲୋମହର୍ଷଣକାରୀ ଘଟଣା ନୂଆପଡ଼ା ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ […]
ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ବାରକୋଟ ଥାନା ବାଲିନାଳି ଟ୍ରିପଲ ମର୍ଡର ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ଏସ୍ପି। ଗୋଟିଏ ପରିବାରର ୩ ସଦସ୍ୟଙ୍କ ସହ ଅନ୍ୟ ଜଣଙ୍କୁ ଗିରଫ କରିଛି ପୁଲିସ । ପୁଲିସର କହିବାନୁଯାୟୀ, ବଡତଇଳା ଗାଁର ବିକ୍ରମ ପ୍ରଧାନ ବ୍ରଜରାଜନଗର ଅଞ୍ଚଳରେ ରହି ଏକ ଦୋକାନରେ କାମ କରୁଥିଲେ। ସେଠାରେ ଜଣେ ଭିନ୍ନ ଜାତିର ଯୁବତୀଙ୍କୁ ପ୍ରେମବିବାହ କରି ରହୁଥିଲେ। […]
କଟକ : ଦୀର୍ଘ ଦିନରେ ନୀରବତା ପରେ କଟକରେ ଫୁଟିଛି ବୋମା। ମାତ୍ର ଏଥିରେ କିଛି କ୍ଷୟକ୍ଷତି ହୋଇନାହିଁ। ଜମିବାଡ଼ି ବିବାଦରୁ ବୋମା ମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ଓଡ଼ିଆ ବଜାରରେ ରହୁଥିବା ସେକ୍ ବାବୁଙ୍କ ଘର ଉପରକୁ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ୨ଟି ବୋମା ଫିଙ୍ଗି ଥିଲେ। ସୌଭାଗ୍ୟରୁ ଗୋଟିଏ ବୋମା ନାଳରେ ପଡ଼ିଥିବା ବେଳେ ଅନ୍ୟଟି ତାଙ୍କ ବାରଣ୍ଡାରେ ପଡ଼ିଥିଲା। ମାତ୍ର ଏଥିରେ କିଛି କ୍ଷୟକ୍ଷତି ଘଟିନାହିଁ। ଖବର ପାଇଁ […]
ଭୁବନେଶ୍ୱର : ରାଜ୍ୟରେ ମହିଳା ଓ ନାବାଳିକାଙ୍କ ପ୍ରତି ବୃଦ୍ଧି ପାଉଥିବା ହିଂସା ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟମାନେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି ସିଧାସଳଖ କଡ଼ାଭାଷାରେ ବିରୋଧୀଙ୍କୁ ରୋକଠୋକ୍ ଜବାବ ଦେଇଛନ୍ତି। ମହିଳାଙ୍କ ପ୍ରତି ହେଉଥିବା ହିଂସା ପ୍ରସଙ୍ଗରେ ରାଜନୀତି ନକରି ସରକାରଙ୍କ ପକ୍ଷରୁ ହେଉଥିବା ତଦନ୍ତରେ କେହି ଅସନ୍ତୁଷ୍ଟ ଥିଲେ ସେମାନେ ଆଇନଗତ ଆଶ୍ରୟ ନିଅନ୍ତୁ ବୋଲି କହିବାକୁ ପଛାଇ ନାହାନ୍ତି। ଆଜି ବିଧାନସଭାରେ […]
କୋରାପୁଟ : କୋରାପୁଟରେ ଭୁଶୁଡ଼ିଲା ଅବ୍ୟବହୃତ କୋଠା। କୋରାପୁଟ ସଦର ଥାନା ବାରିଣୀପୁଟରେ ଥିବା ଅପର କୋଲାବର ଅବ୍ୟବହୃତ କୋଠା ଭୁଶୁଡ଼ି ପଡିଛି। ଗୋଟିଏ ପରିବାରର ୫ ଜଣଙ୍କ ଉପରେ କୋଠା ଭୁଶୁଡ଼ି ପଡ଼ିବା ପରେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହୁରି ୩ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଚାପି ହୋଇ ରହିଥିବା ୩ ଜଣଙ୍କ ମଧ୍ୟରେ ୨ ମହିଳା ଥିବା ସୂଚନା ମିଳିଛି। ଅଘଟଣ ପରେ […]
ଭୁବନେଶ୍ୱର : ବିନା ନୋଟିସ୍ରେ ଉଚ୍ଛେଦ ପ୍ରତିବାଦରେ ରାଜଧାନୀରେ ବସ୍ତିବାସିନ୍ଦାଙ୍କ ବିଶାଳ ରାଲି। ସାଲିଆସାହି ଆଞ୍ଚଳିକ କମିଟି ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ବିଶାଳ ରାଲି ସହିତ ଗଣଧାରଣା ଦିଆଯାଇଛି। ରାଲିରେ ହଜାର ହଜାର ବସ୍ତି ବାସିନ୍ଦା ଯୋଗ ଦେଇ ସରକାରଙ୍କ ସାଲିଆ ସାହି ଉଚ୍ଛେଦ ଯୋଜନାର ପ୍ରତିବାଦ କରିଥିଲେ । ପ୍ରଥମେ ସେମାନଙ୍କୁ ଥଇଥାନ କରି ପରେ ଉଚ୍ଛେଦ କରିବାକୁ ଦାବି କରିଛି ସାଲିଆସାହି ଆଞ୍ଚଳିକ କମିଟି । ପ୍ରତି ବସ୍ତି ବାସିନ୍ଦାଙ୍କୁ ୬ଶହ ବର୍ଗ […]
ଭୁବନେଶ୍ୱର : “ଧାନ ବିକ୍ରି କରିବା ପାଇଁ ଟୋକନ୍ ବ୍ୟବସ୍ଥା ରହିବ। କିନ୍ତୁ ଟୋକନ୍ ନଥିବା ଚାଷୀ ମଧ୍ୟ ମଣ୍ଡିକୁ ଆସି ଫେରିବେ ନାହିଁ।” ଟୋକନ୍ ବ୍ୟବସ୍ଥାକୁ ନେଇ ଗତକାଲି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଚାଷୀଙ୍କୁ ଏହି ପ୍ରତିଶ୍ରୁତି ଦେଇଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ଶ୍ରମମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତି କେବଳ ସମ୍ବଲପୁର ଓ ବରଗଡ଼ ଚାଷୀଙ୍କ ପାଇଁ ନା ସାରା ରାଜ୍ୟ ପାଇଁ? ଏହାକୁ ନେଇ ଚାଷୀକୂଳ ଦ୍ୱନ୍ଦ୍ୱରେ ଥିବା ବେଳେ ଖାଦ୍ୟ ଓ ଯୋଗାଣ […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ରାଉରକେଲାରେ ପୁଣି ମାତିଲେ ପାଗଳା କୁକୁର। ବନ୍ଧମୁଣ୍ଡା ଅଞ୍ଚଳରେ ୨ଟି ପାଗଳା କୁକୁର ଆତଙ୍କ ଦେଖାଦେଇଛି । ଦୁଇ ଦିନ ହେଲା ଏହି କୁକୁରମାନେ ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡିବାରୁ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ଜଣ ବୃଦ୍ଧ ଏବଂ ୨ ଜଣ ସ୍କୁଲ ଛାତ୍ର ଅଛନ୍ତି । ରାଉରକେଲା ଇସ୍ପାତ କାରଖାନା ଏବଂ ମ୍ୟୁନିସିପାଲ କର୍ପୋରେସନ ମିଳିତ ଭାବେ କୁକୁର ଧରିବାକୁ ଉଦ୍ୟମ କରୁଥିଲେବି ଏବେଯାଏ […]
ବାଲେଶ୍ୱର : ବାଲେଶ୍ୱର ରୁପ୍ସା ଷ୍ଟେସନରେ ଅଟକି ରହିଛି ହାୱଡ଼ା-ଯଶୋବନ୍ତପୁର ଦୂରନ୍ତ ଏକ୍ସପ୍ରେସ। ଗୋଟିଏ ବଗିରୁ ଗ୍ୟାସ୍ ଟାଙ୍କି ଖସି ପଡ଼ିବାରୁ ଦୀର୍ଘ ୩ ଘଣ୍ଟା ଧରି ଏକ୍ସପ୍ରେସଟି ଅଟକି ରହିଛି। ସୂଚନା ମୁତାବକ, ରୁପସା ନିକଟରେ ରେଳଧାରଣା କାମ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା। ଟ୍ରାକ୍ ସଜଡ଼ା କାମରେ ବ୍ୟବହୃତ ସରଞ୍ଜାମ ବାଜି ବଗିରୁ ଗ୍ୟାସ୍ ଟାଙ୍କି ଖସି ପଡିଥିଲା ଫଳରେ ହାୱଡ଼ା-ଯଶୋବନ୍ତପୁର ଦୂରନ୍ତ ଏକ୍ସପ୍ରେସ ୩ ଘଣ୍ଟା ଧରି ଅଟକି ରହିଛି। ଟ୍ରେନରେ […]
ନୂଆପଡ଼ା : ମଦ ପାଉଚରେ ଗାନ୍ଧି ଚଷମା। ନୂଆପଡ଼ା ଜିଲ୍ଲା ବୋଡ଼େନ୍ ଦେଶୀ ମଦଭାଟିରେ ପ୍ରସ୍ତୁତ ମଦ ପାଉଚ୍ରେ ଗାନ୍ଧି ଚଷମା ଚିହ୍ନ ଥିବାରୁ ସାଧାରଣରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଗାନ୍ଧି ଚଷମା ଥିବା ସ୍ୱଚ୍ଛ ଭାରତ ଅଭିଯାନର ଲୋଗୋକୁ ଏହି ପାଉଚରେ ଛପା ଯାଇଥିବା ବେଳେ ଏହା ମହାତ୍ମା ଗାନ୍ଧିଙ୍କ ପ୍ରତି ଅପମାନ ବୋଲି ଲୋକଙ୍କ ମଧ୍ୟ ମତ ପ୍ରକାଶ ପାଇଛି। ମହାତ୍ମା ଗାନ୍ଧି ନିଶାମୁକ୍ତି ପାଇଁ ସର୍ବଦା ଆହ୍ୱାନ ଦେଉଥିବା ବେଳେ […]
ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ପରିଜା ଲାଇବ୍ରେରୀ ଛାତ ଉପରେ ଆତ୍ମହତ୍ୟାର ଧମକ ଦେଉଥିବା ଯୁବକ ସୁବୋଧ କୁମାର ବାରିକଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ତାଙ୍କୁ କ୍ୟାପିଟାଲ୍ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଚାକିରି ଗଲା ପରେ ସେ ମାନସିକ ଭାରସାମ୍ୟ ହରାଇ ଏପରି କାଣ୍ଡ କରିଥିବା ଆଲୋଚନା ହେଉଛି। ସୁବୋଧଙ୍କ ସମ୍ପର୍କୀୟ ନିର୍ମଳ ଚନ୍ଦ୍ର ସିଂଙ୍କ ଅଭିଯୋଗରୁ ପ୍ରକାଶ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପ୍ରହରାଜପୁର ଗାଁର ସୁବୋଧ ୨୦୦୧ ମସିହାରେ ପୋଷ୍ଟାଲ୍ ଡିପାର୍ଟମେଣ୍ଟରେ ଚାକିରି […]
ମୁନିଗୁଡ଼ା ( ନନ୍ଦକିଶୋର ପଟ୍ଟନାୟକ) : ରାୟଗଡ଼ା ଜିଲ୍ଲା ବିଷମକଟକରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ତାଲା ଠୁଙ୍କିଲେ ଘର ମାଲିକ। ସୂଚନା ଅନୁଯାୟୀ, ଗତ ୬ ମାସ ପୂର୍ବେ ଘର ମାଲିକଙ୍କ ସହିତ ହୋଇଥିବା ୧୦ ବର୍ଷିଆ ଏଗ୍ରିମେଣ୍ଟ ତାରିଖ ଶେଷ ହେଇଯାଇଥିଲା । ହେଲେ ଘର ମାଲିକ ବାରମ୍ବାର ବ୍ୟାଙ୍କ ମ୍ୟାନେଜରଙ୍କୁ ଘର ଖାଲି କରିବା ପାଇଁ ଅବଗତ କରିଥିଲେ ବି କୈଣସି ସମାଧାନ କରିନଥିବାରୁ ଆଜି ଘର ମାଲିକ ବାଧ୍ୟ ହୋଇ ବ୍ୟାଙ୍କରେ […]
ଭୁବନେଶ୍ୱର : ରାଜ୍ୟରେ ଗଲା କିଛି ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିଛି । ଦର ବୃଦ୍ଧି ନେଇ ଆଜି ଗୃହରେ ସ୍ୱୀକାର କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଡାଲି, ଖାଇବା ତେଲ, ଆଳୁ ଓ ପିଆଜ ଦର ବଢ଼ିଛି। ଖାଲି ରାଜ୍ୟରେ ନୁହେଁ ଏହା ଜାତୀୟ ସ୍ତରର ସମସ୍ୟା । ତେଣୁ ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପଦକ୍ଷେପ ନିଆଯାଉଛି । ମୁଖ୍ୟତଃ ଚାଉଳ ବ୍ୟତୀତ ଅନ୍ୟ […]
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ ): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଦା ନିକଟସ୍ଥ ଟ୍ରେନ୍ ଲାଇନରୁ ଗତ ରାତିରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀଙ୍କ ଘର ଇଟାମାଟି ଥାନା ପୁରୁଷୋତ୍ତମପୁର ଗାଁରେ । ପୁଲିସ୍ ସୂଚନା ଅନୁଯାୟୀ, ଯୁବତୀଜଣକ ଗତକାଲି ସନ୍ଧ୍ୟାରେ ଘରୁ କିଛି ନ କହି ପଳାଇ ଯାଇଥିଲେ। ପ୍ରାୟ ୨ କି.ମି ଚାଲି ଚାଲି ଯିବା ପରେ ଯୁବତୀଜଣକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ତେବେ ଯୁବତୀଜଣକ ଆତ୍ମହତ୍ୟା […]
ଭୁବନେଶ୍ୱର : ଡିସେମ୍ବର ୧ ତାରିଖରୁ ପୁଣି ଆରଟିଓ ନିୟମ କଡ଼ାକଡ଼ି କରାଯିବ । ଏବେ ଠୁ ଚାଳକ ଛାନିଆ ହୋଇପଡିଲେଣି। କିଛି ଦିନର ବ୍ୟବଧାନ ପରେ ପୁଣି ଭୁବନେଶ୍ୱରର ୨ଟି ଯାକ ଆରଟିଓ ଅଫିସ ଚଳଚଞ୍ଚଳ ହୋଇପଡିଲାଣି । ଡ୍ରାଇଭିଂ ଲାଇସେନ୍ସ, ଗାଡି ଫିଟନେସ, ଗାଡ଼ିର କାଗଜ ପତ୍ର ପାଇଁ ପୁଣି ଥରେ ଆରଟିଓ ଅଫିସ ଆଗରେ ଘଣ୍ଟା ଘଣ୍ଟା ଧରି ଲୋକେ ଲାଇନ୍ରେ ଛିଡା ହୋଇ କାଗଜପତ୍ର ଠିକ୍ କରୁଛନ୍ତି। ଘଣ୍ଟା ଘଣ୍ଟା ଧରି […]
ବଲାଙ୍ଗୀର(ଘଟେଶ୍ୱର ମିଶ୍ର ): ବିଭିନ୍ନ ଦାବି ନେଇ ଆଜି ଓ ଆସନ୍ତାକାଲି ଦୁଇ ଦିନ ବଲାଙ୍ଗିର ବନ୍ଦ ଡାକରା ଦେଇଛି ବଲାଙ୍ଗିର ଆକ୍ସନ କମିଟି । ବଲାଙ୍ଗିର ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା, ଲୋୟର ସୁକତେଲ ବିସ୍ଥାପିତଙ୍କୁ ଉଚିତ କ୍ଷତିପୂରଣ ସହ ଥଇଥାନ କରି ପ୍ରକଳ୍ପ କାମ ଆରମ୍ଭ କରିବା ଏବଂ ଶୀଘ୍ର ବାଏପାସ ରାସ୍ତା ନିର୍ମାଣ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛି କମିଟି। ବଲାଙ୍ଗିର ବନ୍ଦ ଯୋଗୁ କେବଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଫିସ ସମେତ ବୀମା […]
ଭୁବନେଶ୍ୱର : ଆଜି ପ୍ରଥମାଷ୍ଟମୀ । ପ୍ରତିଟି ଓଡ଼ିଆ ଘରର ଜ୍ୟେଷ୍ଠ ସନ୍ତାନର ଶୁଭ ମନାସି ଆଜି ଚାଲିଛି ପୂଜାର୍ଚ୍ଚନା। ଘରର ବଡ଼ ପୁଅ ଝିଅମାନେ ନୂଆ ବସ୍ତ୍ର ପିନ୍ଧି ଠାକୁର ଦର୍ଶନ କରିବାର ପରମ୍ପରା ରହିଛି। ତାସହ ହଳଦୀ ପତ୍ରରେ ସିଝା ଯାଇଥିବା ଏଣ୍ଡୁରି ପିଠା ଖାଇବାର ପରମ୍ପରା ବି ରହିଛି। ଏଥିଲାଗି ଚଳଚଞ୍ଚଳ ହୋଇ ଉଠିଛି ଗାଁଠାରୁ ସହର । ଘରେ ଘରେ ପିଠାମିଠା ପ୍ରସ୍ତୁତି ଚାଲିଛି। ଆଜିର ଦିନରେ ପୋଢ଼ୁଆଁ ହେବେ ପ୍ରଭୁ […]
ଭୁବନେଶ୍ୱର : ଏଣିକି ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନରେ ଓଡ଼ିଆରେ ନାମ ଫଳକ ବାଧ୍ୟତାମୂଳକ। ଓଡିଶା ଦୋକାନ ଓ ବଣିଜ୍ୟ ପ୍ରତିଷ୍ଠାନ ଆଇନ ୧୯୫୬ ସଂଶୋଧନ ଅନୁସାରେ ଏହି ଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ କରାଯାଇଛି। ଏହି ଆଇନକୁ ପ୍ରଥମଥର ଉଲ୍ଲଂଘନ କଲେ ୧ହଜାର ଟଙ୍କା ରୁ ୫ହଜାର ଟଙ୍କା ଏବଂ ଦ୍ୱିତୀୟ ଥର ଉଲ୍ଲଂଘନ କଲେ ୨ହଜାରରୁ ୨୫ହଜାର ପର୍ଯ୍ୟନ୍ତ ଜୋରିମାନା ହୋଇପାରେ । ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ମାଲିକ ଏବଂ ଜନସାଧାରଣଙ୍କ ଭାଗିଦାରୀ […]
ରାଉରକେଲା : ସୁନା ବ୍ୟବସାୟୀଙ୍କୁ ଛୁରାମାଡ଼। ରାଉରକେଲାରେ ରାତି ଅଧରେ ଜଣେ ସୁନା ବ୍ୟବସାୟୀଙ୍କୁ ଛୁରାମାଡ଼ କରିଛନ୍ତି ଦୁର୍ବୃତ୍ତ। ସୁନା ବ୍ୟବସାୟୀ ଜଣକ ହେଲେ ବିନାୟକ ପ୍ରସାଦ । ମିଳିଥିବା ସୂଚନା ମୁତାବକ,ମହତାବ ରୋଡ୍ ଠାରେ ବିନାୟକ ପ୍ରସାଦଙ୍କୁ ଛୁରାମାଡ଼ ହୋଇଥିଲା । ତାଙ୍କ ଶରୀରର ୫ଟି ସ୍ଥାନକୁ ଛୁରାମାଡ଼ ହୋଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ବିନାୟକଙ୍କୁ IGHରେ ଭର୍ତ୍ତି କରାଯାଇଛି । ସେକ୍ଟର-୫ ସ୍ଥିତ ସୁନା ଦୋକାନରୁ ଫେରିବା ବେଳେ ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଥିଲା । […]
ଭୁବନେଶ୍ୱର : ଭୁବନେଶ୍ୱର ଷ୍ଟେସନ୍କୁ ଆସିଛି ସେଗ୍ ୱେ । ଏହି ମଡନ ସ୍କୁଟର୍ ସିଷ୍ଟମ୍କୁ ଭୁବନେଶ୍ୱର ଷ୍ଟେସନ୍ରେ ବ୍ୟବହାର କରିବେ ଆର୍ପିଏଫ୍ । ଆଜି ଏନେଇ ବିଧିବଦ୍ଧ ଭାବେ ଭୁବନେଶ୍ୱର ଷ୍ଟେସନ୍ରେ ଏହା ସିଷ୍ଟମ୍ର ଶୁଭାରମ୍ଭ କରାଯାଇଛି। ପ୍ଲାଟ୍ଫର୍ମର ଗୋଟିଏ ପାର୍ଶ୍ୱରୁ ଅନ୍ୟ ଏକ ପାର୍ଶ୍ୱକୁ ଯିବାକୁ ଖୁବ୍ କମ ସମୟ ଲାଗିବ । ଏହାସହ କୌଣସି ଅପ୍ରୀତିକର ଘଟଣା ହେଲେ ଆର୍ପିଏଫ୍ ଖୁବ୍ କମ ସମୟ ମଧ୍ୟରେ ପହଞ୍ଚି ପାରିବେ । ପ୍ରଥମ ପର୍ଯ୍ୟାୟରେ […]
ଭୁବନେଶ୍ୱର : ପୁଣି ଥରେ ସ୍ମିତାରାଣୀ ପ୍ରସଙ୍ଗକୁ ନେଇ ସରଗରମ ହୋଇଛି ବିଧାନସଭା । ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ। ସ୍ମିତାରାଣୀଙ୍କ ମୃତ୍ୟୁ କିପରି ହେଲା ସେ ନେଇ ଜାଣିବାର ଅଧିକାର ସମସ୍ତଙ୍କର ରହିଛି। ଯଦି, ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି ତେବେ ରୂପେଶ କାହିଁକି ପୁଲିସ୍କୁ ଖବର ଦେଲେନି। କେଉଁ ଗାଡ଼ିରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ? ରୂପେଶ ଘଟଣା ସମୟର ଫଟୋ କାହିଁକି ଉଠେଇନଥିଲେ […]
ବଲାଙ୍ଗିର( ମନୋରଂଜନ ଯୋଶୀ) : କଣ୍ଟାବାଞ୍ଜିର ଖବରକାଗଜ ବିତରକ କମଳ ବାଗ ହତ୍ୟା ମାମଲାର ପର୍ଦ୍ଦାଫାସ। ପ୍ରେମଜନିତ ବିବାଦରୁ କମଳଙ୍କୁ ହତ୍ୟା କରାଯାଇଛି। ମାମଲାରେ ଜଣେ ମହିଳାଙ୍କ ସହିତ ଅନ୍ୟ ତିନି ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ୍ କହିଛି। ହେଲେ ପୁରା ଘଟଣା କଣ ଥିଲା ସେ ନେଇ ଏବେ ସୁଦ୍ଧା ସମ୍ପୂର୍ଣ୍ଣ ସୂଚନା ମିଳିପାରିନି। ଗତ ୧୧ ତାରିଖ ଦିନ କଣ୍ଟାବାଞ୍ଜି ଆନନ୍ଦ ନଗର ପଡ଼ାରୁ କମଳ ବାଗ ନିଖୋଜ ଥିଲେ। ପ୍ରାୟ ୭ ଦିନ […]
ଭୁବନେଶ୍ୱର : ରାଜ୍ୟରେ ମିଳିବନି ଗଞ୍ଜେଇ ଚାଷ ପାଇଁ ଅନୁମତି। ଗଞ୍ଜେଇ ଚାଷ ପୂର୍ବ ଭଳି ବେଆଇନ ରହିବ । ଅବକାରୀ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଜି ଏନେଇ ସୂଚନା ଦିଆଯାଇଛି । ଔଷଧୀୟ ଗୁଣ ଯୋଗୁଁ ଅନେକ ଶିଳ୍ପ ସଂସ୍ଥା ଗଞ୍ଜେଇ ଚାଷକୁ ଆଇନ ସଙ୍ଗତ କରିବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ଏହି ପ୍ରସ୍ତାବକୁ ଖାରଜ କରିଛି ଆଇନ ବିଭାଗ। ଅବକାରୀ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଗଞ୍ଜେଇ ଚାଷକୁ ନେଇ ବିସ୍ତୁତ […]
ଭୁବନେଶ୍ୱର : ସ୍ମିତାରାଣୀ ପ୍ରସଙ୍ଗରେ ବିରୋଧୀ ଦଳରୁ ଚାପ ପଡ଼ିବା ପରେ ଶେଷରେ କ୍ଷମା ପ୍ରାର୍ଥନା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବିରୋଧୀ ଦଳ ନେତାଙ୍କ କଥାକୁ ଠିକ୍ ଭାବେ ବୁଝି ପାରିନଥିବା କହିଛନ୍ତି ବାଚସ୍ପତି। ସେଥିପାଇଁ ବିରୋଧୀ ଦଳ ନେତାଙ୍କୁ କ୍ଷମା କହିଛନ୍ତି। ଗତକାଲି ଅପରାହ୍ନରେ ବିରୋଧୀ ଦଳ ନେତା ସ୍ମିତାରାଣୀ ପ୍ରସଙ୍ଗରେ ଗୃହରେ କିଛି କହିବାକୁ ଚାହିଁଥିଲେ। ହେଲେ ସେହି ସମୟରେ ବାଚସ୍ପତି ଗୃହ ମୁଲତବି କରିଥିଲେ। ଯାହାକୁ ନେଇ କ୍ଷୁବ୍ଧ […]
ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଏକ ହୋଟେଲରେ ପ୍ଲାଷ୍ଟିକ ଅଣ୍ଡା ତରକାରୀ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଗତକାଲି ସହରର ନୂଆଁପଡ଼ାରେ ରହୁଥିବା ବିଦ୍ୟୁତ୍ ବିଭାଗର କର୍ମଚାରୀ ସୁନିଲ କୁମାର ସାହୁ ଏକ ହୋଟେଲରୁ ଖାଇବା ପାଇଁ ଦୁଇଟି ଅଣ୍ଡା ତରକାରୀ ଆଣିଥିଲେ। ମାତ୍ର ଅଣ୍ଡା କେଶରକୁ ସେ ଖାଇବା ପରେ ଏହା ରବର ଭଳି ଲମ୍ୱିଥିଲା। ଅଣ୍ଡାକୁ ହାତରେ ଛିଣ୍ଡାଇଲେ ମଧ୍ୟ ତାହା ରବର ଭଳିଆ ଦୋହଲିଥିଲା। ଏହି ଘଟଣା ଜଣାପଡ଼ିବା ପରେ […]