ଭଦ୍ରକ : ଚାକିରୀରେ ଯୋଗଦେବା ପୂର୍ବରୁ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ । ଘଟଣାଟି ଘଟିଛି ଭଦ୍ରକ-ଚାନ୍ଦବାଲି ରାସ୍ତାର ନଛିପୁର ଛକ ନିକଟରେ । ସୂଚନା ମୁତାବକ, ମୃତକ ଜଣକ ହେଲେ ନୂଆ ଶାସନ ଗାଁର ରାଜେନ୍ଦ୍ର ସାହୁ । ସେ ନିଜର ଜଣେ ବନ୍ଧୁ ନିରଞ୍ଜନ ତ୍ରିପାଠୀଙ୍କୁ ସାଙ୍ଗରେ ଧରି ଏକ ଘରୋଇ କମ୍ପାନୀରେ ଚାକିରୀରେ ଯୋଗଦେବା ପାଇଁ ଢେଙ୍କାନାଳ ଅଭିମୁଖେ ବାଇକ୍ରେ ଯାଉଥିଲେ। ତେବେ ନଛିପୁର ଛକ ନିକଟରେ ଏକ ହାଇୱା […]
ଯାଜପୁର : ଯାଜପୁର ଜିଲ୍ଲା ଦଳା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍କୁ ପଛ ପଟୁ ଧକ୍କା ଦେଲା ୧୦୮ ଆମ୍ବୁଲାନ୍ସ। ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଗାଡ଼ିର ଡ୍ରାଇଭର ସମେତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚାଳକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତକଙ୍କ ପରିଚୟ ଏଯାଏ ମିଳି ପାରିନାହିଁ। ସୂଚନା ମୁତାବକ […]
ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିକଟ ମହିଚଲା ଛକରେ ମର୍ମନ୍ତୁଦ ଦୁର୍ଘଟଣା। ଗାଡ଼ି ଧକ୍କାରେ ସ୍ୱାମୀ-ସ୍ତ୍ରୀ ମୃତ। ମୃତକ ହେଲେ ଚନ୍ଦ୍ରଧ୍ୱଜ ବେମାଲ ଓ କଳାବତୀ ବେମାଲ । ଆଜି ସକାଳୁ ମର୍ଣ୍ଣିଂ ଓ୍ୱାକ୍ କରୁଥିବା ବେଳେ ସେମାନଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଛି । ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି। ଫଳରେ ସେଠାରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକେ NH-26 ଅବରୋଧ କରିଛନ୍ତି । ଏହା ଫଳରେ ଭବାନୀପାଟଣା-ଜୟପୁର ରାସ୍ତାରେ ଗାଡ଼ି ଚଳାଚଳ […]
ଭୁବନେଶ୍ୱର : ବରିଷ୍ଠ ଓଏଏସ ସ୍ତରରେ ରାଜ୍ୟ ସରକାର କେତେକ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବରିଷ୍ଠ ଓଏଏସ୍ କୃଷ୍ଣ ଚନ୍ଦ୍ର ପତିଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ସେ ଏବେ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି କେନ୍ଦୁଝର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚରଣ ମାଝୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ଭାବେ ବଦଳି […]
ଭୁବନେଶ୍ୱର : ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଅଟକ ରଖିଛି। ପୀଡ଼ିତା ଜଣକ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅଭିଯୋଗରୁ ପ୍ରକାଶ, ଯୁବତୀ ଓ ଅଭିଯୁକ୍ତ ଏକ ବେସରକାରୀ ମେଡିକାଲ୍ରେ ହାଉସ୍କିପିଂ କର୍ମଚାରୀଭାବେ କାମ କରନ୍ତି। ତେବେ ଏହି ସମୟରେ ଯୁବତୀଙ୍କୁ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଯାହାଫଳରେ ପୀଡ଼ିତା ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଏକ ଘରୋଇ […]
ଭୁବନେଶ୍ୱର : ପୁରୀ ଗଣଦୁଷ୍କର୍ମ ପ୍ରତିବାଦରେ ରାଜଧାନୀରେ ହଲ୍ଲାବୋଲ୍ ନବୀନ ନିବାସରେ ଧସେଇ ପଶିବାକୁ ଉଦ୍ୟମବେଳେ ବିଜେପି ମହିଳାମୋର୍ଚ୍ଚା କର୍ମୀ-ପୁଲିସ୍ ଧସ୍ତାଧସ୍ତି । ଛାତ୍ର କଂଗ୍ରେସ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କ୍ୱାର୍ଟର୍ସ ଉପରକୁ ଟମାଟୋ ମାଡ଼। ନବନିର୍ମାଣ ଯୁବଛାତ୍ର ସଂଗଠନ ମଧ୍ୟ ବିଶାଳ ପ୍ରତିବାଦ କରି ଜାହିର କରିଛି ଅସନ୍ତୋଷ। ସେପଟେ ମାମଲାର ତଦନ୍ତରେ ବେଶି ଆଗକୁ ବଢ଼ିପାରିନି ପୁରୀ ପୁଲିସ୍। ମୁଖ୍ୟ ଅଭିଯୁକ୍ତ ସହ ଗିରଫ ୨ଜଣଙ୍କୁ ୭ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି […]
ରାଉରକେଲା : ରାଉରକେଲାରେ ଜଣେ ବାପା ମାଆ ଛେଉଣ୍ଡ ନାବାଳିକାଙ୍କୁ ସଂପର୍କୀୟ ମଉସାଙ୍କ ଦୁଷ୍କର୍ମ ଉଦ୍ୟମ ଓ ହତ୍ୟା ଧମକ। ଏନେଇ ପ୍ଲାଣ୍ଟ ସାଇଟ୍ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ମଉସା ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି ପୁଲିସ୍। ମଉସା ଦୁଷ୍କର୍ମ ଉଦ୍ୟମ କରିଥିବା ବେଳେ ମାଉସୀ ଛୁରୀରେ ଆକ୍ରମଣ କରିଥିବା ନାବାଳିକା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସୂଚନା ଅନୁସାରେ, ଅସହାୟ ନାବାଳିକା ଜଣକ ଅଭିଯୁକ୍ତଙ୍କ ଘରେ ରହୁଥିଲେ। ସଙ୍ଗୀନ ଅଭିଯୋଗ ଆସିବା ପରେ […]
ଭଦ୍ରକ : ଥମୁନି ଦୁଷ୍କର୍ମ ଝଡ଼ । ନାବାଳିକାଙ୍କୁ ଅଶ୍ଳିଳ ଭିଡିଓ ଦେଖାଇ ୩ ମାସ ଧରି ଦୁଷ୍କର୍ମ ଅଭିଯୋଗ। ଏଭଳି ଘଟଣା ସାମନାକୁ ଆସିଛି ଭଦ୍ରକ ଧୂଷୁରୀ ଥାନା ଅଞ୍ଚଳରେ। ଅଭିଯୋଗ ଅନୁସାରେ, ବିଚିତ୍ର ମାଝୀ ନାମକ ଜଣେ ବ୍ୟକ୍ତି ପଡୋଶୀ ଘର ନାବାଳିକାଙ୍କୁ ତିନି ମାସ ତଳେ ପ୍ରେମ ନିବେଦନ କରିଥିଲେ। ତେବେ ଏହାକୁ ନାବାଳିକା ମନା କରିବା ପରେ ସଂପୃକ୍ତ ଯୁବକ ନାବାଳିକାଙ୍କ ସହ ଜୋରଜବରଦସ୍ତ କରିବା ସହ ତାଙ୍କ ଘରକୁ ଯାଇ […]
ଢ଼େଙ୍କାନାଳ( ରାଜଶ୍ରୀ ଶତପଥୀ) : ଯୁବକଙ୍କୁ ମହଙ୍ଗା ପଡ଼ିଲା କମେଣ୍ଟ ମରା । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ବେଡାପଡ଼ାର ଗାଁ ମଝିରେ ବାନ୍ଧି ଯୁବକଙ୍କୁ ନିସ୍ତୁକ ମାଡ଼ ସହ ବେକରେ ଚପଲ ପିନ୍ଧାଇଲେ ଲୋକେ। ନାବାଳିକାଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ଯୁବକଙ୍କୁ ପିଟି ଜୋତାମାଳ ପିନ୍ଧାଇ ଡାଲା ଅଟୋରେ ବସାଇ ଥାନାକୁ ନେଇଥିଲେ। ରାସୋଳ ଥାନା ଅଞ୍ଚଳରେ ୩/୪ ଦିନ ତଳେ ଘଟିଥିବା ଏ ଘଟଣା ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓ ଭାଇରାଲ୍ ପରେ […]
ଯାଜପୁର : ଯାଜପୁରରେ ୨୪ ଘଣ୍ଟା ପରେ ଉଦ୍ଧାର ହେଲେ ମହିଳା ଶିଳ୍ପପତି । ଗତକାଲି ଦିନ ୩ଟାରୁ ସେ ଗୃହବନ୍ଦୀ ଥିଲେ । ଆଜି ଏସ୍ପି, ଏଡିଏମ୍ ପ୍ରମୁଖ ପହଞ୍ଚି ଶିଳ୍ପପତିଙ୍କୁ ଉଦ୍ଧାର କରିଛନ୍ତି । ସୂଚନା ମୁତାବକ, ଜଖପୁରା ଠାରେ ଥିବା ଏକ ହୋଟେଲରେ ମହିଳା ଶିଳ୍ପପତି ରୀତା ସିଂହ ଗତକାଲି ଠାରୁ ଅଟକ ଥିଲେ। ବକେୟା ଦରମା ଦାବିରେ ମୈଥାନ ଇସ୍ପାତ କାରଖାନାର ଶତାଧିକ କର୍ମଚାରୀ ଅଟକ ରଖିଥିଲେ। କର୍ମଚାରୀଙ୍କ ସହ ସୁକିନ୍ଦା […]
କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ବାଇକରେ ଯାଉଥିବା ବେଳେ ପକେଟ୍ରେ ଥିବା ମୋବାଇଲ ଫୋନ୍ ଫାଟିଲା। ଫଳରେ ଜଣେ ଯୁବକ ଗୁରୁତର ଆହତ ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି। ଆଜି ଏମିତି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳରେ ଘଟିଛି। ମହାଦେବପାଟଣା ଗାଁର ଚନ୍ଦ୍ରମଣି ସେଠୀ ଆଜି ଅପରାହ୍ନରେ ବାଇକରେ ଯାଉଥିଲେ। ଗରାପୁର୍ ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟ ନିକଟରେ ତାଙ୍କ ପ୍ୟାଣ୍ଟ ପକେଟ୍ରେ ଥିବା ସ୍ମାର୍ଟ ଫୋନ୍ ହଠାତ ଫାଟି ଯାଇଥିଲା। ଫଳରେ ବାଇକ୍ରୁ ତଳେ ପଡ଼ିଯାଇଥିଲେ ଚନ୍ଦ୍ରମଣି। […]
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ପୁଣି ପଦାରେ ପଡ଼ିଛି ରାଜ୍ୟର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ନଗ୍ନ ଚିଚ୍ର। ‘ମୋ ସରକାର’ ଓ ୫ଟି ଯୋଜନାକୁ ଉପହାସ କରି ଆସିଛି ଆଉ ଏକ ସାଂଘାତିକ ତଥ୍ୟ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଇଞ୍ଜେକସନ୍ ଦେଇଛନ୍ତି ସଫେଇ କର୍ମଚାରୀ। କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଅଭାବନୀୟ ଘଟଣା। ଆଉ ଏହାର ଭିଡ଼ିଓ ଏବେ ସୋଶାଲ୍ ଭାଇରାଲ୍ ହେବା ପରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଏହାର […]
ପୁରୀ : ହାଇଦ୍ରାବାଦରେ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟାକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ କୁହୁଳୁଥିବା ବେଳେ ଏପଟେ ପୁରୀରେ ଜଣେ ଅସହାୟ ଯୁବତୀଙ୍କୁ ଖୋଦ୍ ପୁଲିସ୍ କ୍ୱାର୍ଟର୍ସରେ ଗ୍ୟାଙ୍ଗ ରେପ୍ ଘଟଣା ସାରା ରାଜ୍ୟରେ ସୃଷ୍ଟି କରିଛି ହଇଚଇ। ସୋମବାର ସନ୍ଧ୍ୟାରେ କୁମ୍ଭାରପଡ଼ା ଥାନାରେ ପୀଡ଼ିତାଙ୍କ ଏତଲା ପରେ ମୁଖ୍ୟ ଅଭିଯୁକ୍ତ ପୂର୍ବତନ କନଷ୍ଟେବଳ ସହ ୨ଜଣଙ୍କୁ ଗିରଫ କରିଛି ପୁଲିସ। ଆଉ ୨ଜଣଙ୍କୁ ଧରିବାକୁ ଚାଲିଛି ତନାଘନା। ତେଣେ ପୀଡ଼ିତାଙ୍କୁ ନିଶ୍ଚେ ନ୍ୟାୟ […]
ଭୁବନେଶ୍ୱର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୭ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଗସ୍ତର ପ୍ରସ୍ତୁତିର ସମୀକ୍ଷା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଜଣାପଡ଼ିଛି ଯେ, ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ସ୍ୱତନ୍ତ୍ର ବିମାନରେ ଆସି ୭ତାରିଖ ସନ୍ଧ୍ୟା ସାଢ଼େ ୭ଟାରେ ଭୁବନେଶ୍ୱରସ୍ଥିତି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ […]
ଢେଙ୍କାନାଳ(ରାଜଶ୍ରୀ ଶତପଥୀ) : ବନ୍ଦ କାର ଭିତରେ ମୁମୂର୍ଷୁ ଅବସ୍ଥାରେ କୁନିପିଲା । କାରର ପଛ ସିଟ୍ରେ ଅଣନିଶ୍ୱାସୀ ହେବା ପରେ ନିସ୍ତେଜ ହୋଇଯାଇଥିଲା ଶରୀର। ଦିନ ସାଢେ ୧୧ଟା ବେଳେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର ଆଉଟ ଡୋର ଆଗରେ ଖରାରେ ଛିଡ଼ା ହୋଇଥିଲା ଏକ କାର । କାର ଭିତରେ ଥିବା ଶିଶୁ ଉପରେ ସିକ୍ୟୁରିଟି ଗାର୍ଡର ପଡ଼ିଥିଲା ନଜର। ଆଖପାଖ ଅଧଘଣ୍ଟା ଧରି ଖୋଜାଖୋଜି ପରେ ବି ପିଲାଟିର ବାପା ମାଆଙ୍କ ଖୋଜ ଖବର […]
ଭୁବନେଶ୍ୱର : କମିଶନରେଟ ପୁଲିସ ପାଇଁ ବଡ଼ ଚାଲେଞ୍ଜ ରଙ୍ଗ୍ ସାଇଡ ଡ୍ରାଇଭିଂ। ଟୁଇନ୍ ସିଟିର ୨୦୦ଟି ସ୍ଥାନ ଚିହ୍ନଟ କରିଛି ପୁଲିସ। ଯେଉଁଠାରେ ଅଧିକ ରଙ୍ଗ ସାଇଡ୍ ଡ୍ରାଇଭିଂ ଘଟଣା ଦେଖିବାକୁ ମିଳୁଛି। ତା ଭିତରୁ ୬୦ଟି ଅତି ସମ୍ବେଦନଶୀଳ ରଙ୍ଗ୍ ସାଇଡ ଡ୍ରାଇଭିଂ ପଏଣ୍ଟ ରହିଛି , ଯେଉଁଥିପାଇଁ ଦୁର୍ଘଟଣା ଘଟିବା ସହ ଅନେକ ଜୀବନ ଯାଉଛି। ଏହାକୁ ନଜରରେ ରଖି ସେହି ସବୁ ରଙ୍ଗ୍ ସାଇଡ ପଏଣ୍ଟ ଗୁଡିକରେ ଟ୍ରାଫିକର ସ୍ୱତନ୍ତ୍ର ଉଇଙ୍ଗ […]
ଭୁବନେଶ୍ୱର : ସ୍ତ୍ରୀକୁ ଦେଖା କରିବାକୁ ଆସି ହଟହଟା ହେଲେ ସ୍ୱାମୀ। ନୟାପଲ୍ଲୀ ଥାନାରେ ଅଣ୍ଡରଟେକିଂ ଲେଖି ସେ ଥାନାରୁ ମୁକୁଳିଛନ୍ତି। ଆଉ ଝିଅଘର ପାଖକୁ ଆସିବେ ନାହିଁ ବୋଲି କହିବା ସହ, ଏଣିକି ସ୍ତ୍ରୀକୁ ପାଇବା ପାଇଁ କୋର୍ଟରେ ଦେଖା ହେବ ବୋଲି ସ୍ୱାମୀ ରାକେଶ ବାରିକ କହିଛନ୍ତି। କୋର୍ଟ ମ୍ୟାରେଜ ସତ୍ତ୍ୱେ ସ୍ତ୍ରୀକୁ ତାର ବାପ ଘର ଲୋକ ଅନ୍ୟତ୍ର ବିବାହ କରାଉଥିବା ଜାଣି ମେହେନ୍ଦି ଦିନ ନୟାପଲ୍ଲୀ ସ୍ଥିତ ସ୍ତ୍ରୀ ଘରକୁ ଆସି […]
ବ୍ରହ୍ମପୁର : ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଂଚଳରେ ଘଟିଛି ଏ ଘଟଣା । ନୂଆଗାଁ ଥାନା ଅନ୍ତର୍ଗତ ବୋମକେଇ ଗାଁରେ କିଛି ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ଦିନ ଦ୍ୱିପ୍ରହରରେ ଖଣ୍ଡା ଧରି ଗୋଡାଇ ଗୋଡାଇ ହାଣିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ଯୁବକ ଜଣକ ହେଲେ ବୋମକେଇ ସ୍ଥିତ ସେବାନନ୍ଦ ଡିଗ୍ରୀ ମହାବିଦ୍ୟାଳୟର କନିଷ୍ଠ କିରାଣୀ ନିରଂଜନ ପ୍ରଧାନ। ଗୁରୁତର ଅବସ୍ଥାରେ ନିରଂଜନଙ୍କୁ ବ୍ରହ୍ମପୁର ବଡ଼ […]
ବାରିପଦା (ମାଣିକଲାଲ୍ ପାଣି): ବାଲେଶ୍ୱରରୁ ବାଙ୍ଗିରିପୋଷି ଅଭିମୁଖେ ଯାତ୍ରା କରୁଥିବା ଡିଏମ୍ୟୁ ଟ୍ରେନ୍ ଇଞ୍ଜିନରେ ଲାଗିଛି ନିଆଁ। ବିଦ୍ୟୁତ ସର୍ଟସର୍କିଟରୁ ନିଆଁ ଲାଗିଥିବା ରେଳ ବିଭାଗ ଅନୁମାନ କରୁଛି। ତେବେ ତଦନ୍ତ ପରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିବ। ବର୍ତ୍ତମାନ ସୁଦ୍ଧା ଟ୍ରେନ୍ଟି ବାଲେଶ୍ୱରକୁ ଫେରିନାହିଁ। ବାଙ୍ଗିରିପୋଷି ଷ୍ଟେସନ୍ରେ ଅଟକି ରହିଛି। ଡିଏମ୍ୟୁ ଟ୍ରେନ୍ଟି ବାଲେଶ୍ୱରରୁ ଭାୟା ବାରିପଦା ଦେଇ ବାଙ୍ଗିରିପୋଷି ଯାଇଥାଏ। ସେଠାରୁ ଦିନ ୧ଟା ବେଳେ ପୁଣି ବାଲେଶ୍ୱରକୁ ଫେରିଥାଏ। ତେବେ ଆଜି […]
ଭୁବନେଶ୍ୱର : ଆନ୍ଦୋଳନ କରିବାକୁ ଆସି ଜୀବନ ହାରିଲେ ଶିକ୍ଷକ। ଲୋଅର ପିଏମ୍ଜିରେ ଧାରଣା ଦେଇଥିବା ଅବସ୍ଥାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶିକ୍ଷକ ଜଣକ ହେଲେ ମୟୂରଭଂଜର ନିରଂଜନ ବାରିକ। ମୟୂରଭଂଜର ନିରଂଜନ OTET ପରୀକ୍ଷାର ପୁନଃମୂଲ୍ୟାୟନ ଦାବି କରି ଲୋଅର ପିଏମ୍ଜିରେ ଧାରଣା ଦେଇଥିଲେ। ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରତିବାଦ କରିଛନ୍ତି ଆନ୍ଦୋଳନ କରୁଥିବା ନିରଂଜନଙ୍କ ଅନ୍ୟ ସହକର୍ମୀ । ପୁନଃମୂଲ୍ୟାୟନ ନେଇ ଦାବି ପୂରଣ ନହେଲେ ନିରଂଜନଙ୍କ ଭଳି […]
ପୁରୀ : ପର୍ଯ୍ୟଟନ ସହର ପୁରୀରେ ଲଜ୍ଜା ଜନକ ଖବର ଆସିବା ପରେ ସମଗ୍ର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଘଟଣାରେ ପୁଲିସ ତନାଘନା ଆରମ୍ଭ ହୋଇଛି। ଜଣେ ଯୁବତୀଙ୍କୁ କାରରେ ଟେକିନେଇ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣାରେ ଜଣେ ପୁଲିସ କର୍ମଚାରୀ ସମ୍ପୃକ୍ତ ଥିବା କଥା ଉଠିବା ପରେ ପୁରୀ ଏସ୍ପି ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି। ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ଅଟକ ରଖାଯାଇଛି। […]
ଅନୁଗୁଳ : ଅନୁଗୁଳର ଏକ ଘରୋଇ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ନାସା ସ୍ପେସ୍ ସେଟେଲମେଣ୍ଟ ପ୍ରତିଯୋଗିତା ପାଇଁ ମନୋନୀତ ଖବର ସମ୍ପୂର୍ଣ୍ଣ ଜାଲ୍। ନାସା ପକ୍ଷରୁ ଏଭଳି କୌଣସି ସୂଚନା ଆସିନଥିଲା,ବରଂ ଏହା ପୁରାପୁରି ନକଲି ବୋଲି ସ୍ପଷ୍ଟ କରିଛି ପୁଲିସ। ସେପଟେ ଘଟଣା ପଛରେ ଜଣେ ନାବାଳକର ଭୂମିକା ଥିବା କହି ଘଟଣାର ତଦନ୍ତ ଜାରି ରହିଥିବା ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ। ଅନୁଗୁଳର ଛାତ୍ର ଶୁଭ୍ରାଂଶୁ ନାୟକ ତାଙ୍କ ପ୍ରୋଜେକ୍ଟ ମ୍ୟାଭିକ୍ ପାଇଁ […]
ପୁରୀ : ପର୍ଯ୍ୟଟନ ସହର ପୁରୀରେ ଲଜ୍ଜା। ଯୁବତୀଙ୍କ ସହ ଗଣଦୁଷ୍କର୍ମର ଚାଞ୍ଚଲ୍ୟକର ଅଭିଯୋଗ। ଝାଡ଼େଶ୍ୱରୀ କ୍ଲବ୍ ନିକଟ କ୍ୱାର୍ଟର୍ସରେ ଏହି ଜଘନ୍ୟକାଣ୍ଡ ଘଟିଥିବାର ସୂଚନା। ଅଭିଯୋଗ ଅନୁଯାୟୀ, ଯୁବତୀ ଜଣକ ନିମାପଡ଼ା ବସ୍ଷ୍ଟାଣ୍ଡରେ କାକଟପୁର ଅଞ୍ଚଳକୁ ଯିବା ପାଇଁ ଅପେକ୍ଷାରେ ଥିଲେ। ଏହି ସମୟରେ ୪ ଜଣ ଯୁବକ ପୁଲିସ୍ ପରିଚୟ ଦେଇ ତାଙ୍କୁ ତାଙ୍କ ଘରେ ଛାଡ଼ିଦେବାକୁ କହି କାର୍ରେ ଝାଡ଼େଶ୍ୱରୀ କ୍ଲବ୍ ନିକଟ କ୍ୱାର୍ଟର୍ସକୁ ନେଇ ଯାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। […]
ଭୁବନେଶ୍ୱର : ଡିସେମ୍ୱର ଆରମ୍ଭରୁ ସାରା ଓଡ଼ିଶାରେ ଟ୍ରାଫିକ ନିୟମ କଡ଼ାକଡ଼ି କରିଛନ୍ତି ସରକାର। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନେ ମୋଟା ଅଙ୍କର ଜୋରିମାନା ଗଣିବେ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସାମ୍ୱାଦିକ ସମ୍ମିଳନୀ କରି କହିଥିଲେ। ତେବେ ରାସ୍ତାରେ ଆଉ ଚାଳକଙ୍କୁ ନଅଟକାଇ ସିଧା ଘରକୁ ଚାଲାଣ ଯିବ ବୋଲି ପୋଲିସ କହିଛି। କାରଣ ରାସ୍ତା ଚାରିପଟେ ଜଗିଥିବା ସିସି ଟିଭି କ୍ୟାମେରା ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ଧରାଇବ ବୋଲି ପୁଲିସ କହିଛି। ମଦ୍ୟପାନ […]
ରାଉରକେଲା(ପୱନ ତିୱାରୀ): ରାଉରକେଲାର ଅମିତ କଚ୍ଛପ ହୋଇଛନ୍ତି ‘ମିଷ୍ଟର ଆଣ୍ଡ୍ ମିସ୍ ମଡେଲ୍ ଇଣ୍ଡିଆ’ର ବିଜୟୀ। ନଭେମ୍ବର ୧୦ ତାରିଖରେ ବେଙ୍ଗାଲୁରୁରେ ହୋଇଥିବା ଏହି ରଙ୍ଗାରଙ୍ଗ ପ୍ରତିଯୋଗିତାରେ ସେ ବିଜୟୀ ହୋଇଛନ୍ତି। ଏଥିରେ ସେ ଏକମାତ୍ର ଓଡ଼ିଆ ଭାବେ ଯୋଗଦେଇଥିଲେ। ‘ମିଷ୍ଟର ଆଣ୍ଡ୍ ମିସ୍ ମଡେଲ୍ ଇଣ୍ଡିଆ’ ପ୍ରତିଯୋଗିତାରେ ସମଗ୍ର ଦେଶରୁ ୧୫ ଜଣ ପୁଅ ଓ ୧୨ ଝିଅଙ୍କ ଭାଗ ନେଇଥିଲେ। ଏଥିରେ ଟାଲେଣ୍ଟ, ଫିଟ୍ନେସ୍, ବ୍ୟକ୍ତିଗତ ସାକ୍ଷାତକାର ଓ ରାମ୍ପୱାକ୍ ଆଦି ହୋଇଥିଲା। ତେବେ […]