ଜୟପୁର (ଟି.ଗୌରୀ ଶଙ୍କର) : ମଦ ପାଇଁ ଚୁନା ହୋଇ ଯାଉଛି ସୁନା ସଂସାର । ଭାଙ୍ଗି, ଉଜୁଡ଼ି ଯାଉଛି ସୁନେଲ ସ୍ୱପ୍ନ । ମଦ ପାଇଁ ଆଦିବାସୀ ଇଲାକାରେ ଘଟୁଥିବା ବିଭିନ୍ନ ଘଟଣାକୁ ନେଇ ଆଦିବାସୀ ଭାଷାରେ ଟେଲି ଫିଲ୍ମ ପ୍ରସ୍ତୁତ କରି ମଦଠୁ ଦୂରରେ ରହିବାକୁ ସଚେତନତାର ବାର୍ତ୍ତା ଦେଉଛନ୍ତି ଆଦିବାସୀ ଯୁବକ। କୌଣସି ନାମୀଦାମୀ କ୍ୟାମେରା ନୁହେଁ, ନିଜ ନିଜ ମୋବାଇଲରେ ସେହି ଅଞ୍ଚଳର ବିଭିନ୍ନ ସ୍ଥାନରେ ସୁଟିଂ କରୁଛନ୍ତି। ଏହାପରେ ୟୁଟ୍ୟୁବରେ […]
ଅନୁଗୁଳ (ବିରଜା ଦାଶ) : ଆଜି ଥିଲା ପୁଅର ଜନ୍ମ ଦିନ। ସେଥିପାଇଁ ମାଆ-ପୁଅ ଯାଇଥିଲେ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରିବା ପାଇଁ। ଠାକୁରାଣୀଙ୍କ ପାଖରେ ଦୀପ ଜାଳି କରି ଫେରୁଥିବା ବେଳେ ପିଟିଦେଲା ଟ୍ରକ୍। ଆଉ ଘଟଣା ସ୍ଥଳରେ ଚାଲିଗଲା ମାଆ-ପୁଅଙ୍କ ଜୀବନ। ଆଜି ଏପରି ଦୁଃଖଦ ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଘଟିଛି। ଛେଣ୍ଡିପଦା ଥାନା ବାଲିପଟା ଗାଁର କବିତା ସାହୁଙ୍କ ୬ ବର୍ଷର ପୁଅ ଶୁଭମର ଆଜି ଥିଲା ଜନ୍ମଦିନ। […]
ଝାରସୁଗୁଡ଼ା : ବନ୍ଧୁକ ଦେଖାଇ ଚାଉଳ ଡାଲି ଗୋଦାମ୍ରୁ ଲୁଟି ନେଲେ ଦଶ ଲକ୍ଷ ଟଙ୍କା। ଝାରସୁଗୁଡ଼ା ବାଇପାସ ନିକଟରେ ଘଟିଛି ଏଭଳି ଏକ ଘଟଣା । ଆଜି ଏକ ବାଇକ୍ରେ ୩ଜଣ ଯୁବକ ଆସି ଝାରସୁଗୁଡ଼ା ବାଇପାସ୍ରେ ଥିବା ଶ୍ରେୟା ଟ୍ରେଡର୍ସର ଚାଉଳ ଡାଲି ଗୋଦାମ ଆଗରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ଯୁବକ ଗୋଦାମ ଘରେ ପଶି କାଉଣ୍ଟରେ ବସିଥିବା ମାଲିକ ଶଙ୍କର କେଡିଆକୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ । […]
ନୂଆପଡ଼ା : ଛୁଇଁଲେ ମାରିବ କରେଣ୍ଟ । ମହିଳାଙ୍କ ସୁରକ୍ଷା ଲାଗି ଏଭଳି ଏକ ବୈଦ୍ୟୁତିକ ସରଞ୍ଜାମ ପ୍ରସ୍ତୁତ କରିଛନ୍ତି ନୂଆପଡ଼ା ଜିଲ୍ଲାର ଜଣେ କଲେଜ ଛାତ୍ର। ଖଡ଼ିଆଳ ସ୍ଥିତ ଲୋକଦୃଷ୍ଟି କଲେଜ ଅଫ୍ ଆଡଭାନ୍ସଡ୍ ଟେକ୍ନୋଲଜିର ଯୁକ୍ତ ୩ ଛାତ୍ର ଲଛମନ ଡୁଣ୍ଡି ଏହି ସରଞ୍ଜାମର ଉଦ୍ଭାବନ କରିଛନ୍ତି। ଏହି ସରଞ୍ଜାମକୁ ମହିଳାମାନେ ସେମାନଙ୍କ ଦେହରେ ଲଗାଇଲେ ସୁରକ୍ଷିତ ରହିବେ। ମନ୍ଦ ଉଦ୍ଦେଶ୍ୟ ରଖି ମହିଳାଙ୍କୁ ଯେ କେହିବି ସ୍ପର୍ଶ କରିବ ତାକୁ ୨୨୦ ଭୋଲ୍ଟର […]
ଭୁବନେଶ୍ୱର : ସରକାରୀ ଜମି ହଡ଼ପ କେଳେଙ୍କାରୀରେ କେମିତି ସଂପୃକ୍ତ ଥିଲେ ନେତା, ଅଫିସର ଓ ମାଫିଆ ? ସରକାରୀ ବ୍ୟବସ୍ଥାରେ କଣ ସବୁ ଚାଲିଥିଲା ଗଫଲାତି ? କିଭଳି ଜବରଦଖଲ ମୁକ୍ତ ହୋଇ ସରକାରୀ ଖାତାକୁ ଫେରିଲା ଜମି, ସେ ସବୁର ଗୋଟି ଗୋଟି ତଥ୍ୟ ନିଜ ପୁସ୍ତକ ହାଇ ଲାଣ୍ଡର୍ସ ପ୍ଲେନ୍ ସ୍ପିକ୍ରେ ଲେଖିଛନ୍ତି ପୂର୍ବତନ ପ୍ରଶାସକ ତାରା ଦତ୍ତ । ଖାଲି ସେତିକି ନୁହେଁ, ଜବରଦଖଲ ମୁକ୍ତି ପ୍ରକ୍ରିୟା ବେଳେ କିଭଳି ତାଙ୍କୁ […]
ଭୁବନେଶ୍ୱର : ଭୁବନେଶ୍ୱର ସହରରେ ବୃଦ୍ଧି ପାଉଥିବା ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଭୁବନେଶ୍ୱର ସ୍ମାର୍ଟସିଟି ଲିଃ(ବିଏସସିଏଲ) କର୍ତ୍ତୃପକ୍ଷ ଅଭିନବ ପଦକ୍ଷେପ ନେଇଛନ୍ତି। ପରିବେଶ ପ୍ରଦୂଷଣ ହ୍ରାସ ନିମନ୍ତେ ଅଣମୋଟର ଯାନ ଉପଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତି ଶୁକ୍ରବାର ନିଶ୍ଚିତ ଭାବେ ସାଇକେଲରେ ଅଫିସ୍ ଆସିବାକୁ ସ୍ମାର୍ଟସିଟି କର୍ତ୍ତୃପକ୍ଷ ନିଜର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ପରିବେଶ ପ୍ରଦୂଷଣ ହ୍ରାସ ଦିଗରେ ପ୍ରଥମଥର ପାଇଁ ଓଡ଼ିଶାରେ ଏଭଳି ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱର ସ୍ମାର୍ଟସିଟି ଲିଃର ସିଇଓ […]
ଭୁବନେଶ୍ୱର : ସହରାଞ୍ଚଳର ବସ୍ତି ବାସିନ୍ଦାଙ୍କୁ ଜମିପଟ୍ଟା ଦେଇ ଓ୍ୱାର୍ଲ ହାବିଟାଟ୍ ପୁରସ୍କାର ପାଇଲେ ରାଜ୍ୟ ସରକାର । ହେଲେ ସରକାର ପ୍ରକୃତରେ ଜମି ପଟ୍ଟା ଦେବାରେ କେତେ ସଫଳ ହୋଇଛନ୍ତି ଜାଣିବାକୁ ପୁରସ୍କାରର ପୋଷ୍ଟର ଗାର୍ଲକୁ ଭେଟିଥିଲା ଓଟିଭି । ୩୦ ବର୍ଷ ହେବ ବସ୍ତିରେ ରହୁଥିଲେ । ନା ତାଙ୍କୁ ମିଳିଛି ଜମି ଅଧିକାର ପଟ୍ଟା ନା ତାକୁ ଭେଟିଛନ୍ତି କୌଣସି ସରକାରୀ ଅଧିକାରୀ। ହେଲେ ସରକାର ପାଇଥିବା ପୁରସ୍କାରର ପ୍ରେସ ରିଲିଜରେ ରହିଛି […]
ସୋନପୁର (ରବୀନ୍ଦ୍ର ହୋତା): ଶ୍ରେଣୀ ଗୃହ ଭିତରେ ମୋବାଇଲ୍ରେ ଗପିବା ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା। ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ପରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଟେଭାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସାହିତ୍ୟ ଶିକ୍ଷକ ମୁରଲୀଧର ସାହୁଙ୍କୁ ଗୋଷ୍ଠୀ ଶିକ୍ଷାଧିକାରୀ ସସ୍ପେଣ୍ଡ କରିଛନ୍ତି। ସୂଚନାଯୋଗ୍ୟ, ମିଳିଥିବା ଏକ ଭିଡିଓରେ ଶ୍ରୀ ସାହୁ ଶ୍ରେଣୀ ଗୃହରେ ମୋବାଇଲ୍ରେ କଥା ହେଉଥିଲେ। ସ୍କୁଲ୍ ସମୟ ଭିତରେ ଅର୍ଥାତ୍ ଦିନ ପ୍ରାୟ ୧୧ଟା ବେଳେ ସେ ଶ୍ରେଣୀ ଗୃହରେ ଚୌକିରେ […]
ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ଝଡ଼ର ଇଗଲ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଦେଲେ ଦୁର୍ବୃତ୍ତ। ଏପରି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ ବିଜୁ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ବିଜୁ ପ୍ରତିମୂର୍ତ୍ତି ଭାଙ୍ଗିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଗୋପାଳପୁର ବିଜୁ ସ୍ମୃତି ସଂସଦ ପ୍ରାଙ୍ଗଣରେ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା। […]
ଭୁବନେଶ୍ୱର : ଓଡିଶା ସରକାର କେମିତି ଚାଲିଛି ? ସରକାରୀ କଳ ଭିତରେ କଣ ସବୁ ଚାଲେ? ନିଜ ପୁସ୍ତକ ‘ହାଇ ଲାଣ୍ଡର୍ସ ପ୍ଲେନ୍ ସ୍ପିକ୍’ ରେ ଏହାର ଗୁମର ଖୋଲିଛନ୍ତି ପୂର୍ବତନ ପ୍ରଶାସକ ତାରା ଦତ୍ତ । ଫାଇଭ୍ ଟିର ଡିଣ୍ଡିମ ପିଟୁଥିବା ନବୀନ ସରକାର କେତେ ସ୍ୱଚ୍ଛ ? ବାହାରକୁ ନିର୍ମଳ ଦେଖାଯାଉଥିବା ପ୍ରଶାସନିକ ବ୍ୟବସ୍ଥା ଭିତରେ କେମିତି ଦୁର୍ନୀତିର ଉଇ ଚରିଗଲାଣି ? ଇଚ୍ଛାଧୀନ କୋଟାରେ ଜମି ଆବଣ୍ଟନ ଦୁର୍ନୀତିରେ କେମିତି ଟାକ୍ସଫୋର୍ସ […]
ଭୁବନେଶ୍ୱର : ବିଦ୍ୟୁତ୍ ବିଲ୍ ବକେୟାକୁ ନେଇ ସେସୁର ସିଇଓ ଅରୁଣ ବୋଥ୍ରା ଆଜି ସାମ୍ୱାଦିକ ସମ୍ମିଳନୀ କରିଛନ୍ତି। ସାଧାରଣ ଖାଉଟିଙ୍କ ପାଖରେ ପାଖାପାଖି ୨ ହଜାର କୋଟି ଟଙ୍କା ବିଦ୍ୟୁତ୍ ବିଲ୍ ବାକି ଅଛି। ତେଣୁ ବକେୟା ବିଲ୍ ଆଦାୟ କରିବା ପାଇଁ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ କରାଯିବ ବୋଲି ବୋଥ୍ରା ସମ୍ମିଳନୀରେ କହିଛନ୍ତି। ସିଇଓ ଅରୁଣ ବୋଥ୍ରା ଆହୁରି ମଧ୍ୟ କହିଛନ୍ତି, ‘ସେସୁର ଆର୍ଥିକ ସ୍ଥିତି ବର୍ତ୍ତମାନ ଭଲ ନାହିଁ। ଲୋକଙ୍କ ପାଖରେ ୧୯୭୧ […]
ରାଉରକେଲା : ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ମିଳୁନି କୁକୁର କାମୁଡ଼ା ଲାଗି ଆଣ୍ଟି ରାବିସ ଇଞ୍ଜେକସନ୍ । କିଛି ଦିନ ହେବ ସହରରେ କୁକୁର କାମୁଡା ବଢିଛି । ତେବେ ସରକାରୀ ଡାକ୍ତରଖାନାରେ ଲୋକଙ୍କୁ ଇଞ୍ଜେକସନ ମିଳୁନଥିବା ବେଳେ ବାହାର ଦୋକାନରେ ବି ମିଳୁନଥିବା ଅଭିଯୋଗ ହୋଇଛି । ଏ ନେଇ ରାଉରକେଲା ମେଡିକାଲ କର୍ତ୍ତପକ୍ଷଙ୍କୁ ପଚାରିବାରୁ ମେଡିକାଲରେ ଷ୍ଟକ ଥିବା ଆଣ୍ଟିରାବିଶ ଇଞ୍ଜେକସନ୍ ୩ ଦିନ ହେବ ସରିଥିବା କହିଛନ୍ତି । ଔଷଧ ସପ୍ଲାଏ […]
ବାଲେଶ୍ୱର : ବାଲେଶ୍ୱରରେ ଚାଞ୍ଚଲ୍ୟ। ଦିନ ଦ୍ୱିପ୍ରହରରେ ବ୍ୟାଙ୍କ ଏଜେଣ୍ଟଙ୍କୁ ହାଣି ଲୁଟି ନେଲେ ବାଇକ୍। ଆଜି ଅପରାହ୍ନରେ ସଦର ଥାନା ଧୂଷୁଳି ନିକଟରେ ବ୍ୟାଙ୍କ ଏଜେଣ୍ଟଙ୍କ ହାତକୁ ହାଣି ଫେରାର ହୋଇଯାଇଛନ୍ତି ତିନି ଜଣ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛିା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଟଙ୍କା ନେବା ପାଇଁ ବ୍ୟାଙ୍କ ଏଜେଣ୍ଟକୁ ହାଣି ଥିଲେ ହେଲେ ଟଙ୍କା ନେଇ ନପାରି ବାଇକ୍ ନେଇ ପଳାଇଛନ୍ତି। ସୂଚନା ଅନୁଯାୟୀ, ଚାନ୍ଦିପୁର […]
ମୋହନା : ବିଳମ୍ବିତ ରାତିରେ ଘରୁ ନାବାଳିକାଙ୍କୁ ଅପହରଣ ଅଭିଯୋଗ । ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ଥାନାରେ ନାବାଳିକାଙ୍କ ମାଆ କରିଥିବା ଲିଖିତ ଅଭିଯୋଗ ଅନୁଯାୟୀ, ଗତ ରାତି ପ୍ରାୟ ୨ଟା ବେଳେ ଘରେ ସମସ୍ତେ ଶୋଇଥିବା ଅବସ୍ଥାରେ ଅଡ଼ବା ଗାଁର ଜଣେ ଯୁବକ ଘର ପଛପଟୁ ଛାତ ଉପରେ ଚଢ଼ି ନାବାଳିକାଙ୍କୁ ଅପହରଣ କରିଥିଲା। ଏହି ସମୟରେ ପ୍ରତିରୋଧ କରିବାରୁ ନାବାଳିକାଙ୍କ ଜେଜେବାପାଙ୍କୁ ଯୁବକ ଜଣକ ମାଡ଼ ମାରିବା […]
ଭୁବନେଶ୍ୱର : ଗୁରୁତର ଆର୍ଥିକ ସଙ୍କଟ ଆଡେ ମୁହାଁଉଛନ୍ତି ରାଜ୍ୟ ସରକାର। ଉଭୟ ଟିକସ ଓ ଅଣଟିକସ କ୍ଷେତ୍ରରେ ରାଜସ୍ୱ ସଂଗ୍ରହ ଚିନ୍ତାଜନକ ଥିବାବେଳେ ରାଜସ୍ୱ ସଂଗ୍ରହ ଲକ୍ଷ୍ୟ ହାସଲ ହୋଇପାରିବ କି ନା ନାହିଁ ତାକୁ ନେଇ ଆଶଙ୍କା ପ୍ରକାଶ କରିଛି ଅର୍ଥ ବିଭାଗ । ସଚିବସ୍ତରୀୟ ବୈଠକ ବିବରଣୀରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ବିଶେଷଜ୍ଞଙ୍କ ମତରେ ଏହି କାରଣରୁ ହିଁ କାଳିଆ ଭଳି ବିଭିନ୍ନ ସ୍କିମ୍ରୁ ଟଙ୍କା କାଣ୍ଟଛାଣ୍ଟ କରାଯାଉଛି । […]
କଟକ : ଓଡିଶା ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିବା ବରିଷ୍ଠ ପୁଲିସ ଅଧିକାରୀ ଅଭୟ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅପରାହ୍ନ ସାଢ଼େ ୪ଟାରେ କଟକ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର ସମାରୋହରେ ସେ ଅନ୍ତରୀଣ ଡିଜିପି ସତ୍ୟଜିତ ମହାନ୍ତିଙ୍କ ଠାରୁ ଦାୟିତ୍ୱଗ୍ରହଣ କରିଛନ୍ତି। ପୂର୍ବରୁ ଡିଜିପି ଦାୟିତ୍ୱରେ ଥିବା ଅଗ୍ନିଶମ ଡି.ଜି ବିକେ ଶର୍ମାଙ୍କୁ ଦାୟିତ୍ୱରୁ ଓଡ଼ିଶା ସରକାର ଅବ୍ୟାହତି ଦେବା ପରେ ୧୯୮୬ ବ୍ୟାଚ୍ର ଆଇପିଏସ୍ ଅଭୟ ନୂଆ […]
ଯାଜପୁର : କଳିଙ୍ଗ ନଗର ଥାନା ପଙ୍କପାଳ ବଙ୍ଗଳା ଛକ ନିକଟରେ ମଟର ସାଇକେଲରେ ଯାଉଥିବା ଏକ ଦମ୍ପତିଙ୍କ ଉପରେ ଓଲଟିଲା ଆଇରନ ବୋଝେଇ କ୍ରୋମାଇଟ ଡ଼ମ୍ପର। ଫଳରେ ଦମ୍ପତି ଉକ୍ତ କ୍ରୋମାଇଟ ଭିତରେ ସମ୍ପୂର୍ଣ୍ଣ ପୋତି ହୋଇ ଯାଇଥିଲେ। ନିକଟରେ ଥିବା ସ୍ଥାନୀୟ ଜନସାଧାରଣ ଏବଂ ପୁଲିସ ପହଞ୍ଚି ଆଇରନ କ୍ରୋମାଇଟ ଭିତରୁ ଦମ୍ପତିଙ୍କୁ ଉଦ୍ଧାର କରି ଡୁବୁରୀ ଛକରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସ୍ୱାମୀ ସ୍ତ୍ରୀ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ […]
କୋରାପୁଟ : ଛାଡ଼ପତ୍ର ନୋଟିସ ପାଇବାରୁ ସ୍ୱାମୀଙ୍କ ଆତ୍ମହତ୍ୟା ଅଭିଯୋଗ । କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ସରସ୍ୱତୀ ନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପାରିବାରିକ କଳହକୁ ନେଇ ସ୍ତ୍ରୀଙ୍କଠାରୁ ଛାତ୍ରପତ୍ର ନୋଟିସ ପାଇବା ପରେ ସ୍ୱାମୀ ବାଦଲ ବେହେରା ରଶି ଲଗାଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହାସହ ବାଦଲଙ୍କ ମୃତଦେହକୁ ନେଇ ତାଙ୍କ ସ୍ତ୍ରୀ ରହୁଥିବା ଘର ଆଗରେ ରଖି ପ୍ରତିବାଦ କରିଛନ୍ତି । ମୃତକଙ୍କ ସ୍ତ୍ରୀ ଆସି ସ୍ୱାମୀଙ୍କ ମୃତଦେହକୁ […]
ଭୁବନେଶ୍ୱର : ହାଇଦ୍ରାବାଦରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପୁଲିସ ଏନ୍କାଉଣ୍ଟର ପରେ ପୀଡ଼ିତା ଓ ତାଙ୍କ ପରିବାରକୁ ତୁରନ୍ତ ନ୍ୟାୟ ମିଳିଥିବା ଚର୍ଚ୍ଚା ହେଉଛି। ହେଲେ ପିପିଲିଠୁ କୁନ୍ଦୁଲି ଯାଏଁ, ଓଡ଼ିଶାରେ ଏଭଳି ଅନେକ ଘଟଣା ରହିଛି, ଯେଉଁଥିରେ ଖୁଲମ୍ଖୁଲା ବୁଲୁଛନ୍ତି ଯୌନ ରାକ୍ଷସ। ଯାହାକୁ ନେଇ ବଢୁଛି ପୀଡ଼ିତାଙ୍କ ପରିବାରର କ୍ଷୋଭ। ଏମିତି କି ହାଇଦ୍ରାବାଦ୍ ଏନକାଉଣ୍ଟର ଘଟଣାକୁ ଆଇନ ମନ୍ତ୍ରୀ ପ୍ରତାପ ଜେନା ଠିକ୍ ବୋଲି ଦର୍ଶାଇଥିବା ବେଳେ ରାଜ୍ୟ ସରକାରଙ୍କ ଭିନ୍ନ ଆଭିମୁଖ୍ୟକୁ ନେଇ […]
ଭୁବନେଶ୍ୱର : ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରବିବାର ପାଇକ ବିଦ୍ରୋହ ସ୍ମୃତିସ୍ଥଳର କରିବେ ଶିଳାନ୍ୟାସ। ବାଣୀବିହାର ପ୍ଲାଟିନମ୍ ଜୁବୁଲି ସମାରୋହରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରସ୍ତୁତି। ଆସନ୍ତାକାଲି ସାଢେ ୭ଟାରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ରାଜଭବନରେ ରାତ୍ରି ଯାପନ କରିବା ପରେ ୮ତାରିଖରେ ଖୋର୍ଦ୍ଧା ବରୁଣେଇ ପାହାଡସ୍ଥଳକୁ ଯାଇ ସେଠାରେ ପାଇକ ବିଦ୍ରୋହ ସ୍ମୃତିସ୍ଥଳର ଶିଳାନ୍ୟାସ କରିବେ। ସେହିପରି ଦିନ ୧୨ଟା ୩୫ରେ ଉତ୍କଳ […]
ବରଗଡ଼ /ଜୟପୁର/ ଭୁବନେଶ୍ୱର : କାଳିଆ ଯୋଜନାରେ ଚାଷୀଙ୍କୁ ଠକିଲେ ସରକାର। ପିଏମ୍-କିଷାନ ଯୋଜନା ଆଳରେ ଚାଷୀଙ୍କୁ ଭୂଆଁ ବୁଲାଇଲା ବିଜେଡି ସରକାର। କାଳିଆ ଥୋପ ଦେଖାଇ ନିର୍ବାଚନ ପାର୍ ହୋଇଯିବା ପରେ ବଦଳି ଯାଇଛି କାଳିଆ ଗାଇଡ୍ଲାଇନ୍ । ଆଉ ପ୍ରକାଶ ପାଇଛି ନୂଆ ବିଜ୍ଞପ୍ତି । ଯେଉଁଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ୨୦୨୦-୨୧ ଆର୍ଥିକ ବର୍ଷରୁ ଚାଷୀମାନଙ୍କୁ ବର୍ଷକୁ ରାଜ୍ୟ ସରକାର ଦେବେ ମାତ୍ର ୪ ହଜାର ଟଙ୍କା । ପୂର୍ବରୁ ୧୦ ହଜାର […]
ପାରଳାଖେମୁଣ୍ଡି : ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସଭାପତି ନିରଞ୍ଜନ ବେହେରାଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଭିନ୍ନ କ୍ଷମତା କ୍ଷେତ୍ରରେ ବ୍ୟକ୍ତିଗତ ଓ ଜଣେ ଅଣପେଷାଦାର କର୍ମୀ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାକୁ ସେ ଏହି ସମ୍ବର୍ଦ୍ଧନା ପାଇଛନ୍ତି । ଗତ ୩ ତାରିଖରେ ଦିଲ୍ଲୀ ଠାରେ ଅନୁଷ୍ଠିତ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିରଞ୍ଜନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ। ପାରଳାଖେମୁଣ୍ଡି ଫେରିବା ପରେ ସହରବାସୀଙ୍କ […]
ଯାଜପୁର : ମାତାଲ ସାର୍ଙ୍କ କଙ୍ଗାରୁ କୋର୍ଟ। ନିଶାରେ ଚୁର୍ ହୋଇ ଡେରିରେ ସ୍କୁଲ୍କୁ ଆସିଲେ, ପିଲା ହୋହଲ୍ଲା କରିବାରୁ ହତା ବାହାରେ ସବୁ ପିଲାଙ୍କୁ ଆଣ୍ଠେଇ ଦେଇ ନିଜେ ଫଟୋ ପାଇଁ ପୋଜ୍ ଦେଲେ। ଯାଜପୁର ଜିଲ୍ଲା ସୁକିନ୍ଦା ଲେମ୍ବୋ ପଞ୍ଚାୟତ ବାଲିଆ ପ୍ରାଥମିକ ବିଦ୍ୟାଳୟର ଏହି ଶିକ୍ଷକଙ୍କ ନାଁ ମକରନ୍ଦ ମହାନ୍ତ। ପୁରା ଶିକ୍ଷା ବ୍ୟବସ୍ଥାକୁ ଏବଂ ଗୁରୁ ପଣିଆକୁ ଲଜ୍ଜିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଏଇ ଭାଇରାଲ୍ ଭିଡିଓଟିରେ। ଅନୁସନ୍ଧାନରୁ […]
କଟକ : ପିଆଜ ଦର ଅଣାୟତ୍ତ।୧୦୦ଟଙ୍କାରେ ପାର କରି ୧୪୦ଟଙ୍କାରେ ପହଞ୍ଚିଲାଣି ଏହି ଅତ୍ୟାବଶ୍ୟକ ସାମଗ୍ରୀ। କଟକ ଛତ୍ରବଜାରରେ ପିଆଜ କିଲୋ ୧୪୦ ଟଙ୍କାରେ ବିକ୍ରି ହେଉଛି। ପରିସ୍ଥିତି ଏମିତି ହେଲାଣି ଯେ, ଲୋକେ ପିଆଜ କିଣିବାକୁ ଭୟ କରୁଛନ୍ତି। ପିଆଜର ଅହେତୁକ ଦରବୃଦ୍ଧି ଦାଉରୁ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି ଦେବାକୁ ରାଜ୍ୟ ସରକାର ସୁଲଭ ମୂଲ୍ୟରେ ୨୫୬ଟି କାଉଣ୍ଟରରେ ପିଆଜ ବିକ୍ରି କରୁଥିବା କହୁଛନ୍ତି। ହେଲେ ସେ ସବୁ ସ୍ଥାନରେ ଠିକ୍ ସମୟରେ ପିଆଜ ମିଳୁନଥିବା […]
ଭୁବନେଶ୍ୱର : ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଘର ଭିତରୁ ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ସନ୍ଦେହଜନକ ଭାବେ ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୁଲିସ। ମୃତ ବ୍ୟାଙ୍କ ମ୍ୟାନେଜରଙ୍କ ନାଁ ଆର. ରଞ୍ଜିତା ରାଓ ବୋଲି ଜଣାପଡ଼ିଛି । ସେ ଅବିବାହିତା ଥିଲେ ଓ ବରମୁଣ୍ଡା ହାଉସିଂବୋର୍ଡ କଲୋନୀର MIG-51 ଭଡ଼ାଘରେ ବାପା-ମାଆଙ୍କ ସହ ରହୁଥିଲେ। ତାଙ୍କ ଘର ନବରଙ୍ଗପୁର ଜିଲ୍ଲାରେ ବୋଲି ସୂଚନା ମିଳିଛି। ମୃତ ରଞ୍ଜିତା ରାଓ ଅଶୋକନଗର ୟୁକୋ […]