ବ୍ରହ୍ମପୁର : ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବ। ଉତ୍ସବ ଲାଗି ପ୍ରସ୍ତୁତି ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ମହୋତ୍ସବକୁ ଉଦ୍ଘାଟନ କରିବେ । ୨୪ ତାରିଖଠାରୁ ଆରମ୍ଭ ହେଉଥିବା ଏହି ମହୋତ୍ସବ ୫ ଦିନ ଧରି ଚାଲିବ। ୨୮ ତାରିଖରେ ଶେଷ ହେବ। କଳା ଓ ସଂସ୍କୃତିର ଏହି ମହୋତ୍ସବକୁ ଧୂମଧାମର ସହ ପାଳନ କରିବା ଲାଗି ଜୋରସୋରରେ ପ୍ରସ୍ତୁତି ଚାଲିଛି। ଉଦଘାଟନ ଅବସରରେ ବଲିଉଡ୍ କଣ୍ଠଶିଳ୍ପୀ ସୋନୁ ନିଗମ ଯୋଗ […]
ଭୁବନେଶ୍ୱର : ପିଆଜ ପରେ ଏବେ ରାଜ୍ୟରେ ବଢ଼ିବାରେ ଲାଗିଛି ଆଳୁ ଦର। ଗତ ଦେଢ଼ ମାସରୁ ଅଧିକ ସମୟ ଧରି ପିଆଜ ଦର ଆକାଶ ଛୁଆଁ ହେବା ପରେ ଏବେ ଆଳୁ ଦର ଅହେତୁକ ଭାବରେ ବଢ଼ି ଚାଲିଛି। ୧୮ରୁ ୨୦ ଟଙ୍କାରେ ଆଳୁ ବିକ୍ରି ହେଉଥିବା ବେଳେ ଏବେ ବିଭିନ୍ନ ଅଞ୍ଚଳରେ ୨୫ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି। ଯାହାକୁ ନେଇ ଗ୍ରାହକ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ଜଣେ ଗ୍ରାହକ କହିଛନ୍ତି, “ଭୁବନେଶ୍ୱର ୧ନମ୍ବର […]
ଧର୍ମଗଡ଼ : OHPC ଜେନେରାଲ ମ୍ୟାନେଜରଙ୍କ ମୃତ୍ୟୁ ମାମଲାକୁ ନେଇ ତେଜିଲା ବିରୋଧ। ମ୍ୟାନେଜର୍ ନାରାୟଣ ପ୍ରସାଦ ମେହେରଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଲୋକେ। ଧର୍ମଗଡ଼ OHPC ଅଫିସ୍ ଆଗରେ ଆଜି ଶତାଧିକ ଲୋକ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନାରାୟଣଙ୍କ ହତ୍ୟା ହୋଇଛି, ଏଥିରେ ଯେଉଁମାନେ ସଂପୃକ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଗତ ୧୭ ତାରିଖରୁ ମ୍ୟାନେଜର ନିଖୋଜ ଥିଲେ । ଗତକାଲି ତାଙ୍କ […]
ନୂଆପଡ଼ା : ବାପାଙ୍କୁ ହତ୍ୟା କଲା ପରେ ପୁଅର ଆତ୍ମହତ୍ୟା। ନୂଆପଡ଼ା ଜିଲ୍ଲା ଗାତିବେଡା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଅଭିଯୋଗ ଅନୁଯାୟୀ, ୭୦ବର୍ଷୀୟ ରାମ ସିଂ ମାଝୀଙ୍କ ସହ ପୁଅ ଦେବ ମାଝୀଙ୍କର କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏହା ପରେ ପୁଅ ହଠାତ୍ ରାଗି ଯାଇ ବାପା ରାମ ସିଂଙ୍କ ମୁଣ୍ତରେ ପଥର ଛେଚି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମତ୍ୟୁ ହୋଇଥିଲା । ଏହା ପରେ କିଛି ଦୂରରେ […]
ଭୁବନେଶ୍ୱର : ବିକ୍ରି ହେବ ବିଦ୍ୟୁତ୍ ବିତରଣ କମ୍ପାନୀ ସେସୁର ୫୧ ପ୍ରତିଶତ ସେୟାର। ବିକ୍ରି ସଂପର୍କିତ ଟେଣ୍ଡର ପେପରରେ ସେସୁର ବିକ୍ରିପାଇଁ ବେସ୍ ପ୍ରାଇସ ରହିଛି ୩ ଶହ କୋଟି ଟଙ୍କା । ଟାଟା ପାଓ୍ୱାର ବିଡିଂରେ ଜିତି ସେସୁକୁ କିଣିବାକୁ ମନୋନୀତ ହୋଇଛି। ଓଇଆର୍ସି ପାଖରେ ସେସୁର ୫୧ ପ୍ରତିଶତ ସେୟାର ରହିଛି। ରାଜ୍ୟ ସରକାରଙ୍କ ୩୯ ପ୍ରତିଶତ ସେୟାର ଥିବା ବେଳେ ସେସୁ କର୍ମଚାରୀଙ୍କ ରହିଛି ୧୦ ପ୍ରତିଶତ। ତେବେ ଓଇଆରସି ପାଖରେ […]
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ବେଳାଭୂମିକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଲେ ଛାତ୍ରଛାତ୍ରୀ। ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ ଏହି ପ୍ରୟାସରେ ହଜାରରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଏନସିସି କ୍ୟାଡେଟଙ୍କ ସମେତ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏକ ସମୟରେ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ଚାନ୍ଦିପୁର ବିଚ୍ରୁ ଅଳିଆ ଆବର୍ଜନା ଉଠାଇଥିଲେ । ବେଳାଭୁମିକୁ ସ୍ୱଚ୍ଛ ରଖିବା ଏବଂ ପ୍ଲାଷ୍ଟିକ ମୁକ୍ତ କରିବା ଏହି କାର୍ଯ୍ୟକ୍ରମର ମୂଳ […]
ସମ୍ବଲପୁର : ସମ୍ବଲପୁର ସୋନାପାଲି ସ୍ଥିତ ଶାହାଜାହାନ ପଡିଆରେ ଅନୁଷ୍ଠିତ ହୋଇଛି ଗଣ ବିବାହ ଉତ୍ସବ। ଆଲ୍ଲା ହଜରତ ୱେଲଫେୟାର କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋଟ ୧୭ ଯୋଡ଼ି ବର କନ୍ୟା ସମୂହ ବିବାହ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ଯୋଡ଼ି ମୁସଲମାନ ଓ ୪ ଯୋଡ଼ି ହିନ୍ଦୁ ସମ୍ପ୍ରଦାୟର । ଏହି ଅବସରରେ ଅତିଥି ଭାବେ ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ଡି.ଏଫ.ଓ. ସଂଜିତ ମହାନ୍ତି ଓ କବି ହୁସେନ […]
ଆଠଗଡ଼ : ଆଠଗଡ଼ ବନଖଣ୍ଡ ବଉଳ, ସାରକୋଳି ଅଞ୍ଚଳରେ ହାତୀ ଉପଦ୍ରବ। ଜନବସତି ଅଞ୍ଚଳରେ ହାତୀ ଉତ୍ପାତ କରୁଥିବାରୁ ଭୟଭୀତ ହୋଇପଡ଼ିଛନ୍ତି ଲୋକେ। ହାତୀପଲ ରାସ୍ତାରେ ବୁଲୁଥିବାରୁ ଯିବାଆସିବା କରିବାକୁ ଲୋକ ଭୟ କରୁଛନ୍ତି। ଏମିତି କି ଛାତ୍ରଛାତ୍ରୀ ହାତୀ ଭୟରେ ସ୍କୁଲ, କଲେଜ ଯାଉନଥିବା ଅଭିଯୋଗ ହୋଇଛି। ହାତୀ ଗାଁ ନିକଟରେ ଚଳପ୍ରଚଳ କରୁଥିବା ବେଳେ ବନ ବିଭାଗ ହାତୀ ଘଉଡ଼େଇବା ଦିଗରେ କିଛି ପଦକ୍ଷେପ ନେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ସାଲେପୁର : ସାଲେପୁରରେ ଲଜ୍ଜା । ୫୫ ବର୍ଷିୟ ବୟସ୍କ ବ୍ୟକ୍ତିର ରାକ୍ଷସ ପ୍ରବୃତ୍ତି । ଜଣେ ୬ ବର୍ଷର ନାବାଳିକାଙ୍କୁ ଅସଦାଚରଣ। ଏଭଳ ଏକ ସାଂଘାତିକ ଅଭିଯୋଗ ଆସିଛି । ସୂଚନା ମୁତାବକ ,ଘରେ କେହି ନଥିବାର ସୁଯୋଗ ନେଇ ଜଣେ ଏହି ୫୫ ବର୍ଷିୟ ବୟସ୍କ ବ୍ୟକ୍ତି ଜଣକ ନାବାଳିକାଙ୍କୁ ଅସଦାଚରଣ କରିଥିଲେ । ଏନେଇ ନାବାଳିକାଙ୍କ ପରିବାର ଲୋକେ ନେମାଳ ଥାନାରେ ଅଭିଯୋଗ କରିଛନ୍ତି। ପୀଡ଼ିତାଙ୍କ ଡାକ୍ତରୀମାଇନା କରିବା ସହ ଅଭିଯୁକ୍ତକୁ ଥାନାରେ […]
ଭଦ୍ରକ : ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ । ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇଲେ ପ୍ରଧାନ ଶିକ୍ଷୟିତ୍ରୀ । ଭଦ୍ରକ ଧାମନଗର ବ୍ଲକ ପଦ୍ମପୋଖରୀ ପ୍ରାଥମିକ ବିଦ୍ୟାଳୟର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଛାତ୍ରୀ ଓ ଦୁଇ ଜଣ ଛାତ୍ର କାନ ଧରି ଆଣ୍ଠେଇ ଥିବାର ଦେଖିବାକୁ ମିଳିଛି । ଗତ ଶୁକ୍ରବାର ମଧ୍ୟାହ୍ନ ଭୋଜନ ସମୟରେ କୌଣସି କାରଣରୁ ୩ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ପ୍ରଧାନ ଶିକ୍ଷୟିତ୍ରୀ […]
ଭୁବନେଶ୍ୱର : ଦୁଇଦିନ ଧରି ବିଭିନ୍ନ ସ୍ତରରେ ବିଚାରବିମର୍ଶ ପରେ ରାଜ୍ୟ ବିଜେପି ପକ୍ଷରୁ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଛି। ଦଳର ୩୬ଟି ସାଂଗଠନିକ ଜିଲ୍ଲା ମଧ୍ୟରୁ କେବଳ ୩୪ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା ହୋଇଥିବାବେଳେ ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଲା ସଂଗଠନକୁ ନେଇ ଅଡ଼ୁଆ ଲାଗି ରହିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରଞ୍ଜନ ପଟେଲଙ୍କ ଅନୁୂମୋଦନ ପରେ ଦଳର ରାଜ୍ୟ ସହନିର୍ବାଚନ ଅଧିକାରୀ ସୁଦୀପ୍ତ ରାଏ କହିଛନ୍ତି ଯେ, ଓଡ଼ିଶା […]
ଭୁବନେଶ୍ୱର : CAA ଓ NRCକୁ ନେଇ ମତ ରଖିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଓ ପ୍ରବକ୍ତା ବୈଜୟନ୍ତ ପଣ୍ଡା । ଓଟିଭିକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ନାଗରିକତା ସଂଶୋଧନ ଆଇନକୁ ନବୁଝି ଅନେକ ଏହାକୁ ବିରୋଧ କରୁଛନ୍ତି। ଉଦ୍ବେଗର କଥା ହେଉଛି ଅସାମାଜିକ ଲୋକ ଆନ୍ଦୋଳନରେ ସାମିଲ ହୋଇ ଏହାକୁ ହିଂସାର ରୂପ ଦେଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉଭୟ CAA ଓ NRC ନେହରୁଙ୍କ ଠାରୁ ଆରମ୍ଭ […]
ବ୍ରହ୍ମପୁର : ବିଷଧର ନାଗ ଓ ପୋଷା କୁକୁର ମଧ୍ୟରେ ଘମାଘୋଟ ଲଢେଇ । ପରସ୍ପର ଆକ୍ରମଣରେ ଉଭୟଙ୍କ ମୃତ୍ୟୁ। ଗଞ୍ଜାମ ଗୋଳନ୍ଥରା ଥାନା ରଣ୍ଡା ଗାଁରେ ଆଜି ଦେଖବାକୁ ମିଳିଛି ଏଭଳି ଦୃଶ୍ୟ । ଏ ଗାଁରେ ଥିବା ଏକ ସପିଙ୍ଗ କଂପ୍ଲେକ୍ସ ଭିତରକୁ ଆଜି ମଧ୍ୟାନ୍ନରେ ଏକ ବିଷଧର ନାଗ ପଶିବାକୁ ଚେଷ୍ଟା କରିଥିଲା । ତେବେ ଏ କଂପ୍ଲେକ୍ସରେ ରହୁଥିବା ପୋଷା କୁକୁର ରାଣୀ ନଜରରେ ପଡ଼ିଥିଲା। ସେ ସାପଟି କଂପ୍ଲେକ୍ସକୁ ପଶିବା […]
କଟକ : କଟକ ଚୌଦ୍ୱାର ସର୍କଲ ଜେଲ୍ ପୁଣି ଚର୍ଚ୍ଚାରେ। ସର୍କଲ୍ ଜେଲ ପରିସରରୁ ଗ୍ୟାଙ୍ଗଷ୍ଟର ମହମ୍ମଦ ସକିଲ୍ ନାମକ ଜଣେ ଅପରାଧୀ ହ୍ୱାଟ୍ସଆପ୍ରେ ଭିଡିଓ କଲ୍ କରି ବକ୍ସିବଜାରରେ ଥିବା ଜଣେ ଦୋକାନୀଙ୍କୁ ଦାଦାବଟି ମାଗିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଜେଲ୍ ପରିସରର ସୁରକ୍ଷା ବ୍ୟବସ୍ଥା ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ମୋବାଇଲ୍ ନେଟ୍ୱର୍କ ଜାମ କରିବା ପାଇଁ ଜେଲ ପରିସରରେ ଜାମର୍ ଲଗାଯାଇଛି। ଏହା ସତ୍ତ୍ୱେ ଜଣେ ଅପରାଧୀ ଜେଲ୍ ଭିତରୁ କେମିତି […]
ସୁବର୍ଣ୍ଣପୁର : ଅଟୋ ଚାଳକଙ୍କୁ ହେଲମେଟ୍ ଫାଇନ୍ । କଥାଟା ଅଡୁଆ ଲାଗୁଥିଲେ ବି ସତ। ସୁବର୍ଣ୍ଣପୁର ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ହୋଇଛି ଏହି ଫାଇନ। ବରଗଡ଼ ଜିଲ୍ଲାର ନିଳବନ୍ଧପଡ଼ାର ରାମ ବଂଛୋରକୁ ଦିଆଯାଇଛି ଏହି ଫାଇନ୍ ନୋଟିସ। ଯାହାଙ୍କ ତିନି ଚକିଆ ଅଟୋ ଡାଲା ଗାଡ଼ି ନମ୍ବର ହେଉଛି OR 17H 5743 । ଯେଉଁଥିରେ ସେ କେବଳ ବରଗଡ ସହର ଏବଂ ଆଖପାଖରେ ଲୋକଙ୍କ ଜିନିଷ ନେବା ଆଣିବା କରନ୍ତି। ରାମଙ୍କ କହିବା […]
ଭୁବନେଶ୍ୱର : ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଗୁରୁବାର ୩୦ ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଟିତ ହୋଇଛି। ଏହି ଅବସରରେ ବରିଷ୍ଠ ସଂଳାପ, ଚିତ୍ରନାଟ୍ୟ ଲେଖକ ଓ ନିର୍ଦ୍ଦେଶକ ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଛି। ‘ଭିଜା ମାଟିର ସ୍ୱର୍ଗ’ ପାଇଁ ଅକ୍ଷୟ ପରିଜାଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନରେ ସମ୍ମାନିତ କରାଯାଇଛି। ମନମୋହନ ମହାପାତ୍ରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନରେ ସମ୍ମାନିତ କରାଯାଇଛି। ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତା […]
କୋରାପୁଟ : ଓଲଟିଲା ଟ୍ୟାଙ୍କର। ଲୋକେ ବୋହିନେଲେ ଡିଜେଲ । ଆଜି ଅପରାହ୍ନରେ ବିଶାଖାପାଟଣା ଠାରୁ ରାୟପୁର ଯାଉଥିବା ଏକ ତେଲ ଟ୍ୟାଙ୍କର ପଟାଙ୍ଗି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହାପରେ ଲୋକେ ସେଥିରୁ ଡିଜେଲ ବୋହି ନେଇଯାଇଥିଲେ। ଟ୍ୟାଙ୍କରରେ ୨୫ ହଜାର ଲିଟର ଡିଜେଲ ଥିବା ବେଳେ ଲୋକେ ଛୋଟ ବୋତଲ ଠାରୁ ଆରମ୍ଭ କରି ବଡ଼ ବଡ଼ ଜାରକିନରେ ତେଲ ଭର୍ତ୍ତି କରି ଘରକୁ ବୋହି ନେଇଥିବା ଦେଖିବାକୁ ମିଳିଛି। ମଙ୍ଗଳବାର […]
କେନ୍ଦୁଝର : ଭୂତ ନେଉଛି ଭତ୍ତା। ପ୍ରକୃତ ହିତାଧିକାରୀ ଭତ୍ତା ପାଇବାରୁ ବଂଚିତ ହେଉଥିବାବେଳେ ମୃତ ବ୍ୟକ୍ତିଙ୍କ ନାମରେ ହଡ଼ପ ହେଉଛି ଭତ୍ତା ଟଙ୍କା । ଏଭଳି ଅଭିଯୋଗ ଆସିଛି କେନ୍ଦୁଝର ସଦର ବ୍ଲକ ଡିମ୍ବୋ ପଂଚାୟତରୁ। ଅଭିଯୋଗ ଅନୁସାରେ, ଡିମ୍ବୋ ପଂଚାୟତ ତେନ୍ତୁଳିନଣ୍ଡା ଗ୍ରାମର ଚାରି ଜଣ ବ୍ୟକ୍ତି ମୃତ୍ୟୁବରଣ କରିବା ପରେ ମଧ୍ୟ ନିୟମିତ ଭତ୍ତା ନେଉଥିବା ଗ୍ରାମ ସଭା ବୈଠକରୁ ଜଣାପଡିଛି। ଗ୍ରାମର ସରସ୍ୱତୀ ସାହୁ ଜୁଲାଇ ମାସ ୬ ତାରିଖରୁ ମୃତ୍ୟୁବରଣ […]
ସୋର : ପ୍ରଥମେ ପ୍ରେମ, ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଆଉ ଶେଷରେ ପ୍ରତାରଣା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖନ୍ତାପଡ଼ା ଥାନା ଅଞ୍ଚଳରେ। ଅଭିଯୋଗ ଅନୁସାରେ, ଯୁବତୀଙ୍କ ସରଳତାର ସୁଯୋଗ ନେଇ ଖନ୍ତାପଡ଼ାର ଜଣେ ଯୁବକ ଏଭଳି କାଣ୍ଡ କରିଛି । ଏ ନେଇ ପୁଲିସରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ପୀଡ଼ିତା ଜଣକ କହିଛନ୍ତି। ଘଟଣା ଅନୁଯାଇ ,ଭଦ୍ରକ ତିହିଡି ଅଞ୍ଚଳର ଜନୈକା ଝିଅ ନର୍ସିଂ […]
କେନ୍ଦୁଝର : ଦୁଷ୍କର୍ମକାରୀକୁ ମୃତ୍ୟୁ ଦଣ୍ଡାଦେଶ । ଏକ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଦୋଷୀଙ୍କୁ ଆଜି ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି କେନ୍ଦୁଝର ଏଡିଜେ ଲୋକନାଥ ସାହୁ । ପୋକ୍ସୋ ଆଇନ୍ ଆଧାରରେ ନ୍ୟାୟାଳୟ ଦୋଷୀକୁ ଦଣ୍ଡବିଧାନ କରିଛନ୍ତି । ୨୦୧୭ରେ ଜାନୁଆରୀ ୧୩ ଚମ୍ପୁଆ ଥାନା ଅଞ୍ଚଳରେ ଘଟିଥିଲା ଏହି ଜଙ୍ଗନ୍ୟ କାଣ୍ଡ । ଏହି ମାମଲାରେ ୨୮ ଜଣ ସାକ୍ଷୀଙ୍କ ବୟାନକୁ ବିଚାରକୁ ନେଇଥିଲେ ଏଡିଜେ। ସେପଟେ ଉପରକୋର୍ଟକୁ ଯିବାକୁ କହିଛି ଦୋଷୀ […]
ଭୁବନେଶ୍ୱର : ସମ୍ମାନଜନକ ସାହିତ୍ୟ ଏକାଡେମୀ ପାଇଁ ଚଳିତ ଥର ଓଡ଼ିଶାରୁ ଦୁଇ ଜଣ ଲେଖକ ମନୋନୀତ ହୋଇଛନ୍ତି। ଓଡ଼ିଆ ଭାଷାରେ ଲେଖୁଥିବା ତରୁଣକାନ୍ତି ମିଶ୍ର କ୍ଷୁଦ୍ରଗଳ୍ପ ସଂକଳନ ‘ଭାସ୍ୱତୀ’ ପାଇଁ ଏହି ପୁରସ୍କାର ପାଉଥିବାବେଳେ ସାନ୍ତାଳୀ ଭାଷାରେ ଲେଖୁଥିବା କାଳୀଚରଣ ହେମ୍ବ୍ରମ୍ ତାଙ୍କ କ୍ଷୁଦ୍ରଗଳ୍ପ ସଂକଳନ ‘ଶିଶିର ଜାଲି’ ପାଇଁ ଏହି ପୁରସ୍କାର ପାଇବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ବାର୍ତ୍ତାରେ ଉଭୟ ତୁରଣ କାନ୍ତି ଏବଂ କାଳୀଚରଣଙ୍କ ନାମ ଉଲ୍ଲେଖ କରିଛନ୍ତି। କାଳୀଚରଣ ହେମ୍ବ୍ରମ୍ […]
ଭୁବନେଶ୍ୱର : ପୂର୍ବତନ ବରିଷ୍ଠ ପ୍ରଶାସକ ତଥା ସାହିତ୍ୟିକ ତରୁଣକାନ୍ତି ମିଶ୍ର ପାଇବେ ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଗଳ୍ପ ସଂକଳନ ‘ଭାସ୍ୱତୀ’ ଲାଗି ସେ ଏହି ସମ୍ମାନଜନକ ପୁରସ୍କାର ପାଇବେ। ମୋଟ ୨୪ଟି ଭାଷାରେ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ବିଜେତାଙ୍କ ମଧ୍ୟରେ ତରୁଣକାନ୍ତିଙ୍କ ନାଁ ରହିଛି। ୨୦୧୦ରେ ରାଜ୍ୟର ମୁଖ୍ୟ ଶାସନ ସଚିବ ପଦରୁ ଅବସର ଗ୍ରହଣ କରିଥିବା ତରୁଣକାନ୍ତି ଜଣେ ସୁସାହିତ୍ୟିକ ଭାବେ ମଧ୍ୟ ଜଣାଶୁଣା । […]
ଯାଜପୁର (ଅଭୟ ପତି) : ହେଲ୍ମେଟ୍ ପିନ୍ଧି ରାସ୍ତାରେ ଶୋଇ ପ୍ରତିବାଦ। ଏଭଳି ଦୃଶ୍ୟ ଯାଜପୁର ଜିଲ୍ଲା ଜେନାପୁର ଥାନା ବଙ୍ଗଳା ଛକ ନିକଟରେ ଦେଖିବାକୁ ମିଳିଛି। ଯାଜପୁର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏଭଳି ଅଭିନବ ଉପାୟରେ ପ୍ରତିବାଦ କରାଯାଇଛି। ବହୁସମୟ ଧରି ରାସ୍ତାରେ ଅବରୋଧ ଯୋଗୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରେ ପୁଲିସ ଆସି ବୁଝାସୁଝା କରିବାରୁ ଯୁବକମାନେ ଆନ୍ଦୋଳନରୁ ଓହରିଥିଲେ। ସୂଚନାରୁ ପ୍ରକାଶ, ଚଣ୍ଡିଖୋଲରୁ କଳିଙ୍ଗନଗର, ସୁକିନ୍ଦା ଖଣି ଅଞ୍ଚଳ ଏବଂ ତାଳଚେରକୁ ସଂଯୋଗ […]
ଭୁବନେଶ୍ୱର : CAAକୁ ହଁ, NRCକୁ ନା । ନାଗରିକତା ସଂଶୋଧନ ଆଇନ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, CAA ପାଇଁ ଭାରତୀୟ ନାଗରିକଙ୍କ ଉପରେ କିଛି ପ୍ରଭାବ ପଡ଼ିବନି । CAA କେବଳ ବିଦେଶୀ ନାଗରିକଙ୍କ ପାଇଁ ପ୍ରଯୁଜ୍ୟ। ଆମେ NRCକୁ ସମର୍ଥନ କରୁନାହୁଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । NRC ନେଇ ବିଜେଡି ଲୋକସଭା, ରାଜ୍ୟସଭାରେ ସ୍ପଷ୍ଟ କରିଛି। ଏଥିସହ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଏବଂ ଗୁଜବ […]
ଭୁବନେଶ୍ୱର : ନୂଆ କୃଷି ନୀତିକୁ ରାଜ୍ୟ କ୍ୟାବିନେଟର ମଂଜୁରୀ । ଓଡ଼ିଶାରେ ଚାଷୀଙ୍କ ଆୟ ବଢ଼ାଇବା ପାଇଁ ୩ଟି ସୋପାନ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଏହା ମଧ୍ୟରେ ରହିଛି ଚାଷରେ ବିବିଧତା, ଚାଷୀଙ୍କ ପାଇଁ ଉପଯୁକ୍ତ ବଜାର ସୃଷ୍ଟି ଏବଂ କୃଷିରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ । ଏହାସହ କ୍ୟାବିନେଟରେ ଆଜି ମୋଟ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଓଡ଼ିଆ ବିଶ୍ୱବିଦ୍ୟାଳୟର ହେଡକ୍ୱାର୍ଟର ସତ୍ୟବାଦୀରେ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି । […]