ଭୁବନେଶ୍ୱର : ଆଗକୁ ଆସୁଛି ନୂଆବର୍ଷ। ହୋଟେଲ୍ ଗୁଡ଼ିକରେ ଚାଲିଲାଣି ପ୍ରାକ୍ ପ୍ରସ୍ତୁତି। ରାଜଧାନୀ ଭୁବନେଶ୍ୱରରେ ଲାଗିଲାଣି ସୁନ୍ଦରୀ ତରୁଣୀଙ୍କ ଭିଡ଼। ରାଜ୍ୟ ବାହାରୁ ଆସୁଥିବା ଏହି ତରୁଣୀମାନଙ୍କୁ ହୋଟେଲ୍ କର୍ତ୍ତୃପକ୍ଷ ବିଭିନ୍ନ ଅନିୟମିତତା କାମରେ ନିୟୋଜିତ କରୁଥିବା ଅଭିଯୋଗ ହୋଇଛି। ଏମିତି ଏକ ଘଟଣା ଆଜି ସାମ୍ନାକୁ ଆସିଛି। ଜଣେ ଦଲାଲ ସାଙ୍ଗରେ ଆସିଥିବା ବଙ୍ଗୀୟ ତରୁଣୀ ହୋଟେଲ୍ରେ ରହିଥିଲେ। ଏହି ସମୟରେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ […]
ଭଦ୍ରକ (ପାର୍ଥ ସାରଥୀ ନାୟକ) : ହାଇଟେକ୍ ସ୍କୁଲର ରୂପ ନେଇଛି ଭଦ୍ରକ ଭଣ୍ଡାରିପୋଖରୀ ନାଆମୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏହା କୌଣସି ପ୍ରାଇଭେଟ ଇଂଲିଶ ମିଡିୟମ ସ୍କୁଲଠାରୁ କମ ନୁହେଁ । ସ୍ୱଚ୍ଛତା ଠାରୁ ନେଇ ସୁରକ୍ଷା, ସ୍ମାର୍ଟ କ୍ଲାସ ରୁମ ଠାରୁ ନେଇ ଅତ୍ୟାଧୁନିକ ବିଜ୍ଞାନ ଲାବ୍ରୋଟେରୀ । ସବୁକିଛି ରହିଛି ଏହି ବିଦ୍ୟାଳୟରେ। ଏପରିକି ଶୌଚାଳୟକୁ ସୁନ୍ଦର କରାଯିବା ସହ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ରହିଛି । ଭଦ୍ରକ […]
ବ୍ରହ୍ମପୁର(ଜଗନ୍ନାଥ ସାହୁ) : ପିଲାମାନେ ପାଠ ପଢ଼ିବା ପାଇଁ ସ୍କୁଲ ଯାଉଛନ୍ତି। ସେମାନଙ୍କୁ ପାଠ ପଢ଼ାଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ। ପ୍ରକୃତରେ ଯେଉଁ ସାର୍ମାନେ ପଢ଼ାଉଛନ୍ତି, ସେମାନେ ଅସଲି ନା ନକଲି। ତାହା ଏବେ ଚିନ୍ତା କାରଣ ହୋଇଛି। ଏପରି କହିବାର କାରଣ ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଗଞ୍ଜାମରୁ ଆଜି ଧରାପଡ଼ିଛନ୍ତି ୫ ଜଣ ନକଲି ଶିକ୍ଷକ। ଏହା ପୂର୍ବରୁ ଏହି ଜିଲ୍ଲାରେ ୧୬ ଜଣ ନକଲି ଶିକ୍ଷକଙ୍କ ନାଁରେ ମଧ୍ୟ ଥାନାରେ […]
ଭଦ୍ରକ : ପୁଲିସ ଘରେ ପ୍ରେମ କାହାଣୀ। ଦୁଇ କନଷ୍ଟେବଳଙ୍କ ମଧ୍ୟରେ ଭାବ ଦିଆନିଆ । ପ୍ରଥମେ ଲଭ ପରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ଆଉ ତା ପରେ ଧୋକା। ଏମିତି ଏକ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରେମିକା ଜଣକ ଜଣେ ମହିଳା କନଷ୍ଟେବଳ ଓ ଧୋକା ଦେଇଥିବା ପ୍ରେମିକ ଜଣକ ଜଣେ ପୁରୁଷ କନଷ୍ଟେବଳ । ମହିଳା କନଷ୍ଟେବଳଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ନେଇ ଭଦ୍ରକ ଟାଉନ […]
ଭୁବନେଶ୍ୱର : ଆସନ୍ତା ଦୁଇ, ତିନି ଦିନ ଭିତରେ ରାଜ୍ୟରେ ଶୀତ ବଢ଼ିବ। ଆସନ୍ତା ୨୦ ତାରିଖ ସୁଦ୍ଧା ରାଜ୍ୟରେ ୨ରୁ ୪ ଡିଗ୍ରୀ ତାପମାତ୍ରା କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା କହିଛନ୍ତି,“ ଦୁଇ, ତିନ ଭିତରେ ରାଜ୍ୟରେ ବେଶି ଶୀତ ଅନୁଭୂତ ହେବ। ଉତ୍ତରା ପବନ ବହିବା ଯୋଗୁ ରାଜ୍ୟରେ ଶୀତ ବଢିବ। ଏବେ ରାଜ୍ୟରେ ସ୍ୱାଭାବିକ ଠାରୁ […]
ମୋହନା(ମିହିର ଯତି): ବାଇକ୍ ଧକ୍କା ଦେବାରୁ ଘାଟିରେ ଓଲଟି ପଡ଼ିଲା ପିକ୍ନିକ୍ ବସ୍। ଫଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସଞ୍ଜ ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲା ପାଟପୁର ଥାନା ତପ୍ତପାଣି ଘାଟିରେ ଘଟିଛି। ଆଜି ସକାଳେ ନୟାଗଡ଼ରୁ ୩୫ ଜଣ ଏକ ବସ୍ରେ ଗଜପତି ଜିଲ୍ଲା ଜିରଙ୍ଗ ଓ ଖସଡ଼ା ଜଳପ୍ରପାତକୁ ପିକନିକ କରିବା ପାଇଁ ଯାଇଥିଲେ। ସାନ୍ଧ୍ୟ ବେଳେ ସେମାନେ […]
ମାଲକାନଗିରି(ଜିତେନ୍ଦ୍ର ବେଉରା) : ବାପାଙ୍କ ଗାଲକୁ ଆଉଁସି ଦେଉଛି ଝିଅ। ଫୁଲ ଛିଞ୍ଚି ଦେଉଛି, ଲଡୁ ଖୁଆଇ ଦେଉଛି। ଗାଲକୁ ଗୋଟେ ଚୁମା ଦେଇ ମନରେ ଥିବା ସମସ୍ତ ସ୍ନେହକୁ ଢାଳି ଦେଉଛି ବାପାଙ୍କ ପାଖରେ। ବାପା କିନ୍ତୁ ନିସ୍ତବ୍ଧ, ସ୍ଥାଣୁ ପରି ସେମିତି ଝିଅକୁ ଦେଖୁଛନ୍ତି। ନା ଛୁଇଁ ପାରୁଛନ୍ତି ନା କୋଳେଇ ପାରୁଛନ୍ତି କୁନି ଝିଅକୁ। ଆଶୀର୍ବାଦ ଦେବାକୁ ହାତ ବି ଅପହଞ୍ଚ ତାଙ୍କର। କାରଣ ବାପା ଆଉ ଏ ଦୁନିଆରେ ନାହାଁନ୍ତି। ବାପଙ୍କ ପ୍ରତିମା ପାଖରେ କୁନି ଝିଅ […]
ଆଠଗଡ଼(ନୀଳକଣ୍ଠ ଦୋରା): ବଜ୍ରକାପ୍ତା ଚାଲାଣ ସଂପର୍କରେ ସୂଚନା ଦେଲେ ମିଳିବ ୧୦ ହଜାର ଟଙ୍କା। ବଜ୍ରକାପ୍ତା ଚୋରା ଚାଲାଣ ରୋକିବା ପାଇଁ ବନ ବିଭାଗ ଏପରି ଯୋଜନା କରିଛି। ଏହାଛଡ଼ା ଚାଲାଣକାରୀଙ୍କ ଫଟୋ ଥାନା ଓ ବନଖଣ୍ଡ କାର୍ଯ୍ୟାଳୟରେ ଲଗାଯିବ। ଏନେଇ ସୂଚନା ଦେଇଛନ୍ତି ଆଠଗଡ଼ ଡିଏଫ୍ଓ ସସ୍ମିତା ଲେଙ୍କା। ଓଡ଼ିଶାରୁ ବିଦେଶକୁ ଚାଲାଣ ହେଉଛି ବଜ୍ରକାପ୍ତା। ଏଥିପାଇଁ ପ୍ରତ୍ୟକ ଦିନ ପଦାକୁ ଆସୁଛି ନୂଆ ନୂଆ ତଥ୍ୟ। ଚାଲାଣକାରୀ ବଜ୍ରକାପ୍ତା ଉପରେ ୧୦ ଟଙ୍କିଆ ନୋଟ୍ […]
ଖୋର୍ଦ୍ଧା : ଖୋର୍ଦ୍ଧାରେ ଡାକ୍ତରଙ୍କୁ ଗୁଳିମାଡ଼ । କ୍ଲିନିକ୍ରେ ପଶି ଡାକ୍ତରଙ୍କୁ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ସୂଚନା ମିଳିଛି । ଗୁଳିମାଡ଼ରେ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାନସ ଦାସ ଗୁରୁତର ଆହତ ହୋଇଛନ୍ତି । ଏହି ଆକ୍ରମଣରେ ଡାକ୍ତରଙ୍କ ସହ ଜଣେ ଔଷଧ ଦୋକାନ କର୍ମଚାରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ତେବେ ଗୁଳିକାଣ୍ଡର କାରଣ ଜଣାପଡ଼ିନାହିଁ ।
ପୁରୀ : ନୂଆବର୍ଷରେ ଝଲସିବ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ। ସେଥିପାଇଁ ଚାଲିଛି ସ୍ୱତନ୍ତ୍ର ପ୍ରସ୍ତୁତି। ବଡଦାଣ୍ଡର ରୂପ ଆଉ ରଙ୍ଗରେ ଆସିବ ନୂଆ ପରିବର୍ତ୍ତନ। ଭକ୍ତ ଓ ଦର୍ଶନାର୍ଥୀଙ୍କୁ ଏହା ବେଶ୍ ଆକର୍ଷିତ କରିବା ସହିତ ମିଳିବ ଏକ ନୂତନ ଅନୁଭୂତି। ୧୦୦ ମିଟର ପରିମିତ ବଡ଼ଦାଣ୍ଡ ପାଇଁ ନିର୍ମାଣ କାର୍ଯ୍ୟ ଦୃତଗତିରେ ଆଗେଇ ଚାଲିଛି। ଡିସେମ୍ବର ୨୫ ତାରିଖ ପୂର୍ବରୁ କାର୍ଯ୍ୟ ସରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ ଏକ ବିରାଟ […]
କୋରାପୁଟ ( ସୂର୍ଯ୍ୟ ନାରାୟଣ ପଣ୍ଡା) : ଜାଲ୍ ସାର୍ଟିଫିକେଟ୍ ଦେଇ ନିଯୁକ୍ତି ପାଇଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ । ଜଣେ କି ଦୁଇ ଜଣ ନୁହେଁ, ୧୪ ଜଣ ଶିକ୍ଷକ ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ଜଣାପଡ଼ିଛି । କୋରାପୁଟରୁ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ। ୨୦୧୮ ମସିହାରୁ ଦଶମନ୍ତପୁର ବ୍ଲକର ୨ ଜଣ ଶିକ୍ଷକ ନରେଶ କୁମାର ସୁବୁଦ୍ଧି ଓ କୁମାର ଚେଟୀ ଜାଲ ପ୍ରମାଣପତ୍ର ଦେଇ ଚାକିରି କରୁଥିଲେ। ପ୍ରମାଣପତ୍ର ଯାଂଚ ବେଳେ […]
ବାଲୁଗାଁ : ଖୋର୍ଦ୍ଧା ବାଲୁଗାଁ ଥାନା ଗଙ୍ଗନଗର କଲେଜ ଛାତ୍ରୀଙ୍କ ହତ୍ୟାକାଣ୍ଡରେ ଟ୍ୱିଷ୍ଟ। ପ୍ରେମ ପାଇଁ ନୁହେଁ ପାରିବାରିକ କଳହକୁ ନେଇ ଛାତ୍ରୀଙ୍କୁ ହତ୍ୟା କରିଛନ୍ତି ତାଙ୍କ ଭାଉଜ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ କରିଛନ୍ତି ଖୋର୍ଦ୍ଧା ଏସ୍ପି ଅଜୟ ପ୍ରତାପ ସ୍ୱାଇଁ । ହତ୍ୟାକାଣ୍ଡରେ ସଂପୃକ୍ତ ଛାତ୍ରୀଙ୍କ ଭାଉଜ କାବେରୀ ବେହେରାଙ୍କୁ ପୁଲିସ ଗିରଫ କରିଛି । ନଣନ୍ଦ ସହ ଗଣ୍ଡଗୋଳ ପରେ ପ୍ରତିଶୋଧପରାୟଣ ହୋଇ ଭାଉଜ ତାଙ୍କୁ ହତ୍ୟା କରିଛନ୍ତି। ଛୁରିରେ ନଣନ୍ଦର […]
ପଦ୍ମପୁର : ପୁଣି ଅଲୋଡ଼ା ଶିଶୁକନ୍ୟା । ବରଗଡ଼ ଜିଲ୍ଲା ପଦ୍ମପୁରର ଏକ ଡ୍ରେନରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ପଦ୍ମପୁର ସହର ୬ ନମ୍ବର ଓ୍ୱାର୍ଡର ଶାସ୍ତ୍ରୀ ଛକ ସାହିର ଡ୍ରେନରୁ ଜୀବିତ ଅବସ୍ଥାରେ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ। ଆଜି ସକାଳୁ କାନ୍ଦ ଶୁଣିବା ପରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା । ଶିଶୁକନ୍ୟାକୁ ଉଦ୍ଧାର କରିବା ପରେ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ବାରିପଦା : ପ୍ରାୟ ୪୦ ଘଣ୍ଟା ପଡ଼ି ରହିବା ପରେ ଏଚ୍ଆଇଭି ଆକ୍ରାନ୍ତ ଗର୍ଭବତୀଙ୍କ ଚିକିତ୍ସା ହେଲା । ଏହି ଅଭାବନୀୟ ଘଟଣା ଘଟିଛି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ। ମେଡିକାଲରେ ଅସହାୟ ଭାବେ ୪୦ ଘଣ୍ଟାରୁ ଅଧିକ ସମୟ ପଡ଼ି ରହିବା ପରେ ତାଙ୍କର ଚିକିତ୍ସା ହୋଇଛି । କିନ୍ତୁ ସେତେବେଳକୁ ଅଧିକ ଡେରି ହୋଇ ଯାଇଥିଲା । ମହିଳା ଏକ ଶିଶୁକୁ ଜନ୍ମ ଦେଇଥିଲେ ମଧ୍ୟ ତାର ମୃତ୍ୟୁ […]
ନବରଙ୍ଗପୁର : ରାଜ୍ୟରେ ପୁଣି ଲଜ୍ଜା। ପୁରୀ ଦୁଷ୍କର୍ମର ନିଆଁ ଥମି ନଥିବା ବେଳେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅଂଚଳରେ ପୁଣି ଗଣଦୁଷ୍କର୍ମ। ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବିଲ ମଝିରୁ ୧୬ ବର୍ଷୀୟ ଝିଅର ମୃତଦେହ ଉଦ୍ଧାର ହୋଇଛି। ରାତିରେ ଘରୁ ବାହାରକୁ ପରିସ୍ରା କରିବାକୁ ଯାଇ ନାବାଳିକା ଜଣକ ନିଖୋଜ ହୋଇଯାଇଥିଲେ। ନାବାଳିକାଙ୍କ ମୃତଦେହ ନିକଟରେ ଦୁଇଟି ପ୍ୟାଣ୍ଟ ପଡ଼ିଥିବା ଦେଖିବାକୁ ମିଳିଛି। ଗଣଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା […]
ପାରାଦୀପ(ରମାକାନ୍ତ ନାୟକ): ପାରାଦୀପଗଡ ଗେଟ୍ ବଜାରରେ ଆଜି ଭୋରରୁ ଅଗ୍ନିକାଣ୍ଡ ଘଟି ୩ଟି ଦୋକାନ ଜଳିଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଛି। ସ୍ଥାନୀୟ ଲୋକ ଏବଂ କୁଜଙ୍ଗରୁ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଛନ୍ତି। ଫଳରେ ବଜାରରେ ଥିବା ଅନ୍ୟ ଦୋକାନ ସବୁ ଅଳ୍ପକେ ବର୍ତ୍ତି ଯାଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ସର୍ଟ ସର୍କିଟ କିମ୍ବା ଆଞ୍ଚ ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏଥିରେ କେହି […]
ବାଲେଶ୍ୱର : ସଫଳ ହେଲା ଓଟିଭିର ଷ୍ଟିଙ୍ଗ ଅପରେସନ। ପୁଲିସ୍ କରିଲା କାର୍ଯ୍ୟାନୁଷ୍ଠାନ। ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ହୋଟେଲ୍ରେ ଦେହ ବେପାର ଘଟଣାରେ ୨ ଅଟକ ରହିଛନ୍ତି। ଜଳେଶ୍ୱରର ଏକ ହୋଟେଲ ମାଲିକ ଏବଂ ମ୍ୟାନେଜରଙ୍କୁ ଅଟକ ରଖିଛି ପୁଲିସ । ଭୋଗରାଇ ତାଳସାରିରେ ଥିବା ୨ ହୋଟେଲ ମ୍ୟାନେଜର ମଧ୍ୟ ଗିରଫ ହୋଇଛନ୍ତି । ହୋଟେଲରେ ଦେହ କାରବାରର ଖୁଲାସା ପରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଖୁଲମଖୁଲା ଦେହ ବେପାର ନେଇ ଖବର […]
ଚିତ୍ରକୋଣ୍ଡା(ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଲାଲଗଡ଼ରେ ଉଡ଼ିଲା ତ୍ରିରଙ୍ଗା। ଏହି ଅଞ୍ଚଳରେ ତ୍ରିରଙ୍ଗା ପତାକା ଉଡେଇବା ପାଇଁ ପ୍ରଶାସନ ଭୟ କରୁଥିଲା। ତେଣୁ ସେଠାରେ ତ୍ରିରଙ୍ଗା ବଦଳରେ ନକ୍ସଲଙ୍କ କଳା ରଙ୍ଗର ପତାକା ଉଡୁଥିଲା। ଗତକାଲି ସେହି ଅଞ୍ଚଳରେ ପ୍ରଥମ ଥର ପାଇଁ ମାଲକାନଗିରି ଏସ୍ପି ଶ୍ରୀ ହୃଷୀକେଶ ଡି ହିଲାରୀ ତ୍ରିରଙ୍ଗା ଉଡ଼ାଇଛନ୍ତି। ହାନ୍ତାଳଗୁଡ଼ା ଠାରେ ବିଏସଏଫ କ୍ୟାମ୍ପର ପ୍ରତିଷ୍ଠା ବେଳେ ତ୍ରିରଙ୍ଗା ଉଡ଼ାଇ ସେହି ଅଞ୍ଚଳବାସୀଙ୍କୁ ଓ ସୁରକ୍ଷା ବାହିନୀକୁ […]
ସମ୍ବଲପୁର : ଜଳିଗଲେ ୨ ଡ୍ରାଇଭର। ଟ୍ରକ ଓ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁଇ ଗାଡ଼ିର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଛନ୍ତି। ସମ୍ବଲପୁର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଯୁଯୁମରା ନିକଟରେ ଘଟିଛି ଏ ମର୍ମନ୍ତୁଦ ଦୁର୍ଘଟଣା । ମିଳିଥିବା ସୂଚନା ମୁତାବକ, ଲୁହାପଥର ବୋଝେଇ ଟ୍ରକ ସହ ଗ୍ୟାସ୍ ଟ୍ୟାଙ୍କରର ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ହେବା ପରେ ୨ଟି ଗାଡ଼ି ଘଟଣାସ୍ଥଳରେ ହିଁ ଜଳି ଯାଇଥିଲା । […]
ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ତହସିଲ ଅଧିନ ଷୋଳମପୁର ପଞ୍ଚାୟତରେ ଗୋଷ୍ଠୀ ସଂଘର୍ଷ। ଏଥିରେ ଉଭୟ ପକ୍ଷରୁ ୩ ଜଣ ଆହତ ହୋଇଥିବାବେଳେ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କୁ ପ୍ରଥମେ ଯାଜପୁର ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ମଣିନାଥପୁର ଓ ପାଖ ଗାଁ ମୁଢ଼ାପଦାରେ ୨ ଗୋଷ୍ଠୀ ନିଜ ଗାଁ ପାଖରେ ବୈତରଣୀ ନଦୀରୁ ବାଲି ଉଠାଇ ଚୋରାରେ ବିକ୍ରି କରୁଥିଲେ । ହେଲେ ତହସିଲଦାର ମଣିନାଥପୁର ଘାଟରେ […]
ରାଉରକେଲା : ପ୍ରଦୂଷଣରେ ଅସ୍ତବ୍ୟସ୍ତ ରାଉରକେଲାବାସୀ । ସହର ସାରା ଧୂଳି ଧୂଆଁର ଆସ୍ତରଣ। ରାସ୍ତାଘାଟ, ଗଛପତ୍ର ସବୁ ଧୂଳିରେ ଭର୍ତ୍ତି । ଯୁଆଡେ ଯିବେ ଖାଲି ଧୂଳି ଆଉ ଧୂଳି । ଇଏ ହେଉଛି ସ୍ମାର୍ଟ ସିଟିର ସ୍ମାର୍ଟ ଚିତ୍ରର କଥା । ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ, ଦିନରେ ସୃଷ୍ଟି ହେଉଛି ରାତିର ଭ୍ରମ । ଲୋକେ ରାସ୍ତାରେ ଯାଆସ କରିବା ବେଳେ ମାସ୍କ ପିନ୍ଧୁଥିବା ଦେଖିବାକୁ ମିଳୁଛି। ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ […]
ଭୁବନେଶ୍ୱର : ରାଜ୍ୟରେ ମହଙ୍ଗା ହେବ ଟୋଲ୍ ଫି’। ଗାଡି ଚାଳକଙ୍କୁ ଦେବାକୁ ପଡ଼ିପାରେ ଅଧିକ ଟୋଲ୍ ଦେୟ। କାରଣ ୨୦୦୬ ମସିହାରେ ଧାର୍ଯ୍ୟ ହୋଇଥିବା ଦେୟରେ ସଂଶୋଧନ ହେବାକୁ ଯାଉଛି। ଏନେଇ ପୂର୍ତ୍ତ ବିଭାଗକୁ ପ୍ରସ୍ତାବ ଦେଇଛି ଓଡ଼ିଶା ସେତୁ ଓ ନିର୍ମାଣ ନିଗମର ଓଡିଶା ଷ୍ଟେଟ୍ ରୋଡ୍ ଟୋଲ୍ସ ରୁଲ୍(ଓବିସିସି)। ଓଡିଶା ଷ୍ଟେଟ୍ ରୋଡ୍ ଟୋଲସ୍ ରୁଲ୍ ୨୦୧୧ ଅନୁସାରେ ଏହି ଦର ଧାର୍ଯ୍ୟ କରାଯିବ, ଯେମିତି ଏବେ ବିଜୁ ଏକ୍ସପ୍ରେସ ୱେ’ ସମ୍ବଲପୁର […]
ରାଇରଙ୍ଗପୁର( ରାଜେଶ ଶର୍ମା) : ଦେହରେ କିରାସିନି ଢାଳି ନିଜକୁ ଜାଳିଦେଲେ HIV ଆକ୍ରାନ୍ତ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ । ସ୍ଥାନୀୟ ସୁନାପୋଷି ଗାଁର ଯୁବକ ଗତ ତିନି ବର୍ଷ ଧରି HIVରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ପରିବାରରେ କେହି ନଥିବାରୁ ଗାଁ ମୁଣ୍ଡରେ ଏକା ରହୁଥିଲେ । ରୋଗ ପୀଡ଼ା ସହିନପାରି ଆତ୍ମହତ୍ୟା କରିଥିବା ଗାଁ ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। […]
କନ୍ଧମାଳ : ବିଶ୍ୱ ଦରବାରରେ ଚମକିଲେ ଓଡ଼ିଆ ଝିଅ। କନ୍ଧମାଳର ଝୁଲିମା ମଲ୍ଲିକଙ୍କୁ ମିଳିଛି ସମ୍ମାନଜନକ ଭି ଆୱାଡ୍। ଦୀର୍ଘ ଦିନ ଧରି ସ୍ୱେଚ୍ଛାସେବୀ ସଂଗଠନ ସହ ଜଡ଼ିତ ରହି ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ଝୁଲିମା। ବାଲ୍ୟ ବିବାହ, ଗରୀବଙ୍କୁ ସହାୟତା ଭଳି ବିଭିନ୍ନ କାର୍ଯ୍ୟରେ ଝୁଲିମା ନିଜକୁ ସାମିଲ କରିଥିଲେ। ଏଥିପାଇଁ ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ଦିବସ ଅବସରରେ ନୂଆଦିଲ୍ଲୀରେ ୟୁଏନ୍ ହାଉସ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରାଯାଇଛି। ଝୁଲିମାଙ୍କୁ ସମ୍ମାନ ମିଳିବା ପରେ ତାଙ୍କୁ […]
ଢେଙ୍କାନାଳ : ଢେଙ୍କାନାଳ ନିହଲପ୍ରସାଦ ନିତ୍ୟାନନ୍ଦପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ । ମୃତକ ଜଣକ ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା । ସେ ଏକ କ୍ରସରରେ କାମ କରୁଥିଲେ । ଘର ସାମନାରେ ତାଙ୍କର ମୃତଦେହ ପଡ଼ିବାର ଦେଖିବାକୁ ମିଳିଥିଲା । ପୂର୍ଣ୍ଣଚନ୍ଦ୍ରଙ୍କ ଆଖି କେହି ତାଡି ନେଇଥିବା ଅଭିଯୋଗ ହୋଇଛି। ସନ୍ଦେହ କରାଯାଉଛି, କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିବା ପରେ ଫିଙ୍ଗି ଦେଇ ଚାଲି ଯାଇଛି […]